କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଦିନକୁ ଦିନ ଶିକାରୀମାନଙ୍କ ଉପ୍ତାତରେ ବନବିଭାଗ ନାକେଦମ୍ ହୋଇପଡୁଛି। ଏପରିକି ବନବିଭାଗ କର୍ମଚାରୀମାନଙ୍କୁ ଧମକ ଦେଉଥିବା ନଜିର ରହିଛି। ହେଲେ ଏଥର ସିଧା ସଳଖ ଗୁଳି କରି ମାରି ଦେବାକୁ ଶିକାରୀମାନେ ଆଗଭର ହୋଇଛନ୍ତି। ରେଢାଖୋଲ ବନଖଣ୍ଡ ମୋଚିବାହାଳ ଅଂଚଳରେ ଶିକାରୀମାନଙ୍କୁ ଧରିବାକୁ ଯାଇ ସେଠାକାର ଫରେଷ୍ଟ ଗାର୍ଡ ଶିକାରୀମାନଙ୍କ ଗୁଳିରୁ ଅଳ୍ପକେ ରକ୍ଷା ପାଇଯାଇଥିବା ବେଳେ ବନ୍ଧୁକ ଧାରୀ ଶିକାରୀକୁ ଧରିବାରେ ବନବିଭାଗ ସଫଳ ହୋଇଛି। ଜଣେ ଶିକାରୀ ଫେରାର୍ ହୋଇଯାଇଥିବା ଜଣାପଡିଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ବଡମାଳ ବନାଂଚଳ ଅନ୍ତର୍ଗତ ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲକୁ ଶିକାରୀମାନେ ଜନ୍ତୁ ଶିକାର ପାଇଁ ଯାଇଥିଲେ। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ରାତି ପ୍ରାୟ ୧ ଟାରେ ଜଙ୍ଗଲକୁ ଶିକାରୀମାନଙ୍କୁ ଧରିବାକୁ ଯାଇଥିଲେ। ଏହି ଶିକାରୀମାନେ ବନବିଭାଗ କର୍ମଚାରୀମାନଙ୍କୁ ଦେଖିବା ମାତ୍ରକେ ଗୁଳିଚାଳନା କରିଥିଲେ। ସୌଭାଗ୍ୟକୁ ବନ୍ଧୁକ ର ଗୁଳି…
Author: Samikhsya Bureau
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ବଂଶାଜାଲ ଗ୍ରାମ ପଞ୍ଚାୟତ ମୂଷାକଟା ଗ୍ରାମର ନଳକୂପ ଖୋଲି ଚୋରି ଘଟଣାରେ ୩ ଜଣ ଅଭିଯୁକ୍ତ ଯୁବକ ଙ୍କୁ ଚାରମାଳ ପୋଲିସ ଗିରଫ କରିଛି। ସୂଚନା ଯୋଗ୍ୟ ଯେ ବଂଶାଜାଲ ଗ୍ରାମର ଅନିଲ ପ୍ରଧାନ (୩୦), ଚିରନ ପ୍ରଧାନ(୧୯) ଓ ବଳ ପ୍ରଧାନ(୨୮) ତିନି ଜଣ ଯୁବକ ଅଭିଯୁକ୍ତ ମୂଷାକଟା ଗ୍ରାମର ନଳକୂପ ଖୋଲି ଚୋରି କରି ନେଉଥିବା ବେଳେ ମୂଷାକଟା ଗ୍ରାମବାସୀ ଚାରମାଳ ପୋଲିସ ଖବର ଦେଇଥିଲେ। ଏ ସଂକ୍ରାନ୍ତ ରେ ପୋଲିସ ଉକ୍ତ ତିନି ଜଣ ଯୁବକଙ୍କୁ ଗିରଫ କରିବା ସହ ଚୋରି କରିଥିବା ନଳକୂପ ସହିତ ଏକ ବାଇକ ନଂ ଓଡ଼ି ୧୫ ଓ ୩୪୮୯ ବିଶିଷ୍ଟ ବାଇକ ଜବତ କରିଛି। କେଶ ନଂ ୧୫୪/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ…
ପୁରୀ: ଆଜି ପୁରୀ ଗସ୍ତ ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କଳା ପରିଦର୍ଶନ କରିଛନ୍ତି। ସୁଦର୍ଶନ ରାଷ୍ଟ୍ରପତିଙ୍କ ଆଗମନକୁ ଲକ୍ଷ କରି ସେଠାରେ ସେ ବାଲୁକାର ଜଗନ୍ନାଥ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ। ସେଥିରେ ସେ ଜୟ ଜଗନ୍ନାଥ ବୋଲି ଇଂରାଜୀରେ ଉଲ୍ଲେଖ କରିଥିଲେ। ଏଥିସହିତ ରାଷ୍ଟ୍ରପତିଙ୍କୁ ସୁଦର୍ଶନ କାନଭାସର କରାଯାଇଥିବା ବାଲୁକା କଳାର ଫଟୋ ଉପହାର ପ୍ରଦାନ କରିଥିଲେ। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ପ୍ରଦୀପ ଅମାତ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଯୋଗଦେଇଥିଲେ। ଏଥିସହିତ ସେଠାରେ ରାଷ୍ଟ୍ରପତିଙ୍କ ଝିଅଜୋଇଁ ମଧ୍ୟ ଉପସ୍ଥିତ ଥିଲେ।
ଭୁବନେଶ୍ବର: ପୁଷ୍ଟି ସହ ସମୃଦ୍ଧି ଯୋଡି ହୋଇ ରହିଛି । ଆଜି ହେଉଛି ସମୃଦ୍ଧିର ଦେବୀ ମା ଲକ୍ଷ୍ମୀଙ୍କ ପୂଜାର ଦିନ । ଆଜି ଦିନଟିକୁ ଓଡିଶା ସରକାର ମାଣ୍ଡିଆ ଦିବସ ଭାବରେ ପାଳନ କରୁଛନ୍ତି। ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ଆମେ ମାଣ୍ଡିଆ ଦିବସ ଭାବରେ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି କରିଛନ୍ତି। ମାଣ୍ଡିଆ ହେଉଛି ପୁଷ୍ଟିର ଭଣ୍ଡାର । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ପୁଷ୍ଟି ଯୋଗାଉଛି। ଆମ ରାଜ୍ୟରେ ଛୋଟ ଚାଷୀ, ଗରିବ ଆଦିବାସୀ ଚାଷୀ ମାଣ୍ଡିଆ ଚାଷ କରିଥାନ୍ତି । ସେମାନଙ୍କ ଅବସ୍ଥାରେ ଉନ୍ନତି ଏବଂ ଲୋକଙ୍କୁ ପୁଷ୍ଟି ଯୋଗାଣ – ଏ ଦୁଇଟି ବିଷୟକୁ ଧ୍ୟାନ ଦେଇ ଆମେ ମିଲେଟ ମିଶନ୍ ଆରମ୍ଭ କରିଛୁ । ଏଥିରେ ପାଞ୍ଚ ବର୍ଷରେ ଦୁଇ ହଜାର ଆଠ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆମର ମିଲେଟ ମିଶନ…
ପୁରୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀଜୀୟୁଙ୍କୁ ଦର୍ଶନ କରିବା ପରେ ପୁରୀ ରାଜଭବନରେ ସେ ମହାପ୍ରସାଦ ସେବନ କରିଛନ୍ତି। ସେ ରାଜଭବନର ଚଟଣାରେ ବସି କଦଳୀ ପତ୍ରରେ ମହାପ୍ରସାଦ ସେବନ କରିଛନ୍ତି। ତାଙ୍କ ସହିତ ପୁରୀ ଗଜପତି ଦିବ୍ୟସିଂହଦେବ, ମହାରାଣୀ ଏବଂ ତାଙ୍କ ଝିଅଜୋଇଁ ଏକତ୍ର ଖାଇ ବସିଥିଲେ। ଏ ନେଇ ରାଜଭବନ ତଥା ମନ୍ଦିର ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଥିଲା। ରାଷ୍ଟ୍ରପତିଙ୍କ ପାଇଁ ବିଭିନ୍ନ ପ୍ରକାରର ମହାପ୍ରସାଦ ମନ୍ଦିରରୁ ଅଣାଯାଇଥିଲା। ସମସ୍ତେ କଦଳୀ ପତ୍ର ସହିତ ମାଟି କୁଡୁଆରେ ଡାଲି ପ୍ରଭୃତି ଜିନିଷ ପରଷା ଯାଇଥିଲା। ଏଥିସହିତ ହାତ ଧୋଇବା ପାଇଁ ସ୍ବତନ୍ତ୍ର ଭାବେ କଂସା ପାତ୍ରର ବ୍ୟବସ୍ଥା କରାଯାଇଥିଲା।
ଭୁବନେଶ୍ୱର : ଏହି ଯୋଜନାଟି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନାମରେ ନାମିତ। ନିଜ ନାମରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ଯୋଜନାଟି କେନ୍ଦ୍ରର ନା ରାଜ୍ୟର ବୋଲି କହିଛନ୍ତି ବରଗଡର ବିଜେଡି ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ। ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଏହି ଯୋଜନାର ପ୍ରଥମ ଦୁଇଟି ଶବ୍ଦ ‘ରାଜ୍ୟ ସରକାର’ ନୁହେଁ ବରଂ ‘ପ୍ରଧାନମନ୍ତ୍ରୀ’ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିବା ବେଳେ ବିଜେପି ଫସଲ ବୀମା ଯୋଜନାର ବିଫଳତାର ଦୋଷକୁ ରାଜ୍ୟ ମୁଣ୍ଡରେ ଲଦିବାକୁ ଚେଷ୍ଟା କରୁଛି। ଯେତେବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆରମ୍ଭ ହୋଇଥିଲା, ସେତେବେଳେ ବିଜେପି ଦାବି କରିଥିଲା ଯେ ସେମାନେ ଚାଷୀଙ୍କ ପାଇଁ ବହୁତ ଭଲ କାମ କରିଛନ୍ତି । ବର୍ତ୍ତମାନ ଯେତେବେଳେ ଏହା ଏକ ବିଫଳତା, ସେମାନେ କାହିଁକି ଦୋଷ ଲୁଚାଇବା ସହିତ ରାଜ୍ୟ ସରକାରଙ୍କ ଉପରକୁ ଏହାକୁ ଠେଲିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ…
ଭୁବନେଶ୍ଵର: ରାଜଧାନୀରେ ଚାଲିଥିବା ବାଲିଯାତ୍ରାରେ ଓଡ଼ିଶା-ମୋ ପରିବାର ତରଫରୁ ଏକ ଷ୍ଟଲ୍ ସ୍ଥାପନା କରାଯାଇଛି । ଏହି ଷ୍ଟଲ୍ ମାଧ୍ୟମରେ ଓଡ଼ିଶା-ମୋ ପରିବାର ସାମାଜିକ ପ୍ରତିବଦ୍ଧତାର ବିଭିନ୍ନ କାର୍ୟ୍ୟକ୍ରମ ତଥା ରକ୍ତଦାନ ଏବଂ ଅଙ୍ଗଦାନ ଦ୍ୱାରା କିପରି ଲୋକମାନଙ୍କ ଜୀବନ ବଞ୍ଚାଇ ହେଉଛି ସେହି ବିଷୟରେ ସଚେତନ କରାଉଛି । ଏହି ଅବସରରେ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ. ଆର.ସି ସହଯୋଗିତାରେ ଭିନ୍ନକ୍ଷମ ମାନଙ୍କୁ କିପରି କୃତ୍ରିମ ଅଙ୍ଗ ପ୍ରଦାନ କରାଯାଉଛି ଏବଂ ଏହା ଆଗକୁ କିପରି ପ୍ରତ୍ୟେକ ଦିବ୍ୟାଙ୍ଗଙ୍କୁ ଲାଭପ୍ରଦ କରାଇବା ସେ ବିଷୟରେ ସଚେତନତାର ବାର୍ତ୍ତା ଦିଆଯିବା ସହିତ ଏସ.ବି.ଟି.ସି ସହଯୋଗିତାରେ ରକ୍ତଦାନର ମହତ୍ତ୍ଵକୁ ଲୋକମାନଙ୍କ ପାଖରେ ପହଞ୍ଚାଊଛି । କର୍କଟ ରୋଗୀ କିପରି ଚିକିତ୍ସାର ସଠିକ୍ ମାର୍ଗଦର୍ଶନ ପାଇପାରିବେ, ସେଥିପାଇଁ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ସହଯୋଗିତାରେ ସଚେତନ କରାଯାଉଛି । ତନ୍ମଧ୍ୟରୁ ଓଡ଼ିଶା ମୋ ପରିବାର ପକ୍ଷରୁ ସ୍ଵତନ୍ତ୍ର କାର୍ୟ୍ୟକ୍ରମ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ ଏବଂ ଦିବ୍ୟାଙ୍ଗମାନେ…
ଭୁବନେଶ୍ୱର: ଉନ୍ନତ୍ତମାନର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିଗରେ ଅନ୍ୟଏକ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ଭୁବନେଶ୍ୱର ମହାନଗର ନିଗମ ହସ୍ପିଟାଲ୍ରେ ସୁପର ସ୍ପେସାଲିଷ୍ଟ୍ ନିଯୁକ୍ତି ପାଇଁ କର୍ପସ୍ ପାଣ୍ଠି ବ୍ୟବସ୍ଥାର ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ଖ୍ୟାତନାମା ଅଭିଜ୍ଞ ସୁପର ସ୍ପେସିଆଲିଷ୍ଟ୍ମାନଙ୍କୁ ଆପୋଷ ଦରମା ଚୁକ୍ତିଭିତ୍ତିରେ ଭୁବନେଶ୍ୱର ଆଡକୁ ଆକର୍ଷିତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ କହିଛନ୍ତି ଯେ କର୍ପସ୍ ପାଣ୍ଠିକୁ କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ ତତ୍ୱାବଧାନରେ ବିନିଯୋଗ କରାଯିବ। ଅଭିଜ୍ଞ ଓ ଖ୍ୟାତନାମା ସ୍ପେସିଆଲିଷ୍ଟ୍ମାନଙ୍କୁ ଚୟନ କରିବା ନିମନ୍ତେ ବି.ଏମ୍.ସି. କମିଶନରଙ୍କ ଅଧ୍ୟକ୍ଷତାରେ ଏକ ୪ ଜଣିଆ କମିଟି ଗଠନ କରାଯାଇଛି। ଏଥିରେ ଭୁବନେଶ୍ୱର ସ୍ନାତକତ୍ତୋର ଭେଷଜ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଓଡ଼ିଶା, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ, ଏବଂ କ୍ୟାପିଟାଲ୍ ହସ୍ପିଟାଲ୍ର ନିର୍ଦ୍ଦେଶକ ସଦସ୍ୟ ଅଛନ୍ତି। ଏହି ଉଚ୍ଚସ୍ତରୀୟ ବିଶେଷଜ୍ଞ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦିନକୁ ଦିନ ସ୍କୁଲ ଓ କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ବଢୁଥିବା ବେଳେ ଏହା ଉପରେ କଠୋର ପନ୍ଥା ଆପଣେଇଛି ପୋଲିସ। ରୋଡରୋମିଓ ମାନେ ଆଇନକୁ ଖାତିର ନକରି ବାରମ୍ବାର ରାସ୍ତାଘାଟ ରେ ନିରୀହ ଛାତ୍ରୀ ତଥା ଯୁବତୀ ମାନଙ୍କୁ ହଇରାଣ ହରକତ କରୁଛନ୍ତି । ତେବେ ବାଣପୁରରେ ଜଣେ ନାବାଳିକାଙ୍କୁ କମେଣ୍ଟ ମାରିବା ତଥା ଅସଦାଚରଣ ଅଭିଯୋଗରେ ଜଣେ ଯୁବକ ପୋକସୋ ଆକ୍ଟରେ ପୋଲିସ ଦ୍ୱାରା ବନ୍ଧା ହୋଇଛନ୍ତି। ସୂଚନା ମୁତାବକ ଗତକାଲି କୁମାରାଙ୍ଗ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦେବରାଜ ନାୟକ(୩୦) ନାମକ ଯୁବକ କମେଣ୍ଟ ମାରିବା ସହ ଅସଦାଚରଣ କରିଥିଲେ। ଏ ନେଇ ପରବର୍ତ୍ତୀ ସମୟରେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ନିର୍ଦେଶକ୍ରମେ ତୁରନ୍ତ ଏକ ଟିମ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଉକ୍ତ ଯୁବକଙ୍କ ବିରୁଦ୍ଧରେ…
ଭୁବନେଶ୍ବର: ସହରର ବସ୍ତିବାସିନ୍ଦା ମାନଙ୍କ ପାଇଁ ଆଜି ସୁଦିନ ଆସିଛି । ଯେଉଁମାନେ ଆମ ସହରକୁ ଗଢନ୍ତି, ଦିନରାତି ସହରର ବିକାଶ ପାଇଁ କାମ କରନ୍ତି ଓ ସେବା କରନ୍ତି, ସେମାନଙ୍କ ପାଇଁ ଭଲ ଦିନ ଆସିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର କାର୍ଯ୍ୟକ୍ରମ ଆରମ୍ଭ କରି ଏହା କହିଛନ୍ତି। ସ୍ଥାନୀୟ କିଟ୍ କନ୍ଭେନସନ ହଲ୍ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି ବସ୍ତି ଉନ୍ନୟନ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୫ଟି ମହାନଗର ନିଗମରେ ବସ୍ତିବାସିନ୍ଦା ମାନଙ୍କୁ ଭୂମି ଅଧିକାର ଦେବା ପାଇଁ ଡ୍ରୋନ ସର୍ଭେକ୍ଷଣ ଆରମ୍ଭ ହୋଇଛି । ଏଥିପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ବୈଷୟିକ ସହାୟତା ଯୋଗାଇ ଦେବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଜାଗା ମିଶନ ମଧ୍ୟରେ ଏହି କାର୍ଯ୍ୟକ୍ରମ ପାଇଁ ଏକ…
ପୁରୀ: ବର୍ତ୍ତମାନ ପୁରୀ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଭୁବନେଶ୍ବରରେ ପହଞ୍ଚିବା ପରେ ସିଧା ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ପୁରୀ ହେଲିପ୍ୟାଡରେ ସେ ପହଞ୍ଚିବା ପରେ ସ୍ବତନ୍ତ୍ର କାରକେଡ ରେ ଶ୍ରୀମନ୍ଦିର ଅଭିମୁଖେ ଆସିଥିଲେ। ହେଲେ ସେ ବଳଗଣ୍ଡି ଛକ ପାଖରେ ପହଁଞ୍ଚିବା ପରେ ତାଙ୍କର ସବୁ ପ୍ରୋଟକଲକୁ ସେ ଭାଙ୍ଗିଦେଲେ। ରାଷ୍ଟ୍ରପତି ପୁରୀ ବଡଦାଣ୍ଡରେ କାରକେଡ ସହିତ କଡା ସୁରକ୍ଷା ଭିତରେ ଆସୁଥିଲେ। ହେଲେ ସେ ବଳଗଣ୍ଡି ଛକରେ ପହଞ୍ଚିବା ପରେ ସେଠାରେ ତାଙ୍କ କାର ଅଟକିଗଲା। ସମସ୍ତେ ହଠାତ କିଛି ଜାଣିପାରିଲେ ନାହିଁ। ସବୁ ସୁରକ୍ଷା କର୍ମି ତାଙ୍କୁ ଘେରିଗଲେ। ହେଲେ ରାଷ୍ଟ୍ରପତି ବୁଲେଟପ୍ରୁଫ କାରରୁ ଓହ୍ଲାଇ ଚାଲିବା ଆରମ୍ଭ କରିଥିଲେ। ଏହାକୁ ନେଇ ସୁରକ୍ଷା କର୍ମି ଏବଂ ଓଡିଶା ପୋଲିସ କିଛି ବୁଝିପାରିଲେ ନାହିଁ। ରାଷ୍ଟ୍ରପତି ନିଜେ ସମସ୍ତଙ୍କୁ ଅବଗତ କରାଇଦେଲେ ଯେ, ମୁଁ ଚାଲିଚାଲି ଯିବି। ଫଳରେ ସେ ତାଙ୍କ ସହିତ…
ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିଛନ୍ତି। ସେ ବାୟୁ ସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ନିର୍ଦ୍ଧାରିତ ସମୟରେ ଭୁବନେଶ୍ବରରେ ପହଁଚିଛନ୍ତି। ତାଙ୍କ ସହିତ ତାଙ୍କର ଝିଅ ଓ ଜୁଆଁଇ ମଧ୍ୟ ଆସିଛନ୍ତି। ସେ ରାଷ୍ଟ୍ରପତି ହେବା ପରେ ତାଙ୍କର ଏହା ହେଉଛି ପ୍ରଥମ ଓଡିଶା ଗସ୍ତ। ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ବିମାନ ବନ୍ଦରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ଏହାପରେ ସେ ହେଲିକାପ୍ଟରରେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି।
ନୂଆଦିଲ୍ଲୀ: ନଭେମ୍ବର ୧୧ ତାରିଖ ବାଙ୍ଗାଲୋର ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁର ପ୍ରତିଷ୍ଠାତା ନାଦପ୍ରଭୂ କେମ୍ପେଗୋଡାଙ୍କ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ। ଏହା ସହରର ପ୍ରତିଷ୍ଠାତାଙ୍କର ପ୍ରଥମ ଏବଂ ଉଚ୍ଚତମ ପିତ୍ତଳ ପ୍ରତିମୂର୍ତ୍ତି। ବେଙ୍ଗାଲୁରୁର ବିକାଶରେ କେମ୍ପେଗୋଡାଙ୍କ ଅବଦାନକୁ ସ୍ମରଣ କରି ‘ଷ୍ଟାଚ୍ୟୁ ଅଫ୍ ପ୍ରସ୍ପରିଟି’ ନାମକ ଏହି ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବମ୍ମାଇ ବୁଧବାର ଦିନ ‘ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ’ର ଏକ ସାର୍ଟିଫିକେଟ୍ ସହ ଟ୍ୱିଟ୍ କରି କହିଛନ୍ତି ଯେ, ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ଅନୁଯାୟୀ’ ଷ୍ଟାଚ୍ୟୁ ଅଫ୍ ପ୍ରସ୍ପରିଟି କୌଣସି ଏକ ସହରର ସଂସ୍ଥାପକଙ୍କ ପ୍ରଥମ ଓ ସବୁଠୁ ଉଚ୍ଚତା ବିଶିଷ୍ଟ ପିତ୍ତଳ ପ୍ରତିମୂର୍ତ୍ତି। ବେଙ୍ଗାଲୁରୁର ପ୍ରତିଷ୍ଠାତା କେମ୍ପେଗୋଡାଙ୍କୁ ଏହା ଉପଯୁକ୍ତ ଶ୍ରଦ୍ଧାଞ୍ଜଳି। ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ବିଶ୍ୱସ୍ତରୀୟ ସହର ତିଆରି କରିବାର…
ଭୁବନେଶ୍ବର: ବର୍ତ୍ତମାନ ଜନ୍ମଦିନ ପାର୍ଟିରେ ମିଳିବ ମାଣ୍ଡିଆ କେକ୍। ବିଶ୍ବାସ ହେଉ ନାହିଁ କି ! ଏହା ସତକଥା। ଏବେ ମାଣ୍ଡିଆର ଭେଳିକି ଭେଳି ଖାଦ୍ୟ ପଦାର୍ଥ ବଜାରରେ ଉପଲବ୍ଧ ହେବ। ବର୍ତ୍ତମାନ ମାଣ୍ଡିଆ ଆଉ ଖିରି ବା ଜାଉ ଭିତରେ ସୀମିତ ହୋଇ ରହି ନାହିଁ। ଏହି ମାଣ୍ଡିଆରୁ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ଦେଖାଇଛନ୍ତି ସୁନ୍ଦରଗଡ ସ୍ବୟଂ ସହାୟକ ଗୋଷ୍ଠୀ। ଜିଲ୍ଲା ପ୍ରଶାସନର ସହାୟତାରେ ଏହି ଗୋଷ୍ଠି ମାଣ୍ଡିଆର ପକୋଡା, ମାଣ୍ଡିଆର ବରା, ଲଡୁ, ଉପମା, ହାଲୁଆ ଏବଂ ଖେଚୁଡି ମଧ୍ୟ ପ୍ରସ୍ତୁତ କରୁଛନ୍ତି। ମିଲଟ ମିଶନ ମାଧ୍ୟମରେ ସୁନ୍ଦରଗଡର ଏହି ଏସଏଚଜି ଗୋଷ୍ଟୀ ଏହି ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ବର୍ତ୍ତମାନ ମାଣ୍ଡିଆର ଏହି ଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ଯୋଗାଇବାରେ ଲାଗିଛନ୍ତି। ତେବେ ମାଣ୍ଡିଆରୁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ପ୍ରସ୍ତୁତ ନେଇ ଜିଲ୍ଲା ପ୍ରଶାସନ…
ଭୁବନେଶ୍ବର: ଆଜି ଓଡିଶା ପାଳନ କରୁଛି ମାଣ୍ଡିଆ ଦିବସ। ନୂଆ ଭାବେ ଏହି ଦିବସ ପାଳନ ପାଇଁ ନିଷ୍ପତି କରିଛି ରାଜ୍ୟ କୃଷି ବିଭାଗର ମିଲଟ ମିଶନ। ପ୍ରତି ବର୍ଷ ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ଏହି ଦିବସ ପାଳନ ହେବ। ମାଣ୍ଡିଆ ସ୍ବାସ୍ଥ୍ୟ ପକ୍ଷେ କେତେ ଭଲ ତାହାର ପ୍ରସାର ପାଇଁ ଏହି ଦିବସ ପାଳନ କରାଯିବ। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ମାର୍ଗଶିର ମାସ ପ୍ରଥମ ଗୁରୁବାର, ମାଣ୍ଡିଆଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା। ଆସନ୍ତୁ ସମସ୍ତେ ସଂକଳ୍ପ ନେବା, ଆମ ଖାଦ୍ୟରେ ପୁଷ୍ଟିକର ଓ ଜଳବାୟୁ ଉପଯୋଗୀ ମିଲେଟକୁ ସାମିଲ କରିବା ଏବଂ ଖାଦ୍ୟ ବ୍ୟବସ୍ଥାରେ ସ୍ୱତନ୍ତ୍ର ସ୍ଥାନ ଦେଇ ଏକ ସୁସ୍ଥ ସମାଜ ସହ ଚାଷୀଙ୍କ କଲ୍ୟାଣ ଓ ଚିରସ୍ଥାୟୀ ପୃଥିବୀ ଗଠନ ଦିଗରେ ଆଗକୁ ବଢ଼ିବା।
ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନ ପୂର୍ବରୁ ୨ ଦିନ ମଧ୍ୟରେ କଂଗ୍ରେସ ତୃତୀୟ ଝଟକା ଲାଗିଛି। ଆଉ ଜଣେ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ବିଧାୟକ ଝାଲୋଡ ଭବେଶ କଟାରା ଦଳରୁ ଇସ୍ତଫା ଦେଇଛନ୍ତି। ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ଏହାପୂର୍ବରୁ କଂଗ୍ରେସ ବିଧାୟକ ମୋହନ ସିଂ ରାଠୱା ଏବଂ ଭଗବାନ୍ ବରାଡ ଦଳରୁ ଇସ୍ତଫା ଦେଇଛନ୍ତି। ଏହି ସମୟ ମଧ୍ୟରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ପ୍ରାୟ ଶହେ ନାମ ଉପରେ ଅନୁମୋଦନ ମିଳିଛି। ପ୍ରଥମ ରାଉଣ୍ଡର ସମସ୍ତ ୮୯ ଟି ଆସନରେ ପ୍ରାର୍ଥୀ ନିଷ୍ପତ୍ତି ନିଆଯାଇଛି। ଗୁଜୁରାଟର ବିଜେପିର ପ୍ରଥମ ତାଲିକା କିଛି ସମୟ ପରେ ଆସିବ। ଉଲ୍ଲେଖ ଯୋଗ୍ୟ ଯେ,୧୮୨ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ ଡିସେମ୍ବର ୫ ତାରିଖରେ ଦ୍ୱିତୀୟ…
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଆଜି ଖେଳାଯିବ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏହି ମ୍ୟାଚ୍ ଅପରାହ୍ନ ୧.୩୦ ରେ ଆଡିଲେଡ୍ ଓଭାଲରେ ଆରମ୍ଭ ହେବ। ଦୁଇ ଦଳ ମଧ୍ୟରେ ଏହା ୨୩ ତମ ଟି-୨୦ ମ୍ୟାଚ୍ ହେବ। ଏହା ପୂର୍ବରୁ ଅନୁଷ୍ଠିତ ୨୨ ଟି ମ୍ୟାଚ୍ ରେ ଭାରତ ୧୨ ଟି ମ୍ୟାଚ୍ ରେ ଜିତିଥିବା ବେଳେ ଇଂଲଣ୍ଡ ୧୦ ଟି ମ୍ୟାଚ୍ ରେ ଜିତିଛି, ଅର୍ଥାତ୍ ଉଭୟଙ୍କ ମଧ୍ୟରେ କଡା ପ୍ରତିଯୋଗିତା ହୋଇଛି। ଏହି ବିଶ୍ୱକପ୍ର ଯାତ୍ରା ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଦଳ ପାଇଁ ଭଲ ହୋଇଛି। ଉଭୟ ଦଳ ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ୍ ହାରିଛନ୍ତି। ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିବାବେଳେ ଇଂଲଣ୍ଡକୁ ଆୟର୍ଲାଣ୍ଡ ବିପକ୍ଷରେ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଛି। ବର୍ତ୍ତମାନ ସମୟରେ ଉଭୟ ଦଳ ଭଲ ଫର୍ମରେ ଥିବା ଜଣାପଡିଛି। ଏହି…
ଭୁବନେଶ୍ୱର: ଓଡ଼ିଶାରେ କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ନିଷ୍ପତି ନେଇଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଟ୍ୱିଟ୍ କରି କହିଛନ୍ତି ଐତିହ୍ୟ, ସଂସ୍କୃତି ଓ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଓଡ଼ିଶା। ଆମର ସମୃଦ୍ଧ ପରମ୍ପରା, ଐତିହ୍ୟ ଓ ଗୌରବମୟ ସଭ୍ୟତାକୁ ପୁର୍ନସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ଉଦ୍ୟମ କରୁଛନ୍ତି। ରାଜ୍ୟର ଗୌରବମୟ ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ଏବଂ ସଂରକ୍ଷଣ କରିବା ଦିଗରେ ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ ନିଷ୍ପତି ଏକ ବଡ଼ ପଦକ୍ଷେପ। ରାଷ୍ଟ୍ରପତି ହେବା ପରେ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ ଏହି ପଦକ୍ଷେପ ନେଇଥିବାରୁ…
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୦ ଓ ୧୧ ନଭେମ୍ବର, ୨୦୨୨ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭାରତର ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ୧୦ ନଭେମ୍ବର, ୨୦୨୨ରେ ରାଷ୍ଟ୍ରପତି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏହାପରେ ସେ ଭୁବନେଶ୍ବରରେ ପହଞ୍ଚିବେ ଏବଂ ସେଠାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ନେତୃବର୍ଗଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସେହି ସନ୍ଧ୍ୟାରେ, ରାଷ୍ଟ୍ରପତି ଭୁବନେଶ୍ବର ରାଜ ଭବନ ପରିସରରେ ତାଙ୍କ ସମ୍ମାନରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ। ୧୧ ନଭେମ୍ବର ୨୦୨୨ରେ ରାଷ୍ଟ୍ରପତି ଭୁବନେଶ୍ବର ଠାରେ ତପୋବନ ଉଚ୍ଚ ବିଦ୍ୟାଳୟ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ୟୁନିଟ-୨ସ୍ଥିତ କୁନ୍ତଳା କୁମାର ସାବତ ଆଦିବାସୀ ବାଳିକା ଛାତ୍ରାବାସ ପରିଦର୍ଶନ କରିବେ ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ମତବିନିମୟ କରିବେ। ସେହିଦିନ ସେ ଭୁବନେଶ୍ବରସ୍ଥିତ ଜୟଦେବ ଭବନ ଠାରେ କେନ୍ଦ୍ର ଶିକ୍ଷା…
ନୂଆଦିଲ୍ଲୀ: ଶୁକ୍ରବାର ଦିନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ସାରା ଦେଶର ଗୁଇନ୍ଦା କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଏକ ଜରୁରି ବୈଠକରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ଆତଙ୍କବାଦ, ଉଗ୍ରବାଦ ବିପଦ, ସାଇବର ନିରାପତ୍ତା ପ୍ରସଙ୍ଗ, ସୀମା ସଂକ୍ରାନ୍ତ ଦିଗ ଏବଂ ସୀମାପାର ଆତଙ୍କବାଦୀ ତତ୍ତ୍ବଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରର ଅଖଣ୍ଡତା ଓ ସ୍ଥିରତା ସମେତ ଜାତୀୟ ସୁରକ୍ଷା ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ଓ ବିଚାରବିମର୍ଶ କରାଯାଇଥିଲା। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଗତ ଆଠ ବର୍ଷ ମଧ୍ୟରେ ସବୁ ଦିଗରୁ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଜରିଆରେ ରାଷ୍ଟ୍ରର ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ପ୍ରୟାସ କରି ଆସୁଛନ୍ତି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଅମିତ…
ନୂଆଦିଲ୍ଲୀ: ଭାରତୀୟ ମୁଦ୍ରା ବା ଟଙ୍କା (ଆଇଏନଆର)ରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ ଅନୁମତି ଦେବା ଲାଗି ବୈଦେଶିକ ବାଣିଜ୍ୟ ନୀତି ଏବଂ ପଦ୍ଧତି ପୁସ୍ତିକାରେ ଆବଶ୍ୟକ ସଂଶୋଧନ କରିଛନ୍ତି ଭାରତ ସରକାର। ଏହାଦ୍ବାରା ଭାରତୀୟ ମୁଦ୍ରାରେ ଇନଭଏସ ପ୍ରସ୍ତୁତି, ଅର୍ଥ ପଇଠ ଏବଂ ରପ୍ତାନି/ଆମଦାନୀ କାରବାର କରାଯାଇପାରିବ। ଏ ଦିଗରେ ଏକ ପଦକ୍ଷେପ ସ୍ବରୂପ ପୂର୍ବରୁ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି)ପକ୍ଷରୁ ଅନୁଚ୍ଛେଦ ସଂଖ୍ୟା ୨.୫୨ (ଡି) ବୈଧ ବିଜ୍ଞପ୍ତି ସଂଖ୍ୟା ୩୩/୨୦୧୫-୨୦ ଜରିଆରେ ସେପ୍ଟେମ୍ବର ୧୬, ୨୦୨୨ରେ ଭାରତୀୟ ମୁଦ୍ରାରେ ଇନଭଏସ ପ୍ରସ୍ତୁତି, ଅର୍ଥପଇଠ ଏବଂ ରପ୍ତାନି ଓ ଆମଦାନୀ କାରବାରକୁ ଅନୁମତି ଦିଆଯାଇଥିଲା। ଏହା ପୂର୍ବରୁ ୧୧ ଜୁଲାଇ ୨୦୨୨ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ.ପି. (ଡିଆଇଆର ସିରିଜ) ବିଜ୍ଞପ୍ତି ସଂଖ୍ୟା ୧୦ ଜରିଆରେ ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ମଞ୍ଜୁର କରିଥିଲା ଏବଂ ଡିଜିଏଫଟି ସେହି ଅନୁଯାୟୀ ପଦକ୍ଷେପ ଗ୍ରହଣ କରିଥିଲା। ଉପରୋକ୍ତ ବିଜ୍ଞପ୍ତିକୁ…

