Author: Samikhsya Bureau

କୋଲକାତା: ଆସନ୍ତାକାଲି ବୁଧବାରରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଏକ ବଡ ଧରଣର ଅଦଳବଦଳ ହେବ। ଏ ନେଇ ସୂଚନା ଦେଇଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ବର୍ତ୍ତମାନ ନୂଆମନ୍ତ୍ରୀଙ୍କୁ ସାମିଲ ନ କଲେ ସବୁ କାମ ଏକା କରିବା ସମ୍ଭବ ନୁହେଁ। ସେଥିପାଇଁ କେତେକ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ସହିତ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ। ମମତା କହିଛନ୍ତି ଯେ ବର୍ତ୍ତମାନ ପାର୍ଥ ଚାଟାର୍ଜୀ ଇଡି ଦ୍ବାରା ଧରାପଡିବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର କରାଯାଇଛି। ପୂର୍ବରୁ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ ଏବଂ ସାଧନ ପାଣ୍ଡେଙ୍କ ପରଲୋକ ହୋଇଯାଇଛି। ତେଣୁ ସବୁ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଛି। ସେ ସବୁ କାମ ଏକକୀ କରିବା ସମ୍ଭବ ହୋଇପାରୁ ନ ଥିବାରୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରାଯିବ ବୋଲି ମମତା କହିଛନ୍ତି। ସେହିପରି ସେ ସୂଚନା ଦେଇଛନ୍ତି ଯେ ପୁରା ମନ୍ତ୍ରୀ ମଣ୍ଡଳ ଭଙ୍ଗ କରିବାର କୌଣସି…

Read More

ମୁମ୍ବାଇ / ଭୁବନେଶ୍ୱର: ଭାରତର ସର୍ବବୃହତ ଡିଜିଟାଲ ସେବା ଯୋଗାଣକାରୀ ଜିଓ, ଭାରତ ସରକାରଙ୍କ ଦୂରସଂଚାର ବିଭାଗ ଦ୍ୱାରା ପରିଚାଳିତ ନିଲାମରେ ଭାଗନେଇଥିଲା। ଏଥିରେ କଂପାନୀ ୨୦୨୨ ଅଗଷ୍ଟ ୧ ତାରିଖରେ ୭୦୦ ମେଗାହର୍ଜ, ୮୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡରେ ସର୍ବାଧିକ ସ୍ପେକ୍ଟ୍ରମ ଅଧିଗ୍ରହଣ ଘୋଷଣା କରିଛି । ଜିଓ ପକ୍ଷରୁ ଉପରୋକ୍ତ ସ୍ପେକ୍ଟ୍ରମର ୨୦ ବର୍ଷ ନିମନ୍ତେ ବ୍ୟବହାର ଅଧିକାର ହାସଲ ଲାଗି ୮୮,୦୭୮ କୋଟି ଟଙ୍କା ପ୍ରଦାନ କରାଯିବ। ସ୍ପେକ୍ଟ୍ରମ ନିଲାମ ସର୍ତାବଳୀ ଅନୁଯାୟୀ ସ୍ପେକ୍ଟ୍ରମ ବାବଦ ଦେୟ ସୁଧ ସମେତ ୨୦ଟି ସମାନ ବାର୍ଷିକ କିସ୍ତିରେ ଦାଖଲ କରିବାକୁ ହେବ। ଏହି ସ୍ପେକ୍ଟ୍ରମ ବ୍ୟବହାର ଅଧିକାର ହାସଲ ଦ୍ୱାରା ଜିଓ ବିଶ୍ୱର ସର୍ବାଧୁନିକ ୫ଜି ନେଟୱର୍କ ନିର୍ମାଣ ଦିଗରେ ସମର୍ଥ ହେବ ଏବଂ ଓୟାରଲେସ୍ ବ୍ରଡବ୍ୟାଣ୍ଡ୍ ସଂଯୋଗୀକରଣ କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱ ସ୍ଥାନକୁ ଅଧିକ ମଜଭୁତ କରିବ।…

Read More

ନୂଆଦିଲ୍ଲୀ: ଯଦି ଆପଣଙ୍କର କୈଣସି ଗ୍ରହ ଖରାପ କିମ୍ବା କୁପ୍ରଭାବ ରହିଛି ତେବେ ନିମ୍ନଲିଖିତ ପ୍ରତିକାରଗୁଡିକ ଚେଷ୍ଟା କରନ୍ତୁ। ସୂର୍ଯ୍ୟ– ଚାଲୁଥିବା ପାଣିରେ ତମ୍ବା କିମ୍ବା ତମ୍ବାମୁଦ୍ରା ପକାନ୍ତୁ। ଚନ୍ଦ୍ର– ଏକ ପାତ୍ରରେ କ୍ଷୀର କିମ୍ବା ପାଣି ମୁଣ୍ଡ ପାଖରେ ରଖି ଶୋଇ ପଡନ୍ତୁ। ପରଦିନ ସମସ୍ତ ଜଳକୁ ବାଗୁଲ ଗଛ ମୂଳରେ ରଖ। ବୁଧ– ଝିଅମାନଙ୍କୁ ସବୁଜ ପୋଷାକ ଏବଂ ସବୁଜ ଚୁଡି ଦାନ କରନ୍ତୁ, ଦାନ୍ତକୁ ସଫା ରଖନ୍ତୁ। ଗୁରୁ- କପାଳରେ ଚନ୍ଦନ ତିଳକ ଲଗାନ୍ତୁ, ତୁଳସୀ ଗଛ ମୂଳରେ ପାଣି ଦିଅନ୍ତୁ, ଡାଲି ଦାନ କରନ୍ତୁ। ଶୁକ୍ର- ଘିଅ, କର୍ପୁର, ଦହି ଦାନ କରନ୍ତୁ ଏବଂ ସୁଗନ୍ଧିତ ପଦାର୍ଥ ବ୍ୟବହାର କରନ୍ତୁ। ଶନି- ବାଗୁଲ ଗଛ ଦାନ୍ତକାଠି ଘଷନ୍ତୁ, ଓସ୍ତ ଗଛ ମୂଳରେ ତେଲ ଢାଳନ୍ତୁ। ରାହୁ- ଗହମକୁ କ୍ଷୀରରେ ଧୋଇ ଏହାକୁ ପ୍ରବାହିତ ପାଣିରେ ଢାଳନ୍ତୁ, ମୂଳା ଦାନ କରନ୍ତୁ, ପକେଟରେ ରୂପା ମୁଦ୍ରା ରଖନ୍ତୁ।…

Read More

ନାଗ ପଞ୍ଚାମୀ 2022: ନାଗ ପଞ୍ଚମୀର ପର୍ବ ଶ୍ରାବଣ ମାସର ଶୁକ୍ଲ ପଞ୍ଚାମୀ ତିଥୀରେ ପାଳନ କରାଯାଇଥାଏ। ହିନ୍ଦୁ ଶାସ୍ତ୍ରରେ ସର୍ପମାନଙ୍କର ଉପାସନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ ସାପକୁ ପୂଜା କଲେ ଶକ୍ତି, ଧନ ଏବଂ ଇଚ୍ଛା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଚଳିତ ବର୍ଷ ନାଗ ପଞ୍ଚାମୀ 2 ଅଗଷ୍ଟ ମଙ୍ଗଳବାର ଦିନ ପାଳନ କରାଯାଉଛି। ଏହି ଦିନ ସାପକୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି । ଏହା ଏକ ଧାର୍ମିକ ବିଶ୍ୱାସ ଯେ ଏହି ଦିନ ସାପ ଦେବତାଙ୍କୁ କ୍ଷୀର ଅର୍ପଣ କରିବା ଉତ୍ତମ ଫଳାଫଳ ଆଣିଥାଏ । ଆସନ୍ତୁ ଜାଣିବା ନାଗ ପଞ୍ଚାମୀର ଶୁଭ ସମୟ, ପୂଜା ପଦ୍ଧତି ଏବଂ ବିଶ୍ୱାସ ନାଗ ପଞ୍ଚମୀ ପୂଜା ପଦ୍ଧତି ନାଗ ପଞ୍ଚାମୀ ଦିନ ସକାଳେ ଉଠି ଘର ସଫା କରନ୍ତୁ । ତା’ପରେ ଗାଧୋଇ ସଫା ପୋଷାକ ପିନ୍ଧନ୍ତୁ । ଏହାପରେ ଏକ…

Read More

ମେଷ- ଶତ୍ରୁମାନଙ୍କ ଉପରେ ବିଜୟୀ ହେବେ।  ଅଟକି ରହିଥିବା କାମ ଆରମ୍ଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ।  ପ୍ରେମ ବ୍ୟାପାର ଭଲ ରହିବ। ପିଲାମାନଙ୍କର ଅବସ୍ଥା ମଧ୍ୟ ଠିକ୍ ରହିବ। ବ୍ୟବସାୟ ଦୃଷ୍ଟିକୋଣରୁ ଏହା ମଧ୍ୟ ଏକ ଭଲ ସମୟ। ସବୁଜ ଜିନିଷ ଦାନ କରନ୍ତୁ। ବୃଷ – ଭାବପ୍ରବଣତା ମନରେ କୌଣସି ନିଷ୍ପତ୍ତି ନିଅ ନାହିଁ। ଛାତ୍ରମାନେ ଭଲ ସମୟ ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମ ଏବଂ ପିଲାମାନଙ୍କର ଅବସ୍ଥା ଭଲ। ବ୍ୟବସାୟ ଦୃଷ୍ଟିକୋଣରୁ ଭଲ ସମୟ। ସବୁଜ ରଂଗର ଜିନିଷ ପାଖରେ ରଖନ୍ତୁ। ମିଥୁନ – ସାମଗ୍ରୀକ ସମ୍ପତ୍ତିରେ ବୃଦ୍ଧି ଘଟିବ। ଘରୋଇ ବିବାଦ ହୋଇପାରେ। ସ୍ୱାସ୍ଥ୍ୟ ଅବସ୍ଥା ଭଲ ପିଲାମାନଙ୍କର ପାଠପଢା ମଧ୍ୟ ଭଲ ରହିବ। ବ୍ୟବସାୟ ମଧ୍ୟ ଭଲରେ ଚାଲିବ। ଗୋଲାପୀ ଜିନିଷ ପାଖରେ ରଖନ୍ତୁ। କର୍କଟ- ଆଜି ଆପଣଙ୍କ ଶକ୍ତି ଏକ ନୂଆ ରଙ୍ଗ ଆଣିବ। ରୋଜଗାରରେ ଅଗ୍ରଗତି ହେବ। ସ୍ୱାସ୍ଥ୍ୟ ପ୍ରତି…

Read More

ଭୁବନେଶ୍ବର: କେନ୍ଦ୍ରାପଡ଼ାର କାଇଁଚ ଶିଳ୍ପ କାରିଗରମାନଙ୍କ ପାଇଁ ଜୁଲାଇ ଏକ ଉତ୍ସାହଜନକ ମାସ ଥିଲା। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ କାଇଁଚ ଶିଳ୍ପରେ ମହିଳାମାନଙ୍କ ‘ଦକ୍ଷତା ଏବଂ ଉଦ୍ୟୋଗ ବିକାଶ’ ନିମନ୍ତେ ଚାଲିଥିବା ଏକ ପ୍ରକଳ୍ପ ଯାହାକି ‘ସଂକଳ୍ପ’ କେନ୍ଦ୍ରାପଡ଼ା ପ୍ରକଳ୍ପ ନାମରେ ବେଶ ଜଣାଶୁଣା। ଏହି ଅବସରରେ ପ୍ରକଳ୍ପ ଅଧୀନରେ କାରିଗରମାନଙ୍କ ପାଇଁ ପର୍ଯ୍ୟାୟକ୍ରମେ କର୍ମଶାଳାମାନ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାଗୁଡ଼ିକ ଅପେକ୍ଷାକୃତ କମ୍‌ ଶିକ୍ଷା ଦିଆଯାଉଥିବା କିନ୍ତୁ ଗୁରୁତ୍ୱପୂର୍ଣ୍ଣ କୌଶଳ ଯଥା: ସଚେତନ ଉତ୍ପାଦନ ଓ ସ୍ଥିରତା, ବ୍ରାଣ୍ଡ ଫିଡ୍‌ବ୍ୟାକ୍‌, ଗ୍ରାହକଙ୍କ ମତାମତ, ଆଧୁନିକ ଦିନର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା, ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ଏବଂ ଟିକସ ଏବଂ ଦୈନନ୍ଦିନ ଆର୍ଥିକ ପରିଚାଳନାର ମୌଳିକ ବିଷୟ ଉପରେ କେନ୍ଦି୍ରତ ଥିଲା। ଜାଭିୟର୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଅଧିନସ୍ଥ ସ୍କୁଲ ଅଫ୍‌ ସଷ୍ଟେନେବିଲିଟିର ଡିନ୍‌ ପ୍ରଫେସର (ଡ.) ସୁତପା ପତିଙ୍କ ଦ୍ୱାରା ସଚେତନ ଉତ୍ପାଦନ ଓ ସ୍ଥିରତା କର୍ମଶାଳା ତଥା…

Read More

ଭୁବନେଶ୍ବର: ଅନୁଗୁଳ-ସମ୍ବଲପୁର ରେଳ ମାର୍ଗରେ ମାନେଶ୍ୱର-ହାତିବାରୀ-ଜୁଜୋମୁରା ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଏବଂ ଲାଖୋଲି-ଟିଟିଲାଗଡ-ଥେରୁବାଲି ରେଳ ସେକ୍ସନରେ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଟ୍ରେନଗୁଡ଼ିକୁ ବାତିଲ, ଆଂଶିକ ବାତିଲ, ମାର୍ଗ ପରିବର୍ତ୍ତନ ଏବଂ ସମୟ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଟ୍ରେନର ବାତିଲ୍: A. 18125/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ 2 ରୁ 8 ଅଗଷ୍ଟ, 2022 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ବାତିଲ ରହିବ। B. 08527/08528 ରାୟପୁର-ବିଶାଖାପାଟନମ୍-ରାୟପୁର ସ୍ୱତନ୍ତ୍ର ଏକ୍ସପ୍ରେସ 11 ଏବଂ 14 ଅଗଷ୍ଟ, 2022 ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ। C. 08301/08302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ 14.08.2022 ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ। ଆଂଶିକ ବାତିଲ୍: 12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ 2 ରୁ 5 ଅଗଷ୍ଟ 2022 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଏବଂ ରେଢ଼ାଖୋଲ ମଧ୍ୟରେ ଚଳାଚଳ କରିବ ଓ ରେଢ଼ାଖୋଲ ଏବଂ ବଲାଙ୍ଗୀର ମଧ୍ୟରେ ବାତିଲ…

Read More

ଭୁବନେଶ୍ୱର: ସମାଲୋଚକ ଓ କବି ଗୋଦାବରୀଶ ମହାପାତ୍ରଙ୍କ ୧୨୪ତମ ଜୟନ୍ତୀ,ପଦ୍ମଶ୍ରୀ ଲଷ୍ମୀନାରାୟଣ ସାହୁଙ୍କ ୫୯ତମ ତିରୋଧାନ ଦିବସ,ଗଡ଼ଜାତ ପ୍ରଜାମଣ୍ଡଳ ଆନ୍ଦୋଳନ ନେତା ମହେଶ ଚନ୍ଦ୍ର ସୁବାହୁସିଂହଙ୍କ ୬୪ତମ ଶ୍ରାଦ୍ଧୋତ୍ସଵ ଓ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ୧୦୯ତମ ଜୟନ୍ତୀ ଉପଲକ୍ଷେ ‘ସମ୍ବଲପୁରୀ ଦିବସ’ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଭାରପ୍ରାପ୍ତ ଅଧିକାରୀ ଲଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୁସ୍ତକ ପ୍ରଦର୍ଶନ କରାଯାଇ ପୁସ୍ତକ ସମୀକ୍ଷା ହୋଇଥିଲା।ଗ୍ରନ୍ଥାଗାରିକ ରୁଦ୍ରପ୍ରସାଦ ବେହେରା,ପଦ୍ମନାଭ ଜେନା,ବିଦ୍ୟାଧର ପଣ୍ଡା,ସଲିତା ପାତ୍ର,ଉପେନ୍ଦ୍ର କୁମାର ମୁଦୁଲି,ଅଜୟ କୁମାର ନନ୍ଦ ,ନିରୁପମା ବେହେରା ପ୍ରମୁଖ ବରପୁତ୍ରମାନଙ୍କ ଜୀବନ ଦର୍ଶନ ଓ ସମାଜ ପାଇଁ ସେମାନଙ୍କ ଅତୁଳନୀୟ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ।କଣ୍ଠମଣି ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

Read More

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସୋମବାର ରାଜ୍ୟସଭାରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ବେଶ୍ବର ଟୁଡୁ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ଲାଗି ୨୦୧୮ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ମହାନଦୀ ଶଯ୍ୟାରେ ଯେକୌଣସି ବିବାଦର ସମାଧାନ ଲାଗି ଏହି ଟ୍ରିବ୍ୟୁନାଲର କ୍ଷମତା ରହିଛି। ମହାନଦୀ ଶଯ୍ୟାର ତଳମୁଣ୍ଡରେ ଥିବା ଓଡ଼ିଶାର ଦାବି ପୂରଣ, ମହାନଦୀ ଶଯ୍ୟାରେ ରହିଥିବା ସବୁ ରାଜ୍ୟର ପ୍ରକଳ୍ପ ଯୋଜନା ପ୍ରସ୍ତୁତି ଆଦି ପ୍ରସଙ୍ଗ ଟ୍ରିବ୍ୟୁନାଲର ଅନୁମତିକ୍ରମେ କାର୍ଯ୍ୟକାରୀ ହୋଇପାରିବ । କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ, ମହାନଦୀ ଶଯ୍ୟାରେ ଯେକୌଣସି ପ୍ରକଳ୍ପର ବୈଷୟିକ-ଆର୍ଥିକ ମଞ୍ଜୁରି ପାଇଁ ଟ୍ରିବ୍ୟୁନାଲଙ୍କ ଠାରୁ ଆଗୁଆ ସହମତି ଆଣିବା ଜରୁରି । ତେବେ ସେହି ସବୁ ପ୍ରକଳ୍ପ ପାଇଁ ବୈଷୟିକ-ଆର୍ଥିକ ମଞ୍ଜୁରି ପ୍ରଦାନ…

Read More

ଭୁବନେଶ୍ବର: ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ। ତେଣୁ ଶିକ୍ଷକତାକୁ ଏକ ଚାକିରୀ ଭାବରେ ଗ୍ରହଣ ନ କରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କରନ୍ତୁ। ମୋର ବିଶ୍ବାସ, ମୋ ଓଡିଶାର ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବାରେ ଆପଣମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିଅମ ଠାରେ ନବନିଯୁକ୍ତ ଶିକ୍ଷକ ମାନଙ୍କୁ ଉଦ୍ବୋଧନ ଦେଇ ଏହି ପରାମର୍ଶ ଦେଇଛନ୍ତି। ଆଜି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ ୬୮୯୧ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି।ଏହି ନବନିଯୁକ୍ତ ଶିକ୍ଷକ ମାନଙ୍କ ପାଇଁ ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିଅମ ଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମ ଜୋରଦାର ରେ ଜାରି ରହିଛି। ଗତ ୩ ବର୍ଷ ମଧ୍ୟରେ ୧୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଛନ୍ତି ବୋଲି…

Read More

ଭୁବନେଶ୍ବର: ରାଜ୍ୟର ନଦୀଗୁଡିକର ଆବସ୍ଥା ସଙ୍କଟ ଜନକ। ଅନେକ ନଦୀ ଶୁଖିଲା ପଡିଛି। ଅନ୍ୟପଟେ ବାଲିମାଫିଆମାନେ ସରକାରୀ ନିୟମକୁ ଉଲଘଂନ କରି ବାଲି ନେବାରେ ବ୍ୟସ୍ତ। ଏପରି ପରିସ୍ଥିତିରେ ରାଜ୍ୟପାଳ ହସ୍ତକ୍ଷେପ କରନ୍ତୁ। ଭାରତୀୟ ଜନତା ପାର୍ଟିର ନଦୀ ସୁରକ୍ଷା ସମିତିର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ୍‌ଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ଭଦ୍ରକ, ମୟୂରଭଞ୍ଜ, ଢ଼େଙ୍କାନାଳ, ସମ୍ବଲପୁର, ଗଞ୍ଜାମ ଓ ବୌଦ୍ଧ ଜିଲ୍ଲାମାନଙ୍କରେ ଗ୍ରୀନ୍ ଟ୍ୟୁବୁନାଲର ନିୟମକୁ ଉଲଘଂନ କରି ଦିବାଲୋକରେ ବାଲି ଚାଲାଣ କରାଯାଉଛି । ରାଜ୍ୟର ସମ୍ବିଧାନିକ ମୁଖ୍ୟ ଉପରୋକ୍ତ ସମସ୍ୟାର ତୁରନ୍ତସମାଧାନ ଲାଗି ପଦକ୍ଷେପ ନେବାକୁ ଶ୍ରୀ ସାହୁ ସ୍ମାରକପତ୍ର ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା, ଅଜୟ କୁମାର ସାହୁ, ଅଶୋକ କୁମାର ରଥ, ବିକ୍ରମକେଶରୀ ରାଉତରାୟ,…

Read More

ନୂଆଦିଲ୍ଲୀ : ପତ୍ର ସୂଚନା କାର୍ଯ୍ୟାଳୟ ବା ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀ ପ୍ରକାଶ ଭାରତୀୟ ସୂଚନା ସେବାର ୧୯୮୮ ବ୍ୟାଚର ଅଧିକାରୀ। ଏଥିପୂର୍ବରୁ ସେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର (ସିବିସି) ପ୍ରମୁଖ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶଙ୍କର କେନ୍ଦ୍ର ସରକାରଙ୍କ ଜନ ସମ୍ପର୍କ, ଗଣମାଧ୍ୟମ ପରିଚାଳନା, ପ୍ରଶାସନ, ନୀତି ନିର୍ଦ୍ଧାରଣ ଓ କାର‌୍ୟ୍ୟକ୍ରମ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଗଭୀର ଅଭିଜ୍ଞତା ରହିଛି। ସେ ବିଭିନ୍ନ ଜାତୀୟ ଓ ୟୁନେସ୍କୋ, ୟୁନିସେଫ୍, ୟୁଏନଡିପି ଇତ୍ୟାଦି ଆନ୍ତର୍ଜାତିକ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ ନିମନ୍ତେ ସରକାରୀ ବିଜ୍ଞାପନର ବିଷୟବସ୍ତୁ ସମ୍ପର୍କୀତ ମାର୍ଗଦର୍ଶିକା ପ୍ରସ୍ତୁତି, ଇଣ୍ଟରନେଟ ଓ ଡିଜିଟାଲ ଗଣମାଧ୍ୟମ ନୀତି, ଏଫଏମ୍ ରେଡିଓ ନୀତି, ଡିଜିଟାଲ ଚଳଚ୍ଚିତ୍ର ନୀତି ଇତ୍ୟାଦି ପ୍ରସ୍ତୁତି କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସୂଚନା ଓ ପ୍ରସାରଣ…

Read More

ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ବାୟୁସେନା ମୁଖ୍ୟାଳୟ ବାୟୁଭବନରୁ ଏୟାର ମାର୍ଶଲ ଶ୍ରୀ ଏସ.କେ. ଝା, ଏଭିଏସ୍‌ଏମ୍‌, ଏଓପିଙ୍କ ସମେତ ଏକ ପ୍ରତିନିଧି ଦଳ ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି। ଭାରତୀୟ ବାୟୁସେନାର ଅଗ୍ନିପଥ ଯୋଜନାରେ କିଭଳି ସ୍କିଲକୁ ଉପଯୋଗ କରାଯାଇପାରିବ ସେ ନେଇ ଏହି ପ୍ରତିନିଧି ଦଳ ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି ଏବଂ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦକ୍ଷତା ବିକାଶ ନିମନ୍ତେ ୱାର୍ଲï ସ୍କିଲ ସେଣ୍ଟରରେ ତିଆରି କରାଯାଇଥିବା ଭିତ୍ତିଭୂମି, ତାଲିମ ସୁବିଧା, ଅପ୍‌ସ୍କିଲିଂ ବ୍ୟବସ୍ଥା ଅତ୍ୟନ୍ତ ହୃଦୟସ୍ପର୍ଶୀ। ଏହି ଉତ୍କୃଷ୍ଟ ବ୍ୟବସ୍ଥା ସାଧାରଣ ଯୁବଗୋଷ୍ଠୀଙ୍କୁ ବୈଷୟିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଏକ ସଶକ୍ତ ବ୍ୟକ୍ତିଭାବେ ରୂପାନ୍ତରଣ କରୁଛି। ଏଭଳି ବୈଷୟିକ ଜ୍ଞାନକୌଶଳରେ ସଶକ୍ତ ଯୁବଗୋଷ୍ଠୀଙ୍କର ବାୟୁସେନାରେ ଆବଶ୍ୟକତା ରହିଛି। ଏହି ଗସ୍ତ ଆଗାମୀ ଦିନରେ ଓଡିଶାର ଯୁବଗୋଷ୍ଠୀଙ୍କୁ ଏକ ନୂତନ ସୁଯୋଗ ପ୍ରଦାନ କରିବାରେ…

Read More

ନୂଆଦିଲ୍ଲୀ: ଆଜି ଏକ ହସପିଟାଲରେ ନିଆଁ ଲାଗିଯିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ନିଆଁର ବେଗ ଏତେ ଜୋରରେ ଥିଲା ଯେ, ତାହାକୁ ଆୟତ କରିବା ଅଗ୍ନିଶମ କର୍ମଚାରଙ୍କୁ ନାକେଦମ ହେବାକୁ ପଡିଛି। ତେବେ ଏହି ଘଟଣାଟି ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି। ଘଟଣାରୁ ଜଣାପଡିଛି ଯେ, ଜବଲପୁରର ଦମୋହ ନାକା ଶିବନଗର ସ୍ଥିତ ନ୍ୟୁ ଲାଇଫ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଅପରାହ୍ନରେ ନିଆଁ ଲାଗିଯାଇଥିଲା। ତେବେ ଏହି ହସପିଟାଲକୁ ଯିବା ଆସିବା ପାଇଁ ଗୋଟିଏ ରାସ୍ତା ଥିବାରୁ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ତେବେ ସେଠାରୁ ରୋଗୀମାନଙ୍କୁ ତୁରନ୍ତ ସ୍ଥାନୀୟ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ( ଫଟୋ ସୌଜନ୍ୟ- ସାମାଜିକ ଗଣମାଧ୍ୟମ)

Read More

ଭୁବନେଶ୍ବର: ଆଜି ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଜୟନାରୟଣ ମିଶ୍ର ବିରୋଧୀ ଦଳର ନେତା ହେଲୋ ବୋଲି ଘୋଷଣା କରିଥିଲେ। ଏହି ଘୋଷଣା ପରେ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳର ନେତା ଆସନରେ ବସିଥିଲେ। ଶନିବାର ଦିନ ବିଜେପି ବିଧାୟକ ଦଳର ନେତା ଭାବେ ଜୟନାରାୟଣଙ୍କ ନାମ ଦଳ ଘୋଷଣା କରିଥିଲା। ଏହାପରେ ଗୃହକୁ ବିଜେପି ବିଧାୟକମାନେ ଜଣାଇବା ପରେ ବାଚସ୍ପତି ଏହି ଘୋଷଣା କରିଥିଲେ। ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ବିରୋଧୀ ଦଳର ନେତା ଥିବା ପ୍ରଦୀପ୍ତ ନାୟକ ଗୃହ କାର୍ଯ୍ୟରେ ଯୋଗ ଦେଇପାରିଲେ ନାହିଁ। ଫଳରେ ଗୃହରେ ବିଜେପି ବିଧାୟକମାନେ ଯେପରି କାମ କରିବା କଥା ତାହା କରିପାରୁ ନ ଥିଲେ। ଜଣେ ନୂଆ ବିରୋଧୀ ଦଳର ନେତା ଦିଆଯାଉ ବୋଲି ବିଧାୟକମାନେ ଦାବୀ କରି ଆସୁଥିଲେ। ଯାହା ବର୍ତ୍ତମାନ ପୁରଣ ହୋଇଛି।

Read More

ନୂଆଦିଲ୍ଲୀ: ୨୦୨୨ ଜୁଲାଇ ମାସରେ ୧ ଲକ୍ଷ ୪୮ ହଜାର ୯୯୫ କୋଟି ଟଙ୍କାର ସକଳ ବସ୍ତୁ ଓ ସେବା କର (ଜିଏସଟି) ରାଜସ୍ବ ସଂଗୃହିତ ହୋଇଛି। ଏଥିମଧ୍ୟରେ ସିଜିଏସଟି ୨୫,୭୫୧ କୋଟି ଟଙ୍କା ହୋଇଥିବା ବେଳେ ଏସଜିଏସଟି ପରିମାଣ ୩୨,୮୦୭ କୋଟି ଟଙ୍କା ରହିଛି। ସେହିପରି ଆଇଜିଏସଟି ସଂଗ୍ରହ ପରିମାଣ ୭୯,୫୧୮ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୪୧,୪୨୦ କୋଟି ଟଙ୍କା ସମେତ) ଏବଂ ସେସ ସଂଗ୍ରହ ପରିମାଣ ୧୦,୯୨୦ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୯୯୫ କୋଟି ଟଙ୍କା ସମେତ) ରହିଛି। ଜିଏସଟି ଲାଗୁ ହେବା ପରଠାରୁ ଏହା ଦ୍ବିତୀୟ ସର୍ବାଧିକ ରାଜସ୍ବ ସଂଗ୍ରହ। ଜୁଲାଇ ୨୦୨୨ରେ ଓଡ଼ିଶାରେ ୩,୬୫୨ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ ହୋଇଛି। ଏହା ଜୁଲାଇ ୨୦୨୧ରେ ସଂଗୃହିତ ଜିଏସଟି ରାଜସ୍ବ ୩,୬୧୫ କୋଟି ଟଙ୍କା ତୁଳନାରେ ୧% ଅଧିକ। ଅନ୍ୟପଟେ ସରକାର ସିଜିଏସଟି ବାବଦରେ ୩୨,୩୬୫ କୋଟି…

Read More

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ମଙ୍କିପକ୍ସ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଗଠନ କରିଛନ୍ତି ଏକ ଟାସ୍କଫୋର୍ସ। ଏହି ଟିମ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପରାମର୍ଶ ଦେବା ସହିତ ଏହି ରୋଗର ଚିହ୍ନଟ ପକ୍ରିୟାକୁ ତ୍ବାରିନତ କରିବା ପାଇଁ କାର୍ଯ୍ୟ କରିବ। ଏଥିସହିତ ଏହାର ଟୀକା କାର୍ଯ୍ୟକୁ ମଧ୍ୟ ତ୍ବରାନିତ କରିବା ପାଇଁ କାର୍ଯ୍ୟ କରିବ। କେନ୍ଦ୍ର କ୍ୟାବିନେଟ ସଚିବ, ସ୍ବାସ୍ଥ୍ୟ ସଚିବ , ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ପ୍ରମୁଖ ବସିଥିବା ଏହି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଭାରତରେ ବର୍ତ୍ତମାନ ସୁଦ୍ଧା ମାତ୍ର ଚାରୋଟି ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେରଳର ତିନି ଜଣ ହୋଇଥିବା ବେଳେ ନୂଆଦିଲ୍ଲୀର ଜଣେ ରହିଛି।

Read More

ଭୁବନେଶ୍ବର: ଆସନ୍ତାକାଲି ଓଡିଶାର ୨୬ ଜଣ ବିଧାୟକ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏଗି ଗସ୍ତର କାରଣ ହେଲା ଏମାନେ ଓଡିଆ ଝିଅ ରାଷ୍ଟ୍ରପତି ହୋଇଥିବାରୁ ତାଙ୍କୁ ଅଭିନ୍ନଦନ ଜଣାଇବେ। ଏହି ବିଧାୟକମାନେ ୨ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ୩ ତାରିଖରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ। ଏହାପରେ ୪ ତାରିଖରେ ଏମାନେ ଫେରି ଆସିବେ। ବାଚସ୍ପତି ବିକ୍ରମ ଆରୁଖଙ୍କ ନେତୃତ୍ବରେ ଏହି ଦଳ ଗସ୍ତ କରିବ। ଏହି ଦଳରେ ବାଚସ୍ପତିଙ୍କ ସହିତ ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ନିରଂଜନ ପୂଜାରୀ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ପ୍ରଶାନ୍ତ ମୁଦୁଲୀ, ନରସିଂହ ମିଶ୍ର, ମୋହନ ମାଝି, ଦେବୀ ମିଶ୍ର, ଜୟନାରାୟଣ ମିଶ୍ର, ତାରାପ୍ରସାଦ ବାହିନୀପତି, ପଦ୍ମନୀ ଦିଆନ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସୁଧୀର କୁମାର ସାମଲ, ଅନନ୍ତ ନାରାୟଣ ଜେନା ପ୍ରମୁଖ ସାମିଲ ହେବେ। ଏହି ଗସ୍ତର ସମସ୍ତ ଖର୍ଚ୍ଚ ବିଧାନସଭା ତରଫରୁ ପ୍ରଦାନ କରାଯିବ।

Read More

ଭୁବନେଶ୍ବର: ଆଜି ସକାଳେ ଭୁବନେଶ୍ବରର ଏକ ଔଷଧ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଘଟଣାଟି ଘଟିଛି ଭୁବନେଶ୍ବରର କେସୁରିଆ ମଙ୍ଗରାଜପୁର। ତୁରନ୍ତ ସେଠାରେ ଅଗ୍ନିଶମ ଗାଡି ପହଁଚି ନିଆଁକୁ ଆୟତ କରିଥିଲା। ନଚେତ ଯେତେ ଜୋରରେ ଏହି ନିଆଁ ବାହାରିଥିଲା ବହୁତ ବଡ ଅଘଟଣ ଘଟିବାର ସମ୍ଭାବନା ରହିଥିଲା। ଘଟଣାରୁ ଜଣାପଡିଛି ଯେ, କେଶୁରିଆ ବଜାରରେ ଏହି ଔଷଧ ଦୋକାନଟି ଅବସ୍ଥିତ। ସକାଳେ ଲୋକେ ଦୋକାନ ଭିତରୁ ଧୂଆଁ ବାହାରୁ ଥିବାର ଲକ୍ଷ୍ୟ କରି ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଅଗ୍ନିଶମ ଗାଡି ଆସି ନିଆଁକୁ ଆୟତ କରିଥିଲା। ଏହି ଅଗ୍ନିକାଣ୍ଡ ଦ୍ବାରା ଦୋକାନରେ ଥିବା ବହୁ ଔଷଧପତ୍ର ପୋଡି ନଷ୍ଟ ହୋଇଯାଇଛି। ତେବେ ଏଥିରେ କୌଣସି ମୃତାହତ ହୋଇ ନାହାଁନ୍ତି। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ ଘଟିଥିବାର ଅନୁମାନ କରାଯାଉଛି।

Read More

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ଓଡିଆ ଅଫିସର ବିଜୟ ନାୟକ। ଏ ନେଇ ଆଜି ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ପୂର୍ବରୁ ଦ୍ରୌପଦୀ ମୁର୍ମୁ ମନ୍ତ୍ରୀ ଥିବା ବେଳେ ବିଜୟ ନାୟକ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ସେତେବେଳେ ତାଙ୍କର ଦକ୍ଷତାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଶଂସା କରିଥିଲେ। ବରିଷ୍ଠ ଓଏଏସ ଅଫିସର ବିଜୟ ନାୟକ ଅବସର ପରେ ସେ ଓଡିଆ ବିଶ୍ବବିଦ୍ୟାଳୟର ଓଏସଡି ଭାବେ କାର୍ଯ୍ୟ କରୁଥିଲେ। ସେ ଗତମାସରେ ଏହି ପଦବୀରୁ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ସେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେ ମଧ୍ୟ ଓଡିଶା ସାହିତ୍ୟ ଏକାଡେମୀର ସଚିବ ଦାୟିତ୍ବରେ ରହିଥିଲେ। ବିଜୟ ନାୟକ ଜଣେ ଅଫିସର ଭାବେ ଯେତିକି ପରିଚିତ ସେହିପରି ଜଣେ ସାହିତ୍ୟିକ ଭାବେ ମଧ୍ୟ ସେତିକି ପରିଚିତ। ସେ କାହାଣୀ ନାମିତ ଏକ ପତ୍ରିକା…

Read More

ଭୁବନେଶ୍ବର: ରାଜ୍ୟ ସରକାର ବରୁଣେଇ ପାଦ ଦେଶରେ ପ୍ରାୟ ୩୨ କୋଟି ଟଙ୍କାର ୧୦ ଏକର ଜାଗାକୁ ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି । ସେହିପରି କେନ୍ଦ୍ର ସରକାର ୧୯୦ କୋଟି ଟଙ୍କା ପ୍ରଦାନ କରିଥିବାରୁ ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଯାଇଛି । ଏହି ଦୃଷ୍ଟିକୋଣରୁ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ପକ୍ଷରୁ ଗତକାଲି ଏକ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଏଥିରେ ରାଜ୍ୟର କୋଣ ଅନୁକୋଣରୁ ଶହ ଶହ ମହିଳା ପାଇକ ବାହିନୀ, ପାଇକ ଆଖଡ଼ା ଦଳ ଆସି ଭୁବନେଶ୍ୱରଶ୍ୱରସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡରୁ ଏକତ୍ରିତ ହୋଇଥିଲେ । ସେଠାରୁ ଯୁଦ୍ଧବାଦ୍ୟର ତାଳେ ତାଳେ ଖଣ୍ଡା, ତଲୱାର, ଗଦା, ମୁଦ୍‌ଗର, ବାଡ଼ି ଆଦି ଚାଳନା କରି ମହିଳା ପାଇକ ଆଖଡ଼ା ଦଳମାନ ଏକ ଜନଗର୍ଜନ ଶୋଭାଯାତ୍ରାରେ ଆସି ଜୟଦେବ ଭବନ ନିକଟରେ ଏକ୍ରତିତ ହୋଇଥିଲେ । ସେଠାରେ ପାଇକ ଆଖଡ଼ା ପ୍ରଦର୍ଶନ କରି, ବାଣ…

Read More