Author: Samikhsya Bureau

ଭୁବନେଶ୍ବର: ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ନେଇ ବୈଠକ କରିବା ପ୍ରସଂଗରେ ବିଜେପିକୁ ଘେରିଛି ବିଜେଡି। ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରଶ୍ନ ଉଠାଇଛି ଦଳ। ବିଜେଡି ମୁଖପାତ୍ର ଇପସ୍ସିତା ସାହୁ କହିଛନ୍ତି ଯେ, ରମାଦେବୀ ଛାତ୍ରୀଙ୍କୁ ନେଇ ବିଜେପି ୱାର୍ଡ ଅଫିସରେ ଏକ ବୈଠକ କରିଛି। ଛାତ୍ରୀମାନେ କଲେଜ ୟୁନିଫର୍ମ ପିନ୍ଧି ସେହି ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ଜେଲରୁ ଫେରିଥିବା ଜଗନ୍ନାଥ ପ୍ରଧାନଙ୍କ ସମେତ କେତେକ ନେତା ଉପସ୍ଥିତ ଥିଲେ। ସେଥିରେ କୌଣସି ନେତ୍ରୀ ଉପସ୍ଥିତ ନ ଥିଲେ। ଏପରି ପରିସ୍ଥିତିରେ ପାଠପଢାରୁ ଡାକି ନେଇ ଛାତ୍ରୀମାନଙ୍କୁ ବିଜେପି କି ମନ୍ତ୍ରଣା ଦେଇଛି ବୋଲି ପ୍ରଶ୍ନ କରିଛନ୍ତି ଇପସ୍ସିତା। ବିଜେପି ଜାଣିଶୁଣି କଲେଜ ପରିସରକୁ କୌଳୁଷିତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏପରି କାର୍ଯ୍ୟରୁ ସେମାନେ ନିବୃତ ରହୁନ୍ତୁ ବୋଲି ବିଜେଡି ଦାବୀ କରିଛି।

Read More

ଭୁବନେଶ୍ବର: ଖରିଫ ଋତୁ ଧାନ ସଂଗ୍ରହ ଏବଂ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଚାଷୀଙ୍କୁ ଆଶ୍ଵାସନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୋଟେ ବି ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହେବେନି।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ଜାରି ପ୍ରକ୍ରିୟାର ଅବଧିକୁ ବୃଦ୍ଧି କରାଯାଇଛି । ଏହି ପଞ୍ଜୀକରଣ ପ୍ରକ୍ରିୟା ଗତ ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଚାଷୀମାନଙ୍କ ସ୍ବାର୍ଥ ଓ ଅନୁରୋଧ କ୍ରମେ ଏହି ଅବଧିକୁ ବୃଦ୍ଧି କରିଛନ୍ତି ସରକାର। ଏପର୍ଯ୍ୟନ୍ତ ୧୦ ଲକ୍ଷ ୯୩  ହଜାର ୨୨୦ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଆଗକୁ ଏହା ଆହୁରି ବୃଦ୍ଧି ହେବ । ଏଥିସହ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳିକରଣ କରାଯାଇଥିବା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ…

Read More

ଭୁବନେଶ୍ବର: ବିଜୁ ଜନତା ଦଳ ଦଳ ବିରୋଧୀ କାର୍ଯ୍ୟ ପାଇଁ ଜଣେ ନେତାଙ୍କୁ ଦଳରୁ ନିଲମ୍ବିତ କରିଛି। ସେ ହେଉଛନ୍ତି ନୟାଗଡର ଜିଲ୍ଲା 19 ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ। ଏ ନେଇ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।  ଦଳର ଉପସଭାପତି ତଥା ମୁଖ୍ୟାଳୟର ଦାୟିତ୍ବରେ ଥିବା ପ୍ରତାପ ଜେନାଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ନୟାଗଡ ଜିଲ୍ଲା ଜୋନ 19 ର ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ସାହୁଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ସେ ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି ଏଥିରେ କୁହାଯାଇଛି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ‘ଏମ.ଏଲ.ଏ ଲ୍ୟାଡ଼’ ଓ ‘ସିଏମ୍-ଏସ୍.ଏ’ ର ସରଳୀକୃତ ଗାଇଡଲାଇନ ଉନ୍ମୋଚିତ କରିବା ସହିତ ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର (https://mlalads.odisha.gov.in) ମଧ୍ୟ ଶୁଭାରମ୍ଭ କରିଛନ୍ତି। ଆଜି କ୍ୟାବିନେଟ୍ ବୈଠକ ଆରମ୍ଭ ହେବା ପୂର୍ବରୁ ସମସ୍ତ କ୍ୟାବିନେଟ୍ ସହଯୋଗୀ ମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହାକୁ ଉନ୍ମୋଚିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ନିର୍ଦ୍ଦେଶାବଳୀର ସରଳୀକରଣ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପରିବର୍ତ୍ତିତ ନିର୍ଦ୍ଦେଶାବଳୀ ସ୍ୱଚ୍ଛ, ସରଳ ଓ ସମୟ ଉପଯୋଗୀ ହୋଇପାରିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ନୂତନ ନିର୍ଦ୍ଦେଶାବଳୀ ପ୍ରଶାସନିକ ପ୍ରକ୍ରିୟାରେ ସରଳତା ଆଣିବା ସହିତ ଜନସାଧାରଣଙ୍କ ପାଇଁ ଅତି ଆବଶ୍ୟକ ଓ ଛୋଟ ଛୋଟ ମୌଳିକ ଭିତ୍ତିଭୂମି ଗୁଡିକୁ ଶୀଘ୍ର ଓ ସ୍ବଚ୍ଛତାର ସହ ସମ୍ପାଦନ କରିବାରେ ସହାୟକ ହେବ । ଏହି ନୂଆ ଗାଇଡଲାଇନରେ ବିଭିନ୍ନ…

Read More

ନୂଆଦିଲ୍ଲୀ: ପଞ୍ଚାୟତିରାଜ ମନ୍ତ୍ରଣାଳୟ ଅଗଷ୍ଟ ୧୫ ତାରିଖରେ ନୂଆଦିଲ୍ଲୀର ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହରେ ୨୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୨୧୦ ଜଣ ପଞ୍ଚାୟତ ପ୍ରତିନିଧିଙ୍କୁ ସ୍ୱତନ୍ତ୍ର ଅତିଥି ଭାବରେ ଆତିଥ୍ୟ ପ୍ରଦାନ କରିବ। ସେମାନଙ୍କ ସହିତ ସେମାନଙ୍କ ପତି/ପତ୍ନୀ ଏବଂ ନୋଡାଲ ଅଧିକାରୀମାନେ ରହିବେ, ଯାହା ଦ୍ୱାରା ମୋଟ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ୪୨୫ ହେବ। ଏହି ଅତିଥିମାନଙ୍କ ପାଇଁ ଅଗଷ୍ଟ ୧୪ ତାରିଖରେ ଜାତୀୟ ରାଜଧାନୀରେ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲାଲନ ସିଂହ, କେନ୍ଦ୍ର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍. ପି. ସିଂହ ବାଘେଲ ଏବଂ ସଚିବ ବିବେକ ଭରଦ୍ୱାଜଙ୍କ ସମେତ ବରିଷ୍ଠ ମନ୍ତ୍ରଣାଳୟ ଅଧିକାରୀମାନେ ଯୋଗଦେବେ। ଏହି ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ, “ଆତ୍ମନିର୍ଭର ପଞ୍ଚାୟତ, ବିକଶିତ ଭାରତ ପରିଚୟ” ରଖାଯାଇଛି। ଯାହା ଏକ ବିକଶିତ ଭାରତର ମୂଳଦୁଆ ଭାବରେ ଆତ୍ମନିର୍ଭର ପଞ୍ଚାୟତ…

Read More

ନୂଆଦିଲ୍ଲୀ: କେତେକ ଭାରତୀୟ ବ୍ୟାଙ୍କ ସେମାନଙ୍କ ସେଭିଙ୍ଗସ ବ୍ୟାଙ୍କ ଖାତା ଜମା ରାଶି ବୃଦ୍ଧି କରିଛନ୍ତି। ଯାହାକି ସାଧାରଣ ଗ୍ରାହକଙ୍କୁ ବଡ ଧକ୍କା ଦେଇଛି। ଏପରି ବୃଦ୍ଧିକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ଜମାରାଶି ସର୍ବାଧିକ ବୃଦ୍ଧି କରିଛି ଘରୋଇ ଆଇସିଆଇସିଆଇ ବ୍ୟାଙ୍କ। ଏହି ବ୍ୟାଙ୍କରସେଭିଙ୍ଗସ ଆକାଉଣ୍ଟରେ  ଆପଣଙ୍କୁ ସର୍ବନିମ୍ନ 50 ହଜାର ଟଙ୍କା ଜମା ରଖିବାକୁ ପଡିବ। ପୂର୍ବରୁ ଏହି ବ୍ୟାଙ୍କ ଖାତାରେ 10 ହଜାର ସର୍ବନିମ୍ନ ଜମା ରାଶି ଧ୍ୟାର୍ଯ୍ୟ କରିଥିଲା। ହେଲେ ହଠାତ ଏହା 50 ହଜାରକୁ ବୃଦ୍ଧି କରିଦେଇଛି। ଏଣିକି ଆଇସିଆଇସିଆଇ ରେ ଯଦି ସେଭିଙ୍ଗସ ଖାତା ଅଛି ତେବେ ଆପଣଙ୍କୁ ସେଥିରେ 50 ହଜାର ଟଙ୍କା ଜମା ରଖିବାକୁ ପଡିବ। ଯଦି ଏହି ସର୍ବନିମ୍ନ ରାଶି ଆପଣଙ୍କ ଖାତାରେ ନ ରଖିବେ ତେବେ ଆପଣଙ୍କୁ ଜରିମାନ ଦେବାକୁ ପଡିବ। ଯାହା ଆପଣଙ୍କ ଜମାରାଶିରୁ ବ୍ୟାଙ୍କ କାଟି ନେବ। ତେବେ…

Read More

ନୂଆଦିଲ୍ଲୀ: ଲୋକସଭାରେ କର ଆଇନ (ସଂଶୋଧନ) ବିଲ୍, 2025 ଏବଂ ଆୟକର (ନଂ.2) ବିଲ୍, 2025 କୁ ବାଚନିକ ଭୋଟରେ ଗୃହୀତ କରାଯାଇଛି। ବିହାରରେ ସ୍ୱତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବିରୋଧୀ ସଦସ୍ୟଙ୍କ ବିରୋଧ ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଆଇନଗୁଡ଼ିକୁ ଆଗତ କରିଥିଲେ। କର ବା ଟାକ୍ସ ବ୍ୟବସ୍ଥାକୁ ଅଧିକ ଦକ୍ଷ, ସ୍ୱଚ୍ଛ ଏବଂ କରଦାତା-ଅନୁକୂଳ କରାଯାଇଛି। ସଂସ୍କାର ଶୃଙ୍ଖଳାକୁ ଜାରି ରଖି, ଛଅ ମାସର ରେକର୍ଡ ସମୟ ମଧ୍ୟରେ ସରଳୀକରଣ କାର୍ଯ୍ୟ ସମାପ୍ତ କରିବା ପରେ ସରଳୀକୃତ ଆୟକର ବିଲ୍, 2025 ଚଳିତ ବର୍ଷ ଫେବୃଆରୀ 13 ତାରିଖରେ ସଂସଦରେ ଉପସ୍ଥାପିତ ହୋଇଥିଲା। ବିଲ୍ କୁ ଏକ ସିଲେକ୍ଟ କମିଟି ନିକଟକୁ ପଠାଯାଇଥିଲା, ଯାହା ଗତ ମାସର 21 ତାରିଖରେ ଏହାର ରିପୋର୍ଟ ଦାଖଲ କରିଥିଲା। ସରକାର ସିଲେକ୍ଟ କମିଟିର ପ୍ରାୟ ସମସ୍ତ ସୁପାରିଶକୁ ଗ୍ରହଣ କରିଛନ୍ତି। ଆୟକର ବିଲ୍,…

Read More

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ (ECI) ଦେଶରେ କେତେକ ସ୍ବୀକୃତ ପ୍ରାପ୍ତ ଦଳକୁ ତାଲିକାରୁ ହଟାଇବା ପାଇଁ ପଦକ୍ଷେପ ଆରମ୍ଭ କରିଛି। ଅନେକ ନିର୍ବାଚନ କମିଶନରଙ୍କଠାରୁ ଏକ ରାଜନୈତିକ ଦଳ ଭାବେ ସ୍ବୀକୃତି ନେବା ପରେ ସେମାନେ କେବେ ନିର୍ବାଚନ ଲଢେଇ କରି ନାହାଁନ୍ତି। ଅଥବା କୌଣସି ନିର୍ବାଚନରେ ସେମାନଙ୍କ ଦଳର ପ୍ରାର୍ଥୀ ଛିଡା କରି ନାହାଁନ୍ତି। ସେହିପରି ଅନେକ ଦଳକୁ ନିର୍ବାଚନ କମିଶନର ତାଲିକାରୁ ବାଦ ଦେବା ପାଇଁ ନିଷ୍ପତି ଗ୍ରହଣ କରିଛି। ସୂଚନା ଅନୁସାରେ ଲଗାତାର ଛଅ ବର୍ଷ ଧରି କୌଣସି ନିର୍ବାଚନ ଲଢ଼ି ନ ଥିବା 476 ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (RUPP)କୁ ତାଲିକାରୁ ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।  ECI ଅଗଷ୍ଟ 9, 2025 ରେ 334 ନିଷ୍କ୍ରିୟ RUPP କୁ ତାଲିକାରୁ ବାହାର କରିଥିଲା। ଫଳରେ ତାଲିକାଭୁକ୍ତ RUPP ର ମୋଟ ସଂଖ୍ୟା 2,854 ରୁ 2,520 କୁ ହ୍ରାସ…

Read More

ଭୁବନେଶ୍ବର: ଅନ ଲାଇନରେ ମିଳିପାରିବ ନାହିଁ ମହାପ୍ରସାଦ। ଏ ନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, କେତେକ ସଂସ୍ଥା ମହାପ୍ରସାଦକୁ ଅନ ଲାଇନରେ ବିକ୍ରି କରିବାକୁ ଆବେଦନ କରିଥିଲେ। ହେଲେ ସେସବୁ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ସେଗୁଡିକୁ ବାତିଲ କରି ଦିଆଯାଇଛି। ମହାପ୍ରସାଦର ଗୁଣବତ୍ତା ଉପରେ ପ୍ରଭାବ ପଡିବ ବୋଲି ଆଶଙ୍କା କରି ଏହି ନିଷ୍ପତି ନିଆଯାଇଛି ବୋଲି ସେ କହିଛନ୍ତି। ଜଗନ୍ନାଥ ମହାପ୍ରସାଦକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ କେତେକ ସଂସ୍ଥା ଅନଲାଇନରେ ତାହା ବିକ୍ରି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଆବେଦନ କରିଥିଲେ। ସେମାନେ ମହାପ୍ରସାଦ ଏବଂ ଶୁଖିଲା ଭୋଗକୁ ଅନଲାଇନରେ ବିକ୍ରି କରିବା ପାଇଁ ଉଲ୍ଲେଖ କରିଥିଲେ। ସେହି ଆବେଦନକୁ ବିଚାର କରାଯାଇ ତାହାକୁ ବାତିଲ କରାଗଲା ବୋଲି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି। ଅନ୍ୟ ମନ୍ଦିରରେ ଅନଲାଇନ ବ୍ୟବସ୍ଥା ଥିଲେ ମଧ୍ୟ ପୁରୀ ଜଗନ୍ନାଥ ମନ୍ଦିର…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର‌୍ୟ୍ୟକ୍ରମର ଆଜି ଥିଲା ୧୪ତମ ପାଳି। ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ମନ୍ତ୍ରୀଗଣ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିୟମିତ ଅଭିଯୋଗ ଶୁଣାଣି ଯୋଗୁ ବିଭିନ୍ନ କାରଣରୁ ସମସ୍ୟାରେ ଥିବା ଲୋକମାନେ ଆଶା ଓ ଭରସା ନେଇ ଆସୁଛନ୍ତି ଏବଂ ସେମାନଙ୍କ ସମସ୍ୟାର ସମାଧାନ ମଧ୍ୟ କରାଯାଉଛି। ଗତ ୧୩ଟି ପାଳିରେ ଗ୍ରହଣ କରାଯାଇଥିବା ୧୨,୨୫୨ଟି ଅଭିଯୋଗ ମଧ୍ୟରୁ ୧୦,୮୦୭ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୮୮ ପ୍ରତିଶତ ଅଟେ । ବାକି ଅଭିଯୋଗ ଗୁଡ଼ିକ ପ୍ରକ୍ରିୟା ମଧ୍ୟରେ ରହିଛି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିୟମିତ ପ୍ରୟାସ ଯୋଗୁ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି। ପ୍ରତିଥର ଭଳି ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ପ୍ରଥମେ ଆସି ଅଭିଯୋଗ ଶୁଣାଣି…

Read More

ମୁମ୍ବାଇ: ଭାରତର ସର୍ବବୃହତ ରିଟେଲ କମ୍ପାନୀ ରିଲାଏନ୍ସ ରିଟେଲ୍ ୨୦୨୪-୨୫ ଆର୍ଥିକ ବର୍ଷରେ ୪୦ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୨୦୨୫ ଆର୍ଥିକ ବର୍ଷର ବାର୍ଷିକ ରିପୋର୍ଟ ଅନୁଯାୟୀ, ୩୧ ମାର୍ଚ୍ଚ, ୨୦୨୫ ସୁଦ୍ଧା, ରିଲାଏନ୍ସ ରିଟେଲରେ ୨,୪୭,୭୮୨ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ଏହି ସଂଖ୍ୟା ଏକ ବର୍ଷ ପୂର୍ବରୁ ୨,୦୭,୫୫୨ ଥିଲା। ରିଟେଲ କ୍ଷେତ୍ରରେ ରିଲାଏନ୍ସ ରିଟେଲ୍ ସବୁଠାରୁ ବଡ଼ ନିଯୁକ୍ତି ପ୍ରଦାନକାରୀ କମ୍ପାନୀ ମଧ୍ୟରୁ ଅନ୍ୟତମ। ନିଯୁକ୍ତିରେ ଏହି ବୃଦ୍ଧି ରିଟେଲ କ୍ଷେତ୍ରରେ କମ୍ପାନୀର ନିରନ୍ତର ସମ୍ପ୍ରସାରଣ ସହିତ ଆଗକୁ ବଢିଛି। ଏହି ଆର୍ଥିକ ବର୍ଷରେ, ରିଲାଏନ୍ସ ରିଟେଲ୍ ୨୬୦୨ଟି ନୂତନ ଷ୍ଟୋର ଖୋଲିଛି। ଏହା ସହିତ ସାରା ଦେଶରେ ରିଲାଏନ୍ସ ରିଟେଲ୍ ଷ୍ଟୋରର ମୋଟ ସଂଖ୍ୟା ୧୯,୩୪୦କୁ ବୃଦ୍ଧି ପାଇଛି। ଏହି ଷ୍ଟୋରଗୁଡ଼ିକ ୭ କୋଟି ୭୪ ଲକ୍ଷ ବର୍ଗଫୁଟରୁ ଅଧିକ ଅଞ୍ଚଳରେ ପରିବ୍ୟାପ୍ତ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ…

Read More

ଭୁବନେଶ୍ବର: ଓଡିଶା ପାଇଁ ଜାତୀୟ କଂଗ୍ରେସ ବଡ ଯୋଜନା କରୁଛି। ଓଡିଶାର 2029 ରେ ଯେପରି କଂଗ୍ରେସ ଶାସନ କ୍ଷମତାକୁ ଆସିବ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭକ୍ତ ଦାସଙ୍କୁ ସଭାପତି କରିବା ପରେ ବର୍ତ୍ତମାନ ରାଜ୍ୟରେ କଂଗ୍ରେସ ସଶକ୍ତ ହେବାରେ ଲାଗିଛି। ସେ ଯେବେଠାରୁ କଂଗ୍ରେସ ମଙ୍ଗ ଧରିଲେ ସେବେଠାରୁ ରାଜ୍ୟରେ କଂଗ୍ରେସ ପ୍ରତ୍ୟେକ ଦିନ କିଛି ନା କିଛି କାର୍ଯ୍ୟକ୍ରମ କରିବାରେ ଲାଗିଛି। ତେବେ ଏକ ବିଶେଷ ସୂଚନା ଅନୁସାରେ ଜାତୀୟ କଂଗ୍ରେସ ଭକ୍ତ ଦାସଙ୍କୁ ରାଜ୍ୟସଭା ପଠାଇବାକୁ ଯୋଜନା କରୁଛି। ଯେତେଦୂର ସମ୍ଭବ ତେଲେଙ୍ଗାନାରୁ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ଶୁଣାଯାଉଛି। କାରଣ ସେ କୌଣସି ପଦପଦବୀରେ ନ ରହିଲେ କଂଗ୍ରେସକୁ ମଜବୁତ କରିବା କଷ୍ଟକର ହେବ। ସେଥିପାଇଁ ଏଆଇସିସି ତାଙ୍କର କ୍ଷମତା ବୃଦ୍ଧି ପାଇଁ ଏହି ପଦବୀ ପ୍ରଦାନ ପାଇଁ ଯୋଜନା କରୁଛି। ଦିଲ୍ଲୀ ସୁତ୍ର ଅନୁସାରେ ବର୍ତ୍ତମାନ ଏଆଇସିସି ପ୍ରଦେଶ କଂଗ୍ରେସ ଉପରେ…

Read More

ଗଣେଷ ପୂଜା : ଚଳିତ ବର୍ଷ ଗଣେଷ ପୂଜା କେବେ ହେବ। ସେ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ଦ୍ବନ୍ଦ ସୃଷ୍ଟି ହୋଇଛି। କାରଣ ହେଲା ଏଥର ଚତୁର୍ଥୀ ଦୁଇ ଦିନ ପଡୁଛି। ଏହି ତିଥି ଅଗଷ୍ଟ 26 ତାରିଖୁ ଆରମ୍ଭ ହୋଇ 27 ତାରିଖ ପର୍ଯ୍ୟନ୍ତ ରହୁଛି। ସେଥିପାଇଁ କେଉଁଦିନ ଗଣେଷ ପୂଜା ହେବ ସେ ନେଇ ଦ୍ବନ୍ଦ ଦେଖାଦେଇଛି। ତେବେ ତିଥୀ ଗଣନାକାରୀଙ୍କ ହିସାବ ଅନୁସାରେ ଏଥର ଚତୁର୍ଥୀ ତିଥୀ ଦୁଇଦିନ ରହୁଥିଲେ ମଧ୍ୟ ଗଣେଷ ପୂଜା ଗୋଟିଏ ଦିନରେ ପାଳନ ହେବ। ତାହା ହେଲା ଅଗଷ୍ଟ 27 ତାରିଖରେ ପାଳନ ହେବ। ଗଣନା ଅନୁସାରେ ଏଥର ଚତୁର୍ଥୀ ତିଥୀ ଅଗଷ୍ଟ 26 ତାରିଖ ରାତି 1 ଟା 54 ମିନିଟରେ ଆରମ୍ଭ ହେଉଛି। ଏହା ଅଗଷ୍ଟ 27 ତାରିଖ ଅପରାହ୍ନ 3 ଟା 44 ପର୍ଯ୍ୟନ୍ତ ରହୁଛି। ଫଳରେ ସୂର୍ଯ୍ୟ ଉଦୟ ପରେ ଅର୍ଥାତ 27 ତାରିଖ…

Read More

ଭୁବନେଶ୍ୱର: ମୃତ ବଳଙ୍ଗା ଛାତ୍ରୀକୁ ନ୍ୟାୟ ଦାବୀରେ କଂଗ୍ରେସ କରିଥିଲା ଏକ ବିରାଟ ପଦଯାତ୍ରା। ପିସିସି ସଭାପତିଙ୍କ ନେତୃତ୍ୱରେ ଭୁବନେଶ୍ୱର କଂଗ୍ରେସ ଭବନ ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଜଟଣୀରେ କଂଗ୍ରେସ କର୍ମକର୍ତ୍ତା ଶୋଭାଯାତ୍ରାକୁ ସ୍ୱାଗତ କରିବା ସହ ସାମିଲ ହୋଇ ବାୟାବର ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ପହଞ୍ଚି ସ୍ୱର୍ଗତା ଛାତ୍ରୀଙ୍କ ପିତାଙ୍କ ସହ ସାକ୍ଷାତ କରି କବରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ମୃତ ଛାତ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଲଢେଇ ଜାରୀ ରଖିବ ବୋଲି ଛାତ୍ରୀଙ୍କ ପିତାଙ୍କୁ ଆଶ୍ୱାସନା ଦେଇଥିଲେ। ବାୟାବରଠାରୁ ପିସିସି ସଭାପତି ଭକ୍ତ ଚରଣ ଦାସ ନେତୃତ୍ୱରେ ଏବଂ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଗହଣରେ ଶହ ଶହ କର୍ମକର୍ତ୍ତାଙ୍କ ନାରୀ ନ୍ୟାୟ ପଦଯାତ୍ରା ଆରମ୍ଭ ହୋଇଥିଲା। ନିମାପଡା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସ୍ଥାନୀୟ କଂଗ୍ରେସ କର୍ମକର୍ତ୍ତା ପଦଯାତ୍ରାକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସାମିଲ ହୋଇଥିଲେ। ନିମାପଡା ପହଞ୍ଚିଲା ବେଳକୁ…

Read More

ଭୁବନେଶ୍ବର: ଆଜି ଜଟଣୀର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ପାଳନ କରିଛନ୍ତି ତାଙ୍କର ଜନ୍ମ ଦିନ। ଆଜି ତାଙ୍କର ଭୁବନେଶ୍ବର ବାସଭବନରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସେ ପାଳନ କରିଛନ୍ତି ଏହି ଜନ୍ମ ଉତ୍ସବ। ତାଙ୍କର ଜନ୍ମ ଦିନରେ ବିଭିନ୍ନ ଦଳର ନେତାମାନେ ଆସି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ବର୍ତ୍ତାମାନ ୮୨ ବର୍ଷ ବୟସରେ ପାଦ ଥାପିଛନ୍ତି। ଏହି ବୟସରେ ସେ ଏବେ ବି ବେଶ ଚଳଚଞ୍ଚଳ। ତାଙ୍କର ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ସଭାପତି ଭକ୍ତଦାସ। ତାଙ୍କ ନିକଟକୁ ଯାଇ ସେ ଜନ୍ମଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ପ୍ରଫଲ ଘଡାଇ ମଧ୍ୟ ସୁରେଶ ରାଉତରାୟଙ୍କୁ ଅଭିନନ୍ଦନ କରିଛନ୍ତି। ସୁରଭାଇ ହେଉଛନ୍ତି ଜଣେ ଅଜାତ ଶତ୍ରୁ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି। ସେହିପରି ଆଜି ତାଙ୍କ ବାସଭବନରେ ବହୁ ନେତାଙ୍କ ଭିଡ ଜମିଥିଲା। ସୁର ରାଉତରାୟଙ୍କ ନେତା ଭାବେ…

Read More

The Samikhsya Desk: ଭାରତର ସବୁଠାରୁ ବଡ ଷ୍ଟେସନର ନାମ କଣ ? ଆପଣମାନେ ଭାବିବେ ଦିଲ୍ଲୀ, ମୁମ୍ବାଇ କିମ୍ବା ଚେନ୍ନାଇ। ଭୁଲ କଥା ଏହି ଷ୍ଟେସନଗୁଡିକରୁ କୌଣସି ଗୋଟିଏ ବି ନାହିଁ। ହେଲେ ପ୍ରକୃତରେ ଭାରତର ବଡ ଷ୍ଟେସନ ଯେଉଁଟି ତାହାର ଅଚି 23 ଟି ପ୍ଲାଟଫର୍ମ। ଏହି ଷ୍ଟେସନରେ ଦୈନିକ 280 ଟି ଟ୍ରେନ ଚଳାଚଳ କରୁଛି। ଏପରିକି ଭାରତ ମୁଖ୍ୟ ଟ୍ରେନ ଯେପରିକି ଦୁରନ୍ତୋ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ, ଶତାଦ୍ଦୀ ଏକ୍ସପ୍ରେସ ପରି ଟ୍ରେନ ସେହି ଷ୍ଟେସନ ଦେଇ ଯାତାୟତ କରୁଛି। ତେବେ ସେହି ଷ୍ଟେସନଟି ସମସ୍ତେ ଭାବି ବେ ଯେ ନିଶ୍ଚିତ ମେଟ୍ରୋ ସିଟି ଷ୍ଟେସନ ହୋଇଥିବ। ନା ତାହା ଭୁଲ। ସେହି ଷ୍ଟେସନ ନାମ ହେଉଛି ହାୱାଡ ଜଙ୍କସନ। ପଶ୍ଚିମ ବଙ୍ଗରେ ଥିବା ଏହି ହାୱାଡା ଜଙ୍କସନ ଦେଶର ସବୁଠାରୁ ବଡ ଷ୍ଟେସନ। ଏହି ଷ୍ଟେସନରେ ଦୈନିତ 6 ଲକ୍ଷ ଯାତ୍ରୀଙ୍କ ଯିବାଆସିବା ହୋଇଥାଏ।…

Read More

ଭୁବନେଶ୍ବର: ସାରା ଦେଶରେ ବର୍ତ୍ତମାନ ଭୋଟ ଚୋରୀ ନେଇ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଛି। କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏହି ଭୋଟ ଚୋରୀକୁ ନେଇ ବିଭିନ୍ନ ପ୍ରମାଣ ରଖିବା ପରେ ପ୍ରସଂଗ ଘନେଇବାରେ ଲାଗିଛି। ରାହୁଳ ଦୀର୍ଘ ସମୟ ଧରି ସେ କିପରି ଭୋଟ ଚୋରୀ ହୋଇଛି ତାହାର ତଥ୍ୟ ରଖିଛନ୍ତି। ଫଳରେ ସାରା ଦେଶରେ ବର୍ତ୍ତମାନ ଏହାକୁ ନେଇ ତର୍କବିତର୍କ ହେବାରେ ଲାଗିଛି। ରାହୁଳଙ୍କ ଏହି ଚୋରୀ ପ୍ରସଂଗକୁ ଓଡିଶାରେ ପ୍ରଦେଶ କଂଗ୍ରେସ ମଧ୍ୟ ପ୍ରସାର କରିବାରେ ଲାଗିିଛି। ଏକ ସାମ୍ବାଦିକ ସମ୍ମିଳନୀର କରି କଂଗ୍ରେସ ସଭାପତି ଭକ୍ତ ଦାସ ଓଡିଶାରେ କିପରି ଭୋଟ ଚୋରୀ ହୋଇଛି ତାହାର ବାଖ୍ୟା କରିଛନ୍ତି। ପିସିସି ସଭାପତି ଦାସ କହିଲେ, ଯଦି ଏଭଳି ଭୋଟ ଚୋରୀ ମାଧ୍ୟମରେ ସରକାର ଗଠନ ହୁଏ ତେବେ ଭୋଟର ମର୍ଯ୍ୟାଦା ହାନୀ ହେବା ସହ ସରକାର ଲୋକଙ୍କ ପ୍ରତି ଉତ୍ତରଦାୟୀ ହେବେ ନାହିଁ । ଲୋକମତ ଚୋରୀ…

Read More

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେଡି ବର୍ତ୍ତମାନ ତିଆରି କରୁଛି ବଡ ରଣନୀତି। ବିଶେଷ କରି ଚାଷୀମାନଙ୍କୁ ନେଇ ବିଜେଡି ରାଜ୍ୟର ବିଜେପି ସରକାରଙ୍କୁ ଘେରିବା ପାଇଁ ଯୋଜନା କରୁଛି। ସେଥିପାଇଁ ଦଳ ଆସନ୍ତା ୧୮ ତାରିଖରେ ଆୟୋଜିତ କରୁଛି ବିରାଟ ଚାଷୀ ସମାବେଶ। ଏହି ସମାବେଶ ବରଗଡରେ ହେବ। କାରଣ ସେଠାରେ ବର୍ତ୍ତମାନ ଚାଷୀମାନେ ଯେପରି ସମସ୍ୟା ଭିତରେ ଗତିକରୁଛନ୍ତି ତାହାକୁ ଲୋକଲୋଚନକୁ ଦଳ ଆଣିବ। ଏ ନେଇ ବିଜେଡି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ କରାଯାଇଛି। ଏଥିରେ ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଏବଂ ଦେବୀ ମିଶ୍ର, ସଂଜୟ ଦାସବର୍ମା, ସ୍ନେହାଙ୍ଗିନ ଛୁରିଆ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ଏଥିରେ କୁହାଯାଇଛି ଯେ, ଆସନ୍ତା ୧୮ ତାରିଖରେ ବରଗଡରେ ଏହି ଚାଷୀ ସମ୍ମିଳନୀ କରାଯିବ। ଏଥିରେ ଦଳର ତୁଙ୍ଗ ନେତା ଯୋଗଦେବେ ବୋଲି ସେ କହିଛନ୍ତି। ତେବେ ଏହି…

Read More

ବାଲୁଗାଁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚିଲିକା ଗସ୍ତରେ ଆସୁଛନ୍ତି। ଗତ ଦୁଇ ଦିନ ହେଲା ସେ ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବାବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳି ଗସ୍ତ କରି ରାତିରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ଅଛି। ଆଜି ଅପରାହ୍ନ 1.30 ରେ ସେ ବଡ଼କୁଳ ସ୍ଥିତ ପାନ୍ଥନିବାସ ରେ ପହଞ୍ଚିବେ। ସେଠାରେ କିଛି ସମୟ ରହି ମଧ୍ୟାହ୍ନ ଭୋଜନ କରି ଅପରାହ୍ନ 2.45 ରେ ବଡ଼କୁଳ ପାନ୍ଥନିବାସ ରୁ ସିଧା ବାଣପୁର ମା’ ଭଗବତୀ ମନ୍ଦିର ଯିବେ। ଅପରାହ୍ନ 3 ଟାରେ ମା’ ଭଗବତୀ ମନ୍ଦିର ପହଞ୍ଚି ସେଠାରେ ମା ‘ ଙ୍କ ପୂଜାର୍ଚନା କରିବେ। ମା’ ଭଗବତୀ ମନ୍ଦିରରେ ଦୀର୍ଘ ଅଧେ ଘଣ୍ଟା ଅତିବାହିତ କରି ଅପରାହ୍ନ 3.30 ରେ ବାଣପୁରରୁ ଭୂଷଣ୍ଡପୁର ମା’ ଉଗ୍ରତାରା ମନ୍ଦିର ଅଭିମୁଖେ ବାହାରି ସେଠାରେ ପୂଜାର୍ଚନା କରି ରାତିରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘‘ମନ୍ କି ବାତ୍” କାର୍ଯ୍ୟକ୍ରମ ସାରା ଦେଶରେ ଘଟୁଥିବା ସକାରାତ୍ମକ ପରିବର୍ତ୍ତନକୁ ପ୍ରଦର୍ଶିତ କରିବା ଏବଂ ଭାରତର ବିକାଶ ଯାତ୍ରାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଲାଗି ନାଗରିକମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ଅନନ୍ୟ ମଞ୍ଚ ଭାବେ କାର୍ଯ୍ୟ କରିଥାଏ। ଏହି ମାସିକ ରେଡିଓ ଏପିସୋଡ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ନବସୃଜନ ଏବଂ ସମାଜ ସେବା ଭଳି କ୍ଷେତ୍ରରେ ପ୍ରଭାବଶାଳୀ କାର୍ଯ୍ୟ କରୁଥିବା ଭାରତୀୟଙ୍କ ପ୍ରେରଣାଦାୟୀ କାହାଣୀ ସେୟାର କରନ୍ତି। ସେ ଯୁବକ, କୃଷକ, ମହିଳା, କାରିଗର, ଉଦ୍ୟୋଗୀ, କ୍ରୀଡ଼ାବିତ୍ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ତୃଣମୂଳ ସ୍ତରର ପଦକ୍ଷେପ ଏବଂ ଗୋଷ୍ଠୀ ନେତୃତ୍ୱାଧୀନ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ଏହି କାହାଣୀଗୁଡ଼ିକ ପ୍ରାୟତଃ ଦୁର୍ଗମ ଏବଂ ବିବିଧ ଅଞ୍ଚଳରୁ ଆସିଥାଏ, ଯାହା ରାଷ୍ଟ୍ରର ସମୃଦ୍ଧ ଏବଂ ସମାବେଶୀ ଭାବନାକୁ ପ୍ରତିଫଳିତ କରିଥାଏ। ‘‘ମନ୍ କି ବାତ୍” ମଧ୍ୟ…

Read More

ଭୁବନେଶ୍ବର: ଆଜି ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ର ଟଙ୍କା। ଆଜି କୋରାପୁଟ ଜୟପୁରରେ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଟଙ୍କା ପ୍ରଦାନ କରିବେ। ଏହା ହେଉଛି ସୁଭଦ୍ରା ଯୋଜନାର ତୃତୀୟ କିସ୍ତି। ଏଥିରେ ଆଜି ଏକ କୋଟି ମହିଳାଙ୍କ ବ୍ୟାଙ୍କ ଖାତାକୁ ଯିବ 5000 ହଜାର ଟଙ୍କା ଲେଖାଏଁ। ଏଥିପାଇଁ ସରକାରୀ ସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କୋରାପୁଟରେ ପହଞ୍ଚିସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ଜଣ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି । ସେହିପରି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି । ତେବେ ଏହି ଯୋଜନାରୁ ପ୍ରାୟ ୨ ଲକ୍ଷ ମହିଳା ବାଦ ପଡିଛନ୍ତି। ସେମାନଙ୍କୁ କିପରି ସାମିଲ କରାଯିବ ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି।

Read More