ଭୁବନେଶ୍ବର: ଗତ ନଭେମ୍ବର ମାସ ୬ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ କଟକ ସ୍ଥିତ ପାନୁ ନିବାସ ଅଡିଟୋରୀୟମ୍ ରେ ତରୁଣ କବି ସୌମ୍ୟ ସ୍ବରୂପ ନାୟକଙ୍କ ପ୍ରଥମ ହିନ୍ଦୀ କାବ୍ୟ ସଂକଳନ “ବାଇସ୍କୋପ୍” ପୁସ୍ତକର ଲୋକାର୍ପଣ ହେଇଛି। ପକ୍ଷୀଘର ପ୍ରକାଶନୀ ତରଫରୁ ପ୍ରକାଶିତ ଏଇ ବାଇସ୍କୋପ୍” ର ଲୋକାର୍ପଣ ଉତ୍ସବ ଏକ ବର୍ଣ୍ଣାଢ୍ୟ ସାହିତ୍ୟ ପରିବେଶରେ ଆୟୋଜିତ ହେଇଥିଲା। ଏଥ୍ପାଇଁ ମଞ୍ଚରେ ସୌମ୍ୟ ସ୍ବରୂପଙ୍କ ସହିତ ଅତିଥ୍ ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅନୁବାଦକ ତଥା ବିଶିଷ୍ଟ କବି ଅମରେଶ ପଟ୍ଟନାୟକ ଓ ସଂଗ୍ରାମ ଜେନା, ପକ୍ଷୀଘର ପ୍ରକାଶକ ବନୋଜ ତ୍ରିପାଠୀ, ଓଡ଼ିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ଉପସ୍ଥିତ ଥିଲେ। ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ପରେ ସୌମ୍ୟ ସ୍ବରୂପ ନାୟକଙ୍କ ହିନ୍ଦୀ କାବ୍ୟ ସଂକଳନ “ବାଇସ୍କୋପ୍” କୁ ଲୋକାର୍ପଣ କରାଯାଇଥିଲା। ସୌମ୍ୟ ସ୍ବରୂପ ନିଜ ଲେଖକୀୟ ଅଭିଭାଷଣରେ କହିଥିଲେ ଯେ, ଏଇ କାବ୍ୟ…
Author: Samikhsya Bureau
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମାନବ ସ୍ବାସ୍ଥ୍ୟ ଉପରେ ବେଶ ଭଲ ଉପଦେଶ ଦେଇଛନ୍ତି। ଯାହା ସାଧାରଣ ଜୀବନରେ ପ୍ରତିଟି ମଣିଷ ତାହାକୁ ମାନିବା ଉଚିତ। ଚାଣକ୍ୟଙ୍କ ହିସାବରେ ଜଣେ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା ନିହାତି ଆବଶ୍ୟକ। ଯେତେ ଜରୁରୀ କାମ ଥାଉ ନା କାହିଁକି ଦିନରେ ଥରୁଟିଏ ସ୍ବାସ୍ଥ୍ୟ ପ୍ରତି ନଜର ଦେବା ଆବଶ୍ୟକ। କାରଣ ଆପଣ ଯେତେଦିନ ସୁସ୍ଥ ରହିବେ ସେତେଦିନ ପର୍ଯ୍ୟନ୍ତ ମୃତ୍ୟୁ ଦୂରେଇ ରହିବ। ଯଦି ଆପଣ ବଞ୍ଚି ରହିବେ ତେବେ ଧର୍ମକର୍ମ ଏବଂ ପରିବାରର ମଙ୍ଗଳ କରିବେ। ହେଲେ ମରିଗଲେ କିଛି କରିପାରିବେ ନାହିଁ। ନିଜେ ଅସୁସ୍ଥ୍ୟ ରହି ରୋଗ ବ୍ୟାଧିରେ ପଡିରହିଲେ ଆପଣ କାହାର କାମରେ ଆସିବେ ନାହିଁ। କାହାର ଉପକାରଟିଏ ମଧ୍ୟ କରିପାରିବେ ନାହିଁ। କେବଳ ଆପଣଙ୍କ ରୋଗ କଥା ଚିନ୍ତା କରି ଶେଷରେ ଦେହତ୍ୟାଗ କରିବେ। ତେଣୁ ବଞ୍ଚିଥିଲେ କିଛି କରିବେ, ବଞ୍ଚିବା…
କୁମ୍ଭ: ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରାରେ ଉପକୃତ ହେବେ। ଅପ୍ରତ୍ୟାଶିତ ଲାଭ ହୋଇପାରେ। ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ। ମୀନ: ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ହାତ ଟାଣ ହୋଇଯିବ। ଜଣେ ବ୍ୟକ୍ତିଙ୍କ ସହିତ ଅଯଥାରେ ବିବାଦ ହୋଇପାରେ। ଚିନ୍ତା ଏବଂ ଟେନସନ ରହିବ। ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ଆପଣଙ୍କର ହୃଦୟ ବିଷୟରେ କାହାକୁ କୁହନ୍ତୁ ନାହିଁ।
ମେଷ- ବକେୟା ରାଶି ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ଆସିବ । ବ୍ୟବସାୟ କାର୍ଯ୍ୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ଏବଂ ସୁଖ ରହିବ। ଶାରୀରିକ କଷ୍ଟ ସମ୍ଭବ ହୋଇପାରେ। ଏକ ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ। ଅର୍ଥ ଏବଂ ବିଶ୍ରାମ ସମୟ ଯଥେଷ୍ଟ ହେବ । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ବୃଷ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ । ସମ୍ମାନ ପାଇବେ । ନୂତନ ବ୍ୟବସାୟ ଚୁକ୍ତି ହୋଇପାରେ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଦୁଷ୍ଟମାନଙ୍କଠାରୁ ଦୂରରେ ରୁହନ୍ତୁ । ବିନିଯୋଗରେ ଚତୁରତାର ସହ କାର୍ଯ୍ୟ କରନ୍ତୁ। ନୂତନ ଚାକିରି କରିବାକୁ ସକ୍ଷମ ହେବେ । ମିଥୁନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ…
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ରାଜ୍ୟ ସାମ୍ବାଦିକ ସଂଘ (ଏସ .ୟୁ.ଯେ) ଓଡିଶା କଳାହାଣ୍ଡି ଜିଲ୍ଲା ଶାଖା କଳାହାଣ୍ଡି ସାମ୍ବାଦିକ ସଂଘ ପକ୍ଷରୁ ମୂଲ୍ୟ ବୋଧ ଭିତ୍ତିକ ସାମ୍ବାଦିକତା ଦିବସ ପାଳନ କରାଯାଇଛି। ଦୈନିକ ଓଡିଆ ସମ୍ବାଦ ପତ୍ର ପ୍ରଗତିବାଦୀ ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳ ଙ୍କ ସାଲିଶ ବିହୀନ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ସମ୍ପର୍କରେ ସ୍ମରଣୀୟ ଗାଥା ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲା ସମ୍ପାଦକ ପରମାନନ୍ଦ ଠାକୁର ସ୍ବାଗତ କରିବା ସହ କାର୍ଯ୍ୟକ୍ରମ ପରିଚାଳନା ଏବଂ ଜିଲ୍ଲା ସଭାପତି ମହମ୍ମଦ ଅଲି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସ ୟୁ ଯେ ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ବରିଷ୍ଠ ଉପସଭାପତି ରାମ କୁମାର ସେନାପତି, କାର୍ଯ୍ୟକାରୀ ସଭ୍ୟ ରଘୁମଣି ପୂଝାରୀ, ମହମ୍ମଦ ମନଶୁର ଇଲାହି, ତୁଳସୀ ରାମ ଛତ୍ରିଆ ପ୍ରମୁଖ ମଞ୍ଚାସୀନ ଥିଲେ।…
ଭୁବନେଶ୍ଵର: ୧୯୮୫ ବ୍ୟାଚ୍ ର ଭାରତୀୟ ରେଳ ଇଞ୍ଜିନିୟରିଂ ସେବା (ଆଇଆରଏସ୍ଇ) ର ଅଧିକାରୀ ରୁପ ନାରାୟଣ ସୁନକର ସୋମବାର ଦିନ ମହାପ୍ରବନ୍ଧକ ଭାବରେ ପୂର୍ବ ତଟ ରେଳପଥରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ଶ୍ରୀ ସୁନକର ବିଲାସପୁରରେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ (SECR) ର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଭାବରେ କାର୍ଯ୍ୟ କରୁଥିଲେ। ସେ ପଶ୍ଚିମ କେନ୍ଦ୍ରୀୟ ରେଳବାଇରେ ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ସିପିଡି)/ବ୍ରିଜ୍ ୱାର୍କ, ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ)/ରତଲମ ରେଳ ମଣ୍ଡଳରେ, ଉତ୍ତର କେନ୍ଦ୍ରୀୟ ଏବଂ ପଶ୍ଚିମ କେନ୍ଦ୍ରୀୟ ରେଳବାଇର ମୁଖ୍ୟ ବ୍ରିଜ ଇଞ୍ଜିନିୟର, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଇଞ୍ଜିନିୟର (ନିର୍ମାଣ) ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଭୋପାଳର ବରକାତୁଲ୍ଲା ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ସ୍ନାତକ ସମାପ୍ତ କରିବା ପରେ ଶ୍ରୀ ସୁନକର ୧୯୮୫ ରେ ଭାରତୀୟ ରେଳବାଇରେ ଯୋଗ ଦେଇଥିଲେ। ପ୍ରକଳ୍ପ ନିର୍ମାଣ ଏବଂ କାର୍ଯ୍ୟକ୍ଷମ କରିବାରେ ତାଙ୍କର ବହୁ ଅଭିଜ୍ଞତା…
ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ଉପରେ ଗୁରୁତ୍ୱାରୋପ ସହିତ ୨୦୪୭ ନିମନ୍ତେ ସାମୁଦ୍ରିକ ପରମ୍ପରାର ଏକ ଦସ୍ତାବିଜ୍ ସୃଷ୍ଟି କରିବା ନିମନ୍ତେ ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଏକ ତିନି ଦିନିଆ ଜାତୀୟ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ମଙ୍ଗଳବାର ଏଠାରେ ଉଦ୍ଘାଟିତ ହୋଇଯାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବରେ ଯୋଗ ଦେଇଥିବା ବକ୍ତାମାନେ ଭାରତର ସାମୁଦ୍ରିକ ଇତିହାସ ଉପରେ ଆଲୋକପାତ କରିଥିଲେ। ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଟକରେ ଉଦ୍ଘାଟିତ ହୋଇଥିବା ଐତିହାସିକ ବାଲିଯାତ୍ରା ସହିତ ଓଡ଼ିଶାର ମହାନ ସାମୁଦ୍ରିକ ସଂସ୍କୃତି ଓ ପରମ୍ପରାକୁ ନେଇ କେନ୍ଦ୍ର ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟର ଏକ ଅଂଗ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ୍ ଡିଭିଜନ୍), ସଂସ୍କୃତି ମନ୍ତ୍ରଣାଳୟ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଆନୁକୂଲ୍ୟରେ ଏହି କାର୍ଯକ୍ରମ ଆୟୋଜିତ କରାଯାଇଛି। ଏଥିରେ ଭାରତରେ ପ୍ରଚଳିତ ଏହି ମହାନ୍ ପରମ୍ପରା…
ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀରରେ ଡାକ୍ତରୀ ଶିକ୍ଷାର ନୂଆ ଯୁଗକୁ ପ୍ରଶଂସା କରିଛନ୍ତି। ଜମ୍ମୁ ଓ କଶ୍ମୀରରେ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ କରିବା ସହ ଯୁବପୀଢିଙ୍କ ସଶକ୍ତିକରଣ ପାଇଁ ୨୦ଟି ଜିଲ୍ଲା ସରକାରୀ ଡାକ୍ତରଖାନାରେ ୨୬୫ ଡିଏନବି ସ୍ନାତକୋତ୍ତର ସିଟ୍ ଖୋଲିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଏକ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଜମ୍ମୁ ଓ କଶ୍ମୀରରେ ଚିକିତ୍ସା ଭିତ୍ତିଭୂମି ସୁଦୃଢ କରିବା ସହ ଯୁବପୀଢିଙ୍କ ସଶକ୍ତିକରଣ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଭୁବନେଶ୍ବର: ଆଜି ସରିଲା କାର୍ତ୍ତିକ ପୂର୍ଣ୍ଣିମା। ଆସନ୍ତାକାଲି ହେବ ଛାଡଖାଇ। ଏଥର ଛାଡଖାଇ ବୁଧବାର ଆମିଷ ବାରରେ ପଡୁଛି। ସେଥିପାଇଁ ବର୍ତ୍ତମାନ ଗରାଖ ଆଉ ଆମିଶ ବ୍ୟବସାୟୀ ପୁରା ପ୍ରସ୍ତୁତ ହୋଇ ରହିଛନ୍ତି। ସକାଳ ପାହିଲେ ଆରମ୍ଭ ହୋଇଯିବ ବେପାର। ଅଧିକାଂଶ ସମୟରେ ଛାଡଖାଇରେ ନିରାମୀଷ ବାର ପଡୁଥାଏ। ଫଳରେ କାର୍ତ୍ତିକ ମାସସାରା ଆମିଷ ଛାଡିଥିବା ବ୍ୟକ୍ତିମାନେ ପୁଣି ଆମିଷ ବାରକୁ ଅପେକ୍ଷା କରିଥାନ୍ତି। ହେଲେ ଏଥର ତାହା ନୁହେଁ। ପୁରା ଆମିଷ ବାରରେ ପଡୁଛି ଛାଡଖାଇ। ଫଳରେ ବ୍ୟବସାୟୀମାନେ ପୁରା ପୂର୍ବ ପ୍ରସ୍ତୁତ ହୋଇ ରହିଛନ୍ତି। ଫଳରେ ଆସନ୍ତାକାଲି ସକାଳେ ଆମିଷ ଦୋକାନରେ ପ୍ରବଳ ଭିଡ ହେବ ବୋଲି ଅନୁମାନ କରାଯାଉଛି। ଏପରିକି ଏଥର ରୁମ, କାତି ଆଉ ପର ମଧ୍ୟ ମିଳିବା କଷ୍ଟକର ହେବ ବୋଲି କେତେକ ଗରାଖ ହସି ହସି କହିଛନ୍ତି।
କଟକ: ଆଜି ସଂଧ୍ୟାରେ ଏକ ରଂଗାରଂଗ ପରିବେଷରେ ଉଦଘାଟିତ ହୋଇଛି କଟକର ପ୍ରସିଦ୍ଧ ବାଲିଯାତ୍ରା। ଆଜି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଏବଂ କୃଷି ମନ୍ତ୍ରୀ ରଣେନ୍ଦ୍ରେ ପ୍ରତାପ ସ୍ବାଇଁ ଏହାକୁ ଉଦଘାଟନ କରିଛନ୍ତି। କରୋନା ପାଇଁ ଗତ ଦୁଇ ବର୍ଷ ଧରି ଏହି ପ୍ରସିଦ୍ଧ ବାଲିଯାତ୍ରା ବନ୍ଦଥିଲା। ଚଳିତ ବର୍ଷ ଏହି ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ଦର୍ଶକ, କଟକବାସୀ ତଥା ବ୍ୟବସାୟୀମାନେ ବେଶ ଖୁସି ଅଛନ୍ତି। ଆଜିର ଏହି ଉଦଘାଟନୀ ଉତ୍ସବରେ କଟକ ସାଂସଦ ଭତୃହରି ମହତାବ, କଟକ ମେୟର ସୁବାସ ସିଂ, ସ୍ଥାନୀୟ ବିଧାୟକ ଏବଂ ସଂସ୍କୃତି ସଚିବ ଉପସ୍ଥିତ ଥିଲେ।
ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସପ୍ତମ ଦିନର ଭାରତ ଯୋଡ଼–ଓଡ଼ିଶା ଭଦ୍ରକ ଜିଲ୍ଲାର ଧାମନଗର ଛକ ଠାରୁ ଆରମ୍ଭ ହୋଇଥିଲା। ଏକ ବିଶାଳା ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ଭଦ୍ରକ ସହାର ଆଡ଼କୁ ଅଗ୍ରସର ହେଲେ। ବାଟରେ ବାରିକପୁର, ବହୁଦରଡ଼ା, ବିଷ୍ଣୁପର, ଚିଙ୍ଗିଡ଼ିପୁର ଓ ଗେଲପୁର ଛକଠାରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭଦ୍ରକ ସହର ଦେଇ ପଦଯାତ୍ରା ଭଦ୍ରକ କଂଗ୍ରେସ କାର୍ଯ୍ୟାଳୟରେ ପଂହଚିଥିଲା ଏବଂ ସେଠାରେ ମଧ୍ୟାହ୍ନ ଭୋଜନ ସମାପନ ପରେ ପୁର୍ନବାର ପଦଯାତ୍ରା ଆରମ୍ଭ ହୋଇଥିଲା। ରାଣିତାଲ ଠାରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସଂଜୀବ ଗିରି, ଅନନ୍ତ ପ୍ରସାସ ସେଠୀ, ନବଜ୍ୟୋତି ପଟ୍ଟନାୟକ, ଅଶୋକ ଦାସ, ମଧୁସ୍ମିତା ସେଠୀ, ଗୌତମ ସାହୁ, ରଞ୍ଜନ ଦାସ, ତୁଷାରକାନ୍ତି ତପସ୍ୱୀ ଏବଂ ଅନ୍ୟାନ୍ୟ କର୍ମକର୍ତମାନେ ପିସିସି ସଭାପତିଙ୍କୁ ସ୍ୱାଗତ କରିଥିଲେ। ଜାମୁଝାଡ଼ି ଠାରେ ଶ୍ରୀ ଶରତ ପଟ୍ଟନାୟକଙ୍କୁ…
ଭୁବନେଶ୍ବର: ଆଜି ଚନ୍ଦ୍ର ଗ୍ରହଣ ବେଳେ ତଥାକଥିତ ହେତୁବାଦୀମାନେ ଖାଦ୍ୟ ଭକ୍ଷଣ କରି ଦେଖାଇ ହେବା କାର୍ଯ୍ୟକୁ ପଣ୍ଡ କରିଛନ୍ତି ସାଧାରଣ ଜନତା। ପୂର୍ବରୁ ଏହି ବ୍ୟକ୍ତିଗଣ ଏହିପରି ବହୁ ଥର ଗ୍ରହଣ ଲାଗିଥିବା ବେଳେ ଖାଦ୍ୟ ଖାଇ ନିଜକୁ ବଡ ଜ୍ଞାନୀ ବୋଲାଉଛନ୍ତି । ସେମାନେ ଭାବନ୍ତି ଯେ, କେବଳ ବିଜ୍ଞାନ ବିଷୟରେ ତାଙ୍କର ଜ୍ଞାନ ଅଛି। ଗ୍ରହଣ କେବଳ ଛାଇ ଆଲୁଅର ଖେଳ ବୋଲି କେବଳ ସେମାନେ ଜାଣିଛନ୍ତି। ଆଉ କେହି ଜାଣି ନାହାଁନ୍ତି। ଗ୍ରହଣ କେମିତି ହୁଏ କିପରି ହୁଏ ତାହା ସ୍କୁଲ ବେଳୁ ସମସ୍ତଙ୍କୁ ପଢାଯାଏ। ତେହେ ଏକ ଛାଇ ଆଲୁଅ ଖେଳ ବୋଲି ସମସ୍ତେ ଜାଣନ୍ତି। ଏଥିରେ କିଛି ସନ୍ଦେହ ନାହିଁ। ହେଲେ ତାହା ସହିତ ସମସ୍ତେ ଗ୍ରହଣ ବେଳେ ଖାଦ୍ୟ ଗ୍ରହଣ ନ କରିବା, ହାଣ୍ଡିଛାଡ କଥା ମଧ୍ୟ ରହିଛି। ହେଲେ ଏହି ପରଂପରା ବା ବିଶ୍ବାସକୁ ପୂର୍ବରୁ କୌଣସି ବୈଜ୍ଞାନିକ ଏହାକୁ…
ଭୁବନେଶ୍ୱର: ଚିଠା ଭୋଟର ତାଲିକା -୨୦୨୩ ପ୍ରକାଶ ପାଇବାକୁ ଯାଉଥିବା ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଭୋଟର ସଚେତନତା ପଦଯାତ୍ରା (ଓ୍ୱାକାଥନ୍) ଆସନ୍ତା କାଲି ନଭେମ୍ବର ୦୯ତାରିଖ ସକାଳୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ଠାରୁ ଆରମ୍ଭ ହେବ। ଏହି ସଚେତନତା ପଦଯାତ୍ରାରେ ଶତାଧିକସ୍କୁଲ, କଲେଜର ଛାତ୍ରଛାତ୍ରୀ, ଏନ୍ଏସ୍ଏସ୍,ସ୍କାଉଟ୍, ଗାଇଡ୍,ଗଣମାଧ୍ୟମ ପ୍ରତିନିଧି ଓ ବରିଷ୍ଠ ପଦାଧିକାରୀମାନେ ସକାଳ ୭ଟା ସୁଦ୍ଧା ସମବେତ ହେବା ପରେ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଏହି ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ସଚେତନତା ପଦଯାତ୍ରା ମାଷ୍ଟର କ୍ୟାଣ୍ଟିନ ଛକରୁ ପିଏମଜି ଛକ ଦେଇ ରବୀନ୍ଦ୍ର ମଣ୍ଡପ ପାଖ ଦେଇ ୧୨୦ ବାଟାଲିୟନ, ପାୱାର ହାଉସ ଛକ, ଏଡିଏମ୍ ଅଫିସ୍ ହୋଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରେ ଶେଷ ହେବ । ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗଦାନ କରିବାକୁ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଖୋର୍ଦ୍ଧା…
ଭୁବନେଶ୍ବର: ଗ୍ରହଣ ସମୟରେ ଖାଦ୍ୟ ଖାଇବା ମନା। ଏହା କାହିଁ କେଉଁ ପ୍ରାଚୀନ କାଳରୁ ଚଳିଆସିଛି। ହେଲେ ଏହାକୁ ହେତୁବାଦୀ ବୋଲି କହୁଥିବା କେତେକ ଲୋକେ ବିରୋଧ କରୁଛନ୍ତି। ଏହିପରଂପରା ଭୁଲ ବୋଲି ପ୍ରମାଣତି କରିବାକୁ ଚେଷ୍ଠା କରୁଛନ୍ତି। ଯାହାକୁ ନେଇ ମୁହାମୁହିଁ ହୋଇଛନ୍ତି ହେତୁ ବାଦୀ ଆଉ ପରଂପରାବାଦୀ। ଆଜି ଚନ୍ଦ୍ର ଗ୍ରହଣରେ ଏହି ବ୍ୟକ୍ତିମାନେ ଭୁବନେଶ୍ବରର ଲୋହିଆ ଏକାଡେମୀରେ ଚିକେନ ବିରିୟାନୀ ଖାଇବାରୁ ଯୋଜନା କରିଥିଲେ। ଏହାକୁ ପ୍ରବଳ ବିରୋଧ କରିଥିଲେ ପରଂପରା ବାଦୀ। ସେମାନେ ଲୋହିଆ ଏକାଡେମୀ ଭିତରକୁ ଧସେଇ ପସି ଏହାକୁ ରୋକିବାକୁ ଚେଷ୍ଠା କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଲୋକେ ହେତୁବାଦୀଙ୍କୁ ଗୋଡାଇ ଗୋଡାଇ ପିଟୁଥିବାର ଲକ୍ଷ କରାଯାଇଥିଲା। କେବଳ ଭୁବନେଶ୍ବର ନୁହେଁ, ଏହି ଗୋଷ୍ଠୀର ବିଭିନ୍ନ ଶାଖା ବ୍ରହ୍ମପୁରରେ ମଧ୍ୟ ଗ୍ରହଣ ଆରମ୍ଭ ବେଳେ ଖାଦ୍ୟ ଖାଇଥିଲେ। ସେଠାରେ ମଧ୍ୟ ପ୍ରବଳ ବିରୋଧ…
ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରୁଥିବା ହେତୁ ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ। ନଭେମ୍ବର ୧୯ ତାରିଖ ୨୦୨୨ରେ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବେ। ଦୁଇ ଦିନିଆ ଧର୍ମଘଟ ପାଇଁ ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ କହିଛି। ଷ୍ଟକ୍ ଏକ୍ସଚେଞ୍ଜ ସହିତ ଏକ ନିୟାମକପତ୍ରରେ ବ୍ୟାଙ୍କ ଅଫ୍ ବରୋଦା କହିଛି ଯେ, ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (AIBEA) ର ସାଧାରଣ ସମ୍ପାଦକ ଭାରତୀୟ ବ୍ୟାଙ୍କ ଆସୋସିଏସନକୁ ଧର୍ମଘଟ କରିବାକୁ ନୋଟିସ ଦେଇଛନ୍ତି। ଏହି ବିଜ୍ଞପ୍ତିରେ ୟୁନିୟନ ସେମାନଙ୍କ ଦାବି ପାଇଁ ନଭେମ୍ବର ୧୯ ତାରିଖ ୨୦୨୨ରେ ଧର୍ମଘଟ କରିବାକୁ କହିଛି। ଧର୍ମଘଟ ଦିନ ବ୍ୟାଙ୍କ ଶାଖା ଏବଂ କାର୍ଯ୍ୟାଳୟରେ କାର୍ଯ୍ୟ ଜାରି ରଖିବା ପାଇଁ ସମସ୍ତ ଉପଯୁକ୍ତ ପଦକ୍ଷେପ ନିଆଯାଉଛି ବୋଲି ବ୍ୟାଙ୍କ କହିଛି। ବ୍ୟାଙ୍କ କହିଛି ଯେ, ଯଦି ବ୍ୟାଙ୍କ କର୍ମଚାରୀ ଧର୍ମଘଟ କରନ୍ତି, ତେବେ ବ୍ୟାଙ୍କ ଶାଖା ଏବଂ କାର୍ଯ୍ୟାଳୟର କାର୍ଯ୍ୟ…
ଭୁବନେଶ୍ୱର: ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସ୍ୱାଧୀନତା ଦିବସ ଅବସରରେ ଆଗାମୀ ୨୫ ବର୍ଷ ପାଇଁ ଦେଶବାସୀଙ୍କୁ ଦାୟିତ୍ୱ ଓ କର୍ତ୍ତବ୍ୟର କଥା କହିଛନ୍ତି। ଦାୟିତ୍ୱ ନେଲେ ହିଁ ଅନେକଙ୍କ ଅଧିକାର ସୁରକ୍ଷିତ ରହିବ। ଜଣେ ବ୍ୟକ୍ତି ଦାୟିତ୍ୱ ନେଲେ ୫ ଜଣଙ୍କ ଅଧିକାର ସୁରକ୍ଷିତ ରହିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳବାର ଭୁବନେଶ୍ୱର ଠାରେ ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର ୫୦ ବର୍ଷ ଓ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସ୍ୱର୍ଗତ ବଳଙ୍କ ୯୦ତମ ଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରଗତିବାଦୀ ଅନୁଷ୍ଠାନକୁ ଓଡ଼ିଆ ସାମ୍ବାଦିକତା ଜଗତରେ ୫୦ ବର୍ଷର ଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଆହ୍ୱାନ ଅନୁସାରେ ଆମ ସମସ୍ତଙ୍କୁ ଦାୟିତ୍ୱ ନେବାକୁ…
ନୂଆଦିଲ୍ଲୀ: ୩ ଭାରତୀୟ ମହିଳା ଉଦ୍ୟୋଗୀଙ୍କ ନାମ ଫୋର୍ବସ୍ ଟପ୍ ୨୦ ଏସୀୟ ମହିଳା ଉଦ୍ୟୋଗୀ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ। ଏହି ତାଲିକାରେ ସେହି ମହିଳାମାନେ ଅନ୍ତର୍ଭୁକ୍ତ ଥିଲେ ଯେଉଁମାନେ କୋଭିଡ-୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ସେମାନଙ୍କ ବ୍ୟବସାୟ ବଢାଇବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ଫୋର୍ବସର ନଭେମ୍ବର ସଂଖ୍ୟାରେ ପ୍ରକାଶିତ ତାଲିକାରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ର ଅଧ୍ୟକ୍ଷା ସୋମା ମଣ୍ଡଳ, ଏମକିୟୋର୍ ଫାର୍ମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନମିତା ଥାପର ଏବଂ ହୋନାସା କଞ୍ଜ୍ୟୁମରର ସହ-ପ୍ରତିଷ୍ଠାତା ଗଜଲ ଅଲଘଙ୍କ ନାମ ଅନ୍ତର୍ଭୂକ୍ତ କରାଯାଇଛି। ଫୋର୍ବସ୍ ଏକ ବିବୃତ୍ତିରେ କହିଛି ଯେ, ଏହି ତାଲିକାରେ ଭାରତ, ଅଷ୍ଟ୍ରେଲିଆ, ଚୀନ୍, ଦକ୍ଷିଣ କୋରିଆ, ଇଣ୍ଡୋନେସିଆ, ଜାପାନ, ସିଙ୍ଗାପୁର, ତାଇୱାନ ଏବଂ ଥାଇଲ୍ୟାଣ୍ଡର ମହିଳା ଅଛନ୍ତି। ଏହି ତାଲିକାରେ ଥିବା ମହିଳାମାନେ ପରିବହନ, ରିଏଲ୍ ଇଷ୍ଟେଟ୍ ଏବଂ ନିର୍ମାଣ, ପ୍ରଯୁକ୍ତିବିଦ୍ୟା, ଔଷଧ ଏବଂ ଦ୍ରବ୍ୟ ଭଳି…
ନୂଆଦିଲ୍ଲୀ: ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତାକୁ ନେଇ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଆସିଛି। ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟ ଇମ୍ରାନ ଖାନ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ମଧ୍ୟରେ ଲଗାତାର ରାଜନୈତିକ ବାକ୍ ଯୁଦ୍ଧ ଜାରି ରହିଛି। ଇମ୍ରାନ ଖାନଙ୍କ ଉପରେ ହୋଇଥିବା ମାରାତ୍ମକ ଆକ୍ରମଣ ପରେ ଏହି ବାକ୍ ଯୁଦ୍ଧ ବୃଦ୍ଧି ପାଇଛି। ସଦ୍ୟତମ ମାମଲାରେ ଶାହାବାଜ ସରିଫଙ୍କୁ ପିଟିଆଇ ନେତା ଫୱାଦ ହୁସେନ୍ ଆକ୍ରମଣ କରିଛନ୍ତି। ଚୌଧୁରୀ ଫୱାଦ ହୁସେନ୍ କହିଛନ୍ତି ଯେ, ଦେଶରେ ଆଇନ ଶୃଙ୍ଖଳା ଅଭାବରୁ ୱଜିରାବାଦର ଦୁଃଖଦ ଘଟଣା ପଞ୍ଜିକୃତ ହୋଇପାରି ନାହିଁ, ଶକ୍ତିଶାଳୀ ଗୋଷ୍ଠୀ ଦେଶର ରାଜନୈତିକ ଏବଂ ନ୍ୟାୟିକ ବ୍ୟବସ୍ଥାକୁ ବନ୍ଧକ ରଖିଛନ୍ତି, ତେଣୁ ଯେତେବେଳେ ନରେନ୍ଦ୍ର ମୋଦୀ ପାକିସ୍ତାନ ପାଇଁ କୁହନ୍ତି, “ଆମେ ବୁଝିପାରୁ ନାହୁଁ, ଆମେ କାହା ସହିତ କଥା ହେବୁ?, ସେତେବେଳେ ଏହାର କୌଣସି ଉତ୍ତର ଦିଆଯାଇନଥାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ,…
ନୂଆଦିଲ୍ଲୀ: ଆଜି ଭାରତର ପ୍ରଖ୍ୟାତ ତଥା ଲୋକପ୍ରିୟ ନେତା ଏଲ କେ ଆଡଭାନୀ ୯୫ ବର୍ଷ ବସୟରେ ପଦାର୍ପଣ କରିଛନ୍ତି। ସେଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନକୁ ଯାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ଟୁଇଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଡଭାନୀ ଜୀଙ୍କ ବାସଭବନକୁ ଯାଇ ତାଙ୍କ ଜନ୍ମଦିନରେ ଶୁଭ କାମନା କଲି। ଭାରତର ଅଭିବୃଦ୍ଧିରେ ତାଙ୍କର ଅବଦାନ ସ୍ମରଣୀୟ ଅଟେ। ତାଙ୍କର ଦୂରଦୃଷ୍ଟି ଏବଂ ବୁଦ୍ଧି ପାଇଁ ତାଙ୍କୁ ସମଗ୍ର ଭାରତରେ ସମ୍ମାନିତ କରୁଛି। ବିଜେପି ଗଠନ ତଥା ମଜବୁତ କରିବାରେ ତାଙ୍କର ଭୂମିକା ଅତୁଳନୀୟ। ମୁଁ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି।
ନୂଆଦିଲ୍ଲୀ: କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ସତୀଶ ଜାରକିହୋଲିଙ୍କ ବିବୃତ୍ତିରେ ବିବାଦ ଉପୁଜିଛି। ରବିବାର ଦିନ ଏକ କାର୍ଯ୍ୟକ୍ରମରେ ସତୀଶ ଜାରକିହୋଲି ଦାବି କରିଥିଲେ ଯେ ‘ହିନ୍ଦୁ’ ଶବ୍ଦ ପାର୍ସୀ ଏବଂ ଏହାର ଅର୍ଥ ଅତ୍ୟନ୍ତ ଖରାପ। ଦଳ ତାଙ୍କ ବିବୃତ୍ତିରୁ ନିଜକୁ ଦୂରେଇ ରଖିଥିବାବେଳେ କଂଗ୍ରେସକୁ ବିଜେପି ଆକ୍ରମଣ କରିଛି। ଏହି ସମୟରେ ସତୀଶ ତାଙ୍କ ବିବୃତ୍ତିରେ ଛିଡା ହୋଇଛନ୍ତି। ଆଜି ସେ କହିଛନ୍ତି ଯେ, ମୁଁ ଭୁଲ୍ ବୋଲି ସମସ୍ତଙ୍କୁ ପ୍ରମାଣ କରିବାକୁ ଦିଅ। ଯଦି ମୁଁ ଭୁଲ ଅଛି, ମୁଁ ବିଧାୟକ ପଦରୁ ଇସ୍ତଫା ଦେବି। କିନ୍ତୁ ମୋର ବିବୃତ୍ତି ପାଇଁ କ୍ଷମା ପ୍ରାର୍ଥନା କରିବି ନାହିଁ। ସତୀଶ ଜାରକିହୋଲିଙ୍କ ବିବୃତ୍ତି ସମ୍ପର୍କରେ ବିଜେପି ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବମ୍ମାଇ କହିଛନ୍ତି ଯେ, ଅର୍ଦ୍ଧ ଜ୍ଞାନ ଥିବା ଏବଂ ସଂଖ୍ୟାଲଘୁ ଭୋଟ୍ ପାଇବାକୁ ସ୍ୱପ୍ନ ଦେଖୁଥିବା ସମ୍ପ୍ରଦାୟର ଭୋଟରଙ୍କୁ ଖୁସି କରିବା…
ନୂଆଦିଲ୍ଲୀ: ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ଏହି ଦିନ ଶିଖ୍ ଗୁରୁ ଗୁରୁ ନାନକଙ୍କ ଜନ୍ମ ଦିନ। ଏହି ପବିତ୍ର ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁ ନାନକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଆଜି ସକାଳେ ରାଷ୍ଟ୍ରପତି, ରାଷ୍ଟ୍ରପତି ଭବନ ଭିତରେ ଥିବା ବର୍ଡିଗାର୍ଡ ରେଜିମେଣ୍ଟଲ ଗୁରୁଦ୍ବାରରେ ସେ ଏହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଏଥିସହିତ ସେ ଭକ୍ତମାନଙ୍କ ସହିତ ସେଠାରେ ଆୟୋଜିତ ଲଙ୍ଗରରେ ମଧ୍ୟ ଯୋଗଦେଇଛନ୍ତି।

