Author: Samikhsya Bureau

ମେଷ- ବ୍ୟବସାୟ ଯୋଜନା ସଫଳ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଏକ ଛୋଟ ଯାତ୍ରା ହୋଇପାରେ । ତତ୍ପରତା ନାହିଁ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ । ଏକ ପୁରୁଣା ବନ୍ଧୁଙ୍କୁ ଭେଟିବେ । ମନ ଅଶାନ୍ତ ହେବ । ଇଶ୍ବରଙ୍କଠାରେ ଧ୍ୟାନ କର । ଆଜି ଆପଣ ଆର୍ଥିକ ପ୍ରସଙ୍ଗରେ ସତର୍କ ହେବା ଆବଶ୍ୟକ । ପିଲାଙ୍କ ଦାୟିତ୍ବ ପୂରଣ ହେବ । ସମ୍ପର୍କ ତୀବ୍ର ହେବ । କାରବାର ଏବଂ ସଞ୍ଚୟ ପ୍ରସଙ୍ଗରେ ଗମ୍ଭୀର ହେବାକୁ ପଡିବ । ବୃଷ- ଅର୍ଥନୈତିକ ସମସ୍ୟାର ସମାଧାନ ହୋଇପାରିବ, କିନ୍ତୁ ଭାବନାକୁ ନିୟନ୍ତ୍ରଣ କରାଯିବା ଆବଶ୍ୟକ । ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ସହଯୋଗ ମିଳିପାରିବ । ବିବାହିତ ଜୀବନରେ, ସ୍ନେହ ଦେଖାଇବାର ନିଜସ୍ୱ ଗୁରୁତ୍ୱ ରହିଛି ଏବଂ ଆପଣ ଆଜି ଏହି ଜିନିଷ ଅନୁଭବ କରିବେ। ଗାଡି ଚଳାଇବା ସମୟରେ ଆପଣ…

Read More

ସୁନ୍ଦରଗଡ଼: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିଲେ। ମଙ୍ଗଳବାର ଦିନ ମାନ୍ୟବର ମନ୍ତ୍ରୀ ମିଶନ ଶକ୍ତି ମା’ମାନଙ୍କ ଜୀବିକା ଏବଂ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ସୁନ୍ଦରଗଡ଼ସ୍ଥିତ ସଦଭାବନା ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମାନ୍ୟବର ମନ୍ତ୍ରୀ ଯୋଗଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ। ଏହାସହ ଜିଲ୍ଲାରେ ସାନ ସାନ ପିଲାଙ୍କ ପୋଷଣ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଚାଲିଥିବା ସ୍ପିରୁଲିନା ଏବଂ ମାଣ୍ଡିଆ ଲଡୁ ବଣ୍ଟନ କାର୍ଯ୍ୟକ୍ରମ ବିଷୟରେ ବିଭାଗୀୟ ଅଧିକାରୀଙ୍କଠାରୁ ସେ ପଚାରି ବୁଝିଥିଲେ। ଏହି ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ସହିତ ସମନ୍ୱ୍ୱିତ ଶିଶୁ ବିକାଶ ଯୋଜନାର (ଆଇସିଡିଏସ୍‌)…

Read More

ଭୁବନେଶ୍ୱର: ଉତ୍ସବ ଋୁତୁ ପାଖେଇ ଆସିଥିବା ବେଳେ ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆକ୍‌ସେସୋରିଜ୍ ସ୍ପେସିଆଲିଟି ଶୃଙ୍ଖଳା ରିଲାଏନ୍ସ ରିଟେଲ୍‌ର ଟ୍ରେଣ୍ଡ୍‌ସ ପକ୍ଷରୁ ଏହାର ଗ୍ରାହକମାନଙ୍କ ପାଇଁ ଗଣେଶ ପୂଜା ଉପଲକ୍ଷେ ସ୍ୱତନ୍ତ୍ର ଅଫର ଓ ଟ୍ରେଣ୍ଡସ୍ ସ୍ୱାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତା ବିଷୟରେ ଘୋଷଣା କରାଯାଇଛି। ଗଣେଶ ପୂଜାକୁ ଅଧିକ ଆକର୍ଷଣୀୟ କରିବା ଓ ଗ୍ରାହକଙ୍କୁ ସପିଙ୍ଗ୍ ଉପରେ ଉନ୍ନତ ଅନୁଭୂତି ଦେବା ଲାଗି ସ୍ୱତନ୍ତ୍ର ଅଫର ଅଧିନରେ ଗ୍ରାହକମାନେ ୩୪୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସପିଙ୍ଗ କଲେ ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ଓ ୩୦୦୦ ଟଙ୍କା ମୂଲ୍ୟର କୁପନ୍ ପାଇପାରିବେ। ଏହି ସ୍ୱତନ୍ତ୍ର ଅଫର ସହିତ ଟ୍ରେଣ୍ଡ୍‌ସ ସ୍ୱାଗତମ୍ ଶ୍ରୀଗଣେଶ ପ୍ରତିଯୋଗିତା ମଧ୍ୟ ଘୋଷଣା କରାଯାଇଛି ଯେଉଁଥିରେ ଗ୍ରାହକମାନେ ପ୍ରଭୁ ଗଣେଶଙ୍କ ଏକ ଛବି ଅଙ୍କନ କରି ତାହାକୁ ଆମ ସହିତ ସେୟାର କରିପାରିବେ କିମ୍ବା ପ୍ରଭୁ ଗଣେଶଙ୍କ ସହ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ ର ୫ଟି ପଂଚାୟତରେ ପଞ୍ଚାୟତସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ହାଡ, କାନ ତଥା ବିଭିନ୍ନ ବିଭାଗର ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରାଯାଇଥିଲା। ସେମାନଙ୍କୁ ପରବର୍ତ୍ତି ସମୟରେ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯିବା ସହ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଦିଆଯିବ। ଏହି ଶିବିରରେ ଡାକ୍ତର ସନ୍ତାେଷ କୁମାର ମିଶ୍ର, ଡାକ୍ତର ଡାକ୍ତର ସଚ୍ଚିତାନନ୍ଦ ଖାଲିଆ, ଡାକ୍ତର ସୁଲତା ପତି, ଡାକ୍ତର ଭବାନି ମୁଦୁଲି, ଡାକ୍ତର ସୌରଭ ସ୍ବାଇଁ ପ୍ରମୁଖ ଭିନ୍ନକ୍ଷମ ମାନକଙ୍କୁ ପରୀକ୍ଷା କରିଥିଲେ। ନାକଟିଦେଉଳ ବ୍ଲକ୍ ର ପାଣିମୋରା, କିସିଣ୍ଡା, ବଳମ୍, ନାକଟିଦେଉଳ, ସରାପାଲି ଆଦି ଗ୍ରାମପଂଚାୟତରେ ୨୭୭ ଡଣ ଭିନ୍ନକ୍ଷମକୁ ପରୀକ୍ଷା କରାଯାଇଥିଲା। ବ୍ଲକ୍ ପ୍ରଶାସନ ତରଫରୁ ପଦାଧିକାରୀମାନେ ଯୋଗଦେଇ ଏହି ଶିବିରରେ ସହଯୋଗ କରିଥିଲେ।

Read More

ମେଲବୋର୍ଣ୍ଣ: ଜାତୀୟ ଶିକ୍ଷା ନୀତି ୨୦୨୦ କ୍ରିୟାନ୍ୱୟନ ସହ ଶିକ୍ଷା, ନବସୃଜନ, ଷ୍ଟାର୍ଟଅପ କ୍ଷେତ୍ରରେ ବ୍ୟାପକ ସଂସ୍କାର ଭାରତ ପାଇଁ ଅନେକ ସୁଯୋଗ ଆଣିଦେଇଛି ବୋଲି ଆଜି ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ ସ୍ଥିତ କାଙ୍ଗନ ଇନଷ୍ଟିଚ୍ୟୁଟ୍ ଠାରେ ଭେଟ୍ : ଭବିଷ୍ୟତ ପାଇଁ ଦକ୍ଷତା ବିକଶିତ ନୀତି ଆଲୋଚନା ଚକ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତର ଯୁବପିଢିଙ୍କୁ ଭବିଷ୍ୟତର କୌଶଳ ସହ ପ୍ରସ୍ତୁତି କରାଇବା ସହ ରୋଜଗାରକ୍ଷମ କରିବା, ସ୍କିଲିଂ ଆଉଟକମକୁ ବିକଶିତ କରିବା, ଶିଳ୍ପନୁଷ୍ଠାନ ଓ ଶିକ୍ଷା କ୍ଷେତ୍ରର ସଂଯୋଗୀକରଣକୁ ସୁଦୃଢ଼ କରିବା ଓ ଦକ୍ଷତା ଆବଶ୍ୟକତାକୁ ପୂରଣ କରିବା ଦିଗରେ ଅଷ୍ଟ୍ରେଲିଆର ସ୍କିଲିଂ ଷ୍ଟାଣ୍ଡାର୍ଡ ଏବଂ ସାର୍ଟିଫିକେସନ ଫ୍ରେମଓ୍ୱାର୍କକୁ ଭାରତରେ କିଭଳି ବ୍ୟବହାର କରାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା। ଏହି ଅବସରରେ ଶ୍ରୀ ପ୍ରଧାନ କୁଶଳୀ ତଥା ଉଚ୍ଚ ଉତ୍ପାଦନକାରୀ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୫ ତାରିଖ ରାତି ଆଠଟା ବେଳେ ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୨ର ଭବ୍ୟ ଉଦ୍ଯାପନୀ ସମାରୋହକୁ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ସମ୍ବୋଧନ କରିବେ। ବିଶେଷକରି ଯୁବ ମାନସ ମଧ୍ୟରେ ନବୋନ୍ମୋଷର ଉତ୍ସାହ ଜାଗ୍ରତ କରିବା ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ଉଦ୍ୟମ ହୋଇ ରହି ଆସିଛି। ଏହାକୁ ଆଖି ଆଗରେ ରଖି ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ) ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା। ଏସଆଇଏଚ୍ ଏକ ଦେଶବ୍ୟାପୀ ପଦକ୍ଷେପ ଯେଉଁଥିରେ କି ଛାତ୍ରଛାତ୍ରୀମାନେ ସମାଜ, ସଂଗଠନ ଓ ସରକାର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସୁଯୋଗ ପାଇଥାନ୍ତି। ଏଗୁଡ଼ିକ ନବୋନ୍ମୋଷ ସଂସ୍କୃତିର ପରିଚାଳନା, ସମସ୍ୟା ସମାଧାନ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁସନ୍ଧାନ କୌଶଳ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଏସଆଇଏଚର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏସଆଇଏଚରେ ପଞ୍ଜୀକୃତ ହେଉଥିବା ଦଳଗୁଡିକର ଚାରିଗୁଣ ବୃଦ୍ଧି ଏହାର ପ୍ରମାଣ। ପ୍ରଥମ ସଂସ୍କରଣରେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଠାକୁରାଣୀଙ୍କୁ ଦର୍ଶନ କରି ଫେରିବା ବେଳେ ଲେଉଟିଲା ଅଟୋ। ଏକାଧିକ ଗୁରୁତର। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ମୁତାବକ ଆଜି ସକାଳେ ବାଲୁଗାଁ ଥାନା ସରଳସିଂହ ଗ୍ରାମର ରବୀନ୍ଦ୍ର ବିଶ୍ୱାଳ, ଶେଷ ବିଶ୍ୱଳ, ନରସିଂହ ବିଶ୍ୱାଳ ଓ ଧୁଶା ବିଶ୍ୱାଳଙ୍କ ପରିବାରବର୍ଗ ଏକ ଅଟୋ ଏବଂ ଏକାଧିକ ବାଇକରେ ବାଣପୁର ମା’ ବିରିଜାଈ ମନ୍ଦିର ମାନସିକ ପାଇଁ ଯାଇଥିଲେ। ତେବେ ପୂଜାର୍ଚ୍ଚନା ସାରି ଅପରାହ୍ନରେ ଫେରିବାବେଳକୁ ନୀଳାଦ୍ରିପ୍ରସାଦ ନିକଟରେ ଅଟୋ ଏବଂ ବାଇକ ମଧ୍ୟରେ ଧକ୍କା ହୋଇ ଅଟୋଟି ଲେଉଟିପଡିଥିଲା। ଫଳରେ ଅଟୋରେ ଉପସ୍ଥିତ ଥିବା ଚାଳକଙ୍କ ସମେତ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଅହଲ୍ୟା ବିଶ୍ୱାଳ, ରବୀନ୍ଦ୍ର ବିଶ୍ୱାଳ, କାହ୍ନୁ ବିଶ୍ୱାଳ, ଦୀପା ବିଶ୍ୱାଳ, ହୁଲାସ ବିଶ୍ୱାଳ, କୁନି ବିଶ୍ୱାଳ,ଧନେଶ୍ୱର ରଣା (ଅଟୋ ଚାଳକ) ଏବଂ ଜ୍ୟୋତ୍ସ୍ନା ସାହୁ। ଅଟୋରେ ଦୁଇ ଶିଶୁ,…

Read More

ନୂଆଦିଲ୍ଲୀ: ଭାରତୀୟ ମିଡିଆ ଜଗତରେ ଏକ ବଡ ଧରଣର କିଣାବିକା ହେବାକୁ ଯାଉଛି। ତାହା ହେଲା ଭାରତର ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ଏନଡିଟିଭି କୁ କିଣିବ ଆଦାନୀ ଗ୍ରୁପ। ଏ ନେଇ ଆଦାନୀ ଗ୍ରୁପ ତରଫରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି। ଏଥିରେ କୁହାଯାଇଛି ଯେ, ଗ୍ରୁପର ଅନ୍ୟତମ କଂପାନୀ AMG Media Networks Limited, ଏନଡିଟିଭିର ୨୯.୧୮ ପ୍ରତିଶତ ଷ୍ଟେକ ଅଧିଗ୍ରହଣ କରିବ। ଏଥିରେ ପୁଣି କୁହାଯାଇଛି ଯେ, ୨୯.୧୮ ପ୍ରତିଶତ ଅଧିଗ୍ରହଣ କରିବା ପରେ ଆଉ ୨୬ ପ୍ରତିଶତ ପାଇଁ ଓପନ ଅଫର ଜାରୀ କରାଯିବ। ଆଦାନୀ ଗ୍ରୁପ ଏହି ୨୬ ପ୍ରତିଶତ ଓପନ ଅଫରରେ ପ୍ରତି ସେୟାର ମୂଲ୍ୟ ୨୯୪ ଟଙ୍କା ହିସାବରେ ମୋଟ ୪୯୩ କୋଟି ଟଙ୍କା ଧାର‌୍ୟ୍ୟ କରାଯାଇଛି। ଆଜି ଏନଡିଟିଭିର ସେୟାର ମୂଲ୍ୟ ୫ ପ୍ରତିଶତ ବୃଦ୍ଧି ପାଇଁ ୩୭୭.୫୫ ପଇସାରେ କାରବାର ବନ୍ଦ ହୋଇଛି।

Read More

ମୁମ୍ବାଇ: ଆମିର ଖାନଙ୍କ ‘ଲାଲ ସିଂ ଚଡ୍ଡା’ ବକ୍ସ ଅଫିସରେ ପ୍ରଦର୍ଶନ ଦୃଷ୍ଟିରୁ ଆଶା ପୂରଣ କରିନଥିଲା। ଆମିରଙ୍କ ଏହି ଚଳଚ୍ଚିତ୍ର ବଏକଟ ବଲିଉଡ ଟ୍ରେଣ୍ଡରେ ମଧ୍ୟ ଆସିଥିଲା, ଯାହାକୁ ସେ ଦୀର୍ଘ ତିନି ବର୍ଷ ଦେଇଥିଲେ। ଏଭଳି ପରିସ୍ଥିତିରେ ଆମୀର ନିରାଶ ହେବାକୁ ବାଧ୍ୟ। ଏହି ସମୟରେ, ନୂଆ ଖବର ସାମ୍ନାକୁ ଆସିଛି ଯେ ସେ ଦୁଇମାସ ବିରତି ନେବା ପରେ ଆମେରିକା ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ନୂତନ ପ୍ରକଳ୍ପରେ କାମ ଆରମ୍ଭ କରିବା ପୂର୍ବରୁ ଆମୀରଙ୍କୁ ନିଜର ମନକୁ ସୁସ୍ଥ କରିବାକୁ ଦୁଇମାସ ସମୟ ରହିବ। ‘ଲାଲ ସିଂ ଚଡ୍ଡା’କୁ ଦର୍ଶକଙ୍କ ପ୍ରତିକ୍ରିୟା ଆମୀରଙ୍କ ପାଇଁ ହୃଦୟ ବିଦାରକ ବୋଲି ଜଣାଯାଇଛି। ବର୍ତ୍ତମାନ ଏଭଳି ବାତାବରଣ ମଧ୍ୟରେ ଆମୀର ଦୁଇ ମାସ ପାଇଁ ଆମେରିକା ଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କ୍ଵାଲିଟି ସମୟ ବିତାଇବାକୁ ଏକ ସୁଯୋଗ ପାଇବେ। ଏହା ସହିତ ଅନ୍ତର୍ଜାତୀୟ ସ୍ତରରେ ‘ଲାଲ ସିଂ…

Read More

ଭୁବନେଶ୍ବର: ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ୨୦ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ହେବ। ଏ ନେଇ ଆଜି ପାଣିପାଗ ବିଭାଗ ତରଫରୁ ଚେତାବନୀ ଦିଆଯାଇଛି। ଏଥସହିତ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରୀ କରାଯାଇଛି। ଉତ୍ତର ଉପକୂଳ ଓଡିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ସମେତ କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ସେହିପରି ଉତ୍ତର ଓଡିଶାର ସମସ୍ତ ୧୫ଟି ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର ୫ଜିଲ୍ଲା ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ବିଜୁଳି ଘଡ ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।

Read More

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି କଂଗ୍ରେସର ଅନ୍ତରିଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସେ ରାଷ୍ଟ୍ରପତି ଭବନକୁ ଯାଇ ଏହି ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଜିତିବା ପରେ କଂଗ୍ରେସ ମୁଖ୍ୟ ଭାବେ ତାଙ୍କର ଏହା ପ୍ରଥମ ସାକ୍ଷାତକାର। ସୋନିଆ ରାଷ୍ଟ୍ରପତିଙ୍କ ସହିତ କିଛି ସମୟ ପାଇଁ ଆଲୋଚନା କରିଥିଲେ। ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଜିତିବା ପରେ ତାଙ୍କୁ ସାକ୍ଷାତ କରିବା ପାଇଁ ଭିଭିଆଇପିଙ୍କ ଧାଡି ଲାଗିଛି। ସେ ଯେଉଁଦିନ ଜିତିଥିଲେ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଦେଶର ସର୍ବୋଚ୍ଚ ନେତାମାନେ ସାକ୍ଷାତ କରିବାରେ ଲାଗିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ବିଦେଶ ପ୍ରତିନିଧୀ ଦଳ।

Read More

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ ୨୩ ଅଗଷ୍ଟ, ୨୦୨୨ରେ ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ଦ୍ୱାରା କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ ସଫଳତାପୂର୍ବକ ସମ୍ପନ୍ନ କରାଯାଇଥିଲା। ଫ୍ଲାଇଟ୍‌ ଟେଷ୍ଟ ବା ଆକାଶମାର୍ଗ ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରର ଭୂଲମ୍ବ (ଭର୍ଟିକାଲ) ମାରକ କ୍ଷମତା ଜାଣିବା ଲାଗି ଚେଷ୍ଟା କରାଯାଇଥିଲା। ଆକାଶମାର୍ଗରେ ଥିବା ଏକ ଦ୍ରୁତଗାମୀ ମାନବବିହୀନ ଲକ୍ଷ୍ୟ ଉଦ୍ଦେଶ୍ୟରେ ଭାରତୀୟ ନୌସେନାର ଏକ ଜାହାଜରୁ କ୍ଷେପଣାସ୍ତ୍ରକୁ ନିକ୍ଷେପ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରରେ ଲାଗିଥିବା ସମ୍ପୂର୍ଣ୍ଣ ସ୍ୱଦେଶୀ ରେଡିଓ ଫ୍ରିକୁଏନ୍ସି (ଆରଏଫ) ସିକର୍‌ ବା ଲକ୍ଷ୍ୟଭେଦ ପ୍ରଣାଳୀ ଉଚ୍ଚ ସଠିକତା ସହିତ ନିର୍ଦ୍ଧାରିତ ଲକ୍ଷ୍ୟକୁ ଧ୍ୱଂସ କରିବାରେ ସଫଳ ହୋଇଥିଲା। ଡିଆରଡିଓ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ପଦ୍ଧତିରେ ଭିଏଲ-ଏସଆରଏସଏଏମ ପ୍ରଣାଳୀକୁ ଡିଜାଇନ ଏବଂ ବିକଶିତ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନିଷ୍ପତ୍ତିକୁ ଚିଲିକା ବ୍ଲକ ଅଧ୍ୟକ୍ଷା ବିରୋଧ କରିଛନ୍ତି। ବାଲୁଗାଁ ମେଡିକାଲ ରୋଗୀ କଲ୍ୟାଣ ସମିତି ବୈଠକକୁ ନେଇ ବିରୋଧ କରାଯାଇଛି। ସୂଚନା ମୁତାବକ ଆସନ୍ତାକାଲି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ ବିଧାୟକଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ହେବାକୁ ସ୍ଥିର ହୋଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଚିଲିକା ବ୍ଲକ ଅଧ୍ୟକ୍ଷା। ଅଧ୍ୟକ୍ଷାଙ୍କ କହିବା ମୁତାବକ ବାଲୁଗାଁ ମେଡିକାଲ ପକ୍ଷରୁ ଆଜି ତାଙ୍କ ନିକଟକୁ ଏକ ନିମନ୍ତ୍ରଣ ପତ୍ର ଆସିଥିଲା, ଯେଉଁଥିରେ ଲେଖାଯାଇଥିଲା ରୋଗୀ କଲ୍ୟାଣ ସମିତି ବୈଠକ ଆସନ୍ତାକାଲି ଚିଲିକା ବିଧାୟକଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ହେବ। ତେବେ ସେ ଏହା ଜାଣିଲା ପରେ ଚିଠିକୁ ଫେରାଇଦେଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି। ରୋଗୀ କଲ୍ୟାଣ ସମିତି ବୈଠକ ନିୟମ ଅନୁଯାୟୀ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ହେବା କଥା, କିନ୍ତୁ…

Read More

ନୂଆଦିଲ୍ଲୀ: ବିଜେପି ବିଧାୟକ ଟି ରାଜ ସିଂଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ସେ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ବିଜେପି ମଧ୍ୟ ରାଜାଙ୍କୁ ଏକ’କାରଣ ଦର୍ଶାଅ ନୋଟିସ ଜାରି କରି ୧୦ ଦିନ ମଧ୍ୟରେ ଉତ୍ତର ମାଗିଛି। ବିଜ୍ଞପ୍ତିରେ ତାଙ୍କୁ କାହିଁକି ଦଳରୁ ବହିଷ୍କାର କରାଯିବା ଉଚିତ ନୁହେଁ ବୋଲି ତାଙ୍କୁ ପଚରାଯାଇଛି। ଏହାପୂର୍ବରୁ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ରାଜାଙ୍କୁ ହାଇଦ୍ରାବାଦରେ ପୋଲିସ ଗିରଫ କରିଥିଲା।

Read More

ନୂଆଦିଲ୍ଲୀ: ଗୁଜୁରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ଅହମ୍ମଦାବାଦ କଲେକ୍ଟରେଟରେ ୪୦ ଜଣ ପାକିସ୍ତାନୀ ହିନ୍ଦୁଙ୍କୁ ଭାରତୀୟ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏକ ସରକାରୀ ପ୍ରକାଶନରେ କୁହାଯାଇଛି ଯେ, ୨୦୧୭ ପରଠାରୁ ମୋଟ ୧ ହଜାର ୩୨ ପାକିସ୍ତାନୀଙ୍କୁ ଜିଲ୍ଲା କଲେକ୍ଟର ନାଗରିକତ୍ୱ ପ୍ରଦାନ କରିଛନ୍ତି। ୨୦୧୬ ଏବଂ ୨୦୧୮ ର ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ଅହମ୍ମଦାବାଦ, ଗାନ୍ଧିନଗର ଏବଂ କଚ୍ଛ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନରେ ରହୁଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ସଂଖ୍ୟାଲଘୁଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ କ୍ଷମତା ଦିଆଯାଇଛି। ନାଗରିକତ୍ୱ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଇଣ୍ଟେଲିଜେନ୍ସ ବ୍ୟୁରୋ ଦଳ ଦ୍ୱାରା ଯାଞ୍ଚ କରାଯାଇଥାଏ। ପ୍ରକାଶ ଯେ, ୨୦୨୨ ମସିହାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୭ ପାକିସ୍ତାନୀ ହିନ୍ଦୁଙ୍କୁ ଅହମ୍ମଦାବାଦର ଜିଲ୍ଲାପାଳଙ୍କ ଦ୍ୱାରା ଭାରତୀୟ ନାଗରିକତା ଦିଆଯାଇଥିଲା। ଉଲ୍ଲେଖ ଯୋଗ୍ୟ ଯେ, ମାର୍ଚ୍ଚ…

Read More

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାନ ସେନା ମୁଖ୍ୟ ରାଜ ଠାକରେ ନୁପୁର ଶର୍ମାଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ସମସ୍ତେ ନୁପୁର ଶର୍ମାଙ୍କଠାରୁ କ୍ଷମା ମାଗିଥିଲେ କିନ୍ତୁ ମୁଁ ତାଙ୍କୁ ସମର୍ଥନ କଲି। ରାଜ ଠାକରେ କହିଛନ୍ତି ଯେ, ଡକ୍ଟର ଜାକିର ନାୟକ ନୁପୁର ଶର୍ମା ଯାହା କହିଛନ୍ତି ତାହା ସେ କହି ସାରିଛନ୍ତି, କିନ୍ତୁ ତାଙ୍କଠାରୁ କ୍ଷମା ମାଗିବାକୁ କେହି ଦାବି କରିନାହାଁନ୍ତି। ଠାକରେ କହିଛନ୍ତି ଯେ, ଓୱାଇସି ଭାଇମାନେ ଆମର ଦେବତା ଏବଂ ଦେବୀଙ୍କୁ ଖରାପ ବୋଲି କହିଛନ୍ତି। ନୁପୁର ଶର୍ମାଙ୍କ ମାମଲା କ’ଣ?: ନୁପୁର ଶର୍ମା ଜୁନ୍ ମାସରେ ମହମ୍ମଦଙ୍କ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହା ପରେ ବିଶ୍ଵର ଅନେକ ଦେଶ ଭାରତକୁ ସମାଲୋଚନା କରିଥିଲେ। ଏହା ପରେ ଦଳ ନୁପୁର ଶର୍ମାଙ୍କୁ ବହିଷ୍କାର କରିଥିଲା। ଏହି ବିବାଦୀୟ ବିବୃତ୍ତି ହେତୁ ଦେଶର ବିଭିନ୍ନ ଅଞ୍ଚଳରେ ନୁପୁର ବିରୋଧରେ ଅନେକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା।…

Read More

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ପୁଣି ବର୍ଷା ହେବା ସମ୍ଭାବନା ରହିଛି। ସେଥିପାଇଁ ୮ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। ସେହି ଜିଲ୍ଲା ଗୁଡିକ ହେଲା- ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା। ଏହି ସବୁ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଆଉ ୨୦ ଜିଲ୍ଲାକୁ ବିଜୁଳି ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। ଉତ୍ତର ଓଡ଼ିଶାର ସମସ୍ତ ୧୫ଟି ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲା ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

Read More

ନୂଆଦିଲ୍ଲୀ: ଚାରି ବର୍ଷର ଦୀର୍ଘ ବ୍ୟବଧାନ ପରେ ଏସିଆ କପ୍ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ତେବେ ଅଗଷ୍ଟ ୨୮ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି। ଯଦି ଆମେ ଏସିଆ କପ୍ ର ପୁରୁଣା ରେକର୍ଡକୁ ଦେଖିବା, ତେବେ ପାକିସ୍ତାନ ଦଳ ଉପରେ ଭାରତ ଶକ୍ତିଶାଳୀ ଦେଖାଯାଉଛି। ଏସିଆ କପରେ ଏପର୍ଯ୍ୟନ୍ତ ଭାରତ ଏବଂ ପାକିସ୍ତାନ ୧୪ ଥର ସଂଘର୍ଷ କରିଛନ୍ତି। ଭାରତ ଦଳ ଏସିଆ କପରେ ପାକିସ୍ତାନକୁ ୮ ଥର ପରାସ୍ତ କରିବାରେ ସଫଳ ହୋଇଛି। ଏଥି ସହିତ ପାକିସ୍ତାନ ଦଳ ଏପର୍ଯ୍ୟନ୍ତ ମାତ୍ର ୫ ଟି ମ୍ୟାଚ ଜିତିଛି। ୧୯୯୭ ରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍ ଫଳାଫଳ ଆସିନଥିଲା। ଗତ ବର୍ଷ ଟି-୨୦ ବିଶ୍ୱକପ ପରେ ପ୍ରଥମ ଥର ପାଇଁ ଭାରତ ଏବଂ ପାକିସ୍ତାନ ଦଳ ମୁହାଁମୁହିଁ ହେବେ। ଗତ…

Read More

ପୁରୀ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକରେ ପ୍ରବଳ ବର୍ଷା ହେତୁ ମାନବିକ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ ଯୋଗାଇବା ପାଇଁ ଭାରତୀୟ ନୌସେନା ଓଡିଶା ସରକାରଙ୍କ ସହ ସହଯୋଗର ହାତ ମିଳାଇଛି ଏବଂ ରିଲିଫ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ଗତକାଲି ବନ୍ୟା ପ୍ରଭାବିତ ଅଞ୍ଚଳରେ ଡାଇଭିଂ ଏବଂ ବନ୍ୟା ସହାୟତା ଦଳ, ଏକ ଡାକ୍ତରୀ ଦଳ ଏବଂ ଅନ୍ୟାନ୍ୟ ଅଭିଜ୍ଞ ସହାୟକ କର୍ମଚାରୀଙ୍କୁ ଭାରତୀୟ ନୌସେନା ପକ୍ଷରୁ ନିୟୋଜିତ କରାଯାଇଛି। ବନ୍ୟାରେ ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ଏକ କମ୍ୟୁନିଟି ରୋଷେଇ ଘର ମଧ୍ୟ ଖୋଲିବାକୁ ଭାରତୀୟ ନୌସେନା ପକ୍ଷରୁ ଯୋଜନା କରାଯାଉଛି। ଉକ୍ତ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ପୂର୍ବତନ ସେନା କର୍ମଚାରୀମାନେ ମଧ୍ୟ ଆଗେଇ ଆସିଥିବାର ଦେଖାଯାଇଛି। ନାଭାଲ ଅଫିସର ଇନଚାର୍ଜ (ଓଡିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆବଶ୍ୟକୀୟ ଯାନ ଏବଂ…

Read More

ହାଇଦ୍ରାବାଦ: ହାଇଦ୍ରାବାଦରେ ଧର୍ମପ୍ରବର୍ତ୍ତକ ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇଥିବା ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜାଙ୍କୁ ହାଇଦ୍ରାବାଦ ସିଟି ଟାସ୍କଫୋର୍ସ ଏବଂ ଶାହିନୟଗଞ୍ଜ ପୋଲିସ ଗିରଫ କରିଛି। ବାସ୍ତବରେ ତେଲେଙ୍ଗାନାରୁ ବିଜେପି ବିଧାୟକ ଟି ରାଜା ଦେଇଥିବା ବିବାଦୀୟ ବିବୃତ୍ତି ପରେ ଏହି ପ୍ରସଙ୍ଗ ଉତ୍ତପ୍ତ ହୋଇଛି। ଗତ ସନ୍ଧ୍ୟା ଠାରୁ ହାଇଦ୍ରାବାଦରେ ତାଙ୍କ ବିବୃତ୍ତି ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଟି ରାଜା ଭବିଷ୍ୟ‌ଦ୍‌ବକ୍ତାଙ୍କ ବିଷୟରେ ଏକ ବିବାଦୀୟ ବକ୍ତବ୍ୟ ରଖିଥିବା ଅଭିଯୋଗ ହୋଇଛି। ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ମୁନୱାର ଫାରୁକିଙ୍କ ବିରୋଧରେ ଦେଇଥିବା ବିବୃତ୍ତିରେ ସେ ଧର୍ମପ୍ରବର୍ତ୍ତକଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଦେଇ ହାଇଦ୍ରାବାଦ ସାଉଥ ଜୋନ୍ ଡିସିପି ପି ସାଇ ଚୈତନ୍ୟ କହିଛନ୍ତି ଯେ, ଧର୍ମପ୍ରବର୍ତ୍ତକ ମହମ୍ମଦଙ୍କ ବିରୁଦ୍ଧରେ ହୋଇଥିବା ଅପମାନଜନକ ମନ୍ତବ୍ୟ ପାଇଁ ବିଧାୟକ ରାଜା ସିଂଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ଗତକାଲି ରାତିରେ ଦକ୍ଷିଣ ଜୋନ୍…

Read More

ପାଣାଜୀ: ଗୋଆରେ ହୃଦଘାତରେ ଟିକଟକ୍ ତାରକା ତଥା ବିଜେପି ନେତା ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟିଛି। ବିଜେପି ତାଙ୍କୁ ୨୦୧୯ ନିର୍ବାଚନରେ ହିସାର ଜିଲ୍ଲାର ଆଦମପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। କିନ୍ତୁ ସେଠାରେ ସେ କଂଗ୍ରେସ ନେତା ଥିବା କୁଲଦୀପ ବିଷ୍ନୋଇଙ୍କ ଠାରୁ ପରାସ୍ତ ହୋଇଥିଲେ। ସୋନାଲି ଅନେକ ଛୋଟ ପରଦା ସିରିଏଲରେ କାମ କରିଛନ୍ତି। ସୋନାଲି ଫୋଗାଟ ସୋମବାର ରାତିରେ ମଧ୍ୟ ନିଜେ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଟିକଟକ୍ ସମେତ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରସିଦ୍ଧ ରିଅଲିଟି ସୋ ବିଗ୍ ବସ୍ ର ୧୪ ତମ ସଂସ୍କରଣରେ ସୋନାଲି ଭାଗ ନେଇଥିଲେ।

Read More