ନୂଆଦିଲ୍ଲୀ: ସଂସଦ ଭବନରେ ବ୍ୟାଗ୍ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏକ ନିଆରା ବ୍ୟାଗ ଉପହାର ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଯେଉଁ ବ୍ୟାଗରେ ଲେଖାଯାଇଛି ‘୧୯୮୪’। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ଦେହରକ୍ଷୀଙ୍କ ଗୁଳିରେ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ନିହତ ହେବା ପରେ ଶିଖ୍ ବିରୋଧୀ ଦଙ୍ଗା ଦେଖାଦେଇଥିଲା। ଏଥିରେ ସାରା ଦେଶରେ ପ୍ରାୟ ଏହ ହଜାର ଶିଖ୍ ପ୍ରାଣ ହରାଇଥିଲେ। ଏହି ବ୍ୟାଗ୍ ସେହି ଘଟଣାକୁ ମନେପକାଇ ଦେଇଛି। ପ୍ରଶାସିକା ରୁ ରାଜନେତା ପାଲଟିଥିବା ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ତାଙ୍କ ପ୍ରତିପକ୍ଷଙ୍କୁ ଏଭଳି ଜବାବ କୁ ନେଇ ଏବେ ରାଜଧାନୀ ଦିଲ୍ଲୀରେ ଭାରି ଚର୍ଚ୍ଚା।ଯାହାକୁ ନେଇ ବ୍ୟାଗର ଜବାବ, ବ୍ୟାଗରେ ଦେଲେ ବୋଲି ଆଲୋଚନା ହେଉଛି। ବିଗତ ଦିନରେ ସଂସଦକୁ ପାଲେଷ୍ଟାଇନ ଲେଖାଥିବା ଓ ବାଂଲାଦେଶ ଲେଖାଥିବା ବ୍ୟାଗ୍ ଆଣି ଚର୍ଚ୍ଚାରେ ଥିଲେ ପ୍ରିୟଙ୍କା।…
Author: Samikhsya Bureau
ଭୁବନେଶ୍ବର: ଆଜି ସକାଳୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ପକ୍ଷରୁ ଚଢାଉ ଚାଲିଛି। ଆଜି ସକାଳୁ ଏହି ଚଢାଉ ତିନିଟି ସ୍ଥାନରେ ଚାଲିଥିବାର ଜଣାପଡିଛି। ତାଙ୍କର ନୟାପଲ୍ଲୀ ସ୍ଥିତ ବାସଭବନ ସମେତ ତାଙ୍କର ଦୁଇଟି ଅଫିସରେ ମଧ୍ୟ ଏହି ଚଢାଉ ଚାଲିଛି । ତାଙ୍କ ବାସଭବନରେ ପ୍ରାୟ ଆଠଜଣ ଅଧିକାରୀ ଏହି ଚଢାଉ କରୁଛନ୍ତି। ତେବେ କେଉଁ କାରଣ ନେଇ ଇଡି ରେଡ କରୁଛି ତାହା ସ୍ପଷ୍ଟ ହୋଇ ନାହିଁ। ଏ ନେଇ ଇଡି କିମ୍ବା ନିରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ କୌଣସି ସୂଚନା ମିିଳିପାରି ନାହିଁ। ତେବେ ଏହି ଚଢାଉ ଖଣି କାରବାର ନେଇ ହୋଇଥିବାର ଅନୁମାନ କରାଯାଉଛି। ହେଲେ ଏ ନେଇ କୌଣସି ସୂଚନା ମିଳିପାରି ନାହିଁ।
ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭାର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ କଂଗ୍ରେସର ତଥାକଥିତ ବା ସ୍ୱଘୋଷିତ ଯୁବନେତା ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ ଆକ୍ରମଣ କରି ମୁଣ୍ଡ ଫଟେଇ ଲହୁଲୁହାଣ କରିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ। ଏପରି ହିଂସ୍ର ଆଚରଣ ହେଉଛି କଂଗ୍ରେସର ପାରିବାରିକ ପରମ୍ପରା। ଏହି ଦଳ ହେଉଛି ହିଂସାର ବାହକ। ଏହି ଘଟଣାକୁ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ତୀବ୍ର ନିନ୍ଦା କରିଛନ୍ତି। ଏହାର ପ୍ରତିବାଦ କରି ବିଜେପି ଯୁବମୋର୍ଚ୍ଚା କର୍ମୀ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି “କଂଗ୍ରେସ ଅର୍ଥ ହିଂସା, କଂଗ୍ରେସ ଅର୍ଥ ମିଥ୍ୟା” ନାରା ଦେଇଛନ୍ତି। ବିଜେପି ଯୁବମୋର୍ଚ୍ଚା ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରି ଚେତାଇ ଦେଉଛି ଯେ, ରାହୁଲ ଗାନ୍ଧୀ ଓଡ଼ିଶାର ଏହି ପବିତ୍ର ଭୂମିରେ ପାଦ ଦେବା ପୂର୍ବରୁ କ୍ଷମା…
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଗତ ମଙ୍ଗଳବାର ଖାରବେଳ ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ପୂର୍ବକ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସବୁକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ। ବୈଠକରେ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଭୁକ୍ତ ବିଶେଷ କରି ସାଧାରଣ ଲୋକମାନଙ୍କ ଜୀବନଯାପନରେ ଅତ୍ୟାବଶ୍ୟକ ରହୁଥିବା ବିଭିନ୍ନ ବିଭାଗ ଦ୍ୱାରା ସେବା ପ୍ରଦାନ ବ୍ୟବସ୍ଥାକୁ କିପରି କାର୍ଯ୍ୟକାରୀ କରାଯାଉଛି, ସେ ସଂପର୍କରେ ସୁନିଶ୍ଚିତ କରିବାକୁ ବିଭାଗୀୟ ସଚିବମାନଙ୍କୁ ସାପ୍ତାହିକ ସମୀକ୍ଷା ପାଇଁ ପରାମର୍ଶ ଦିଆଯାଇଥିଲା ।ସେହିପରି ଆଇ-ଜିଓଟି (ଇଣ୍ଟିଗ୍ରେଟେଡ୍ ଗଭର୍ଣ୍ଣାନ୍ସ୍ ଅନ୍ଲାଇନ ଟ୍ରେନିଂ) ପ୍ଲାଟଫର୍ମରେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶତ ପ୍ରତିଶତ ଅନ୍ତର୍ଭୁକ୍ତ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହା କର୍ମଚାରୀମାନଙ୍କୁ ଅନ୍ଲାଇନ୍ ପ୍ରଶିକ୍ଷଣ ସୁବିଧା ପ୍ରଦାନ…
ଭୁବନେଶ୍ବର: ଆଜି ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଶିଳ୍ପ ସଂସ୍ଥା ମାନଙ୍କ ଉପରେ ରହିଥିବା ବକେୟା ବିଦ୍ୟୁତ ଶୁଳ୍କ ଆଦାୟ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିଳ୍ପ ସଂସ୍ଥା ଗୁଡିକରୁ ନିଜସ୍ୱ ଉତ୍ପାଦନ ଉପରେ ବକେୟା ଥିବା ବିଦ୍ୟୁତ ଶୁଳ୍କ ଏବଂ ଏହାର ସବିଶେଷ କାରଣ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ବିଦ୍ୟୁତ ଶୁଳ୍କ ଛାଡ ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏବଂ ଅନ୍ୟାନ୍ୟ ଅଦାଲତରେ ବିଚାରଧିନ ଥିବା ବିଭିନ୍ନ ମାମଲା ଯୋଗୁଁ ବକେୟା ଶୁଳ୍କ ଆଦାୟ କରିବା ପ୍ରାୟତଃ ସମ୍ଭବପର ହେଉନଥିବାର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ବକେୟା ବିଦ୍ୟୁତ ରାଶି ଆଦାୟ ପାଇଁ ସରକାରୀ ନିୟମ ଅନୁଯାୟୀ ପଦକ୍ଷେପ ନିଆ ଯାଉଛି। ଆଡଭୋକେଟ ଜେନେରାଲ…
କେଉଁଝର: ଜ୍ଞାନ ହିଁ ଶକ୍ତି (Knowledge is Power)। ଜ୍ଞାନରୁ ଆମକୁ ଶକ୍ତି ମିଳିଥାଏ। ରାଜ୍ୟରେ ଶିକ୍ଷା ପରିବେଶକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି କେନ୍ଦୁଝର ଜିଲ୍ଲା ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦବୋଧନ ଦେଇ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଲେ ଯ, ପୂର୍ବରୁ ଶିକ୍ଷା ବିଭାଗ ଅନେକ ସମସ୍ୟା ଦେଇ ଗତି କରୁଥିଲା। ଯେଉଁମାନେ ଶାସନ କରୁଥିଲେ ସେମାନେ କିଛି ତ୍ରୁଟି ରଖିଥିଲେ। ସେହି ସମସ୍ୟା ଗୁଡିକର କିପରି ସମାଧାନ ହୋଇ ପାରିବ ସେ ନେଇ ଆମ ସରକାର କାର୍ଯ୍ୟ କରୁଛନ୍ତି। ଆମ ସରକାର ଶାସନକୁ ଆସିବା ପରେ ପ୍ରାଥମିକ ଶିକ୍ଷା ଭିତ୍ତିଭୂମି ଓ ଶିକ୍ଷା ବାତାବରଣକୁ ସୁଦୃଢ କରିବା ପାଇଁ 16,009 ଜଣ ପ୍ରାଥମିକ ଶିକ୍ଷକ ନିଯୁକ୍ତ କରିଛନ୍ତି। ରାଜ୍ୟରେ ଡ୍ରପ ଆଉଟ୍ ହାର ରୋକିବା ଏବଂ ଗୁଣାତ୍ମକ ଶିକ୍ଷା…
ଭୁବନେଶ୍ୱର: ସମ୍ପ୍ରତି ମହାନଦୀ ଗମ୍ଭୀର ସଙ୍କଟକୁ ଠେଲି ହୋଇ ଯାଉଛି। ଅକ୍ଟୋବର ମାସରୁ ମହାନଦୀ ଶିଖିବାକୁ ଆରମ୍ଭ କଲାଣି। ହୀରାକୁଦରେ ବର୍ତ୍ତମାନ ସମୟରେ ଯେତିକି ପାଣି ରହିବା କଥା ତାଠାରୁ ଯଥେଷ୍ଟ କମ ଅଛି। ମହାନଦୀ ଟ୍ରିବୁନାଲ ଠାରୁ କିଛି ସାନ୍ତ୍ଵନା ମିଳିବାର ଆଶା ମଧ୍ୟ କ୍ଷୀଣ। ଏହି ପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ମହାନଦୀ ସୁରକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ପାଇଁ ଘୋଷଣା କରିଛି। ଆଜି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଆସନ୍ତା ଜାନୁଆରୀ ମାସରେ ମହାନଦୀ ସମସ୍ୟା କୁ ନେଇ ରାଜ୍ୟସ୍ତରୀୟ ଓ ଫେବୃୟାରୀ ମାସରେ ଜାତୀୟ ସ୍ତରୀୟ ଆଲୋଚନା ସଭା ଆୟୋଜିତ ହେବ ବୋଲି ଜଳ ପୁରୁଷ ଡ ରାଜେନ୍ଦ୍ର ସିଂହ ଓ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ ଓ ଉପସ୍ଥିତ ନେତୃବର୍ଗ ଘୋଷଣା କରିଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନର ରାଷ୍ଟ୍ରୀୟ ଉପଦେଷ୍ଟା ଜଳ…
ଭୁବନେଶ୍ବର: ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ପ୍ରଖ୍ୟାତ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ ମିଳବ ଏହି ପୁରସ୍କାର। ତାଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଭୂତି ଭକ୍ତି ବିଭୂତି’ ପାଇଁ ସେ ଏହି ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି। ସାହିତ୍ୟିକ ବୈଷ୍ଣବ ଚରଣ ସାମଲ, ୧୯୩୯ ମସିହା ଫେବୃଆରୀ ୨୭ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ। ୧୯୬୪-୬୫ ମସିହାରୁ ସେ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ଲେଖିବା ଆରମ୍ଭ କରିଥିଲେ। ତାଙ୍କର ଅନେକ ସୃଷ୍ଟି ମଧ୍ୟରେ ଗତି ଓ ପ୍ରକୃତି, ସୁରେନ୍ଦ୍ର ଗଳ୍ପମାନସ, ଓଡ଼ିଆ କ୍ଷୁଦ୍ରଗଳ୍ପ: ସ୍ରଷ୍ଟାମାନସ,ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିହାସ, ମହାପୁରୁଷା ହାଡ଼ିଦାସ ଗ୍ରନ୍ଥାବଳି, ଗଣକବି ଗୋପାଳଦାସ ଗ୍ରନ୍ଥାବଳି,ପଲ୍ଲୀକବି ନନ୍ଦକିଶୋର ଗ୍ରନ୍ଥାବଳି,ଏକାଏକା ନକ୍ଷତ୍ର, ଶେଷ ଶୃଙ୍ଗାର,ସମୟର ଲିପି,ପୁନଶ୍ଚ ମଣିଷ,ଆଲୋକିତ ଅନ୍ଧକାର,ଏକାକୀ ଇଶ୍ୱର,ଅନ୍ୟ ଏକ ପୃଥିବୀ ବିକଳ୍ପ ସତ୍ତା,ବିବର୍ତ୍ତିତ ପୃଥ୍ୱୀ ପ୍ରଭୃତି ଅତି ଉଚ୍ଚକୋଟୀର ।
ଭୁବନେଶ୍ବର: ରାଜ୍ୟରେ ଯେପରି ଦରଦାମ ବୃଦ୍ଧି ପାଇଛି ତାହା ସାଧାରଣ ଲୋକଙ୍କୁ ଅତିଷ୍ଠ କରିସାରିଲାଣି। ହେଲେ ଓଡିଶା ସରକାର ଚୁପଚାପ ବସିରହିଛନ୍ତି। ଏହାର ବିରୋଧରେ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଏହି ଘୋଷଣା କରିଛନ୍ତି ଦଳର ବରିଷ୍ଠ ନେତା। ଭୁବନେଶ୍ବରରେ ଆସନ୍ତା ଜାନୁୟାରୀ 6 ତାରିଖରେ ଏହି ବିକ୍ଷୋଭ କରାଯିବ ବୋଲି ଦଳ କହିଛି। ବର୍ତ୍ତମାନ ସରକାର ଯେପରି ଭାବେ ଶାସନ କରୁଛି ସେଥିରେ ସାଧାରଣ ଜନତା ହୃଦୟଙ୍ଗମ କରିସାରିଲେଣି। ଆମେ ଏକ ସଚେତନ ବିରୋଧୀ ଦଳ ଭାବେ ସାଧାରଣ ଲୋକଙ୍କୁ ସଚେତନ କରିବୁ ବୋଲି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି। ସେହିପରି ନୂଆ ବର୍ଷରୁ ବିଜେଡି ବିଭିନ୍ନ ପ୍ରସଂଗ ନେଇ ଆନ୍ଦୋଳନ କରିବ ବୋଲି ମଧ୍ୟ ଘୋଷଣା କରିଛି।
ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ଆୟୁଷ ଚିକିତ୍ସକ ମହାସଂଘ ପକ୍ଷ ରୁ ରାଜ୍ୟରେ କାର୍ଯ୍ୟରତ ଆୟୁଷ, ଆରବିଏସକେ, ମୋବାଇଲ ହେଲଥରେ କାର୍ଯ୍ୟରତ ଡାକ୍ତର ମିଳିତ ଭାବେ ଲୋୟର ପିଏମଜି ରେ ଆନ୍ଦୋଳନ କରିବେ ବୋଲି ଓଡ଼ିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି। ଏମାନେ ୧୦ ଦଫା ଦାବୀ ନେଇ ପ୍ରାୟ ୩ ହଜାର ଆସ୍ଥାୟୀ ଆୟୁଷ ଡାକ୍ତରଙ୍କ ରାଜଧାନୀରେ କରିବେ ଏହି ବିକ୍ଷୋଭ। କମିଟର କହିବା କଥା ଯେ, ରାଜ୍ୟରେ ବର୍ତ୍ତମାନ ୫୬୨ ଟି ହୋମିଓପ୍ୟାଥିକ ମେଡ଼ିକାଲ ଅଫିସର ଏବଂ ୬୧୯ ଟି ଆୟୁର୍ବେଦ ମେଡ଼ିକାଲ ଅଫିସର ପଦଵୀ ଦୀର୍ଘ ୨୫ ବର୍ଷ ହେଲା ସ୍ଥାୟୀ ଭାବେ ରହିଛି। ଦୀର୍ଘ ୨୩ ବର୍ଷ ଧରି ଏହା ଉପରେ ରାଜ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ନେଇ ନାହାଁନ୍ତି। ନୂତନ ସରକାରରେ ମଧ୍ୟ ଏହି ପଦବୀର ବୃଦ୍ଧି ହୋଇ ନାହିଁ। ଓଡ଼ିଶା ସରକାରଙ୍କ ଅନ୍ୟ ବିଭାଗ ଗୁଡ଼ିକ ରେ ନୂତନ ପଦବୀ…
ଭୁବନେଶ୍ବର: ସଂସଦରେ ଗତକାଲି ଭୋଟ ବିଭାଜନ ବେଳେ ବିଜେପି ବଡ ଅଡୁଆ ପରିସ୍ଥିତିରେ ପଡିଯାଇଥିଲା। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆଗତ ପାଇଁ ବିରୋଧୀ ଭୋଟ ବିଭାଜନ କରିବାକୁ ଚାହିଁଥିଲେ। ଫଳରେ ସବୁ ଦଳ ତାଙ୍କର ସାଂସଦମାନେ ଏଥିରେ ଉପସ୍ଥିତ ରହିବାକୁ ହ୍ବପି ଜାରୀ କରାଯାଇଥିଲା। ଏଥିରେ ବିଜେପି ତାହାର ସମସ୍ତ ସାଂସଦଙ୍କୁ ସଂସଦରେ ଉପସ୍ଥିତ ରହିବାକୁ କୁହାଯାଇଥିଲା। କାରଣ ଏହା ସରକାରୀ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ଥିଲା। ହେଲେ ଭୋଟ ଗ୍ରହଣ ପରେ ଦେଖାଯାଇଥିଲା ଯେ, ବିଜେପିର 20 ସାଂସଦ ଅନୁପସ୍ଥିତ ଅଛନ୍ତି। ଏହି ସାଂସଦଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଦଳ ନୋଟିସ ଜାରୀ କରିବ ବୋଲି ନିଷ୍ପତି କରିଛି। ଏହି ଅନୁପସ୍ଥିତ 20 ଜଣ ସାଂସଦଙ୍କ ମଧ୍ୟରୁ ଓଡିଶାର ତିନିଜଣ ସାଂସଦ ରହିଛନ୍ତି। ସେମାନେ ହେଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ମୟୁରଭଂଜ ସାଂସଦ ନବ ମାଝୀ ଏବଂ କେଉଁଝର ସାଂସଦ ଅନନ୍ତ ନାୟକ।
ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଯାରି ରହିଛି। ଧାନ କିଣା ପ୍ରକ୍ରିୟାକୁ ସ୍ଵଚ୍ଛ କରିବା ପାଇଁ ପ୍ରତ୍ୟେକ ମଣ୍ଡି ଉପରେ କଡା ନଜର ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମର୍ମରେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କୌଣସି ଯୋଗ୍ୟ ଚାଷୀ ଧାନ କିଣା ବେଳେ ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି। ମଣ୍ଡିରେ ଚାଷୀ ମାନଙ୍କ ନିମନ୍ତେ ସୁବିଧା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ବର୍ତ୍ତମାନ ୧୧ଟି ଜିଲ୍ଲା ତଥା ବରଗଡ଼, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କୋରାପୁଟ, ଝାରସୁଗୁଡା, ମାଲକାନଗିରି, ନବରଙ୍ଗପୁର ଓ କେନ୍ଦୁଝର ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଯାରି ରହିଛି । ଚାଷୀ ମାନଙ୍କ ସହାୟତା ପାଇଁ ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀ ମାନେ ନିଯୁକ୍ତ ହେବା ସହ ଦୁଇରୁ ତିନୋଟି ମଣ୍ଡି ଦାୟିତ୍ୱରେ ଜଣେ ସୁପରଭାଇଜରଙ୍କୁ…
ଭୁବନେଶ୍ୱର: ପୂର୍ତ୍ତ ବିଭାଗ ଇତିହାସରେ ପ୍ରଥମ ଥର ପାଇଁ ବ୍ୟାପକ ଭାବେ ଆଜି ଏକ ବିସ୍ତୃତ ସମୀକ୍ଷା କରିଛନ୍ତି ବିଭାଗୀୟ ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବ। ବିଭାଗ ଅଧୀନରେ ଥିବା ବିଭିନ୍ନ ନିର୍ମାଣ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ଓ କାର୍ଯ୍ୟର ଅଗ୍ରଗତି ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ହଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୋନପୁର-ବିନିକା-ରାମପୁର-ଡୁଙ୍ଗୁରିପାଲି ରାସ୍ତା, ମାର୍ଶାଘାଇ-ଜମ୍ବୁ ରାସ୍ତା, ବ୍ରହ୍ମପୁର ରିଂ ରୋଡ୍, କଟକ ରିଂ ରୋଡ଼୍ (ଖାନନଗରଠାରୁ ଲିଙ୍କ୍ ରୋଡ୍ ପର୍ଯ୍ୟନ୍ତ)ର ଅଗ୍ରଗତି ନେଇ ସମୀକ୍ଷା ହୋଇଥିଲା । ସେହିପରି ଗୋବରଘାଟଠାରେ ଥିବା ସୁବର୍ଣ୍ଣରେଖା ନଦୀ ଉପରେ ହାଇଲେବୁଲ୍ ସେତୁ, ବୌଦ୍ଧ ଜିଲ୍ଲା ବାଉଁଶୁଣିଠାରେ ଥିବା ମହାନଦୀ ଉପରେ ଦ୍ୱିତୀୟ ହାଇଲେବୁଲ୍ ସେତୁ, ଖରସ୍ରୋତା ନଦୀ ଉପରେ ନୂଆବଜାରଠାରେ ଥିବା ହାଇଲେବୁଲ୍ ସେତୁ, ସୁବର୍ଣ୍ଣରେଖା ନଦୀ ଉପରେ ପାନ୍ଟେଲ୍ଠାରେ ହାଇଲେବୁଲ୍ ସେତୁର ପ୍ଲାନ୍…
ଭୁବନେଶ୍ୱର: ବିଜେପିର ନୂଆ ସରକାରକୁ ନେଇ ଓଡ଼ିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି। ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି। ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି। ବିଜେଡି, କଂଗ୍ରେସ ଉପରୁ ଆସ୍ଥା ହରାଇ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକର ୨୦ ଜଣ ସରପଂଚ ଗୋବିନ୍ଦ ନାଏକ, ବିକାଶ ପ୍ରଧାନ, ଅଙ୍କିତା ବେହେରା, ରମେଶ ନାଏକ, ଗୌରି ମିଶ୍ର, ପ୍ରମୋଦ ଯୋଶୀ, ଉର୍ମିଳା ଜାନି, ଗୀତାଞ୍ଜଳି ସାହୁ, ଆଦିତ୍ୟ କୁମାର ନାଏକ, ପ୍ରିୟାଙ୍କିନୀ ନାଏକ, ଲକ୍ଷ୍ମୀ ମାଝୀ, ସୁଷମା ସେନାପତି, ତପସ୍ୱିନୀ ସାହୁ, ବିଷ୍ଣୁପ୍ରିୟା ଦୁର୍ଗା, ରବିନାରାୟଣ ବେହେରା, ଯୁ୍ଦ୍ଦେଷ୍ଟି ନାଏକ, ମୁରଲୀ ପ୍ରଧାନ, ଦାସମତି ବେମାଲ, ଜ୍ୟୋର୍ତିମୟୀ ମାଝୀ, ଦିଗାମ୍ବର ଲୁହା ବିଜେପିରେ ସାମିଲ ହୋଇଥିଲେ। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି…
ଭୁବନେଶ୍ବର: KG ରୁ PG ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି। ଆଜି କେଉଁଝର’ର ଅଶୋକ ବାଟିକା ଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୨୫ ମସିହାରେ ଅଲ୍ଚିକି ଲିପିର ସୃଷ୍ଟି ହୋଇଥିଲା। ଅଲ୍ଚିକି ଲିପିର ସ୍ରଷ୍ଟା ଗୁରୁ ଗମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଏହି ଅବସରରେ ସ୍ମରଣ କରିବା ସଙ୍ଗେସଙ୍ଗେ ୨୦୨୫ରେ ଏହି ଲିପି ସୃଷ୍ଟି ହେବାର ଶତ ବାର୍ଷିକୀକୁ ଏକ ମିଶନ ଭାବରେ ନେଇ “Mission Ol-Chiki 2025” କୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ୨୦୨୫ ସୁଦ୍ଧା ଯଦି ସମସ୍ତେ ଅଲ୍ଚିକି ଲିପି ତଥା ସାନ୍ତାଳୀ ଭାଷାରେ ଶିକ୍ଷା ଗ୍ରହଣ କରିପାରିଲେ ତେବେ, ପଣ୍ଡିତ ମୁର୍ମୁଙ୍କ ପ୍ରତି ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି…
ଭୁବନେଶ୍ୱର: ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ସର୍ଗିଫୁଲ ଉତ୍ସବ ୨୦୨୪। ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଆଦିବାସୀ ପଡ଼ିଆଠାରେ ଡିସେମ୍ବର ୧୮ ରୁ ୨୦ ତାରିଖ ଯାଏଁ ତିନି ଦିନ ବ୍ୟାପୀ ଏହି ଉତ୍ସବର ଆୟୋଜନ କରାଯାଉଛି। ଚଳିତ ବର୍ଷ ୩୦ ଟି ଜିଲ୍ଲାରୁ ୩୫୧ ଜଣ ଛାତ୍ର, ୭୩୧ ଜଣ ଛାତ୍ରୀ ଯୋଗଦେବାକୁ ଥିବା ବେଳେ ୧୩୯ ଜଣ କ୍ରୀଡ଼ା ଶିକ୍ଷକ ଏବଂ ମାର୍ଗଦର୍ଶୀ ଶିକ୍ଷକ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅନ୍ତର୍ଗତ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ଦଶମ ବୋର୍ଡ଼ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ସମ୍ବର୍ଦ୍ଧିତ କରାଯିବାକୁ ଥିବା ବେଳେ ବୋର୍ଡ଼ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିବା ୫୦ ଟି ଉଚ୍ଚ ବିଦ୍ୟାଳୟକୁ ସମ୍ମାନିତ କରାଯିବ। ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପତ୍ରିକା “ସର୍ଗିଫୁଲ- ୨୦୨୪” ଲୋକାର୍ପିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଉଦଘାଟନୀ…
ନୂଆଦିଲ୍ଲୀ: ଓଡିଶାର ଫେୟାର ବ୍ରାଣ୍ଡ ନେତ୍ରୀ ସୁଲତା ଦେଓ ଗତକାଲି ରାଜ୍ୟସଭାରେ ଯେଉଁ ବିସ୍ପୋରକ ଭାଷଣ ଦେଇଛନ୍ତି ତାହାକୁ ନେଇ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା। ତାହା ହେଲା ସୁଲତା ପ୍ରଧାନମନ୍ତ୍ରୀ କହିଥିବା ‘ମାଲ’ ପ୍ରସଂଗରେ ପୁରା ରାଜ୍ୟସଭାକୁ ହୁଲୁସ୍ତୁଲ କରିଦେଇଛନ୍ତି। ସେ ନିକଟରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ଦୁଇ ସାଂସଦ ମମତା ମହନ୍ତ ଏବଂ ସୁଜିତ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ସମ୍ବିଧାନ ଡିବେଟ ରେ ଭାଷଣ ଦେବା ବେଳେ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାର କିପରି ଗୋଟିଏ ଭୋଟରେ ଭାଙ୍ଗି ଯାଇଥିଲା ତାହାର ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ, ସେତେବେଳେ ବଜାରରେ ମାଲ ମିଳୁଥିଲା। ଅଟଳବିହାରୀ ଚାହିଁଥିଲେ ଆଣିପାରି ଥାଆନ୍ତେ। ହେଲେ ସେ ତାହା କଲେ ନାହିଁ। ପ୍ରଧାନମନ୍ତ୍ରୀ ସାଂସଦଙ୍କୁ ମାଲ କହିବା ନେଇ ସୁଲତା ରାଜ୍ୟ ସଭାରେ ତୁମ୍ବି ତୋଫାନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତିକୁ ତୀବ୍ର ବିରୋଧ…
ଭୁବନେଶ୍ୱର: ବିଜେଡି, କଂଗ୍ରେସ ଛାଡି କୋରାପୁଟ, କଟକ ଓ ଯାଜପୁର ଜିଲାର ବ୍ଲକ ଅଧ୍ୟକ୍ଷା, ଜିଲା ବିଜେଡି ଉପସଭାପତିଙ୍କ ସମେତ ବହୁ ସରପଂଚ ଓ ଏସ୍ଡିସି ସଦସ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ କୋରାପୁଟର ଜୟପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ତିଳୋତମା ମୁଦୁଲିଙ୍କ ନେତୃତ୍ୱରେ ସରପଂଚ ଶ୍ରୀ ଆନନ୍ଦ ହାଲୁଆ, ଶ୍ରୀ ଟଙ୍କଧର ହାଲୁଆଙ୍କ ସମେତ ୧୩ ସରପଂଚ, ୧୪ ସମିତି ସଭ୍ୟ ଓ ୧୧ ଜଣ ଏସ୍ଡିସି (ସ୍ପେଶାଲ ଡେଭଲପମେଂଟ୍ କାଉନ୍ସିଲ) ସଦସ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି କଟକ ଜିଲା ବିଜେଡି ଉପସଭାପତି ତଥା ପୂର୍ବତନ ସରପଂଚ, ସମିତି ସଭ୍ୟ, ଆତ୍ମା କମିଟି ଅଧ୍ୟକ୍ଷ ଆଦିତ୍ୟ ପାଣିଙ୍କ ନେତୃତ୍ୱରେ ସରପଂଚ ପ୍ରତିମା ମଲ୍ଲିକଙ୍କ ୱାର୍ଡ ସଭ୍ୟ ପ୍ରଫୁଲ୍ଲ କୁମାର ସାହୁ, ପ୍ରଶାନ୍ତ ସାହୁ, ଗୋବିନ୍ଦ ଚନ୍ଦ୍ର ବେହେରା, ରୀନା ସ୍ୱାଇଁ ସମେତ ୫୦ରୁ ଊର୍ଦ୍ଧ୍ୱ କର୍ମକର୍ତା ବିଜେପିରେ ଯୋଗଦେଇଛନ୍ତି । ଯାଜପୁର ଜିଲାର ଚିଟାଳୋ…
ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଷଷ୍ଠ ପାଳି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରଠାରୁ ସବୁ ସମୟରେ ସାଧାରଣ ଲୋକଙ୍କୁ ଭେଟିବା, ସେମାନଙ୍କ ସୁଖଦୁଃଖ ଶୁଣିବା ସହିତ ସେମାନଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଅଭିଯୋଗ ଗୁଡିକ ମଧ୍ୟରେ ଅଧିକାଂଶ ଅଭିଯୋଗ ଘର, ଭତ୍ତା ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ରହୁଥିବାରୁ ମୁଖ୍ୟମନ୍ତ୍ରୀ ଏଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ପ୍ରଶାସନ ପକ୍ଷରୁ ଏହି ସବୁ ସମସ୍ୟାଗୁଡିକୁ ତୃଣମୂଳ ସ୍ତରରେ ସମାଧାନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଦିବ୍ୟାଙ୍ଗ ମାନଙ୍କ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଥମିକତା ଦେଇଥାନ୍ତି। ସେମାନଙ୍କ ଅଭଯୋଗକୁ ସେ ପ୍ରଥମେ ଶୁଣାଣି କରିଥାନ୍ତି। ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ୩୦ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଭିଯୋଗ ଶୁଣିଲେ । ପ୍ରତ୍ୟେକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଖକୁ ମୁଖ୍ୟମନ୍ତ୍ରୀ ନିଜେ…
ଭୁବନେଶ୍ବର: ଆଜି ଆଇଏଏସ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନ ଆଗରେ ଛାତ୍ର କଂଗ୍ରେସ ବିକ୍ଷୋଭ କରିବା ବେଳେ ଏକ ଅଭାବନୀୟ ଘଟଣା ଦେଖାଦେଇଛି। ତାହା ହେଲା ବିକ୍ଷୋଭ ବେଳେ ସେଠାରେ ଥିବା ମହୁଫେଣାରୁ ମହୁମାଛି ବାହାରି ଆକ୍ରମଣ କରିଥିଲେ। ଫଳରେ ସେଠାରେ ଉପସ୍ଥିତ ଛାତ୍ର କଂଗ୍ରେସର ସଭ୍ୟମାନେ ସେଠାରୁ ଛିନ୍ନଛତ୍ର ହୋଇଥିଲେ। କେବଳ କଂଗ୍ରେସ କର୍ମି ନୁହଁନ୍ତି ସେଠାରେ ମୁତୟନ ହୋଇଥିବା ପୋଲିସମାନେ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡିଥିଲେ। କଂଗ୍ରେସ କର୍ମିମାନେ ହାତରେ ଧରିଥିବା ବ୍ୟାନର ପୋଷ୍ଟରେ ମହୁମାଛିକୁ ଘଡାଇବାରେ ଲାଗିଥିଲେ। ସେହିପରି ବହୁ କର୍ମୀ ସେଠାରୁ ଗାଡି ଧରି ଜୋରରେ ପଳାଇଥିଲେ। ସେମାନେ ବିଷ୍ଣୁପଦ ସେଠୀକୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବୀ କରି ଏହି ବିକ୍ଷୋଭ କରିଥିଲେ। ବିଷ୍ଣପଦ ବିଭିନ୍ନ ଦୁର୍ନିତିରେ ଫସି ରହିଛନ୍ତି। ତାଙ୍କୁ ସିବିଆଇ ତୁରନ୍ତ ଗିରଫ କରାଯାଉ ବୋଲି ହାଙ୍ଗାମା କରୁଥିଲେ। ହେଲେ ମହୁମାଛିଙ୍କ ଉତ୍ପାତ ପରେ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ।
ନୂଆଦିଲ୍ଲୀ: ଆଜି ଓଡିଶାର ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ସୁଜିତ କୁମାର। ଆଜି ରାଜ୍ୟସଭା ଆରମ୍ଭ ହେବା ପରେ ଶୋକସଭା ଆଗତ କରାଯାଇଥିଲା। ଏହାପରେ ଯେଉଁମାନେ ନିର୍ବାଚତ ହୋଇ ରାଜ୍ୟସଭାକୁ ଆସିଛନ୍ତି ସେମାନଙ୍କର ଶପଥ କରାଯାଇଥିଲା। ସୁଜିତ କୁମାର ଓଡିଆରେ ଶପଥ ଗ୍ରହଣ କରିଥିଲେ। ଶପଥ ଶେଷ ହେବା ପରେ ସେ ଜୟ ଜଗନ୍ନାଥ କହିଥିଲେ। ସୁଜିତ କୁମାର ବିଜେଡିରୁ ରାଜ୍ୟସଭା ସାଂସଦ ଭାବେ ପ୍ରତିନିଧିତ୍ବ କରୁଥିଲେ। ଏହାପରେ ସେ ବିଜେଡି ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ଏହାପରେ ବିଜେପି ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନିତ କରିଥିଲା। ସେ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ପରେ ଆଜି ଶପଥ ଗ୍ରହଣ କରିଛନ୍ତି।

