Author: Samikhsya Bureau

କଟକ: ଆଜି ବିଧିବଧ ଭାବେ ଓସିଏର ସଭାପତି ଦାୟିତ୍ବ ଗ୍ରହଣ କଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ସେହିପରି ଓସିଏର ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ମଧ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି। ସେହିପରି ସମ୍ପାଦକ ଭାବେ ସଂଜୟ ବେହେରା, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି । ଆଜି ଓସିଏ ନିର୍ବାଚନ ଅଧିକାରୀ ଏମ ଏଲ ମଜୁମଦାର ଏମାନଙ୍କୁ ବିଜେତା ଭାବେ ଘୋଷଣା କରିଛନ୍ତି। କୌଣସି ପଦ ପାଇଁ କେହି ପ୍ରତିପକ୍ଷ ପ୍ରାର୍ଥୀ ନ ଥିବାରୁ ସମସ୍ତେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଦି ସଭାପତି ଭାବେ ଦାୟିତ୍ବ ନେବା ପରେ ପ୍ରଣବ ପ୍ରକାଶ ଦାସ ବାରବାଟୀ ଷ୍ଟାଣ୍ଡିୟମ ବୁଲି ଦେଖିଛନ୍ତି। ସେଠାରେ କଣ ଉନ୍ନୟନ କାର୍ଯ୍ୟ କରାଯାଇପାରିବ ସେ ନେଇ ନବ ନିର୍ବାଚିତ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରଣବ ପ୍ରକାଶ ଦାୟିତ୍ବ ନେବା ପରେ ଭବିଷ୍ୟତରେ ଏହି ଷ୍ଟାଣ୍ଡିୟମର ରୂପରେଖ ବଦଳିବ…

Read More

ନୂଆଦିଲ୍ଲୀ: ଆପତ୍ତିଜନକ ବିବୃତ୍ତି ମାମଲାରେ ତିନି ବର୍ଷ ଦଣ୍ଡିତ ହେବାର ଗୋଟିଏ ଦିନ ପରେ ଆଜି ଏସପି ନେତା ଆଜାମ ଖାନଙ୍କ ୟୁପି ବିଧାନସଭାର ସଦସ୍ୟତା ରଦ୍ଦ କରାଯାଇଛି। ଉତ୍ତରପ୍ରଦେଶ ବିଧାନସଭା ସଚିବଙ୍କ ଦ୍ୱାରା ଏହି ଘୋଷଣା କରାଯାଇଛି। ୟୁପି ବିଧାନସଭାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଦୁବେ କହିଛନ୍ତି ଯେ, ବିଧାନସଭା ସଚିବ ରାମପୁର ସଦର ବିଧାନସଭା ଆସନ ଖାଲି ଘୋଷଣା କରାଯାଇଛି। ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟ୍ୱିଟ୍ କରି କହିଛନ୍ତି ଯେ, “ବିଧାନସଭା ବାଚସ୍ପତି ସତୀଶ ମହାନା ଜୀଙ୍କର ମହମ୍ମଦ ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବାର ନିଷ୍ପତ୍ତି ସ୍ୱାଗତଯୋଗ୍ୟ! ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶର ରାମପୁରର ସାଂସଦ/ବିଧାୟକ କୋର୍ଟ ଗୁରୁବାର ଦିନ ଏସପି ନେତା ତଥା ବିଧାୟକ ଆଜମ ଖାନଙ୍କୁ ଆପତ୍ତିଜନକ ବିବୃତ୍ତି ଦେଇ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଏବଂ ୨୫ ହଜାର ଟଙ୍କା ଜୋରିମାନା…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ମହକୁଦ ଗ୍ରାମରେ ହାତୀପଲ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏ ନେଇ ଗ୍ରାମବାସୀ ବନଖଣ୍ଡ ଅଧିକାରୀ ରମାକାନ୍ତ ନାୟକ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଗତ ୧୭ ତାରିଖରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୪୦ ପଟ ହାତୀପଲ ମହକୁଦ ଗ୍ରାମ ସମେତ ପାଖ ଗ୍ରାମ ଟିକିଲିପଡ଼ା, ଗୋଗୁଆପାଳ, ବଡ଼ଖମଣ, ବେତଝରଣ, ଧଉରାପାଳ, ବଳମ ଗ୍ରାମ ମାନଙ୍କ ରେ ଉପଦ୍ରବ ଯୋଗୁଁ ଧାନ ଫସଲ ସମେତ ବିଭିନ୍ନ ପ୍ରକାରର ପନିପରିବା ନଷ୍ଟ ହେଉଥିବାରୁ ଗ୍ରାମବାସୀ ମାନେ ବନବିଭାଗ କୁ ହାତୀପଲ ମାନଙ୍କୁ ଅନ୍ୟତ୍ର ଜଙ୍ଗଲ କୁ ଘଉଡ଼ାଇବା ସହିତ ନଷ୍ଟ ହୋଇଥିବା ଫସଲ ଆକଳନ କରି ଉଚିତ୍ କ୍ଷତି ପୂରଣ ପ୍ରଦାନ କରିବାକୁ ଦାବୀ କରିଛନ୍ତି। ଏଥିରେ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ବିରାଟ ସାହୁ, କାଳିଆ ଧଳ, ଶରତ କୁମାର ବିଶ୍ବାଳ,…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮-୧ଠ-୨ଠ୨୨) ଆଭାସୀ ମାଧ୍ୟମରେ ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’କୁ ସେମ୍ବାଧିତ କରିଛନ୍ତି। ସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପୂଜା ଋତୁରେ ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଉତ୍ତମ ପ୍ରସ୍ତୁତି ପାଇଁ ଧନ୍ୟବାଦ ଜଣାଇଥିଲେ। ଚିନ୍ତନ ଶିବିର ସହଯୋଗ ସଂଘୀୟତନ୍ତ୍ରର ଏକ ଦୃଷ୍ଟାନ୍ତ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ସମ୍ବିଧାନ ଅନୁସାରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରାଜ୍ୟ ସରକାରଙ୍କ ଅଧୀନ ହେଲେ ମଧ୍ୟ ସେଗୁଡ଼ିକର ଦେଶର ଏକତା ଓ ସଂହତି ସହିତ ପ୍ରତ୍ୟକ୍ଷ ସମ୍ପର୍କ ରହିଛି। “ପ୍ରତ୍ୟେକ ରାଜ୍ୟ ଜଣେ ଆଉ ଜଣଙ୍କ ଠାରୁ ଶିଖିବା ଦରକାର। ପ୍ରେରଣା ନେବା ଦରକାର। ଦେଶର ଉନ୍ନତି ପାଇଁ କାମ କରିବା ଦରକାର ଓ ତାହା ହିଁ ସାମ୍ବିଧାନିକ ପ୍ରେରଣା ଓ ଏହା ଆମ ଦେଶବାସୀଙ୍କ ପ୍ରତି ଆମର ଦାୟିତ୍ୱ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଚାଲିଥିବା ଅମୃତ କାଳ ଉପରେ ଆଲୋକପାତ କରି…

Read More

ନୂଆଦିଲ୍ଲୀ: ବନାସକାଣ୍ଠା ଜିଲ୍ଲାର ଅମ୍ବାଜି ସହରର ଆଦିବାସୀ ପିଲାମାନଙ୍କର ଏକ ମ୍ୟୁଜିକାଲ୍ ବ୍ୟାଣ୍ଡ 31 ଅକ୍ଟୋବରରେ କେଭଡ଼ିଆ ଠାରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା କରିବେ। ପ୍ରଧାନମନ୍ତ୍ରୀ ଜାତୀୟ ଏକତା ଦିବସ ଅବସରରେ କେଭଡ଼ିଆ ଯିବେ। ଏହା ପ୍ରଥମ ଅବସର ନୁହେଁ ଯେତେବେଳେ ମ୍ୟୁଜିକାଲ୍ ବ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପ୍ରସ୍ତୁତି କରିବ। ଏହା ପୂର୍ବରୁ 30 ସେପ୍ଟେମ୍ବର 2022 ରେ ପ୍ରଧାନମନ୍ତ୍ରୀଙ୍କ ସାର୍ବଜନିନ ସମାରୋହ ପାଇଁ ଅମ୍ବାଜି ପରିଦର୍ଶନରେ ତାଙ୍କର ସ୍ବାଗତରେ ଏହି ବ୍ୟାଣ୍ଡ ଉପସ୍ଥାପନା କରିଥିଲା। ପ୍ରଧାନମନ୍ତ୍ରୀ ସେହି ସମୟରେ ବିଭିନ୍ନ ବିକାଶ ପ୍ରକଳ୍ପଗୁଡ଼ିକୁ ଦେଶକୁ ସମର୍ପିତ କରଥିଲେ ଏବଂ 7200 କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ କେବଳ ଯୁବ ବ୍ୟାଣ୍ଡଙ୍କ ପ୍ରଦର୍ଶନର ପ୍ରଶଂସା କରିନଥିଲେ ଏବଂ ଏହାର ଆନନ୍ଦ ଉଠାଇ ନଥିଲେ, ବରଂ ସେ ଏହା ମଧ୍ୟ ସୁନିଶ୍ଚିତ କରିଥିଲେ ଯେ ସାର୍ବଜନିକ ସମାରୋହ ଆରମ୍ଭ ହେବା ପୂର୍ବରୁ ସେ ବ୍ୟକ୍ତିଗତ ଭାବରେ ତାଙ୍କ ସହିତ…

Read More

ଭୁବନେଶ୍ଵର: ରେଳବାଇ ବିଷୟବସ୍ତୁ ସମ୍ବନ୍ଧରେ ଆଜି ଭୁବନେଶ୍ୱର ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପରିସୀମା ଅନ୍ତର୍ଗତ ସମ୍ମାନୀୟ ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସମ୍ମାନନୀୟ ସାଂସଦ ଭର୍ତ୍ତୃହରି ମହତାବ, ଚନ୍ଦ୍ରଶେଖର ସାହୁ, ମହେଶ ସାହୁ, ପିନାକୀ ମିଶ୍ର, ସୁଲତା ଦେଓ, ପ୍ରମିଳା ବିଶୋଇ, ଶର୍ମିଷ୍ଠା ସେଠୀ, ମୁଜିବୁଲ୍ଲା ଖାଁ, ରାମ ମୋହନ ନାଇଡୁ କାଞ୍ଜିରାପପୁ ଏବଂ ଡ଼. ରାଜଶ୍ରୀ ମଲ୍ଲିକ ପ୍ରମୁଖ ଏହି ବୈଠକ ରେ ଯୋଗଦାନ କରିଥିଲେ। ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଂକେଶ ରାୟ ଏହି ବୈଠକରେ ମଧ୍ୟ ଉପସ୍ଥିତ ଥିଲେ। ବହୁ ଗଠନମୂଳକ ଚିନ୍ତାଧାରା, ମୂଲ୍ୟବାନ ଉପଦେଶ ଏବଂ ରେଳବାଇ ସମ୍ବନ୍ଧରେ ସାର୍ବଜନୀନ ଦାବିଗୁଡିକ ସମ୍ମାନୀୟ ସାଂସଦ ମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା।…

Read More

Dhamnagar Byelection: ଧାମନଗର ଉପନିର୍ବାଚନରେ ବିଜେପି ସେଠାରେ ନିୟୋଜିତ ସରକାରୀ ଅଧିକାରୀଙ୍କୁ ଭୟଭୀତ କରୁଛି। ଏପରି ଏକ ଅଭିଯୋଗ କରିଛି ବିଜୁ ଜନତା ଦଳ। ଆଜି ଦଳ ତରଫରୁ ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ଗୋଷ୍ଠୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ଧାମନଗରରେ ବିଜେପି ନେତାମାନେ ସରକାରୀ କର୍ମଚାରୀଙ୍କୁ ଭୟଭୀତ କରିବା ସହିତ ଏସଏଚଜି ମହିଳାଙ୍କୁ ଅପମାନିତ କରୁଛନ୍ତି। ସେମାନେ ବର୍ତ୍ତମାନ ନିର୍ବାଚନ ହାରୁଥିବାର ଜାଣିପାରି ଏପରି କରୁଛନ୍ତି ବୋଲି ବିଜେଡି କହିଛି। ଏ ନେଇ ନିର୍ବାଚନ ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦଳ ଦାବୀ କରିଛି।

Read More

ଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅକ୍ଟୋବର ୨୮, ୨୦୨୨ ରେ ଲଦାଖର ଡି – ଏସ୍ – ଡିବିଓ ରୋଡ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୀମା ସଡକ ସଂଗଠନ (ବିଆର୍‌ଓ) ଦ୍ୱାରା ନିର୍ମିତ ହୋଇଥିବା ୭୫ ଟି  ଭିତ୍ତିଭୂମି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ୭୫ ଟି ପ୍ରକଳ୍ପ ଗୁଡିକ ମଧ୍ୟରେ ୪୫ ଟି ସେତୁ, ୨୭ ଟି ରାସ୍ତା, ଦୁଇଟି ହେଲିପ୍ୟାଡ୍ ଏବଂ ଗୋଟିଏ ଅଙ୍ଗାରକ ନିରପେକ୍ଷ ବାସସ୍ଥାନ ରହିଛି, ଯାହା ୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ (ୟୁଟି) ରେ ରହିଛି। ଏହି ପ୍ରକଳ୍ପ ଗୁଡିକ ମଧ୍ୟରୁ କୋଡିଏ (୨୦)ଟି ଜାମ୍ମୁ କାଶ୍ମୀରରେ ରହିଥିବା ବେଳେ ଲଦାଖ  ଏବଂ ଅରୁଣାଚଳ ପ୍ରଦେଶରେ ପ୍ରତ୍ୟେକ ୧୮ଟି ଲେଖାଏଁ ରହିଛି। ଉତ୍ତରାଖଣ୍ଡ ରାଜ୍ୟରେ ପାଂଚଟି  ପ୍ରକଳ୍ପ ଏବଂ ଅନ୍ୟ ସୀମାନ୍ତ ରାଜ୍ୟ ଗୁଡିକରେ, ଯଥା: ସିକ୍କିମ୍‌, ହିମାଚଳ ପ୍ରଦେଶ, ପଞ୍ଜାବ  ଏବଂ ରାଜସ୍ଥାନରେ…

Read More

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ଦିନକୁ ଦିନ ସରଗରମ ହେବାରେ ଲାଗିଛି। ତେବେ ଏବେ ଏକ ଅଡିଓକୁ ନେଇ ସେଠାକାର ରାଜନୀତି ବେଶ ଗରମ ହୋଇ ଉଠିଛି। ତାହା ହେଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନାର ଏକ ମିଥ୍ୟା ଅଡିଓ, ଭିଡିଓ କ୍ଲିପ ଯାହାକି ଏକ ସାମ୍ବାଦିକ ଭଏସ୍ ଭଳି ନ୍ୟୁଜ୍ ଫରମାର୍ଟରେ ଭାଇରାଲ ହେଉଛି। ତେବେ ଏହି ଭାଇରାଲ ଅଡିଓଟି ସମ୍ପୂର୍ଣ୍ଣ ଅସତ୍ୟ ବୋଲି ଅଭିଯୋଗ କରିଛି ବିଜେପି। ଦେଶର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ ଧାମନଗର ଉପନିର୍ବାଚନକୁ ଚାଣିବା ଏବଂ ତାଙ୍କୁ ଯୋଡି ମିଥ୍ୟା ଅଡିଓ ଭାଇରାଲ କରିବା ଏକ ହୀନ ରାଜନୀତି ଓ ଧର୍ତବ୍ୟ ଅପରାଧ ବୋଲି ଦଳ କହିଛି। ତେବେ ଏହି କାର୍ଯ୍ୟ ପାଇଁ ଦଳ ସିଧା ବିଜେଡିକୁ ଟାର୍ଗେଟ କରିଛି। ଦଳ କହିଛି ଯେ, ଶେଷରେ ବିଜୁ ଜନତା ଦଳ କେନ୍ଦ୍ର…

Read More

ନୂଆଦିଲ୍ଲୀ: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନର ପାକିସ୍ତାନ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ସରକାରଙ୍କ ବିରୋଧରେ ଲାହୋରରୁ ଇସଲାମାବାଦକୁ ନିଆଯାଉଥିବା ବଡ ମାର୍ଚ୍ଚ (ହାକିକି ଆଜାଦୀ) ରେ ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ ଭାରତର ବୈଦେଶିକ ନୀତିକୁ ଇମ୍ରାନ ପ୍ରଶଂସା କରିଥିଲେ। ସେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମାଧ୍ୟମରେ ଶାସକ ଶାହବାଜ ସରିଫ ସରକାରଙ୍କୁ କଡା ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ମୁଁ ନୱାଜଙ୍କ ପରି ଦେଶ ଛାଡି ପଳାଇବି ନାହିଁ। ମୋର ଜୀବନ ମଧ୍ୟ ଏହି ଦେଶରେ ରହିବ ଏବଂ ମୋର ମୃତ୍ୟୁ ମଧ୍ୟ ଏହି ଦେଶରେ ଘଟିବ। ସେ କହିଛନ୍ତି ଯେ, ମୁଁ ଏଭଳି ପାକିସ୍ତାନ ଦେଖିବାକୁ ଚାହୁଁଛି, ଯାହା ଏକ ମୁକ୍ତ ଦେଶ ହେବ। ଏଥିପାଇଁ ଆପଣଙ୍କୁ ଏକ ଶକ୍ତିଶାଳୀ ସୈନ୍ୟ ଦରକାର। ଯଦି ସେନା ଦୁର୍ବଳ, ତେବେ ଦେଶର ସ୍ୱାଧୀନତା ଚାଲିଯାଏ।…

Read More

ଭୁବନେଶ୍ୱର: ଯୁଗ୍ମ ଡିଗ୍ରୀ ପ୍ରୋଗ୍ରାମ୍ ସହିତ ତାଇୱାନ୍ କମ୍ପାନୀଗୁଡ଼ିକରେ ନିଯୁକ୍ତି ନିମନ୍ତେ ସୋଆ ଛାତ୍ରଛାତ୍ରୀମାନଙ୍କୁ ମାଣ୍ଡାରିନ୍ ଶିକ୍ଷା ପ୍ରଦାନ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସହିତ ସହଭାଗିତା କରିବା ପାଇଁ ତାଇୱାନ୍ ଇଚ୍ଛା ପ୍ରକାଶ କରିଛି। ଡାକ୍ତରୀ ଏବଂ ଇଞ୍ଜିନିୟରିଂ ଶିକ୍ଷା ନିମନ୍ତେ ବେଶ ପ୍ରତିଷ୍ଠା ଲାଭ କରିଥିବା ସୋଆ ସହିତ ଆମେ ସହଭାଗିତା କରିବା ପାଇଁ ଚାହୁଁଛୁ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଯେଭଳି ମାଣ୍ଡାରିନ୍ ଶିକ୍ଷା ଗ୍ରହଣ କରିପାରିବେ ସେ ନିମନ୍ତେ ତାଇୱାନ୍ ଏଜୁକେସନ୍ ସେଂଟର ପ୍ରତିଷ୍ଠା କରିବା ପାଇଁ ଆମେ ଇଚ୍ଛୁକ ବୋଲି ତାଇପେଇ ଇକୋନମିକ ଆଣ୍ଡ କଲ୍‌ଚରାଲ୍ ସେଂଟର୍ ଇନ୍ ଇଣ୍ଡିଆର ଏଜୁକେସନ୍ ଡିଭିଜନ୍‌ର ଆସିଷ୍ଟାଂଟ ରିପ୍ରେଜେନ୍‌ଟେଟିଭ ଡାଇରେକ୍ଟର ପିଟର୍ସ ଲି-ଇଙ୍ଗ ଚେନ୍ ଏଠାରେ ଶୁକ୍ରବାର କହିଛନ୍ତି। ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ଶ୍ରୀ ଚେନ୍ କହିଛନ୍ତି ଯେ ଭାରତୀୟ ଏବଂ ତାଇୱାନ୍…

Read More

ଭୁବନେଶ୍ଵର: ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (ଏଆଇଏସଏସଇଇ) ୨୦୨୩ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ୨୧ ଅକ୍ଟୋବର, ୨୦୨୨ ଠାରୁ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ https://aissee.nta.nic.in ୱେବସାଇଟରେ ଏଆଇଏସଏସଇଇ ୨୦୨୩ ପାଇଁ ଆବେଦନ କରିପାରିବେ। ଅନଲାଇନରେ ଆବେଦନ କରାଯାଇନଥିଲେ ଆବେଦନ ପତ୍ରକୁ ଗ୍ରହଣ କରାଯିବ ନାହିଁ। ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ନିମନ୍ତେ ୩୦ ନଭେମ୍ବର ୨୦୨୨ ଅପରାହ୍ଣ ୫ଟା ସୁଦ୍ଧା ଆବେଦନ କରିପାରିବେ । ଚଳିତ ବର୍ଷ ଭୁବନେଶ୍ବର ସୈନିକ ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାମଲେଖା ଲାଗି ଉଭୟ ଝିଅ ଓ ପୁଅ ପ୍ରବେଶିକା ପରୀକ୍ଷା ଦେବାକୁ ଆବେଦନ କରିପାରିବେ। ପୁଅଙ୍କ ପାଇଁ ୧୦୩ ଏବଂ ଝିଅଙ୍କ ପାଇଁ ୧୨ଟି ଆସନରେ ନାମ ଲେଖାଯିବ। ୨୦୨୩-୨୪ ଶିକ୍ଷା ବର୍ଷରେ ଷଷ୍ଠ ଶ୍ରେଣୀରେ ନାମ ଲେଖା ନିମନ୍ତେ ଛାତ୍ରଛାତ୍ରୀଙ୍କ ବୟସ ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ୧୦ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ୮ ଜାନୁଆରୀ ୨୦୨୩, ରବିବାର ଦିନ…

Read More

ଭୁବନେଶ୍ୱର: ସୂର୍ଯ୍ୟ ପରାଗ ସମୟରେ ଭୁବନେଶ୍ୱରର କିଛି ଲୋକ ଏକ କମ୍ୟୁନିଟି ଭୋଜିରେ ବିରିୟାନୀ ପରିବେଷଣ ଘଟଣାରେ ଓଡିଶାର ସାଧୁ ତଥା ଧାର୍ମିକ ନେତାମାନେ କ୍ରୋଧ ପ୍ରକାଶ କରିଛନ୍ତି। ନିଜକୁ ହେତୁବାଦୀ ବୋଲି ଦାବି କରୁଥିବା ଏକ ଗୋଷ୍ଠୀ ଦ୍ୱାରା ‘ଅନ୍ଧ ବିଶ୍ୱାସ’ ଭାଙ୍ଗିବା ପାଇଁ ଏହି ଭୋଜିର ଆୟୋଜନ କରାଯାଇଥିଲା। ତେବେ କେତେକ ଧାର୍ମିକ ସଂଗଠନ ପୁରୀ ଏବଂ କଟକସ୍ଥିତ ବିଭିନ୍ନ ପୋଲିସ୍ ଷ୍ଟେସନରେ ହେତୁବାଦୀଙ୍କ ବିରୋଧରେ ଅତି କମରେ ଚାରିଟି ଏଫ୍ଆଇଆର୍ ଦାଖଲ କରିଛନ୍ତି। ପୁରୀର ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି ଯେ, ‘ସେମାନେ ଅଜ୍ଞ। ତାଙ୍କର କାର୍ଯ୍ୟ ସନାତନ ଧର୍ମର ମୌଳିକ ନୀତି ବିରୁଦ୍ଧ ଅଟେ। ଚନ୍ଦ୍ରଗ୍ରହଣ ସମୟରେ ସେହି ଲୋକମାନେ ଖାଇଥିବା ଖାଦ୍ୟ ସେମାନଙ୍କ ଜୀବନର ଅଭିଶାପ ହୋଇପାରେ। ସାଧୁ କହିଛନ୍ତି ଯେ, ‘ଭାରତୀୟଙ୍କ ଦର୍ଶନ, ବିଜ୍ଞାନ ଏବଂ ସାମାଜିକ ଆଚରଣ ଆଧାରରେ ନିୟମ ଏବଂ ପରମ୍ପରା ପ୍ରସ୍ତୁତ କରାଯାଇଛି। କେଉଁ ସମୟରେ ଖାଇବା…

Read More

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରାରେ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କର ଫଟୋ ରଖିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦାବି କରିଛନ୍ତି। ସେ ପତ୍ର ଲେଖି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି। କିନ୍ତୁ ଏହାକୁ ନେଇ ଅଯୋଧ୍ୟା ସାଧୁମାନଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି ଆସିଛି। କେତେକ ସାଧୁ କହିଛନ୍ତି ଯେ, ଏହା ଏକ ଭଲ ଚିନ୍ତାଧାରା ଏବଂ ଗୋଟିଏ ପଟେ ଶ୍ରୀ ରାମଙ୍କ ଚିତ୍ର ଏବଂ ଅନ୍ୟ ପଟେ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ଫଟୋ ଭାରତୀୟ ମୁଦ୍ରାରେ ରହିବା ଉଚିତ୍। ଅନ୍ୟପକ୍ଷରେ, କେଜ୍ରିୱାଲଙ୍କ ମତକୁ ବିରୋଧ କରୁଥିବା ସାଧୁଙ୍କ ସଂଖ୍ୟା ଅଧିକ, ସେମାନେ ଯୁକ୍ତି କରନ୍ତି ଯେ ରାଜନୀତିରେ ଦେବତା ଏବଂ ଦେବୀଙ୍କୁ ବ୍ୟବହାର କରାଯିବା ଉଚିତ ନୁହେଁ, କିମ୍ବା ଭଗବାନଙ୍କୁ ବିଜ୍ଞାପନର ମାଧ୍ୟମ କରାଯିବା ଉଚିତ ନୁହେଁ। ଉଲ୍ଲେଖନୀୟ କଥା ହେଉଛି, ଅରବିନ୍ଦ କେଜ୍ରିୱାଲ ବୁଧବାର କହିଥିଲେ ଯେ ଭଗବାନ ଗଣେଶ ଏବଂ ଲକ୍ଷ୍ମୀଙ୍କ ଫଟୋ ନୋଟରେ…

Read More

ଭୁବନେଶ୍ଵର: ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆରଡବ୍ଲୁଏସଏସ ଅତିରିକ୍ତ  ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆରଡବ୍ଲୁଏସଏସ ଅଫିସ ସମେତ ମୋଟ ୬ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଭୁବନେଶ୍ଵର, ସମ୍ବଲପୁର, ବରଗଡ, ଖୋର୍ଦ୍ଧାର ଅନେକ ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି। ତେବେ ଏହି ଚଢାଉରେ ୫ ଜଣ ଡିଏସପି, ୧୨ ଜଣ ଇନିସପେକ୍ଟର ସାମିଲ ଅଛନ୍ତି।

Read More

ନୂଆଦିଲ୍ଲୀ: ପୂର୍ବତନ ଭେଟେରାନ ଅମ୍ପାୟାର ସାଇମୋନ ଟଫେଲ, ଯିଏକି ୫ ଥର ଆଇସିସି ଅମ୍ପାୟାର ଅଫ୍ ଦି ଇୟର ଭାବରେ ନିର୍ବାଚିତ ହୋଇଥିଲେ, ସେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଚାଲିଥିବା ‘ଫ୍ରି ହିଟ୍’ ବିବାଦ ଉପରେ ନିଜର ମନ୍ତବ୍ୟ ରଖିଛନ୍ତି। ବାସ୍ତବରେ ମ୍ୟାଚ୍ ସମୟରେ ବିରାଟ କୋହଲି ଏକ ଫ୍ରି ହିଟ୍ ବଲରେ ବୋଲ୍ଡ ଆଉଟ ହୋଇଯାଇଥିଲେ ଏବଂ ୩ ରନ୍ ସଂଗ୍ରହ କରିନେଇଥିଲେ। ଏହା ପରେ ଅମ୍ପାୟାର ଭାରତକୁ ୩ ରନ୍ ଦେଇଥିଲେ। ଯାହା ପରେ ପାକିସ୍ତାନ ଏହାକୁ ନେଇ ଅନେକ ବିରୋଧ କରିଥିଲା। ବର୍ତ୍ତମାନ ପୂର୍ବତନ ଭେଟେରାନ ଅମ୍ପାୟର ସାଇମୋନ ଟଫେଲ ଏ ବିଷୟରେ ନିଜର ମତ ଦେଇଛନ୍ତି ଏବଂ ଆଇସିସି ନିୟମ ଅନୁଯାୟୀ ଅମ୍ପାୟାର ବାଇ ରନ ଦେଇଥିବା କହିଛନ୍ତି। ସାଇମନ୍ ଟଫେଲ ନିଜର ମତ ଦେଇ ଲେଖିଛନ୍ତି ଯେ, ‘ପୁରା ବିବାଦ ପରେ ଅନେକ ଲୋକ ତାଙ୍କୁ ମେସେଜ କରିଥିଲେ। ଏହା ସହିତ, ମେସେଜିଂ…

Read More

ଭୁବନେଶ୍ବର: ଓଡିଶାରେ ବର୍ତ୍ତମାନ ଶୀତର ପ୍ରକୋପ ଆରମ୍ଭ ହୋଇଗଲାଣି।ଗତ କିଛି ମାସ ଧରି ରାଜ୍ୟରେ ବର୍ଷା ଆଉ ବାତ୍ୟା ପରେ ଏବେ ଶାନ୍ତ ପଡିବାକୁ ଯାଉଛି ପରିବେଶ। ସେଥିପାଇଁ ରାଜ୍ୟର ରାତିର ତାପମାତ୍ରା ଏବେ ହ୍ରାସ ପାଇବାରେ ଲାଗିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଗତକାଲି ୨୩ସହରର ରାତ୍ରି ତାପମାତ୍ରା ୨୦ଡ଼ିଗ୍ରୀ ତଳେ ରେକର୍ଡ କରାଯାଇଛି। ସେଗୁଡିକ ମଧ୍ୟରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ରେ ୧୨.୪ ଡ଼ିଗ୍ରୀ ଏବଂ ସିମିଲିଗୁଡା କୋରାପୁଟ ଠାରେ ୧୨.୯ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଦାରିଙ୍ଗବାଡି ୧୩.୫ ଡ଼ିଗ୍ରୀ, କୋରାପୁଟ ୧୪.୫ ଡ଼ିଗ୍ରୀ, ଛତ୍ରପୁର, ସୋନପୁର, ବୌଦ୍ଧ, ଫୁଲବାଣୀ ଠାରେ ରାତ୍ରି ତାପମାତ୍ରା ୧୫ଡ଼ିଗ୍ରୀ ରେକର୍ଡ କରାଯାଇଛି।

Read More

ଭୁବନେଶ୍ବର: ଏଥର ଦୀପାବଳିରେ ଯେପରି ସୂର୍ଯ୍ୟ ପରାଗ ଲାଗିଥିଲା, ଠିକ ସେହିପରି କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଏଥର ଚନ୍ଦ୍ର ଗ୍ରହଣ ଲାଗୁଛି। ଫଳରେ ଏଥର କାର୍ତ୍ତିକ ପୂର୍ଣ୍ଣିମାର ପୂଜାପାଠ ଏବଂ ଡଙ୍ଗା ଭସାକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି। ହେଲେ ଏହି ପବିତ୍ର ଦିନରେ ଗ୍ରହଣ ଲାଗୁଥିବାରୁ ଏହାର ପୂଜାପାଠ ତା ପୂର୍ବଦିନ ଭୋର ୫ ଟା ପୂର୍ବରୁ କରିବା ପାଇଁ କୁହାଯାଇଛି। ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବର ୮ ତାରିଖ ମଙ୍ଗଳବାରରେ ପଡୁଛି। ସେହିଦିନ ମଧ୍ୟ ଚନ୍ଦ୍ର ଗ୍ରହଣ ସଂଗଠିତ ହେଉଛି। ପଞ୍ଜିକା ଅନୁସାରେ ମଙ୍ଗଳବାର ଦିନ ଚନ୍ଦ୍ର ଗ୍ରହଣ ୨ ଟା ୩୯ ମିନିଟ ୧୪ ସେକେଣ୍ଡରେ ଲାଗୁଛି। ସେହିପରି ଏହି ଗ୍ରହଣ ୬ ଟା ୧୯ ମିନିଟ ୪ ସେକେଣ୍ଡରେ ସର୍ବମୋକ୍ଷ ହେବ ବା ଗ୍ରହଣ ଶେଷ ହେବ। ଶାସ୍ତ୍ର ଅନୁସାରେ ଚନ୍ଦ୍ର ଗ୍ରହଣର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ କରାଯାଇଥାଏ। ସେହି ହିସାବରେ ଦେଖିବାକୁ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନାରେ ୨ ହଜାର ୨୦୮ ଲୋକ ସଂକ୍ରମଣ ହୋଇଛନ୍ତି। ଯାହା ପରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୬ ଲକ୍ଷ ୪୯ ହଜାର ୮୮ କୁ ବୃଦ୍ଧି ପାଇଛି। ଏଥି ସହିତ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୧ ହଜାର ୬୦୭ ରୁ ୧୯ ହଜାର ୩୯୮ କୁ ହ୍ରାସ ପାଇଛି। ତଥ୍ୟ ଅନୁଯାୟୀ, ଭାରତରେ ସଂକ୍ରମଣ ହେତୁ ଆହୁରି ୧୨ ଜଣଙ୍କ ମୃତ୍ୟୁ ହେତୁ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୯୯୯କୁ ବୃଦ୍ଧି ପାଇଛି।

Read More

ଭୁବନେଶ୍ଵର: ଜୀ ସାର୍ଥକର ସାରେଗାମାପାରେ ଆଗକୁ ହେବାକୁ ଯାଉଛି ଆହୁରି ରୋମାଞ୍ଚକର ପ୍ରଦର୍ଶନ, କାରଣ ଆଗକୁ ହବାକୁ ଯାଉଛି ଏଲିମିନେଶନ, ତାପରେ ଆସିବେ ନୂଆ ଚ୍ୟାଲେଞ୍ଜର ଦେବାକୁ କଡା ଟକ୍କର। ଆଉ ସଂଗୀତର ଏହି ମହାମଞ୍ଚରେ ହେବ ମହା ମୁକାବିଲା। ସାରେଗାମାପାରେ ଏଥର ଦର୍ଶକ ଦେଖିପାରିବେ ପ୍ରତିଭାମାନଙ୍କର ଧମାକାଦାର ପରିବେଷଣ। ରକ ଷ୍ଟାର – ସାଇ ପ୍ରଜ୍ଞା, ରୋମାଣ୍ଟିକ ସ୍ପେସିଆଲିଷ୍ଟ – ସୌଜନ୍ୟା ଏବଂ ରଶ୍ମୀରେଖା – ଅଭିସଂଗୀତାଙ୍କ ଭଳି ମା-ଝିଅ ଯୋଡ଼ି ସେମି -କ୍ଲାସିକାଲ ଗୀତ ଗାଇ ନିଜର ସ୍ବପ୍ନକୁ ପୂରଣ କରି ପାରିବେ କି ସ୍ୱରର ମହାମଞ୍ଚ ସାରେଗାମାପାରେ। ହବାକୁ ଅଛି ଏଲିମିନେସନ୍ ସରିଛି। ଆସିବେ ନୂଆ ପ୍ରତିଭା। ସୋ’ରେ ଆସିଛି ନୂଆ ଟୁଇଷ୍ଟ,ନୂଆ ପ୍ରଦର୍ଶନ। ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନଙ୍କୁ ମିଳିଛି ଭରପୁର ସୁଯୋଗ। ଏବେ ଆଗାମୀ ଏପିଶୋଡ ମାନଙ୍କରେ ଏହା ଦେଖିବାକୁ ମିଳିବ। ପୂର୍ବରୁ ଏହି ସାରେଗାମାପା ମଞ୍ଚ ମାଧ୍ୟମରେ ଅନେକ…

Read More

Elon Mask Twitter: ବହୁ ବାଦବିବାଦ ପରେ ବର୍ତ୍ତମାନ ଟୁଇଟରକୁ ଅଧିଗ୍ରହଣ କରିଛନ୍ତି ବିଶ୍ବର ଧନୀ ବ୍ୟକ୍ତି ଏଲନ ମସ୍କ। କୋର୍ଟ ପକ୍ରିୟାରେ ଛନ୍ଦି ହେବା ପରେ ସେ ଏହି ଅଧିଗ୍ରହଣ କରିଛନ୍ତି। ତେବେ ସେ ତୁରନ୍ତ ଏହି କଂପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସହିତ ଆଉ ଦୁଇ ଅଧିକାରୀଙ୍କ ଚାକିରୀରୁ ବହିସ୍କାର କରିଛନ୍ତି। ଏହି ବହିସ୍କାରରେ ଏଲନ ଉଲ୍ଲେଖ କରିଛନ୍ତି ଯେ, ଏମାନେ ଟୁଇଟର ଫେକ ଆକାଉଣ୍ଟ ସଂପର୍କରେ ସଠିକ ତଥ୍ୟ ପ୍ରଦାନ କରି ନାହାଁନ୍ତି। ଏମାନେ ଟୁଇଟ ବ୍ୟବହାରକାରୀ ଏବଂ ଅଂଶୀଦାରଙ୍କୁ ଠକୁଛନ୍ତି। ସେଥିପାଇଁ ବହିସ୍କାର କରାଯାଇଛି। ତେବେ ସେ ଟୁଇଟର ଅଧିଗ୍ରହଣ କରିବା ପରେ ଏଲନ ତାଙ୍କ ଟୁଇଟର ଆକାଉଣ୍ଟରେ ‘ ଚିଫ୍ ଟୁଇଟ’ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଏଲନଙ୍କ ଏକ ଟୁଇଟ ବର୍ତ୍ତମାନ ଟ୍ରେଣ୍ଡିଂ ହେବାରେ ଲାଗିଛି। ତାହା ହେଲା ଯେ ଏଲନ ଟୁଇଟ କରି ଲେଖିଛନ୍ତି ଯେ,’ the bird is freed’…

Read More