ଭୁବନେଶ୍ବର: ବଗିଚା କାହାକୁ ବା ଭଲ ନ ଲାଗେ। ଯଦିଓ ଆମ ସହରୀ ଜୀବନରେ ଜାଗାର ଅଭାବ ହେତୁ ଆମେ ବଗିଚା କରିପାରୁନାହିଁ, କିନ୍ତୁ କିଚେନ୍ ଗାର୍ଡେନ୍ କରୁଛୁ। ବାଲ୍କୋନୀ ହେଉ ଅଥବା ଟେରେସ୍ ସବୁଠି କୁଣ୍ଡ କିମ୍ବା ଅନ୍ୟ ଉପାୟରେ ଗଛ ଲଗାଉଛୁ। ଆଜିକାଲି ଘର ଭିତରେ ଗଛ ଲଗାଇ ତାକୁ ଏକ ସୁନ୍ଦର ସାଜସଜ୍ଜା ଦିଆଯାଇପାରୁଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଗଛ ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧି ରହିଥାଏ। ମାତାଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ଯଦି ଆପଣ ଘରେ ବଗିଚା ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣ ପ୍ରଥମେ କଦଳୀଗଛ ହିଁ ଲଗାନ୍ତୁ। କଦଳୀ ଗଛ ବହୁତ ଉପକାରୀ। ଏହାର ଯେତିକି ଉପକାରୀ ଏହି ଗଛ ଲଗାଇବା ଦ୍ବାରା ଘରେ ସୁଖ ଶାନ୍ତି ରହିଥାଏ। ତୁଳସୀ ଗଛ ପବିତ୍ର ଓ ପୂଜନୀୟ। ସମସ୍ତେ ଘରେ ଘରେ ତୁଳସୀ ଗଛ ଲଗାଇଥାନ୍ତି। ତୁଳସୀ ପୂଜନ ତ ସମେସ୍ତ…
Author: Samikhsya Bureau
ବାସ୍ତୁଶାସ୍ତ୍ର: ଗଣେଶ ଚତୁର୍ଥୀକୁ ବର୍ତ୍ତମାନ ଗଣେଶୋତ୍ସବ ଭାବରେ ପାଳନ କରାଯାଉଛି। ଗଣେଶ ମୂର୍ତ୍ତିର ବିସର୍ଜ୍ଜନ ଅନନ୍ତ ଚତୁର୍ଦ୍ଦଶୀ ରୀତିନୀତିରେ କରାଯିବ। କିଛି ଲୋକ ଗଣେଶ ମୂର୍ତ୍ତିଙ୍କୁ ଏପରି ସମୟରେ ନିଜ ଘରକୁ ଆଣିଥା’ନ୍ତି କିମ୍ବା ସେମାନଙ୍କୁ ନିଜ ସମ୍ପର୍କୀୟଙ୍କୁ ଉପହାର ଦିଅନ୍ତି। ଘରେ ଶ୍ରୀ ଗଣେଶ ଜୀ ପ୍ରତିମା ଆଣିବା କିମ୍ବା ଉପହାର ଦେବା ପୂର୍ବରୁ ନିଶ୍ଚିତ ଭାବରେ ଏହି ବାସ୍ତୁ ଶାସ୍ତ୍ର ନିୟମ ଜାଣନ୍ତୁ। ଘରେ ଗଣେଶ ପ୍ରତିମା ରଖିବାର ନିୟମ: ଶୟନ କକ୍ଷରେ ଶ୍ରୀ ଗଣେଶ ପ୍ରଭୁଙ୍କର ମୂର୍ତ୍ତି ରଖନ୍ତୁ ନାହିଁ: ବାସ୍ତୁ ଶାସ୍ତ୍ରୀଙ୍କ ନିୟମ ଅନୁଯାୟୀ ଭଗବାନ ଶ୍ରୀ ଗଣେଶଙ୍କର ପ୍ରତିମାକୁ ଶୋଇବା ଘରେ ରଖନ୍ତୁ ନାହିଁ। କୁହାଯାଏ ଯେ, ଭଗବାନ ଶ୍ରୀ ଗଣେଶ ପ୍ରତିମାଙ୍କୁ ଶୋଇବା ଘରେ ରଖିବା କିମ୍ବା ବାଥରୁମ କାନ୍ଥରେ ଟାଙ୍ଗିବା ଦାମ୍ପତ୍ୟ ଜୀବନରେ ଅସନ୍ତୋଷ ସୃଷ୍ଟି କରିଥାଏ। ଭଗବାନ ଶ୍ରୀ ଗଣେଶଙ୍କର ନୃତ୍ୟ ପ୍ରତିମା: ଭଗବାନ ଗଣେଶଙ୍କର ଏକ ନୃତ୍ୟ ପ୍ରତିମା କିଣିବା ଉଚିତ୍…
ମେଷ- ଏହି ରାଶିର ଲୋକଙ୍କ ଦାୟିତ୍ଵ ସହିତ ଅନେକ ଲୋକଙ୍କୁ ପରାମର୍ଶ ଦେବାକୁ ପଡିପାରେ। ଆପଣ ଅଫିସ୍ କାର୍ଯ୍ୟରେ ସଫଳତା ପାଇପାରିବେ। ଆପଣ ଘରୁ କାର୍ଯ୍ୟର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ସକ୍ଷମ ହେବେ। ସରକାରୀ ପରିସ୍ଥିତି ବିଷୟରେ କଥାବାର୍ତ୍ତା, କାର୍ଯ୍ୟଭାର ଅଧିକ ହେବ। ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତିର ତ୍ରୁଟି ସମସ୍ୟା ସୃଷ୍ଟି କରିପାରେ। ବ୍ୟବସାୟୀମାନଙ୍କୁ ଏକ ଚାପଗ୍ରସ୍ତ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ଧୈର୍ଯ୍ୟ ରଖନ୍ତୁ। କର୍ମଚାରୀମାନଙ୍କୁ ଭଲ ବ୍ୟବହାର କରନ୍ତୁ। ଛାତ୍ରମାନଙ୍କ ପାଇଁ ଆଜି ଏକ ଭଲ ଦିନ। ଅଧ୍ୟୟନ ଉପରେ ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ସମ୍ବନ୍ଧରେ, ଯେକୌଣସି ପ୍ରକାରର ଅସାବଧାନତା ଭାରୀ ହୋଇପାରେ। ପରିବାରର ପ୍ରତ୍ୟେକ କାର୍ଯ୍ୟରେ ଅଭାବ ଖୋଜିବା ମହଙ୍ଗା ପଡିପାରେ। ମିଥୁନ- ଆଜି ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ହେବ। ମନୋବଳ ଭାଙ୍ଗନ୍ତୁ ନାହିଁ। ଆହ୍ଵାନକୁ ସମ୍ମୁଖୀନ କରନ୍ତୁ। ଗ୍ରହମାନଙ୍କର ଗତିବିଧି କାର୍ଯ୍ୟରେ ବାଧା ସୃଷ୍ଟି କରିବ। ଅଫିସ୍ କାମ ହେତୁ ଅଧିକ ଚାପଗ୍ରସ୍ତ ହୁଅନ୍ତୁ ନାହିଁ। ଏକ ଯୋଜନା ପ୍ରସ୍ତୁତ କରି…
ଭୁବନେଶ୍ୱର: ଆଜି ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ରାଇବଣିଆ ଫୋର୍ଟ(କିଲ୍ଲା) ପରିଦର୍ଶନ କରି ସେଠାରେ ସ୍ଥିତି ଅନୁଧ୍ୟାନ ପୂର୍ବକ ଏହି ପୁରାତନ କିଲ୍ଲାର ସଂରକ୍ଷଣ ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମନ୍ତ୍ରୀ ଶ୍ରୀ ପାତ୍ର ଆଜି ପ୍ରସିଦ୍ଧ ଲେଖକ ସ୍ୱର୍ଗତ ପଦ୍ମଭୂଷଣ ମନୋଜ ଦାସ ଓ ପ୍ରଖ୍ୟାତ ଐତିହାସିକ ଡ. ମନ୍ମଥ ନାଥ ଦାସଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସେମାନଙ୍କର ପୈତୃକ ଗ୍ରାମ ଭୋଗରାଇ ବ୍ଲକର ଶଙ୍ଖାରୀଗ୍ରାମ ଗସ୍ତ କରି ନିର୍ମାଣ ହେବାକୁ ଥିବା ମନ୍ମଥ-ମନୋଜ ମେମୋରିଆଲ ମ୍ୟୁଜିୟମର କାର୍ୟ୍ୟ ସଂପର୍କରେ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ଗସ୍ତ ସମୟରେ ଭୋଗରାଇ ବିଧାୟକ ତଥା ବାଲେଶ୍ୱର ଜ଼ିଲ୍ଲା ଯୋଜନା କମିଟି ଅଧକ୍ଷ ଶ୍ରୀ ଅନନ୍ତ ଦାସ, ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି…
ଭୁବନେଶ୍ୱର: ଆଜି ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରି କଲେଜରେ ୨୭୪ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ଇଂରାଜୀରେ ୧୫୬ ଜଣ , ରାଜନୀତି ବିଜ୍ଞାନରେ ୧୧୭ ଜଣ ଏବଂ ଗଣିତରେ ଜଣକୁ ନିଯୁକ୍ତି ଦିଆଯାଇଛି । ଲୋକସେବା ସମ୍ମିଳନୀ କକ୍ଷରେ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ନବ ନିଯୁକ୍ତ ଅଧ୍ୟାପକଙ୍କୁ ଦିଗ୍ଦର୍ଶନ ଦେଇଥିଲେ। ସମାଜର ପରିବର୍ତ୍ତନ ପାଇଁ ଓଡ଼ିଶାକୁ ଦାୟିତ୍ୱବାନ ଯୁବବର୍ଗ ଆବଶ୍ୟକ। କେବଳ ପୁସ୍ତକ ପାଠ୍ୟକ୍ରମ ମଧ୍ୟରେ ପିଲାଙ୍କୁ ସୀମିତ ନରଖିବାକୁ ନବନିଯୁକ୍ତ ଅଧ୍ୟାପକଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ସାମାଜିକ- ରାଜନୈତିକ ପ୍ରସଙ୍ଗ ନେଇ ପିଲାଙ୍କୁ ବୁଝାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଚ୍ଚଶିକ୍ଷାରେ ଓଡିଶା ବର୍ତ୍ତମାନ ଏକ ଅଗ୍ରଣୀ ରାଜ୍ୟ। ଏହା ବାସ୍ତବରେ ଉଚ୍ଚଶିକ୍ଷାର ଏକ କେନ୍ଦ୍ର ପାଲଟିଛି ଯେଉଁଥିରେ ବୈଷୟିକ ଜ୍ଞାନ କୈଶଳ ଏବଂ…
ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ବାଣିଜ୍ୟ କର ତଥା ଜି.ଏସ୍.ଟି କମିଶନର ଭାବେ ଆଜି ଅପରାହ୍ନରେ କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ବାଣିଜ୍ୟ କର ଭବନ କାର୍ଯ୍ୟାଳୟରେ ଶ୍ରୀ ସିଂହ ପହଞ୍ଚିବା ପରେ ସେଠାରେ ସ୍ୱତନ୍ତ୍ର ଆୟୁକ୍ତ ଶ୍ରୀ ମାନଭଞ୍ଜନ ଆଚାର୍ଯ୍ୟ ଏବଂ ଶ୍ରୀ କୁଞ୍ଜ ବିହାରୀ ପଣ୍ଡା, ଅତିରିକ୍ତ ଆୟୁକ୍ତ ଶ୍ରୀମତୀ ବନିତା ଦାସ, ଶ୍ରୀ ସଦାଶିବ ପଣ୍ଡା, ଶ୍ରୀ ଦୀପଙ୍କର ସାହୁ ଏବଂ ନିହାର ରଞ୍ଜନ ନାୟକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ସ୍ୱାଗତ ଜଣାଇଥିଲେ। ଶ୍ରୀ ସିଂହ ବିଭାଗୀୟ କାର୍ଯ୍ୟପଦ୍ଧତି ସମ୍ବନ୍ଧରେ ପଚାରି ବୁଝିଥିଲେ। ପରେ ପରେ ଶ୍ରୀ ସିଂହ ଅଧିକାରୀମାନଙ୍କ ସହ ଏକ ବୈଠକରେ ମିଳିତ ହୋଇଥିଲେ। ବାଣିଜ୍ୟକର ତଥା ଦ୍ରବ୍ୟ ଓ ସେବାକର ବିଭାଗୀୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ଏହାର ସୁଫଳ ଯେପରି ଉପଭୋକ୍ତାମାନେ…
ବାଲି: ଜି-୨୦ ଶିକ୍ଷା ମନ୍ତ୍ରୀ ମାନଙ୍କ ବୈଠକ ପୂର୍ବରୁ ଆଜି ଇଣ୍ଡୋନେସିଆର ବାଲି ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବ୍ରାଜିଲର ଶିକ୍ଷା ମନ୍ତ୍ରୀ ଭିକ୍ଟୋର ଗୋଡୋଏ ଓ୍ୱେଗାଇସଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦେଶ ମଧ୍ୟରେ ଶିକ୍ଷା, ଉଦ୍ୟମିତା, ଗବେଷଣା ଓ ନବସୃଜନ କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ବୈଠକରେ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଉଭୟ ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଜଏଣ୍ଟ ଓ୍ୱାର୍କିଂ ଗ୍ରୁପର ପୁନରୁଦ୍ଧାର କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି। ଉର୍ଜା ସୁରକ୍ଷା, ପରିବେଶ ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟସେବା, ପାରମ୍ପରିକ ଔଷଧ, ଯୋଗ, ଆୟୁର୍ବେଦ ଏବଂ ଡ଼ିଜଟାଲ ଟେକ୍ନୋଲୋଜି ଭଳି କ୍ଷେତ୍ରରେ ଗବେଷଣାକୁ ଅଧିକ ମଜବୁତ୍ କରିବା ଦିଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ଉଭୟ ଦେଶର ଉଚ୍ଚ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଜିଲ୍ଲାରେ ବନ୍ୟା ପରବର୍ତ୍ତି ସ୍ଥିତିର ସମୀକ୍ଷା କରିଛନ୍ତି। ଓସୱାନ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାର ବନ୍ୟାଞ୍ଚଳରେ ପାନୀୟ ଜଳ,ସ୍ବାସ୍ଥ୍ୟ, ସଡକ ପଥ, ବିଦ୍ୟୁତ ସଂଯୋଗ ପୁନଃ କାର୍ଯ୍ୟକ୍ଷମ କରିବା ସହ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି। ଏଭଳି ଅଭିଯୋଗ ଆସିବା ପରେ ଯାଞ୍ଚ କରି ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କ୍ଷତିଗ୍ରସ୍ତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଆଜି ତୁରନ୍ତ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୟକ୍ଷତି ଆକଳନ ସମୟରେ ଯୋଗ୍ୟ ହିତାଧିକାରୀ ଯେପରି କ୍ଷତିପୂରଣ ପାଇବାରୁ ବଞ୍ଚିତ ନହୁଅନ୍ତି ଏବଂ ଅଯୋଗ୍ୟ ବ୍ୟକ୍ତି କ୍ଷତିପୂରଣ ପାଇବା ତାଲିକାଭୁକ୍ତ ନହେବାକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପୂର୍ବରୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧-୨ରେ କେରଳ ଓ କର୍ଣ୍ଣାଟକ ଗସ୍ତ କରିବେ। ଅପରାହ୍ନ ଛଅଟା ବେଳେ ପ୍ରଧାନମନ୍ତ୍ରୀ କୋଚିନ ବିମାନ ବନ୍ଦର ନିକଟବର୍ତ୍ତୀ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମଭୂମୀ କାଲାଡୀ ଗ୍ରାମ ପରିଦର୍ଶନ କରିବେ। ପ୍ରଧାନମନ୍ତ୍ରୀ କୋଚିନ ବନ୍ଦରରେ ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୯ଟାରେ ଭାରତର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଜାହାଜ ଆଇଏନଏସ ବିକ୍ରାନ୍ତକୁ ସେନାରେ ସାମିଲ କରିବେ। ସେହିଦିନ ଅପରାହ୍ନ ସାଢ଼େ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ୩୮୦୦ କୋଟି ଟଙ୍କା ବ୍ୟୟରେ ମାଙ୍ଗାଲୁରୁଠାରେ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। କୋଚିରେ ପ୍ରଧାନମନ୍ତ୍ରୀ ବିଶେଷ କରି ରଣନୀତିକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରତାର ଜଣେ ବିଶିଷ୍ଟ ପ୍ରସ୍ତାବକ ରହି ଆସିଛନ୍ତି। ଆତ୍ମନିର୍ଭରଶୀଳତାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ସେନାରେ ସାମିଲ କରିବେ। ଭାରତୀୟ ନୌସେନାର ନିଜସ୍ୱ ଯୁଦ୍ଧପୋତ ବ୍ୟୁରୋ ଦ୍ୱାରା ଏହାର ପରିପାଟୀ…
ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହା ଫଳରେ ଗଞ୍ଜାମ ଜିଲ୍ଲାରେ ସରକାରୀ ଆଇଟିଆଇ ସଂଖ୍ୟା ୬ରେ ପହଞ୍ଚିଲା। ପୂର୍ବରୁ ଛତ୍ରପୁର, ପୁରୁଷୋତ୍ତମପୁର, ବ୍ରହ୍ମପୁର, ଶେରଗଡ ଓ ହିଞ୍ଜିଳିକାଟୁରେ ଗୋଟିଏ ଲେଖାଏ ସରକାରୀ ଆଇଟିଆଇ କାର୍ଯ୍ୟ କରୁଛି। ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ଦ୍ବାରା ସେ ଅଞ୍ଚଳର ଜନସାଧାରଣ ବହୁ ଦିନର ଦାବୀ ପୂରଣ ହୋଇପାରିଛି।
ଖୋର୍ଦ୍ଧା: ସଚେତନତା ଅଭାବରୁ ଆଜି ମଧ୍ୟ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ସମାଜରେ ବଞ୍ଚି ରହିଛି। ପିତାମାତା ଏବଂ ସମ୍ପର୍କୀୟ ମାନେ କେତେବେଳେ ପରମ୍ପରା ନାମରେ ତ ପୁଣି କେତେବେଳେ ଦାରିଦ୍ର୍ୟତା କାରଣରୁ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ସେମାନଙ୍କୁ ଅକାଳ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି। ବିବାହ ଯୋଗ୍ୟ ବୟସ ପୂର୍ବରୁ ମାତୃତ୍ବ ଲାଭ କରି ଅକାଳରେ ଝଡି ଯାଉଛନ୍ତି ଅନେକ କିଶୋରୀ ବାଳିକା। ଖୋର୍ଦ୍ଧା ଜିଲ୍ଲାରେ ଏଭଳି କୁଶ୍ଚିତ ପ୍ରଥାର ବିଲୋପ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ସଚେତନତା ଭ୍ରାମ୍ୟମାଣ ରଥର ଶୁଭାରମ୍ଭ ହୋଇଛି। ଏହି ସଚେତନତା ରଥକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ସବୁଜ ପତାକା ଦେଖାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୁଭାରମ୍ଭ କରିଥିଲେ। ବାଲ୍ୟ ବିବାହକୁ ନା ସ୍କୁଲ ଯିବାକୁ ହଁ କହିବା, ବାଲ୍ୟ ବିବାହ ବନ୍ଦ କରିବା, ଲିଙ୍ଗଗତ ଭେଦଭାବ ଦୂର…
ନୂଆଦିଲ୍ଲୀ: ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସାଂସଦ ଏ ବର୍ଷର ତାଙ୍କର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ କ୍ରମେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଯେପରି ସ୍ୱାସ୍ଥ୍ୟ ଶିବିର, ପ୍ରଧାନମନ୍ତ୍ରୀ ଜନ ଔଷଧି ପରିଯୋଜନା ଏବଂ ସଂଗଠନ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ଭୁବନେଶ୍ୱରରେ ନାଇଜରଠାରେ ନିର୍ମାଣ ହେବାକୁ ଥିବା କ୍ୟାନସର ହସ୍ପିଟାଲ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବହୁ ଉପଦେଶ ଦେବା ସହ ସାଂସଦଙ୍କୁ ମାର୍ଗଦର୍ଶନ କରିଥିଲେ।
ନୂଆଦିଲ୍ଲୀ: ଆଜି ରାଜ୍ୟସଭାର ବିଜେଡି ସଂସଦୀୟ ଦଳ ନେତା ଡ ସସ୍ମିତ ପାତ୍ର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧଡଖରଙ୍କୁ ସାକ୍ଷାତ କରିଛନ୍ତି। ସେ ନୂଆଦିଲ୍ଲୀସ୍ଥିତ ଉପରାଷ୍ଟ୍ରପତି ଭବନରେ ତାଙ୍କୁ ଆଜି ଅପରାହ୍ନରେ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ବେଳେ ସେ ରାଜ୍ୟସଭାରେ ବିଜେଡି କିପରି ଶୃଙ୍ଖଳିତ ଭାବେ କାର୍ଯ୍ୟ କରୁଛି ତାହା ଉପସ୍ଥାପିତ କରିଥିଲେ। ଏହି ସାକ୍ଷାତ ଅବସରରେ ଉପରାଷ୍ଟ୍ରପତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଧନ୍ୟବାଦ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସସ୍ମିତ ରାଜ୍ୟସଭାରେ ବିଜେଡି ତାହାର ପ୍ରଦର୍ଶନ ଭଲ କରିବ ବୋଲି ଉପରାଷ୍ଟ୍ରପତିଙ୍କୁ କହିଥିଲେ। ଏହି ଅବସରରେ ସାଂସଦ ସସ୍ମିତ ପାତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ପୁସ୍ତକ ‘ଟଲ ମ୍ୟାନ’ ଉପହାର ଦେଇଥିଲେ।
ମୁମ୍ବାଇ/ଭୁବନେଶ୍ବର: ସୋମବାର ରିଲାଏନ୍ସ ଏଜିଏମ୍ ୨୦୨୨ ରେ ‘ଜିଓ ଏୟାର ଫାଇବର’ ଘୋଷଣା କରାଯାଇଛି। ଜିଓ ରିଲାଏନ୍ସର ନୂଆ ଅଧ୍ୟକ୍ଷ ଆକାଶ ଆମ୍ବାନୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହା ହେଉଛି 5G ଅଲଟ୍ରା-ହାଇ ସ୍ପିଡ୍ ଫିକ୍ସଡ୍ ବ୍ରଡବ୍ୟାଣ୍ଡ ହଟସ୍ପଟ। ବିନା କୌଣସି ତାରରେ ଏହା ଫାଇବର ପରି ଗତି ବିତରଣ କରିବାରେ ସକ୍ଷମ ହେବ। ଗିଗାବାଇଟ-ସ୍ପିଡ ଇଣ୍ଟରନେଟ ବିତରଣ କରିବା ପାଇଁ ଏହି ଉପକରଣକୁ ଘରେ କିମ୍ବା ଅଫିସରେ ରଖାଯାଇପାରିବ ବୋଲି ଆକାଶ ଅମ୍ବାନୀ କହିଛନ୍ତି। ଜିଓ ଏୟାର ଫାଇବର ହେଉଛି ଏକ ୱାରଲେସ ପ୍ଲଗ୍ ଏବଂ ପ୍ଲେ 5G ହଟସ୍ପଟ୍ ଯାହା ଘର କିମ୍ବା ଅଫିସରେ ସ୍ଥାପନ ହୋଇପାରିବ। ଏଜିଏମ ୨୦୨୨ ସମୟରେ ଏହି ଡିଭାଇସକୁ ପ୍ରଦର୍ଶିତ କରାଯାଇଥିଲା। ଏହାକୁ ଯେକୈଣସି ସ୍ଥାନରେ ପ୍ଲଗ୍ କରି ସୁଇଚ୍ ମାରିଲେ ଏହା କାର୍ଯ୍ୟକାରୀ ହେବ। ଏଥିରେ କୌଣସି ତାର ଭିଡିବାକୁ ପଡିବା ନାହିଁ। ଏଥିରେ ଉପଭୋକ୍ତାମାନେ ୱାରଲେସ…
ଭୁବନେଶ୍ଵର: ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ବାଦଶ, ଦଶମ ତଥା ଜେଇଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରଠାରେ ଅନୁଷ୍ଟିତ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଥିଲେ। ଓଡିଶାର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟର ପ୍ରତି ବ୍ଲକ୍ରେ ତଥା ଭୁବନେଶ୍ବରରେ ଗୋଟିଏ Iconic ଆଦର୍ଶ ସ୍କୁଲ ରହିଛି। CBSE ଢାଞ୍ଚାରେ ଏହି ସ୍କୁଲ ମାନଙ୍କରେ ହଷ୍ଟେଲ ସୁବିଧା ସହିତ ପାଠ ପାଢାଯାଉଛି। ଆଜି ସମ୍ବର୍ଦ୍ଧିତ ହୋଇଥିବା କୃତୀ ଛାତ୍ରଛାତ୍ରୀ ମାନେ ହେଲେ ମୟୁରଭଂଜ ଜିଲ୍ଲାର ଝରଗାଁ ଆଦର୍ଶ ବିଦ୍ୟାଳୟର ଆଦର୍ଶ ସାହୁ, କୋରାପୁଟ ଜିଲ୍ଲାର କୋଟପାଡ ଆଦର୍ଶ ବିଦ୍ୟାଳୟର ଓମ୍ ଆର୍ୟାନ ବିଶ୍ବାଳ, ଗଞ୍ଜାମ ଜିଲ୍ଲାର ପିତାପଲ୍ଲୀ ଆଦର୍ଶ ବିଦ୍ୟାଳୟର ଉତ୍କଳ ପଟ୍ଟନାୟକ, କଳାହାଣ୍ଡି ଜିଲ୍ଲାର ମଶାଣିମୁଣ୍ଡା ଆଦର୍ଶ ବିଦ୍ୟାଳୟର ଦିବେନ୍ଦୁ ସାହାନାଇ, କେନ୍ଦୁଜର ଜିଲ୍ଲାର ସାଳପଡା ଆଦର୍ଶ ବିଦ୍ୟାଳୟର ହେମନ୍ତ ବେହେରା, ଗଞ୍ଜାମ ଜିଲ୍ଲାର ସୋରଡା ଆଦର୍ଶ ବିଦ୍ୟାଳୟର ଶୁଭମ…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୈଧ ମାପ ବିଜ୍ଞାନ ବିଭାଗ ଜରିଆରେ ଓଜନ ଓ ମାପନ ଉପକରଣ ନିର୍ମାତା ଓ ରପ୍ତାନିକାରୀ ମାନଙ୍କୁ ୬୩ଟି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏସବୁ ନୋଟିସ ଜରିଆରେ ସେମାନଙ୍କ ଠାରୁ ଅନୁପାଳନ ବିବରଣୀ ମଗାଯାଇଛି। ବିଶେଷ କରି ଇ-କମର୍ସ ପ୍ଲାଟଫର୍ମରେ କାରବାର କରୁଥିବା ଉତ୍ପାଦନକାରୀ/ ରପ୍ତାନିକାରୀ/ ବିକ୍ରେତାମାନଙ୍କ ଠାରୁ ମଡେଲର ଅନୁମୋଦନ, ଉତ୍ପାଦନ, ରପ୍ତାନିକାରୀ/ ଡିଲର ଲାଇସେନ୍ସ ଏବଂ ଓଜନ ନିକିତି ଯାଞ୍ଚର ବିବରଣୀ ମଗାଯାଇଛି। କେତେକ ଓଜନ ଓ ମାପନ ଉପକରଣ ଉତ୍ପାଦନକାରୀ/ରପ୍ତାନିକାରୀମାନେ ଆଇନରେ ଥିବା ବ୍ୟବସ୍ଥାକୁ ପାଳନ ନକରି ମଣିଷ ଓଜନ ମେସିନ ଏବଂ ରୋଷେଇ ଘର ପାଇଁ ବ୍ୟବହୃତ ନିକିତି ଆଦି ବିକ୍ରି କରୁଛନ୍ତି। ଇ-କମର୍ସ ସାଇଟରେ ଏଭଳି ଅନଧିକୃତ ଭାବେ ବିକ୍ରି କାରଣରୁ କେବଳ ଗ୍ରାହକମାନେ ଉଚିତ୍ ସେବାରୁ ବଞ୍ଚିତ ହେଉନାହାନ୍ତି ବରଂ ସରକାର ମଧ୍ୟ ରାଜସ୍ୱ କ୍ଷତି ସହୁଛନ୍ତି। ଗ୍ରାହକମାନଙ୍କ ହିତ ରକ୍ଷା ଏବଂ ସଂରକ୍ଷଣ ନିମନ୍ତେ,…
ଭୁବନେଶ୍ୱର: ଚଳିତ ଖରିଫ ଚାଷରେ ୩୫ ଲକ୍ଷ ହେକ୍ଟର ଧାନଚାଷରୁ ଲଘୁଚାପ ଜନିତ ଅତିଶୟ ବର୍ଷା ଓ ବନ୍ୟାଦ୍ୱାରା ପାଖାପାଖି ୧୫ ଲକ୍ଷ ହେକ୍ଟର ଚାଷଜମିର ଧାନ ତଳି ସମ୍ପୂର୍ଣ୍ଣ ଧୋଇ ଯିବା ସହ ୫ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଅଣଧାନ ଓ ପନିପରିବା ପ୍ରଭୃତି ବ୍ୟାପକ ଭାବେ ନଷ୍ଟ ହୋଇଛି । ଫଳରେ ଚାଷୀ ବିପନ୍ନ ଓ ଦୁସ୍ଥିତିରେ ଥିବା ବେଳେ ସରକାର ଅଦ୍ୟାବଧି ନିରବଦ୍ରଷ୍ଟା । ଏବେ ଚାଷୀଙ୍କୁ ସରକାର ପ୍ରତିଶ୍ରୁତି ଦେବା ଓ ସହାୟତା ଘୋଷଣା କରିବା କେବଳ ପ୍ରଚାର ଓ ପ୍ରସାର ସର୍ବସ୍ୱ ନ ହୋଇ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବା ଏକାନ୍ତ ଜରୁରୀ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ସରକାରଙ୍କୁ ଚେତେବନୀ ଦେଇଛନ୍ତି । ଯେଉଁ ଅଞ୍ଚଳରେ ଚାଷୀ ଫସଲ ବୀମାଭୁକ୍ତ କରିଛନ୍ତି ଏବଂ ଚାଷର…
କଟକ: ଆଜି ଭିଜିଲାନ୍ସ ଜଣେ ଡିଏସପି ଇନଚାର୍ଯ୍ୟଙ୍କୁ ରଙ୍ଗ ହାତରେ ଧରିଛି। ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ସଦର ଥାନାରେ କାର୍ଯ୍ୟରତ ଅଭିନବ ଡାଳୁଅ। ସେ ଜଣେ ବ୍ୟବସାୟୀଙ୍କଠାରୁ 30 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି। ତାଙ୍କ ହାତରୁ ଏହି ଟଙ୍କା ଜବତ କରାଯିବା ସହିତ 8ଟି ସ୍ଥାନରେ ଏକକାଳୀନ ଚଢାଉ ଜାରୀ ରହିଛି। ଘଟଣାରୁ ଜଣାପଡିଛି ଯେ, ଅଭିନବ ଜଣେ କୋଇଲା ପରିବହନ ବ୍ୟବସାୟୀଙ୍କୁ ଧମକ ଚମକ ଦେଉଥିଲେ। ଟଙ୍କା ନ ଦେଲେ ସେ ତାଙ୍କର ପରିବହନ ବନ୍ଦ କରିଦେବେ ବୋଲି କହୁଥିଲେ। ଏଥିରେ ବ୍ୟବସାୟୀ ଡରି ତାଙ୍କୁ ପୂର୍ବରୁ 15 ହଜାର ଟଙ୍କା ଦେଇଥିଲେ। ହେଲେ ସେଥିରେ ସେ ସନ୍ତୁଷ୍ଠ ହେଲେ ନାହିଁ। ପୁଣି ଟଙ୍କା ମାଗିଲେ। ଏଥରେ ସେ 30 ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
କଟକ: ଜଣେ ସ୍କୁଲ ଶିକ୍ଷକଙ୍କର ବକେୟା ରାଶି ପ୍ରଦାନ କରିବା ପାଇଁ ବିଇଓ ଖେଳ ଖେଳୁଥିଲେ। କହିଲେ ଟଙ୍କା ନ ଦେଲେ ବକେୟା ପ୍ରଦାନ ହେବ ନାହିଁ। ଆଲୋଚନାରେ କଥା ଛିଣ୍ଡିଲା 60 ହଜାର ଟଙ୍କା ନେବେ। ସେହି ଅନୁସାରେ ପ୍ରଥମେ ସେ 15 ହଜାର ଟଙ୍କା ନେବେ। ହେଲେ ଘଟଣାଟି କେଉଁଆଡେ ଯାଉଛି ବିଇଓ ଜାଣିପାରିଲେ ନାହିଁ। ଯେଉଁଦିନ ସେ ଲାଞ୍ଚ ଟଙ୍କା ଗ୍ରହଣ କଲେ ସେହିଠାରେ ଧରିଲା ଭିଜିଲାନ୍ସ। ଏହିପରି ଘଟଣାଟି କେଉଁଝର ଜିଲ୍ଲାର ଘଟଗାଁରେ ଘଟିଛି। ସେଠାରେ ଅବସ୍ଥାପିତ ବିଇଓ ଅଭୟ କୁମାର ବେହେରାଙ୍କୁ ଭିଜିଲାନ୍ସ ଧରିଛି। ତାଙ୍କଠାରୁ 15 ହଜାର ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ତାଙ୍କର ତିନୋଟି ସ୍ଥାନରେ ଚଢାଉ ଚାଲିଛି। ବର୍ତ୍ତମାନ ବିଇଓଙ୍କୁ ଭିଜିଲାନ୍ସ ତାଙ୍କ ହେପାଜତରେ ରଖିଥିବାର ଜଣାପଡିଛି।
ନୂଆଦିଲ୍ଲୀ: ଆଜିକାଲି କଂଗ୍ରେସ ଦଳରେ ସବୁ କିଛି ଠିକ ଥିଲା ଭଳି ମନେ ହେଉନି। ନିକଟରେ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିଥିଲେ। କିନ୍ତୁ ଏବେ ତାଙ୍କ ପରେ ଦଳକୁ ଆହୁରି ବଡ ଝଟକା ଲାଗିଛି। ଜମ୍ମୁ-କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦଙ୍କ ସମେତ ୬୪ ନେତା ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ଦଳରୁ ଇସ୍ତଫା ଘୋଷଣା କରିଛନ୍ତି। ପୂର୍ବତନ ମନ୍ତ୍ରୀ ତାରା ଚାନ୍ଦଙ୍କ ବ୍ୟତୀତ କଂଗ୍ରେସ ଛାଡିବାକୁ ମଜିଦ୍ ୱାନି, ଡ. ମନୋହର ଲାଲ ଶର୍ମା, ଚୌଧୁରୀ ଘରୁ ରାମ ଏବଂ ପୂର୍ବତନ ବିଧାୟକ ଠାକୁର ବଲୱାନ ସିଂ, ପୂର୍ବତନ ସାଧାରଣ ସମ୍ପାଦକ ବିନୋଦ ମିଶ୍ର କଂଗ୍ରେସ ଛାଡିବା ପାଇଁ ଘୋଷଣା କରିଛନ୍ତି। ରିପୋର୍ଟ ଅନୁଯାୟୀ, କଂଗ୍ରେସରୁ ଇସ୍ତଫା ଦେଇଥିବା ଏହି ସମସ୍ତ ୬୪ ନେତା ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱରେ ଦଳରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ମିଳିତ…
ନୂଆଦିଲ୍ଲୀ: ଦିଲ୍ଲୀରେ ଏକ୍ସାଇଜ୍ ପଲିସିର ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହେଉଥିବା ଆମ୍ ଆଦମୀ ପାର୍ଟି ନେତା ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆନ୍ନା ହଜାରେ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ଆନ୍ନା ଅବକାରୀ ସହ ଜଡିତ ସମସ୍ୟା ଏବଂ ଏହାର ପରାମର୍ଶ ଦେଇଛନ୍ତି। ଚିଠିରେ ଆନ୍ନା ହାଜାରେ ଲେଖିଛନ୍ତି ଯେ, ‘ସ୍ୱରାଜ’ ନାମକ ପୁସ୍ତକରେ ଆପଣ କେତେ ଆଦର୍ଶ ଜିନିଷ ଲେଖିଛନ୍ତି। ସେତେବେଳେ ଆପଣଙ୍କଠାରୁ ବହୁତ ଆଶା ଥିଲା। କିନ୍ତୁ ରାଜନୀତିରେ ପ୍ରବେଶ କରିବା ଏବଂ ମୁଖ୍ୟମନ୍ତ୍ରୀ ହେବା ପରେ ଲାଗୁଛି ଯେ, ଆପଣ ଆଦର୍ଶ ବିଚାରଧାରାକୁ ଭୁଲି ଯାଇଛନ୍ତି। “ସେ ଲେଖିଛନ୍ତି ଯେ, “ଯେପରି ମଦ୍ୟପାନରେ ନିଶା ହେଉଛି, ସେହିଭଳି କ୍ଷମତାର ନିଶା ମଧ୍ୟ ଅଛି। ଆପଣ ମଧ୍ୟ ଏହିପରି କ୍ଷମତା ନିଶାରେ ବୁଡି ରହିଛନ୍ତି। ଆନ୍ନା ହାଜାରେ ଚିଠିରେ ଲେଖିଛନ୍ତି ଯେ, ଦିଲ୍ଲୀ ରାଜ୍ୟରେ ଆପଣଙ୍କ ସରକାର ଏକ ନୂତନ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। ଏଥିରୁ…

