Author: Samikhsya Bureau

ଭୁବନେଶ୍ବର: ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଏକ ବାର୍ତ୍ତାରେ କହିଛନ୍ତି ଯେ, “ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।’ ବିଜେପି ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁଚରଣ ସେଠୀଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ କିଡ଼ନୀ ରୋଗରେ ଆକ୍ରାନ୍ତ ଭୁବନେଶ୍ବରର ଏମସରେ ଚିକିତ୍ସିତ ହେଉଥିଲେ। କିଛିଦିନ ତଳେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ମାତ୍ର ୬୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୨୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୨୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୭୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୫୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧ ବରଗଡ ଜିଲ୍ଲାରୁ- ୬ ଭଦରକା ଜିଲ୍ଲାରୁ- ୧ ବଲାଙ୍ଗୀରି ଜିଲ୍ଲାରୁ- ୨ କଟକ ଜିଲ୍ଲାରୁ- ୬ ଦେବଗଡ ଜିଲ୍ଲାରୁ- ୩ ଗଜପତି ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ- ୧ ଝାରସୁଗୁଡା ଜିଲ୍ଲାରୁ- ୨ କଳାହାଣ୍ଡି ଜିଲ୍ଲାରୁ- ୩ କନ୍ଧମାଳ ଜିଲ୍ଲାରୁ- ୨ କେନ୍ଦ୍ରପଡା ଜିଲ୍ଲାରୁ- ୨ ଖୋର୍ଦ୍ଧା ଜିଲ୍ଲାରୁ- ୨୩ ମୟୂରଭଞ୍ଜ ଜିଲ୍ଲାରୁ- ୨ ନବରଙ୍ଗପୁର ଜିଲ୍ଲାରୁ- ୪ ନୟାଗଡ ଜିଲ୍ଲାରୁ- ୭ ନୂଆପଡା ଜିଲ୍ଲାରୁ- ୩ ପୁରୀ…

Read More

ଭୁବନେଶ୍ୱର : ବିଜେପି ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁଚରଣ ସେଠୀଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ କିଡ଼ନୀ ରୋଗରେ ଆକ୍ରାନ୍ତ ଭୁବନେଶ୍ବରର ଏମସରେ ଚିକିତ୍ସିତ ହେଉଥିଲେ। କିଛିଦିନ ତଳେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ମାତ୍ର ୬୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ବିଷ୍ଣୁ ବର୍ତ୍ତମାନ ଧାମନଗର ଆସନର ବିଧାୟକ ଅଛନ୍ତି। ସେ ୨୦୦୦ ମସିହାରେ ଚାନ୍ଦବାଲିରୁ ଏବଂ ୨୦୧୯ରେ ଧାମନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୬୧ ମସିହା ଜୁନ ୫ରେ ସେ ଜନ୍ମଗ୍ରହଣ କରିଥିବା ବିଷ୍ଣୁ ବେଶ ଲୋକପ୍ରିୟ ନେତା ଭାବେ ପରିଚିତ ଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Read More

ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ରରେ ଘରର କବାଟ, ଝରକା ଏବଂ ପରଦାଗୁଡ଼ିକର ବିଶେଷ ଗୁରୁତ୍ୱ ରହିଛି। ବାସ୍ତୁ ଅନୁଯାୟୀ, ଘରର ପରଦା ରଙ୍ଗ ଆପଣଙ୍କ ଭାବନା, ମନ ଏବଂ ଚିନ୍ତାଧାରାକୁ ପ୍ରଭାବିତ କରିଥାଏ। ଯଦି ପରଦା ରଙ୍ଗ ବାସ୍ତୁ ଅନୁଯାୟୀ ନୁହେଁ, ତେବେ ଘରେ ଅସନ୍ତୋଷ ଦେଖାଦେଇଥାଏ ଏବଂ ଘରର ସଦସ୍ୟମାନେ କୌଣସି ରୋଗ କିମ୍ବା ଅନ୍ୟ କାରଣରୁ ଅସୁବିଧାରେ ପଡ଼ନ୍ତି। ବିଶେଷକରି ଯଦି ଆପଣ କୌଣସି ଆର୍ଥିକ ସଙ୍କଟ କିମ୍ବା ମାନସିକ ରୋଗ ସହିତ ସଂଘର୍ଷ କରୁଛନ୍ତି, ତେବେ ଆପଣ ନିଜ ଘରର ପରଦା ରଙ୍ଗ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପରଦା ବାଛିବା ଦ୍ୱାରା ସକାରାତ୍ମକତା ଆସିଥାଏ ଏବଂ ଏହା ଘରର ସଦସ୍ୟମାନଙ୍କ ଭାଗ୍ୟରେ ମଧ୍ୟ ଉନ୍ନତି ଆଣିଥାଏ। ବାସ୍ତୁ ଅନୁଯାୟୀ ଘରେ କେଉଁ ରଙ୍ଗର ପରଦା ରଖିବା ଉଚିତ୍ ଆସନ୍ତୁ ଜାଣିବା। ଏହି ରଙ୍ଗର ପରଦାକୁ ଉତ୍ତର ଦିଗରେ ରଖନ୍ତୁ: ଯଦି…

Read More

ଥିରୁବନନ୍ତପୁରମ୍: କେରଳର ଜଣେ ବ୍ୟକ୍ତି ରବିବାର ଦିନ ୨୫ କୋଟି ଟଙ୍କା ମୂଲ୍ୟର ଓଣମ ବମ୍ପର ଲଟେରୀ ଜିତିଛନ୍ତି। ଏହି ବ୍ୟକ୍ତି ଜଣେ ଅଟୋ ରିକ୍ସା ଡ୍ରାଇଭର ଏବଂ ରୋଷେୟା ଭାବରେ କାମ କରିବାକୁ ମାଲେସିଆ ଯିବାକୁ ପ୍ରସ୍ତୁତ ହେଉଥିଲେ। ଏଠାରେ ଶ୍ରୀଭାରମର ବାସିନ୍ଦା ଅନୁପ ଲଟେରୀ ଜିତିବାର ଗୋଟିଏ ଦିନ ପୂର୍ବରୁ ଶନିବାର ଦିନ ଲଟେରୀ ଟିକେଟ କିଣିଥିଲେ। କୌତୁହଳର ବିଷୟ ହେଉଛି ୩ ଲକ୍ଷ ଟଙ୍କା ଋଣ ପାଇଁ ତାଙ୍କ ଆବେଦନକୁ ଗୋଟିଏ ଦିନ ପୂର୍ବରୁ ଅନୁମୋଦନ କରାଯାଇଥିଲା। ଉପସ୍ଥିତ ଥିବା ଗଣମାଧ୍ୟମ କର୍ମଚାରୀଙ୍କୁ ସେ କହିଛନ୍ତି ଯେ, ସେ ଯେଉଁଠାରୁ ଲଟେରୀ ଟିକେଟ କିଣିଥିଲେ, ତାହା ତାଙ୍କର ପ୍ରଥମ ପସନ୍ଦ ନଥିଲା। ସେ କହିଛନ୍ତି ଯେ, କିଣିଥିବା ପ୍ରଥମ ଟିକେଟ୍ ପସନ୍ଦ କରନଥିଲେ, ତେଣୁ ସେ ଦ୍ୱିତୀୟ ଟିକେଟ୍ କିଣିଥିଲେ। ମାଲେସିଆ ଯାତ୍ରା ଏବଂ ଋଣ ବିଷୟରେ ଅନୁପ କହିଛନ୍ତି ଯେ, “ଯେତେବେଳେ ବ୍ୟାଙ୍କ ଆଜି ଋଣ…

Read More

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଆରମ୍ଭ ହୋଇଛି କଣ୍ଢେଇ ପ୍ରଦର୍ଶନୀ। ଏହାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ ପରିଦର୍ଶନ କରି କହିଛନ୍ତି ଯେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଆୟୋଜିତ ଏହି ପ୍ରଦର୍ଶନୀ ଓ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ପ୍ରଭାବିତ କରିବ । ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ରାଜ୍ୟ ସଂଗ୍ରହାଳୟରେ ‘ଗାନ୍ଧିଜୀ ଓ ତିନି ମାଙ୍କଡ଼’ ଶୀର୍ଷକ ନେଇ କଣ୍ଢେଇ ପ୍ରଦର୍ଶନୀ ଆରମ୍ଭ ହୋଇଛି । ଏହି ପ୍ରଦର୍ଶନୀ ୧୫ ଦିନ ଧରି ଚାଲିବ । ପ୍ରଦର୍ଶନୀରେ ହଜାର ହଜାର ବିଭିନ୍ନ ପ୍ରକାରର କଣ୍ଢେଇ ରଖାଯାଇଛି । ପରବର୍ତ୍ତୀ ସମୟରେ ସଂଗ୍ରହାଳୟରେ ଆରମ୍ଭ ହେବାକୁ ଥିବା କଣ୍ଢେଇ ଗ୍ୟାଲେରୀରେ ଏଗୁଡ଼ିକୁ ସ୍ଥାନିତ କରାଯିବ ବୋଲି ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ପ୍ରକାଶ କରିଛନ୍ତି । ଏପରି ପ୍ରଦର୍ଶନୀ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପିଲାମାନଙ୍କୁ କିପରି ଶାସନ କରାଯିବା ଉଚିତ ତାହା ମଧ୍ୟ ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେଉଁ ପିତାମାତା ପିଲାମାନଙ୍କୁ ନିଜେ ବିଦ୍ୟା ଶିକ୍ଷା ନ ଦିଅନ୍ତି ସେମାନେ ପିଲାଙ୍କ ଶତ୍ରୁ ବୋଲି କୁହାଯିବ। ବାପା ହେଉଛନ୍ତି ବାହାର ଶତ୍ରୁ ଏବଂ ମାତା ହେଉଛନ୍ତି ଗୃହ ଶତ୍ରୁ। ସେଥିପାଇଁ ପିଲାମାନଙ୍କୁ ପ୍ରଥମେ ବାପା ମା’ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ। ସେହିପରି ଚାଣକ୍ୟ କହିଛନ୍ତି ଯେ, ପିଲାମାନଙ୍କୁ ବେଶୀ ଆଦର କରିବା ଉଚିତ ନୁହେଁ। କାରଣ ଏପରି ଆଦର କଲେ ପିଲାମାନେ ବେଖାତିର ହୋଇ ଯାଆନ୍ତି। ସେମାନଙ୍କ ଭିତରେ ଏକ ବଦଗୁଣ ବିକଶିତ ହୋଇଯାଏ। ସେଥିପାଇଁ ପିତାମାତା ଏବଂ ଗୁରୁ, ପିଲାମାନଙ୍କୁ ଆଦର ନ କରି ଶାସନ କରନ୍ତୁ।

Read More

ମେଷ: – ଆଜି ଶୁଭ ଦିନ ହେବ । ଚିନ୍ତା ସମାପ୍ତ ହୋଇପାରେ । ଆପଣ ବ୍ୟବସାୟରେ ସଫଳତା ଏବଂ ଲାଭ ପାଇବେ । ବ୍ୟବସାୟ ସମ୍ପ୍ରସାରଣ ପାଇଁ କୈଣସି ନୂତନ ନିଷ୍ପତ୍ତି ନେଇପାରନ୍ତି । ଅବିବାହିତଙ୍କ ପାଇଁ ସମୟ ଅନୁକୂଳ, ବିବାହ ହେବ । ଛାତ୍ରମାନଙ୍କ ପାଇଁ ସମୟ ମଧ୍ୟ ଭଲ ହେବ । ସେଠାରେ ଅଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ମାନସିକ ଏବଂ ଶାରୀରିକ ଥକ୍କା ଅନୁଭବ କରିବେ । ସାବଧାନ ରୁହନ୍ତୁ। ଆପଣଙ୍କର ଅଳସୁଆତା ସମ୍ପର୍କକୁ ପ୍ରଭାବିତ କରିବ ନାହିଁ । ପାରିବାରିକ ପରିବେଶ ଭଲ ରହିବ । ବୃଷ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ ହେବ, ଯାହା କାର୍ଯ୍ୟରେ ସଫଳତା ଆଣିବ। କିନ୍ତୁ ଅଫିସ୍ କିମ୍ବା କାର୍ଯ୍ୟ କ୍ଷେତ୍ରରେ କୈଣସି ପ୍ରକାରର ବିପଦ ନିଅନ୍ତୁ ନାହିଁ ଏବଂ ଶୀଘ୍ର ଏଡ଼ାନ୍ତୁ । ପରିବାର ସଦସ୍ୟଙ୍କ…

Read More

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ତଥା ଜାତିର ଜନକ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରର ରାଜ୍ୟବ୍ୟାପୀ ପ୍ରସାରଣ ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅହିଂସା ରଥ’ ଆଜି ଭଦ୍ରକ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି। ସୂଚନାଯୋଗ୍ୟ ଯେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ୧୫ ଅଗଷ୍ଟ ସ୍ୱାଧୀନତା ଦିବସରୁ ୨ ଅକେଫାବର ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ୪ ଗୋଟି ‘ଅହିଂସା ରଥ’ ସାରା ରାଜ୍ୟ ପରିକ୍ରମା କରି ଆମ ରାଜ୍ୟର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନାଦର୍ଶକୁ ଉଜ୍ଜୀବିତ କରୁଛି। ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ସଦର ମହକୁମାଠାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ଏବଂ ଅନ୍ୟ ଜନପ୍ରତିନିଧିମାନେ ରଥକୁ ସ୍ୱାଗତ କରିଥିଲେ। ସେଠାରେ ଆୟୋଜିତ…

Read More

ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାଶ କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟକୁ ସାକାର କରିବା ପାଇଁ ପ୍ରତ୍ୟେକ ବ୍ଲକ୍‌ ସ୍ତରରେ ଆଦର୍ଶ ବିଦ୍ୟାଳୟମାନ ସ୍ଥାପନା ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି। ଏହି ବିଦ୍ୟାଳୟମାନଙ୍କରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୯୩୪୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଚଳିତ ବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ୧୨୪୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନକୁ ସୂଚାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ…

Read More

ଭୁବନେଶ୍ୱର: ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ ସଂପର୍କିତ ଅନ୍ତଃ ବିଭାଗୀୟ ବୈଠକ ଶନିବାର ରାଜ୍ୟ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗଦେଇ ଆଗାମୀ ଦିନରେ ପ୍ରଣୟନ ତଥା କାର୍ଯ୍ୟକାରୀ ହେବାକୁ ଥିବା ପ୍ରସ୍ତାବିତ ନୂତନ ରାଜ୍ୟ ଜଳ ନୀତି ସଂପର୍କରେ ଅବଗତ ହୋଇଥିଲେ। କୃଷି, ଶିଳ୍ପ ତଥା ଆନୁଷଙ୍ଗିକ କ୍ଷେତ୍ରରେ କୃଷକ ତଥା ଜନସାଧାରଣଙ୍କ ନିମନ୍ତେ ଜଳର ଆବଶ୍ୟକତା ପୂରଣ ଦିଗରେ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖି କାର‌୍ୟ୍ୟ କରୁଛନ୍ତି, ପ୍ରସ୍ତାବିତ ନୂତନ ଜଳନୀତି ଏ ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ। ବୈଠକରେ ନୂତନ ରାଜ୍ୟ ଜଳ ନୀତିରେ ଜଳ ସଂପଦ ବିଭାଗରେ ଥିବା ବିଭିନ୍ନ ଉପ ବିଭାଗର କାର‌୍ୟ୍ୟନୀତିରେ ହେବାକୁ ଥିବା ପରିବର୍ତ୍ତନ ସଂପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା। ଜଳସମ୍ପଦ…

Read More

ଭୁବନେଶ୍ବର: ସାୱନ କିର୍‌ପାଲ୍ ରୁହାନି ମିଶନ ଓ ୱାଲ୍‌ର୍ଡ଼ କାଉନ୍‌ସିଲ୍ ଅଫ୍ ରିଲିଜନ୍‌ସର ଅଧ୍ୟକ୍ଷ ସନ୍ଥ ରାଜିନ୍ଦର ସିଂ ଜୀ ମହାରାଜଙ୍କର ପାବନ ସାନିଧ୍ୟରେ ୨୬ତମ ବିଶ୍ୱ ଆଧ୍ୟାତ୍ମିକ ସମ୍ମିଳନୀର ଆୟୋଜନ ୧୩ରୁ ୧୮ ସେପ୍ଟେମ୍ବର ୨୦୨୨ରେ କୃପାଳ୍ ବାଗ୍‌, ସନ୍ଥ କ୍ରିପାଲ୍ ସିଂ ମାର୍ଗ, ଦିଲ୍ଲୀ-୯ ଏବଂ ୧୯ ରୁ ୨୦ ସେପ୍ଟେମ୍ବର ୨୦୨୨ ରେ ସନ୍ଥ ଦର୍ଶନ ସିଂ ଜୀ ଧାମ ବୁରାଡ଼ି, ଦିଲ୍ଲୀରେ ଆୟୋଜିତ କରାଯାଉଛି। ଆଠ ଦିନ ପର୍ଯ୍ୟନ୍ତ ଚାଲୁଥିବା ଏଇ ସମ୍ମିଲନୀରେ ଧ୍ୟାନଅଭ୍ୟାସର ଅନ୍ତରାଷ୍ଟ୍ରୀୟ ଖ୍ୟାତିପ୍ରାପ୍ତ ଆଧ୍ୟାତ୍ମୀକ ଗୁରୁ ପରମ ପୂଜନୀୟ ସନ୍ଥ ରାଜିନ୍ଦର ସିଂ ଜୀ ମହାରାଜଙ୍କର ଦିବ୍ୟ ପ୍ରବଚନ ଶୁଣିବାର ମଧ୍ୟ ଶୁଭଅବସର ପ୍ରାପ୍ତହେବ। ସମ୍ମିଳନୀର ଉଦ୍‌ଘାଟନ ଅବସରରେ ମାନବତାର କଲ୍ୟାଣପାଇଁ ୧୩ ସେପ୍ଟେମ୍ବର ୨୦୨୨ରେ ୫୮ତମ ରକ୍ତଦାନ ଶିବିରର ଆୟୋଜନ କ୍ରିପାଲ୍‌ବାଗରେ ହୋଇଥିଲା। ସମ୍ମିଳନୀର ପ୍ରାତଃକାଳ ସମୟରେ ପ୍ରତିଦିନ ଧ୍ୟାନ ଅଭ୍ୟାସର କାର୍ଯ୍ୟଶାଳା ଅନୁଷ୍ଠିତ ହେବ ଯେଉଁଥିରେ ଧ୍ୟାନ ଅଭ୍ୟାସର…

Read More

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭାରତ ଯୋଡ଼ୋ- ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ପିସିସି ସଭାପତି, ଏଆଇସିସି କର୍ମକର୍ତା, ପୂର୍ବତନ ଏଆଇସିସି କର୍ମକର୍ତା, ପୂର୍ବତନ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ସାଂସଦ ପ୍ରାର୍ଥି, ବିଧାୟକ ପ୍ରାର୍ଥି, ଜିଲ୍ଲା କଂଗ୍ରେସ ସଭାପତି, ଜିଲ୍ଲା ସଂଯୋଜକ, ରାଜ୍ୟ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ମାନେ ଅଂଶଗ୍ରହଣ କରିଥିଲେ। ଶ୍ରୀ ଜୟରାମ ରମେଶ ଭାରତ ଯୋଡ଼ୋ ଯାତ୍ରା ସଂପର୍କରେ ସୂଚନା ଦେଇଥିଲେ। ଭାରତ ଯୋଡ଼ୋ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ କହିଥିଲେ। ଭାରତ ଯୋଡ଼ୋ ପଦଯାତ୍ରାକୁ ଓଡ଼ିଶାରେ ଆଗେଇ ନେବାପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ତାଙ୍କ ଯୋଜନା ସଂପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହି ଯାତ୍ରା ରାଜ୍ୟର ୨୬…

Read More

ନୂଆଦିଲ୍ଲୀ: ଦେଶରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଏଥିରେ କରୋନା ମହାମାରୀ ପରେ ଦେଶରେ ଅର୍ଥନୀତିକ କାର୍ଯ୍ୟକଳାପ ସ୍ୱାଭାବିକ ଅବସ୍ଥାକୁ ଫେରିଥିବାର ସ୍ପଷ୍ଟ ସୂଚନା ମିଳୁଛି। ଏହା ମଧ୍ୟ ସରକାରଙ୍କ ସ୍ଥିର ନୀତି ଏବଂ ଟିକସ ବ୍ୟବସ୍ଥାର ସରଳୀକରଣ ତଥା ସୁଦୃଢୀକରଣର ଲାଭକୁ ସୂଚାଇବା ସହିତ ଏଥିରେ ନୂଆ ଟେକ୍‌ନୋଲୋଜି ପ୍ରୟୋଗର ସଫଳତାକୁ ପ୍ରମାଣିତ କରୁଛି। ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ସେପ୍ଟେମ୍ବର ୧୭ତାରିଖ ସୁଦ୍ଧା ସଂଗ୍ରହ ହୋଇଥିବା ମୋଟ ଟିକସ ତଥ୍ୟ ଅନୁସାରେ ନିଟ୍ ଟିକସ ସଂଗ୍ରହ ପରିମାଣ ୭୦୦, ୬୬୯ କୋଟିରେ ପହଞ୍ଚିଛି। ଏହା ବିଗତ ଆର୍ଥିକ ବର୍ଷର ଏହି ସମୟର ଟିକସ ଆଦାୟଠାରୁ ୨୩% ଅଧିକ। ଗତବର୍ଷ ଏହି ସମୟ ମଧ୍ୟରେ ନିଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ  ଥିଲା ୫, ୬୮, ୧୪୭ କୋଟି ଟଙ୍କା। ଚଳିତ ଆର୍ଥିକ ବର୍ଷରେ ଏଯାବତ୍ ଆଦାୟ ହୋଇଥିବା ମୋଟ ନିଟ୍ ପ୍ରତ୍ୟକ୍ଷ ଟିକସ ୭୦୦,୬୬୯…

Read More

ନୂଆଦିଲ୍ଲୀ: ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ଖେଳାଯିବ। ଏଥି ସହିତ ଏହି ଦୁନିଆର ପ୍ରଥମ ଭାରତୀୟ ଦଳର ନୂଆ ଜର୍ସି ଜାରି କରାଯାଇଛି। ଏହି ଟିମ୍ ଜର୍ସି ନୀଳ ରଙ୍ଗର ଅଟେ। ଯେଉଁଥିରେ ତିନୋଟି ତାରକା ଅଛି। ଜର୍ସିର ଚିତ୍ର ସାମ୍ନାକୁ ଆସିବା ପରେ ଏହା ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଟିମ୍ ଇଣ୍ଡିଆର ଏହି ନୂଆ ଜର୍ସିରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ନଜର ଆସିଛନ୍ତି। https://twitter.com/mufaddal_vohra/status/1571497960806158347?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1571497960806158347%7Ctwgr%5E9232a761b7eeef3c14f64b744e6220af20d3c190%7Ctwcon%5Es1_&ref_url=https%3A%2F%2Fwww.abplive.com%2Fsports%2Fcricket%2Ft20-world-cup-indian-team-s-new-jersey-released-for-t20-world-cup-see-photos-2218677 ଉଲ୍ଲେଖ ଯୋଗ୍ୟ ଯେ, ଟି-୨୦ ବିଶ୍ୱକପରେ ଭାରତୀୟ ଦଳକୁ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବାକୁ ପଡିବ।

Read More

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଆଜି ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ୪୦ ଟି ସ୍ଥାନରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ବିରୋଧରେ ଚଢାଉ କରିଛି। ଏହି ସୂଚନା ପ୍ରଦାନ କରି ଜଣେ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଧର୍ମ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବା ସହ ପିଏଫଆଇ ବିରୋଧରେ ଏହି ଚଢାଉ କରାଯାଇଛି। ଏନଆଇଏ ମୁଖପାତ୍ର କହିଛନ୍ତି ଯେ, ତେଲେଙ୍ଗାନାର ୩୮ ଟି ସ୍ଥାନ ଏବଂ ଆନ୍ଧ୍ରପ୍ରଦେଶର ୨ ଟି ସ୍ଥାନରେ ହୋଇଥିବା ଚଢାଉ ସମୟରେ ଚାରି ଜଣଙ୍କୁ ପଚରାଉଚରା ପାଇଁ ହେପାଜତକୁ ନେଇଛି। ଏହି ଅଧିକାରୀ କହିଛନ୍ତି ଯେ, ଅପରେସନ୍ ସମୟରେ ଡିଜିଟାଲ୍ ଉପକରଣ, ଡକ୍ୟୁମେଣ୍ଟ୍, ଦୁଇଟି ଖଣ୍ଡା ଏବଂ ୮.୩୧ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଏହି ମାମଲା ପ୍ରଥମେ ତେଲେଙ୍ଗାନାର ନିଜାମାବାଦ ପୋଲିସ ଷ୍ଟେସନରେ ଜୁଲାଇ ୪…

Read More

ଭୁବନେଶ୍ବର: ଆଜି ହକି ଇଣ୍ଡିଆର ସଭାପତି ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଆନ୍ତର୍ଜାତୀୟ ହକି ଖେଳାଳୀ ତଥା ପୂର୍ବତନ କ୍ୟାପେଟନ ଦିଲ୍ଲୀପ ତିର୍କୀ। ସେ ଏ ନେଇ ନିଜ ସାମାଜିକ ଗଣମାଧ୍ୟମରେ ଦିଲ୍ଲୀପ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆପଣମାନଙ୍କ ଆର୍ଶିବାଦରେ ମୁଁ ଆଜି ହକି ଇଣ୍ଡିଆ ସଭାପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କଲି। ହକି ଇଣ୍ଡିଆକୁ ଏକ ନୂଆ ସ୍ତରକୁ ନେବା ପାଇଁ ଚେଷ୍ଠା କରିବି। ଦିଲ୍ଲୀପ ତିର୍କ ହକି ଇଣ୍ଡିଆର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ ଅନେକ ଆନ୍ତର୍ଜାତୀୟ ମ୍ୟାଚରେ ଅନେକ ରେକର୍ଡ କରିଛନ୍ତି। ଏଥିସହିତ ସେ ଭାରତୀୟ ହକି ଦଳର କ୍ୟାପେଟନ ଭାବେ ମଧ୍ୟ ବେଶ ସଫଳତା ହାସଲ କରିଛନ୍ତି। ହକି ଖେଳରେ ତାଙ୍କର ଦୀର୍ଘ 15 ବର୍ଷର ଅଭିଜ୍ଞତା ରହିଛି। ସେ ହିଁ ଏହି ପଦବୀ ପାଇଁ ଉପଯୁକ୍ତ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Read More

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବରମୁଣ୍ଡା ଆନ୍ତଃରାଜ୍ୟ ବସ ଟର୍ମିନାଲ ରାଜ୍ୟର ବ୍ୟସ୍ତ ବସ ଷ୍ଟାଣ୍ଡ। ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳ କୁ ଶହ ଶହ ବସ ଚଳା ଚଳ କରିଥାଏ. ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତା କୁ ଦୃଷ୍ଟିରେ ରଖି 5T ଉପକ୍ରମରେ ଏହି ବସ ଟର୍ମିନାଲର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଅନୁଯାୟୀ କାମ ଚାଲିଛି। ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5ଟି ଶ୍ରୀ ଭିକେ ପାଣ୍ଡିଆନ ଆଜି ଅପରାହ୍ନରେ ବିଡିଏ ଉପାଧ୍ୟାକ୍ଷ ଶ୍ରୀ ସଞ୍ଜୟ ସିଂହଙ୍କ ସହ ବରମୁଣ୍ଡା ଯାଇ ବସ ଟର୍ମିନାଲ ଓ ବସ ଡିପୋ କାମର ଅଗ୍ରଗତି ସମୀକ୍ଷା କରିଥିଲେ। ଆସନ୍ତା ମାର୍ଚ୍ଚ 2023 ସୁଦ୍ଧା ଟର୍ମିନାଲ କାମ ଶେଷ କରିବାକୁ ସେ ନିର୍ଦେଶ ଦେଇଥିଲେ। ଵସ ଡିପୋ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଟର୍ମିନାଲ କାମ ର ଅଗ୍ରଗତି ସନ୍ତୋଷ ଜନକ ରହିଁଛି। ଯାତ୍ରୀଙ୍କ…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ସାରା ଦେଶରେ ଜାରି ରହିଛି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ। ଏହି ଅଭିଯାନ ଅଧୀନରେ ବିଭିନ୍ନ ରାଜ୍ୟ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ ଜରିଆରେ ଯୋଡ଼ି ହୋଇଥିବା ମହାରାଷ୍ଟ୍ର ଏବଂ ଓଡ଼ିଶା ମଧ୍ୟରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ମହାରାଷ୍ଟ୍ର ନଭି ମୁମ୍ବାଇର ଖାରଘରସ୍ଥିତ ଜବାହର ଏଜୁକେସନ ସୋସାଇଟିର ଏ.ସି ପାଟିଲ କଲେଜ ଅଫ୍‌ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନର ୫୦ ଜଣ ଛାତ୍ରଛାତ୍ରୀ ଓ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏମାନଙ୍କ ମଧ୍ୟରେ ୨୫ ଜଣ ସ୍କୁଲ ଏବଂ ୨୫ ଜଣ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ରହିଛନ୍ତି। ୧୯ରୁ ୨୩ ସେପ୍ଟେମ୍ବର, ୨୦୨୨ ପର୍ଯ୍ୟନ୍ତ ଏମାନେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଛାତ୍ରଛାତ୍ରୀମାନେ କୋଣାର୍କ ଏକ୍ସପ୍ରେସରେ ୧୭ ତାରିଖରେ…

Read More

ଭୁବନେଶ୍ଵର: ଆଜି ଭୁବନେଶ୍ଵର ଜୟଦେବ ଭବନ ଠାରେ ମୂର୍ଚ୍ଛନାର ସଂଗୀତ ପ୍ରତିଯୋଗିତା ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି। କୃତି ପ୍ରତିଯୋଗୀ ମାନଙ୍କୁ ମୂର୍ଚ୍ଛନାର ୧୮ତମ ବାର୍ଷିକୋତ୍ସବ ଓ ସଂଗୀତ ଉତ୍ସବ ଦିନ ସରେ ଜୟଦେବ ଭବନଠାରେ ନଗଦ ରାଶି, ଫଳକ ଓ ସାର୍ଟିଫିକେଟ ପ୍ରଦାନ କରାଯିବ। ସଭାପତି ପ୍ରଦୋଷ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ସଂଗୀତ ପ୍ରତିଯୋଗୀତାକୁ ଉଦ୍‌ଘାଟନ କରିଥିଲେ। ମୂର୍ଚ୍ଛନାର କର୍ମକର୍ତ୍ତା ଅଜୟ ମହାନ୍ତି, ମହେନ୍ଦ୍ର ଆଚାର୍ଯ୍ୟ, ସତରୂପା ଦେବେନ୍ଦ୍ର ସାହୁ, ହେମନ୍ତ ପରମଗୁରୁ, ପ୍ରଣୟ ଜେଠୀ, ଗୋଲକ ଚରଣ ମାର୍ଥା ଓ ତୁଷାର କାନ୍ତି ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂଗୀତ ପ୍ରତିଯୋଗୀତା ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନନ୍ୟା ମହାନ୍ତି ଓ ଦୀପୟିକା ମିଶ୍ର ସଂଚାଳନ କରିଥିଲେ।

Read More

ସ୍ଵପ୍ନ ଶାସ୍ତ୍ର: ରାତିରେ ଶୋଇବା ସମୟରେ ଅଧିକାଂଶ ଲୋକ ସ୍ୱପ୍ନ ଦେଖନ୍ତି। କିଛି ସ୍ୱପ୍ନ ଭଲ ଏବଂ କିଛି ବହୁତ ଖରାପ। ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ସ୍ୱପ୍ନର ନିଶ୍ଚିତ କିଛି ଅର୍ଥ ଅଛି। ଯଦି ଆପଣ ସ୍ୱପ୍ନରେ ହାତୀ ଦେଖୁଛନ୍ତି, ତେବେ ଏହାର ମଧ୍ୟ ଏକ ବିଶେଷ ଅର୍ଥ ଅଛି। ହାତୀଟି ଐଶର୍ଯ୍ୟ ଏବଂ ସୌଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। ହାତୀର ସ୍ୱପ୍ନ ଦେଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହା ଘରେ ସୁଖ ଏବଂ ଶାନ୍ତିର ସୂଚକ ଭାବରେ ବିବେଚନା କରାଯାଏ। ସ୍ୱପ୍ନରେ ହାତୀ ଦେଖିବାର ଅର୍ଥ କ’ଣ ସ୍ୱପ୍ନର ଶାସ୍ତ୍ରରୁ ଜାଣନ୍ତୁ… ହାତୀ ସୁଖ ଏବଂ ସମୃଦ୍ଧିକୁ ସୂଚିତ କରେ: ଏକ ହାତୀକୁ ସ୍ୱପ୍ନରେ ଦେଖିବାର ଅର୍ଥ ହେଉଛି ଆପଣ ଶୀଘ୍ର ମାନ ସମ୍ମାନ ପାଇବାକୁ ଯାଉଛନ୍ତି। ଯଦି ଆପଣ ନିଜ ସ୍ୱପ୍ନରେ ହାତୀ ଉପରେ ଚଢୁଥିବାର ଦେଖନ୍ତି, ଏହାର ଅର୍ଥ ହେଉଛି ଆପଣ…

Read More