Author: Samikhsya Bureau

ନୟାଗଡ: ପବିତ୍ର ମକରସଂକ୍ରାନ୍ତି ଅବସରରେ ଆଜି ନୟାଗଡ଼ ଜିଲାର ୬ଟି ସ୍ଥାନରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମକର ମେଳା ଅନୁଷ୍ଠିତ ହେଉଛି। ଏହି ଅବସରରେ ଭାପୁର ବ୍ଲକର ବେଗୁନିଆଁ, ରଣପୁର ବ୍ଲକର ଶ୍ୟାମଘନପୁର, ଖଣ୍ଡପଡା ବ୍ଲକର ତେନ୍ତୁଳିଆପଲ୍ଲୀ, ସିଧାମୂଳା, ଗଣିଆ ବ୍ଲକର ୱାଲିପୁର, ଦଶପଲ୍ଲା ବ୍ଲକର ସରିଗଣ୍ଡା ପ୍ରଭୃତି ଗ୍ରାମରେ ଏହି ମେଳା ଅନୁଷ୍ଠିତ ହୋଇଥିଲା। ଏଠାରେ ଶତାଧିକ ଛୋଟବଡ଼ ଦୋକାନ ବସିଥିଲା ବେଳେ ଲୋକମାନଙ୍କ ମନୋରଞ୍ଜନ ନିମନ୍ତେ ଗ୍ରାମବାସୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ବ୍ୟବସ୍ଥା କରାଯାଇଛି। ମେଳା ଦେଖିବା ନିମନ୍ତେ ଶହ ଶହ ଲୋକଙ୍କ ଭିଡ଼ ଜମୁଛି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ସେହିଭଳି, ଜିଲ୍ଲାର ପ୍ରସିଦ୍ଧ କଣ୍ଟିଲୋର ନୀଳମାଧବ, ଶରଣକୂଳର ଲଡ଼ୁବାବା, ଝାମୁପାଟଣା ଦୂତୀକେଶ୍ବର, ରଣପୁର ଜଗନ୍ନାଥ ମନ୍ଦିର , ନୟାଗଡ ଜଗନ୍ନାଥ ମନ୍ଦିର,ଦଶପଲ୍ଲାର ମହାବୀର ମନ୍ଦିରରେ ମକର ସଂକ୍ରାନ୍ତି ଅବସରରେ ସ୍ବତନ୍ତ୍ର ପୂଜାନୀତି କରାଯାଇଛି ।

Read More

କେନ୍ଦ୍ରାପଡା: ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟଦେବତା ଶ୍ରୀବଳଦେବଜୀଉ ମନ୍ଦିର ପରିସରରେ ମକରବେଢା ପରିକ୍ରମା ଦେବନୀତି ସଂପାଦିତ କରାଯାଇଛି । ଧନୁସଂକ୍ରାନ୍ତିରୁୁ ନିଜର ପିତ୍ରାଳୟ ଗମନ କରିଥିବା ମା ମହାଲକ୍ଷ୍ମୀ ମକରସଂକ୍ରାନ୍ତି ପୂର୍ବଦିନ ବାପଘରୁ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ । ପ୍ରତ୍ୟାବର୍ତନ ସମୟରେ ମା ମହାଲକ୍ଷ୍ମୀ ବାପଘରୁ ମକରହାଣ୍ଡି, ବିଭିନ୍ନ ପନିପରିବା, ଶାଗ ଆଣିଥିଲେ । ସେହି ମକର ହାଣ୍ଡିରେ ଆଣିଥିବା ମକର ଚାଉଳ,କଦଳୀ,କନ୍ଦମୁଳ ନବାତ,କ୍ଷୀର,ଗୁଡ ପରି ଆଦି ସାମଗ୍ରୀକୁ ନେଇ ଚାରିଟିଥାଳିରେ ରଖାଯାଇ ରତ୍ନସିଂହାସନରେ ବିରାଜିତ ଶ୍ରୀବଳଦେବଙ୍କ ସମେତ ଚତୁର୍ଦ୍ଧାମୁର୍ତୀଙ୍କ ଉଦେଶ୍ୟରେ ଉତ୍ସର୍ଗ ହେବାପରେ ସେହିସବୁ ଥାଳିରେରହିବା ପବିତ୍ର ସାମଗ୍ରୀକୁ ନିଆଯାଇ ନବାଙ୍କବେଢା ପରିକ୍ରମା କରାଯାଇଥାଏ । ମକରସଂକ୍ତାନ୍ତି ପୂର୍ବଦିନ ରାତିରେ ଅର୍ଥାତ ଗତକାଲି ରାତିରେ ଶ୍ରୀଜୀଉଙ୍କ ମନ୍ଦିରବେଢାକୁ ପାଂଚଥର ଏହି ମକରବେଢା କରାଯାଇଥିବାବେଳେ ଆଜି ଚାରିଥର ମକରବେଢା ପରିକ୍ରମା ଦେବନୀତି ସଂପାଦନ କରାଯାଇଛି । ଚତୁର୍ଦ୍ଧାମୁର୍ତୀକୁ ଉତ୍ସର୍ଗକରାଯାଇଥିବା ଚାରି ଦିବ୍ୟଥାଳିକୁ ବଡପଣ୍ଡା, ଚର୍ଚେଇତ, କର, ସୂଆର ସଂପ୍ରଦାୟ ସେବାୟତମାନେ ମସ୍ତକରେ ଧାରଣ…

Read More

ଭୁବନେଶ୍ବର: ଦୀର୍ଘ ତିନିଦିନ ଧରି ପ୍ରଭୃ ଲିଙ୍ଗରାଜଙ୍କ ପୂଜା ବନ୍ଦ ରହିଛି। ଠାକୁରେ ମକର ମଣ୍ଡପରେ ତିନିଦିନ ଧରି ବସି ରହିଛନ୍ତି। ଭକ୍ତମାନେ ଦର୍ଶନ କରିବାକୁ ମନ୍ଦିରକୁ ଯାଉଥିଲେ ମଧ୍ୟ ପ୍ରଭୃଙ୍କ ପୂଜା ହୋଇ ନାହିଁ ଜାଣିବା ପରେ ଅସନ୍ତୁଷ୍ଠ ବ୍ୟକ୍ତ କରିଛନ୍ତି। ତେବେ ଏହାକୁ ନେଇ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଏହି ବିବାଦକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ ଖୋଲାଖୋଲି କହିଛନ୍ତି ଯେ, ଏହାକୁ ନେଇ ବିରୋଧୀ ରାଜନୀତି ରୁଟି ସେକୁଛନ୍ତି। ହେଲେ ଏହାକୁ ଆମେ କେବେ କରିବାକୁ ଦେବୁ ନାହିଁ। ଏହାର ଖୁବ ଶିଘ୍ର ସମାଧାନ ହେବ। ଯେଉଁମାନେ ରୁଟି ସେକୁଛନ୍ତି ଦୟାକରି ତାହା ବନ୍ଦ କରନ୍ତୁ ବୋଲି ମନ୍ତ୍ରୀ ଧମକ ଦେଇଛନ୍ତି।

Read More

ଭୁବନେଶ୍ବର: ଏ ପର୍ଯ୍ୟନ୍ତ ପ୍ରଭୃ ଲିଙ୍ଗରାଜଙ୍କ ପୂଜା ହୋଇପାରିଲା ନାହିଁ। ସେବାୟତଙ୍କ ବିବାଦ ଯୋଗୁଁ ପ୍ରଭୃ ଲିଙ୍ଗରାଜ ପୂଜା ନ ହୋଇ ଦର୍ଶନ ଦେଉଛନ୍ତି। ଗତକାଲି ମକର ସଂକ୍ରାନ୍ତି ପରି ଦିନରେ ମଧ୍ୟ ଠାକୁର ଅପୂଜା ରହିଲେ। ଫଳରେ ଭକ୍ତମାନଙ୍କ ମଧ୍ୟରେ ଏହା ଗଭୀର ଆଘାତ ଦେଇଛି। ତେବେ ଏ ନେଇ ଆଜି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନରେ ଏକ ବୈଠକ ବସିଥିଲା। ଏଥିରେ ଏକାମ୍ର ବିଧାୟକ ବାବୁ ସିଂ, ଜିଲ୍ଲାପାଳ ଏବଂ କେତେକ ସେବାୟତ ଯୋଗଦେଇଥିଲେ। ଏଥିରେ ସେମିତି କିଛି ନିଷ୍କର୍ଷ ବାହାରିପାରିଲା ନାହିଁ। ତେବେ ଆଜି ସଂଧ୍ୟାରେ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ବସି ଏହାର ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ବୈଠକ ନେଇ ମନ୍ତ୍ରୀ କହିଛନ୍ତି ଯେ,ଏବେ ଯେଉଁ ବିବାଦ ଦାଖାଦେଇଛି ତାହାର ସମାଧାନ ପାଇଁ ସତ୍ବଲିପିରେ କେତେକ ପରିବର୍ତ୍ତନ ଆବଶ୍ୟକ ରହିଛି। ତାହାକୁ ପରିବର୍ତ୍ତନ କରିବା ପାଇଁ ଏକ…

Read More

ଭୁବନେଶ୍ବର: ଓଡିଶା ବିଜେପିରେ କିଏ ହେବ ସଭାପତି। ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। କାରଣ ଏହି ଜାନୁଆରୀ ମାସରେ ନୂଆ ସଭାପତିଙ୍କ ନାମ ଘୋଷଣା ହେବ ବୋଲି ପୂର୍ବରୁ କୁହାଯାଇଛି। ହେଲେ ମାସର ପନ୍ଦର ଦିନ ବିତିବାକୁ ଯାଉଥିବା ବେଳେ ସଭାପତି କିଏ ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ ଏହି ଚର୍ଚ୍ଚା ଭିତରେ ବର୍ତ୍ତମାନ ଦୁଇ ଜଣଙ୍କ ନାମ ଆଗକୁ ଆସିଛି। ସେ ହେଉଛନ୍ତି ବର୍ତ୍ତମାନର ସଭାପତି ମନମୋହନ ସାମଲ ଏବଂ ଉପସଭାପତି ଗୋଲକ ମହାପାତ୍ର। ତେବେ ଗୋଲକ ସଭାପତି ହେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ସେ ବାବା ବାଗେଶ୍ବରଙ୍କୁ ପୁରୀରେ ଭେଟିବା ନେଇ ବଡ ଆଲୋଚନା ଚାଲିଛି। ବର୍ତ୍ତମାନ ପୁରୀ ଗସ୍ତରେ ଅଛନ୍ତି ବାଗେଶ୍ୱର ଧାମର ବାବା ଧିରେନ ଶାସ୍ତ୍ରୀ। ତାଙ୍କୁ ପୁରୀରେ ସାକ୍ଷାତ କରିଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର। ତେବେ ତାଙ୍କର ସାକ୍ଷାତ ଭିନ୍ନ ହୋଇଥିଲେ ମଧ୍ୟ ଆଗକୁ ସଭାପତି…

Read More

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହିଦିନ ସକାଳୁ ସ୍ନାନ ବା ବୁଡ ପକାଇଲେ ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି। ସେଥିପାଇଁ ବିଭିନ୍ନ ପବିତ୍ର ନଦୀ ବା ପୁଷ୍କରଣୀରେ ଏହି କାର୍ଯ୍ୟ କରାଯାଇଥାଏ। ସେହି ଅନୁସାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳାଷ ଯେଉଁଠାକୁ ହଜାରହଜାର ସଂଖ୍ୟାର ଭକ୍ତମାନେ ଏକାଠି ହୋଇ ବୁଡ ପକାଇଛନ୍ତି। ତେବେ ସେହି ମକର ସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣା ଠାରେ ପବିତ୍ର ବୈତରଣୀ ନଦୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମକର ସ୍ନାନ କରୁଛନ୍ତି । ସେ ସକାଳୁ ଆସି ନଦୀରେ ସ୍ନାନ କରିବା ସହିତ ବିଭିନ୍ନ ପୂଜା ମଧ୍ୟ କରିଛନ୍ତି। ଏହି ଉପଲକ୍ଷେ ସେଠାରେ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିବର୍ଷ ଏହି ମକର ସଂକ୍ରାନ୍ତିରେ ସେ ଏହି ମକର ସ୍ନାନ କରିଥାନ୍ତି। ଚଳିତ ବର୍ଷ ସେ ମୁଖ୍ୟମନ୍ତ୍ରୀ ଭାବେ…

Read More

ପ୍ରୟାଗରାଜ: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ମହାକୁମ୍ଭରେ ‘କ୍ୟାମ୍ପା ଆଶ୍ରମ’ ନିର୍ମାଣ କରିବାକୁ ଯାଉଛି । ଏହି ସ୍ୱତନ୍ତ୍ର ଭାବରେ ନିର୍ମିତ ହୋଇଥିବା ବିଶ୍ରାମସ୍ଥଳ ଗୁଡିକରେ ତୀର୍ଥଯାତ୍ରୀମାନେ ବିଶ୍ରାମ ନେବା ସହିତ ଜଳପାନ ମଧ୍ୟ ପାଇପାରିବେ । ତୀର୍ଥଯାତ୍ରୀମାନଙ୍କୁ ଏକ ନିରାପଦ ଏବଂ ଶାନ୍ତିପୂର୍ଣ୍ଣ ସ୍ଥାନ ଯୋଗାଇବା ପାଇଁ ‘କ୍ୟାମ୍ପା ଆଶ୍ରମ’ ସ୍ୱତନ୍ତ୍ର ଭାବରେ ପରିକଳ୍ପନା କରାଯାଇଛି । ଏହା ବ୍ୟତୀତ ରିଲାଏନ୍ସ ମହାକୁମ୍ଭ ଅଞ୍ଚଳରେ ତୀର୍ଥଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ପଷ୍ଟ ଓ ସହଜରେ ପଢି ହେବା ଭଳି ସୂଚନା ଫଳକ (ସାଇନେଜ୍‌) ଏବଂ ଦିଗସୂଚକ ବୋର୍ଡ ସ୍ଥାପନ କରୁଛି। ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ର ସିଇଓ କେତନ ମୋଦୀ କହିଛନ୍ତି, “ପ୍ରୟାଗରାଜ ମହାକୁମ୍ଭ ୨୦୨୫ରେ ଆମର ଅଂଶଗ୍ରହଣ ଏହି ଭବ୍ୟ ଆଧ୍ୟାତ୍ମିକ ସମାବେଶର ଭାବନାକୁ ସମ୍ମାନ ଜଣାଇବା ପାଇଁ ଉଦ୍ଦିଷ୍ଟ। ଏକ କମ୍ପାନୀ ଭାବରେ ଆମେ ଭାରତୀୟ ପରମ୍ପରାଗୁଡିକ ସହିତ ଗଭୀର ଭାବରେ ସଂଯୁକ୍ତ।…

Read More

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହିଦିନ ଦେବଦେବ ମହାଦେବଙ୍କ ନିକଟରେ ମକର ଚାଉଳ ଲାଗି କରାଯାଏ। ତେବେ ଏହାକୁ ନେଇ ପ୍ରଭୃ ଲିଙ୍ଗରାଜଙ୍କ ସେବାୟତଙ୍କ ମଧ୍ୟରେ ଲାଗିଛି ବିବାଦ। ଫଳରେ ଗତକାଲି ରାତି ଆଠଟାରୁ ପ୍ରଭୃଙ୍କ ପୂଜା ନୀତି ଆଜି ସକାଳ ପର୍ଯ୍ୟନ୍ତ ବନ୍ଦ ରହିଛି। ଘଟଣାରୁ ଜଣାପଡିଛି ଯେ,ଗତକାଲି ପବିତ୍ର ପୁଷ୍ୟାଭିଷେକରେ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହୋଇଥିଲେ। ସେଠାରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ।ମକର ସଂକ୍ରାନ୍ତି ନିମନ୍ତେ ଘୃତ୍ୟ କମଳ ଲାଗି ହୁଏ। କିନ୍ତୁ ବଡୁ ସେବାୟତ ଏକା ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ। ଯାହାକୁ ମାହାସୁଆର ନିଯୋଗ ବିରୋଧ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ମହାପ୍ରଭୁ ଲିଙ୍ଗରାଜଙ୍କର ଗତକାଲିଠୁ ନୀତିକାନ୍ତି ବନ୍ଦ ରହିବା ସହିତ ମହାପ୍ରଭୁ ଲିଙ୍ଗରାଜ ମକର ମଣ୍ଡପରେ ଗତକାଲି ସନ୍ଧ୍ୟାରୁ ବସି…

Read More

ଭୁବନେଶ୍ବର: ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ପୂଜ୍ୟପୂଜା ସାହିତ୍ୟ ସଂସଦ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆଜି ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପ୍ରାକ୍ତନ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟ ଶାସନ, ରାଜନୈତିକ ଜୀବନ ଓ ଜନସଂପର୍କ ଉପରେ ଆଲୋକପାତ କରିଥିଲେ । ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ସର୍ବଦା ଓଡ଼ିଆ ଜାତି ପାଇଁ ଶ୍ରଦ୍ଧାଶୀଳ ଥିଲେ । ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଓଡ଼ିଶାର ସୀମା ନିର୍ଦ୍ଧାରଣ ପାଇଁ ଓଡୋନେଲ କମିଟି ସମ୍ମୁଖରେ ସାକ୍ଷୀ ହେବା ସହ ଲଣ୍ଡନଠାରେ ଗୋଲଟେବୁଲ ବୈଠକରେ ଯୋଗଦେଇ ତଥ୍ୟପୂର୍ଣ୍ଣ ଅଭିଭାଷଣ ରଖିଥିଲେ । ପାଇକ ବିଦ୍ରୋହଠୁ ଆରମ୍ଭ କରି ଭାଷା ଆନ୍ଦୋଳନ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପର୍ଯ୍ୟନ୍ତ…

Read More

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ଏହି ଧାନ କିଣା ବ୍ୟବସ୍ଥା ଆହୁରି ତ୍ୱରାନ୍ୱିତ ହୋଇଛି । ବର୍ତ୍ତମାନ ବରଗଡ଼, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଦେବଗଡ଼, ଝାରସୁଗୁଡା, କେଉଁଝର, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ରାୟଗଡ, ସୁବର୍ଣ୍ଣପୁର, ପୁରୀ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର ଓ ସୁନ୍ଦରଗଡ଼ ସମେତ ରାଜ୍ୟର ୨୭ଟି ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଚାଲିଛି । ଅନ୍ୟ ଜିଲ୍ଲାରେ ଖୁବଶୀଘ୍ର ଏହି ଧାନ କିଣା ପ୍ରକ୍ରିୟା ଆରମ୍ଭ କରାଯିବ । ଏଥିପାଇଁ ସମ୍ପୃକ୍ତ ଜିଲାରେ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏତଦବ୍ୟତୀତ ପଞ୍ଜିକୃତ ଚାଷୀ ମାନଙ୍କୁ ଆଗୁଆ ସୂଚନା ପ୍ରଦାନ ସହ ଟୋକନ ପ୍ରଦାନ କରାଯାଉଛି । ସୂଚନାଯୋଗ୍ୟ, ବର୍ତ୍ତମାନ ଏହି ଜିଲ୍ଲା ଗୁଡିକରେ ୨୪୯୨ଟି ମଣ୍ଡିରେ ଧାନ କିଣା ଜାରି ରହିଛି । ସମ୍ପୃକ୍ତ ଜିଲ୍ଲା ଗୁଡିକରେ ଧାନ କିଣା ପାଇଁ ଚାଷୀ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଶ୍ରମିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ, ଯେଉଁମାନେ ଜମ୍ମୁ-କଶ୍ମୀର ଓ ଭାରତର ବିକାଶ ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଶ୍ରୀ ମୋଦୀ କହିଥିଲେ, ଆହ୍ୱାନ ସତ୍ତ୍ୱେ ଆମର ସଂକଳ୍ପ ଥମିବାର ନାଁ ଧରୁନାହିଁ। ଶ୍ରମିକମାନଙ୍କ ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଏବଂ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି କାର‌୍ୟ୍ୟ ସମ୍ପନ୍ନ କରିଥିବାରୁ ସେ ତାଙ୍କୁ ପ୍ରଶଂସା କରିଥିଲେ। ୭ ଜଣ ଶ୍ରମିକଙ୍କ ମୃତ୍ୟୁରେ ସେ ଶୋକ ପ୍ରକାଶ କରିଥିଲେ। କଶ୍ମୀରର ବରଫଘେରା ସୁନ୍ଦର ପର୍ବତ ଏବଂ ଆନନ୍ଦଦାୟକ ପାଣିପାଗକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ନିକଟରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋ ଦେଖିବା ପରେ ଜମ୍ମୁ-କଶ୍ମୀର ଗସ୍ତ ପାଇଁ…

Read More

ଭୁବନେଶ୍ୱର: ମନନ ନାଟ୍ୟ ସଂସ୍ଥା 46 ବାର୍ଷିକ ନାଟ୍ୟ ମହୋତ୍ସବର ନାଟକ ଅସ୍ଥା ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ରେ ଅନୁଷ୍ଠିତ ହୋଇଯାଇଛି। ମନୁଷ୍ୟ ଯେତେ ଶକ୍ତିଶାଳା, ଧନଶାଳୀ ଆଉ ସ୍ବାସ୍ଥ୍ୟବାନ ହେଲେବି ମନଟା ତା’ର ସବୁବେଳେ ଦୁର୍ବଳ। କେତେବେଳେ କୋଇ ପରିସ୍ଥିତିରେ ସେ ମନଟା ସେ ଭାଙ୍ଗି ନଯିବ କେହି କହି ପାରିବେନି । ଖାଲି ସେତିକି ନୁହେଁ ସେଇ ମନଟା ପୁଣି ଅବୁଝା ଆଉ ସଂକୀର୍ଣ୍ଣ ବାର୍ଦ୍ଧକ୍ୟ ଅଥବା ମୃତ୍ୟୁର ଅବ୍ୟବହିତ ପୂର୍ବରୁ, ଯେତେବେଳେ କି ଧନ ଦୌଲତ ଦେହର ଲାଳସା ଭୋଗବିଳାସ ଅଥବା ଜ୍ଞାତି କୁଟୁମ୍ବଙ୍କ ପ୍ରତି ମାୟା ମମତାର ଆବଶ୍ୟକ‌ତା ନଥାଏ । ସେତେବେଳେ ବି କିଛି ଛୋଟ ଛୋଟ ଘଟଣା ମଣିଷର ମାନସିକ ପ୍ରତିକ୍ରିୟାକୁ କଳୁଷିତ କରିଦିଏ କ୍ଷତ ବିକ୍ଷତ କରିଦିଏ। ନିଜର ଅବଚେତନ ମନର ଦଂଶନରେ ନିଜେ ବିଷାକ୍ତ ହୋଇଯାଏ। ସ୍ରଷ୍ଟାର ସୃଷ୍ଟି ବି ବାଟବଣା ହୋଇଯାଏ । ଏମିତି ସମୟ ଆସେ ନିଜେ…

Read More

ଭୁବନେଶ୍ବର: ଓଡିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀ ମାନଙ୍କୁ ମାସକୁ 20 ହଜାର ଟଙ୍କାର ପେନସନ ମିଳିବ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ। ଆଜ ଏ ସଂପର୍କରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ପେନସନ ସହିତ ସମସ୍ତ ସଂଗ୍ରାମୀ ମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ । ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ଏହି ପେନସନ ଓ ଚିକିତ୍ସା ସୁବିଧା ପାଇବେ। ସୂଚନା ଯୋଗ୍ୟ ଯେ 25 ଜୁନ୍ 1975 ମସିହାରୁ 21 ମାର୍ଚ୍ଚ 1977 ମସିହା ପର୍ଯ୍ୟନ୍ତ ଦେଶର ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ଅନେକ ସଂଗ୍ରାମୀ ଦେଶର ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ

Read More

ନୂଆଦିଲ୍ଲୀ: ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ର ପାଇଁ ଏକ ଯୁଗାନ୍ତକାରୀ ଘଟଣାକ୍ରମରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, ରେଳ, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଚେନ୍ନାଇରେ ସିର୍ମା ଏସଜିଏସ ଟେକ୍ନୋଲୋଜିର ଅତ୍ୟାଧୁନିକ ଲାପଟପ୍ ଆସେମ୍ବ୍ଲି ଲାଇନକୁ ଉଦଘାଟନ କରିଛନ୍ତି। ମାଡ୍ରାସ ଏକ୍ସପୋର୍ଟ ପ୍ରୋସେସିଂ ଜୋନ୍ (ଏମଇପିଜେଡ୍) ରେ ଅବସ୍ଥିତ ଏହି ନିର୍ମାଣ କେନ୍ଦ୍ର ଭାରତର ‘ମେକ୍ ଇନ୍ ଇଣ୍ଡିଆ’ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଚିହ୍ନିତ କରିବା ସହିତ ମୋବାଇଲ୍ ଫୋନରୁ ଆଇଟି ହାର୍ଡୱେର୍ ଉତ୍ପାଦନ, ବିଶେଷ କରି ଲାପଟପ୍ ପର୍ଯ୍ୟନ୍ତ ଦେଶର ପ୍ରାଧାନ୍ୟ ବିସ୍ତାର କରିବାକୁ ଯାଉଛି । “ମେକ ଇନ୍ ଇଣ୍ଡିଆ”ରେ ଏକ ମାଇଲଖୁଣ୍ଟ ନୂତନ ଆସେମ୍ବ୍ଲି ଲାଇନ ପ୍ରାରମ୍ଭରେ ବାର୍ଷିକ ୧ ଲକ୍ଷ ଲାପଟପ୍ ଉତ୍ପାଦନ କରିବ, ଯାହା ଆଗାମୀ ୧-୨ ବର୍ଷ ମଧ୍ୟରେ ୧୦ ଲକ୍ଷ ନିୟୁତ ୟୁନିଟ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କ୍ଷମତା ସହିତ ସିର୍ମା ଏସଜିଏସ୍ ବର୍ତ୍ତମାନ…

Read More

ଭୁବନେଶ୍ବର: ପକ୍ଷୀଘର ପ୍ରକାଶନୀ ପ୍ରକାଶିତ କେନ୍ଦ୍ର ସାହିତ୍ୟ ଅକାଦେମି ସଭାପତି ପ୍ରଖ୍ୟାତ କବି ମାଧବ କୌଶିକଙ୍କ କବିତା ପୁସ୍ତକ come back partha ଓ କବି ଅରୁଣ କୁମାର ସାହୁଙ୍କ ଦୁଇଟି ପୁସ୍ତକ ଜହ୍ନ ରାତିର ଛାଇ ଓ ସୂର୍ଯ୍ୟ ଉଇଁବାର ବେଳ ପୁସ୍ତକ ସ୍ଥାନୀୟ ରାଜ୍ୟ ସଂଗ୍ରହଳୟ ପ୍ରେକ୍ଷାଳୟରେ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଉଦଘାଟକ ଭାବେ ଯୋଗଦେଇଥିଲେ ପ୍ରଖ୍ୟାତ ସିନେ ବ୍ୟକ୍ତିତ୍ୱ ତଥା ସାହିତ୍ୟିକ ପ୍ରଶାନ୍ତ ନନ୍ଦ। ସେ କହିଥିଲେ ଯେ, ସମୟ ସବୁବେଳେ ନିରପେକ୍ଷ ଭାଇ, ବନ୍ଧୁ, କୁଟୁମ୍ବ, ସମ୍ପଦ, ବିପଦ ନାଁ କାହା ପାଇଁ ସମୟ ଅଟକି ଯାଏ ନା କାହା ଦ୍ୱାରା ପ୍ରଭାବିତ ହୁଏ। ତେଣୁ ସାହିତ୍ୟକ ହେଉ କି ପାଠକ ହଉ ସମୟ ଅନୁସାରେ ଆଗେଇଵା ଦରକାର। କେନ୍ଦ୍ର ସାହିତ୍ୟ ଅକାଦେମି ର ସଭାପତି ତଥା ପ୍ରଖ୍ୟାତ କବି ମାଧବ କୌଶିକ କହିଥିଲେ. ଜଣେ ହଜାର ହଜାର ଶବ୍ଦରେ କଥା ତ ପ୍ରକାଶ…

Read More

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହାକୁମ୍ଭ ମେଳା ଅବସରରେ ଓଡିଶାର 4ଟି ସ୍ଥାନରୁ ଶ୍ରଦ୍ଧାଳୁମାନଙ୍କ ପାଇଁ 4ଟି ଅତ୍ୟାଧୁନିକ ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ଓଡିଶା ରାଜ୍ୟ ପରିବହନ ନିଗମର ଏହି 4ଟି ଅତ୍ୟାଧୁନିକ ପ୍ରିମିୟମ ବସ୍, ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ବାହାରି ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଚଳାଚଳ କରିବ। ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭର୍ଚୁଆଲ ମୋଡ୍ ରେ ପତାକା ଦେଖାଇ ଏହି ବସ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହି ତୀର୍ଥଯାତ୍ରାରେ ସେମାନେ ଅଶେଷ ପୁଣ୍ୟ ଲାଭ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ 4ଟି ବସ୍ ର ଚଳାଚଳ କରାଯାଉଛି ଏବଂ ଆବଶ୍ୟକ ହେଲେ ଆହୁରି ଅଧିକ…

Read More

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବିନ୍ଦ୍ର ମଣ୍ଡପରେ ୫ ଦିନ ଧରି ଆୟୋଜିତ ହେଉଥିବା ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଉଦ୍‍ଯାପନୀ ଦିବସ । ଏହି ଓଡ଼ଶୀ ମହାକୁମ୍ଭରେ ଦେଶ ତଥା ଦେଶ ବାହାରୁ ଆସିଥିବା ବିଶିଷ୍ଟ ଖ୍ୟାତନାମା ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରିବା ସହିତ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ଶୈଳୀ ଯଥା ଏକକ, ଦ୍ୱୈତ୍ୟ ଓ ଦଳଗତ ନୃତ୍ୟ ଉପସ୍ଥାପନ କରି ଏହି ନୃତ୍ୟ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଛନ୍ତି । ପୂର୍ବାହ୍ନ ଅଧିବେଶନ ଆରମ୍ଭ ହୋଇଥିଲା କଟକର ସୂର୍ଯ୍ୟ ଗୁରୁକୁଳ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ମହିଷାସୁର ମର୍ଦ୍ଦିନୀ ପରିବେଷଣରୁ । ଏକକ ପର୍ଯ୍ୟାୟରେ ପୁରୀର ନନ୍ଦିତା ପ୍ରୀୟଦର୍ଶନୀ ମହାନ୍ତିଙ୍କ ଦ୍ୱାରା ଅଭିନୟ ମୋହନେ ଦେଲି ଚାହିଁ ଗୋ ଆଗୋପ୍ରିୟ ସହୀ, କେନ୍ଦୁଝରର ରେଖା ମହାନ୍ତିଙ୍କ ଦ୍ୱାରା ମଙ୍ଗଳା ଚରଣ ପଦ…

Read More

କଟକ: ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାର ନ୍ୟାୟପାଳିକାର ପ୍ରଗତିଶୀଳ ଦୃଷ୍ଟିକୋଣର ପ୍ରତିଫଳନ। ଏହା ନ୍ୟାୟ ପ୍ରଶାସନଠାରୁ ଆଗକୁ ଯାଇ ଇତିହାସ, ସଂସ୍କୃତି ଓ ଶିକ୍ଷାର ପରିସରକୁ ବ୍ୟାପକ କରିବ। ନ୍ୟାୟିକ ଦସ୍ତାବିଜ, ରେକର୍ଡ ଏବଂ କଳାକୃତିର ସଂରକ୍ଷଣ ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଯୁଗ ଯୁଗ ଧରି ଆଇନ ଗବେଷକ, ଛାତ୍ର ଏବଂ ଐତିହାସିକମାନଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି କଟକଠାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଆମ ନ୍ୟାୟପାଳିକାର ସମୃଦ୍ଧ ପରମ୍ପରାକୁ ଆଗାମୀ ପିଢ଼ି ନିମନ୍ତେ ସଂରକ୍ଷିତ ରଖିବାର ସାମୂହିକ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ନ୍ୟାୟ ଦେବୀଙ୍କ ଚକ୍ଷୁରୁ ଅନ୍ଧପୁଟୁଳି ହଟିଯାଇଛି। ଆଜି ନ୍ୟାୟଦେବୀ ଉନ୍ମୁକ୍ତ ନୟନରେ ଗୋଟିଏ ହାତରେ ସମ୍ବିଧାନ ଏବଂ ଅନ୍ୟହାତରେ ନ୍ୟାୟର ତରାଜୁ ଧରି…

Read More

ଭୁବନେଶ୍ବର: ଝାରସୁଗୁଡା ନିର୍ବାଚନ ମଣ୍ଡଳୀର କିରିମିରା ପଞ୍ଚାୟତ ଅଧ୍ୟକ୍ଷା ଅନାସ୍ଥା ଭୋଟ ଗ୍ରହଣକୁ ନେଇ ବିବାଦ ଘନେଇବାରେ ଲାଗିଛି। ଏପରିକି ଏହି ବିବାଦରେ ଖୋଦ ବିଜେଡି ସଭାପତି ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ପଡିଥିଲା। ତେବେ ଆଜି ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ଭୁବନେଶ୍ବରର ଶଙ୍ଖ ଭବନରେ ବିଜେପିକୁ ଟାର୍ଗେଟ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କରି ଅଧ୍ୟକ୍ଷା ଅନାସ୍ଥାକୁ ବିଜେପି କାହିଁକି ଭୟଭିତ ହେଉଛି ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ସେହି ପଞ୍ଚାୟତର ଅନେକ ସରପଞ୍ଚ ତଥା ସମିତି ସଭ୍ୟସଭ୍ୟାମାନେ ଛଅମାସ ତଳେ ଜିଲ୍ଲାପାଳଙ୍କୁ ଅନାସ୍ଥା ପ୍ରସ୍ତାବ ଆଣି ଭୋଟ ପାଇଁ ନିବେଦନ କରିଥିଲେ। ହେଲେ ତାହାକୁ ଜାଣିଶୁଣି ଟାଳି ଦିଆଗଲା। ଏ ନେଇ ବିଜେଡି ତରଫରୁ କୋର୍ଟରେ ମାମଲା କରାଗଲା। କୋର୍ଟ ରାୟଦେଲେ ଯେ ସପ୍ତାହ ମଧ୍ୟରେ ଏହାର ସମାଧାନ କରାଯାଉ। କୋର୍ଟର ରାୟ ପରେ ପ୍ରଶାସନ ସାତ ଦିନ ଭିତର ଅନାସ୍ଥା ଭୋଟ…

Read More

ଭୁବନେଶ୍ବର: ଓଏସ୍ଆରଟିସି ଦ୍ୱାରା ପରିଚାଳିତ ହେବାକୁ ଥିବା ୯ଟି ନୂତନ ମାର୍ଗରେ ୧୩ଟି ବସ୍ ସେବାର ଶୁଭାରମ୍ଭ ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭର୍ଚୁଆଲ ମୋଡରେ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ନୂତନ ବସ୍ ସେବା ସିଦ୍ଧ ଭୈରବୀ, ଗଣିଆ (କଣ୍ଟିଲୋ), କୋଟପାଡ଼, ଯୋରନ୍ଦା ଏବଂ ପାରଳାଖେମୁଣ୍ଡିକୁ ପୁରୀ ସହ ସଂଯୋଗ କରିବ । ସେହିପରି ଇନ୍ଦ୍ରାବତୀ ଓ ବ୍ରହ୍ମପୁରକୁ ଭୁବନେଶ୍ଵର ସହ, କୁନ୍ଦୁରାକୁ କଟକ ସହ ଏବଂ ବ୍ରହ୍ମପୁରକୁ ରାଉରକେଲା ସହ ସିଧାସଳଖ ସଂଯୋଗ କରିବ । ଏହାଦ୍ୱାରା ଓଡ଼ିଶା ତଥା ଆଭ୍ୟନ୍ତରଣ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଗମନାଗମନ ପାଇଁ ଏକ ସୁଲଭ ଏବଂ ଆରାମଦାୟକ ସେବା ପାଇପାରିବେ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏହି ଅବସସରେ କହିଛନ୍ତି ଯେ, “ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ମୌଳିକ ଜନସାଧାରଣ…

Read More

ଭୁବନେଶ୍ବର: ଜନତା ମଇଦାନଠାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଯାପନୀ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରବାସୀ ଓଡ଼ିଆମାନଙ୍କ ସହିତ ସ୍ୱତନ୍ତ୍ର ଭାବେ ଏକ ଆଲୋଚନା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଆଲୋଚନାରେ ପ୍ରବାସୀ ଓଡ଼ିଆମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଦେଶ ମାଟିରେ ଆପଣମାନେ ଦୁଇ ଦେଶ ମଧ୍ୟରେ ସଂପର୍କର ସେତୁ ହୋଇପାରିଛନ୍ତି। ଆମ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରୁଛନ୍ତି । ଆପଣମାନେ ପ୍ରବାସରେ ରହି ମଧ୍ୟ ଓଡ଼ିଶାର ବିକାଶ ଓ ଅସ୍ମିତାର ସୁରକ୍ଷା ବିଷୟରେ ଚିନ୍ତା କରୁଛନ୍ତି ଓ ସେ ଦିଗରେ କାମ ମଧ୍ୟ କରୁଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ଆଜି ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଆମକୁ ଏକ ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପର ଅବସର ଆଣିଦେଇଛି । ଏହି ସମ୍ମିଳନୀ ମାଧ୍ୟମରେ ଓଡ଼ିଶାର ବିକାଶ ପାଇଁ ଡବଲ ଇଞ୍ଜିନ୍ ସହ…

Read More