ସ୍ୱାସ୍ଥ୍ୟ ଟିପ୍ସ: କାର୍ଯ୍ୟ ଚାପ, ଥକାପଣ ଏବଂ ବେଳେବେଳେ କ୍ରୋଧ ହେତୁ ଅନେକ ଲୋକ ରାତିରେ ନ ଖାଇ ଶୋଇପଡନ୍ତି। ଏଥିସହିତ, କିଛି ଲୋକ ମେଦବହୁଳତା ଭୟରେ ରାତିରେ ଖାଦ୍ୟ ଖାଆନ୍ତି ନାହିଁ। କିନ୍ତୁ କିଛି ନ ଖାଇ ଶୋଇବାର ଅଭ୍ୟାସ ସ୍ୱାସ୍ଥ୍ୟକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇପାରେ। ଖାଲି ପେଟରେ ଶୋଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ମଧ୍ୟ ବଢିଥାଏ। ଏଭଳି ପରିସ୍ଥିତିରେ, ଆମେ ଆପଣଙ୍କୁ ଖାଲି ପେଟରେ ଶୋଇବା ଦ୍ୱାରା ଶରୀରର କ୍ଷତି ବିଷୟରେ କହିବୁ। ଖାଲି ପେଟରେ ଶୋଇବା ସ୍ୱାସ୍ଥ୍ୟ ପାଇଁ ଏହି କ୍ଷତି ଘଟାଇପାରେ: ଅନେକ ଲୋକ ଅନୁଭବ କରନ୍ତି ଯେ ଶରୀରକୁ ରାତିରେ ଖାଇବା ଆବଶ୍ୟକ ନାହିଁ। କିନ୍ତୁ ଶରୀର ୨୪ ଘଣ୍ଟା ପାଇଁ ଶକ୍ତି ଉତ୍ପାଦନ କରେ ଏବଂ ସବୁବେଳେ କ୍ୟାଲୋରୀ ଜାଳେ, ତେଣୁ ଶରୀରକୁ ପୁଷ୍ଟିକର ଖାଦ୍ୟ ଆବଶ୍ୟକ କରେ। ସ୍ୱାସ୍ଥ୍ୟ ସୂତ୍ର ଅନୁଯାୟୀ, ଯେଉଁମାନେ ରାତିରେ ଶୋଇବା ପୂର୍ବରୁ ପ୍ରୋଟିନ୍…
Author: Samikhsya Bureau
ଭୁବନେଶ୍ବର: ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ । ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ, । ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ । ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ । ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି । ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି । ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି । ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ :- ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ ? ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା…
ଚାଣକ୍ୟ ନୀତି: ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି…
ମେଷ: – ଆଜି ଆପଣ ଖୁସିର ଦିନ ହେବେ ଏବଂ ଆପଣ ଆପଣଙ୍କର ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଉପଭୋଗ କରିବେ। ଆପଣଙ୍କର ସାହସ ପ୍ରେମ ଦେବାରେ ସଫଳ ହେବ। ସହକର୍ମୀଙ୍କ ସାହାଯ୍ୟରେ, ଆପଣ ଶୀଘ୍ର କଠିନ ସମୟରୁ ମୁକ୍ତି ପାଇବେ। ଏହା ଆପଣଙ୍କୁ କ୍ଷେତ୍ରର ଏକ ଧାର ଦେବାରେ ସହାୟକ ହେବ। ଯଦି ଆପଣ ଏକ ବିବାଦରେ ଜଡିତ ହୁଅନ୍ତି, ତେବେ ମନ୍ତବ୍ୟରୁ ଦୂରେଇ ରୁହନ୍ତୁ। ଆପଣ ଏବଂ ଆପଣଙ୍କ ସାଥୀ କିଛି ଖୁସି ଖବର ପାଇପାରନ୍ତି। ବୃଷ: – ଆଜି ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପରୁ ଦୂରେଇ ରୁହନ୍ତୁ। ଆପଣ ଅନୁଭବ କରିବେ ଯେ ପ୍ରେମରେ ଏତେ ଗଭୀରତା ଅଛି ଏବଂ ଆପଣଙ୍କର ପ୍ରିୟଙ୍କା ଆପଣଙ୍କୁ ସବୁଦିନ ପାଇଁ ଭଲ ପାଇବ। ଏକ ମୋବାଇଲ୍ ଫୋନ୍ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ଏହାର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ। ଆଜି, ଚିନ୍ତା କରି ପାଦ ବଢାଇବାର…
କଳାହାଣ୍ଡି: ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲା ସ୍ବାସ୍ଥ୍ୟ ସମିତି ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ପରିଚାଳନା ବୋର୍ଡର ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାରେ ଜିଲ୍ଲାପାଳ ତଥା ଜିଲ୍ଲା ସ୍ବାସ୍ଥ୍ୟ ସମିତି ଉପାଧ୍ୟକ୍ଷ ପି ଅନ୍ୱେଷା ରେଡ୍ଡୀ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ପଟେଲ ,ଉପ ଜିଲ୍ଲାପାଳ ଧର୍ମଗଡ ଶ୍ରୀ ସଚିନ ପାୱାର ପ୍ରକାଶ,ଉପ ଜିଲ୍ଲାପାଳ ,ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ,ସି ଡ଼ି ଏମ ଓ ଡ ରଞ୍ଜନ ମିତ୍ର ଙ୍କ ସହ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ,ସଂପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଡି ପି ଏମ ,ଏନ୍ ଏଚ ଏମ ଶ୍ରୀ ଅବନୀ ମହାପାତ୍ର ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗର ରୋଗୀ ସେବା ,ଟୀକାକରଣ,ଆମ୍ବୁଲାନ୍ସ ସୁବିଧା,ଡାକ୍ତର ନିଯୁକ୍ତି, ଭିତ୍ତିଭୂମି ବିକାଶ, କାୟକଳ୍ପ ପୁରସ୍କାର,ସ୍ୱାସ୍ଥ୍ୟ ଶିବିର ,ଡି…
ଖୋର୍ଦ୍ଧା : ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଜିଲ୍ଲାସ୍ତରୀୟ ଦିନିକିଆ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ ହଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହାର ଉଦଘାଟନ କରିଛନ୍ତି। ଶିକ୍ଷକ ମାନଙ୍କ ଦେଶର ଭବିଷ୍ୟତ ଗଠନରେ ପ୍ରମୁଖ ଭୂମିକା ରହିଛି। ଶୃଙ୍ଖଳିତ, ଉତ୍ସଗୀକୃତ ଓ ସତ୍ୟନିଷ୍ଠ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଶିକ୍ଷକତା ଭଳି ପେଶାରେ ମଣିଷ ଗଠନ ନିମନ୍ତେ ଐଶ୍ବରିକ ଶକ୍ତି ଭରି ରହିଛି। ପ୍ରତିଯୋଗିତା ଯୁଗରେ ତିଷ୍ଠି ରହିବାକୁ ମାନସିକତାରେ ପରିବର୍ତ୍ତନ ଆବଶ୍ୟକତା ରହିଥିବା ଜିଲ୍ଲାପାଳ କହିଛନ୍ତି। ପିଲାମାନେ ଅଭିଭାବକଙ୍କ ବ୍ୟତୀତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅନୁସରଣ କରିଥାନ୍ତି । ନିଜେ ନୀତିନିଷ୍ଠ ହୋଇ କାର୍ଯ୍ୟ କରିବାକୁ ସେ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଛନ୍ତି। ୫- ଟି ମାଧ୍ୟମରେ ଅନେକ ବିଦ୍ୟାଳୟରେ ଭିତ୍ତିଭୂମିର ବ୍ୟାପକ ରୂପାନ୍ତରଣ…
ନୂଆଦିଲ୍ଲୀ : ଏମଏସଏମଇ ମନ୍ତ୍ରଣାଳୟ ଆଜି ଏହାର ଉଦ୍ୟମ ପୋର୍ଟାଲରେ ୧ କୋଟି ପଞ୍ଜୀକରଣ ମାଇଲଖୁଣ୍ଟକୁ ହାସଲ କରିଛି । ଉଦ୍ୟମ ପଞ୍ଜୀକରଣ ପୋର୍ଟାଲକୁ ୧ ଜୁଲାଇ ୨୦୨୦ ରେ ଶୁଭାରମ୍ଭ କରାଯାଇଛି। ସଂଶୋଧିତ ସଂଜ୍ଞା ନିର୍ମାଣ ଓ ସେବା ଉଦ୍ୟୋଗ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିଛି। ଉଦ୍ୟମ ପୋର୍ଟାଲ୍ ସିବିଡିଟି ଏବଂ ଜିଏସଟିଏନ୍ ଡାଟାବେସ୍ ସହିତ ସଂପୃକ୍ତ ଅଟେ। ଏହା ସମ୍ପୂର୍ଣ୍ଣ ଭାବରେ ଅନଲାଇନ ଅଟେ, ଏଥିପାଇଁ କୌଣସି କାଗଜପତ୍ର ପ୍ରକ୍ରିୟାର ଆବଶ୍ୟକତା ନାହିଁ ଏବଂ ଏହା ଏମଏସଏମଇ ପାଇଁ ବ୍ୟବସାୟକୁ ସୁଗମ କରିବା ଦିଗରେ ଏକ ପଦକ୍ଷେପ ଅଟେ। ଏହି ଅବସରରେ ସୂଚନା ପ୍ରଦାନ କରି, ଏମଏସଏମଇ ର କେନ୍ଦ୍ର ମନ୍ତ୍ରୀ ଶ୍ରୀ ନାରାୟଣ ରାଣେ ଓ ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଭାନୁ ପ୍ରତାପ ସିଂହ ବର୍ମା ଉଦ୍ୟମ ପଞ୍ଜୀକରଣର ଆବଶ୍ୟକତାକୁ ଦର୍ଶାଇଥିଲେ ଓ ଏମଏସଏମଇ ର ଏକ ପରିଚୟ ଭାବରେ ଏହାର ଆବଶ୍ୟକତା ବିଷୟରେ ସୂଚନା…
ଭୁବନେଶ୍ବର: ଆଜି ରାଜ୍ୟ ସରକାର 106 ଜଣ ଜୁନିଅର ମେକାନିକାଲ୍ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଇଛନ୍ତି। ଏମାନେ ଜଳ ସମ୍ପଦ ବିଭାଗରେ କାର୍ଯ୍ୟ କରିବେ। ଏହି ଇଂଜିନିୟରଙ୍କୁ ରାଜ୍ୟ କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ ନିଯୁକ୍ତି ଦିଆଯାଇଛି। ଭର୍ଚୁଆଲ୍ ପ୍ଲାଟଫର୍ମରେ ନୂତନ ଇଞ୍ଜିନିୟର୍ମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଜ୍ଞାନକୌଶଳ ସହିତ ପରିଚିତ ହେବାକୁ କହିଥିଲେ। ସେ କହିଥିଲେ, “ଟେକ୍ନୋକ୍ରାଟ୍ ହୋଇଥିବାରୁ ମୁଁ ଆଶା କରେ ଆପଣ ସମସ୍ତେ ପରିବର୍ତ୍ତନ ଏବଂ ନୂତନ ଟେକ୍ନୋଲୋଜି ସହିତ ସଂଯୋଗରେ ରହିବେ। ଏହା ଆପଣଙ୍କ କାର୍ଯ୍ୟରେ ନିଶ୍ଚିତ ଭାବେ ଦକ୍ଷତା ଏବଂ ସ୍ୱଚ୍ଛତା ଆଣିପାରିବ। ଏହା ଆମର 5T ପଦକ୍ଷେପର କାର୍ଯ୍ୟଧାରାକୁ ହାସଲ କରିବାରେ ସହାୟକ ହୋଇପାରିବ। ” ସେ କହିଛନ୍ତି ଯେ ଜଳ ସମ୍ପଦ ବିଭାଗ 30 ଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର ନିର୍ମାଣ କାର୍ଯ୍ୟ କରିଛି। ସେହିପରି 16 ଟି ବିଭିନ୍ନ ନଦୀ ପାର୍ଶ୍ୱରେ ପାଇପଲାଇନ ରହିଅଛି। ଏହା କେବଳ…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦାୟିତ୍ବ ନେବା ପରେ ଆଜି ସେ ପ୍ରଥମ ଥର ପାଇଁ ଜଣେ ବିଦେଶୀ ରାଷ୍ଟ୍ରର ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ଆଜି ମାଲଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ, ରାଷ୍ଟ୍ରପତି ଭବନରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ସୋଲିହଙ୍କୁ ସ୍ୱାଗତ କରି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ଭାରତର ଜଣେ ଘନିଷ୍ଠ ବନ୍ଧୁ ତଥା ଜଣେ ପ୍ରତିଷ୍ଠିତ ନେତାଙ୍କୁ ଗ୍ରହଣ କରି ସେ ବହୁତ ଖୁସି, ଯାହାର ନେତୃତ୍ୱରେ ମାଲଦ୍ୱୀପ ଏକ ସ୍ଥିର ତଥା ସମୃଦ୍ଧ ରାଷ୍ଟ୍ର ଭାବରେ ଉଭା ହୋଇପାରିଛି। ଭାରତର ରାଷ୍ଟ୍ରପତି କହିଛନ୍ତି ଯେ ମାଲଦ୍ୱୀପ ଓ ଭାରତ ହେଉଛି ଭାରତ ମହାସାଗରର ଏକ ପ୍ରମୁଖ ଅଂଶୀଦାର ଏବଂ ଘନିଷ୍ଠ ବନ୍ଧୁ। ଦୁଇ ଦେଶର ଲୋକମାନେ ଶତାବ୍ଦୀ ଧରି ସାଂସ୍କୃତିକ, ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କକୁ ଉପଭୋଗ କରୁଛନ୍ତି। ଭାରତର ‘ ପ୍ରଥମ ପଡ଼ୋଶୀ ନୀତି’ ରେ…
ନୂଆଦିଲ୍ଲୀ: ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ନିଃସ୍ବାର୍ଥ ସେବା ପାଇଁ ଭାରତ ସରକାର ବିଭିନ୍ନ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର’ ପ୍ରଦାନ କରି ଆସୁଛନ୍ତି। ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ ପାଇଁ ଆବେଦନ ଆହ୍ବାନ କରାଯାଉଛି। ପୁରସ୍କାର ପାଇଁ ନାମାଙ୍କନ ଆରମ୍ଭ ହୋଇସାରିଥିବା ବେଳେ ଏଥିପାଇଁ ଆବେଦନର ଶେଷ ତାରିଖ ୩୧ ଅଗଷ୍ଟ ୨୦୨୨ ରଖାଯାଇଛି। ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଏବଂ ସଂସ୍ଥା ଏହି ପୁରସ୍କାର ପାଇଁ ଚଳିତ ମାସ ୩୧ ତାରିଖ ସୁଦ୍ଧା ପୁରସ୍କାର ପାଇବାକୁ ଆବେଦନ କରିପାରିବେ । ଇଚ୍ଛୁକ ସଂସ୍ଥା ଓ ବ୍ୟକ୍ତି ବିଶେଷ http://awards.gov.in ଏବଂ http://ndma.gov.in ୱେବସାଇଟ୍ରେ ନାମାଙ୍କନ ଦାଖଲ କରିପାରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକ୍ରମେ ସବୁ ବର୍ଷ ‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର’ ପ୍ରଦାନ କରାଯାଉଛି। ପ୍ରତିବର୍ଷ ଜାନୁଆରୀ ୨୩ ତାରିଖ ନେତାଜୀ…
ନୂଆଦିଲ୍ଲୀ: ଦେଶରେ ଦୂରସଞ୍ଚାର କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକୁ ଦୂରସଞ୍ଚାର ଉଦ୍ୟୋଗ ଜଗତର ବିପୁଳ ସମର୍ଥନ ମିଳିଛି। ନିକଟରେ ୫ଜି ସ୍ପେକ୍ଟ୍ରମ ନିଲାମୀରୁ ଏହା ସ୍ପଷ୍ଟ ହୋଇଛି। ଭାରତ ସରକାର ୭୨,୦୯୮ ମେଗାହର୍ଜ ସ୍ପେକ୍ଟ୍ରମ ନିଲାମୀ ପାଇଁ ଜାରି କରିଥିଲେ, ଏଥିମଧ୍ୟରୁ ୫୧,୨୩୬ ମେଗାହର୍ଜ (ମୋଟ୍ ସ୍ପେକ୍ଟ୍ରମର ୭୧%) ସ୍ପେକ୍ଟ୍ରମ ୧ ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କାରେ ବିକ୍ରି ହୋଇଛି। ମେସର୍ସ ଆଦାନୀ ଡାଟା ନେଟୱର୍କସ୍ ଲିମିଟେଡ ୨୬ ଗିଗାହର୍ଜ ଏମଏମ ୱେଭ ବ୍ୟାଣ୍ଡରେ ୪୦୦ ମେଗାହର୍ଜ ସ୍ପେକ୍ଟ୍ରମ ହାସଲ କରିଛି । ମେସର୍ସ ଭାରତୀ ଏୟାରଟେଲ ଲିମିଟେଡ ୯୦୦, ୧୮୦୦, ୨୧୦୦, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡରେ ୧୯,୮୬୭.୮ ମେଗାହର୍ଜ ସ୍ପେକ୍ଟ୍ରମ ହାସଲ କରିଛି। ମେସର୍ସ ରିଲାଏନ୍ସ ଜିଓ ଇନଫୋକମ୍ ଲିଃ ୭୦୦, ୮୦୦, ୧୮୦୦, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡରେ ମୋଟ୍ ୨୪,୭୪୦…
କନ୍ଦର୍ପ ବେହେରା ରେଢ଼ାଖୋଲ: ବେଆଇନ ନିଶା କାରବାର କଫ ସିରଫ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି ରେଢ଼ାଖୋଲ ପୋଲିସ। ସୂଚନା ଯୋଗ୍ୟ ଯେ ବୌଦ୍ଧ ଅଞ୍ଚଳ ରୁ କଫ ସିରଫ୍ ଧରି ଦୁଇ ଅଭିଯୁକ୍ତ ରେଢ଼ାଖୋଲ ପଟକୁ ଆସୁଥିବା ବେଳେ ରେଢ଼ାଖୋଲ ପୋଲିସ୍ ସେମାନଙ୍କୁ ଧରିଥିଲା। ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ଜିଲ୍ଲା ଅଁଇଠାପାଲି ଥାନା ବୁଢ଼ାରଜା ଅନ୍ତର୍ଗତ ପ୍ରଧାନପଡା ର ଡବୁଲୁ ଦାସ(୩୦) ଏବଂ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବଗିଚା ସାହିର ସିତାଂସୁ ଶେଖର ପୁରୋହିତ(୫୧) କୁ ଗିରଫ କରିଛି। ଅଭିଯୁକ୍ତ ମାନେ କଫସିରଫ ତଥା ବିଭିନ୍ନ ନିଶା କାରବାର ରେ ଜଡିତ ଥିବା ଜଣାପଡିଛି। ଜଣେ ଅଭିଯୁକ୍ତର ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ କୋଭିଡ ଟେଷ୍ଟ, ତଥା ସ୍ବାସ୍ଥ୍ୟଯାଞ୍ଚ ପାଇଁ ପୋଲିସ ପ୍ରଥମେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲା ହେଲେ ଅଭିଯୁକ୍ତ ଡବୁଲୁ ଦାସ କୈାଣସି ମତେ ସେଠାରୁ ପୋଲିସ କୁ ଚକମା ଦେଇ…
ବାଲୁଗାଁ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସିଙ୍ଗେଶ୍ୱର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ସୂଚନା ମୁତାବକ ରଘୁନାଥପୁର ଗ୍ରାମର ନିରଞ୍ଜନ ସାହୁଙ୍କ ବାପା ରଙ୍କନାଥ ସାହୁଙ୍କୁ(୭୦) ପୂର୍ବ ଦିନର କୌଣସି ଏକ ଘଟଣାକୁ ନେଇ ଗ୍ରାମର କିଛି ଖଳ ପ୍ରକୃତିର ଲୋକ ସଂଘ ବଦ୍ଧ ଭାବେ ଆକ୍ରମଣ କରିଥିଲେ। ଉକ୍ତ ଆକ୍ରମଣରେ ଘଟଣା ସ୍ଥଳରେ ରଙ୍କନାଥ ସାହୁ ମୁର୍ମୁଶୁ ଅବସ୍ଥାରେ ତଳେ ପଡିଯାଇଥିବା ବେଳେ ଗ୍ରାମବାସୀଙ୍କ ସହାୟତାରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ମାତ୍ର ଡାକ୍ତର ଶ୍ରୀ ସାହୁଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଖବର ପାଇ ମେଡିକାଲରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତକଙ୍କ ପୁଅ ନିରଞ୍ଜନଙ୍କ ଏତଲା କ୍ରମେ ବାଲୁଗାଁ ପୋଲିସ କେଶ ନଂ ୧୫୨/୨୨ରେ ଏକ ମାମଲା ରୁଜୁ କରି ଚାରି ଜଣଙ୍କୁ…
ଭୁବନେଶ୍ୱର: ଖାଇବା ତେଲର ଅପମିଶ୍ରଣ ସଂପର୍କିତ ସତର୍କତା ଅଭିଯାନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ଡ. ଡି. ବୃନ୍ଦା ଯୋଗଦେଇ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଲେ ଯେ ଖାଦ୍ୟ ସୁରକ୍ଷା ଏବଂ ଭାରତର ମାନକ ପ୍ରାଧିକରଣ ଦ୍ୱାରା ଦେଶରେ ନିରାପଦ ତଥା ଉତ୍ତମ ଖାଦ୍ୟ ସୁନିଶ୍ଚିତ କରିବାର ନିୟମ ରହିଛି। ଖାଇବା ତେଲରେ ଅପମିଶ୍ରଣ ଓ ଅନଧିକୃତ ମିଶ୍ରିତ ତେଲ ବିକ୍ରୟକୁ ନେଇ ବିଭିନ୍ନ ସମୟରେ ଅଭିଯୋଗମାନ ଆସିଛି । ରାଜ୍ୟ ଖାଦ୍ୟ ସୁରକ୍ଷା ପ୍ରାଧିକରଣ ଓ ଖାଦ୍ୟ ନିରାପତ୍ତା ଆୟୁକ୍ତ, ଓଡ଼ିଶାଙ୍କ ଅଧିନରେ ଅଗଷ୍ଟ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଦୁଇ ସପ୍ତାହ ପାଇଁ ରାଜ୍ୟବ୍ୟାପି ଅପମିଶ୍ରିତ ଖାଇବା ତେଲ ବିରୁଦ୍ଧରେ ଅଭିଯାନ ଆରମ୍ଭ କରାଯିବ । ଓଡ଼ିଶାରେ ଏହି ଅଭିଯାନ ଅଧିନରେ ସମସ୍ତ ଜିଲ୍ଲା, ମୁନିସିପାଲିଟି ଓ ବ୍ଲକ୍ସ୍ତରରେ ଖାଇବା ତେଲର ନିରୀକ୍ଷଣ ପ୍ରକ୍ରିୟା ଜାରି ରହିବ। ଅପମିଶ୍ରିତ…
ଭୁବନେଶ୍ବର: ଆଜି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ତରଫରୁ ରାଜ୍ୟର ପଲଟେକନିକ କଲେଜ ରାଙ୍କ୍ ଘୋଷଣା କରାଯାଇଛି। ଏଥିରେ ପ୍ରଥମ ରାଙ୍କ ହାସଲ କରିଛି ଘରୋଇ ଶିକ୍ଷା ଅନୁଷ୍ଠାନ କିଟ୍ ପଲଟେକନିକ କଲେଜ। ଏହି କଲେଜ 72.78 ମାର୍କ ହାସଲ କରି ପ୍ରଥମ ରାଙ୍କରେ ସ୍ଥାନିତ ହୋଇଛି। ସେହିପରି ଦ୍ବିତୀୟରେ ରହିଛି ଯାଜପୁରର ସରକାରୀ ପଲଟେକନିକ କଲେଜ। ଏହି ସଂସ୍ଥା 67.50 ମାର୍କ ହାସଲ କରିପାରିଛି। ତୃତୀୟରେ ରହିଛି ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଏଡୁକେସନ ଆଣ୍ଡ ଟେକନିକାଲ। ଏହି ଘରୋଇ ସଂସ୍ଥା 64. 60 ମାର୍କ ହାସଲ କରିଛି। ଆଜି ବିଭାଗ ତରଫରୁ ଏହି ଘୋଷଣା କରାଯାଇଛି। ଏଥିରେ ରାଜ୍ୟରେ ଥିବା ମୋଟ 102 ଟି କଲେଜ ରାଙ୍କ ଘୋଷଣା କରାଯାଇଛି।
ଭୁବନେଶ୍ବର: ମୃତ ପ୍ରମାଣ ପତ୍ର ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ଏହିପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ହଳଦିଆ ସିଏଚସି ରେ ଘଟିଛି। ଆଜି ଦିନ ପ୍ରାୟ 12ଟା ବେଳେ ସେଠାକାର କ୍ଲର୍କ ଅନୁପ କୁମାର ଶତପଥୀ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି। ଘଟଣାରୁ ଜଣାପଡିଛି ଯେ, ଶ୍ରୀ ଶତପଥୀ ଜଣେ ଅଭିଯୋଗକାରୀଙ୍କ ଜେଜେ ବାପାଙ୍କ ମୃତ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିଲେ। ତାଙ୍କର ପୈତୃକ ସଂପତ୍ତି ବିକ୍ରି ପାଇଁ ସେ ଏହି ଆବେଦନ କରିଥିଲେ। ହେଲେ ଶ୍ରୀ ଶତପଥୀ ତାଙ୍କୁ ବହୁବାର ଅଫିସକୁ ଦଉଡାଇଥିଲେ। ଶେଷରେ ସେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯୋଜନା ମୁତାବିକ ଆଜି ଭିଜିଲାନ୍ସ ତାଙ୍କୁ ଧରିବା ସହିତ ତାଙ୍କ ହାତରୁ ଲାଞ୍ଚ ଟଙ୍କା ମଧ୍ୟ ଉଦ୍ଧାର କରିଛି। ତାଙ୍କ ନାମରେ ମାମଲା ଋଜୁ ପରେ ଅଧିକ ତଦନ୍ତ ଚାଲିଛି।
ନିରାକାରପୁର : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେ ଥିବା ଭାରତ ଫାଇନାନ୍ସ କମ୍ପାନୀର ଶାଖା ଦିର୍ଘ ଦିନ ହେବ ଲୋକମାନଙ୍କୁ ଟଙ୍କା ଦେଣ ନେଣ କରୁଥିବା ବେଳେ ଉକ୍ତ ଶାଖାରେ କାର୍ଯ୍ୟରତ ଏଜେଣ୍ଟ ସତ୍ୟନାରାୟଣ ଜେନା ଠକେଇ କରି ଗିରଫ ହୋଇଥିବା ଜଣାପଡିଛି। ସତ୍ୟନାରାୟଣ ବିଭିନ୍ନ ଲୋକଙ୍କୁ ଲୋନ କରାଇ ଦେବାକୁ କହି ପାଖାପାଖି ୧୦ ଲକ୍ଷ ଟଙ୍କା ଠକେଇ କରିଥିବା ନିରାକାରପୁର ବ୍ରାଞ୍ଚ ମ୍ୟାନେଜର ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ କୁ ଭିତ୍ତିକରି ପୋଲିସ ତଦନ୍ତ କରି ଥାନାରେ ୧୫୩/୨୨ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି।
ଟାଙ୍ଗୀ : ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ଥାନା ଅନ୍ତର୍ଗତ କୟଥପଲା ଛକରେ ଅଜଣା ଗାଡି ଧକ୍କାରେ ୮ ଗୋରୁ ମୃତ। ଗତ କାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ଗୋରୁ ଗୁଡିକୁ ଲୋକେ ଉଦା ଛାଡି ଦେଉଥିବାରୁ ଗୋରୁ ଗୁଡିକ ଜାତୀୟ ରାଜପଥରେ ଶୋଇ ରହିଥିଲେ। ଏହି ସମୟରେ କୌଣସି ଏକ ଭାରି ଯାନ ଦ୍ୱାରା ଘଟିଛି ଦୁର୍ଘଟଣା। ଦୁର୍ଘଟଣା ସ୍ଥଳରେ ଗୋରୁ ଗୁଡିକ କ୍ଷତବିକ୍ଷତ ହୋଇ ରାସ୍ତାରେ ଛିଟିକି ମରି ପଡିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ଘଟାଇ ଗାଡିଟି ଫେରାର ହୋଇଯାଇଛି।ଜାତୀୟ ରାଜପଥରେ ଗାଡି ଚାଳକମାନେ ଦ୍ରୁତ ଗତିରେ ଗାଡି ଚଲାଉଥିବାରୁ ଘଟୁଛି ଦୁର୍ଘଟଣା। ଏ ନେଇ ଏନଏଚଏଆଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଛକରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଟାଙ୍ଗୀ ଥାନା ଲକ୍ଷ୍ମୀଧରପୁର ଗ୍ରାମର ଦାଶରଥୀ ପଲେଇ(୩୮)। ଗତ କାଲି ରାତିରେ ଦାଶରଥୀ ଚାଲି ଚାଲି ଘରକୁ ଫେରୁଥିବା ବେଳେ ଚଣ୍ଡେଶ୍ୱର ଛକରେ ଏକ ଦ୍ରୁତ ଗାମୀ କାର୍ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ଦାଶରଥୀଙ୍କର ପ୍ରାଣ ବାୟୁ ଉଡିଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ୧୬ ନଂ ଜାତୀୟ ରାଜପଥକୁ କିଛି ସମୟ ଧରି ଅବରୋଧ କରିଥିଲେ। ଟାଙ୍ଗୀ ଥାନା ପୋଲିସ୍ ଉତ୍ୟକ୍ତ ଲୋକଙ୍କୁ ବୁଝା ଶୁଝା କରିବା ପରେ ଗାଡି ଚଳାଚଳ ସ୍ୱଭାବିକ ହୋଇଥିଲା। ପୋଲିସ୍ ଶବ ଜବତ କରି ଆଜି ଖୋର୍ଦ୍ଧା ମେଡିକାଲକୁ ବ୍ୟବଛେଦ ପାଇଁ…
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳ ଗସ୍ତ କରି ସେଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିଛନ୍ତି। ଏଥି ସହିତ ସେ କେତେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି, ସେଥିରେ ଆଠମଲ୍ଲିକଠାରେ ବହୁପ୍ରତିକ୍ଷିତ ପ୍ରେକ୍ଷାଳୟର ଶିଳାନ୍ୟାସ ଅନ୍ତର୍ଭୁକ୍ତ। ଏହା ଆଗାମୀ ଦିନରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସକାଶେ ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ହେବ। ବହୁଦିନରୁ ଏଥି ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଆସୁଥିଲେ। ତା’ପରେ ମଞ୍ଜୋରଠାରେ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ମଞ୍ଜୋର ଇକୋ-ପାର୍କର ଶିଳାନ୍ୟାସ କରାଯାଇଥିଲା। ଏହି ଅବସରରେ ସେ ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ଏହି ଇକୋ-ପାର୍କର ସ୍ଥାନୀୟ ଲୋକଙ୍କ ସାମାଜିକ-ଆର୍ଥିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ସହ ଆଗାମୀ ଦିନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ…
ଭୁବନେଶ୍ବର: କୋଡିଏ ବର୍ଷ ଭିତରେ ଓଡ଼ିଶା ସରକାର ୧,୫୦,୧୩୬ କୋଟି ଟଙ୍କାର ଋଣ କରିଛନ୍ତି। ଅର୍ଥାତ ଗତ ଆର୍ଥିକ ବର୍ଷ ୨୦୦୧-୦୨ ରୁ ଚଳିତ ୨୦୨୨-୨୩ ବର୍ଷ ଅବଧି ମଧ୍ୟରେ ଏହି ଋଣ ହୋଇଛି। ସୁଧ ବାବଦକୁ ପଇଠ ହୋଇଛି ୭୯,୨୬୧ କୋଟି ଟଙ୍କା। ଗୃହରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ସେ କହିଛନ୍ତି ଯେ, ଏହି ଋଣ ଆଣିବାର ମୁଖ୍ୟ କାରଣ ହେଲା ରାଜ୍ୟର ଭିତ୍ତିଭୂମି ବିକାଶ ତଥା ବିଭିନ୍ନ ଉନ୍ନୟନ କାର୍ଯ୍ୟ। ସେଥିପାଇଁ ସରକାର ଖୋଲା ବଜାରରୁ ଋଣ କରିଥାନ୍ତି। ସେ କହିଛନ୍ତି ଯେ, ଗତ ବର୍ଷ ଠାରୁ ଏ ପର୍ଯ୍ୟନ୍ତ ସରକାର ଖୋଲା ବଜାରରୁ କୌଣସି ଋଣ କରି ନାହାନ୍ତି। ହେଲେ ଖୁସିର କଥା ବର୍ଷ ଶେଷରେ ଖୋଲା ବଜାରରୁ ଋଣ ସଂଗ୍ରହ ପରିମାଣ ଆକଳନ ଠାରୁ କମ ରହିଛି । ଖଣିରୁ ଯଥେଷ୍ଟ ପରିମାଣରେ ରାଜସ୍ୱ ମିଳିଥିବାରୁ ଏପରି ସମ୍ଭବ ହୋଇଛି। ସେଥିପାଇଁ…

