ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀ ଠାରେ ଦୁଇ ଦିନିଆ ଆରୋଗ୍ୟ ମନ୍ଥନ ୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର, ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡକ୍ଟର ବିନୋଦ ପଲ, ଉତ୍ତରାଖଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ଧନ ସିଂ ରାୱତ ଏବଂ ଜାତୀୟ ସ୍ବସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ଆର. ଏସ ଶର୍ମା ଉପସ୍ଥିତ ଥିଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜୟ)କୁ ୪ ବର୍ଷ ପୂର୍ତ୍ତି ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ସ୍ବାସ୍ଥ୍ୟ ମିଶନର ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଆରୋଗ୍ୟ ମନ୍ଥନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ କେନ୍ଦ୍ର…
Author: Samikhsya Bureau
ରେଢାଖୋଲ: ଆସନ୍ତା ୨୮ ତାରିଖ ଦିନ ରେଢାଖୋଲ ଠାରେ ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ(ଓୟୁଜେ) ସମ୍ବଲପୁର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏଥିପାଇଁ ରେଢାଖୋଲ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ରବିବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଓୟୁଜେ ରେଢାଖୋଲ ଶାଖାର ସଭାପତି ଶରତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଶଙ୍କର ପୃଷ୍ଟି, ପୂର୍ବତନ ସଭାପତି ରମାକାନ୍ତ ମହାନନ୍ଦ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ପ୍ରଧାନ, ତପନ କୁମାର ବିଶ୍ବାଳ, ଅନିଲ କୁମାର ପୃଷ୍ଟି, ସରୋଜ କୁମାର ସାହୁ, ଅରୁଣ କୁମାର ପ୍ରଧାନ ପ୍ରମୁଖ ସାମ୍ବାଦିକ ମାନେ ଯୋଗ ଦେଇ କିପରି ସୁଚାରୁରୂପେ ଏହି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ ଏହା ଉପରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରି ଆଲୋଚନା କରିଥିଲେ। ଏହି ବୈଠକରେ ସମ୍ବଲପୁର ଜିଲ୍ଲାର ସମସ୍ତ ଓୟୁଜେ ସଭ୍ୟ ଯୋଗଦେବେ। ଶେଷରେ…
କନ୍ଦର୍ପ ବେହେରା ରେଢାଖୋଲ: ଆଗାମୀ ଦିନରେ ହେବାକୁ ଥିବା ଦୁର୍ଗାପୂଜା ଅବସରରେ ଏହା ପୂର୍ବରୁ ଦୁର୍ଗା ପୂଜା କିପରି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେବ ଏଥିପାଇଁ ରେଢାଖୋଲ ପୋଲିସ ପକ୍ଷରୁ ରବିବାର ଥାନା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ରେଢାଖୋଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ (ଏସଡିପିଓ) ପ୍ରଶାନ୍ତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରେଢାଖୋଲ ଏନଏସି ଅଧ୍ୟକ୍ଷ ଶିଵ ରାମ ସାହୁ, ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଚାରମାଳ ପୂଜା କମିଟିର ଉଦିତ ତ୍ରିପାଠୀ, କିସିଣ୍ଡା ପୂଜା କମିଟିର ବିପିନ ପ୍ରଧାନ, ଜାମୁଜୋରି ପୂଜା କମିଟିର ସାଗର ସାହୁଙ୍କ ସମେତ ବଡବାହାଳ, ଶିମିଳିପାଳ, ଚାରମାଳ, କୁଞ୍ଜାମୁରା, ଜାମୁଜୋରି, ଚନ୍ଦ୍ରପୁର, ନାକଟିଦେଉଳ, ବାଟଗାଁ, ରେଢାଖୋଲ, ଘୋଷରାମାଳ ଆଦି ପୂଜା କମିଟିର ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇ କିପରି ଶାନ୍ତି ଶୃଙ୍ଖଳା ଓ ସମାରୋହରେ ଏହି ପାର୍ବଣ ଅନୁଷ୍ଠିତ ହେବ ଏଥିପାଇଁ ନିଜର…
ଅନୁଗୋଳ/ଢ଼େଙ୍କାନାଳ: ଖୁବ ଶୀଘ୍ର ସମ୍ବଲପୁରରୁ ଏକ ନୂଆ ଟ୍ରେନ ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ଚଳାଚଳ କରିବ ବୋଲି ରବିବାର ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢ଼େଙ୍କାନାଳରେ କ୍ରିୟାନ୍ୱୟନ ହେଉଥିବା ବିଭିନ୍ନ ରେଳବାଇ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିବା ଅବସରରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍ ଯୋଗେ ଏକ ସ୍ୱତନ୍ତ୍ର ବଗିରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଥିଲେ। ସେ ତାଳଚେର ରୋଡ, ଅନୁଗୋଳ, ଏମସିଏଲର ବଳରାମ ସାଇଟ, ତାଳଚେର, ସୁନାଖଣି, ବୁଢ଼ାପଙ୍କ, ମେରାମୁଣ୍ଡଳି, ହିନ୍ଦୋଳ ରୋଡ, ସଦାଶିବପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ରେଳ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଏହାବ୍ୟତିତ ବଅଁରପାଳ ବ୍ଲକର ବ୍ରିଜ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର “ମନ୍ କି ବାତ୍” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍” କାର୍ଯ୍ୟକ୍ରମର ଏହା ଥିଲା ୯୩ ତମ ସଂସ୍କରଣ। ଆଜିର ଏହି ସଂସ୍କରଣରେ ପ୍ରଧାନମନ୍ତ୍ରୀ ଭାରତକୁ ଆସିଥିବା ଚିତାକୁ ନେଇ ଆଲୋକପାତ କରିଥିବା ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଜିର “ମନ୍ କି ବାତ୍” କାର୍ଯ୍ୟକ୍ରମରେ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବିଷୟରେ…. ପ୍ରଧାନମନ୍ତ୍ରୀ ତାଙ୍କ ଅବିଭାଷଣରେ ଚିତାକୁ ନେଇ ପ୍ରଥମେ କହିଥିଲେ ଯେ, ବିଗତ ଦିନରେ ଯେଉଁ କଥା ଆମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ତାହା ହେଲା ଚିତା। ଚିତା ଉପରେ କଥା ହେବା ପାଇଁ ବହୁତ ଗୁଡ଼ିଏ ଆସିଛି। ଉତ୍ତରପ୍ରଦେଶର ଅରୁଣ କୁମାର ଗୁପ୍ତା ହୁଅନ୍ତୁ କି ତେଲଙ୍ଗାନାର ଏନ୍.ରାମଚନ୍ଦ୍ରନ ରଘୁରାମ୍ ଜୀ, ଗୁଜରାଟର ରାଜନ୍ ଜୀ ହୋଇଥାଆନ୍ତୁ କିମ୍ବା ଦିଲ୍ଲୀର ସୁବ୍ରତ୍ ଜୀ। ଦେଶର କୋଣ…
ନୂଆଦିଲ୍ଲୀ: ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଅଣଆନୁଷ୍ଠାନିକ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ-ଏକୁ ଭାରତ-ଏ ପରାସ୍ତ କରିଛି। ଏହା ସହ ଭାରତ-ଏ ୩ ଟି ଦିନିକିଆ ସିରିଜରେ ୨-୦ ରେ ଅଗ୍ରଣୀ ହାସଲ କରିଛି। ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଇଣ୍ଡିଆ ଏ ପ୍ରଥମ ଦିନିକିଆରେ ୭ ୱିକେଟ୍ ରେ ଜିତିଥିଲା। ତୃତୀୟ ମ୍ୟାଚ୍ ସେପ୍ଟେମ୍ବର ୨୭ ତାରିଖରେ ଚେନ୍ନାଇରେ ମଧ୍ୟ ଖେଳାଯିବ। ଭାରତ-ଏ ବିଜୟରେ ଦୁଇ ଖେଳାଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯେଉଁଠାରେ କୁଲଦୀପ ଯାଦବ ବଲରେ ପ୍ରାଧାନ୍ୟ ବିସ୍ତାର କରିଥିଲେ, ପୃଥ୍ବୀ ଶ’ ବ୍ୟାଟ୍ ରେ କମାଲ କରିଥିଲେ। କୁଲଦୀପ ହ୍ୟାଟ୍ରିକ୍ ସହ ମ୍ୟାଚ୍ରେ ୪ ୱିକେଟ୍ ନେଇଥିଲେ। ଏଥିସହିତ ଶ’ ଇଣ୍ଡିଆ-ଏ ଇନିଂସ ଆରମ୍ଭ କରି ମାତ୍ର ୨୬ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୧ ଟି ଚୌକା ଓ ୩ ତି ଛକା ସହାୟତାରେ ୪୮ ବଲରେ ୭୭ ରନ୍ ସ୍କୋର କରିବା ପରେ…
ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ରବିବାର ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କର ଭୂମିକାକୁ ନେଇ ଗୁରୁତ୍ୱାରୋପ କରାଯାଇଛି। ଫାର୍ମାସିଷ୍ଟମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜଟିଳ ଭୂମିକା ତୁଲାଇଥାନ୍ତି ଏବଂ ସାରା ବିଶ୍ୱରେ କୋଭିଡ ମହାମାରୀର କରାଳଛାୟା ରହିଥିବା ବେଳେ ରୋଗୀ ସେବା କ୍ଷେତ୍ରରେ ସେମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ତଥା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀମତି ଶାଶ୍ୱତୀ ଦାସ। ଏକ ସୁସ୍ଥ ବିଶ୍ୱ ଗଢ଼ିବା ନିମନ୍ତେ ଫାର୍ମାସିଷ୍ଟମାନଙ୍କୁ ଏକତ୍ରିତ ହେବାକୁ ପଡ଼ିବ ବୋଲି କହିବା ସହ ମହାମାରୀ ଯୁଦ୍ଧ ବିରୁଦ୍ଧରେ ସେମାନଙ୍କର ନିରବଚ୍ଛିନ୍ନ କାର୍ଯ୍ୟ ପାଇଁ ସେମାନଙ୍କୁ ଶ୍ରୀମତି ଦାସ ପ୍ରଶଂସା କରିଥିଲେ। ସେପ୍ଟେମ୍ବର ୨୫ ରେ ଆନ୍ତର୍ଜାତିକ ଫାର୍ମାସ୍ୟୁଟିକାଲ୍ ଫେଡେରେସନ୍ର ପ୍ରତିଷ୍ଠା ହୋଇଥିବାରୁ ଏହାକୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ରୂପେ ପାଳନ କରାଯାଏ। ୨୦୧୯ରେ ତୁର୍କୀର ଇସ୍ତାନବୁଲ ସହରରେ ୱାର୍ଲ୍ଡ…
କୁପୱାରା: ଜମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର ମାଛିଲ ସେକ୍ଟରରେ ରବିବାର ଦିନ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ପୋଲିସ ସୂତ୍ରରୁ ଏହା ଜଣାପଡିଛି। ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଉଛି ବୋଲି ପୋଲିସ କହୁଛି। କାଶ୍ମୀର ଜୋନ୍ ପୋଲିସ୍ ଟୁଇଟ୍ କରି କହିଛି ଯେ କୁପୱାରାର ମାଛିଲ୍ ଅଞ୍ଚଳରେ ଥିବା ଟେକରୀ ନାର ନିକଟରେ ସେନା ଓ କୁପୱାରା ପୋଲିସ ଦୁଇ ଆତଙ୍କବାଦୀଙ୍କ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ପୋଲିସ କହିଛି ଯେ, ନିହତ ଆତଙ୍କବାଦୀଙ୍କ ନିକଟରୁ “ଦୁଇଟି ଏକେ ୪୭ ରାଇଫଲ, ଦୁଇଟି ପିସ୍ତଲ ଏବଂ ଚାରି ଗ୍ରେନେଡ ଜବତ କରାଯାଇଛି।
ସ୍ୱାସ୍ଥ୍ୟ ଟିପ୍ସ: ଅନେକ ଥର ପାଦ ହଲାଇବା ସମୟରେ ବାରଣ କରାଯାଏ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ପାଦ ହଲାଇବାରେ ବାଧା କାହିଁକି? ପ୍ରାୟତଃ ଆମେ ଏହାକୁ ଶୁଭ ଏବଂ ଅଶୁଭ ସହିତ ଯୋଡିଥାଉ, କିନ୍ତୁ ଆପଣ ଜାଣନ୍ତି କି ଏହା ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଏ? ଯଦି ଆପଣ ବିଛଣାରେ ଶୋଇବା ସମୟରେ କିମ୍ବା ଗୋଡ ତଳକୁ କରି ହଲାଇଥାନ୍ତି, ତେବେ ଏହା ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। ଆସନ୍ତୁ ଜାଣିବା ପାଦକୁ କାହିଁକି ହଲାଇବା ନାହିଁ? ଆଇରନ ଅଭାବର ଲକ୍ଷଣ: କିଛି ଲୋକଙ୍କ ମଧ୍ୟରେ ଗୋଡ ହଲାଇବାର ଅଭ୍ୟାସ ଅଧିକ। ଏହା ଆପଣଙ୍କୁ ସିଧାସଳଖ କ୍ଷତି ପହଞ୍ଚାଏ ନାହିଁ, କିନ୍ତୁ ଏହି ଖରାପ ଅଭ୍ୟାସ ହେତୁ ଆପଣ କିଛି କ୍ଷତି ଭୋଗିପାରନ୍ତି। ବିଶେଷକରି ଯଦି ଆପଣଙ୍କର ଗୋଡ ହଲାଇବାର ଅଭ୍ୟାସ ଅଛି, ଏହାଆଇରନ ଅଭାବକୁ ସୂଚାଇପାରେ। ଏହି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ…
ଜୀବନଶୈଳୀ: ଗର୍ଭାବସ୍ଥାରେ ଜେଜେମା-ଆଇ ଏବଂ ଘରର ବରିଷ୍ଠମାନେ ଭଲ ଖାଦ୍ୟ ଖାଇବା ପାଇଁ କୁହନ୍ତି। କୁହାଯାଏ ଯେ ଗର୍ଭରେ ବଢୁଥିବା ଶିଶୁର ବିକାଶ ପାଇଁ ମା’ର ଭଲ ଖାଦ୍ୟ ଏବଂ ପାନୀୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଏତିକି ନୁହେଁ, ଗର୍ଭଧାରଣ ସମୟରେ ପିଲାଟି ସ୍ୱାଦ ଏବଂ ଗନ୍ଧ ଜାଣିବା ଆରମ୍ଭ କରେ। ପିଲାଟି ମା ’ଖାଇବା ପରି ସମାନ ପ୍ରତିକ୍ରିୟା ଦେବା ଆରମ୍ଭ କରେ। ଅନେକ ଗବେଷଣାରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ଗର୍ଭରେ ବଢୁଥିବା ପିଲା ଏହାର ସ୍ୱାଦ ଜାଣିବା ଆରମ୍ଭ କରେ। ଏହି ସମୟରେ ସୁସ୍ଥ ଖାଦ୍ୟ ଖାଇବାକୁ ଡାକ୍ତରମାନେ ମା’ଙ୍କୁ ପରାମର୍ଶ ଦିଅନ୍ତି। ଏହି କାରଣରୁ ପିଲାଟି ସଠିକ୍ ଭାବରେ ବିକଶିତ ହୁଏ। ଅନୁସନ୍ଧାନ କ’ଣ କହୁଛି ଆସନ୍ତୁ ଜାଣିବା… ଶିଶୁ ଗର୍ଭାବସ୍ଥାରେ ସ୍ୱାଦ ଏବଂ ଗନ୍ଧ ଚିହ୍ନିବା ଆରମ୍ଭ କରେ: ଲଣ୍ଡନର ଡରହମ୍ ବିଶ୍ୱବିଦ୍ୟାଳୟରେ ପ୍ରାୟ ୧୦୦ ଗର୍ଭବତୀ ମହିଳାଙ୍କୁ ଅନୁସନ୍ଧାନ କରାଯାଇଥିଲା। ବୈଜ୍ଞାନିକମାନେ…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ ୧- ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତିବିକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ। ୨- ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ। ୩- ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ…
ନୂଆଦିଲ୍ଲୀ: ଦୁଇ ବର୍ଷ ମଧ୍ୟରେ ସମଗ୍ର ଦେଶରେ ୫ଜି ସେବା ଉପଲବ୍ଧ ହେବ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଖୁବ୍ ଶୀଘ୍ର ଭାରତରେ ୫ଜି ଟେଲିକମ୍ ସେବା ଆରମ୍ଭ ହେବ ଏବଂ ସରକାର ୨ ବର୍ଷ ମଧ୍ୟରେ ସମଗ୍ର ଦେଶକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅଶ୍ୱିନୀ ବୈଷ୍ଣବ ଏହା ପୂର୍ବରୁ କହିଥିଲେ ଯେ, ଅକ୍ଟୋବର ସୁଦ୍ଧା ଭାରତ ୫ଜି ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଅଗଷ୍ଟ ମାସରେ ଟେଲିକମ୍ ସେବା କମ୍ପାନୀମାନଙ୍କୁ ସରକାର ସ୍ପେକ୍ଟ୍ରମ୍ ଆବଣ୍ଟନ ପତ୍ର ପ୍ରଦାନ କରିଥିଲେ। ଏହା ପରେ ସରକାର ସେମାନଙ୍କୁ ୫ଜି ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେବାକୁ କହିଥିଲେ। ଏହି ସ୍ପେକ୍ଟ୍ରମ୍ ଆବଣ୍ଟନ ସହିତ ଭାରତ ହାଇ ସ୍ପିଡ୍ ୫ଜି ଟେଲିକମ୍ ସେବା ଆରମ୍ଭ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ଦିୱାଲୀ ପର୍ଯ୍ୟନ୍ତ ଦିଲ୍ଲୀ, ମୁମ୍ବାଇ, କୋଲକାତା…
କୋଲକାତା: ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମିଥୁନ ଚକ୍ରବର୍ତ୍ତୀ ଶନିବାର ଦାବି କରିଛନ୍ତି ଯେ, ୨୧ ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ବଲିଉଡ ଅଭିନେତା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେ ଜୁଲାଇରେ କରିଥିବା ଦାବି ଉପରେ କାୟମ ରହିଛନ୍ତି। ଶାସକ ଟିଏମସିର ୩୮ଜଣ ବିଧାୟକ ବିରୋଧୀ ଦଳ ସହ ଯୋଗାଯୋଗ କରୁଛନ୍ତି, ସେଥିମଧ୍ୟରୁ ୨୧ ଜଣ ତାଙ୍କ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି ବୋଲି ମିଥୁନ କହିଛନ୍ତି। ଗତ ବର୍ଷ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଚକ୍ରବର୍ତ୍ତୀ ବିଜେପିରେ ଯୋଗ ଦେଇଥିଲେ। ସେ କହିଛନ୍ତି ଯେ, ମୁଁ ଜୁଲାଇରେ ଯାହା କହିଥିଲି ତାହା ସତ୍ୟ। ବର୍ତ୍ତମାନ ସୁଦ୍ଧା ୨୧ ଟିଏମସି ବିଧାୟକ ମୋ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି। ଦୟାକରି କିଛି ସମୟ ଅପେକ୍ଷା କର ଏବଂ ଆପଣମାନେ ସବୁକିଛି ଜାଣିବେ। “ସେ କହିଛନ୍ତି ଯେ, ପାର୍ଟି ଭିତରେ ଥିବା…
ସୀତାରାମ ଅଗ୍ରୱାଲ ବାଣପୁର: ସାଇକେଲ ଚୋରି କରୁଥିଲା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲା ଚୋର। ଥାନାରେ ଜିମାଦେଲେ ଗ୍ରାମବାସୀ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବାଲିପଦର ଗ୍ରାମରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ ଗତକାଲି ରାତିରେ ବାଲିପଦର ଗ୍ରାମର ଶରତ ନାୟକଙ୍କ ସାଇକେଲ ଚୋରି କରି ସେହି ଗ୍ରାମର ଅନିଲ ମହାନ୍ତି (୨୨) ନେଉଥିବା ବେଳେ ଗ୍ରାମବାସୀ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ତଦନ୍ତରୁ ଜଣାପଡିଛି ଯେ, ଅନିଲ ଜଣେ ପେସାଦାର ସାଇକେଲ ଚୋର। ସେ ସାଇକେଲ ଗୁଡିକୁ ଚୋରି କରି ମାତ୍ର ୩୦୦ ଟଙ୍କାରେ ଅନ୍ୟକୁ ବିକ୍ରି କରିଦେଇଥାନ୍ତି। ତେବେ ତାଙ୍କ ନିକଟରୁ ଦୁଇ ଗୋଟି ଚୋରା ସାଇକେଲ ଉଦ୍ଧାର ହୋଇଥିବା ବେଳେ ଗତବର୍ଷ ମଧ୍ୟ ସେ ସାଇକେଲ ଚୋରି ଅଭିଯୋଗରେ ଗିରଫ ହୋଇଥିଲେ। ଏ ସଂକ୍ରାନ୍ତରେ ବାଣପୁର ପୋଲିସ କେସ ନମ୍ବର ୩୯୬/୨୨ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିବ ବୋଲି…
ନୂଆଦିଲ୍ଲୀ: ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ବର୍ଷା ଦ୍ଵିତୀୟ ସମସ୍ୟା ହୋଇ ଠିଆ ହୋଇଛି। ଏବେ ଭୟଙ୍କର ବନ୍ୟା ଯୋଗୁଁ ପରିସ୍ଥିତି ଅଧିକ ଖରାପ ହେବାକୁ ଲାଗୁଛି। ଏପର୍ଯ୍ୟନ୍ତ ବନ୍ୟା ଯୋଗୁଁ ୧୬୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଲୋକମାନେ ଜଳଜନିତ ରୋଗ ହେବାର ଆଶଙ୍କା ଅଧିକ। ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ବନ୍ୟା ଯୋଗୁଁ ଦେଶରେ ୪୦ ବିଲିୟନ ଡଲାରରୁ ଅଧିକ ଅର୍ଥନୈତିକ କ୍ଷତି ହୋଇପାରେ। ଏକ ରିପୋର୍ଟରେ ଏହା ଆକଳନ କରାଯାଇଛି। ପାକିସ୍ତାନର ସବୁ ସ୍ଥାନରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ଅନାହାର ଏବଂ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ପାକିସ୍ତାନ ପାଇଁ ମାନବିକ ସହାୟତା ପାଇଁ ଉଜବେକିସ୍ତାନର ରାଷ୍ଟ୍ରପତି ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନିଜେ ଏସସିଓ ଶିଖର ସମ୍ମିଳନୀରେ ବନ୍ୟା ପରିସ୍ଥିତି ବିଷୟରେ କହିବାବେଳେ ଭାବପ୍ରବଣ ହୋଇଥିଲେ। ସେ ଏହାକୁ ପାକିସ୍ତାନ ପାଇଁ ସବୁଠାରୁ ଖରାପ ପରିସ୍ଥିତି ବୋଲି ବର୍ଣ୍ଣନା କରିଥିଲେ। ପାକିସ୍ତାନରେ…
ହାଇଦ୍ରାବାଦ: ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ମୁହାଁମୁହିଁ ହେବେ। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଏହି ଶେଷ ମ୍ୟାଚ୍ ସନ୍ଧ୍ୟା ୭ ଟାରୁ ଆରମ୍ଭ ହେବ। ଏହି ସିରିଜରେ ଉଭୟ ଦଳ ବର୍ତ୍ତମାନ ୧-୧ ରେ ବରାବର ଅଛନ୍ତି। ତେଣୁ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚର ଫଳାଫଳ ଦ୍ୱାରା ସିରିଜର ବିଜେତା ଘୋଷିତ ହେବ। ଏହି ସିରିଜର ପ୍ରଥମ ମ୍ୟାଚ୍ ଭାରତୀୟ ଦଳ ହରାଇଥିଲା। ମୋହାଲିରେ ଭାରତୀୟ ଦଳ ୨୦୮ ରନ୍ ର ବିରାଟ ସ୍କୋରକୁ ମଧ୍ୟ ରକ୍ଷା ପାରିନଥିଲା। ତେବେ ଦ୍ୱିତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରି ସିରିଜକୁ ୧-୧ରେ ସମାନ କରିଥିଲା। ସିରିଜର ଏହି ଦ୍ୱିତୀୟ ମ୍ୟାଚ୍ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିଲା ଯେଉଁଥିରେ କେବଳ ୮-୮ ଓଭର ଖେଳାଯାଇଥିଲା। ଶେଷ ଓଭରରେ ୬ ୱିକେଟ୍ ରେ ଭାରତ ଜିତିଥିଲା। ହେଡ୍ ଟୁ ହେଡ୍:…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ମହାଳୟାରେ ଅଘଟଣ। ପିତ୍ରୁ ପୁରୁଷଙ୍କୁ ଘରେ ଶ୍ରାଦ୍ଧ ଦେବା ପାଇଁ ଚାଲିଥିଲା ପ୍ରସ୍ତୁତି। ଏହି ସମୟରେ ଟେବୁଲ ଫ୍ୟାନ ଲଗାଇବା ବେଳେ ବିଦ୍ୟୁତ୍ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ। ଘଟଣା ଘଟିଛି ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ବଡ଼ପୋଖରିଆ ପଂଚାୟତ ବୋଡଙ୍ଗରା ଗ୍ରାମରେ। ମୃତ ମହିଳାଙ୍କ ନାମ ରୀତା ମହାପାତ୍ର (୩୧)। ରୀତା ଶ୍ରାଦ୍ଧ ଦେବା ପାଇଁ ଘରେ ପାଣି ଢାଳି ଧୁଆ ଧୋଈ କରୁଥିଲେ। ଏହି ସମୟରେ ଘର ଶୁଖାଇବା ପାଇଁ ଟେବୁଲ୍ ଫ୍ୟାନ୍ ଲଗାଇବା ବେଳେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ରୀତା ଗୁରୁତର ଭାବେ ଆହତ ହୋଇଥିଲେ। ପରିଵାର ଲୋକେ ରୀତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ନେଇ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ରୀତାଙ୍କର ଛୋଟ ଛୋଟ ୩ ଟି କନ୍ୟା ଅଛନ୍ତି। ଏଭଳି ମୃତ୍ୟୁ ଯୋଗୁଁ…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୨୧୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୨୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୨୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧୨ ବରଗଡ ଜିଲ୍ଲାରୁ- ୭ ଭଦ୍ରକ ଜିଲ୍ଲାରୁ- ୨ କଟକ ଜିଲ୍ଲାରୁ- ୨୭ ଢେଙ୍କାନାଳ ଜିଲ୍ଲାରୁ- ୨ ଗଜପତି ଜିଲ୍ଲାରୁ- ୫ ଗଞ୍ଜାମ ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୫ ଯାଜପୁର ଜିଲ୍ଲାରୁ- ୫ ଝାରସୁଗୁଡା ଜିଲ୍ଲାରୁ- ୪ କଳାହାଣ୍ଡି ଜିଲ୍ଲାରୁ- ୩ କେନ୍ଦ୍ରପଡା ଜିଲ୍ଲାରୁ- ୪ କେନ୍ଦୁଝର ଜିଲ୍ଲାରୁ- ୫ ଖୋର୍ଦ୍ଧା ଜିଲ୍ଲାରୁ- ୩୬ ମୟୂରଭଞ୍ଜ ଜିଲ୍ଲାରୁ- ୯ ନବରଙ୍ଗପୁର ଜିଲ୍ଲାରୁ- ୧ ନୟାଗଡ ଜିଲ୍ଲାରୁ- ୯ ନୂଆପଡା ଜିଲ୍ଲାରୁ- ୩ ପୁରୀ…
ନୂଆଦିଲ୍ଲୀ: ଭାରତକୁ ଶିଶୁ ମୃତ୍ୟୁ ହାରକୁ ଆହୁରି ହ୍ରାସ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପ୍ରାପ୍ତ ହୋଇଛି। ରେଜିଷ୍ଟ୍ରାର୍ ଜେନେରାଲ ଅଫ୍ ଇଣ୍ଡିଆ (ଆରଜିଆଇ) ଦ୍ୱାରା ସେପ୍ଟେମ୍ବର ୨୨, ୨୦୨୨ ତାରିଖ ଦିନ ଜାରି କରାଯାଇଥିବା ନମୁନା ପଂଜୀକରଣ ପ୍ରଣାଳୀ (ଏସଆରଏସ) ସାଂଖ୍ୟିକ ରିପୋର୍ଟ ୨୦୨୦ ଅନୁସାରେ ଦେଶରେ ୨୦୧୪ଠାରୁ ଆଇଏମଆର, ୟୁ୫ଏମଆର ଏବଂ ଏନଏମଆରେ ହ୍ରାସ ଆସିଛି ଏବଂ ଏବଂ ଦେଶ ୨୦୩୦ ପର୍ଯ୍ୟନ୍ତ ପୋଷଣୀୟ ବିକାଶ ଲକ୍ଷ୍ୟ (ଏସଡିଜି) ପ୍ରାପ୍ତ କରିବା ଦିଗରେ ଆଗକୁ ଅଗ୍ରସର ହେଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ ଏହି ଉପଲବ୍ଧି ଉପରେ ଦେଶକୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ସମସ୍ତ ସ୍ୱାସ୍ଥ୍ୟକର୍ମୀ, ସେବା କାର୍ଯ୍ୟରେ ନିୟୋଜିତ ଲୋକ ତଥା ସମୁଦାୟ ସଦସ୍ୟମାନଙ୍କୁ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି – “ଏସଆରଏସ ୨୦୨୦ରେ ୨୦୧୪ଠାରୁ ଶିଶୁ…
ସୁନ୍ଦରଗଡ଼/ରାଉରକେଲା: ରାଜ୍ୟ ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ସରକାରୀ ହାଇସ୍କୁଲର ରୂପାନ୍ତରଣ କରାଯାଉଛି। ଶନିବାର ଦିନ ‘୫ଟି’ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ବେଳେ ଉପସ୍ଥିତ ଛାତ୍ରଛାତ୍ରୀଙ୍କଠାରୁ ସେମାନଙ୍କ ଭବିଷ୍ୟତର ସ୍ୱପ୍ନ ବିଷୟରେ ପଚାରି ବୁଝିଥିଲେ। ‘‘ସ୍କୁଲ ହେଉଛି ଆମର ମା’ ଭଳି। ତେଣୁ ଆମେ ସମସ୍ତେ ରୂପାନ୍ତରିତ ହାଇସ୍କୁଲଗୁଡ଼ିକରେ ବିକଶିତ କରାଯାଇଥିବା ବିଭିନ୍ନ ଅତ୍ୟାଧୁନିକ ଭିତ୍ତିଭୂମି ସହ ଏହାର ପରିବେଶର ପୂର୍ଣ୍ଣ ଯତ୍ନ ନେବା ଆବଶ୍ୟକ। ଆମ ସ୍କୁଲ ପରିବେଶ ଏଭଳି ରହିଲେ ପିଲାମାନଙ୍କର ଭବିଷ୍ୟତ ମଧ୍ୟ ଉଜ୍ଜ୍ୱଳ ହୋଇପାରିବ। ତେଣୁ ଏହି କାମରେ ପୁରାତନ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ, ପଞ୍ଚାୟତ ପ୍ରତିନିଧିମାନେ ସହଯୋଗ କରିବା ଦରକାର’’, କହିଛନ୍ତି ୫ଟି ସଚିବ। ଏହି ଅବସରରେ ସେ ଆହୁରି କହିଥିଲେ ଯେ, ‘‘ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏକ ଅଭିନବ ପରିକଳ୍ପନା। ଏହି…
ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରୀର ଏକ ବିଶେଷ ମହତ୍ତ୍ୱ ରହିଛି। ଏହି ୯ ଦିନରେ ମା ଦୁର୍ଗାଙ୍କୁ ପୂଜା କରାଯାଏ। ହିନ୍ଦୁ ଧାର୍ମିକ ଗ୍ରନ୍ଥ ଅନୁଯାୟୀ, ଏହି ୯ ଦିନରେ ମା ଦୁର୍ଗା ପୃଥିବୀରେ ବାସ କରନ୍ତି ଏବଂ ଭକ୍ତମାନଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ ପାଇଁ ଆଶୀର୍ବାଦ ପ୍ରଦାନ କରନ୍ତି। ଯେହେତୁ ଏହି ୯ ଦିନ ମଧ୍ୟରେ ମା ଦୁର୍ଗା ସବୁଠାରେ ଉପସ୍ଥିତ। ତେଣୁ, ଏହି ସମୟ ଅତ୍ୟନ୍ତ ଶୁଭ ଏବଂ ପ୍ରତ୍ୟେକ ଶୁଭ କାର୍ଯ୍ୟ ଏହି ସମୟ ମଧ୍ୟରେ କରାଯାଇଥାଏ। ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ କରାଯାଇଥିବା ସମସ୍ତ କାର୍ଯ୍ୟ ଶୁଭ ଅଟେ। ଶାରଦୀୟ ନବରାତ୍ରୀ ୨୦୨୨ କେବେ ଆରମ୍ଭ ହେବ?: ଏହି ବର୍ଷ ଶାରଦୀୟ ନବରାତ୍ରୀ ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହେଉଛି। ସୋମବାର ସେପ୍ଟେମ୍ବର ୨୬ ତାରିଖ, ନବରାତ୍ରିର ପ୍ରଥମ ଦିନରୁ, ମାତା ଆଦିଶକ୍ତିଙ୍କ ଏହି ପବିତ୍ର ପୂଜା ପର୍ବ ଅକ୍ଟୋବର ୫…

