ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଚଳିତ ବର୍ଷ ” ଆଜାଦି କା ଅମୃତ ମହୋତ୍ସବ ” କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ “ରୋଜଗାର ମିଶନ” ସର୍ଵ ଭାରତୀୟ ସ୍ତରରେ ପ୍ରାରମ୍ଭ ହେଵାକୁ ଯାଉଛି। ଏହି ମିଶନ ଯୋଗୁଁ ଦେଶରେ ପ୍ରାୟ ଦଶ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି, ଯାହା ପର୍ଯ୍ୟାୟ କ୍ରମେ ଏହି ମିଶନ ମାଧ୍ୟମରେ ପୂରଣ ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରୁଛନ୍ତି। ଏହି ମିଶନକୁ ଲୋକାଭିମୁଖୀ କରିବା ପାଇଁ ଆଜି ପ୍ରଥମ “ରୋଜଗାର ମେଳା” ସର୍ଵଭାରତୀୟ ସ୍ତରରେ ଅନୁଷ୍ଠିତ ହେବାକୁ ଯାଉଛି। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ମିଶନର ପ୍ରଥମ ପର୍ଯ୍ୟାୟ ରୋଜଗାର ମେଳାରେ ପ୍ରାୟ ୭୫ ହଜାର ଯୁବ ବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ସ୍ୱାଧୀନତାର ଏହି ଅମୃତ କାଳରେ ଆମ ରାଜ୍ୟରେ ମଧ୍ୟ ଓଡ଼ିଶା ଡାକ ପରିମଣ୍ତଳ ସଂଯୋଜନାରେ ‘ରାଜ୍ୟସ୍ତରୀୟ ରୋଜଗାର ମେଳା’ ଭୂବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରେଳ…
Author: Samikhsya Bureau
ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍ଫୋକମ୍ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୪,୫୧୮ କୋଟି ଟଙ୍କାର ନେଟ୍ ଲାଭ କରିଛି। ବାର୍ଷିକ ଭିତିରେ କଂପାନିର ନେଟ୍ ଲାଭ ୨୮% ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ କଂପାନିର ନେଟ୍ ଲାଭ ୩୫୨୮ କୋଟି ଟଙ୍କା ଥିଲା। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ କଂପାନିର ପରିଚାଳନାଗତ ରାଜସ୍ୱ ୨୦.୨ ପ୍ରତିଶତ ବୃଦ୍ଧି ୨୨,୫୨୧ କୋଟି ଟଙ୍କା ହୋଇଛି। ବର୍ଷକ ପୂର୍ବରୁ ଏହି ସମୟରେ ପରିଚାଳନାଗତ ରାଜସ୍ୱ ପରିମାଣ ୧୮,୭୩୫ କୋଟି ଟଙ୍କା ଥିଲା। ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକରେ ଜିଓ ନେଟ୍ୱର୍କରେ ମୋଟ ଡାଟା ଟ୍ରାଫିକ୍ ଗତବର୍ଷର ସମାନ ତ୍ରୈମାସିକ ତୁଳନାରେ ୨୨.୭ ପ୍ରତିଶତ ବୃଦ୍ଧି ପାଇ ୨୮.୨ ବିଲିଅନ ଜିବିରେ ପହଂଚିଛି। ସେହିଭଳି, ଗ୍ରାହକ ପିଛା ମାସିକ ରାଜସ୍ୱ ୧୭୭.୨ ଟଙ୍କାକୁ ବୃଦ୍ଧି ପାଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକରେ…
ନୂଆଦିଲ୍ଲୀ, ସାଧାରଣତଃ ଘରୁ କୌଣସି ଶୁଭ କାମରେ ବାହାରିବା ବେଲେ ସମସ୍ତେ ଭଗବାନଙ୍କ ନାମକୁ ସ୍ମରଣ କରି ବାହାରିଥାନ୍ତି। ଏହାର କାରଣ ହେଲା ଯେଉଁ କାମ କରିବାକୁ ଯାଉଛନ୍ତି ତାହା ଯେପରି ଶୁଭ ହୁଏ। ହେଲେ ବେଳେ ବେଳେ ଘରୁ ବାହାରିବା ବେଳେ କିଛି ଏପର ଘଟଣା ଘଟେ ଯାହା ଆପଣଙ୍କ ପାଇଁ ଅଶୁଭ ହୋଇଯାଏ। କାର୍ଯ୍ୟଟି ସଫଳ ହୋଇ ନ ଥାଏ। ସେହିପରି କିଛି ଘଟଣା ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବେଶ ଦରକାରରେ ଆସିପାରେ। ପୋଷାକ ବଟନ୍: ଯଦି ଆପଣ ପୋଷାକ ପିନ୍ଧିସା ବେଳେ ବଟମଗୁଡିକ ଭୁଲରେ ଲଗାଇଲେ ତେବେ ଏହା ଖରାପ। ବିଶ୍ୱାସ କରାଯାଏ ଯେ ଏହା ସହିତ ଆପଣଙ୍କର ସମସ୍ତ କାର୍ଯ୍ୟ ମଧ୍ୟ ସିଧା ହେବା ଆରମ୍ଭ କରେ । ଏପରି ପରିସ୍ଥିତିରେ ତୁମେ ପୁଣି ପୋଷାକ କାଢିବା ଉଚିତ ଏବଂ ସେହି ବଟନ୍ କୁ ସଠିକ୍ ଭାବରେ ରଖିବା ଉଚିତ ।…
ମେଷ: – ଆଜି ଏକ ଭଲ ଦିନ ହେବ । ନୂତନ ବ୍ୟବସାୟ ସଂପ୍ରସାରଣ ଯୋଜନା ଗଠନ ହୋଇପାରେ । କଣ୍ଟିଜେନ୍ସି ଲାଭ ପ୍ରଦାନ କରାଯିବ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । ବନ୍ଦ ହୋଇଥିବା ଟଙ୍କା ମିଳିପାରିବ । କୌଣସି କାରବାରରୁ ଦୂରେଇ ରୁହନ୍ତୁ । କଠିନ ପରିଶ୍ରମ ଏବଂ ପ୍ରୟାସ ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । ପରିବାରର ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିବାହିତ ଜୀବନ ସୁଖୀ ହେବ । ବୃଷ: – ଆଜି ଶୁଭ ହେବ। ବ୍ୟବସାୟରେ କଣ୍ଟିଜେଣ୍ଟ୍ ଲାଭ ହେଉଛି । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ସ୍ଥାନାନ୍ତର ସହିତ ଆୟ ମଧ୍ୟ ବୃଦ୍ଧି ପାଇପାରେ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । କିଛି ନୂଆ କରିବାକୁ ଇଚ୍ଛା ମଧ୍ୟ…
କାଇପଦର: ଖୋର୍ଦ୍ଧା ଜିଲ୍ଲାର ଜଣେ ପ୍ରତିଷ୍ଠିତ ସମାଜ ସେବୀ ତଥା ଶିକ୍ଷାବିତ ବିଚିତ୍ରା ନନ୍ଦ ଚମ୍ପତ୍ତିରାୟଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 94 ବର୍ଯ ବୟସ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ହୋଇ ମୃତ୍ୟୁବରଣ କରିଥିବାର ଜଣାପଡିଛି। ବିଚିତ୍ରା ନନ୍ଦନ ଖୋର୍ଦ୍ଧା କାଇପଦର ଅଞ୍ଚଳର ଜଣେ ପ୍ରତିଷ୍ଠିତ ଶିକ୍ଷାବିତ ଥିଲେ। ସେ କାଇପଦର ମଧ୍ୟ ଇଂରାଜୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା ଥିଲେ। ସେହିପରି କାଇପଦର କଲେଜର ମଧ୍ୟ ସେ ପ୍ରତିଷ୍ଠାତା ଥିଲେ। ତାଙ୍କର ମଝିଆ ଜାମାତା ହେଉଛନ୍ତି ପ୍ରତିଷ୍ଠିତ ପରିବେଶ ବିତ ତଥା ଖୋର୍ଦ୍ଧାର ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ଭୁବନେଶ୍ବର: ଓଡିଶା କ୍ରିକେଟ ଆସୋସିଏସନ ବା ଓସିଏ ର ସଭାପତି ହୋଇଛନ୍ତି ବିଜେଡିର ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ। ଆଜି ସେ ଓସିଏ ନିର୍ବାଚନରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ପ୍ରଣବ ସଭାପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ହେଲେ ତାଙ୍କ ବିରୋଧରେ କେହି ପ୍ରାର୍ଥୀ ପତ୍ର ଦାଖଲ ନ କରିବାରୁ ତାଙ୍କୁ ଓସିଏ ସଭାପତି ହୋଇଛନ୍ତି। ସେହିପରି ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, ସାଧାରଣ ସଂପାଦକ ଭାବେ ସଂଜୟ ବେହେରା, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ନିର୍ବାଚିତ ହୋଇଛନ୍ତି। ଜଣେ ଲେଖାଏଁ ପ୍ରାର୍ଥୀ ଥିବାରୁ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ତେବେ ବିଧିବଧ ଭାବେ ଘୋଷଣା ବାକି ରହିଛି। ନିର୍ବାଚିତ ହେବା ପରେ ପ୍ରଣବ ପ୍ରକାଶ ଦାସ ତାଙ୍କ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାିଛନ୍ତି। ଏଥିସହ ସେ ସମସ୍ତ କର୍ମକର୍ତ୍ତା ଏବଂ ଓସିଏ ମେମ୍ବରକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । କ୍ରୀଡ଼ାର ବିକାଶ…
ନୂଆଦିଲ୍ଲୀ: ‘ପୋଲିସ ସ୍ମୃତି ଦିବସ’ ଅବସରରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଥିବା ଜାତୀୟ ପୋଲିସ ମେମୋରିଆଲରେ ପୋଲିସ ତଥା ସିଏପିଏଫ୍ ସହିଦ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ର, ନିଶିଥ ପରମାଣିକ ଏବଂ କେନ୍ଦ୍ର ଗୃହ ସଚିବଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଆଜି ଭାରତ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରୁଛି ଏବଂ ସ୍ୱାଧୀନତାର ୭୫ ବର୍ଷ ପରେ ଆମେ ସନ୍ତୋଷଜନକ ଭାବରେ କହିପାରିବା ଯେ ଆମେ ନିଶ୍ଚିତ ଭାବରେ ନିଷ୍ଠା ଏବଂ ତୀବ୍ରତା ସହିତ ଆମର ଲକ୍ଷ୍ୟ ଆଡକୁ ଗତି କରୁଛୁ। ଶ୍ରୀ ଶାହା କହିଛନ୍ତି ଯେ ଦେଶ ଦ୍ୱାରା କରାଯାଇଥିବା ଅସଂଖ୍ୟ ସଫଳତାର ପ୍ରମୁଖ କାରଣ ହେଉଛି ପୋଲିସ ଏବଂ ସିଏପିଏଫ୍ କର୍ମଚାରୀମାନଙ୍କର…
ନୂଆଦିଲ୍ଲୀ: ଜାତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି) ବୈଠକରେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କରାଯାଇଛି। କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ଏଜେନ୍ସି ସମେତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ସମୁଦ୍ରରେ ବର୍ତ୍ତମାନର ପାଣିପାଗ ସ୍ଥିତି ବିଷୟରେ ସୂଚନା ଦେଇ କହିଥିଲେ ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଉତ୍ତର ଦିଗକୁ ଗତି କରିବ। ୨୪ ଅକ୍ଟୋବରରେ ଏହା ଏକ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ପରେ ଏହା ଉତ୍ତର ପୂର୍ବ ଦିଗକୁ ଗତି କରିବ ଏବଂ ୨୫ ଅକ୍ଟୋବରରେ ଉପକୂଳ ଓଡ଼ିଶା ପାଖ ଦେଇ ପଶ୍ଚିମବଙ୍ଗ-ବାଂଲାଦେଶରେ ଉପକୂଳରେ ପହଞ୍ଚିବ। ୨୫ ଅକ୍ଟୋବର ମଧ୍ୟରାତ୍ରୀ ବେଳକୁ ଏହା ବାଂଲାଦେଶ ଏବଂ ନିକଟବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ…
ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ମାନା ଠାରେ ୩୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ ଏବଂ ରୋପୱେ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ କେଦାରନାଥ ପରିଦର୍ଶନ କରି ଶ୍ରୀ କେଦାରନାଥ ମନ୍ଦିରରେ ଦର୍ଶନ ଓ ପୂଜା କରିଥିଲେ। ସେ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କର ସମାଧି ସ୍ଥଳକୁ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ମନ୍ଦାକିନୀ ଅଷ୍ଟପଥ ଏବଂ ସରସ୍ୱତୀ ଅଷ୍ଟପଥରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ବଦ୍ରିନାଥ ପରିଦର୍ଶନ କରି ଶ୍ରୀ ବଦ୍ରିନାଥ ମନ୍ଦିରରେ ଠାକୁର ଦର୍ଶନ ଏବଂ ପୂଜା କରିଥିଲେ। ଏହା ପରେ ସେ ଅଳକାନନ୍ଦା ନଦୀ କୂଳରେ ଚାଲିଥିବା କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଧର୍ମପୀଠରେ ଦର୍ଶନ ଏବଂ ପୂଜା କରିବା ପରେ ନିଜର ଖୁସିକୁ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, “ମୋ ଜୀବନ ଆଶୀର୍ବାଦ ପ୍ରାପ୍ତ…
ଭୁବନେଶ୍ୱର: ଜଳସେଚନ ଏବଂ ପ୍ରାକୃତିକ ଜୈବ-ପରିବେଶ ବିକାଶ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପଭାବେ କଟକ ଜିଲ୍ଲା ଅନ୍ତର୍ଗତ ମହାନଦୀ ତେଲ୍ଟାର ଶୁକ-ପାଇକା ନଦୀର ପୁନରୁଦ୍ଧାର ହେବ। ସ୍ଥାନୀୟ ଭାବେ ମୃତ-ନଦୀ ବୋଲି ଜଣାଶୁଣା ଏହି ନଦୀ ଖୁବ୍ ଶିଘ୍ର ପୁଣି ଜୀବନ୍ତ ଓ ଚଳଚଞ୍ଚଳ ହେବ। ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ବନ୍ଧିତ ଏକ ପ୍ରକଳ୍ପ ଅନୁମୋଦିତ ହୋଇଛି। ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ପ୍ରକଳ୍ପର ବୈଷୟିକ, ଆର୍ଥିକ ଏବଂ ପ୍ରଶାସନିକ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ପ୍ରକଳ୍ପର ବିଭିନ୍ନ ଦିଗ ବିଚାର କରି ଏହି ପ୍ରାକୃତିକ ନାଳର ପୁନରୁଦ୍ଧାର ନିମନ୍ତେ ଖୁବ୍ ଶିଘ୍ର ଟେଣ୍ଡର ଆହ୍ୱାନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ପାଇଁ ୯ଟି ପ୍ରକଳ୍ପ ଲୋକାର୍ପିତ କରିଥିବା ବେଳେ ଆଉ ୯ଟି ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖିଛନ୍ତି। ଲୋକାର୍ପିତ ୯ଟି ପ୍ରକଳ୍ପ ପାଇଁ ୧୪.୬୯ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଭିତ୍ତିପ୍ରସ୍ତର ରଖାଯାଇଥିବା ୯ଟି ପ୍ରକଳ୍ପର ମୂଲ୍ୟ ୩୩.୬୮ କୋଟି ଟଙ୍କା। ସମୁଦାୟ ପ୍ରକଳ୍ପ ପାଇଁ ୪୮.୩୭ କୋଟି ଟଙ୍କା ବିନିଯୋଗ କରାଯାଉଛି। ଲୋକାର୍ପିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ସ୍କୁଲ, କଲ୍ୟାଣ ମଣ୍ଡପ, Sports Complex ଆଦିର ବିକାଶ ସହିତ କୋମନା ଠାରେ ଏକ ମିଲେଟ୍ ପ୍ରକ୍ରିୟାକରଣ ପ୍ରକଳ୍ପ ରହିଛି। ସେହିପରି ଭିତ୍ତିଭୂମି ରଖାଯାଇଥିବା ପ୍ରକଳ୍ପ ମାନଙ୍କ ମଧ୍ୟରେ ଇକୋ ଟୁରିଜିମ, ଭିତ୍ତିଭୂମି, ଇକୋ ପାର୍କ, ଷ୍ଟାଡିଅମ, ହସ୍ତତନ୍ତ ମଲ୍ ଆଦିର ବିକାଶ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଞ୍ଚଳିକ ବୈଷମ୍ୟ ଦୂର କରିବାର ଲକ୍ଷ୍ୟ…
ବିଶାଖାପାଟନମ: ଆଜି ସକାଳେ ଏକ ମହିଳା କ୍ରିକେଟ୍ ଟିମ୍ ବସ୍ ସହିତ ଟ୍ରକ୍ ର ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣା ବିଶାଖାପାଟନମର ଜ୍ଞାନପୁରମରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ୪ ଜଣ ଖେଳାଳି ଏବଂ କୋଚ୍ ଆହତ ହୋଇଥିବା ଖବର ରହିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଶାଖାପାଟନମ୍ ପୋଲିସ କହିଛି ଯେ, ଚିକିତ୍ସା ପରେ ସମସ୍ତ ଆହତ ଖେଳାଳି ବଡୋଦରା ଚାଲିଯାଇଛନ୍ତି।
ବାଣପୁର: ଖବର ପ୍ରସାରଣ ପରେ ପ୍ରଶାସନ ଆକ୍ସନ ମୋଡରେ ଆସିଛି। ବାଣପୁର ଅନ୍ତରକିଆରି କେନାଲ ରୋଡ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରକାଶ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅନ୍ତରକିଆରୀ କେନାଲ ରୋଡର ସ୍ଥିତିକୁ ନେଇ ସମୀକ୍ଷା ନିୟୁଜରେ ଗତ ୧୭ ତାରିଖ ଦିନ ଖବର ପ୍ରସାରଣ ହୋଇଥିଲା। ସାମାନ୍ୟ ବର୍ଷା ହେଲେ ଉକ୍ତ ରୋଡ ଦେଇ ପାଣି କେନାଲକୁ ପ୍ରବାହିତ ହେଉଥିବା ଯୋଗୁଁ ରୋଡରୁ ପିଚୁ ଉଠିଯିବା ସହ ବଡ଼ ବଡ଼ ଗତ୍ର ହୋଇଯାଇଥିଲା। ଯାହାଫଳରେ ଉକ୍ତ ରୋଡରେ ଗତ ଏକ ବର୍ଷ ମଧ୍ୟରେ ଦଶରୁ ଉର୍ଦ୍ଧ୍ଵ ବଡ଼ ଦୁର୍ଘଟଣା ଏବଂ ପ୍ରତ୍ୟେକ ଦିନ ଏକାଧିକ ଛୋଟ ମୋଟ ଦୁର୍ଘଟଣାମାନ ଘଟୁଥିବା ଅଭିଯୋଗ ହେଉଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିଲେ। ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ଟାଙ୍ଗୀ ଏସଡ଼ିଓ ସୁଧାକର ନାୟକଙ୍କୁ ଏ ବାବଦରେ ପଚାରିଯାଇଥିଲା। ସେ ଖୁବଶୀଘ୍ର ଉକ୍ତ ରୋଡ ପରିଦର୍ଶନ କରି ତଦନୁଯାୟୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀବଦ୍ରିନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀ ମୋଦୀ ଭିତର ଗର୍ଭଗୃହରେ ପ୍ରାର୍ଥନା କରିଥିଲେ। ସେ ମଧ୍ୟ ଅଳକନନ୍ଦା ନଦୀ ପାର୍ଶ୍ଵ ବିକାଶମୂଳକ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଓ ରାଜ୍ୟପାଳ ଅବସରପ୍ରାପ୍ତ ଜେନେରାଲ ଗୁରମିତ ସିଂ ମଧ୍ୟ ଉପସ୍ଥିତ ଥିଲେ।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜାରିଙ୍ଗସ୍ଥିତ ନବମ ଆଇ ଆର ବି ବାଟାଲିଆନ ଦ୍ବାରା ୬୩ ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ଓଡ଼ିଶାର ୩ ଜଣ ଶହୀଦ ସମେତ ସାରା ଦେଶରେ ଶହୀଦ ହୋଇଥିବା ମୋଟ ୨୬୫ ଜଣ ଙ୍କୁ ଶହୀଦ ସ୍ତମ୍ଭ ନିକଟରେ ଗଭୀର ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା। ଏହି ଅବସରରେ ନବମ ବାଟାଳିଆନ ର କମାଣ୍ଡାଣ୍ଟ ଅକ୍ଷୟ କୁମାର ନାୟକ OAPS ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଇନ୍ସପେକ୍ଟର ବିଜଯ କୁମାର ନନ୍ଦ ଙ୍କ ନେତୃତ୍ବ ରେ ଅନୁଷ୍ଠିତ ପେରେଡ ରେ ଅଭିବାଦନ ଗ୍ରହଣ କରି ନବମ ବାଟାଳୀଆନ ସର୍ବଦା ଦେଶ ମାତୃକା ର ସେବା କରିବା ପାଇଁ ତତ୍ପର ଏବଂ ଉତ୍ସର୍ଗୀକୃତ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଓଡ଼ିଶାର କନ୍ଧମାଳ ଜିଲ୍ଲା ଜି ଉଦୟଗିରି ୨୦୦୬ ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିବା ଆଇ ଆର ବି ତୃତୀୟ ବାଟାଳୀଆନ ସିପାହୀ…
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଅପଡେଟ ଜାରି କରିଛି। ଆଇଏମଡି ଅନୁଯାୟୀ ଓଡିଶା ପ୍ରତି ବାତ୍ୟା ଭୟ ନଥିବା ଆକଳନ କରାଯାଇଛି। ଓଡିଶାର କୌଣସି ସ୍ଥାନରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରୁନଥିବା ଆଇଏମଡି ଆକଳନ କରିଛି। ଏହା ଓଡିଶା ଉପକୂଳର ସମାନ୍ତରାଳ ଭାବେ ଗତି କରି ପଶ୍ଚିମବଙ୍ଗ ଏବଂ ବାଙ୍ଗାଲାଦେଶରେ ଲ୍ୟାଣ୍ଡ କରିବ ବୋଲି ଅନୁମାନ କରାଯାଉଛି। କିନ୍ତୁ ଏହା ଓଡିଶା ଉପକୂଳ ସହ ସମାନ୍ତରାଳ ଭାବେ ଗତି କରିବା ବେଳେ ଓଡିଶାର ଧାମନଗର ଠାରେ ସବୁଠୁ କମ ଦୂରତା ଦେଇ ଗତି କରିବ ବୋଲି ଅନୁମାନ କରାଯାଉଛି। ଏହା ଆସନ୍ତା କାଲି ଅବପାତର ରୂପ ନେବ ଏବଂ ଏହାର ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ରୂପ ନେଇପାରେ। ଏହା ପରେ ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡର ରୂପ ନେବ ବୋଲି ଅନୁମାନ କରାଯାଉଛି। ତେବେ ୨୪ ତାରିଖ ଦିନ ଏହା ଗତିପଥ ବଦଳାଇ…
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ଏକାଦଶ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଆୟର୍ଲାଣ୍ଡ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଆୟର୍ଲାଣ୍ଡ ଦଳ ଟି-୨୦ ବିଶ୍ୱକପର ସୁପର-୧୨ ରେ ପହଞ୍ଚିଛି। ଏଥି ସହିତ ୱେଷ୍ଟଇଣ୍ଡିଜ ଦଳକୁ ଏକ ବଡ ଝଟକା ଲାଗିଛି ଏବଂ ଦଳ ଚଳିତ ବିଶ୍ୱକପରୁ ବାଦ ପଡିଛି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ଦଳ ୨୦ ଓଭରରେ ୧୪୬ ରନ୍ ସଂଗ୍ରହ କରିଥିଲା। ୱେଷ୍ଟଇଣ୍ଡିଜ୍ ପାଇଁ ବ୍ରେଣ୍ଡନ୍ କିଙ୍ଗ ୧ ଟି ଛକା ଓ ୬ ଟି ଚୌକା ସହାୟତାରେ ୪୮ ଟି ବଲରେ ୬୨ ରନର ଇନିଂସ ଖେଳି ଖେଳିଥିଲେ। ୧୪୭ ରନ୍ କୁ ପିଛା କରି ଆୟର୍ଲାଣ୍ଡର ଦଳ ଏକପାଖିଆ ଢଙ୍ଗରେ ମାତ୍ର ୧୭.୩ ଓଭରରେ ଏହି ଲକ୍ଷ୍ୟ ହାସଲ କରିଥିଲା। ଆୟର୍ଲାଣ୍ଡ ପାଇଁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ପଲ୍ ଷ୍ଟିରଲିଂ ୪୮ ଟି ବଲରେ ୨ ଟି ଛକା ଏବଂ ୬ ଟି…
ଭୁବନେଶ୍ବର: ଚଳିତ ବର୍ଷ ପାଇଁ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ରୂପେ ରାଜ୍ୟରୁ ବିଦାୟ ନେଇଛି। ଆସନ୍ତା ୪୮ ଘଣ୍ଟାରେ ସମଗ୍ର ଦେଶରୁ ମୌସୁମୀ ବାୟୁ ବିଦାୟ ନେବ। ସେଥିପାଇଁ ପାଗ ଅନୁକୂଳ ରହିଥିବା କୁହାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର: ଆସନ୍ତା ୨୬ ଅକ୍ଟୋବର ସକାଳ ୧୦ ଟା ୩୦ ସମୟରେ ଦିଲ୍ଳୀ ୨୪ ଆକବର ରୋଡ଼ ସ୍ଥିତ ଅଖିଳ ଭାରତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ଠାରେ ନବନିର୍ବାଚିତ ଅଖିଳ ଭାରତ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କୁ ଦଳୀୟ ନିର୍ବାଚନରେ ଜିତିଥିବାର ପ୍ରମାଣପତ୍ର ମୁଖ୍ୟ ନିର୍ବାଚନ କର୍ତୃପକ୍ଷ ଶ୍ରୀଯୁକ୍ତ ମଧୁସୂଦନ ମିସ୍ତ୍ରୀ ପ୍ରଦାନ କରିବେ । ଏହି ଉପଲକ୍ଷେ ନୂଆ ଦିଲ୍ଲୀ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ସଭାର ଆୟୋଜନ କରାଯାଇଅଛି । ଏହି ସଭାକୁ ସିଡବ୍ଳୁସି ମେମ୍ବର, ପ୍ରଦେଶ କଂଗ୍ରେସ ସଭାପତି, ସିଏଲପି ନେତା, ବିଧାନ ପରିଷଦର କଂଗ୍ରେସ ନେତା, ଏଆଇସିସି କର୍ମକର୍ତା, ଅଖିଳ ଭାରତ ଜାତୀୟ କଂଗ୍ରେସ ର ସମସ୍ତ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି ସେହିପରି ସାଂସଦ, ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, କଂଗ୍ରେସ ଶାସିତ ରାଜ୍ୟର ମନ୍ତ୍ରୀବୃନ୍ଦ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଓ ପୂର୍ବତନ କଂଗ୍ରେସ ବିରୋଧି…
ଭୁବନେଶ୍ୱର : ଆଜି ସନ୍ଧ୍ୟା ୫.୩୦ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪.୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୯ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ମୁଖ୍ୟମନ୍ତ୍ରୀ ୩୩.୬୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଲୋଗୋ ଉନ୍ମୋଚନ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପର୍ଯ୍ୟାଲୋଚନା ନିମନ୍ତେ ପରିଷଦ ଦ୍ୱାରା ପ୍ରସ୍ତୁତ ଏକ ମନିଟରିଂ ଆପ୍ଲିକେସନ୍ର ମଧ୍ୟ ଶୁଭାରମ୍ଭ କରିବେ। ବରଗଡ଼ ଜିଲ୍ଲାର ପଦ୍ମପୁରସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ, ବଲାଙ୍ଗିର ଜିଲ୍ଲାର ସଦର ମହକୁମାଠାରେ ଏକ କଲ୍ୟାଣ ମଣ୍ଡପ ଓ ଟିଟିଲାଗଡ଼ ବାଳକ ଉଚ୍ଚ ବିଦ୍ୟାଳୟର ଏକାଡେମିକ୍ ବ୍ଲକ୍, ବୌଦ୍ଧ ଜିଲ୍ଲା ସଂଗ୍ରହାଳୟର ସଂପ୍ରସାରଣ, ଦେବଗଡ଼ ଜିଲ୍ଲାର ସାଂସ୍କୃତିକ ପ୍ରେକ୍ଷାଳୟ ତଥା କ୍ରୀଡ଼ା କକ୍ଷ, ଝାରସୁଗୁଡ଼ା ଜିଲ୍ଲାର ମରାକୁଟାଠାରେ କହ୍ନେଇନାଳ…
ଭୁବନେଶ୍ୱର: ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିପାଟଣା ବ୍ଲକର ବାଲିପାଟଣା ଓ ବନମାଳିପୁର ଅଂଚଳ ପରିଦର୍ଶନ କରିଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପ୍ରଥମେ କୁଶଭଦ୍ରା ନଦୀରେ ନିର୍ମିତ ହାଇଲେଭଲ ସେତୁ ପରିଦର୍ଶନ କରିଥିଲେ । ଶିଶୁ ଅନନ୍ତ ପୀଠ ଠାରୁ ଜୟଦେବ ପୀଠ ସହିତ ସଂଯୋଗ କରୁଥିବା ଏହି ହାଇଲେଭଲ ସେତୁ ୩୭ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହି ସେତୁ ନିର୍ମାଣ ସରିଥିବା ବେଳେ ଏହାର ସଂଯୋଗୀକରଣ ରାସ୍ତା ଉନ୍ନତିକରଣ କାର୍ୟ୍ୟ ଜାରି ରହିଛି । ଏହି ସେତୁ ଫଳରେ ସ୍ଥାନୀୟ ଗାରେଡିପାଂଚଣ, ଅଠାନ୍ତର,ପମ୍ପାଲୋ, ଜୟଦେବ, ପ୍ରତାପରୁଦ୍ରପୁର ଆଦି ୪ଟି ଗ୍ରାମ ପଂଚାୟତର ପ୍ରାୟ ୧୮୦୦୦ରୁ ଊର୍ଦ୍ଧ୍ୱ ଜନସାଧାରଣ…

