Author: Samikhsya Bureau

ନୂଆଦିଲ୍ଲୀ: “ଭାରତ ସରକାର ସହଯୋଗ ଓ ସମନ୍ୱୟମୂଳକ ସଂଘୀୟ ବ୍ୟବସ୍ଥା ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବହୁବିଧ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ କାର୍ଯ୍ୟ କରୁଛନ୍ତି।” କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଭାଷୀ ମାଧ୍ୟମରେ ବିଭିନ୍ନ ଫ୍ଲାଗସିପ ଯୋଜନାର କାର୍ଯ୍ୟ ସମୀକ୍ଷା କାଳରେ ଆଜି ଏହା ପ୍ରକାଶ କରିଛନ୍ତି। ଏଥିରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ), ଜରୁରୀକାଳୀନ କୋଭିଡ ରେସପନ୍ସ କ୍ୟାକେଜ, ଇସିଆରପି-୨, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ-ଏବିଏଚଆଇଏମ) ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭିଏଫସି) ସାମିଲ ଥିଲେ। ସେ କୋଭିଡ ଟିକାକରଣ ଅମୃତ ମହୋତ୍ସବ ଅଧୀନରେ ପ୍ରତିଷେଧକ କୋଭିଡ ଟିକାକରଣର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ସମୀକ୍ଷା କରାଯାଇଥିବା ତଥା ଦେଶରେ ବିଭିନ୍ନ ସ୍ୱାସ୍ଥ୍ୟସେବା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ବାଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବାଣପୁର ବ୍ଳକ ଅଧୀନସ୍ଥ ୧୭ ଗୋଟି ପଞ୍ଚାୟତ ଏବଂ ଏନଏସିର ସମୁଦାୟ ୪୧୮ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଛନ୍ତି। ସମସ୍ତ ଅଭିଯୋଗଗୁଡ଼ିକ ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଇଥିବା ବେଳେ ଜଣେ ହିତାଧିକାରୀଙ୍କୁ ରେଡକ୍ରସ୍ ପାଣ୍ଠିରୁ ୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଛି। ଜନଶୁଣାଣୀ ଶିବିର ସମାପ୍ତ ହେବା ପରେ ଜିଲ୍ଲାପାଳ ଓ ଟିମ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନକୁ ଯାଇଥିଲେ। ସେଠାରେ ବିଭିନ୍ନ ସମସ୍ୟା ସ୍ଥାନୀୟ ମେଡିକାଲ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ପଚାରିଥିଲେ ଜିଲ୍ଲାପାଳ। ତେବେ ଡାକ୍ତରଖାନା ରେ ଡାକ୍ତରମାନେ ସପ୍ତାହକୁ ମାତ୍ର ଦୁଇ ଦିନ କାର୍ଯ୍ୟକୁ ଆସୁଥିବାର ଜନପ୍ରତିନିଧିଙ୍କ ଠାରୁ ଶୁଣି ବିରକ୍ତି ପ୍ରକାଶ କରିଥିଲେ ଜିଲ୍ଲାପାଳ। ତୁରନ୍ତ…

Read More

ଖୋର୍ଦ୍ଧା: ସମ୍ଭାବ୍ୟ ବାତ୍ୟା ନେଇ ପ୍ରଶାସନ ପ୍ରସ୍ତୁତ ରହିଛି। ଜିଲ୍ଲାରେ ରାଜୁଆ ଓ ଦୟା ନଦୀ ପ୍ରଭାବରେ ବାଲିଅନ୍ତା, ବାଲିପାଟଣା ଓ ଖୋର୍ଦ୍ଧା ବ୍ଲକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତିନୋଟି ବ୍ଲକର ୧୦ଟି ପଞ୍ଚାୟତର ୧୬ଟି ଗ୍ରାମର ୪୪୯୮ ଜଣ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୩୮ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ରଖାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଜଣାଇଛନ୍ତି। ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରାଯାଇଛି। ବାଲିଅନ୍ତାର ୩ଟି ଓ ଖୋର୍ଦ୍ଧା ବ୍ଲକର ୨ଟି ସ୍ଥାନରେ ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି। ବାଲିପାଟଣା ବ୍ଲକରେ ଏନଡ୍ରାଫ ଓ ଖୋର୍ଦ୍ଧା ବ୍ଲକରେ ଓଡ୍ରାଫ ଟିମ ମୁତୟନ କରାଯାଇଛି। ୮ଟି ଯନ୍ତ୍ରଚାଳିତ ଡଙ୍ଗା ସମେତ ୫୮ଟି ଡଙ୍ଗା ପ୍ରସ୍ତୁତ କରାଯାଇଛି। ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇ ରହିଛି। ଶୁଖିଲା ଖାଦ୍ୟ,…

Read More

ଭୁବନେଶ୍ବର: ଓଡିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଆଜି ଠାରୁ ସାରାରାଜ୍ୟରେ କଳା ବ୍ୟାଚ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ପକ୍ଷରୁ ଅଗଷ୍ଟ ୧୬ ତାରିଖରୁ ସପ୍ତାହ ବ୍ୟାପି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭିତ୍ତିକ ଗ୍ରୁପ ବି, ସି ଏବଂ ଡି କର୍ମଚାରୀମାନେ କଳାବ୍ୟାଚ ପରିଧାନ କରିବାସହିତ ଶାନ୍ତିପୂର୍ଣ୍ଣଭାବେ ନିଜର ଯଥୋଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରିଛନ୍ତି। ଉକ୍ତ ବିକ୍ଷୋଭ ପ୍ରଦର୍ଶନରେ ଓଡିଶା ସରକାରଙ୍କ ସମସ୍ତ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପରିବହନ, ସାମଜିକ ସୁରକ୍ଷା, କୃଷି ଏବଂ ପଶୁସମ୍ପଦ, ଜଙ୍ଗଲ ଏବଂ ପରିବେଶ, ଶ୍ରମ ଆଦି ବିଭିନ୍ନ ବିଭାଗରୁ କାର୍ଯ୍ୟରତ କର୍ମଚାରୀ ମାନେ ପ୍ରତେକ ଜିଲ୍ଲାର ବ୍ଲକ ସ୍ତରରେ ଅବସ୍ଥାପିତ ମୁଖ୍ୟ ଦପ୍ତରଠାରୁ ଆରମ୍ଭ କରି ଭୁବନେଶ୍ୱର ବିଭାଗୀୟ…

Read More

ନୂଆଦିଲ୍ଲୀ: କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ହିନ୍ଦୁସ୍ତାନ ଉର୍ବରକ ଏବଂ ରସାୟନ ଲିମିଟେଡ୍ (ଏଚୟୁଆରଏଲ୍) -ସିନ୍ଦ୍ରି ଏବଂ ବାରାଉନି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଖୁବ ଶୀଘ୍ର ଏଚୟୁଆରଏଲ୍-ବାରାଉନି ଏବଂ ସିନ୍ଦ୍ରି କାରଖାନାରୁ ୟୁରିଆ ଉତ୍ପାଦନ ଆରମ୍ଭ କରିବାକୁ ଭାରତ ସରକାର ପ୍ରତିବଦ୍ଧ। ସେ କହିଛନ୍ତି ଯେ ଏହି ଦୁଇଟି କାରଖାନା ବାର୍ଷିକ ୨୫ଲକ୍ଷ ମେଟ୍ରିକ ଟନରୁ ଅଧିକ ୟୁରିଆ ଉତ୍ପାଦନ କରିବ ଯାହା ସମାନ ପରିମାଣ ୟୁରିଆର ଆମଦାନୀ ହ୍ରାସ କରିବାରେ ସହାୟକ ହେବ। କେନ୍ଦ୍ର ମନ୍ତ୍ରୀ ଆମୋନିଆ/ୟୁରିଆ ଉତ୍ପାଦନ ପାଇଁ ଦେଶର ପ୍ରଥମ କୋଲ ଗ୍ୟାସିଫିକେସନ ଜ୍ଞାନକୌଶଳ ଭିତ୍ତିକ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (ଟିଏଫ୍ଏଲ୍) ର ସମୀକ୍ଷା କରିଛନ୍ତି। ଟିଏଫ୍ଏଲର ଉତ୍ପାଦନ କ୍ଷମତା ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ୍ ହେବ। ୨୦୨୪ ମସିହାରେ ଟିଏଫ୍ଏଲର କାର୍ଯ୍ୟକାରୀ ହେବା ଆଶା କରାଯାଉଛି। ଡକ୍ଟର…

Read More

ଭୁବନେଶ୍ୱର: ବନ୍ୟା ପରିସ୍ଥିତି ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା କହିଲେ ଯେ, ମୁଖ୍ୟମନ୍ତ୍ରୀ ଆଜି ମହାନଦୀ ଅବବାହିକାରେ ଥିବା ୧୦ଟି ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍‌ କମିଶନର ଓ ବିଭାଗୀୟ ସଚିବମାନଙ୍କ ସହ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରିଛନ୍ତି। ଗତ କିଛି ଦିନ ଧରି ଲଗାତାର ବର୍ଷା ହେତୁ ମହାନଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ମହାନଦୀ ଅବବାହିକାରେ ଥିବା ୧୦ଟି ଜିଲ୍ଲାର କେତେକ ତଳିଆ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇପାରେ। ଏହି ୧୦ଟି ଜିଲ୍ଲାର ଜିଲ୍ଲା ପ୍ରଶାସନ ସତର୍କ ରହିବା ସହ ସମସ୍ତ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସ୍ତରରୁ ସରକାରୀ ବିଭାଗଗୁଡ଼ିକ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ…

Read More

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହାର ପ୍ରତିଷ୍ଠାତା ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ଜନନେତା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ଚତୁର୍ଥ ପୁଣ୍ୟତିଥି ଅବସରରେ ଆଜି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏମ୍ସ ଭୁବନେଶ୍ୱର ଡିନ୍ (ଏକାଡେମିକ୍ସ) ଡ. ଦେବାଶିଷ ହୋତା, ପିଆର ସେଲ ମୁଖ୍ୟ ଡ. ପ୍ରଭାସ ରଂଜନ ତ୍ରିପାଠୀ, ଭାରପ୍ରାପ୍ତ ଡିଡିଏ ରଶ୍ମିରଂଜନ ସେଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମାଜର ବିଭିନ୍ନ ବର୍ଗରୁ ଆସିଥିବା ପ୍ରମୁଖ ବ୍ୟକ୍ତିବିଶେଷ ଏମ୍ସ ପରିସରରେ ଥିବା ଶ୍ରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀ ୧୫ ଜୁଲାଇ ୨୦୦୩ ରେ ଏମ୍ସ ଭୁବନେଶ୍ୱରର ମୂଳଦୁଆ ପକାଇଥିଲେ। ଏହା ହେଉଛି ଦେଶର ଦ୍ୱିତୀୟ ଏବଂ ଏକମାତ୍ର ଏମ୍ସ ଯାହାର ଭିତ୍ତିପ୍ରସ୍ଥର ସ୍ଥାପନ ଶ୍ରୀ ବାଜପେୟୀଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା। ପୁଣ୍ୟତିଥି ଅବସରରେ ଏକ ବାର୍ତ୍ତା ମାଧ୍ୟମରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ନୂତନ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଯୁବ ଓଏଏସ ଅଧିକାରୀ ଜଗଦୀଶ ଷଡ଼ଙ୍ଗୀ। ଶ୍ରୀ ଷଡ଼ଙ୍ଗୀ ପୁର୍ବରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ। ୨୦୧୬ ବ୍ୟାଚ ର ଉକ୍ତ ଯୁବ ଓଏଏସ ଅଧିକାରୀ ୨୦୨୦ ମସିହାରୁ ବାଲିଗୁଡାରେ କାର୍ଯ୍ୟରତ ଥିଲେ। ବିଶେଷ କରି କୋଭିଡ ପରିଚାଳନାରେ ଉଲେଖନୀୟ କାର୍ଯ୍ୟ କରି ଶ୍ରୀ ଷଡ଼ଙ୍ଗୀ ଚର୍ଚ୍ଚାକୁ ଆସିଥିଲେ। ନିକଟରେ ତାଙ୍କର ବାଲିଗୁଡାରୁ ଚିଲିକାକୁ ବଦଳି ହୋଇଥିବା ବେଳେ ଗତକାଲି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଶ୍ରୀ ଷଡ଼ଙ୍ଗୀ। ତେବେ ଚିଲିକା ବ୍ଲକରେ କ’ଣ ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧି ପଚାରିବାରୁ, ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଥମିକତା ଦେବା ସହ ସରକାରଙ୍କ ୫-ଟି ବ୍ୟବସ୍ଥାକୁ କିପରି ଠିକ ଭାବେ ଲାଗୁ କରାଯିବ ସେ ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି ଶ୍ରୀ ଷଡ଼ଙ୍ଗୀ।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ଜୁନାଗଡ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ, କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ସୁଶାନ୍ତ କୁମାର ପଟେଲ, ଉପ ଜିଲ୍ଲାପାଳ ଧର୍ମଗଡ ସଚିନ ପାୱାର ପ୍ରକାଶ, ସି ଡ଼ି ଏମ୍ ଓ ଡ ରଞ୍ଜନ ମିତ୍ର, ଧର୍ମଗଡ ଏସ ଡି ପି ଓ ଫିରୋଜ ଚୋପ ଦାରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ମେହେର, ବି ଡି ଓ ଦୁଲାରାମ ମାରାଣ୍ଡି ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୧୬୩ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୪୮ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ…

Read More

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମହାତ୍ମାଗାନ୍ଧୀଙ୍କ ବାର୍ତ୍ତା ସହ ବହୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମହାନ ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରୁଥିବା ତଥା ସାରା ରାଜ୍ୟରେ ପରିକ୍ରମା କରିବାକୁ ଥିବା ଭ୍ରାମ୍ୟମାଣ ଓ ଭିଡିଓ ରଥ ‘ଅହିଂସା ରଥ’ର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ବେଳେ ଏହି ରଥଟି ସୋଆ ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପରିସରରେ ମଧ୍ୟ ପହଂଚିଥିଲା। ଛାତ୍ରଛାତ୍ରୀ, ଡାକ୍ତର, ନର୍ସ ଏବଂ ହସ୍ପିଟାଲ୍‌ର କର୍ମକର୍ତାଙ୍କ ସମେତ ଏଠାକୁ ଆସିଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ମଧ୍ୟ ଏହି ଭିଡିଓକୁ ଦେଖିଥିଲେ।

Read More

ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅକ୍ଟୋବର ୧୮ ତାରିଖରେ ରାଜ୍ୟର ଉପକୂଳବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଏହାର ଗୋଟିଏ ଦିନ ପରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଥିବା ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଲଘୁଚାପ ଅଗଷ୍ଟ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ସ୍ଥିର ରହିବା ସହ ଏହା ପରେ ପଶ୍ଚିମ-ଉତର-ପଶ୍ଚିମ ଦିଗ ଆଡକୁ ମୁହାଁଇବ ବୋଲି ସିଇସି ବୁଲେଟିନ୍‌ରେ କୁହାଯାଇଛି। ଏହାର ପ୍ରଭାବରେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ଓଡ଼ିଶା ଉପକୂଳ ଏବଂ ଏଂହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ଥିବା ବେଳେ ଏହାର ଠିକ୍ ଗୋଟିଏ ଦିନ ପରେ ଉତର ଓଡ଼ିଶା ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼,…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ମାନସିକ ଚାପ ସହି ନପାରି ଜଣେ ଶିକ୍ଷୟିତ୍ରୀ ବିଷ ପାନ କରିଥିବାର ଅଭିଯୋଗ ହୋଇଛି। ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ଇଂରାଜୀ ବିଭାଗର ସନ୍ତୋଷୀ ବେହେରା। ପ୍ରଧାନ ଶିକ୍ଷକ ବିଜୟ ପାତ୍ରଙ୍କ ମାନସିକ ଚାପ ସହି ନପାରି ଶିକ୍ଷୟିତ୍ରୀ ବିଷପାନ କରିଥିବାର ଅଭିଯୋଗ ହୋଇଛି। ବିଦ୍ୟାଳୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲୁଗାଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ତେବେ ଶିକ୍ଷୟିତ୍ରୀ ଜଣକ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ତାହା ସନ୍ଦେହ ଘରରେ ରହଛି। ଏ ନେଇ ଚିଲିକା ବିଇଓ ଙ୍କୁ ଯୋଗାଯୋଗ କରିବାରୁ ସେ ବର୍ତ୍ତମାନ ବିଦ୍ୟାଳୟରେ ଅଛନ୍ତି ଏବଂ ପ୍ରାଥମିକ ତଦନ୍ତରେ ଅନୁମାନ କରିଛନ୍ତି ଯେ ମାତ୍ରାଧିକ କାର୍ଯ୍ୟ ଚାପ ସମ୍ଭାଳିନପାରି ଜନୈକ…

Read More

ନୂଆଦିଲ୍ଲୀ: ଲୋକମାନେ ଦେଶରେ ବାରମ୍ବାର ମହଙ୍ଗା ମାଡ ଅନୁଭବ କରୁଛନ୍ତି। ବର୍ତ୍ତମାନ ରାଜ୍ୟର ଅନ୍ୟତମ ବୃହତ୍ତମ ଦୁଗ୍ଧ ଯୋଗାଣ କମ୍ପାନୀ ଅମୁଲ କ୍ଷୀରର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି। ଅମୁଲ କ୍ଷୀର ବିକ୍ରୟ କରୁଥିବା ଗୁଜୁରାଟ ସମବାୟ କ୍ଷୀର ମାର୍କେଟିଂ ଫେଡେରେଶନ (ଜିସିଏମଏମଏଫ) ଅମୁଲ କ୍ଷୀରର ମୂଲ୍ୟ ୪% ବୃଦ୍ଧି କରିଛି, ଏହା ପରେ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ। ଏହା ବ୍ୟତୀତ ମଦର ଡାଏରୀ ମଧ୍ୟ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି, ଯାହା ବିଶେଷ କରି ଦିଲ୍ଲୀ-ଏନସିଆର ଲୋକଙ୍କୁ ଝଟକା ଲାଗିଛି। ଅମୁଲ କ୍ଷୀରର ମୂଲ୍ୟ ୦୨ ଟଙ୍କା ବୃଦ୍ଧି ପରେ ଅମୁଲ ଗୋଲ୍ଡ, ଅମୁଲ ଶକ୍ତି ଏବଂ ଅମୁଲ ତାଜା ମୂଲ୍ୟ ବୃଦ୍ଧି ପାଇବ। ଉଭୟ ଅମୁଲ ଏବଂ ମଦର ଡାଏରୀର ନୂତନ ଦୁଗ୍ଧ ମୂଲ୍ୟ ଆସନ୍ତାକାଲି ଠାରୁ ଲାଗୁ ହେବ। ଏହା ପରେ ବର୍ତ୍ତମାନ ଅମୁଲ…

Read More

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତ ପାଇଁ ଆଶ୍ଵସ୍ତିକର ଖବର ଆସିପାରେ। ସାଧାରଣ ଲୋକମାନେ ମହଙ୍ଗା ମାଡରୁ ମୁକ୍ତି ପାଇପାରିବେ। ବାସ୍ତବରେ ଅଶୋଧିତ ତୈଳ ମୂଲ୍ୟରେ ବଡ଼ ହ୍ରାସ ଘଟିପାରେ ବୋଲି ମୁଡି ଆନାଲିଟିକ୍ସ କହିଛି। ଏସିଆ ପାସିଫିକ୍ ଉପରେ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ମୁଡି ଏହାର ରିପୋର୍ଟରେ କହିଛି ଯେ, ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେତୁ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୧୨୦ ଡଲାରକୁ ବୃଦ୍ଧି ପାଇଛି, ଯାହା ବର୍ତ୍ତମାନ ବ୍ୟାରେଲ ୧୦୦ ଡଲାରକୁ ଖସି ଆସିଛି। ଏବଂ ଏହି ଧାରା ଜାରି ରହିପାରେ। ମୁଡିଙ୍କ ଅନୁଯାୟୀ, ୨୦୨୪ ଶେଷ ସୁଦ୍ଧା ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୭୦ ବ୍ୟାରେଲକୁ ଖସିପାରେ। ଏହାପୂର୍ବରୁ ଜୁଲାଇ ମାସରେ ଅଶୋଧିତ ତୈଳ ମୂଲ୍ୟରେ ଏକ ବଡ଼ ହ୍ରାସ ଘଟିବ ବୋଲି ସିଟିଗ୍ରୁପ୍ ପୂର୍ବାନୁମାନ କରିଥିଲା। ସିଟିଗ୍ରୁପ୍ କହିଛି ଯେ, ୨୦୨୨ ଶେଷ ସୁଦ୍ଧା ଅଶୋଧିତ ତେଲର ମୂଲ୍ୟ…

Read More

ମୁମ୍ବାଇ: ମୁମ୍ବାଇ ଆଣ୍ଟି ନାର୍କୋଟିକ୍ସ ସେଲର ୱର୍ଲି ୟୁନିଟ୍ ଗୁଜୁରାଟର ଭରୁଚ ଜିଲ୍ଲାରେ ଏକ ଡ୍ରଗ୍ସ କାରଖାନାର ପର୍ଦ୍ଦାଫାସ କରିଛି। ଭରୁଚର ଅଙ୍କଲେଶ୍ୱର ଅଞ୍ଚଳରୁ ପୋଲିସ ପ୍ରାୟ ୫୧୩ କିଲୋଗ୍ରାମ ଏମଡି ଡ୍ରଗ୍ସ ଜବତ କରିଛି। ଅନ୍ତର୍ଜାତୀୟ ବଜାରରେ ଜବତ ହୋଇଥିବା ଡ୍ରଗ୍ସର ମୂଲ୍ୟ ୧ ହଜାର ୨୬ କୋଟି ଟଙ୍କା ରହିଛି। ଏହି ମାମଲାରେ ପୋଲିସ ଜଣେ ମହିଳାଙ୍କ ସମେତ ୭ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ଏଥିମଧ୍ୟରୁ ୫ ଜଣଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି ଏବଂ ଦୁଇ ଅଭିଯୁକ୍ତ ଆଣ୍ଟି ନାର୍କୋଟିକ୍ସ ସେଲରେ ଅଛନ୍ତି।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ତ୍ରୀସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ର୍ଶର୍ଷ ସ୍ତରରେ ଜିଲ୍ଲାପରିଷଦ ବ୍ୟବସ୍ଥା ଥିବା ବେଳେ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟ ମାନଙ୍କୁ ଉଚିତ ମର୍ଯ୍ୟଦା ଦେବାକୁ କଳାହାଣ୍ଡି ଜିଲ୍ଲାପରିଷଦର ସଭ୍ୟ/ସଭ୍ୟା ମାନେ ଦାବୀ କରିଛନ୍ତି। ଜୁନାଗଡ ଓ ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଜିଲ୍ଲା ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନେ ଜୁନାଗଡ ବ୍ଲକ ଜିଲ୍ଲାପରିଷଦ ଜୋନ-୨ ସଭ୍ୟା ଶାମୁକାରାଣୀ କୁମାର, ଜୋନ-୪ ସଭ୍ୟା ସଙ୍ଗିତା ଖର୍ସେଲ, ଗୋଲାମୁଣ୍ଡା ବ୍ଲକ ଜୋନ-୩ ସଭ୍ୟ ଜୟସେନ ଶବର, ଜୋନ-୨ ସଭ୍ୟା ସମିତା ମାଝୀ ପ୍ରମୂଖ ଲିଖିତ ଭାବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଯୋଜନା ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଭୂବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରି ଦାବୀ ଉପସ୍ଥାପନ କରିଛନ୍ତି। ଜିଲ୍ଲାପରିଷଦ ନିର୍ବାଚନ ମଣ୍ଡଳି ମଧ୍ୟରେ ପ୍ରାୟ ୬୦/୬୫ ଖଣ୍ଡ ଗ୍ରାମ ରହୁଥିବା ବେଳେ ସେସବୁର ସାମୁହିକ ବିକାଶ ପାଇଁ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନେ…

Read More

ଭୁବନେଶ୍ବର: ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’। ତେଣୁ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନ ହୁଏ, ଏବଂ ସାଧାରଣ ଜୀବନଯାତ୍ରାରେ କୌଣସି ବ୍ୟାପକ ଅସୁବିଧା ସୃଷ୍ଟି ନ ହୁଏ, ତାକୁ ସୁନିଶ୍ଚିତ କର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କରି ଅଧିକାରୀ ମାନଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନର ନିୟମିତ ଭାବେ ସମୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ କ୍ରମାଗତ ଭାବେ ବର୍ଷା ଲାଗି ରହିଥିବାରୁ ମହାନଦୀ ଅବବାହିକା ଅଞ୍ଚଳର ୧୦ଟି ଜିଲ୍ଲାରେ ବନ୍ୟା ହେବାର ସମ୍ଭାବନା ଦେଖାଦେଇଛି । ତେଣୁ ଏହି ୧୦ଟି ଜିଲ୍ଲାର ଜିଲ୍ଲାପାଳ ମାନେ ସତର୍କ ରହିବା ସହିତ ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ…

Read More

ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ବିପୁଳ ଆର୍ଥିକ ସହାୟତା ଦେଇଥାଏ। ସାରା ଦେଶରେ ଏହାର କୋଟି କୋଟି ଆକାଉଣ୍ଟଧାରୀ ଅଛନ୍ତି, ଯେଉଁମାନେ ଆବଶ୍ୟକ ସମୟରେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ। ୬୦ ବର୍ଷ ବୟସ ପୂରଣ କରିବା ପରେ, ଆପଣ ଆପଣଙ୍କର PF ଆକାଉଣ୍ଟରେ ଜମା ହୋଇଥିବା ସମସ୍ତ ଟଙ୍କା ପ୍ରତ୍ୟାହାର କରିପାରିବେ। ଦେଶରେ ବଢୁଥିବା ଡିଜିଟାଇଜେସନ୍ ସହିତ ଇପିଏଫ୍ଓ ଏହାର ସମସ୍ତ ସୁବିଧାକୁ ଡିଜିଟାଇଜେସନ୍ କରିଛି। EPFO ଏହାର ଆକାଉଣ୍ଟଧାରୀମାନଙ୍କୁ ୭ ଲକ୍ଷ ଟଙ୍କା ପୂର୍ଣ୍ଣ ଲାଭ ଦେଇଥାଏ, ଯାହା ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି। ଆପଣ କିପରି ୭ ଲକ୍ଷ ଟଙ୍କା ଲାଭ ପାଇପାରିବେ?: ଯଦି EPFO ​​ଆକାଉଣ୍ଟଧାରୀମାନେ ୭ ଲକ୍ଷ ଟଙ୍କା ଲାଭ ପାଇବାକୁ ଚାହାଁନ୍ତି, ତେବେ ଇ-ନୋମିନେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କର୍ମଚାରୀଙ୍କ ଜମା ଲିଙ୍କ୍ ବୀମା ଯୋଜନା ଅନ୍ତର୍ଗତ…

Read More

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ଯଦି ଆପଣଙ୍କର ଆଧାର ନମ୍ବର ନାହିଁ କିମ୍ବା ଆଧାର ପାଇଁ ପଞ୍ଜୀକୃତ ହୋଇ ନାହାଁନ୍ତି, ତେବେ ସତର୍କ ରୁହନ୍ତୁ। କାରଣ ଯଦି ଆପଣଙ୍କର ଆଧାର ନାହିଁ, ତେବେ ଆପଣଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡିବ। ମିଳିଥିବା ସୂଚନା ଅନୁଯାୟୀ, ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ସମସ୍ତ ସରକାରୀ ସବସିଡି ଏବଂ ସୁବିଧା ପାଇଁ ଆଧାର ନମ୍ବରକୁ ବାଧ୍ୟତାମୂଳକ କରିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟକୁ ଏକ ସର୍କୁଲାର ଜାରି କରିଛି। ସୂଚନା ଅନୁଯାୟୀ ଆଧାର ନିୟମକୁ କଡାକଡି କରାଯାଇଛି। ଆଧାର ଆଇନର ଧାରା ୭ ରେ ଆଧାର ବିନା ଜଣେ ବ୍ୟକ୍ତିଙ୍କୁ ସୁବିଧା ଯୋଗାଇବା ପାଇଁ ଏକ ବିଦ୍ୟମାନ ବ୍ୟବସ୍ଥା ଅଛି। ଏହିପରି ବ୍ୟକ୍ତିଙ୍କ ପାଇଁ ବିକଳ୍ପ ତଥା କାର୍ଯ୍ୟକ୍ଷମ ପରିଚୟର ମାଧ୍ୟମରେ ସରକାରୀ ସୁବିଧା, ସବସିଡି ଏବଂ ସେବା ପାଇବା ପାଇଁ ଏକ ବ୍ୟବସ୍ଥା ଅଛି।…

Read More

ନୂଆଦିଲ୍ଲୀ: ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଖବର ପାକିସ୍ତାନରୁ ଆସୁଛି। ପାକିସ୍ତାନୀ ଖବରକାଗଜ ଅନୁଯାୟୀ ଏହି ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ତେଲ ଭର୍ତ୍ତି ଏକ ଟ୍ୟାଙ୍କର୍ ସହିତ ଏକ ବସ୍ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ମୁହାଁମୁହିଁ ଧକ୍କା ହେବା ମାତ୍ରେ ଟ୍ୟାଙ୍କର୍ ଏବଂ ବସ୍ ରେ ନିଆଁ ଲାଗିଯାଇଥିଲା। ଏହି ଘଟଣା ପରେ ଅଗ୍ନିଶମ ବାହିନୀ ଦଳ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୁର୍ଘଟଣାରେ ୨୦ ଜଣଙ୍କ ଜୀବନ ରକ୍ଷା କରିବାରେ ବିଫଳ ହୋଇଥିଲେ।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦ ହଜାରରୁ କମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୮ ହଜାର ୮୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଏନକେ ସଂଖ୍ୟା ୪ କୋଟି ୪୨ ଲକ୍ଷ ୭୭ ହଜାର ୧୯୪ କୁ ବୃଦ୍ଧି ପାଇଛି। ତେବେ ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୧୧ ହଜାର ୨୫୨ କୁ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୪୦ ଲୋକ କରୋନାରୁ ସୁସ୍ଥ ହେବା ପରେ ମୋଟ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୩୬ ଲକ୍ଷ ୩୮ ହଜାର ୮୪୪ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୫ ଲକ୍ଷ ୨୭ ହଜାର ୯୮ ଲୋକଙ୍କର ମୃତ୍ୟୁ ହୋଇଛି।

Read More