ସୀତାରାମ ଅଗ୍ରୱାଲ ବାଣପୁର: ପବିତ୍ର ମୁଳାଷ୍ଟମୀ ଶହସ୍ର କୁମ୍ଭବରଣ ଦେବୀ ଉତ୍ଥାପନ ଅଷ୍ଟମୀର ମାହେନ୍ଦ୍ର ବେଳାରେ ପର୍ବପୂଜକ ଓ ମନ୍ଦିର ପୁରୋହିତଙ୍କ ମଙ୍ଗଳାଚରଣ ମନ୍ତ୍ର ପଠନ, ନିଯୋଗୀ ସେବକଙ୍କ ଜୟ ଜୟକାର ଧ୍ଵନୀ, “ଉଠମା, ମଙ୍ଗଳମୟୀ, ଜଗତ ଜନନୀ, ସଂସାରର ମଙ୍ଗଳ ପାଇଁ ନିଦ୍ରା ପରିତ୍ୟାଗ କରିବା ହେଉ ମା’ ଭଗବତୀ, ଡାକ ସହିତ ଶୁଭଶଙ୍ଖ, ଘଣ୍ଟ କାହାଳୀ, ମଙ୍ଗଳବାଦ୍ୟର ନିନାଦରେ ମା’ ଶୟନରୁ ଉଠିଛନ୍ତି। ଶାରଦୀୟ ପର୍ବର ପ୍ରଥମ ଦିବସରେ ଉଛୁଳି ପଡୁଛି ମନ୍ଦିର ବେଢା। ପର୍ବପୂଜକ ମନ୍ଦିର ପୁରୋହିତ ପ୍ରଥମେ ମା’ଙ୍କୁ କଦଳୀ ବୃକ୍ଷ, ଆମ୍ର ତୋରଣ ଆଛାଦିତ ସ୍ନାନ ମଣ୍ଡପରେ ବିଜେ କରାଇବା ପରେ ବରୁଣ ଆବାହନ ସଂସ୍ଥାପନ କରି ଚନ୍ଦନ, ଅଗରୁ, କର୍ପୁର, ଅତର ମିଶ୍ରିତ ସୁବାଷିତ ଶହସ୍ର କୁମ୍ଭ ଜଳରେ ସ୍ନାନ କରାଇ ରାଜା ଙ୍କ ଦ୍ଵାରା ପ୍ରଦତ୍ତ ପାଟବସ୍ତ୍ର ଓ ପରିଛା ସାମନ୍ତଙ୍କ ଆଭୁଷଣ ପରିଧାନ ପରେ ଷୋଡଶ ଉପଚାରରେ ପୂଜା କରି…
Author: Samikhsya Bureau
ଖୋର୍ଦ୍ଧା: ଆସନ୍ତା ଦୁର୍ଗା ପୂଜା, ରାବଣ ପୋଡି, ଗଜ ଲକ୍ଷୀ ପୂଜା ଏବଂ ଭସାଣି ଯେପରି ଖୋର୍ଦ୍ଧା ସହରରେ ଶାନ୍ତି ଶୃଙ୍ଖଳା ଭାବେ ସମ୍ପର୍ଣ୍ଣ ହେବ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ସମସ୍ତ ପୂଜା ବିଧି ବିଧାନ ଶାନ୍ତି ଶୃଙ୍ଖଳାର ସହ ସମାପନ ହେବା ନେଇ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରି କିପରି କାର୍ଯ୍ୟ କରାଯିବ ଏ ସଂପର୍କରେ ସେମାନେ ପରାମର୍ଶ ଦେଇଥିଲେ। ରାବଣ ପୋଡି, ମେଳଣ ଓ ଭସାଣି ନେଇ ଯାଗା ଚିହ୍ନଟ କରିବାକୁ ଉପ ଜିଲ୍ଲାପାଳ, ଜିଲ୍ଲା ଅଗ୍ନିଶମ ଅଧିକାରୀ, ଏସଡିପିଓଙ୍କୁ ନେଇ ଏକ କମିଟି ଗଠନ କରାଯିବ।…
ଗୁରୁବାୟୁର (କେରଳ): କେରଳର ପ୍ରସିଦ୍ଧ ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ଆଜି (ଶନିବାର) ନିଜର ସାନପୁଅ ଅନନ୍ତ ଅମ୍ବାନିଙ୍କ ଭାବି-ପତ୍ନୀ ରାଧିକା ମରଚାଣ୍ଟଙ୍କ ସହ ଏହି ମନ୍ଦିରରେ ପହଂଚି ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ପରିବାର ସହିତ ମୁକେଶ ଅମ୍ବାନୀ ମନ୍ଦିରର ସୋପାନମରେ ଅର୍ଘ୍ୟ ଅର୍ପଣ କରିଥିଲେ। ମନ୍ଦିରର ହାତୀ ଚେନ୍ତାମାରକ୍ଷଣ ଓ ବଳାରାମନଙ୍କୁ ସେ ଭୋଗ ଅର୍ପଣ କରିଥିଲେ। ଗୁରୁବାୟୁର ଦେବସ୍ୱମ ବୋର୍ଡ ଅଧ୍ୟକ୍ଷ ପ୍ରଫେସର ପି.କେ. ବିଜୟନ ମନ୍ଦିରରେ ମୁକେଶ ଅମ୍ବାନୀଙ୍କୁ ସ୍ୱାଗତ କରିବା ସହ ସମ୍ମାନ ସ୍ୱରୂପ ଏକ ଚିତ୍ର (ପେଣ୍ଟିଙ୍ଗ) ପ୍ରଦାନ କରିଥିଲେ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍ନୋଲେଜି ବା VSSUTର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି । ୨୦୨୬ ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବାର ବ୍ୟବସ୍ଥା କରାଯିବ। ଏଥିପାଇଁ ୩ଟି ପର୍ଯ୍ୟାୟରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସ ୨୫ ତାରିଖରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବୁର୍ଲା ଗସ୍ତ କରି ଏହାକୁ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଷିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏହି ମାଷ୍ଟରପ୍ଲାନ ଅନୁଯାୟୀ ୨୦୩୦ ସୁଦ୍ଧା ଏହାକୁ ଏକ ମଲଟି ଡିସପ୍ଲିନାରୀ ଇଂଜିନିୟରିଂ ଆଣ୍ଡ ରିସର୍ଚ୍ଚ ୟୁନିଭରସିଟି ଭାବରେ ବିକଶିତ କରାଯିବ। ଏହା ଦେଶର ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନ ଆଇଆଇଟି…
ଦିଲ୍ଲୀ: “ରକ୍ତଦାନ ଏକ ମହତ୍ କାର୍ଯ୍ୟ ଅଟେ ଏବଂ ଆମର ସମୃଦ୍ଧ ସଂସ୍କୃତି ଏବଂ ସେବା ଓ ସହଯୋଗର ପରମ୍ପରାକୁ ଲକ୍ଷ୍ୟ କରି, ମୁଁ ସମସ୍ତ ନାଗରିକଙ୍କୁ ଦେଶବ୍ୟାପୀ ଅନୁଷ୍ଠିତ ବୃହତ୍ ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ – ରକ୍ତଦାନ ଅମୃତ ମହୋତ୍ସବରେ ଯୋଗଦେଇ ରକ୍ତ ଦାନ କରିବା ପାଇଁ ଆହ୍ୱାନ କରୁଛି। ରକ୍ତଦାନ କେବଳ ଏକ ଜାତୀୟ ଆବଶ୍ୟକତାକୁ ପୂରଣ କରି ନଥାଏ, ଏହା ସମାଜ ଏବଂ ମାନବତା ନିମନ୍ତେ ଏକ ମହାନ ସେବା ଅଟେ।” କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଆଜି ନୂଆଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଆୟୋଜିତ ରକ୍ତଦାନ ଶିବିରରେ ରକ୍ତଦାନ କରିବା ଅବସରରେ ଏହା କହିଥିଲେ। ସ୍ୱେଚ୍ଛାକୃତ ରକ୍ତଦାନର ମହତ୍ୱକୁ ଉଲ୍ଲେଖ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, “ଆଜାଦୀର ଅମୃତ ମହୋତ୍ସବ ପାଳନର ଏକ ଅଂଶ ବିଶେଷ ହେଉଛି “ରକ୍ତଦାନ ଅମୃତ ମହୋତ୍ସବ”। ନିୟମିତ ଭାବେ ପାରିଶ୍ରମିକ ନନେଇ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ମୁସଲିମ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତି ନିଜ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସକୁର ଅଲ୍ଲୀ ଖାନ (୪୦)। ତାଙ୍କୁ ପରିବାରବର୍ଗ ଉଦ୍ଧାର କରି ବାଲୁଗାଁ ମେଡିକାଲ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲୁଗାଁ ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିଛି। ତେବେ ଏହା ପାରିବାରିକ କଳହ ଲାଗି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ସୂଚନା ଥାଉକି ନିକଟରେ ସକୁରଙ୍କ ପତ୍ନୀ ତାଙ୍କ ଦିଅରଙ୍କ ବିରୁଦ୍ଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ କେସ ନମ୍ବର ୧୮୨/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାର ବାଲୁଗାଁ ଆଇଆଇସି କହିଛନ୍ତି। ସେହି ଚାପରେ ହୁଏତ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ ହେଉଛି। ତେବେ ଶବ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଶନିବାର ସକାଳେ ବାଲୁଗାଁ ଏନଏସି ଓ ଆଇଏନଏସ ଚିଲିକା ମିଳିତ ଆନୁକୂଲ୍ୟରେ ବାଲୁଗାଁ ଚିଲିକା କୁଳଠାରେ ଆଜାଦି କା ଅମୃତ ମହୋତ୍ସବ ଅବସରରେ ପୁନିତ ସାଗର ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନ ଆଜିଠାରୁ ଆସନ୍ତା ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଜାରି ରହିବ। ଶୁଭାରମ୍ଭ ମହୋତ୍ସବରେ ବାଲୁଗାଁ ଏନଏସି ନଗରପାଳିକା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ଲଷ୍ମୀଧର ସେଠି, ସୁଜାତା ପଣ୍ଡା, ମମତା ପଣ୍ଡା, ଅନିତା ସ୍ୱାଇଁ, କାର୍ଯ୍ୟ ନିର୍ବାହି ଅଧିକାରିଣୀ ସ୍ୱପ୍ନା ରାଣୀ ପାଢ଼ୀ, ବିଧାୟକ ପ୍ରତିନିଧି ପ୍ରକାଶ ପ୍ରଧାନ, ଏମପି ପ୍ରତିନିଧି ଅକ୍ଷୟ ରଣସିଂହ, କାର୍ଯ୍ୟକାରୀ ସଭାପତି ବୁଲା ଖାଁ, ବାଲୁଗାଁ ମହିଳା ଆଞ୍ଚଳିକ ମହାସଂଘର ସଭାନେତ୍ରୀ ବନିତା ପ୍ରଧାନ, ମିନତି ଗଜେନ୍ଦ୍ର, ସୁଚିତ୍ରା ମହାପାତ୍ର, ଚନ୍ଦ୍ରକଳା ସାହୁ,ଏନଏସି ସ୍ୱଚ୍ଛ ସାଥି ଉଷାରାଣୀ ମିଶ୍ର, ଦୀପାଞ୍ଜଳି ପାଟଶାଣୀ, ତୁଳସୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତରୁ ବିଲୁପ୍ତ ହୋଇଥିବା ନାମ୍ବିଆରୁ ଅଣାଯାଇଥିବା ହିଂସ୍ର ଚିତାକୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଛନ୍ତି। ଚିତା ପ୍ରକଳ୍ପ ଅଧୀନରେ ଏହି ନାମ୍ବିଆରୁ ଆସିଥିବା ଚିତାକୁ ଭାରତ ସହ ପରିଚିତ କରାଯାଇଛି ଓ ଏହା ବିଶ୍ୱର ପ୍ରଥମ ଆନ୍ତଃମହାଦେଶୀୟ ବୃହତ ହିଂସ୍ର ମାଂସାସୀ ପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ। କୁନୋ ଜାତୀୟ ଉଦ୍ୟାନର ଦୁଇଟି ସ୍ଥାନରେ ପ୍ରଧାନମନ୍ତ୍ରୀ ଏହି ଚିତା ଗୁଡିକୁ ଛାଡିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଚିତା ମିତ୍ର, ଚିତା ପୁନର୍ବାସ ଓ ଥଇଥାନ ଗ୍ରୁପ ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ସହ ସେଠାରେ ମତ ବିନିମୟ କରିଛନ୍ତି। ଏହି ଐତିହାସିକ ଘଟଣା ଅବସରରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିଛନ୍ତି। ଦେଶକୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ କିଛି ସୁଯୋଗ କିପରି ମାନବ ସମାଜକୁ ଅତୀତର ଭୂଲଭଟକା ସୁଧାରି ଏକ ନୂତନ ଭବିଷ୍ୟତ ଗଠନ ଲାଗି ବାଟ କଢ଼ାଇଥାଏ ତା ଉପରେ ଆଲୋକପାତ କରିଥିଲେ। ଏହିପରି ଏକ ସୁଯୋଗ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ଙ୍କ ତତ୍ୱାବଧାନରେ ବାଲୁଗାଁ ପୋଲିସ ନିଖୋଜ/ଅପହୃତ ନାବାଳିକାଙ୍କ ଉଦ୍ଧାର ଅପେରସନ ଜାରି ରଖିଥିବା ବେଳେ ଗତ ଚାରିଦିନ ମଧ୍ୟରେ ୩ ଜଣ ନାବାଳିକାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। ୨୦୨୦ ରୁ ୨୦୨୨ ବର୍ଷ ମଧ୍ୟର ସମସ୍ତ ୩ ଗୋଟି ମାମଲା ବୋଲି ଜଣାପଡିଛି। ତେବେ ଉଦ୍ଧାର ନାବାଳିକାଙ୍କୁ ସେମାନଙ୍କ ପରିବାର କୁ ହସ୍ତାନ୍ତର କରାଯାଇଥିବା ବେଳେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଛି ପୋଲିସ। ତେବେ ବର୍ଷ ବର୍ଷ ଧରି ନିଖୋଜ ଥିବା ନାବାଳିକାଙ୍କ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିଛି ପୋଲିସ। ବାଲ୍ୟ ବିବାହ ଏବଂ ନାବାଳିକାଙ୍କ ଅପହରଣ ଏକ ଧର୍ତ୍ତବ୍ୟ ଅପରାଧ ଏବଂ ଏହି ସମ୍ବନ୍ଧରେ ଖୁବ ଶୀଘ୍ର ବାଲୁଗାଁ ପୋଲିସ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିବ ବୋଲି ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି। ଅନୁରୂପ ଭାବେ ବାଲୁଗାଁ ଥାନରେ…
ଭୁବନେଶ୍ୱର: ଅତି ସୁନ୍ଦର ଭାବେ ସଜ୍ଜିତ ପୁଷ୍ପ ଦର୍ଶକଙ୍କ ଆଖିକୁ ବେଶ ବିମୋହିତ କରିଥାଏ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପରିସରରେ ଶନିବାର ପୁଷ୍ପସଜ୍ଜା କଳାକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି ଅବସରରେ ସୁନ୍ଦର ଫୁଲଗୁଡ଼ିକ ଏବଂ ଏହାର ସାଜସଜ୍ଜାକୁ ଦେଖି ଛାତ୍ରଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକା ବେଶ ଉଲ୍ଲସିତ ହୋଇ ଉଠିଥିଲେ। ସୁନ୍ଦର ଓ ସୁଗନ୍ଧିତ ପୁଷ୍ପର ଉପସ୍ଥିତି ଆନନ୍ଦମୟ ପରିବେଶ ସୃଷ୍ଟି କରିଥାଏ ଏବଂ ମନ ମଧ୍ୟ ପ୍ରଫୁଲିତ ହୋଇଥାଏ। ଫୁଲ ଗୁଡ଼ିକ ମଣିଷର ଜୀବନରେ ଖୁସି ଆଣିବା ସହ ଆମ ପାରିପାଶ୍ୱର୍କୁ ମଧ୍ୟ ସୁନ୍ଦରମୟ କରିଥାଏ ବୋଲି ଏହି କର୍ମଶାଳାରେ ମତ ରଖିଥିଲେ ଏସଏଚ୍ଏମ୍ର ଡିନ୍ ଇନ୍ଚାର୍ଜ ଡକ୍ଟର ସପନ କୁମାର ସାଢ଼ୁଆଳ। ଭାରତୀୟ ସଂସ୍କୃତିରେ ଫୁଲର ମହତ୍ୱ ଉପରେ ଗୁରୁତ୍ୱ ଦେଇ ଡକ୍ଟର ସାଢ଼ୁଆଳ କହିଥିଲେ ଯେ ଆମ ଦେଶରେ ଫୁଲଗୁଡ଼ିକ ହିଁ ବିଭିଧତା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କୁନୋ ଜାତୀୟ ଉଦ୍ୟାନରେ ଜଙ୍ଗଲୀ ଚିତା ବାଘମାନଙ୍କୁ ଛାଡ଼ିଛନ୍ତି। ଚିତା ବାଘ ପ୍ରଜାତି ଭାରତରୁ ବହୁ ବର୍ଷ ପୂର୍ବରୁ ବିଲୁପ୍ତ ହୋଇଯାଇଥିଲେ। ପ୍ରୋଜେକ୍ଟ ଚିତା ଅଧୀନରେ ନାମିବ୍ୟାରୁ ଭାରତକୁ ଚିତା ବାଘ ଗୁଡ଼ିକୁ ଅଣାଯାଇଛି। ଏହା ହେଉଛି ବିଶ୍ୱର ସର୍ବପ୍ରଥମ ଆନ୍ତଃମହାଦେଶୀୟ ବୃହତ ମାଂସାହାରୀ ପ୍ରାଣୀ ସ୍ଥାନାନ୍ତର ପ୍ରକଳ୍ପ। ଏହି ପ୍ରକଳ୍ପ ଅଧୀନରେ ଅଣାଯାଇଥିବା ଆଠଟି ଚିତା ମଧ୍ୟରୁ ୫ଟି ମାଈ ଏବଂ ୩ଟି ଅଣ୍ଡିରା ରହିଛନ୍ତି। କୁନୋ ଜାତୀୟ ଉଦ୍ୟାନର ଦୁଇଟି ସ୍ଥାନରେ ପ୍ରଧାନମନ୍ତ୍ରୀ ଏହି ଚିତାଗୁଡ଼ିକୁ ଛାଡ଼ିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚିତା ମିତ୍ର, ଚିତା ପୁନର୍ବାସ ପରିଚାଳନା ଦଳ ଏବଂ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଐତିହାସିକ ସମାରୋହରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଥିଲେ। ଭାରତର ବନ୍ୟପ୍ରାଣୀ ଏବଂ ସେମାନଙ୍କର ବାସସ୍ଥଳୀର ପୁନରୁଦ୍ଧାର ଏବଂ ବିବିଧକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲଗାତାର ପ୍ରୟାସ…
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ହରିପୂର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ତୁଠରେ ଦଶାହ କ୍ରିୟା ଚାଲିଥିବା ବେଳେ ବଜ୍ରାଘାତ ହୋଇଛି। ଯାହାଫଳରେ କ୍ରିୟା କାର୍ଯ୍ୟ ଯୋଗ ଦେଇଥିବା ୨ ଜଣ ଗୁରୁତର ଆହାତ ହୋଇଛନ୍ତି। ସୂଚନା ଅନୁଯାୟୀ, ହରିପୁର ଗ୍ରାମର ମାଝି ସାହିର ବିନି ମାଝି ଘରେ ବସି ଚା ପିଉଥିବା ବେଳେ ବଜ୍ରାଘାତରେ ଗୁରୁତର ହୋଇ ମୃତ୍ୟୁବରଣ କରିଥିଲେ। ହେଲେ ତାଙ୍କର ଆଜି ଦଶାହ କାର୍ଯ୍ୟ ଚାଲିଥିଲା। ଦଶାହ କାର୍ଯ୍ୟ ଗାଁ ପୋଖରୀରେ ଚାଲିଥିଵା ବେଳେ ବଜ୍ରାଘାତ ହୋଇ ଦୁଇ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଟାଙ୍ଗୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗୁରୁତର ବ୍ୟକ୍ତି ଦ୍ୱୟ ମୃତ ମହିଳାଙ୍କର ଜ୍ୱାଇଁ ହେବେ ବୋଲି ଜଣା ପଡିଛି। ବର୍ତ୍ତମାନ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ଖବର ମିଳିଛି।
କନ୍ଦର୍ପ ବେହେରା ରେଢାଖୋଲ: କିଛି ଦିନ ତଳେ ନାକଟିଦେଉଳ ଥାନା ଚରଡପଶି ଠାରେ ଦିନ ଦି ପ୍ରହରରେ ଜନୈକ ମାଇକ୍ରୋ ଫାଇନାନସ୍ କର୍ମଚାରୀଙ୍କ ଠାରୁ ଛୁରୀ ଦେଖାଇ ନଗଦ ଟଙ୍କା ଲୁଟ୍ କରି ଅପରାଧିମାନେ ଫେରାର ହେବାରେ ସକ୍ଷମ ହୋଇଥିଲେ। ନାକଟିଦେଉଳ ପୋଲିସ୍କୁ ଏହା ମୁଣ୍ଡ ବ୍ୟଥାର କାରଣ ହୋଇଥିଲା। ଗତକାଲି ପୋଲିସ୍ ଟିମ୍ ଏହି ଡକାୟତି ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଆଜି ରେଢାଖୋଲ ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ଡକାୟତି ମାନଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତ ୮/୯/୨୦୨୨ ତାରିଖରେ ନାକଟିଦେଉଳ ଥାନା ଚରଡପଶି ନିକଟରେ ନାକଟିଦେଉଳ ଠାରେ ଥିବା ମାଇକ୍ରୋଫାଇନାନସ୍ କଂପାନୀର ଫିଲଡ୍ ଅଫିସର୍ ଆଲୋକ ସାହୁ ଘୋଷରାମାଳ ପଂଚାୟତର ରାଇଲ୍, ଘୋଷରାମାଳ, ଝାଟକିମାଳ, ଲାଣ୍ଡିମାଳ ଆଦି ଗ୍ରାମରୁ ଏସଏଚ୍ଜି ଗ୍ରୁପ୍ ମାନଙ୍କ ଠାରୁ ଟଙ୍କା ଅସୁଲ କରି ଫେରୁଥିବା ବେଳେ ଡକାୟତି ମାନଙ୍କ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ଚିଲିକା ବ୍ଲକର ପ୍ରସ୍ତାବିତ ୫ଟି ବିଦ୍ୟାପୀଠ ପରିଦର୍ଶନ କରିଛନ୍ତି। ତୃତୀୟ ଫେଜରେ ଚିଲିକା ବ୍ଲକ ର ତିନି ଗୋଟି ବିଦ୍ୟାଳୟକୁ ୫ଟି ରେ ସାମିଲ କରିବା ପାଇଁ ପ୍ରସ୍ତାବ ପଠାଯାଇଥିବା ବେଳେ ତନ୍ମଧ୍ୟରୁ ଦୁଇ ଗୋଟି ବିଦ୍ୟାଳୟକୁ ଆଜି ଜିଲ୍ଲାପାଳ ପରିଦର୍ଶନରେ ଆସି ଭିତ୍ତିଭୂମି ପରଖିଥିଲେ। ଚଣ୍ଡେଶ୍ୱର ପଞ୍ଚାୟତ ଅଁଳାଡିହ ଗ୍ରାମର ଡ଼ିପି ଉଚ୍ଚ ବିଦ୍ୟାଳୟ ଏବଂ ବିରିବାଡ଼ି ପଞ୍ଚାୟତ ବିରିବାଡ଼ି ଗ୍ରାମର ଏସଏଲଡ଼ିଏମ ଉଚ୍ଚ ବିଦ୍ୟାଳୟ ପରିଦର୍ଶନକୁ ଯାଇ ୫ଟି ପ୍ରସ୍ତାବ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ। ଏହାପରେ ଜିଲ୍ଲାପାଳ ଚିଲିକା ବ୍ଲକ କାର୍ଯ୍ୟାଳୟ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଚିଲିକା ବିଡ଼ିଓ, ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ସ୍ୱାସ୍ଥ୍ୟ ଟିପ୍ସ: ଆମ ରୋଷେଇ ଘରେ ଏପରି ଅନେକ ଜିନିଷ ଅଛି, ଯାହାକୁ ବ୍ୟବହାର କରି ଆମର ଜେଜେ ବାପା, ଜେଜେ ମା’ମାନେ ଅନେକ ରୋଗ ଭଲ କରିପାରନ୍ତି। ଆମ ରୋଷେଇ ଘରେ ମିଳୁଥିବା ମସଲା କେବଳ ଖାଦ୍ୟର ସ୍ୱାଦ ବଢାନ୍ତି ନାହିଁ, ବରଂ ସେଗୁଡିକ ଅନ୍ୟାନ୍ୟ ଉପାୟରେ ମଧ୍ୟ ବ୍ୟବହୃତ ହୁଏ। ଆମର ରୋଷେଇ ଘର ପାତ୍ରରେ ଏପରି ଅନେକ ମସଲା ଅଛି, ଯାହାକୁ ବ୍ୟବହାର କରି ଆମେ ଛୋଟ ରୋଗରୁ ସୁସ୍ଥ ହୋଇପାରିବା। ତେବେ ସେହି ମସଲା ମଧ୍ୟରୁ ଲବଙ୍ଗ ଏକ ଉପକାରୀ ମସଲା, ଯାହା ଅନେକ ରୋଗ ପାଇଁ ଔଷଧ ଭାବେ କାର୍ଯ୍ୟ କରେ। ଲବଙ୍ଗରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ଇ, ଭିଟାମିନ୍ କେ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫୋଲେଟ୍ ଏବଂ ଡାଏଟାରୀ ଫାଇବରରେ ଥିବା ପୁଷ୍ଟିକର ଖାଦ୍ୟ ରହିଥାଏ। ଏହାର ବ୍ୟବହାର ଦ୍ୱାରା ମେଟାବୋଲିଜିମ୍ ବୃଦ୍ଧି ପାଇଥାଏ, ଯାହା ଆମ ଓଜନକୁ ସିଧାସଳଖ ପ୍ରଭାବିତ କରିଥାଏ।…
ସ୍ୱାସ୍ଥ୍ୟ ଟିପ୍ସ: ଲୋକମାନେ ଆଜିକାଲି ଏତେ ବ୍ୟସ୍ତ ଅଛନ୍ତି ଯେ, ଆମେ ସବୁକିଛିର ସଂକ୍ଷିପ୍ତ ରାସ୍ତା ଖୋଜୁ। ଏହି ସଂପର୍କରେ, ଆମେ ମଧ୍ୟ ଆମର ସ୍ୱାସ୍ଥ୍ୟ ସହିତ ଖେଳୁଛୁ। ବାସ୍ତବରେ, ସନ୍ଧ୍ୟାରେ କାମକୁ ଏଡାଇବା ପାଇଁ, ଆପଣ ଅନେକ ଥର ଅବଶିଷ୍ଟ ଖାଦ୍ୟକୁ ଫ୍ରିଜରେ ରଖନ୍ତି। ଯଦିଓ ବେଳେବେଳେ ଏହା ଆମର ବାଧ୍ୟତାମୂଳକ କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ। ଏଠାରେ ଆପଣଙ୍କୁ ବୁଝିବାକୁ ପଡିବ ଯେ, ଖାଦ୍ୟକୁ ଫ୍ରିଜରେ ରଖିବା ଦ୍ୱାରା ଅଧିକ କ୍ଷତି ହୋଇପାରେ। ଆମର ପ୍ଲାଷ୍ଟିକ୍ ବ୍ୟବହାର କରିବା ଅତ୍ୟନ୍ତ ସହଜ ଏବଂ ଶସ୍ତା, ତେଣୁ ଆମେ ସାମଗ୍ରୀକୁ ପ୍ଲାଷ୍ଟିକ୍ ପାତ୍ର କିମ୍ବା ବ୍ୟାଗରେ ରଖିବା ଏବଂ ଫ୍ରିଜରେ ରଖିବା ପାଇଁ ଚେଷ୍ଟା କରୁ। ଯେଉଁଥିପାଇଁ ଖାଦ୍ୟରେ ରାସାୟନିକ ପଦାର୍ଥର ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏଠାରେ କହିବୁ ଫ୍ରିଜରେ ଖାଦ୍ୟ ସଂରକ୍ଷଣ କରିବା ସମୟରେ କେଉଁ ତ୍ରୁଟିର ଯତ୍ନ ନେବା ଉଚିତ୍।…
ସ୍ୱାସ୍ଥ୍ୟ ଟିପ୍ସ: ଯେତେବେଳେ ବି ସୁସ୍ଥ ରହିବାକୁ କଥା ଆସେ, ସେତେବେଳେ ପନିପରିବା ବିଷୟରେ ପ୍ରଥମେ କୁହାଯାଏ। ଏହାର କାରଣ ହେଉଛି ସବୁଜ ପନିପରିବା ଖାଇବା ଆପଣଙ୍କୁ କେବଳ ସୁସ୍ଥ ରଖେ ନାହିଁ ବରଂ ଅନେକ ରୋଗରୁ ମଧ୍ୟ ଦୂରେଇ ରଖେ। କିନ୍ତୁ ସବୁଜ ପନିପରିବାର ଭିତରେ କାକୁଡି ବିଷୟରେ ପ୍ରଥମେ କୁହାଯାଏ। କାକୁଡି ବିନା ସାଲାଡ ଅସମ୍ପୂର୍ଣ୍ଣ ଅଟେ। ଆପଣ ପନିପରିବା, ରାଇତା ଏବଂ ସୁପ୍ ରେ କାକୁଡି ବ୍ୟବହାର କରିପାରିବେ। ଅନ୍ୟ ପଟେ, କାକୁଡି ଆପଣଙ୍କ ଚର୍ମ ଏବଂ କେଶ ପାଇଁ ବହୁତ ଲାଭଦାୟକ ଅଟେ। ଯଦିଓ, ଯଦି ଆପଣ ଏହାକୁ ଅଧିକ ଖାଆନ୍ତି କିମ୍ବା ଭୁଲ ସମୟରେ କାକୁଡି ଖାଆନ୍ତି, ତେବେ ଏହା ମଧ୍ୟ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏଠାରେ କହିବୁ ଯେ, ଭୁଲ ସମୟରେ କାକୁଡି ଖାଇବା ଦ୍ୱାରା କ’ଣ କ୍ଷତି ହୋଇପାରେ? କାକୁଡିର ଅଧିକ ବ୍ୟବହାର: କୌଣସି ଜିନିଷର ଅତ୍ୟଧିକ…
ଜୀବନଶୈଳୀ: ଗରମ ସମୟରେ ଆପଣଙ୍କ ଘରେ ଏସି ନାହିଁ କି? କିନ୍ତୁ ଏସି ଏବଂ କୁଲରରେ ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ବୋଲି କେହି କେହି କହିଥାନ୍ତି। ଏପରି ସ୍ଥିତିରେ ସିଲିଂ ଫ୍ୟାନ୍ କିମ୍ବା ଟେବୁଲ୍ ଫ୍ୟାନ୍ ରେ ଶୋଇବା ପାଇଁ ପରାମର୍ଶ ଦିଆଯାଏ। ଏହି ଉପଦେଶ ଶୁଣି ଆପଣ ହସିବେ କିମ୍ବା କ୍ରୋଧ ମଧ୍ୟ କରିବେ। କିନ୍ତୁ ଫ୍ୟାନରେ ଶୋଇବାର ଉପକାରିତା ତାଲିକା ସହିତ କିପରି ଏହା ଦ୍ଵାରା ଶାନ୍ତିରେ ଶୋଇପାରିବେ, ଆସନ୍ତୁ ତାହା ବିଷୟରେ ଜାଣିବା….. ଫ୍ୟାନ୍ ପବନକୁ କିପରି ଥଣ୍ଡା କରିବେ?: ଶୋଇବା ପାଇଁ ଆପଣଙ୍କର ଏସି ଥାଉ କି ନଥାଉ, ଏଥିରେ କିଛି ଫରକ ପଡ଼ିବ ନାହିଁ। ଆମ ଦେଶର ଅଧିକାଂଶ ଜନସଂଖ୍ୟାରେ ଏସି ସୁବିଧା ନା। ଏପରି ପରିସ୍ଥିତିରେ, ଆପଣ ନିଜ ଫ୍ୟାନରୁ ଏସି ପରି ଥଣ୍ଡା ନେଇପାରିବେ। ଏଥିପାଇଁ, ଶୋଇବା ସମୟରେ ଏଠାରେ ଉଲ୍ଲେଖ କରାଯାଇଥିବା ଟିପ୍ସକୁ ବ୍ୟବହାର କରନ୍ତୁ … ୧.…
ଭୁବନେଶ୍ଵର: ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଦିବଂଗତ ବିଶିଷ୍ଠ ଓଡ଼ିଆ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ରାଓଙ୍କ ୮୩ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଦ୍ୱିତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା ଉତ୍ସ ଫାଉଣ୍ଡେସନ ଫର୍ କଣ୍ଟେମ୍ପରାରୀ ଆର୍ଟ, ଭୁବନେଶ୍ଵର ପକ୍ଷରୁ ଆୟୋଜିତ ହୋଇ ଯାଇଛି। ପ୍ରାରମ୍ଭରେ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ରାଓଙ୍କ ସଂପର୍କରେ ସୂଚନା ଦେଇଥିଲେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର କଳା ଇତିହାସ ବିଭାଗର ପ୍ରଫେସର ତଥା ବିଶିଷ୍ଟ କଳା ଐତିହାସିକ ଶ୍ରୀଯୁକ୍ତ ପ୍ରଦୋଷ ମିଶ୍ର। ତାପରେ ଚନ୍ଦ୍ରଶେଖର ରାଓ ସ୍ମୃତି ବକ୍ତୃତାକୁ ଓଡିଶାର ବିଶିଷ୍ଟ ଚିତ୍ରକର ଶ୍ରୀ ରାମହରି ଜେନା ସଚିତ୍ର ଭାବରେ ଉପସ୍ଥାପନ କରିଥିଲେ। ବକ୍ତୃତାର ବିଷୟ ଥିଲା “ଚନ୍ଦ୍ରଶେଖର ଓ ସାଂପ୍ରତିକ କଳା ଆନ୍ଦୋଳନ’। ଚନ୍ଦ୍ରଶେଖର ରାଓଙ୍କ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କକୁ ପ୍ରଥମେ ସେ ସ୍ମରଣ କରିଥିଲେ। ସେ ବିଭିନ୍ନ ପର୍ଯ୍ୟାୟରେ ଚନ୍ଦ୍ରଶେଖରଙ୍କ କଳା ଯାତ୍ରା ଉପରେ ଆଲୋଚନା କରିବା ସହ ଶିଳ୍ପୀଙ୍କର ଛାତ୍ରାବସ୍ଥାର ଲୋକ ଲୋଚନରୁ…
ନୂଆଦିଲ୍ଲୀ: ଗୁଜୁରାଟର ବରୋଦାଠାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ, ବିବାହର ଆଠ ବର୍ଷ ପରେ ଜଣେ ମହିଳା ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ୱାମୀ ଜଣେ ପୁରୁଷ ନୁହଁନ୍ତି ବରଂ ଜଣେ ମହିଳା ଅଟନ୍ତି। ଅସ୍ତ୍ରୋପଚାର କରି ସେ ତାଙ୍କର ଲିଙ୍ଗ ବଦଳାଇଛନ୍ତି। ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ବରୋଦାସ୍ଥିତ ଗୋତ୍ରି ପୋଲିସ ଷ୍ଟେସନରେ ଏ ସମ୍ପର୍କରେ ଏଫ୍ଆଇଆର୍ ଦାଖଲ କରାଯାଇଛି। ଶୀତଲ ନାମକ ଜଣେ ମହିଳା ଏହି ଏଫଆଇଆର ଦାଖଲ କରିଛନ୍ତି। ମହିଳା ଜଣକ ତାଙ୍କ ସ୍ୱାମୀ ବିଜୟ ବର୍ଦ୍ଧନଙ୍କୁ ତାଙ୍କ ସହ ଅସ୍ୱାଭାବିକ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି। ମହିଳା ବିଜୟ ବର୍ଦ୍ଧନଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ବିଜୟ ବର୍ଦ୍ଧନ ପୂର୍ବରୁ ଜଣେ ଝିଅ ଥିଲେ ଏବଂ ତାଙ୍କ ନାମ ବିଜୟତା ଥିଲା। ଶିତଲ ପୋଲିସକୁ କହିଛନ୍ତି ଯେ, ସେ ନଅ ବର୍ଷ ପୂର୍ବେ ବିଜୟ ବର୍ଦ୍ଧନଙ୍କୁ ଏକ ମେଟ୍ରୋମୋନିଆଲ ୱେବସାଇଟ ମାଧ୍ୟମରେ…
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘନିଷ୍ଠ ତଥା ବ୍ୟବସାୟିକ ସହଯୋଗୀ ହମିଦଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ତାଙ୍କୁ ଅସ୍ତ୍ର ଆଇନ ଅନୁଯାୟୀ ଗିରଫ କରାଯାଇଛି। ଗତକାଲି ଏସିବି ରେଡ ସମୟରେ ହମିଦଙ୍କ ଘରୁ ଅସ୍ତ୍ରଶସ୍ତ୍ର ଏବଂ କାର୍ଟ୍ରିଜ ଉଦ୍ଧାର କରାଯାଇଥିଲା। ତାଙ୍କ ପାଖରେ ଅସ୍ତ୍ର ଲାଇସେନ୍ସ ନଥିଲା। ଲାଇସେନ୍ସପ୍ରାପ୍ତ ବିଧାୟକ ଅମାନତୁଲ୍ଲାଙ୍କର ଅନ୍ୟ ଜଣେ ଘନିଷ୍ଠ ସହଯୋଗୀ କୌଶରଙ୍କ ଘରୁ ଏକ ଅସ୍ତ୍ର ମଧ୍ୟ ଜବତ କରାଯାଇଥିଲା। ପୋଲିସ ବର୍ତ୍ତମାନ କୌଶରଙ୍କୁ ଖୋଜୁଛି। ଗତକାଲି ବିଧାୟକ ଅମାନତୁଲ୍ଲା ଖାନଙ୍କ ସହ ଜଡିତ କେତେକ ସ୍ଥାନରେ ଏସିବି ଚଢାଉ ପରେ ତିନୋଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଅସ୍ତ୍ରଶସ୍ତ୍ର ଅଧିନିୟମ ଅନୁଯାୟୀ ଜାମିଆ ନଗରର ୫୪ ବର୍ଷିୟ ହମିଦ ଅଲି ପୁଅ ଅବଦୁଲ ଅଲିଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ହମିଦ ବିଧାୟକଙ୍କ ଘନିଷ୍ଠ। ତାଙ୍କ ଘରୁ ଏକ ବେଆଇନ ଅସ୍ତ୍ର ଏବଂ କିଛି ଜୀବନ୍ତ…

