Author: Samikhsya Bureau

ଭୁବନେଶ୍ବର: ଗତ ବର୍ଷ ପରି ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାକୁ ଲୋକାଭିମୁଖୀ କରିବା ପାଇଁ ଆମ ସରକାର ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜନସାଧାରଣଙ୍କଠାରୁ ବହୁମୂଲ୍ୟ ମତାମତ ଆହ୍ୱାନ କରିଛନ୍ତି । ବିଭିନ୍ନ ମାଧ୍ୟମରେ ଆସୁଥିବା ଏହି ପରାମର୍ଶ ଗୁଡିକୁ ଅନୁଧ୍ୟାନ ଓ ତର୍ଜମା କରି ଚଳିତ ବଜେଟ୍ ରେ ସ୍ଥାନୀତ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଆଜି ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଆୟୋଜିତ ପ୍ରାକ୍ ବଜେଟ୍ ଆଲୋଚନା ବୈଠକରେ ମୁଖ୍ୟମନ୍ତ୍ରୀ ବିଶେଷଜ୍ଞ, ନାଗରିକ ସମାଜ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ସହିତ ପ୍ରାକ୍ ବଜେଟ୍ ପରାମର୍ଶ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।…

Read More

ଭୁବନେଶ୍ବର: କାଲି ଯିଏ ଦଳକୁ ଆସିଛି, ଆଜି ସିଏ ସର୍ବେସର୍ବା ଭାବୁଛି। ଏହା ଠିକ୍ ନୁହେଁ ବୋଲି କହିଛନ୍ତି ବିଜେଡି ସାଂସଦ ଦେବାଶୀଷ ସାମନ୍ତରାୟ। ଗତକାଲି ତାଙ୍କ ଘରେ ବିଜେଡିର ବହୁ ପୂର୍ବତନ ବିଧାୟକ ତଥା ବିଧାୟକ ଏକାଠି ହୋଇଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଦେବାଶୀଷ ଏହା କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଦଳକୁ ଯୁବ ନେତାମାନେ ଆଗକୁ ନେବେ। ସେମାନେ ମଙ୍ଗ ଧରିବେ। ଆମର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବେ ବୋଲି ଦେବାଶୀଷ କହିଛନ୍ତି। ଆପଣଙ୍କ ଘରେ କାହିଁକି ମେଳି କରିଥିଲେ ବୋଲି ପଚାରିବାରୁ ସେ କହିଥିଲେ ଯେ, ଯୁବ ପିଢୀଙ୍କୁ ନେଇ ଦଳ କିପରି ଆଗକୁ ଯିବ ସେ ନେଇ ଆଲୋଚନା କରୁଥିଲୁ। ଗତକାଲି ନେତାଜୀ ଜୟନ୍ତି ଅବସରରେ ବିଜେଡି ତରଫରୁ କଟକରେ ଏକ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଦେବାଶୀଷ ସାମନ୍ତରାୟଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ବହୁ ବିଜେଡି…

Read More

ଭୁବନେଶ୍ବର: ସଂସଦର ବଜେଟ ଅଧିବେସନ ଆସନ୍ତା ଜାନୁଆରୀ 31 ତାରିଖରୁ ଆରମ୍ଭ ହେବ। ଫଳରେ ଏଥର ରାଜ୍ୟସଭାରେ ବିଜେଡି କି ପ୍ରକାରର ଭୂମିକା ନେବ ସେ ନେଇ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଏହି ସଂସଦୀୟ ଦଳର ବୈଠକ ନବୀନ ନିବାସରେ ଆସନ୍ତା 28 ତାରିଖରେ ହେବ। ବର୍ତ୍ତମାନ ବିଜେଡିର କେବଳ ରାଜ୍ୟସଭାରେ ମାତ୍ର ସାତ ଜଣ ସଦସ୍ୟ ରହିଛନ୍ତି। ଏହିମାନଙ୍କୁ ନବୀନ ଦଳର କଣ ଆଭିମୁଖ୍ୟ ରହିବ ସେନେଇ ଗୁରୁମନ୍ତ୍ର ପ୍ରଦାନ କରିବେ। ତେବେ ବିଭିନ୍ନ ସମୟରେ ବିଜେପିକୁ ସମର୍ଥନ ଦେଇ ଆସିଥିବା ବିଜେଡି ଏଥର ମଧ୍ୟ ତାହା ହିଁ କରିବ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଖୋଦ ରାଜଧାନୀରେ ଚୋରମାନେ କେତେ ସକ୍ରିୟ ଆଜିର ଏକ ଘଟଣାରୁ ଜଣାପଡିଛି। ଭୁବନେଶ୍ବରର ସାମାନ୍ତରାପୁର ଶ୍ରୀରାମନଗରରେ ଥିବା ଏକ ଏଟିଏମକୁ ଉଠାଇ ନେଇ ସେଥିରୁ ସମସ୍ତ ଟଙ୍କା ନେଇଯାଇଥିବା ଜଣାପଡିଛି। ଏହାପରେ ପୋଲିସ ସିସିଟିଭି ଫୁଟେଜ ଆଧାର କରି ଛାନଭିନ୍ନ ଆରମ୍ଭ କରିଛି। ତେବେ ଘଟଣାରୁ ଜଣାପଡିଛି ସାମନ୍ତରାପୁରରେ ଥିବା ଏକ ଏସବିଆଇ ଏଟିଏମକୁ ଚୋରମାନେ ତାଡି ପଇସା ନେବାକୁ ଚେଷ୍ଠା କରିଥିଲେ। ହେଲେ ସେଠାରେ ତାହା ଭାଙ୍ଗିବା ସମ୍ଭବ ହୋଇ ନ ପାରିବାରୁ ସେମାନେ ଏକ ଡାଲା ଅଟୋରେ ତାହାକୁ ଉଠାଇ ନେଲେ। ସେମାନେ ବାହାରେ ତାହା ଭାଙ୍ଗି ପ୍ରାୟ ଦଶ ଲକ୍ଷ ଟଙ୍କା ନେଇଯାଇଛନ୍ତି। ପରେ ସେମାନେ ସେହି ଭଙ୍ଗା ଏଟିଏମ ଏବଂ ଅଟୋକୁ ଗଙ୍ଗୁଆ ନାଳରେ ପକାଇଦେଇଛନ୍ତି। ପୋଲିସ ଗଙ୍ଗୁଆ ନାଳରୁ ଏଟିଏମ ଖଣ୍ଡକୁ ଓ ଅଟୋକୁ ଉଦ୍ଧାର କରିବା ସହିତ ଏହାଉପରେ ଅଧିକ ତଦନ୍ତ କରୁଛି। ଅନ୍ୟପଟେ ଅଟୋ ମାଲିକ ଗାଡି ଚୋରି ହୋଇଥିବା…

Read More

କଟକ: ନେତାଜୀ ଥିଲେ ଅଦମ୍ୟ ସାହସର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କ ଜନ୍ମର 100 ବର୍ଷ ପରେ ମଧ୍ୟ ଯେତେବେଳେ ସଂଗ୍ରାମ ଓ ଦେଶାତ୍ମବୋଧର ଆଲୋଚନା ହୁଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ସର୍ବାଗ୍ରେ ରହିଥାଏ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ ଠାରେ ପରାକ୍ରମ ଦିବସ ପାଳନ ଅବସରରେ କହିଛନ୍ତି । ବାରବାଟୀ ଦୁର୍ଗର ସତ୍ୟବ୍ରତ ଷ୍ଟାଡିୟମ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ପରାକ୍ରମ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବ୍ରିଟିଶ ଶାସନ ବିରୋଧରେ ନେତାଜୀଙ୍କ ବୀରତ୍ୱ ଓ ଯୁଦ୍ଧ କୌଶଳ ଦେଶର ସ୍ୱାଧୀନତା ପାଇଁ ଏକ ମୁଖ୍ୟ କାରଣ ଥିଲା । ଏହି ବୀର ଜନନାୟକଙ୍କୁ ସମ୍ମାନ ଅର୍ପଣ କରିବା ପାଇଁ ତାଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ…

Read More

ଭୁବନେଶ୍ବର: ବିଧାନସଭାର ବଜେଟ ଅଧିବେଶନ ଆସନ୍ତା ଫେବୃୟାରୀ 13 ତାରିଖରୁ ଆରମ୍ଭ ହେବ। ତେବେ ତାପୂର୍ବରୁ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ବୟାନ ବାଜି ଆରମ୍ଭ ହୋଇଯାଇଛି। ବିଶେଷ କରି ବାଚସ୍ପତି ସୁରମା ପାଢୀଙ୍କ ଏକ ମନ୍ତବ୍ୟକୁ ନେଇ ଚେଇଁ ଉଠିଛି ବିଜେଡି। ବାଚସ୍ପତିଙ୍କ ଏପରି ବିବୃତି ହାସ୍ୟସ୍ପଦ ବୋଲି ଦଳ କହିଛି। ଆଜି ବାଚସ୍ପତି ସୁରମା ପାଢୀ ଗଣମାଧ୍ୟମକୁ କହିଛନ୍ତି ଯେ, ଏଥର ବିଧାନସଭାରେ ବିଶୃଙ୍ଖଳା କଲେ ବରଦାସ୍ତ କରାଯିବ ନାହିଁ। ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କହିବା ପରେ ବିଜେଡି ନେତା ତଥା ବିଧାୟକ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବାଚସ୍ପତି ଯାହା କହିଛନ୍ତି ତାହା ହାସ୍ୟସ୍ପଦ। ସେ ଗୃହ ପରିଚାଳନା କରିବେ। ଯଦି ଠିକ ଭାବରେ ପରିଚାଳନା କରିବେ ତେବେ କୌଣସି ବିଶୃଙ୍ଖଳା ହେବ ନାହିଁ। ତେଣୁ ନିଜେ ଠିକରେ ଗୃହ ପରିଚାଳନା କରିବା କଥା ନ କହି ଯିଏ ବିଶୃଙ୍ଖଳା କରିବ…

Read More

ଭୁବନେଶ୍ବର: ଦୀର୍ଘ ମାସ ଧରି ସ୍ବର୍ଗତ ନବ ଦାସଙ୍କ ଝିଅ ତଥା ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କର ଏବେ ଶନି ଦଶା ଚାଲିଛି। କାରଣ ତାଙ୍କ ଉପରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ଆକ୍ରମଣ କରାଯାଉଛି। ଦୀପାଳି ଯେପରି ଲହୁଲୁହାଣ ହେବେ ସେ ନେଇ ଯୋଜନା ବଦ୍ଧ ଭାବେ ତାଙ୍କ ପଛରେ ବିଭିନ୍ନ ସରକାରୀ ଏଜେନ୍ସିକୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ତାଙ୍କୁ ଏବଂ ତାଙ୍କ ପରିବାରକୁ ଅପମାନିତ ହେବା ପରି ଯେଉଁ କାର୍ଯ୍ୟ କରାଯାଉଛି ତାହା ହେଲା ତାଙ୍କ ବାପା ନବ ଦାସଙ୍କ ହତ୍ୟାକାଣ୍ଡ। ଏହାକୁ ନେଇ ଦିନକୁ ଦିନ ରାଜନୈତିକ ବୟାନ ବାଜି ଚାଲିଛି। ବିଜେପି ନେତାମାନେ ଦୀପାଳି ଏବଂ ତାଙ୍କ ପରିବାରକୁ ଅପମାନିତ ହେବା ପରି ବୟାନ ଦେବାରେ ଲାଗିଛନ୍ତି। ଯାହାକୁ ନେଇ ଦୀପାଳିଙ୍କ ପରିବାର ବେଶ ମ୍ରିୟମାଣ ହେଉପଡୁଥିବାର ଅନୁମାନ କରାଯାଉଛି। ତେବେ ସବୁ ବୟାନବାଜିକୁ ବଳିପଡିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର।…

Read More

ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଦିନ ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି। ଯାହାର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅରୁଣ କୁମାର ପଣ୍ଡାଙ୍କୁ ନିଯୁକ୍ତ କରାଯାଇଛି। ଆୟୋଗର କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶ ପାଇବାର ତାରିଖଠାରୁ ଆରମ୍ଭ ହୋଇ ଛଅ ମାସ ଯାଏ ରହିବ। ପାଞ୍ଚ ସଦସ୍ୟ ବିଶିଷ୍ଟ ଏହି ଆୟୋଗରେ, ଅଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କ ସହ ଏକ୍ସଆଇଏମବି ପ୍ରଫେସର ଅସିତ୍ ରଞ୍ଜନ ମହାନ୍ତି, ପୁଡୁଚେରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ପ୍ରଫେସର ଅମରେଶ ସାମନ୍ତରାୟ, ଟିଆଇଏସଏସର ଡଃ ବିଭୂପ୍ରସାଦ ନାୟକ, ଏବଂ ଅର୍ଥ ବିଭାଗର ଅତିରିକ୍ତ ସଚିବ ଡଃ ସତ୍ୟପ୍ରିୟ ରଥ ସଦସ୍ୟ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। କାର୍ଯ୍ୟ ଏବଂ ଦାୟିତ୍ୱ ରାଜ୍ୟ ଓ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ, ସହରାଂଚଳ ସ୍ୱାୟତ୍ତ ସଂସ୍ଥା, ଏବଂ ଟିକସ୍, ଟୋଲ୍ ଓ ଫିର ନିର୍ଦ୍ଧାରଣ ସମ୍ପର୍କରେ ଆୟୋଗ ସରକାରଙ୍କୁ ସୁପାରିଶ କରିବ। ଏହାସହିତ, ଆୟୋଗ ୨୦୨୬ ଏପ୍ରିଲ ପହିଲାରୁ ପାଞ୍ଚ ବର୍ଷ ପାଇଁ…

Read More

ବେଙ୍ଗାଲୁରୁ: ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟସ ଲିମିଟେଡ୍ (ଆରସିପିଏଲ) ପକ୍ଷରୁ ଏସଆଇଏଲ ଫୁଡ୍ସ ବ୍ରାଣ୍ଡ ଅଧିଗ୍ରହଣ କରାଯାଇଥିବା ଘୋଷଣା କରାଯାଇଛି। ଉପଭୋକ୍ତା ଉତ୍ପାଦ କ୍ଷେତ୍ରରେ ନିଜର ସ୍ଥିତିକୁ ମଜବୁତ କରିବା ଏବଂ ଭାରତୀୟ ଐତିହ୍ୟ ବ୍ରାଣ୍ଡଗୁଡିକୁ ପୁନର୍ଜୀବିତ କରିବା ଦିଗରେ କମ୍ପାନୀର ରଣନୀତିର ଏହି ପଦକ୍ଷେପ ଏକ ଅଂଶ। ଗୁଣାତ୍ମକ ଖାଦ୍ୟ ସାମଗ୍ରୀ ପାଇଁ ଲୋକପ୍ରିୟ ଏସଆଇଏଲ ଏବେ ଆରସିପିଏଲର ବିସ୍ତୃତ ସମ୍ଭାରର ଏକ ଅଂଶ ହେବ। ଏହି ଅବସରରେ ଆରସିପିଏଲ ସିଇଓ କେତନ ମୋଦି କହିଛନ୍ତି ଯେ “ଆମେ ଭବିଷ୍ୟତର ବ୍ୟବସାୟ ନିର୍ମାଣ କରିବା ବେଳେ ଭାରତର ସଂସ୍କୃତି ଏବଂ ଐତିହ୍ୟକୁ ସଂରକ୍ଷିତ ରଖିବା ପାଇଁ ପ୍ରତିବଦ୍ଧ। ଏସଆଇଏଲ ଫୁଡ୍ସର ଅଧିଗ୍ରହଣ ଆମକୁ ଭରତୀୟ ଖାଦ୍ୟ ଓ ଖାଦ୍ୟସାମଗ୍ରୀଗୁଡିକୁ ଉପଭୋକ୍ତାଙ୍କ ପାଖରେ ନୂତନ ତଥା ଅଭିନବ ଫର୍ମାଟରେ ପହଞ୍ଚାଇବାରେ ସହାୟକ ହେବ। ଆରସିପିଏଲ ଏସଆଇଏଲ ବ୍ରାଣ୍ଡର ଗୁଣବତ୍ତା ଏବଂ ବିତରଣ ନେଟୱାର୍କରେ ଉନ୍ନତି ଆଣିବ। ଏସଆଇଏଲ ଫୁଡ୍ସର ପରିଚାଳନା ନିର୍ଦ୍ଦେଶକ ଅଜୟ…

Read More

ଭୁବନେଶ୍ବର: ଆଜି ରାଜଧାନୀ ରାଜରାସ୍ତାରେ ଏକ ସିରଜ ଦୁର୍ଘଟଣା ଘଟିଯାଇଛି। ଏଥିରେ ଜୀବନ ହାନୀ ଘଟି ନ ଥିଲେ ମଧ୍ୟ ଦୁଇଟି ବସ ଓ ଦୁଇଟି କାର କ୍ଷତିଗସ୍ତ ହୋଇଛି। ଘଟଣାରୁ ଜଣାପଡିଛି ଯେ, ଏକ ଏସି ମୋ ବସ ରାଜମହଲ ଛକରୁ ଯାଉଥିବା ବେଳେ ହଠାତ ବ୍ରେକ ଦେଇଦେଇଥିଲା। ଫଳରେ ପଛରେ ଆସୁଥିବା ଆଉ ଏକ ମୋ ବସ ତାହାକୁ ଧକ୍କା ଦେଇଥିଲା। ଏହାପରେ ପରେ ସେହି ବସକୁ ଆଉ ଦୁଇଟି କାର ପଛକୁ ପଛ ଧକ୍କା ଦେଇଥିଲେ। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଥିଲା। ସରକାରଙ୍କ ମୋ ବସ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଥିବାରୁ ଏହି ଉତ୍ତେଜନା ଲାଗି ରହିଥିଲା। ମୋ ବସ ଡ୍ରାଇଭର ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବୀ କରିଥିଲେ।

Read More

ଭୁବନେଶ୍ବର: ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ପ୍ରତିଦିନ ଖବର କାଗଜର ପ୍ରତିଷ୍ଠାତା ଏବଂ ମୁଖ୍ୟ ସଂପାଦକ ସୁଧୀର ପଣ୍ଡା ପିଆଇବି କମିଟର ସଦସ୍ୟ ହୋଇଛନ୍ତି। ପିଆଇବି ବା ପ୍ରେସ ଇନଫରମେସନ ବ୍ୟୁରୋ ହେଉଛି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର ଏକ ସଂସ୍ଥା। ଏହା ଅଧିନରେ ଥିବା ମିଡିଆ ଆକ୍ରିଡେଟେସନ କମିଟର ସେ ସଦସ୍ୟ ଭାବେ ମନୋନିତ ହୋଇଛନ୍ତି। ଏହି କମିଟର ଅଧ୍ୟକ୍ଷ ହେଇଛନ୍ତି ପିଆଇବି ର ଡିଜି। ତାଙ୍କ ସହ ଦେଶର ବିଭିନ୍ନ ସ୍ଥାନରୁ ମୋଟ 25 ଜଣ ସାମ୍ବାଦିକ ସଦସ୍ୟ ରହିଛନ୍ତି। ଏହି କମିଟ ବିଭିନ୍ନ ସମୟରେ ବୈଠକ କରି ଦେଶର ସାମ୍ବାଦିକମାନଙ୍କୁ କେନ୍ଦ୍ରୀୟ ସ୍ବୀକୃତି ପ୍ରଦାନ କରିଥାନ୍ତି। ଏପରି ଏକ ମର୍ଯ୍ୟଦା ସଂପର୍ଣ୍ଣ ପଦବୀ ମିଳିଥିବାରୁ ସୁଧୀରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Read More

ଭୁବନେଶ୍ବର: ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦନ୍ନୋତି ହୋଇଛନ୍ତି। 1995 ମସିହା ବ୍ୟାଚର ଏହି ଆଇଏଏସ ଅଧିକାରୀ ବର୍ତ୍ତମାନ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି। ଏଥିସହିତ ସେ ଏମଏସଏମଇ ଏବଂ ଇପିକଲର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ବର୍ତ୍ତମାନ ଓଡିଶାରେ ଉତ୍କର୍ଷ ଓଡିଶା ସମ୍ମିଳନୀ ପାଇଁ ବ୍ୟାପକ ଆୟୋଜନ ଚାଲିଛି। ଯାହାର ଦାୟିତ୍ବରେ ଅଛନ୍ତି ହେମନ୍ତ ଶର୍ମା। ସେହିପରି 1994 ବ୍ୟାଚର ଆଇଏଏସ ରଂଜନା ଚୋପ୍ରାଙ୍କୁ ମଧ୍ୟ ପଦନ୍ନୋତି ଦିଆଯାଇଛି। ସେ ମଧ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ଉନ୍ନତି ହୋଇଛନ୍ତି। ରଂଜନା ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ଯୁଗ୍ନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

Read More

ଭୁବନେଶ୍ବର: ମହାଦେବ ପ୍ରଡକ୍ସନ ନିବେଦିତ ତଥା ପ୍ରମୋଦ କୁମାର ସ୍ୱାଇଁଙ୍କ ପ୍ରଯୋଜିତ ନୂଆ ଓଡ଼ିଆ କଥାଚିତ୍ର ‘ଆଶିକ ଦିୱାନା’ ର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଗଟେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ମହୁରତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବରିଷ୍ଠ ପ୍ରଯୋଜକ ଅକ୍ଷୟ କୁମାର ପରିଜା ମହୁରତ କ୍ଲାପ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରମୋଦ ଅର୍କିଡ଼ ରିଟ୍ରିଟର ନିର୍ଦ୍ଦେଶକ ବନ୍ଦନ ମହାନ୍ତି, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରକାଶ ଫିଲ୍ମସର ନିର୍ଦେଶକ ପ୍ରଶାନ୍ତ ବେହେରା, ଅଭିନେତା ପପୁ ପମ ପମ, ଆମ ଟିଭି ନିର୍ଦ୍ଦେଶକ ପ୍ରଣୟ ଜେଠୀ, ପ୍ରଯୋଜକ ଅମୁଲ୍ୟ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ‘ତୁ ମୋ ଆଖିର ତାରା’, ‘ଦେ ମା ଶକ୍ତି ଦେ ‘, ‘ତୁ ମୋ ଗାର୍ଲଫ୍ରେଣ୍ଡ’, ‘ଦିୱାନା ଦିୱାନୀ’ ଓ ‘ଆଶିକ’ ପରି ଛଟି ସଫଳ ଚଳଚ୍ଚିତ୍ର ଭେଟି ଦେଇଥିବା ନିର୍ମାତା ପ୍ରମୋଦ କୁମାର ସ୍ୱାଇଁ…

Read More

Train Accident: ମହାରାଷ୍ଟ୍ରର ଜଳଗାଁ ପାର ହେଉଥିବା ଏକ ଟ୍ରେନରେ ଅଗ୍ନିକାଣ୍ଡ ଗୁଜବ ପରେ ଅନେକ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା କରାଯାଉଛି। ଯାତ୍ରୀମାନେ ଟ୍ରେନରୁ ଡେଇଁ ପଡ଼ିବା ପରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରେନ ସେମାନଙ୍କ ଉପରେ ମାଡିଯାଇଛି। ପଚୋରା ନିକଟସ୍ଥ ପରଧାଡେ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବାର ଜଣାପଡିଛି। ଘଟଣାର ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡିଛି ଯେ, ଲକ୍ଷ୍ନୌରୁ ମୁମ୍ବାଇ ମଧ୍ୟରେ ଚାଲୁଥିବା ଏକ ଡେଲି ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ପୁଷ୍ପକ ଏକ୍ସପ୍ରେସ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବଗିରେ ନିଆଁ ଲାଗିଥିବା ଗୁଜବ ସୃଷ୍ଟି ହୋଇଥିଲା। ଏହାପରେ ଯାତ୍ରୀମାନେ ଚେନ ଟାଣିବା ପରେ ଟ୍ରେନ ଅଟକି ଯାଇଥିଲା। ଏହାପରେ ଯାତ୍ରୀମାନେ ତରବରିଆ ଭାବେ ଟ୍ରେନରୁ ଡେଇଁପଡିଥିଲେ। ସେମାନେ ଅନ୍ୟ ଲାଇନ ଉପରେ ଥିବା ବେଳେ ସେହି ଲାଇନରେ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ଟ୍ରେନ ତାଙ୍କ ଉପରେ ମାଡି ଯାଇଥିଲା। ତେବେ ମୃତାହତ ସଂଖ୍ୟା ଏ ପର୍ଯ୍ୟନ୍ତ…

Read More

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି। ମୋଟ ୯ ଟି ବିଭାଗର ୧୦ ଟି ପ୍ରସ୍ତାବ ଆଗତ କରାଯାଇଥିଲା। ସମସ୍ତ ପ୍ରସ୍ତାବ ଗୁଡ଼ିକ ଆଲୋଚନା ପରେ ଅନୁମୋଦନ କରାଯାଇଛି। ତନ୍ମଧ୍ୟରେ ଗୋଟିଏ ପ୍ରସ୍ତାବ ସପ୍ତଦଶ ଓଡ଼ିଶା ବିଧାନ ସଭାର ତୃତୀୟ ଅଧିବେଶନ ଆହୂତ ସମ୍ପର୍କିତ ଥିଲା। ଅନୁଷ୍ଠିତ ପ୍ରେସ ବିବୃତ୍ତି ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଉପସ୍ଥିତ ଥିଲେ। ପ୍ରତ୍ୟେକ ପଞ୍ଚାୟତରେ ହେବ ଆଦର୍ଶ ପ୍ରାଥମିକ ସ୍କୁଲ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ଯୋଜନାରେ ପ୍ରତି ପଚାୟତରେ ଗୋଟିଏ ଲେଖାଏଁ ମଡେଲ ପ୍ରାଥମିକ ସ୍କୁଲ ପ୍ରତିଷ୍ଠା…

Read More

ଭୁବନେଶ୍ବର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଐତିହାସିକ କଟକ ସହରର ବାରବାଟୀ ଦୁର୍ଗ ଭିତରେ ୨୩ ଜାନୁୟାରୀରୁ ୨୫ ଜାନୁୟାରୀ ପର୍ଯ୍ୟନ୍ତ ପରାକ୍ରମ ଦିବସ ପାଳନ କରାଯିବ । ନେତାଜୀଙ୍କ ୧୨୮ତମ ଜୟନ୍ତୀ ଉପଲକ୍ଷେ ତିନି ଦିନ ଧରି ଚାଲିବାକୁ ଥିବା ବହୁମୁଖୀ କାର୍ଯ୍ୟକ୍ରମକୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବେ । କେନ୍ଦ୍ର ସରକାରଙ୍କ ନିଷ୍ପତି କ୍ରମେ ଦେଶରେ ପ୍ରଥମ ପରାକ୍ରମ ଦିବସ କୋଲକାତାସ୍ଥିତ ଭିକ୍ଟୋରିଆ ମେମୋରିଆଲ ହଲରେ ପାଳନ କରାଯାଇଥିଲା । ୨୦୨୨ ମସିହାରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟଠାରେ ନେତାଜୀଙ୍କ ହଲୋଗ୍ରାମ ରହିଥିବା ଏକ ଷ୍ଟାଚ୍ୟୁକୁ ଅନାବରଣ କରାଯାଇଥିଲା । ୨୦୨୩ ମସିହାରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ରହିଥିବା ୨୧ଟି ଛୋଟ ବଡ ଦ୍ୱୀପକୁ ୨୧ ଜଣ ପରମବୀର ଚକ୍ର ବିଜେତାଙ୍କ ନାମରେ ନାମକରଣ କରାଯାଇଥିଲା । ୨୦୨୪ରେ ନୂଆଦିଲ୍ଲୀସ୍ଥିତ ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ତେବେ ଏହି…

Read More

ଭୁବନେଶ୍ବର: ଆସନ୍ତା ଜାନୁଆରୀ 26 ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ମନ୍ତ୍ରୀ ପତାକା ଉତ୍ତୋଳନ କରିବା ତାଲିକା ପ୍ରକାଶ ପାଇଛି। ସେହି ଅନୁସାରେ ନିୟମ ଅନୁସାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ମହାତ୍ମା ଗାନ୍ଧି ମାର୍ଗରେ ପାଳନ କରାଯିବ । ଏଥିରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ସାଢ଼େ ୮ଟାରେ ପତାକା ଉତ୍ତୋଳନ କରିବେ। ଏହି ରାଜ୍ୟସ୍ତରୀୟ ପରେଡରେ ଓଡ଼ିଶା ଅଗ୍ନିଶମ ବାହିନୀ ଓ ସିଆରପିଏଫ ସାଂସ୍କୃତିକ ବ୍ୟାଣ୍ଡ ମଧ୍ୟ ପରିବେଷଣ ହେବ । ସେହିପରି ବିଏସଏଫ, ଆଇଟିବିପି, ସିଆରପିଏଫ,ଆରପିଏଫ, ଆଇଏନଏସ ଚିଲିକା ସମେତ ଓଡ଼ିଶା ପୁଲିସର ଟିମ୍ ମଧ୍ୟ ପରେଡରେ ସାମିଲ ହେବେ । ଚଳିତବର୍ଷ ମୋଟ ୧୦ଟି ପ୍ରଜ୍ଞାପନ ମେଢ଼ ରାଜ୍ୟସ୍ତରୀୟ ପରେଡରେ ସାମିଲ ହେବ । ସେହିପରି ଅନ୍ୟମନ୍ତ୍ରୀମାନେ ଜିଲ୍ଲା ସ୍ତରୀୟ ପାରେଡରେ ଯୋଗ ଦେବେ। ଗୃହ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ…

Read More

ଭୁବନେଶ୍ୱର:-ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଭିତରକୁ ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ ପୋଷ୍ଟର ଲଗାଯିବା ଘଟଣା ସାରା ସାମ୍ବାଦିକ ଜଗତକୁ ନିନ୍ଦିତ କରିଛି। ଏହି ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବ୍ଲକ୍ ପ୍ରଶାସନର ଏଭଳି ନିନ୍ଦନୀୟ କାର୍ଯ୍ୟ ଏବଂ ଗଣମାଧ୍ୟମର କଣ୍ଠରୋଧକୁ ବିଭିନ୍ନ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଛି। ଏନେଇ ଜାର୍ଣ୍ଣାଲିଷ୍ଟ କାଉନସିଲ୍ ଅଫ୍ ଇଣ୍ଡିଆ ଓଡିଶା ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହା ପରେ ମନ୍ତ୍ରୀ ନିଜେ ଫୋନ୍ ଯୋଗେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ସାନଖେମୁଣ୍ଡି ବିଡିଓ ଏବଂ ତହସିଲଦାରଙ୍କୁ ତୁରନ୍ତ ଥାନାରେ ଏଫଆଇଆର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ସଠିକ୍ ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ମନ୍ତ୍ରୀ ଶ୍ରୀ…

Read More

ଭୁବନେଶ୍ବର: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ ।  ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ୨୮ ଦିନ ଧରି ଚାଲିବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୩ ରୁ ୨୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। ପ୍ରଥମ ଦିନରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତିଙ୍କ ଅଭିଭାଷଣ ଦେବେ। ଫେବୃୟାରୀ ୧୪ ଓ ୧୫ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ୧୬ ତାରିଖ ରବିବାର ଛୁଟି ଥିବା ବେଳେ ୧୭ରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ । ୧୮ରେ ସରକାରୀ କାର୍ଯ୍ୟଦିବସ ଥିବାବେଳେ ୧୯ରେ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ଏବଂ ୨୦ ଓ…

Read More

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟ ଘଟଣା। ତାହା ହେଲା ଯେ, କେବଳ ମହିଳାଙ୍କ ପାଇଁ ଥିବା ଏହି ଯୋଜନା ହାତେଇବାକୁ ପୁରୁଷମାନେ ମଧ୍ୟ ଆବେଦନ କରିଛନ୍ତି। ଡାଟା ବେସରୁ ତଦନ୍ତ କରିବା ପରେ ଜଣାପଡିଥିଲା ଯେ, ଏହି ଯୋଜନା ପାଇଁ ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି। ସେମାନଙ୍କୁ ପରବର୍ତ୍ତି ସମୟରେ ଏହି ଯୋଜନାରୁ ବାଦ ଦିଆଯାଇଛି। ଘଟଣାରୁ ଜଣାପଡିଛି ଯେ, ଏହି ଯୋଜନା ପାଇଁ ଆବେଦନ କରିଥିବା ମହିଳାଙ୍କ ସମସ୍ତ କାଗଜପତ୍ର ଠିକ ଅଛି କି ନାହିଁ ତାହା ତଦାରଖ କରାଯାଉଥିଲା। ଏଥିସହିତ ସେମାନଙ୍କ ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ମଧ୍ୟ ତଦାରଖ କରାଯାଇଥିଲା। ଏହି ବ୍ୟାଙ୍କ ଲିଙ୍କ ପରେ ଜଣାପଡିଥିଲା ଯେ, ସେମାନେ ମହିଳା ନୁହଁନ୍ତି ପୁରୁଷ। ତେବେ ମୁଖ୍ୟ କଥା ହେଲା ଏହି ବ୍ୟକ୍ତିମାନଙ୍କର ନାମ ମହିଳାମାନଙ୍କ ନାମ ପରି ହୋଇଛି। ଫଳରେ ସେମାନେ ଭାବି ଥିଲେ ଯେ ବୋଧହୁଏ…

Read More

ବେଙ୍ଗାଲୁରୁ: ରବିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁର କେ ଆର ମାର୍କେଟ ଅଞ୍ଚଳ ନିକଟରୁ ଜଣେ ୩୭ ବର୍ଷୀୟା ମହିଳାଙ୍କୁ ଅପହରଣ ଏବଂ ବଳାତ୍କାର କରିବା ଅଭିଯୋଗରେ ସିଟି ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ତାମିଲନାଡୁରୁ ଆସିଥିବା ପିଡିତା ଜଣଙ୍କ ଗୋଡାଉନ ଷ୍ଟ୍ରିଟ୍ ନିକଟରେ ରାତି ପ୍ରାୟ ୧୧:୩୦ ସମୟରେ ବସକୁ ଅପେକ୍ଷା କରିଥିବା ବେଳେ ତାଙ୍କୁ ବଳତ୍କାର କରାଯାଇଥିବାର ଅଭିଯୋଗ ହୋଇଛି। ପୋଲିସ ଅନୁଯାୟୀ, ଘଟଣାର କିଛି ଦିନ ପୂର୍ବରୁ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ଝଗଡା କରି ଘରୁ ରାଗି ପଳାଇଆସିଥିଲେ। ସେ ରାତିରେ କିଛି ବ୍ୟକ୍ତିଙ୍କୁ ୟେଲାହାଙ୍କା ଯିବାକୁ ବସ୍ ବିଷୟରେ ପଚାରିଥିଲେ। ସେମାନେ ତାଙ୍କୁ ସାହାଯ୍ୟ କରିବା ଆଳରେ ବସଷ୍ଟାଣ୍ଡ ଅନ୍ୟସ୍ଥାନରେ ଅଛି ବୋଲି କହି ତାଙ୍କୁ ସାଥିରେ ନେଇଯାଇଥିଲେ। ତା’ପରେ ସେମାନେ ତାଙ୍କୁ ଗୋଡାଉନ ଷ୍ଟ୍ରିଟର ଏକ ନିର୍ଜନ ସ୍ଥାନକୁ ନେଇ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ତାଙ୍କ ମୋବାଇଲ୍ ଫୋନ୍, ଅଳଙ୍କାର…

Read More