Author: Samikhsya Bureau

ନୂଆଦିଲ୍ଲୀ: ଆଜି ଗୃହମନ୍ତ୍ରୀ ଅମିତ ସାହା ପରଲୋକଗତ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କୁ ଶେଷ ଦର୍ଶନ କରିଛନ୍ତି। ସାହା ଆଜି ଗୁରୁଗାଓଁରେ ଥିବା ମେଦାନ୍ତ ହସପିଟାଲ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ସେଠାରେ ଉପସ୍ଥିତ ଥିବା ମୁଲାୟମଙ୍କ ପୁତ୍ର ଅଖିଲେଶ ଯାଦବଙ୍କୁ ଭେଟି ସମବେଦନା ଜ୍ଞାପନ କରିଛନ୍ତି। ଏକ ବାର୍ତ୍ତାରେ ଅମିତ ସାହା କହିଛନ୍ତି ଯେ, ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ଉତ୍ତର ପ୍ରଦେଶର ଜଣେ ଜାତୀୟ ସ୍ତର ନେତାର ଶୂନ୍ୟସ୍ଥାନ ସୃଷ୍ଟି କଲା। ଆଜି ସକାଳେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଯାଇଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ନଦୀରେ ବୁଡ଼ି ଯାଇ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାର ଶୁଣିବାକୁ ମିଳୁଛି। ସୂଚନା ମୁତାବକ ରାଣୀପଡ଼ା ଗ୍ରାମରେ ଦୀର୍ଘ ବର୍ଷ ଧରି ବାସ କରୁଥିବା ଦୀନବନ୍ଧୁ ନାୟକ (୪୩) ଆଜି ଅପରାହ୍ନରେ ଶୌଚ ନିମନ୍ତେ ଗ୍ରାମ ନଦୀକୁ ଯାଇଥିଲେ। ତେବେ ସେଠାରେ ଅସାବଧାନତା ବଶତଃ ଗୋଡ଼ ଖସିଯିବାରୁ ନଦୀ ମଧ୍ୟରେ ବୁଡ଼ି ଯାଇଥିଲେ। ଗ୍ରାମବାସୀ ଏହା ଦେଖି ତାଙ୍କୁ ନଦୀରୁ ଉଦ୍ଧାର କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରୁଛନ୍ତି। ତେବେ ମେଡିକାଲ ନେବା ପରେ ପ୍ରକୃତ ଅବସ୍ଥା ଜଣାପଡିବ। ଦୀନବନ୍ଧୁଙ୍କର ଦୁଇ ଜଣ ଝିଅ ଥିବା ଜଣାପଡିଛି।

Read More

ମୁମ୍ବାଇ: ପାତ୍ରା ଚାଲ୍ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ କୋର୍ଟ କୌଣସି ଆଶ୍ଵସ୍ତି ଦେଇନାହାନ୍ତି। ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ଅଦାଲତ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଅକ୍ଟୋବର ୪ ତାରିଖ ଦିନ ଶିବସେନା ନେତାଙ୍କୁ ନ୍ୟାୟିକ ହେପାଜତରେ ଅକ୍ଟୋବର ୧୦ ତାରିଖ ଯାଏଁ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗୋରେଗାଓଁର ପାତ୍ରା ଚାଲର ପୁନଃ ବିକାଶରେ ଆର୍ଥିକ ଅନିୟମିତତା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଅଗଷ୍ଟ ୧ ତାରିଖରେ ଗିରଫ କରିଥିଲା।

Read More

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଗୁଜରାଟର ସଭାପତି ଗୋପାଳ ଇଟାଲୀୟାଙ୍କୁ ନ୍ୟାସନାଲ କମିଶନ ଫର ମହିଳା (ଏନସିଡବ୍ଲ୍ୟୁ) ଏକ ନୋଟିସ ଜାରି କରିଛି। ଅକ୍ଟୋବର ୧୩ ତାରିଖରେ ଗୋପାଳଙ୍କୁ କମିଶନଙ୍କ ନିକଟରେ ହାଜର ହେବାକୁ ଏହି ନୋଟିସରେ କୁହାଯାଇଛି। ଇଟାଲୀୟାଙ୍କ ଏକ ପୁରୁଣା ଭିଡିଓ କ୍ଲିପ୍ ସଂପର୍କରେ ଏହି ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରୁଛନ୍ତି। ରବିବାର ଦ୍କିନ ବିଜେପି ନେତା ତଜିନ୍ଦର ବଗଗା ଟ୍ୱିଟରରେ ଏହି କ୍ଲିପ ସେୟାର କରିବା ପରେ ଆୟୋଗ ଏହି ଭିଡିଓକୁ ସଜ୍ଞାନଊ ନେଇଛନ୍ତି। ଆୟୋଗ ବିଜ୍ଞପ୍ତିରେ କହିଛନ୍ତି ଯେ, ଇଟାଲୀୟା ବ୍ୟବହାର କରୁଥିବା ଭାଷା ମହିଳା ବିରୋଧୀ, ଅତ୍ୟନ୍ତ ଲଜ୍ଜାଜନକ, ନିନ୍ଦନୀୟ ଏବଂ ଦୁଃଖଦାୟକ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଦ୍ୱାଦଶ କିସ୍ତି ଜାରି କରିପାରନ୍ତି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୧୭ ଏବଂ ୧୮ ତାରିଖରେ ଆଗ୍ରି-ଷ୍ଟାର୍ଟଅପ୍ କନକ୍ଲେଭ ଏବଂ କିଷାନ ସମ୍ମେଳନ ୨୦୨୨ ସମୟରେ ଏହା ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ ସମୟରେ ପିଏମ ମୋଦୀ କିଛି ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିପାରନ୍ତି। କେନ୍ଦ୍ର ସରକାରଙ୍କ ସବୁଠାରୁ ଲୋକପ୍ରିୟ ପ୍ରଧାନ ମନ୍ତ୍ର କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୧୧ ଟି କିସ୍ତି ଚାଷୀଙ୍କୁ ପଠାଯାଇଛି। ଏହାପୂର୍ବରୁ, ଶେଷ କିସ୍ତି ମଇ ୩୧ ତାରିଖରେ ଜାରି କରିଥିଲା। ପରବର୍ତ୍ତୀ କିସ୍ତି ଆସିବା ପୂର୍ବରୁ କୃଷକମାନେ ହିତାଧିକାରୀ ତାଲିକା ଏବଂ ଖାତା ସ୍ଥିତି ଯାଞ୍ଚ କରିବା ଉଚିତ୍। ଏହି ଉପାୟରେ ଆପଣ ପିଏମ କିଷାନ ସମ୍ମାନ ନିଧି ଯୋଜନାର ତାଲିକା ଯାଞ୍ଚ କରିପାରିବେ: ୧: PMkisan.gov.in ର PM…

Read More

ଶ୍ରୀନଗର: ରବିବାର ବିଳମ୍ବିତ ରାତିରେ ଜମ୍ମୁ କାଶ୍ମୀରର ଅନନ୍ତନାଗର ତଙ୍ଗପାୱା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଜମ୍ମୁ କାଶ୍ମୀର ପୋଲିସ କହିଛି ଯେ, ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଯାହାପରେ ସୁରକ୍ଷା ବାହିନୀ ପାଲଟା ଆକ୍ରମଣ କରିଥିଲେ। ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ସପ୍ତାହରେ ଜମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଭାରତୀୟ ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନରେ ଦୁଇଟି ପୃଥକ ଏନକାଉଣ୍ଟର ବେଳେ ଚାରିଜଣ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

Read More

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏସପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ଖବର ପାଇ ଶୋକ ପ୍ରକାଶ କରିଛନ୍ତି। ମୁଲାୟମ ସିଂଙ୍କ ପୁଅ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ତାଙ୍କ ଭାଇ ରାମ ଗୋପାଳ ଯାଦବଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୋନ ଯୋଗେ ସମବେଦନା ଜଣାଇଛନ୍ତି। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଜୀଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଟୁଇଟ୍ କରିଛନ୍ତି। ତାଙ୍କ ମୃତ୍ୟୁ ସହିତ ସମାଜବାଦର ମୁଖ୍ୟ ସ୍ତମ୍ଭ ଏବଂ ସଂଘର୍ଷପୂର୍ଣ୍ଣ ଯୁଗ ଶେଷ ହୋଇଛି। ଦିବଙ୍ଗତ ଆତ୍ମାକୁ ଶାନ୍ତି ପ୍ରାପ୍ତ ହେଉ ଇଶ୍ଵରଙ୍କଠାରେ ପ୍ରାର୍ଥନା ପ୍ରାର୍ଥନା କରୁଛି। ଶୋକସନ୍ତପ୍ତ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା। ମୁଖ୍ୟମନ୍ତ୍ରୀ ଯୋଗୀ ଟୁଇଟ୍ କରି କହିଛନ୍ତି ଯେ, ମୁଲାୟମ ସିଂ ଯାଦବ ଜୀଙ୍କର ମୃତ୍ୟୁପରେ ଉତ୍ତରପ୍ରଦେଶ ସରକାର ତିନି ଦିନିଆ ରାଜ୍ୟ ଶୋକ ଘୋଷଣା…

Read More

ନୂଆଦିଲ୍ଲୀ: ଆଜି ସକାଳେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ, ‘ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ସାଧାରଣ ପରିବେଶରୁ ଆସିଥିବା ମୁଲାୟମ ସିଂ ଯାଦବ ଜୀଙ୍କର ସଫଳତା ଅସାଧାରଣ ଥିଲା। ‘ଧରିତ୍ରୀ ପୁତ୍ର’ ମୁଲାୟମ ଜୀ ଏହି ମାଟି ସହିତ ଜଡିତ ଜଣେ ପ୍ରତିଷ୍ଠିତ ନେତା ଥିଲେ। ତାଙ୍କୁ ସବୁ ଦଳର ଲୋକ ସମ୍ମାନ କରୁଥିଲେ। ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ଗଭୀର ସମବେଦନା!’

Read More

ଭୁବନେଶ୍ବର: ମୁଲାୟମ ସିଂ ଯାଦବଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ। ଏହି ସମାଜବାଦୀ ନେତା ତାଙ୍କର ଦୃଢ ଅବଦାନ ପାଇଁ ସେ ସବୁବେଳ ସ୍ମରଣୀୟ ରହିବେ। ମୁଲାୟମ ସିଂ ଯାଦବ ଆଜି ସକାଳ ୮:୧୬ ମିନଟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ପରଲୋକ ଘଟିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମରେ ଏକ ହତ୍ୟାକାଣ୍ଡ ହୋଇଥିବାର ସୂଚନା ମିଳିଛି। ତେବେ ଉକ୍ତ ହତ୍ୟାକାଣ୍ଡ ପାରିବାରିକ କଳହ ଲାଗି ହୋଇଥିବାର ଜଣାପଡିଛି। ପୋଲିସ ସୂଚନା ମୁତାବକ ପଙ୍କାଳ ଗ୍ରାମର ସୁବାସ ରାଉତରାୟ ଓ ତାଙ୍କର ତିନି ଭାଇ ଏକାଠି ଘରେ ରହୁଥିବା ବେଳେ କୌଣସି କାରଣରୁ ଆଜି ସକାଳେ ସୁବାସଙ୍କ ସହ ଅନ୍ୟ ତିନି ଭାଇଙ୍କ ଝଗଡା ହୋଇଥିଲା। ଏହାପରେ ସୁବାସଙ୍କୁ ଏବଂ ତାଙ୍କ ଧର୍ମପତ୍ନୀ ମନାକ୍ଷୀ ରାଉତରାୟଙ୍କୁ ତିନି ଭାଇ ମରଣାସ୍ତ୍ରରେ ଆକ୍ରମଣ କରିଥିବା ବେଳେ ମିନାକ୍ଷୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏବଂ ସୁବାସ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ମିନାକ୍ଷୀଙ୍କ ମୃତଦେହ ଘରେ ପଡ଼ିରହିଥିବା ବେଳେ ଖବର ପାଇ ବାଣପୁର ଆଇଆଇସି ଜୟପ୍ରକାଶ ପରିଡା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ସୁବାସଙ୍କ ତିନି ଭାଇ ଫେରାର ହୋଇଯାଇଥିବା ଜଣାପଡିଛି।

Read More

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଆଜି ଦେହାନ୍ତ ହୋଇଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଅକ୍ଟୋବର ୧ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମୁଲାୟମ ସିଂଙ୍କ ମୃତ୍ୟୁ ପରେ ସମାଜବାଦି ପରିବାରରେ ଶୋକର ଲହରୀ ଖେଳିଯାଇଛି। ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଡାକ୍ତରଙ୍କ ଏକ ପ୍ୟାନେଲ ମୁଲାୟମ ସିଂ ଯାଦବଙ୍କ ଚିକିତ୍ସା କରୁଥିଲେ। ତାଙ୍କୁ ଅଗଷ୍ଟ ୨୨ ତାରିଖରେ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୮.୧୬ରେ ମୁଲାୟମ ସିଂ ଯାଦବ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାର ସୂଚନା ପାଇ ପୁଅ ଅଖିଳେଶ ଯାଦବ, ଭାଇ ଶିବପାଲ ଯାଦବ ଏବଂ ବୋହୂ ଅପର୍ଣ୍ଣ ଯାଦବ ଦିଲ୍ଲୀ ଯାଇଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ତିନିମାସ ପୂର୍ବେ ତାଙ୍କ ପତ୍ନୀ ସାଧନା ଗୁପ୍ତାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା। ୫୫…

Read More

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏହି ଉପଲକ୍ଷେ ପୁରୀରେ ହବିଷ୍ୟାଳିଙ୍କ ଭିଡ ପରିଲକ୍ଷିତ ହୋଇଛି। ତେବେ ହବିଷ୍ୟାଳିଙ୍କ ସୁବିଧାରେ ରହିବା ଓ ଖାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଇଛି। ପୁରୀରେ କରାଯାଇଛି ହବିଷ୍ୟାଳିଙ୍କ ପାଇଁ ବୃନ୍ଦାବତୀ ନିବାସ। ଏହି ନିବାସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୬ଟା ୩୦ ରେ ଲୋକାର୍ପଣ କରିବେ। ପୁରୀରେ ସରକାରଙ୍କ ତରଫରୁ ୫ଟି ଶିବିର କରାଯାଇଛି। ସବୁଥିରେ ପ୍ରବେଶ ଓ ପ୍ରସ୍ଥାନ ବେଳେ ହବିଷ୍ୟାଳିଙ୍କ ରେକର୍ଡ ରଖାଯିବାର ବ୍ୟବସ୍ଥା ହୋଇଛି ।  ସବୁ ଶିବିରରେ ବାହାର ଲୋକଙ୍କ ଅନୁପ୍ରବେଶ ଉପରେ ନଜର ରଖିବାକୁ ପ୍ରବେଶ ପଥରେ ସିସିଟିଭି ସ୍ଥାପନ ହୋଇଛି । ଏହା ବ୍ୟତୀତ ଶିବିର ପାଖରେ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ ଖୋଲା ଯାଇଛି । ଜ୍ୱର, କାଶ ଭଳି ମାମୁଲି ରୋଗ ପାଇଁ ଏହି ଶିବିରରେ ହବିଷ୍ୟାଳିଙ୍କୁ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଇଛି। ଏହି ଶିବିରରେ…

Read More

Mulayam Singh Yadav Death News: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଛି। ସେ ଆଜି ଅର୍ଥାତ ଅକ୍ଟୋବର ୧୦ ତାରିଖ ସକାଳ ୮:୧୬ ମିନଟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ ୨୨ ଅଗଷ୍ଟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛିଦନ ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା। ଅକ୍ଟୋବର ୧ ତାରିଖ ରାତିରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରଙ୍କ ଏକ ପ୍ୟାନେଲ ଗଠନ କରାଯାଇ ଚିକିତ୍ସା କରାଯାଉଥିଲା। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ତାଙ୍କର ପରଲୋକ ଘଟିଥିଲା। ଚଳିତ ବର୍ଷ ଜୁଲାଇରେ ମୁଲାୟମ ସିଂ ଯାଦବଙ୍କ ଧର୍ମପତ୍ନୀ ସାଧନା ଗୁପ୍ତାଙ୍କ ଦେହାନ୍ତ ହୋଇଥିଲା। ଫୁସଫୁସ ସଂକ୍ରମଣ ହେତୁ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା…

Read More

ଭୁବନେଶ୍ବର: ଗତ କିଛି ଦିନ ଧରି ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା। ତୁହାକୁ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ମଧ୍ୟ ଦିନ ତମାମ ବର୍ଷା ଲାଗି ରହିବ। ଆଜି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି। ତେବେ ଆସନ୍ତାକାଲି ଅର୍ଥାତ ୧୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ଆଶା କରାଯାଉଛି। ତେବେ ପାଣିପାଗ ବିଭାଗ ଅନୁସାରେ ଚଳିତ ଅକ୍ଟୋବର ମାସରେ ଏଯାବତ ୭୯.୪ ମିମି ବର୍ଷା, ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୫ ପ୍ରତିଶତ ଅଧିକ।

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୭୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୧୦ ବରଗଡ ଜିଲ୍ଲାରୁ- ୨ କଟକ ଜିଲ୍ଲାରୁ- ୨ ଗଞ୍ଜାମ ଜିଲ୍ଲାରୁ- ୧ ଜଗତସିଂହପୁର ଜିଲ୍ଲାରୁ- ୩ ଯାଜପୁର ଜିଲ୍ଲାରୁ- ୨ ଝାରସୁଗୁଡା ଜିଲ୍ଲାରୁ- ୧ କେନ୍ଦୁଝର ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୧୩ ମୟୂରଭଞ୍ଜ ଜିଲ୍ଲାରୁ- ୨ ନବରଙ୍ଗପୁର ଜିଲ୍ଲାରୁ- ୧ ନୂଆପଡା ଜିଲ୍ଲାରୁ- ୧ ପୁରୀ ଜିଲ୍ଲାରୁ- ୪ ସମ୍ବଲପୁର ଜିଲ୍ଲାରୁ- ୧୮ ସୁନ୍ଦରଗଡ ଜିଲ୍ଲାରୁ- ୧୨ ଷ୍ଟେଟ ପୁଲରୁ- ୩ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

Read More

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ…

Read More

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏହି ପବିତ୍ରମାସରେ ମହିଳାମାନେ ମାସସାରା ବ୍ରତ ପାଳନ କରିଥାନ୍ତି। ମୁଖ୍ୟତଃ ପୁରୀ ଯାଇ ସେଠାରେ ଏକମାସ ଧରି ରହି ଏହି ବ୍ରତ ପାଳନ କରିବା ପାଇଁ ସମସ୍ତଙ୍କର ଆଗ୍ରହ ରହିଥାଏ। ଫଳରେ ବର୍ତ୍ତମାନ ପୁରୀରେ ହବିଷ୍ୟାଳିଙ୍କର ପ୍ରବଳ ଭିଡ ଆରମ୍ଭ ହୋଇଯାଇଛି। ଏହି ପବିତ୍ର ମାସ ସୋମବାରରୁ ଆରମ୍ଭ ହୋଇଥିବାରୁ ଏହାର ଗୁରୁତ୍ବ ଆହୁରି ବଢିଯାଇଛି। ଗତ ଦୁଇ ବର୍ଷ ଧରି କରୋନା ପାଇଁ ହବିଷ୍ୟାଳିମାନେ ଏହି ବ୍ରତ ପୁରୀ ଆସି ପାଳନ କରିପାରି ନ ଥିଲେ। ନିଜ ଘରେ ରହି ପାଳନ କରିଥିଲେ। ଚଳିତ ବର୍ଷ କଟକଣ ହଟିଯାଇଥିବାରୁ ପୁରୀରେ ଏହି ଭକ୍ତଙ୍କର ଭିଡ ପରିଲକ୍ଷିତ ହୋଇଛି। ସେମାନଙ୍କର ମାଗଣା ରହିବା ଖାଇବା ବ୍ୟବସ୍ଥା ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୋଧେରା ସ୍ଥିତ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ମୋଦୀ ସୂର୍ଯ୍ୟ ମନ୍ଦିରରେ ଐତିହ୍ୟ ଆଲୋକୀକରଣର ଉଦଘାଟନ କରିଛନ୍ତି ଯାହାକି ଭାରତର ପ୍ରଥମ ଐତିହ୍ୟ ସ୍ଥଳୀ ଅଟେ ଯାହା କେବଳ ସୌର ଶକ୍ତି ଦ୍ୱାରା ଚାଳିତ। ସେ ମୋଧେରା ସୂର୍ଯ୍ୟ ମନ୍ଦିରର ୩ଡି ପ୍ରୋଜେକ୍ସନ ମ୍ୟାପିଂର ଉଦଘାଟନ ମଧ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ମନ୍ଦିରର ଇତିହାସକୁ ନେଇ ପ୍ରସ୍ତୁତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, ସାଂସଦ ଶ୍ରୀ ସି ଆର ପାଟିଲ, ଗୁଜରାଟ ସରକାରଙ୍କ ମନ୍ତ୍ରୀ ଶ୍ରୀ ପୂର୍ଣ୍ଣେଶଭାଇ ମୋଦୀ ଏବଂ ଶ୍ରୀ ଅରବିନ୍ଦଭାଇ ରାୟାନୀ ପ୍ରମୁଖ ଗସ୍ତ କରିଥିଲେ। ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ଗୁଜୁରାଟର ମେହସାନା, ମୋଧେରାରେ ୩୯୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ କରିଥିଲେ।…

Read More

ଜୀବନଶୈଳୀ: ବିବାହିତ ଦମ୍ପତି ଏବଂ ପ୍ରେମୀଯୁଗଳ ସେମାନଙ୍କ ସମ୍ପର୍କକୁ ମଜବୁତ କରିବା ପାଇଁ ଅନେକ ପଦକ୍ଷେପ ନିଅନ୍ତି। ହିନ୍ଦୁ ଧର୍ମରେ ବିବାହିତ ଜୀବନକୁ ସୁଖୀ କରିବାର ଅନେକ ଉପାୟ ଅଛି। ପ୍ରେମ ଜୀବନକୁ ଉନ୍ନତ କରିବା ପାଇଁ ଉପବାସ ରଖାଯାଏ। ଯାହାଫଳରେ ଜୀବନ ସାଥୀ ସହିତ ଭଲ ସମନ୍ୱୟ ରହିଥାଏ ଏବଂ ସମ୍ପର୍କ ମଧୁର ଏବଂ ମଜବୁତ ହୋଇଥାଏ। ଯଦି ଆପଣ ମଧ୍ୟ ଆପଣଙ୍କର ପ୍ରେମ ଜୀବନ କିମ୍ବା ଦାମ୍ପତ୍ୟ ଜୀବନକୁ ସୁଖୀ କିମ୍ବା ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କେବଳ ଗୋଟିଏ କାମ କରିବାକୁ ପଡିବ। ତାହା ହେଉଛି ଗୁରୁବାର ବ୍ରତ। ଗୁରୁବାର ଦିନ ଉପବାସ ପାଳନ କରି ପ୍ରେମ ଜୀବନର ସମସ୍ୟା ଦୂର ହୋଇଯାଏ ଏବଂ ପ୍ରେମ ସମ୍ପର୍କ ମଜବୁତ ହୁଏ। ଗୁରୁବାର ବ୍ରତ ବିଷୟରେ ଆସନ୍ତୁ ଜାଣିବା… ଗୁରୁବାର ବ୍ରତର ଲାଭ: ୧- ଗୁରୁବାରର ଉପବାସ ପାଳନ କରି ବିବାହିତ ଜୀବନ ସୁଖମୟ ରହିଥାଏ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଭେଦ…

Read More

ଭୁବନେଶ୍ବର: ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ। ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ,। ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ। ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ। ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି। ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି। ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି। ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ:- ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ? ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା ଘଟିଥାଏ। ସାଢ ସାତୀ ବା ଦେଢା ଯୋଗୁଁ ଏପରି ଦୁର୍ଘଟଣା ଘଟିଥାଏ।…

Read More

ମେଷ: ଧାର୍ମିକ ଯାତ୍ରା ହେଉଛି ଦେବ ଦର୍ଶନଙ୍କର ସମଷ୍ଟି। ବୈବାହିକ କାର୍ଯ୍ୟର ଡିଜାଇନ୍ ଘରେ କରାଯିବ। କାର୍ଯ୍ୟ ବ୍ୟବସାୟରେ ମଧ୍ୟ ଦିନଟି ଲାଭଦାୟକ ହେବ। ପୁରୁଣା ପରିଚିତମାନଙ୍କୁ ଭେଟିବେ। ଛୋଟ ଜିନିଷକୁ ଅଣଦେଖା କରନ୍ତୁ। ବୃଷ: ଆଜି ଅର୍ଥର ଖର୍ଚ୍ଚ ଆୟଠାରୁ ଅଧିକ ହେବ, ତଥାପି ଦିନସାରା ମାନସିକ ସ୍ତରରେ ଖୁସି ରହିବ। ଘରେ ଅବିବାହିତ ସମ୍ପର୍କ ବିଷୟରେ ଆଲୋଚନା ଚାଲିବ। ମୂଲ୍ୟବାନ ଜିନିଷ କିଣିବାରେ ଖର୍ଚ୍ଚ ହେବ। ଆଜି କାର୍ଯ୍ୟ କ୍ଷେତ୍ରରୁ ସୀମିତ ଲାଭ ମିଳିବ। ମିଥୁନ: ଅବହେଳା ହେତୁ, କରାଯାଇଥିବା କାର୍ଯ୍ୟରେ ବାଧା ଆସିବ। ଲାଭର ଚୁକ୍ତି ହେବାର ସମ୍ଭାବନା ଅଛି, କିନ୍ତୁ ଗୋଡରେ ବାଧା ସୃଷ୍ଟି ହେତୁ ଦ୍ୱନ୍ଦ୍ୱରେ ପଡ଼ିବେ। କର୍କଟ: ସରକାରୀ କାର୍ଯ୍ୟ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିବ, କିନ୍ତୁ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟରେ ଏହାର ସମାଧାନ ମିଳିବ। ଆଜି କାର୍ଯ୍ୟକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରେ। ଏଥିପାଇଁ ମଧ୍ୟ ଖର୍ଚ୍ଚ ହେବ। ସିଂହ: କାର୍ଯ୍ୟ କ୍ଷେତ୍ରରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ…

Read More