ଭୁବନେଶ୍ୱର: ଓଡ଼ିଶା ବର୍ତ୍ତମାନ କ୍ରୀଡ଼ା କ୍ଷେତ୍ରରେ ବହୁ ଆଗରେ। ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ପ୍ରତି ଥିବା ଭଲପାଇବା ଯୋଗୁଁ ଆଜି ଓଡ଼ିଶା ସମଗ୍ର ଦେଶରେ ଏକ କ୍ରୀଡ଼ା ହବ୍ର ମାନ୍ୟତା ପାଇଛି। କରୋନା କାଳରେ ଇଭେଣ୍ଟଗୁଡ଼ିକ ବିନା ଦର୍ଶକରେ ଅନୁଷ୍ଠିତ ହେଉଥିଲା। କିନ୍ତୁ ଏବେ ଏହି କଟକଣା ଉଠିବା ଯୋଗୁଁ ଚଳିତ ଅକ୍ଟୋବର ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଫିଫା ୧୭ ବର୍ଷରୁ କମ ମହିଳା ଫୁଟବଲ୍ ବିଶ୍ୱକପ୍ରେ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖାଦେଇଛି । ଏଥିରୁ ପ୍ରମାଣିତ ହୁଏ ଯେ ଓଡ଼ିଶାବାସୀଙ୍କ ମଧ୍ୟରେ କ୍ରୀଡ଼ାପ୍ରତି ଥିବା ଭଲ ପାଇବା କମି ନାହିଁ। ଗୋଆଠାରେ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେଉଥିବା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ୍ର କ୍ୱାଟର ଫାଇନାଲ ମ୍ୟାଚ୍ ପାଇଁ ଗୋଆ କ୍ରୀଡ଼ା ବିଭାଗର ନିମନ୍ତ୍ରଣ କ୍ରମେ ରାଜ୍ୟ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ତଥା ଗୃହ (ରାଷ୍ଟ୍ର) ମନ୍ତ୍ରୀ ଶ୍ରୀ…
Author: Samikhsya Bureau
ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିିସି) ପକ୍ଷରୁ ଓଡ଼ିଶା ଐତିହ୍ୟ ପଦଯାତ୍ରା (ଓଡ଼ିଶା ୱାକ୍ସ) କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ପୁରାତନ ଐତିହ୍ୟ ପୀଠ ସହିତ ସଂପର୍କ ଯୋଡ଼ିବାର ଏହି କାର୍ଯ୍ୟକ୍ରମ ପ୍ରତି ସପ୍ତାହରେ ଶୁକ୍ରବାରଠାରୁ ରବିବାର ତିନିଦିନ ଧରି ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜି ଭୁବନେଶ୍ୱର ପର୍ଶୁରାମେଶ୍ୱର ମନ୍ଦିରଠାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଓଟିଡ଼ିସିର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଥିଲେ। ଖ୍ୟାତନାମା ଓଡ଼ିଆ ସେଲିବ୍ରିଟି ର୍ୟାପର୍ ସମୀର ରିଶୁ ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଓଟିଡ଼ିସି ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି କହିଲେ ଯେ, ଏହି ଯାତ୍ରା ଓଡ଼ିଶାର କଳା,ସଂସ୍କୃତି, ଉଚ୍ଚ ପରମ୍ପରା ଆଦିକୁ ଉଜ୍ଜୀବିତ କରିବା ପାଇଁ ଉଦ୍ଦିଷ୍ଟ। ଆମ ରାଜଧାନୀରେ ପ୍ରସିଦ୍ଧ ସ୍ଥାପତ୍ୟ ବହନ କରୁଥିବା ମୁକ୍ତେଶ୍ୱର ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ…
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୩ ତାରିଖରେ ୪୬-ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ଭୋଟରଙ୍କ ପରିଚୟ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଭୋଟର ଫଟୋ ପରିଚୟପତ୍ର (ଇପିଆଇସି) ବ୍ୟତୀତ ଅନ୍ୟ କେତେଗୁଡ଼ିଏ ବିକଳ୍ପ ପରିଚୟପତ୍ର ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି । ମତଦାନ ବେଳେ ଯଦି କୌଣସି ଭୋଟରଙ୍କ ନିକଟରେ ଭୋଟର ଫଟୋ ପରିଚୟପତ୍ର ନଥିବା ତାହେଲେ ସେମାନେ ଅନ୍ୟ ବିକଳ୍ପ ପରିଚୟପତ୍ରକୁ ବ୍ୟବହାର କରି ମତଦାନ କରିପାରିବେ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ବିକଳ୍ପ ପରିଚୟପତ୍ର ଗୁଡ଼ିକ ହେଉଛି ୧) ଆଧାର କାର୍ଡ, ୨) ଏମ୍ଏନ୍ଆର୍ଇଜିଏ ଜବ୍ କାର୍ଡ, ୩) ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସର ଫଟୋ ଲାଗିଥିବା ପାସ୍ବୁକ୍, ୪) ସ୍ୱାସ୍ଥ୍ୟବୀମା ସ୍ମାର୍ଟ କାର୍ଡ, ୫) ଡ୍ରାଇଭିଂ ଲାଇସେନ୍ସ, ୬) ପ୍ୟାନ୍ କାର୍ଡ, ୭) ପାସ୍ପୋର୍ଟ, ୮) ଫଟୋ ଲାଗିଥିବା ପେନ୍ସନ୍ ବୁକ୍, ୯) ରାଜ୍ୟ ବା କେନ୍ଦ୍ର ସରକାରଙ୍କ ପ୍ରଦତ୍ତ…
ଭୁବନେଶ୍ୱର: ଧର୍ମେନ୍ଦ୍ର ସାହୁ ମୃତ୍ୟୁର ଅଭିଯୁକ୍ତ ମନ୍ତ୍ରୀ ସମୀର ଦାଶ ଓ ଅର୍ଚ୍ଚନା ନାଗ ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ପୋଲିସ କମିଶନରେଟ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଆରମ୍ଭ କରିଛି। ଏଥିରେ ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ପୁରୀ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭଞ୍ଜନ ମହାପାତ୍ର ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ । ଆସନ୍ତା ୪୮ ଘଂଟା ମଧ୍ୟରେ ଅର୍ଚ୍ଚନା ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ତାଲିକା ଏବଂ ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଜେରା କରାନଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି…
ଭୁବନେଶ୍ୱର: ଓଡ଼ିଆ ସିନେମାକୁ ଓଡ଼ିଶାରେ ହଲ୍ ମିଳୁନି। ୨୦୦୮ ମସିହାରୁ ମିଳୁନି ସବ୍ସିଡି ସୁବିଧା। ଫାଇଲ୍ ଭିତରେ ପଡ଼ିଛି ଓଡ଼ିଆ ସିନେମା ନୀତି। ଏଭଳି ସ୍ଥିତିରେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ। ଏସବୁ ସମସ୍ୟାର ସମାଧାନ ସହ ଓଡ଼ିଆ ସିନେମାକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ଲାଗି ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା। ସନ୍ଧ୍ୟାରେ ‘ ଓଡ଼ିଆ ସିନେମା ବଞ୍ଚାଅ-ଆସ ଓଡ଼ିଆ ସିନେମାକୁ ଆଗେଇ ନେବା’ ସ୍ଲୋଗାନ ଦେଇ ସ୍ଥାନୀୟ ଜୟଦେବ ଭବନରୁ ରାଜଭବନ ଯାଏଁ ଏକ ପଦଯାତ୍ରା ଯାଇଥିଲା। ଶେଷରେ ରାଜଭବନ ଛକରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ ପଦଯାତ୍ରାରେ ଯାଇଥିବା ପ୍ରଯୋଜକ, ନିର୍ଦ୍ଦେଶକ ନିଜ ଦାବି ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା, ସଞ୍ଜୟ ପାତ୍ର, ନିର୍ଦ୍ଦେଶକ ସରୋଜ ମହାପାତ୍ର, ବାଵୁ ବାବୁ, ଓଲିଉଡ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଯୋଗ…
ଭୁବନେଶ୍ୱର: ସମସ୍ତଙ୍କ ପାଖରେ ୫ଜି ପହଂଚାଇବା ଲାଗି ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥଳ, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ୍, କମର୍ସିଆଲ୍ ହବ୍ ଭଳି ଅଧିକ ଭିଡ଼ ରହୁଥିବା ସ୍ଥାନରେ ଜିଓ ଟ୍ରୁ-୫ଜି ପାୱାରଡ୍ ୱାଇ-ଫାଇ ସେବାର ଶୁଭାରମ୍ଭ କରାଯାଇଥିବା ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍ (ଜିଓ) ପକ୍ଷରୁ ଘୋଷଣା କରାଯାଇଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ନିକଟରେ ଶୁଭାରମ୍ଭ କରାଯାଇଥିବା ଜିଓ ଟ୍ରୁ-୫ଜି ସେବା ଏବଂ ଜିଓ ୱେଲ୍କମ ଅଫର ସହ ଏହି ସେବାକୁ ଯୋଡ଼ାଯାଇଛି। ଅଧିକରୁ ଅଧିକ ସହରରେ ଏହି ସେବା ପହଂଚାଇବା ଏବଂ ଟ୍ରୁ-୫ଜି ଲାଗି ପ୍ରସ୍ତୁତ ହାଣ୍ଡସେଟ୍ ଉପଲବ୍ଧତା ବଢ଼ାଇବା ଲାଗି ଜିଓ ଟିମ୍ ଅବିରତ କାର୍ଯ୍ୟ କରୁଛନ୍ତି। ଏକ ଶୁଭ ଆରମ୍ଭ ସ୍ୱରୂପ, ଜିଓ ଟ୍ରୁ-୫ଜି ସେବା ସହିତ ରାଜସ୍ଥାନର ନାଥଦ୍ୱାରାରେ ଜିଓ ପକ୍ଷରୁ ଆଜି ଜିଓ ଟ୍ରୁ-୫ଜି ପାୱାରଡ୍ ୱାଇ-ଫାଇ ସେବା ଆରମ୍ଭ କରାଯାଇଛି। ଜିଓ ୱେଲକମ୍ ଅଫର ଅବଧିରେ ଜିଓର ଗ୍ରାହକମାନେ ବିନା…
ଭୁବନେଶ୍ୱର: ବହୁଦିନଧରି ଓଡ଼ିଶା ମାଟିରେ ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀମାନେ ଅଧା ଦରମାରେ ଗୋତି ଶ୍ରମିକ ଭାବରେ ସରକାରଙ୍କ ଗଣଶିକ୍ଷା ବିଭାଗରେ କର୍ଯ୍ୟ କରି ଆସୁଥିଲେ। ଚୁକ୍ତିଭିତ୍ତିକ ପ୍ରଥାକୁ ବିରୋଧ କରି ସଙ୍ଘ ବହୁବାର ଆନ୍ଦୋଳନ କରିଥିଲା। ଗତ ମାସ ୧୧ ତାରିଖରେ ୩୦ ହଜାରରୁ ଊର୍ଦ୍ଧ୍ଵ ଶିକ୍ଷକ ଓ କର୍ମଚାରୀ ଗାନ୍ଧି ମାର୍ଗରେ ମହା ଆନ୍ଦୋଳନ କରିଥିଲେ, ଫଳସୁରୂପ ଚୁକ୍ତିଭିତ୍ତିକ ପଦବୀକୁ ମୁଖ୍ୟମନ୍ତ୍ରୀ ଉଚ୍ଛେଦ କରି ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ ପାଇଁ ଘୋଷଣା କରିଥିଲେ। ଏହି ମହାନ ନିଷ୍ପତ୍ତି ପାଇଁ ହଜାର ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କିନ୍ତୁ ଗଣଶିକ୍ଷା ବିଭାଗ ନିୟମକୁ କାର୍ଯକାରୀ ନ କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରିବା ପାଇଁ ଏ ଯାଏଁ ନିଷ୍ପତ୍ତି ନେଉନାହାନ୍ତି। ଚୁକ୍ତିଭିତ୍ତିକ ଉଚ୍ଛେଦ ଆଇନ୍ ଟି ଆଜି ଯାଏ ଗଣଶିକ୍ଷା ବିଭାଗ କିମ୍ୱା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ…
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅବପାତ ରୂପ ନେଇଛି। ଏହାପରେ ଗଭୀର ଅବପାତ ଏବଂ ପରେ ବାତ୍ୟା ରୂପ ନେବ। ପାଣିପାଗ ବିଭାଗ ଅନୁସାରେ ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏହି ଅବପାତ ସୃଷ୍ଟି ହୋଇଛି। ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତାକାଲି ଏହି ଗଭୀର ଅବପାତକୁ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏହାପରେ ଏହି ଅବପାତ ବାତ୍ୟାକୁ ପରିବର୍ତ୍ତନ ହେବ। ଯାହାର ନାମ ରହିଛି ସିତ୍ରାଙ୍ଗ। ଏହି ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ ପରିପ୍ରେକ୍ଷୀରେ ସୁରକ୍ଷା ଦୃଷ୍ଟିରୁ ଅକ୍ଟୋବର ୨୨ ତାରିଖରୁ ଅକେଫାବର ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଏବଂ ଚିଲିକାକୁ ଡଙ୍ଗାନେଇ ମାଛ ଧରିବାକୁ ଯିବା ପାଇଁ ନିଷେଧ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ ଓଡ଼ିଶା ମାରାଇନ୍ ଫିସ୍ ରେଗୁଲେସନ୍ ଆକଫ ୧୯୮୨ ଅନୁଯାୟୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ – ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି। ଏହି ସମାରୋହରେ ଆଜି ୭୫,୦୦୦ ନୂତନ ଭାବେ ନିଯୁକ୍ତ ବ୍ୟକ୍ତି ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରା ଯାଇଥିଲା। ନିଯୁକ୍ତି ପାଇଥିବା ଲୋକ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଧନତେରାସ୍ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ। ସେ କହିଥିଲେ ଯେ, “ଆଜି ହେଉଛି ସେହି ଦିନ, ଯାହା ରୋଜଗାର ମେଳା ରୂପରେ ଗତ ୮ ବର୍ଷ ଧରି ଦେଶରେ ରୋଜଗାର ଏବଂ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ଚାଲିଥିବା ଅଭିଯାନ ଗୁଡିକରେ ଏକ ନୂତନ ଅଧ୍ୟାୟ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ ସ୍ୱାଧୀନତାର ୭୫ ବର୍ଷକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ ଅଧୀନରେ ୭୫,୦୦୦ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।…
ଭୁବନେଶ୍ୱର: ଆସନ୍ତା 25ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ତଦନୁଯାୟୀ ଅକ୍ଟୋବର 25 ତାରିଖ ମଂଗଳ ବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ,ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ ଆର୍ଥିକ ସଂସ୍ଥା ବନ୍ଦ ରହିବ। ମଙ୍ଗଳବାର ଛୁଟି ଘୋଷଣା ପରେ ବର୍ତ୍ତମାନ ଲଗାତର 4 ଦିନ ଛୁଟି ଲାଗି ରହିଲା। କାରଣ ଆଜି ହେଉଛି 4ର୍ଥ ଶନିବାର ଛୁଟି, ଆସନ୍ତାକାଲି ରବିବାର, ସୋମବାରରେ ଦୀପାବଳି ଏବଂ ମଙ୍ଗଳବାରରେ ସୂର୍ଯ୍ୟ ପରାଗ ଛୁଟି।
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଆସନ୍ତାକାଲି ଭାରତ ଏବଂ ପାକିସ୍ଥାନ ମୁହାଁମୁହିଁ ହେବେ। ପ୍ରଶଂସକମାନେ ଏହି ମ୍ୟାଚକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି। ଟି-୨୦ ବିଶ୍ୱକପରେ ଖେଳାଯିବାକୁ ଥିବା ଏହା ୧୬ ତମ ମ୍ୟାଚ୍ ହେବ। ଏହି ବଡ ମ୍ୟାଚ୍ ମାଧ୍ୟମରେ ଉଭୟ ଦଳ ଟି-୨୦ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବେ। ଏହାପୂର୍ବରୁ ୨୦୨୧ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଦଳକୁ ୧୦ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଗତ ଥର ୟୁଏଇରେ ଟି-୨୦ ବିଶ୍ୱକପ ଖେଳାଯାଇଥିଲା। ଏଥି ସହିତ, ଏଥର ଅଷ୍ଟ୍ରେଲିଆରେ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ଆସନ୍ତୁ ଜାଣିବା କେଉଁଠାରେ ଏବଂ କିପରି ଆପଣ ଏହି ମ୍ୟାଚ୍ ଦେଖିବାକୁ ସମର୍ଥ ହେବେ ଯାହା ପ୍ରଶଂସକମାନଙ୍କୁ ମାଗଣାରେ ଦେଖିବାକୁ ସୁଯୋଗ ମିଳିବ। ମ୍ୟାଚ୍ କେବେ ଏବଂ କେଉଁଠାରେ ହେବ?: ଏହି ମ୍ୟାଚ୍ ଆସନ୍ତାକାଲି ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା…
ନୂଆଦିଲ୍ଲୀ: ଆୟୋଜକ ଅଷ୍ଟ୍ରେଲିଆ ଆଇସିସି ଟି-୨୦ ବିଶ୍ୱକପରେ ବହୁତ ନୈରାଶ୍ୟ ଢଙ୍ଗରେ ଖେଳ ଆରମ୍ଭ କରିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କଙ୍ଗାରୁ ଦଳ ୮୯ ରନ ବ୍ୟବଧାନରେ ପରାଜୟ ବରଣ କରିଛି। ପ୍ରଥମେ ବ୍ୟାଟିଂ କରି କିୱି ଦଳ ଡିଭନ୍ କନୱେଙ୍କ ଅପରାଜିତ ୯୨ ରନର ଇନିଂସରେ ୩ ୱିକେଟ୍ ହରାଇ ୨୦୦ ରନ୍ ସଂଗ୍ରହ କରିଥିଲେ। ନ୍ୟୁଜିଲ୍ୟାଣ୍ଡର ମାରାତ୍ମକ ବୋଲିଂ ସାମ୍ନାରେ ଅଷ୍ଟ୍ରେଲିଆ ଦଳ ମାତ୍ର ୧୧୧ ରନ୍ ରେ ଅଟକିଯାଇଥିଲା।
ଭୁବନେଶ୍ୱର: ଆସନ୍ତା ୨୫ ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ତଦନୁଯାୟୀ ଅକ୍ଟୋବର ୨୫ ତାରିଖ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ, ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ ବ୍ୟଙ୍କିଙ୍ଗ ଅନୁଷ୍ଠାନ ବନ୍ଦ ରହିବ।
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଟି-୨୦ ବିଶ୍ୱକପ ମ୍ୟାଚକୁ ନେଇ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ବିସିସିଆଇକୁ ପ୍ରଶ୍ନ କରିଛନ୍ତି। ଓୱାଇସି କହିଛନ୍ତି ଯେ, ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପାକିସ୍ତାନ ସହ କ୍ରିକେଟ୍ ମ୍ୟାଚ୍ ଖେଳୁଛି କାହିଁକି? ସେଠାରେ ଭାରତୀୟ ଦଳକୁ ଖେଳିବାର ନଥିଲା। ଭାରତ ଅପେକ୍ଷା ପାକିସ୍ତାନ ସହିତ କ୍ରିକେଟ୍ ମ୍ୟାଚ୍ ଅଧିକ ଗୁରୁତ୍ୱପୂର୍ଣ୍ଣ କି? ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବେ ନାହିଁ, ବରଂ ତାଙ୍କ ସହ ଅଷ୍ଟ୍ରେଲିଆରେ ଖେଳିବେ। ଇଏ କି ପ୍ରେମ। ଯଦି ତୁମେ ପାକିସ୍ତାନ ସହିତ ଖେଳୁ ନାହଁ? ତେବେ ଏହା ଟେଲିଭିଜନ ପାଇଁ ୨ ହଜାର କୋଟି କ୍ଷତି ତ ହେବ, ହେଲେ ଏହା ଭାରତଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କି? ଓୱାଇସି ଏକ କାର୍ଯ୍ୟକ୍ରମରେ ଜୟ ଶାହାଙ୍କ ବିବୃତ୍ତି ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେଉଥିଲେ ଯେଉଁଥିରେ ବିସିସିଆଇ ସଚିବ କହିଥିଲେ ଯେ, ଏସିଆ…
ଶିମଲା: ଆସନ୍ତା ମାସରେ ହିମାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଘର ଜିଲ୍ଲା ମଣ୍ଡିରେ ଟିକେଟ୍ ବଣ୍ଟନ ନେଇ ଅନେକ ବିଜେପି ନେତା ବିଦ୍ରୋହ କରିଛନ୍ତି। ଅନେକ ବିଜେପି ନେତା ଟିକେଟ୍ ନ ପାଇଲେ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଗୃହ ଜିଲ୍ଲାର ଭାରତୀୟ ଜନତା ପାର୍ଟିର ଅନେକ ନେତାଙ୍କ ମଧ୍ୟରେ ଏହି ଅସନ୍ତୋଷ ଦେଖିବାକୁ ମିଳିଛି। ନେତାଙ୍କ ଏହି ବିଦ୍ରୋହ ବିଧାନସଭା ନିର୍ବାଚନରେ ବିଜେପିକୁ କ୍ଷତି ପହଞ୍ଚାଇପାରେ, କାରଣ ଏହି ନେତାମାନେ ଦଳର ଭୋଟ୍ କାଟିବା ପାଇଁ କାର୍ଯ୍ୟ କରିବେ। ବିଜେପି ଏଥର ଚାରିଜଣ ବର୍ତ୍ତମାନର ବିଧାୟକଙ୍କୁ ଟିକେଟ ଦେଇନାହିଁ। ଜଳ ଶକ୍ତି ମନ୍ତ୍ରୀ ମହେନ୍ଦ୍ର ସିଂ ଠାକୁରଙ୍କ ବ୍ୟତୀତ ବିଧାୟକ ହିରା ଲାଲ (କରସୋଗ), ଜବାହର ଠାକୁର (ଦରଙ୍ଗ) ଏବଂ କର୍ଣ୍ଣେଲ ଇନ୍ଦର ସିଂ (ସରକାଘାଟ) ଙ୍କୁ ଟିକେଟ ଦିଆଯାଇ ନାହିଁ। ଜଳ ଶକ୍ତି…
ନୂଆଦିଲ୍ଲୀ: ଗୋଟିଏ ଦିନରେ ଦେଶରେ ୨ ହଜାର ୧୧୨ ଟି ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୪୬ ଲକ୍ଷ ୪୦ ହଜାର ୭୪୮କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୪ ହଜାର ୪୩ କୁ ହ୍ରାସ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଆଜି ସକାଳ ୮ ଟାରେ ପ୍ରକାଶିତ ଅପଡେଟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ଆଉ ଚାରି ଜଣଙ୍କର ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୯୫୭ କୁ ବୃଦ୍ଧି ପାଇଛି। ସେହିପରି ସଂକ୍ରମଣରୁ ଉଦ୍ଧାର ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୦ ଲକ୍ଷ ୮୭ ହଜାର ୭୪୮କୁ ବୃଦ୍ଧି ପାଇଛି।
ରେୱା: ମଧ୍ୟପ୍ରଦେଶର ରେୱା ନିକଟରେ ଜାତୀୟ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଯାତ୍ରୀମାନଙ୍କ ସୂଚନା ପାଇବା ପରେ ସୋହାଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଛି। ଗୁରୁତର ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ତ୍ଯୋନ୍ଥର ସିଭିଲ ହସ୍ପିଟାଲକୁ ନିଆଯାଇଛି। ପରେ ଗୁରୁତର ଆହତମାନଙ୍କୁ ରେୱାସ୍ଥିତ ସଞ୍ଜୟ ଗାନ୍ଧୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମଧ୍ୟପ୍ରଦେଶ-ଉତ୍ତରପ୍ରଦେଶ ସୀମାବର୍ତ୍ତୀ ସୁହାଗି ପର୍ବତ ନିକଟରେ ଜାତୀୟ ରାଜପଥ-୩୦ ରେ ଏହି ଦୁର୍ଘଟଣା ଘଟିଛି। ଦିୱାଲି ଛୁଟିଦିନ ପାଳନ କରିବାକୁ ସମସ୍ତ ଲୋକ ଉତ୍ତରପ୍ରଦେଶର ନିଜ ଘରକୁ ଯାଉଥିଲେ। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା, ଏକ ଟ୍ରେଲର ବସ୍ ଆଗରେ ଯାଉଥିଲା। ଟ୍ରେଲରଟି ଏକ ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା, ଯେଉଁ କାରଣରୁ ଟ୍ରକ ରାସ୍ତାରେ ଅଟକି ଯାଇଥିଲା, ଯେତେବେଳେ ପଛରୁ ଆସୁଥିବା…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ସ୍ଥାନୀୟ ଓସ୍ୱାନ୍ ହଲ ଠାରେ ଆୟୋଜିତ ଭର୍ଚୁଆଲ୍ କନଫରେନ୍ସ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ୫.୩୦ ମି ସମୟରେ ଭବାନୀପାଟଣା ସହର ସ୍ଥିତ ୨.୫ କୋଟି ଟଙ୍କା ରେ ନିର୍ମିତ ଟାଉନ ହଲ, ଜୁନାଗଡ ସ୍ଥିତ ୨.୫ କୋଟି ଟଙ୍କାରେ ନିର୍ମିତ ବିଜୁ ପଟ୍ଟନାୟକ କ୍ରୀଡ଼ାଙ୍ଗନର ଲୋକାର୍ପଣ ସହ ବିଶ୍ଵନାଥପୂର ଠାରେ ୩୯ ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ। ଓସ୍ଵନ୍ ହଲରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର, ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ସଂଯୁକ୍ତ ବେହେରା, ଜୁନାଗଡ ଏନ୍ ଏ ସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ତଥା ଧର୍ମଗଡ ଉପ ଜିଲ୍ଲାପାଳ…
ପୁରୀ: ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ ପୁରୀ ଗସ୍ତ କରିଛନ୍ତି। ସେ ପ୍ରଥମେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୃଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହିତ ତାଙ୍କର ଧର୍ମପତ୍ନୀ ତଥା ମିଶନ ଶକ୍ତିର ସଚିବ ସୁଜାତା କାର୍ତ୍ତିକେଆନ ମଧ୍ୟ ଶ୍ରୀଜୀୟୁଙ୍କୁ ଦର୍ଶନ କରିଛନ୍ତି। ଏହା ପରେ ପାଣ୍ଡିଆନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ତଦାରଖ କରିଥିଲେ। ଏଥିସହିତ ଶ୍ରୀମନ୍ଦିରର ଆଉ କଣ ଉନ୍ନୟନ କାର୍ଯ୍ୟ କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ।
ନୂଆଦିଲ୍ଲୀ: ଦୀପାବଳିର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୩ତାରିଖ ଦିନ ଉତ୍ତରପ୍ରଦେଶର ଅଯୋଧ୍ୟା ଗସ୍ତରେ ଯିବେ। ଅପରାହ୍ନ ପ୍ରାୟ ପାଞ୍ଚଟା ବେଳେ ପ୍ରଧାନମନ୍ତ୍ରୀ ବିରାଜମାନ ପ୍ରଭୁ ଶ୍ରୀରାମ ଲାଲାଙ୍କ ଦର୍ଶନ ଓ ପୂଜା କରିବା ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପରିସର ନିରୀକ୍ଷଣ କରିବେ। ପ୍ରାୟ ୫ଟା ୪୫ମିନିଟ୍ରେ ସେ ଭଗବାନ ଶ୍ରୀରାମଙ୍କ ପ୍ରତୀକାତ୍ମକ ରାଜ୍ୟାଭିଷେକ ସମ୍ପନ୍ନ କରିବେ। ସନ୍ଧ୍ୟା ସାଢେ ଛଅଟା ବେଳେ ପ୍ରଧାନମନ୍ତ୍ରୀ ସରଜୁ ନଦୀର ନୂତନ ଘାଟରେ ଆଳତୀ ଦର୍ଶନ କରିବା ପରେ ଭବ୍ୟ ଦୀପୋତ୍ସବ ସମାରୋହ ଶୁଭାରମ୍ଭ କରିବେ। ଚଳିତବର୍ଷ ଦୀପୋତ୍ସବର ଷଷ୍ଠ ସଂସ୍କରଣ ଆୟୋଜିତ ହେଉଥିବା ବେଳେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ସ୍ୱୟଂ ଏଥିରେ ଅଂଶଗ୍ରହଣ କରିବେ। ଏହି ଅବସରରେ ୧୫ଲକ୍ଷରୁ ଅଧିକ ପ୍ରଦୀପ ପ୍ରଜ୍ଜଳନ କରା ହେବ। ଦୀପୋତ୍ସବ କାଳରେ ପାଞ୍ଚଟି ଆନିମେଟେଡ଼ ମଣ୍ଡପ ଓ ବିଭିନ୍ନ ରାଜ୍ୟର ନୃତ୍ୟ ସହ ଏଗାରଟି ରାମଲୀଳା ମଣ୍ଡପ ମଧ୍ୟ ପ୍ରଦର୍ଶିତ ହେବ।…
ଭୁବନେଶ୍ବର: ଓଡ଼ିଶାର ଅଗ୍ରଣୀ ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ସନର ସର୍ବଭାରତୀୟ ସ୍ତରରେ ନବ ନିର୍ମିତ ଚଳଚ୍ଚିତ୍ର ପ୍ରତୀକ୍ଷାର ଟ୍ରେଲର ଓ ଅଜିଓ ରିଲିଜ୍ ଭୁବନେଶ୍ବରଠାରେ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଅତୀତରେ ହାକିମ ବାବୁ, ପୁଅ ମୋର କଳା ଠାକୁର, ତୁଳସୀଅପା ଏବଂ ସମ୍ପ୍ରତି ବ୍ଲକବଷ୍ଟର ୱେବ୍ ସିରିଜ୍ – ଗ୍ୟାଙ୍ଗସ୍ ଅଫ୍ ପୁରୀର ନିର୍ମାତା ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ସର ଏକ ବହୁ ପ୍ରତୀକ୍ଷିତ ପୂର୍ଣାଙ୍ଗ ଚଳଚ୍ଚିତ୍ର “ପ୍ରତୀକ୍ଷା” ଆଗାମୀ ଡିସେମ୍ବର ୨ ଦିନ ସମଗ୍ର ଓଡିଶାରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ପ୍ରତୀକ୍ଷା ହେଉଛି ଭୁବନେଶ୍ୱରରେ ରହୁଥିବା ଏକ ସାଧାରଣ ମଧ୍ୟବିତ୍ତ ପରିବାରର ସ୍ବପ୍ନ, ନିରାଶ ଏବଂ ଆକାଂକ୍ଷା ଆଧାରିତ କାହାଣୀ। ସଞ୍ଜୟ, ଜଣେ ଦକ୍ଷ କିନ୍ତୁ ବେଳାର ସ୍ନାତକ, ସରକାରୀ ଚାକିରି ପାଇବାକୁ ଜିଦ୍ ଧରିଛନ୍ତି। ତାଙ୍କ ବାପା ବିପିନ୍ ଯେ କୌଣସି ଚାକିରୀ କରିବାକୁ ସଞ୍ଜୟଙ୍କୁ ପରାମର୍ଶ ଦେଇଛନ୍ତି। କାରଣ ତାଙ୍କର ଅବସର ସମୟ…

