ନୂଆଦିଲ୍ଲୀ: ପୃଥିବୀର ଜଣେ ମହାନ ରାଷ୍ଟ୍ରନେତା ତଥା ସୋଭିଏତ ଋଷର ପୂର୍ବତନ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେୋଭଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ମୁଁ ବିଂଶ ଶତାବ୍ଦୀର ଜଣେ ଅଗ୍ରଣୀ ରାଜନେତା ମାନ୍ୟବର ଶ୍ରୀ ମିଖାଇଲ୍ ଗୋର୍ବାଚେଭ, ଯିଏ କି ଇତିହାସ ସହିତ ଏକ ଅବିସ୍ମରଣୀୟ ଛାପ ଛାଡି ଯାଇଛନ୍ତି ତାଙ୍କ ପରିବାର ତଥା ବନ୍ଧୁମାନଙ୍କୁ ଆମର ଗଭୀର ସମବେଦନା ଜଣାଉଛି । ଭାରତ ସହିତ ସମ୍ପର୍କକୁ ମଜବୁତ କରିବାରେ ତାଙ୍କର ଅବଦାନକୁ ଆମେ ମନେ ପକାଉଛୁ ।”
Author: Samikhsya Bureau
ନୂଆଦିଲ୍ଲୀ: ୨୦୨୨ ଅଗଷ୍ଟ ମାସରେ ୧ ଲକ୍ଷ ୪୩ ହଜାର ୬୧୨ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି । ଏଥିମଧ୍ୟରେ ସିଜିଏସଟି ପରିମାଣ ୨୪ ହଜାର ୭୧୦ କୋଟି ଟଙ୍କା ଥିବା ବେଳେ ଏସଜିଏସଟି ପରିମାଣ ୩୦ ହଜାର ୯୫୧ କୋଟି ଟଙ୍କା ରହିଛି । ସେହିପରି ଚଳିତ ବର୍ଷ ଅଗଷ୍ଟ ମାସରେ ୭୭ ହଜାର ୭୮୨ କୋଟି ଟଙ୍କାର ଆଇଜିଏସଟି (ବସ୍ତୁ ଆମଦାନୀ ଉପରେ ୪୨ ହଜାର ୬୭ କୋଟି ଟଙ୍କାର ରାଜସ୍ୱ ସମେତ) ଏବଂ ୧୦ ହଜାର ୧୬୮ କୋଟି ଟଙ୍କାର ସେସ୍ (ବସ୍ତୁ ଆମଦାନୀ ଉପରେ ୧,୦୧୮ କୋଟି ଟଙ୍କାର ରାଜସ୍ୱ ସମେତ) ଆଦାୟ ହୋଇଛି। ଓଡ଼ିଶାରେ ଅଗଷ୍ଟ ୨୦୨୧ ତୁଳନାରେ ଅଗଷ୍ଟ ୨୦୨୨ରେ ୧୭% ଅଧିକ ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି। ଗତ ବର୍ଷ ଅଗଷ୍ଟ ମାସରେ ୩ହଜାର ୩୧୭ କୋଟି ଟଙ୍କାର ଜିଏସଟି ସଂଗୃହିତ ହୋଇଥିବା ବେଳେ ଅଗଷ୍ଟ ୨୦୨୨ରେ ୩…
ଭୁବନେଶ୍ବର: ଆଜି ହେଇଛି ନୂଆଖାଇ। ସାରା ପଶ୍ଚିମ ଓଡିଶା ବେଶ୍ ଉତ୍ସବ ମୁଖର ହୋଇଉଠିଛି। ନେତାନେତ୍ରୀଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଏହି ଗଣପର୍ବକୁ ବେଶ ଧୂମଧାମରେ ପାଳନ କରୁଛନ୍ତି। ସେହିପରି ନିଜନିଜ ସାମାଜିକ ଗଣ ମାଧ୍ୟମରେ ଅଭିନନ୍ଦନ ମଧ୍ୟ ଜଣାଉଛନ୍ତି। ସେହି ପରିପ୍ରେକ୍ଷୀରେ ପଶ୍ଚିମ ଓଡିଶା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ମଧ୍ୟ ନିଜର ଅଭିନନ୍ଦନ ଭିଡିଓ ଜାରୀ କରିଛନ୍ତି। ଏହି ଭି଼ଡିଓରେ ଶ୍ରୀମୟୀ ନୂଆଖାଇ ପରଂପରା ଉପରେ ନିଜର ମତ ରଖିଛନ୍ତି। ସମ୍ବଲପୁରୀ ଭାଷାରେ ସେ କହିଛନ୍ତି ଯେ, ନୂଆଖାଇ ଆମ ମାଟି, ସଂସ୍କୃତି, ପରଂପରା ଆଉ କୃଷିର ଏକ ପରିଚୟ। ଏହା ଭାଇଚାରାର ଏକ ପର୍ବ। ଏଥିସହିତ ଏହି ପର୍ବର ମହତ୍ବ ସହିତ ନାଚଗୀତର ସଂଯୋଗକୁ ମଧ୍ୟ ଉପସ୍ଥାପିତ କରିଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନୂଆଖାଇର ଶୁଭ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି: “ନୂଆଖାଇ ଜୁହାର୍ ! ସମସ୍ତଙ୍କୁ ଏହି ବିଶେଷ ଦିନର ହାର୍ଦ୍ଦିକ ଶୁଭେଚ୍ଛା । କଠିନ ପରିଶ୍ରମ କରି ଦେଶବାସୀଙ୍କୁ ଖାଦ୍ୟାନ୍ନ ଯୋଗାଉଥିବା ଆମର ଚାଷୀ ଭାଇ ମାନଙ୍କୁ କୃତଜ୍ଞତା ଜଣାଇବାର ଏହି ଅବସର । ଆମ ସମାଜ ପ୍ରଗତିର ନୂତନ ଶିଖରରେ ପହଞ୍ଚୁ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।”
ନୂଆଦିଲ୍ଲୀ: ୨୦୨୧-୨୨ ଖରିଫ ବିପଣନ ଋତୁରେ କେନ୍ଦ୍ରୀୟ ପୁଲ ଅନ୍ତର୍ଗତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଧାନ କ୍ରୟ ସୁଗମ ଭାବେ ଜାରି ରହିଛି । ୩୦ ଅଗଷ୍ଟ ୨୦୨୨ ସୁଦ୍ଧା ମୋଟ୍ ୮୮୧.୩୦ ଲକ୍ଷ ମେଟ୍ରିକ ଟନ୍ ପରିମାଣର ଧାନ (୭୫୯.୩୨ ଲକ୍ଷ ମେଟ୍ରିକ ଟନ ଖରିଫ ଫସଲ ଏବଂ ୧୨୧.୯୮ ଲକ୍ଷ ମେଟ୍ରିକ ଟନ୍ ରବି ଫସଲ ସାମିଲ ରହିଛି) କିଣାଯାଇଛି । ୧,୭୨,୭୩୪.୬୯ କୋଟି ଟଙ୍କାର ଏମଏସପି ମୂଲ୍ୟ ସହିତ ପ୍ରାୟ ୧୩୦.୬୫ ଲକ୍ଷ ଚାଷୀ ଲାଭବାନ ହୋଇଛନ୍ତି । ୨୦୨୨-୨୩ ରବି ବିପଣନ ଋତୁ ସମୟରେ ଗହମ କ୍ରୟ ୨୦୨୨-୨୩ ରବି ବିପଣନ ଋତୁରେ ୩୦ ଅଗଷ୍ଟ ୨୦୨୨ ସୁଦ୍ଧା ୧୮୭.୯୨ ଲକ୍ଷ ମେଟ୍ରିକ ଟନ୍ ଗହମ କିଣାଯାଇଛି । ୩୭,୮୬୬.୧୩ କୋଟି ଟଙ୍କାର ଏମଏସପି ମୂଲ୍ୟ ପ୍ରଦାନ ଦ୍ବାରା ପ୍ରାୟ ୧୭.୮୩ ଲକ୍ଷ ଚାଷୀ ଲାଭାନ୍ବିତ ହୋଇଛନ୍ତି ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ତାଙ୍କ ମାତା ଶ୍ରୀମତୀ ପାଓଲା ମାନିଓଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: “ସୋନିଆ ଗାନ୍ଧୀ ଜୀଙ୍କୁ ତାଙ୍କ ମାତା ଶ୍ରୀମତୀ ପାଓଲା ମାନିଓଙ୍କ ଦେହାନ୍ତରେ ସମବେଦନା । ତାଙ୍କର ଆତ୍ମାକୁ ଶାନ୍ତି ମିଳୁ । ଏହି ଦୁଃଖ ସମୟରେ ମୋର ଚିନ୍ତାଧାରା ସମଗ୍ର ପରିବାର ସହିତ ଅଛି ।” Condolences to Sonia Gandhi Ji on the passing away of her mother, Mrs. Paola Maino. May her soul rest in peace. In this hour of grief, my thoughts are with the entire family. — Narendra Modi (@narendramodi) August 31, 2022
ନୂଆଦିଲ୍ଲୀ: ଗତକାଲି ଥିଲା ଗଣେଶ ଚତୁର୍ଥୀ। ଏହି ଉପଲକ୍ଷେ ଚାରିଆଡେ ବେଶ ଉତ୍ସବ ମୁଖର ହୋଇ ଉଠିଥିଲା। କିଏ ପେଣ୍ଡାଲରେ କିଏ ଘରେ ପ୍ରଭୃ ଗଣେଶଙ୍କୁ ଆବହନ କରିଥିଲେ। ହେଲେ ଏହି ଗଣେଶ ପୂଜାଟି ମନ୍ତ୍ରୀ ପୀୟୁଶ ଗୋଏଲଙ୍କ ପାଇଁ ଥିଲା ସଂପୂର୍ଣ୍ଣ ସ୍ବତନ୍ତ୍ର। କାରଣ ତାଙ୍କ ଘର ଗଣେଶ ପୂଜାର ବିଶେଷ ଅତିଥୀ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତକାଲି ଗଣେଷ ପୂଜା ଦିନ ମନ୍ତ୍ରୀ ପୀୟୁଶ ଗୋଏଲଙ୍କ ଘରକୁ ପ୍ରଧାନମନ୍ତ୍ରୀ ଯାଇ ଶ୍ରୀଗଣେଷଙ୍କୁ ଆରତୀ ପ୍ରଦାନ କରିଥିଲେ। ସେ ହିନ୍ଦୁ ଧର୍ମର ପାରଂପାରିକ ପୋଷାକ ପରିଧାନ କରିଥିଲେ। ଏକ ଧଳା ଧୋତି ସହ ହାଲକା କମଳା ରଂଗର ପଂଜାବୀ ପିନ୍ଧିଥିଲେ। ଏଥସହିତ ସେ କାନ୍ଧରେ ଏକ ଗାଢ କମଳା ରଂଗର ଉତ୍ତରୀୟ ପକାଇଥିଲେ। ମୋଦୀ, ଗୋଏଲଙ୍କ ଘରକୁ ପ୍ରବେଶ ପୂର୍ବରୁ ତାଙ୍କ ଘର ଆଗରେ ଛିଡା ହୋଇଥିବା ଲୋକମାନଙ୍କୁ ସେ ଗଣେଶ ପୂଜା ଅଭିନନ୍ଦନ ଜଣାଇଥିଲେ। ଜାତୀୟ ଗଣମାଧ୍ୟମ…
ଟାଙ୍ଗୀ: ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ବିରୁଦ୍ଧରେ ଖୋର୍ଦ୍ଧା ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ଜାରି ରହିଥିବା ବେଳେ ଆଜି ଟାଙ୍ଗୀ ପୋଲିସ ଭୁଶୁଣ୍ଡପୁର ମା’ ଉଗ୍ରତାରା ରୋଡରେ ଚଢ଼ାଉ କରି ଏକାଧିକ ଚୋରା ଲଘୁ ଖଣିଜ ଦ୍ରବ୍ୟ ଗାଡ଼ି ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ ମା’ ଉଗ୍ରତାରା ରୋଡରୁ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ହେଉଥିବାର ଖବର ପାଇଥିଲେ। ସଙ୍ଗେ ସଙ୍ଗେ ଆଇଆଇସି ସଦଳବଳେ ଉକ୍ତ ସ୍ଥାନରେ ଚଢ଼ାଉ କରି ଚାରି ଗୋଟି ବେଆଇନ ମୋରମ ବୋଝେଇ ହାଇୱା ଜବତ କରିବା ସହ ଚାରି ଜଣ ଗାଡ଼ି ଚାଳକଙ୍କୁ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତି ମାନେ ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳର ବସନ୍ତ କୁମାର ପ୍ରଧାନ (୩୭), ଝାରଖଣ୍ଡ ରାଜ୍ୟ ପାଲମୁ ଜିଲ୍ଲାର ପଙ୍କଜ କୁମାର ଯାଦବ (୨୨), ଖୋର୍ଦ୍ଧା ଜିଲ୍ଲା…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ମୃତ୍ୟୁର ଦ୍ୱାର ଦେଶରୁ ଅଳ୍ପକେ ବର୍ତ୍ତିଲା ଜୀବନ। ବଂଚିଗଲେ ଦୋକାନୀ। ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ରେ ଏଭଳି ଘଟଣା ଘଟିଛି। ଗୋଟିଏ ମାଲ ବୋଝେଇ ଦ୍ରୁତଗାମୀ କଂଣ୍ଟେନର କୋଲକତାରୁ ବ୍ରହ୍ମପୁର ଯାଉଥିବା ବେଳେ ଟାଙ୍ଗୀ ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଏକ ଚା’ ଦୋକାନ ଭିତରକୁ ପସି ଯାଇଥିଲା। ତାପୂର୍ବରୁ ଚା’ ଦୋକାନୀ ଦୂରରୁ ଏସବୁ ଘଟଣା ଦେଖିପାରି ଦୋକାନ ଛାଡି ପଳାଇଯିବାରେ ସମର୍ଥ ହୋଇଥିଲେ। ଫଳରେ ତାଙ୍କର ଜୀବନ ବଂଚିଯାଇଛି। କିନ୍ତୁ ଦୋକାନୀଙ୍କର ବହୁ ଦୋକାନ ସାମଗ୍ରୀ ନଷ୍ଟ ହୋଇ ଯାଇଥିବା ଜଣା ପଡିଛି। ଅଳ୍ପକେ ବଂଚିଥିବା ଦୋକାନୀ ଜଣକ ହେଲେ ଟାଙ୍ଗୀର ଟୁଲୁ ମହାପାତ୍ର। ଖବର ପାଇ ଟାଙ୍ଗୀ ପୋଲିସ୍ ଘଟଣାସ୍ଥଳରେ ପହଂଚି କଂଣ୍ଟେନରକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ଆଜି ହେଉଛି ନୂଆଁଖାଇ। ପଶ୍ଚିମ ଓଡିଶାର ଏକ ଗଣପର୍ବ। ଏହିଦିନ ଚାଷୀ ତାହାର ନୂଆ ଫସଲ କାଟି ଅମଳ କରିଥାଏ। ଆଜିର ଦିନରେ ସେ ତାହାକୁ ଭୋଗ ଭାବେ ସେବନ କରେ। ସେଥିପାଇଁ ଏହାର ନାମକରଣ ନୂଆଁଖାଇ ବୋଲି କରାଯାଇଛି। ଏହି ଉପଲକ୍ଷେ ପରସ୍ପର ନୂଆଁଖାଇ ଜୁହାର ବୋଲି ସମ୍ବୋଧୀତ କରିଥାନ୍ତି। ଆଜିର ଏହି ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଓଡିଶା ବାସୀଙ୍କୁ ନୂଆଁଖାଇ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, “ନୂଆଖାଇ ଜୁହାର। ନୂଆଖାଇ ଅବସରରେ ମୁଁ ଓଡ଼ିଶାର ଭାଇ ଓ ଭଉଣୀ ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳର ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ସ୍ନେହ,ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଏହି ଅନନ୍ୟ ଗଣପର୍ବ ସମସ୍ତଙ୍କ ପାଇଁ ସୁଖ,ଶାନ୍ତି ଓ ସମୃଦ୍ଧି ଆଣୁ,ଏହା ମୋର ଆନ୍ତରିକ କାମନା।”
ଭୁବନେଶ୍ବର: ଆଜି ହେଉଛି ନୂଆଁଖାଇ। ପଶ୍ଚିମ ଓଡିଶାର ଏକ ଗଣପର୍ବ। ଆଜି ପୁରା ପଶ୍ଚିମ ଓଡିଶା ଉତ୍ସବ ମୁଖର ହୋଇ ଉଠିଛି। ଆଜି ଜମିରୁ ଅମଳ ହୋଇଥିବା ଫସଲକୁ ପୂଜା କରାଯାଇ ସେବନ କରାଯିବ। ଏହି ପଂରପରା ବହୁ କାଳରୁ ପଶ୍ଚିମ ଓଡିଶାରେ ପାଳିତ ହୋଇ ଆସୁଛି। ଏହିପରି ଏକ ବଡ ପର୍ବ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହି ପରିପ୍ରେକ୍ଷୀରେ ଏକ ଭିଡିଓ ଜାରୀ କରିଛନ୍ତି। ଏହି ଭିଡିଓରେ ସେ ପ୍ରଥମେ ମା ସମଲେଶ୍ବରୀଙ୍କୁ ମୁଣ୍ଡିଆ ମାରି ଅଭିନନ୍ଦନ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ନୂଆଖାଇ ଉପଲକ୍ଷେ ଓଡିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଅଭିନନ୍ଦନ। ଏହାକୁ ସେ ସମ୍ବଲପୁରୀ ଭାଷାରେ କହିଛନ୍ତି।
ଚାଣକ୍ୟ ନୀତି: କୁଶଳ ଜୀବନ ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ ନୀତି କହିଛନ୍ତି, ଯାହା ପରେ ଜଣେ ବ୍ୟକ୍ତି ସହଜରେ ସଫଳତାର ସିଡ଼ି ଚଧିପାରିବ। ଆମ ଜୀବନରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ଅତି ନିଜର। ଯେଉଁମାନେ ଆମର ସୁଖ ଏବଂ ଦୁଃଖକୁ ଆମର ବୋଲି ଭାବନ୍ତି ଏବଂ ଆମକୁ ସବୁବେଳେ ଛାଇ ପରି ସାଥିରେ ରୁହନ୍ତି, କିନ୍ତୁ ଜାଣିଶୁଣି ଆମେ ସେମାନଙ୍କ ହୃଦୟକୁ ଆଘାତ କରୁ। ଚାଣକ୍ୟ ଏପରି ଦୁଇ ଜଣଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁମାନଙ୍କ ସହିତ କେହି କେବେ ଖରପା ବକ୍ତବ୍ୟ କହିବା ଉଚିତ୍ ନୁହେଁ, ନଚେତ୍ ଜଣେ ଜୀବନ ସାରା ପଶ୍ଚାତାପ କରିବେ। ଆସନ୍ତୁ ଜାଣିବା ସେହି ଦୁଇଜଣ ବ୍ୟକ୍ତି କିଏ ଯାହାଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରାଯିବା ଉଚିତ୍ ନୁହେଁ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ବକ୍ତବ୍ୟ ଏପରି ଏକ ଜିନିଷ ଯାହା ସମ୍ପର୍କ ସୃଷ୍ଟି କରିପାରେ ଏବଂ ଭାଙ୍ଗିପାରେ। ଏହି ବିବୃତ୍ତି ମାଧ୍ୟମରେ…
ନୂଆଦିଲ୍ଲୀ, ଆମର ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ଜିନିଷ ଉଲ୍ଲେଖ କରାଯାଇଛି, ଯାହା ଆମ ଜୀବନରେ ବରଦାନ ସଦୃଶ୍ୟ ହୋଇଥାଏ। ଆମ ଜୀବନ ସୁଖ ସମୃଦ୍ଧିରେ ଭରପୂର ହୋଇଯାଏ। ଯଦି ଆପଣ ଆପଣଙ୍କ ଦିନକୁ ସଠିକ୍ ଭାବରେ ଆରମ୍ଭ କରିଛନ୍ତି, ତେବେ ଆପଣଙ୍କର ପୁରା ଦିନ ଭଲରେ ଚାଲିଥାଏ। କିନ୍ତୁ ଯଦି ଆପଣ କିଛି ଭୁଲ୍ ଜିନିଷ ଦେଖନ୍ତି ତେବେ ଦିନଟି ଖରାପ ହୋଇଯାଏ। ସକାଳେ କେଉଁ ଜିନିଷ ଦେଖିବେ, କେଉଁ ଜିନିଷ ଦେଖିବେ ନାହିଁ ୧- ଜଣେ ସକାଳେ ଉଠିବା ଏବଂ ଦର୍ପଣ ଦେଖିବା ଉଚିତ୍ ନୁହେଁ। ଯଦି ଆପଣ ଏହା କରନ୍ତି ତେବେ ଦିନସାରା ଆପଣଙ୍କ ସହିତ ନକାରାତ୍ମକ କାମ ଦେଖାଦେବ। ଯାହା ଆପଣଙ୍କୁ ଦୁଃଖ ଦେବ। ୨- ଆପଣଙ୍କ ଦିନ ଆପଣଙ୍କ ଦେବୀଙ୍କ ଉପରେ ଧ୍ୟାନ କରି ଆରମ୍ଭ କରନ୍ତୁ। ଯଦି ସୁବିଧା ଅଛି ତେବେ ଦେବୀ ଦର୍ଶନ କରନ୍ତୁ। ଏହା ଆପଣଙ୍କୁ ସକରାତ୍ମକ ଭାବରେ ପ୍ରଭାବିତ କରିବ।…
ରାଶିଫଳ: କୌଣସି କାମ ପାଇଁ ଘର ବାହାରେ ପଚରାଉଚରା କରିବେ। ଆପଣଙ୍କ ଯୋଜନା ଫଳପ୍ରଦ ହେବ। ନୂତନ ଚୁକ୍ତିନାମା ହେବ, ଚେଷ୍ଟା ଜାରି ରଖନ୍ତୁ। ଖୁସି ହେବେ। ଉତ୍ତମ ମନୋବଳ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ କରିବ। ଏହି ତିନୋଟି ରାଶି ହେଲା ତୂଳା, ମକର ଏବଂ କୁମ୍ଭ ରାଶି। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ବ୍ୟବସାୟ ଭଲ କରିବ। ଚିନ୍ତିତ ହେବେ। ଲଜ୍ଜିତ ହୁଅନ୍ତୁ ନାହିଁ। ସମସ୍ୟାର ମୁକାବିଲା କରି ଆପଣ ଲକ୍ଷ୍ୟ ହାସଲ କରିବାକୁ ସମର୍ଥ ହେବେ। ଶିକ୍ଷା ଏବଂ ଜ୍ଞାନ ବୃଦ୍ଧି ପାଇବ। ଅସମାପ୍ତ କାର୍ଯ୍ୟଗୁଡ଼ିକ ସମାପ୍ତି ହେବ। ସମ୍ପତ୍ତି କାର୍ଯ୍ୟ ପାଇଁ ଉପକୃତ ହେବେ। ଶତ୍ରୁମାନେ ପରାସ୍ତ ହେବେ। ବେକାରୀ ଦୂର ହେବ। ଭ୍ରମଣ, ଚାକିରି ଏବଂ ବିନିଯୋଗ ଲାଭଦାୟକ ହେବ। ବ୍ୟବସାୟରେ କର୍ମଚାରୀମାନଙ୍କୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ସକାଳୁ ଏକ ଭଲ ଖବର ପାଇବେ।
ମେଷ ରାଶି- ଆଜି ଧାଁ ଧପଡ ଅଧିକ ହେବ। ଖରାପ ଖବର ମିଳିପାରେ । କଥାଭାଷାରେ ନିୟନ୍ତ୍ରଣ ରଖନ୍ତୁ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ସମାଜରେ ଆପଣ କାର୍ଯ୍ୟକଳାପକୁ ସମାଲୋଚନା କରାଯିବ । ସେଠାରେ ରାଜ୍ୟ ସମର୍ଥନ ରହିବ ଏବଂ ଏହି ଅଞ୍ଚଳର ଲୋକଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ବକ୍ତବ୍ୟରେ ସଂଯମତା ରଖନ୍ତୁ । ବୃଷ ରାଶି- କଠିନ ପରିଶ୍ରମ କଲେ ସଫଳ ହେବେ। ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବ। ଲାଭ ସୁଯୋଗ ଆସିବ । ଅପବ୍ୟବହାର ହୋଇଥିବା ଅର୍ଥ ମିଳିବ । ଛାତ୍ରମାନେ ପ୍ରତିଯୋଗିତାରେ ସଫଳତା ପାଇବେ । ବ୍ୟବସାୟ ଭଲ କରିବ । କାର୍ଯ୍ୟ ନିଷ୍ପତ୍ତିକୁ ଅତି ଶାନ୍ତ ଭାବରେ ବିଚାର କରିବା ଶୁଭ ଅଟେ । ମିଥୁନ ରାଶି- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ । ଗର୍ବିତ ହେବେ । ଚାକିରିରେ ଇଚ୍ଛାକୃତ ପଦୋନ୍ନତି ପାଇବେ । ସ୍ୱାସ୍ଥ୍ୟ ପ୍ରତି…
ଖୋର୍ଦ୍ଧା: ନିଖିଳ ଉତ୍କଳ ୬୩ତମ ସ୍ବାୟତ୍ତ ଶାସନ ଦିବସ ସମାରୋହ ଖୋର୍ଦ୍ଧା ସହରସ୍ଥିତ ଜୟୀ ରାଜଗୁରୁ ଟାଉନ ହଲ ପ୍ରେକ୍ଷାଳୟରେ ପାଳିତ ହୋଇଛି। ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜନସାଧାରଣ ମାନଙ୍କୁ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ଥିବା ସଂକଳ୍ପକୁ ଆଜିର ଦିନଟି ମନେ ପକେଇ ଦେଇଥାଏ। ସହରବାସୀଙ୍କୁ ପାନୀୟ ଜଳ, ସ୍ବାସ୍ଥ୍ୟ, ବିଜୁଳି, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ସହର ସୌଦର୍ଯ୍ୟକରଣ ଭଳି ସୁବିଧା ଯୋଗାଇ ଦେବା ନିମନ୍ତେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ କହିଥିଲେ। ୫-ଟି ମାଧ୍ୟମରେ ସମସ୍ତ ଯୋଜନାର ସଫଳ ରୂପାୟନ ନିମନ୍ତେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସହରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ କହିଥିଲେ। ପାର୍କ, ପୋଖରୀ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସଂପର୍କରେ ଉଲ୍ଲେଖ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ଭାରତ ଇତିହାସରେ ସ୍ବତନ୍ତ୍ର…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ବହୁ ଆଡ଼ମ୍ବରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ କାଳରେ ରାମଧୁନ ଗାନ କରିବାସହ ପରିଷଦ କାର୍ଯ୍ୟାଳୟରେ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଅଧ୍ୟକ୍ଷାଙ୍କ ସମେତ ସମସ୍ତ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନା ରାଣୀ ପାଢ଼ୀ ଏବଂ କର୍ମଚାରୀମାନେ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହ ଜରାଶ୍ରମରେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ବିଭିନ୍ନ ୱାର୍ଡରେ ୭ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ୧୨ ଗୋଟି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ମଧ୍ୟାହ୍ନରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ସଭାରେ ଏନଏସିକୁ ସରସ ସୁନ୍ଦର କରି ଗଢିତୋଳିବା ପାଇଁ ବିଭିନ୍ନ…
ନୂଆଦିଲ୍ଲୀ: ନିଜ ଚ୍ୟାଟର ଫ୍ଲାଇଟରେ ଗଲା ବେଳେ ହଠାତ ବିଶ୍ବର ପ୍ରମୁଖ ଶିଳ୍ପପତି ଅନୀଲ ଅଗ୍ରଲାୱାଙ୍କ ନିକଟଙ୍କୁ ଜଣେ ଯୁବତୀ ଆସିଲେ। ବେଶ ଭୂଷାରୁ ଜଣାପଡୁଥିଲା ସେ ଜଣେ ପାଇଲଟ। ଯୁବତୀ ଜଣଙ୍କ ଅନୀଲ ଅଗ୍ରୱାଲାଙ୍କ ନିକଟକୁ ଆସି ନିଜର ପରିଚୟ ଦେଲା। ସେ କହିଲା ସାରେ ମୋ ନାମ ହେଉଛି ନେହା କାପୁର। ମୁଁ ଆପଣଙ୍କ କ୍ରାଏନ ବେଦାନ୍ତରେ କାମ କରୁଥିଲି। ଏବେ ଭଲ ପୋଜିସନରେ ଆଉ ଏକ କଂପାନୀରେ ଅଛି। ଏହା ଶୁଣି ଶିଳ୍ପପତି ଅନୀଲ ଅଗ୍ରୱାଲା ବେଶ୍ ଖୁସି ପ୍ରକଟ କଲେ। ନେହାଙ୍କୁ କହିଲେ ତୁମକୁ ଧନ୍ୟବାଦ। କାରଣ ତୁମେ ଆମର କଂପାନୀରେ କାମ କରି ଆଜି ଉଚ୍ଚ ସ୍ଥାନକୁ ଉନ୍ନତି ହୋଇପାରିଛ। ଏ କଥା ନିଜେ ଅନୀଲ ଅଗ୍ରୱାଲା ନିଜ ସାମାଜିକ ଗଣ ମାଧ୍ୟମରେ ଲେଖି ଜଣାଛନ୍ତି। ସେ କହିଛନ୍ତି ଯେ ଆଜି ଭାରତର ଯୁବତୀମାନେ ବେଶ୍ ଆଗକୁ ଅଗ୍ରଗତି କରି ପାରିଛନ୍ତି। ସେ କହିଛନ୍ତି…
ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ରିହାତି ଦରରେ ଚଣା (ଡାଲି) ଯୋଗାଇ ଦେବେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ମୂଲ୍ୟ ସମର୍ଥନ ଯୋଜନା (ପିଏସଏସ) ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଅଧୀନରେ କିଣାଯାଇଥିବା ଡାଲି ଷ୍ଟକରୁ କେନ୍ଦ୍ର ସରକାର ଏହି ଚଣା ରାଜ୍ୟମାନଙ୍କୁ ଯୋଗାଇ ଦେବେ। ଏହି ଡାଲିକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଉପଯୋଗ କରିବେ। ଅନ୍ୟପଟେ ବିରି, ହରଡ଼ ଓ ମସୁର ଡାଲି ପାଇଁ ପିଏସଏସ ଅଧୀନରେ ଗୁଣବତ୍ତା କ୍ରୟ ସୀମାକୁ ମଧ୍ୟ ବର୍ତ୍ତମାନର ୨୫%ରୁ ୪୦%କୁ ବଢ଼ାଇବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଅନୁମୋଦିତ ଯୋଜନାରେ, ଉତ୍ସ ରାଜ୍ୟର ନିର୍ଗମ ମୂଲ୍ୟ ଉପରେ କିଲୋ ପ୍ରତି ୮ଟଙ୍କା ରିହାତିରେ ୧୫ ଲକ୍ଷ ମେଟ୍ରିକ୍ ଟନ୍ ଚଣା…
ଭୁବନେଶ୍ବର: ଓଡିଶାର ଏକ ଗଣ ପର୍ବ ହେଉଛି ନୂଆଁଖାଇ, ଯାହା ପଶ୍ଚିମ ଓଡିଶାରେ ବିଶେଷ ଭାବେ ପାଳିତ ହେଉଛି। ଏହି ପର୍ବଟି ଧାନ ଅମଳର ଖୁସିରେ ଚାଷୀମାନେ ପାଳନ କରିଥାନ୍ତି। ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ। ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ କୁହାଯାଏ। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା ‘ତିଥି’ ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ। ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ।…
ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବ ମେକ ଇନ ଓଡିଶାର ପୂର୍ବ ପ୍ରସ୍ତୁତି ବୈଠକ। ଏହି ବୈଠକ ଦିଲ୍ଲୀର କନଟ ପ୍ଲେସରେ ଥିବା ହୋଟେଲ ଲା ମିରିଡିୟାନରେ ଆୟୋଜିତ ହୋଇଛି। ଏହି ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି। ଏହି ବୈଠକରେ ୧୬ଟି ଦେଶର ଆମ୍ବାସଡରଙ୍କ ସହ ନବୀନ ଆଲୋଚନା କରିବେ। ସେଠାର ଥିବା ପ୍ରମୁଖ ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶା କ୍ଷେତ୍ର କିପରି ପ୍ରକୃଷ୍ଠ ତାହା ଆମ୍ବାସଡରଙ୍କୁ ଅବଗତ କରାଇବେ। ଏଥିପାଇଁ ଶିଳ୍ପ ବିଭାଗର ଏକ ଟିମ ନୂଆ ଦିଲ୍ଲୀ ଗସ୍ତ କରି ଏହାର ପ୍ରସ୍ତୁତି କରିଛନ୍ତି। ଆସନ୍ତା ନଭେମ୍ବର 30 ରୁ ଡିସେମ୍ବ 4 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରେ ହେବ ମେକ ଇନ ଓଡିଶା କନକ୍ଲେଭ। ଏହା ପୂର୍ବରୁ ଆଉ ଦୁଇଟି କନକ୍ଲେଭ ଆୟୋଜିତ ହୋଇଯାଇଛି। ଯେଉଁଥିରେ ମୁକେଶ ଆମ୍ବାନୀ, ରୀତେଶ ଅଗ୍ରୱାଲା ପରି ଶିଳ୍ପପତିମାନେ ଯୋଗ…

