Author: Samikhsya Bureau

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନଠାରେ ଆୟୋଜିତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ତିନିଦିନିଆ ହିସାବ ରକ୍ଷଣ ଓ ବିତ୍ତୀୟ ପରିଚାଳନା ସଂପର୍କିତ ପ୍ରଶିକ୍ଷଣ ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜିର ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ କହିଥିଲେ ଯେ ଏହା ଦ୍ୱାରା ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଅଧିକ ସୁଦୃଢ଼ ହେବ। ଆଗାମୀ ଦିନରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ। ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ବିଭିନ୍ନ ବିଷୟ ନେଇ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରଶିକ୍ଷଣ ଗୁଣାତ୍ମକ ଥିଲା ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ…

Read More

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପାବଳୀ ପୂର୍ବରୁ ଏକ ବଡ ଘୋଷଣା କରିଛନ୍ତି। ଏଣିକି ରାଜ୍ୟରେ କୌଣସି ଠିକା କର୍ମଚାରୀ ନିଯୁକ୍ତି ହେବ ନାହିଁ। ରାଜ୍ୟରେ ଯାହା ସବୁ ନିଯୁକ୍ତି ହେବ, ତାହା ସ୍ଥାୟୀ ନିଯୁକ୍ତି ହେବ। ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ୫୩ ହଜାର କଣ୍ଟ୍ରାକଚ୍ୟୁଆଲ କର୍ମଚାର କାର୍ଯ୍ୟ କରୁଛନ୍ତି। ଏମାନଙ୍କୁ ସମସ୍ତଙ୍କୁ ରାଜ୍ୟ ସରକାର ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ପ୍ରଦାନ କରାଯିବ। ସେଥିପାଇଁ ରାଜ୍ୟ ରାଜକୋଷରୁ ୧୪ ଶହ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏପରି ଐତିହାସିକ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଯାହା ସବୁ କହିଛନ୍ତି, ଆସନ୍ତୁ ଜାଣିବା…. ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର। ଆପଣମାନଙ୍କ ଆଶୀର୍ବାଦରେ ୨୦୦୦ ମସିହାରେ ମୁଁ ଓଡିଶା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ କାର୍ଯ୍ୟକ୍ରମ ‘‘ପିଏମ କିଷାନ ସମ୍ମାନ ସମ୍ମେଳନ ୨୦୨୨’’କୁ ଉଦଘାଟନ କରିବେ। ଅକ୍ଟୋବର ୧୭ ତାରିଖ ପୂର୍ବାହ୍ନ ୧୧ ଟା ୩୦ ମିନିଟ୍‌ ସମୟରେ ନୂଆଦିଲ୍ଲୀର ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୧୩ ହଜାର ୫୦୦ରୁ ଅଧିକ ଚାଷୀ ଏବଂ ପାଖାପାଖି ୧୫ଶହ କୃଷି ଷ୍ଟାର୍ଟଅପ୍ସ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ବିଭିନ୍ନ ପ୍ରତିଷ୍ଠାନ ଜରିଆରେ ସାରା ଦେଶରୁ ୧ କୋଟିରୁ ଅଧିକ ଚାଷୀ ଭର୍ଚୁଆଲ ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିବେ। ଏହି ସମ୍ମେଳନରେ ଗବେଷକ, ନୀତି ନିର୍ଦ୍ଧାରକ ଏବଂ ଅନ୍ୟ ଅଂଶୀଦାରମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସାର ଓ ରସାୟନ ମନ୍ତ୍ରଣାଳୟ ଅଧୀନରେ ୬୦୦ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେ) ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବ। ଏହି ଯୋଜନା ଅଧୀନରେ, ସାରା ଦେଶରେ ଥିବା ଖୁଚୁରା ସାର…

Read More

ଭୁବନେଶ୍ୱର: ଦଶ ବର୍ଷ ପୂରଣ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪। ଦଶ ବର୍ଷ ପୂର୍ତୀ ଅବସରରେ ସୋଆର ଉପସଭାପତି ଶାଶ୍ୱତୀ ଦାସ ବାତ୍ୟା ଏବଂ କରୋନା ମହାମାରୀ ସମୟରେ ଏହି କମ୍ୟୁନିଟି ରେଡ଼ିଓର କାର୍ଯ୍ୟଧାରା ଓ ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି। କିଛି ବର୍ଷ ତଳେ ବାତ୍ୟା ‘ଫନି’ ଯେତେବେଳେ ଓଡ଼ିଶା ଉପକୂଳକୁ ବିପର୍ଯ୍ୟସ୍ତ କରିଥିଲା ଓ ବିଶେଷ କରି ଭୁବନେଶ୍ୱରରେ ଖୁବ୍ କ୍ଷୟକ୍ଷତି ଘଟିଥିଲା ଓ କୋଭିଡ ମହାମାରୀ ଜନ ଜୀବନକୁ ବେଶ ପ୍ରଭାବିତ କରିଥିଲା ସେହି ସମୟରେ ସୂଚନା ପ୍ରଦାନ ଓ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସୋଆ କମ୍ୟୁନିଟି ରେଡିଓର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଶନିବାର ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀମତି ଦାସ କହିଛନ୍ତି। ସୋଆ ରେଡ଼ିଓ ଭାବରେ ପରିଚିତ ଏହି କମ୍ୟୁନିଟି ରେଡ଼ିଓ ସ୍ୱାସ୍ଥ୍ୟସେବା ଏବଂ କୃଷି କ୍ଷେତ୍ରରେ ଅନେକ…

Read More

ଭୁବନେଶ୍ବର: ସାଧାରଣତଃ କାର୍ତ୍ତିକ ମାସରେ ଆକାଶ ଦୀପ ଲଗାଯାଇଥାଏ। ବିଶ୍ବାସ ରହିଛି ଏହି ଆକାଶ ଦୀପ ଲାଗିଲେ ନିଜ ଜ୍ଞାନର ଆଲୋକ ଜଳି ଉଠେ। ସେଥିପାଇଁ ଏହି ଦୀପ ଲଗାଯାଇଥାଏ। ଯହେତୁ କାର୍ତ୍ତିକ ମାସ ହେଉଛି ସବୁମାସଠାରୁ ଶ୍ରେଷ୍ଠ ମାସ, ସେଥିପାଇଁ ଏହି କାର୍ତ୍ତିକ ମାସରେ ଏହି ଆକାଶ ଦୀପ ଲଗାଯାଇଥାଏ। ସାଧାରଣ ଦୀପଠାରୁ ଆକାଶ ଦୀପ ଭିନ୍ନ ପ୍ରକାରର ହୋଇଥାଏ। ଏକ ମାଟି ହାଣ୍ଡିର ଉପରି ଭାଗରେ କେତେକ ଛିଦ୍ର କରିବା ପରେ ସେଥିରେ ବାଲି ରଖାଯାଇଥାଏ। ଏହି ବାଲି ଉପରେ ଏକ ଦୀପ ରଖାଯାଇ ଅଗ୍ନି ସଂଯୋଗ କରାଯାଇଥାଏ। ଏହାପରେ ଏକ ମାଟି ଢାଙ୍କୁଣୀ ଦ୍ବାରା ଢଙ୍କଯାଇ ଶିକାରେ ରଖାଯାଏ। ଏହି ଦୀପ ଶିକାକୁ ଏକ ଉଚ୍ଚ ବାଉଁଶରେ ବାନ୍ଧି ଉପରକୁ ଉଠାଯାଏ। ସାଧାରଣତଃ ଜାତୀୟ ପତାକା ବାନ୍ଧିବା ପରେ ଏହାକୁ ଏକ ରଶି ସାହାର୍ଯ୍ୟରେ ଉପରକୁ ଭିଡାଯାଏ। କାରଣ ପୁଣି ତେଲ ସରିଗଲେ ସେହି ରଶି ଦ୍ବାରା…

Read More

ଭୁବନେଶ୍ଵର: ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଅଙ୍କୁର” ତରଫରୁ ଗତ ୧୫ ଅକ୍ଟୋବର ସକାଳେ ଭୁବନେଶ୍ବରର ଏନ୍ ୧ ପ୍ରାଇମେରୀ ସ୍କୁଲ ପରିସରରେ ଦୈନନ୍ଦିନ ଜୀବନରେ ଉପଯୋଗୀ ଫଳ ଚାରା ସ୍କୁଲ ପିଲାଙ୍କ ଦ୍ବାରା ରୋପଣ କରାଯାଇଥିଲା। ପିଲାଙ୍କ ଭିତରେ ପରିବେଶ ଏବଂ ପ୍ରକୃତି ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗତ କୋଡ଼ିଏ ବର୍ଷ ଧରି ଏ ପ୍ରକାର କାର୍ଯ୍ୟକ୍ରମ ଅଙ୍କୁର ଆୟୋଜନ କରିଆସୁଛି। ସ୍କୁଲ ପିଲା, ଶିକ୍ଷକ ଓ ଅଭିଭାବକ ଙ୍କ ମିଳିତ ଉଦ୍ୟମରେ ଗଛ ଲଗାଇବା ଓ ତାର ଯତ୍ନ ନେବାକୁ ଅଙ୍କୁର ପ୍ରାଥମିକତା ଦେଇ ଆସୁଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ମାନସୀ ରାଣୀ ସୁନ୍ଦରରାୟ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅତିଥି ଭାବରେ ଯୋଗଦାନ କରିଥିଲେ। ଅଙ୍କୁରର ସମ୍ପାଦକ ଚିନ୍ମୟୀ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ବୃକ୍ଷରୋପଣ ଓ ଏହାର ଆବଶ୍ୟକତା ଉପରେ ସମ୍ୟକ ଧାରଣା ଦିଆଯାଇଥିଲା। ଅଙ୍କୁର ଫାଉଣ୍ଡେସନର…

Read More

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିବେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ଯାଳୟରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିବେ ବୋଲି ଜଣାପଡିଛି। ଆଜି ଏହି କ୍ୟାବିନେଟ ବୈଠକରେ ଦଶଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ଅଛି। ଏଥିରେ ଗ୍ରାମ୍ୟ ଉନ୍ନୟନ, ଜଳ ସମ୍ପଦ ଏବଂ ବୈଷୟିକ ଶିକ୍ଷା ବିଭାଗର କେତେକ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିବ। ତେବେ ମୁଖ୍ୟମନ୍ତ୍ରୀ କ’ଣ ଘୋଷଣା କରିବେ, ସେନେଇ କୌଣସି ଘୋଷଣା କରାଯାଇନାହିଁ।

Read More

ନୂଆଦିଲ୍ଲୀ: ଇତିହାସ ସୃଷ୍ଟି କରି ଭାରତୀୟ ମହିଳା କ୍ରିକେଟ୍ ଦଳ ସପ୍ତମ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଛି। ଏସିଆ କପ୍‌ର ଫାଇନାଲରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିଛି। ସ୍ମୃତି ମାନ୍ଧନା ଭାରତ ପାଇଁ ୫୧ ରନର ଚମତ୍କାର ଇନିଂସ ଖେଳିଛନ୍ତି। ଅନ୍ତିମ ମ୍ୟାଚରେ ଶ୍ରୀଲଙ୍କା ଦଳ ଭାରତୀୟ ବୋଲରଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ଏବଂ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୬୫ ରନ୍ ସ୍କୋର କରିପାରିଥିଲେ। ରେଣୁକା ସିଂ ଭାରତ ପାଇଁ ୩ ୱିକେଟ୍ ନେଇଥିଲେ। ଏଥି ସହିତ ୬୬ ରନ୍‌ର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ କୌଣସି ସମସ୍ୟାର ସମ୍ମୁଖୀନ ହୋଇନଥିଲା ଏବଂ ଦଳ ୨ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିଥିଲା। ଭାରତୀୟ ଦଳ ପାଇଁ ସ୍ମୃତି ମାନ୍ଧନା ୬ ଟି ଚୌକା ଓ ୩ ଟି ଛକା ସହାୟତାରେ ୨୫ ବଲରେ…

Read More

ଭୁବନେଶ୍ବର: ଆଜି ଅପରାହ୍ନରେ ବସୁଛି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ରାଜ୍ୟ ଲୋକସେବା ଭବନରେ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ନେଇ ଏହି ବୈଠକ କରାଯିବ। ତେବେ ଏହି ବୈଠକରେ ଦଶଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି ଜଣାପଡିଛି। ଏହି ବୈଠକରେ ମୁଖ୍ୟତଃ ଗ୍ରାମ୍ୟ ଉନ୍ନୟନ ସହିତ ବୈଷୟିକ ଶିକ୍ଷା ଉପରେ କିଛି ବଡ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି। ଗତମାସରେ ମଧ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯାଇଥିଲା।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ଠାରେ ଏକ ଗ୍ୟାସ ଟାଙ୍କି ବୋଝେଇ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ମୁତାବକ କିଛି ସମୟ ପୁର୍ବରୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଗ୍ୟାସ ଟାଙ୍କି ବୋଝେଇ ଗାଡ଼ି ଭାରସାମ୍ୟ ହରାଇ ନାଚୁଣୀ ବାଇପାସ ନିକଟରେ ଲେଉଟି ପଡିଥିଲା। ଫଳରେ ଗାଡିଟି ରାସ୍ତା ତଳକୁ ଖସି ପଡ଼ିଛି। ଖବର ପାଇ ବର୍ତ୍ତମାନ ନାଚୁଣୀ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଗାଡ଼ି ଚାଳକ ସୁରକ୍ଷିତ ଥିବା ଜଣାପଡିଛି। ତେବେ ଉକ୍ତ ଗାଡ଼ିରେ ପାଖାପାଖି ୪୦୦ ଗୋଟି ଖାଲି ଗ୍ୟାସ ଟାଙ୍କି ଥିବାରୁ ସୌଭାଗ୍ୟବଶତଃ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

Read More

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚିତ୍ରକର ତଥା ପ୍ରକୃତିପ୍ରେମୀ ସୁନାରାମ ସିଂହଙ୍କ ଅଧ୍ୟକ୍ଷତାରେ ଏକ କବିତା ପାଠୋତ୍ସବ ଓ ପୁସ୍ତକ ଉନ୍ମୋଚନ ଅନୁଷ୍ଠିତ ହେଇଯାଇଛି। ଏଥିରେ ଅଜୟ କେତନ ମହାନ୍ତିଙ୍କ ସମ୍ପାଦିତ ତ୍ରୟମାସିକ ସାହିତ୍ୟ ପତ୍ରିକାର ପୂଜାସଂଖ୍ୟା ‘ଦିଗବଳୟ’ ଉନମୋଚିତ ହୋଇଛି। ସେହିପରି ପୋଲିସ ପ୍ରଶାସକ ଯୋଶବନ୍ତ ସେଠୀଙ୍କ ଦ୍ୱାରା ସ୍ୱରଚିତ କବିତା ପୁସ୍ତକ, ‘ଭଗ୍ନ ଡେଣାର ଉଡାଣ’ ମଧ୍ୟ ଏହି ଅବସରରେ ଉନ୍ମୋଚନ କରାଯାଇଥିଲା। ଏଥିରେ ଏଜି ଆଶୁତୋଷ ଦାସ, ସମାଜସେବୀ ବାବୁଲି ସାହୁ, ବ୍ୟବସାୟୀ ତଥା ସମାଜସେବୀ ପ୍ରଶାନ୍ତ ପାତ୍ର, ଖିରୋଦ ନାଏକ,ପ୍ରମୁଖ ଯୋଗ ଦେଇଥିଲେ। ଜୈବିକ ଚାଷୀ ତଥା ବାତାୟନ ର ସମ୍ପାଦକ ସତ୍ୟବ୍ରତ ଜେନା ଏହି ଅବସରରେ ଯୋଗଦେଇ କବିତା ପାଠ କରିବା ସହିତ ଆଗାମୀ ଦିନରେ ଜୈବିକ ଚାଷର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ପୋଲିସ ପ୍ରଶାସକ ଯୋଶବନ୍ତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Read More

ଶ୍ରୀନଗର: ଆତଙ୍କବାଦୀମାନେ ପୁଣି ଥରେ ଜମ୍ମୁ କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଶୋପିଆନ୍‌ର ଚୌଦରୀଗୁଣ୍ଡ ଗାଁରୁ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରାଯାଇଛି। ସୂଚନା ପାଇବା ମାତ୍ରେ ଉକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟା କରାଯାଇଥିବା ବ୍ୟକ୍ତି ଜଣକ ପୁରନ କୃଷ୍ଣ ବୋଲି ଜଣାପଡିଛି। କାଶ୍ମୀରରେ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି। ଏହାପୂର୍ବରୁ ଅଗଷ୍ଟ ମାସ ସ୍ୱାଧୀନତା ଦିବସରେ ତିରଙ୍ଗା ଯାତ୍ରା ସମୟରେ ଦୁଇଜଣ କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଉପତ୍ୟକାରେ ଏହି ମାମଲା ବିରୁଦ୍ଧରେ ଲୋକଙ୍କ ମଧ୍ୟରେ କ୍ରୋଧ ବୃଦ୍ଧି ପାଉଛି। ତେବେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଦାୟୀ ବୋଲି ଦାବି କରିନାହାଁନ୍ତି। ଏହି ଘଟଣାର ତଦନ୍ତରେ ପୋଲିସ ସମ୍ପୃକ୍ତ ଅଛି।

Read More

ନୂଆଦିଲ୍ଲୀ: ପର୍ବ ପୂର୍ବରୁ ପୁଣି ଥରେ ଜନସାଧାରଣ ମୁଦ୍ରାସ୍ଫୀତିର ଶିକାର ହୋଇଛନ୍ତି। ଅମୁଲ କମ୍ପାନୀ ଦିଲ୍ଲୀରେ ଦୁଗ୍ଧର ମୂଲ୍ୟ ୨ ଟଙ୍କା ବୃଦ୍ଧି କରିଛି। ଏଠାରେ ବର୍ତ୍ତମାନ ଗୋଟିଏ ଲିଟର ଫୁଲ୍ କ୍ରିମ୍ କ୍ଷୀରର ମୂଲ୍ୟ ଲିଟର ପିଛା ୬୩ ଟଙ୍କାକୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଅମୁଲ ଅଗଷ୍ଟ ମାସରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଥିଲେ। ଏହି ବୃଦ୍ଧି ହଠାତ୍ କରାଯାଇଛି। ଗୁଜୁରାଟ କୋଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ ଏହାର ପୂର୍ଣ୍ଣ କ୍ରିମ୍ କ୍ଷୀରର ମୂଲ୍ୟ ଲିଟର ପିଛା ୨ ରୁ ୬୩ ଟଙ୍କାକୁ ବୃଦ୍ଧି କରିଛି। ତେବେ କ୍ଷୀରର ମୂଲ୍ୟ ବୃଦ୍ଧି ନେଇ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ।

Read More

ଭୁବନେଶ୍ୱର: ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆସେସୋରିଜ୍ ସ୍ପେସିଆଲିଟି ଶୃଙ୍ଖଳା ରିଲାଏନ୍ସ ରିଟେଲ୍ ର ଟ୍ରେଣ୍ଡ୍‌ସ ପକ୍ଷରୁ ଦୁର୍ଗାପୂଜା ଓ ଦଶହରା ସମୟରେ ଅନୁଷ୍ଠିତ “ଖୁସିର ପର୍ବ’ ପ୍ରତିଯୋଗିତାର ବିଜେତା ଘୋଷଣା କରାଯାଇଛି। ଟ୍ରେଣ୍ଡ୍‌ସ ଖୁସିର ପର୍ବ ମାଇଁ ପୂଜା ମାଇଁ ଲୁକ୍‌ସ ପ୍ରତିଯୋଗିତାରେ କଟକର ନିତାଶା ସିମ୍ପଲ ପ୍ରଥମ ପୁରସ୍କାର ଜିତିଥିବା ବେଳେ ରାଉରକେଲାର ତନିସା ପତି ଦ୍ୱିତୀୟ ଏବଂ ରେମୁଣାର ପ୍ରଜ୍ଞା ନାୟକ ତୃତୀୟ ପୁରସ୍କାର ଜିତିଛନ୍ତି। ସେହିପରି ପୂଜା ସେଲିବ୍ରେସନ ରିଲ୍‌ସ / ଭିଡିଓ ପ୍ରତିଯୋଗିତାରେ ଯାଜପୁରର ଅଭିପ୍‌ସା ସାମଲ ପ୍ରଥମ ପୁରସ୍କାର ଜିତିଥିବା ବେଳେ ସାଲେପୁରର ଶ୍ରୀଦେବୀ ବିଶ୍ୱାଳ ଦ୍ୱିତୀୟ ଓ କଟକର ସନ୍ତୋଷ ବେହେରା ତୃତୀୟ ପୁରସ୍କାର ଜିତିଛନ୍ତି। ଏକ ବର୍ଣ୍ଣାଢ଼୍ୟ ଖୁସିର ପର୍ବ ଫିନାଲେ କାର‌୍ୟ୍ୟକ୍ରମରେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିବାନୀ ସଙ୍ଗୀତାଙ୍କ ଉପସ୍ଥିତିରେ ଖୁସିର ପର୍ବ ପ୍ରତିଯୋଗିତାର ସମସ୍ତ ଛଅ ଜଣ ବିଜେତାଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ…

Read More

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଲଭ ଜିହାଦରୁ ନାବାଳିକା ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସଂଖ୍ୟା ଲଘୁ ସମ୍ପ୍ରଦାୟର ଯୁବକଙ୍କ ନିର୍ଯ୍ୟାତନା ସହିନପାରି ଜନୈକ ୧୭ ବର୍ଷିୟା ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବାକ ନିରାକାରପୁର ଥାନା ଅଞ୍ଚଳର ଇପସିତା ପ୍ରଧାନ (୧୭ ବର୍ଷ) ଯୁକ୍ତ ୨ର ପ୍ରଥମ ବର୍ଷର ଛାତ୍ରୀ। ଇପସିତାଙ୍କୁ ସଂଖ୍ୟା ଲଘୁ ସଂପ୍ରଦାୟର ଯୁବକ ସଜତ ଶାହା ଏକତରଫା ପ୍ରେମ କରୁଥିଲେ। କିନ୍ତୁ ପ୍ରେମରେ ବିଫଳ ହେବାରୁ ସଜତ ଓ ତାଙ୍କର ଭାଇ ଓ ବାପା ମିଶି ଇପସିତାକୁ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଏ ସମ୍ପର୍କରେ ଇପସିତା ଓ ତାଙ୍କର ପରିବାର ଲୋକେ ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା। ହେଲେ ସମାଧାନ ପରେ ମଧ୍ୟ ନିର୍ଯ୍ୟାତନା ବଢିଚାଲିଥିଲା। ଇପସିତା କଲେଜ ଯାଉଥିବା ବେଳେ ସଜତ ଶାହା ଓ ତାର ଭାଇମାନେ ବାଟରେ…

Read More

ଭୁବନେଶ୍ୱର : ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂ କାଞ୍ଚିକୁ ସଂଯୋଗ କରୁଥିବା ୨୦୩ ଜାତୀୟ ରାଜପଥରେ ଭାର୍ଗବୀ ନଦୀ ଉପରେ ଥିବା ହାଇଲେବୁଲ୍‌ ସେତୁ ଏବଂ ନରସିଂହପୁର-ସିରୁଲି ରାସ୍ତାର ଚଷାପଡ଼ା ନିକଟବର୍ତ୍ତୀ ରନିଚିରା ନଦୀ ଉପରିସ୍ଥ ସେତୁ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। କାଞ୍ଚିକୁ ସଂଯୋଗ କରୁଥିବା ୨୦୩ ଜାତୀୟ ରାଜପଥର ଭାର୍ଗବୀ ନଦୀ ଉପରେ ହାଇଲେଭେଲ୍‌ ସେତୁ ନିର୍ମାଣ ନିମନ୍ତେ ୫.୧୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ସେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବାବେଳେ ସେତୁ ସହ ରାସ୍ତା ସଂଯୋଗୀକରଣ କାର୍ଯ୍ୟ ବାକି ରହିଛି। ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ କରି ଆସନ୍ତା ବର୍ଷ ୩୧ ମାର୍ଚ୍ଚ…

Read More

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନକୁ ତାଗିଦ୍ କରିଛନ୍ତି। ସେ ପାକିସ୍ତାନକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଦେଶ ବୋଲି ବର୍ଣ୍ଣନା କରିଛନ୍ତି। ଡେମୋକ୍ରାଟିକ କଂଗ୍ରେସ ଅଭିଯାନ କମିଟି ପାଇଁ ଏକ ରିସେପ୍ସନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ମୁଁ ଭାବୁଛି ପାକିସ୍ତାନ ବୋଧହୁଏ ଦୁନିଆର ସବୁଠାରୁ ବିପଜ୍ଜନକ ଦେଶ। ବାଇଡେନ ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନରେ ଆଣବିକ ଅସ୍ତ୍ର ଅଛି, କିନ୍ତୁ ସୁରକ୍ଷିତ ନୁହେଁ। ଏହାପୂର୍ବରୁ ଆମେରିକା ଭାରତ ଏବଂ ପାକିସ୍ଥାନ ବିଷୟରେ ଏକ ବଡ ବିବୃତ୍ତି ଦେଇଥିଲା। ହ୍ଵାଇଟ ହାଉସର ଅଧିକାରୀମାନେ କହିଥିଲେ ଯେ, ଆମେରିକା ଉଭୟ ଦେଶ, ଭାରତ ଏବଂ ପାକିସ୍ଥାନ ସହ ଥିବା ସମ୍ପର୍କକୁ ସମାନ ଦୃଷ୍ଟିରୁ ଦେଖେ ନାହିଁ, ଉଭୟ ଭିନ୍ନ ଭିନ୍ନ ଉପାୟରେ ଆମେରିକାର ଅଂଶୀଦାର ଅଟନ୍ତି। ବାଇଡେନ ପ୍ରଶାସନର ଏହି ବିବୃତ୍ତି ଏକ ସମୟରେ ଆସିଛି ଯେତେବେଳେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକାର ପାକିସ୍ତାନକୁ…

Read More

ଭୁବନେଶ୍ୱର: କଂଗ୍ରେସ ଘୋଷଣା କରିଛି ତାରକା ପ୍ରଚାରକ ତାଲିକା। ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ପରାମର୍ଶ କ୍ରମେ ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ଏଜ ୩୦ ଜଣିଆ ତାରକା ପ୍ରଚାରକ ତାଲିକା ଏଆଇସିସି ଅନୁମୋଦନ କରି ଘୋଷଣା କରିଛି ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ପ୍ରକାଶିତ ତାଲିକାରେ ଓଡିଶା ପ୍ରଭାରୀ,ସାଂସଦ ଡ଼ ଏ ଚେଲ୍କା କୁମାର ଙ୍କ ସମେତ ସହ ପ୍ରଭାରୀ ତଥା ଏଆଇସିସି ସମ୍ପାଦକ ,ଜି ରୁଦ୍ରରାଜୁ ଏବଂ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ରହିଛନ୍ତି। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଥିବାବେଳେ ୩ ଜଣ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ,ପ୍ରସାଦ ହରିଚନ୍ଦନ ଏବଂ ପିସିସି କାଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ ରହିଛନ୍ତି। ଅନୁରୂପ ଭାବେ ଉକ୍ତ ତାଲିକାରେ ପୂର୍ବତନ ସାଂସଦ ତଥା ଏଆଇସିସି ପ୍ରଭାରୀ…

Read More

ନୂଆଦିଲ୍ଲୀ: ୧୨୧ ଟି ଦେଶର ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ (GHI) ୨୦୨୨ ରେ ଭାରତ ୧୦୧ରୁ ୧୦୭ ତମ ସ୍ଥାନକୁ ଖସି ଆସିଛି। ବର୍ତ୍ତମାନ ପଡୋଶୀ ଦେଶ ପାକିସ୍ଥାନ, ବାଂଲାଦେଶ, ନେପାଳ ଏବଂ ଶ୍ରୀଲଙ୍କା ମଧ୍ୟ ଏହି ସୂଚକାଙ୍କରେ ଭାରତକୁ ପଛରେ ପକାଇ ଦେଇଛନ୍ତି। କ୍ଷୁଧା ଏବଂ ପୁଷ୍ଟିହୀନତାକୁ ନଜର ରଖୁଥିବା ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସର ୱେବସାଇଟ୍ ଶନିବାର ରିପୋର୍ଟ କରିଛି ଯେ, ଚାଇନା, ତୁର୍କୀ ଏବଂ କୁଏତ ସମେତ ୧୭ ଟି ଦେଶ 5 ରୁ କମ୍ GHI ସ୍କୋର ସହିତ ତାଲିକାରେ ଶୀର୍ଷରେ ରହିଛନ୍ତି। ଏହି ରିପୋର୍ଟକୁ ସୂଚାଇ କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ କହିଛନ୍ତି ଯେ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ୨୦୧୪ ମସିହାରୁ ୮ ବର୍ଷ ମଧ୍ୟରେ ଆମର ସ୍କୋର ଖରାପ କରିଛନ୍ତି। ସେ ଟ୍ୱିଟରରେ ପଚାରିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା, କ୍ଷୁଧା ଏବଂ…

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୬୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୩୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୨ ବଲାଙ୍ଗୀରି ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୧୨ ଗଞ୍ଜାମ ଜିଲ୍ଲାରୁ- ୧ ଜଗତସିଂହପୁର ଜିଲ୍ଲାରୁ- ୨ ଯାଜପୁର ଜିଲ୍ଲାରୁ- ୧ କଳାହାଣ୍ଡି ଜିଲ୍ଲାରୁ- ୨ ଖୋର୍ଦ୍ଧା ଜିଲ୍ଲାରୁ- ୧୧ କୋରାପୁଟ ଜିଲ୍ଲାରୁ- ୧ ମୟୂରଭଞ୍ଜ ଜିଲ୍ଲାରୁ- ୩ ନବରଙ୍ଗପୁର ଜିଲ୍ଲାରୁ- ୩ ନୂଆପଡା ଜିଲ୍ଲାରୁ- ୩ ପୁରୀ ଜିଲ୍ଲାରୁ- ୪ ରାୟଗଡା ଜିଲ୍ଲାରୁ- ୧ ସମ୍ବଲପୁର ଜିଲ୍ଲାରୁ- ୨ ସୁନ୍ଦରଗଡ ଜିଲ୍ଲାରୁ- ୧୨ ଷ୍ଟେଟ ପୁଲରୁ- ୨ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

Read More

ଭୁବନେଶ୍ୱର: ଗତକାଲି ଏଆଇସିସି ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସାଂସଦ ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଗସ୍ତରେ ଆସି ପ୍ରଦେଶ କଂଗ୍ରେସ କାର‌୍ୟ୍ୟାଳୟରେ ପିସିସି ସଭ୍ୟମାନଙ୍କ ବୈଠକରେ ନିଜର ପ୍ରାର୍ଥିତ୍ୱ ସଂପର୍କରେ ଅବତାରଣା କରିବା ସହ ସମସ୍ତଙ୍କୁ ଭୋଟ ଦେବାପାଇଁ ନିବେଦନ କରିଥିଲେ । ଏହି ବୈଠକପରେ ସେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ଗସ୍ତ ସପଂର୍କରେ କହିଥିଲେ। ଶ୍ରୀ ଖଡ଼ଗେଙ୍କ ସହ ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ମୁଖପାତ୍ର ଡଃ ଗୌରବ ବଲ୍ଲଭ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ। ସେ ପ୍ରଥମେ ଶ୍ରୀ ଖଡ଼ଗେଙ୍କର ଦୀର୍ଘ ରାଜନୈତିକ ଜୀବନ, କଂଗ୍ରେସ ଦଳ ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ରାଜନୀତି କ୍ଷେତ୍ରରେ ବିଶାଳ ଅଭିଜ୍ଞତା ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ । ଶ୍ରୀ ବଲ୍ଲଭ ସୂଚନା ଦେଇଥିଲେ ଯେ ଇନ୍ଦିରା ଗାନ୍ଧୀଙ୍କ ସମୟରୁ ସେ କଂଗ୍ରେସ ଦଳରେ ସକ୍ରୀୟ ଭାବେ ବିଭିନ୍ନ…

Read More