ନୂଆଦିଲ୍ଲୀ: ଆସନ୍ତାକାଲି ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏହି ଗସ୍ତକାଳରେ ସେ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକରେ ଯୋଗଦେବେ। ସେହିପରି ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ୫ତାରିଖ ଅପରାହ୍ନରେ ଦିଲ୍ଲୀ ଗସ୍ତରେ ଯିବେ। ୬ ତାରିଖରେ ୭୫ତମ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକରେ ଯୋଗଦେବେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯୋଗଦେବେ। ସେହିପରି ୭ତାରିଖରେ ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ନବୀନ ଯୋଗଦେବେ। ଏହି ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମାନେ ସାମିଲ ହେବେ। ଅଗଷ୍ଟ ୮ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ…
Author: Samikhsya Bureau
ଭୁବନେଶ୍ବର: ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଆସିଛି ଏକ ବଡ ଖବର। ତାହା ହେଲା ବର୍ତ୍ତମାନ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଏହା ଆସନ୍ତା ସାତ ତାରିଖରେ ଉତ୍ତରପଶ୍ଚିମ ଦିଗ ବଙ୍ଗୋପସାଗରରେ ସୃଷ୍ଟି ହେବ ବୋଲି ଜଣାପଡିଛି। ଏପରି ମୌସମୀ ବାୟୁର ଗତି ଏବଂ ଲଘୁଚାପ କ୍ଷେତ୍ର ସମ୍ଭାବନକୁ ଦେଖି ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ଛଅ ତାରିଖରୁ ଦଶ ତାରିଖ ମଧ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ସେଥିପାଇଁ ସାତ ତାରିଖରେ ପାଞ୍ଚୋଟି ଜିଲ୍ଲାକୁ ସତର୍କ ରହିବା ପାଇଁ କୁହାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ମାଲକାନଗିରି, କୋରାପୁଟ, ନବରଂଗପୁର, ରାୟଗଡା ଏବଂ ଗଜପତି।
ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ସ୍ଥିତ ବାବା ଚଣ୍ଡୀହର ଦେବଙ୍କ ମନ୍ଦିରରେ ପହଞ୍ଚି ଚଣ୍ଡିହର ଦେବଙ୍କୁ ଦର୍ଶନ କରିଛନ୍ତି। ଏହା ସହ ସେ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି। ଏହାପରେ ସେ ମନ୍ଦିର ପରିସରରେ ବେଶ୍ କିଛି ସମୟ ଅତିବାହିତ କରିଥିଲେ। ମନ୍ଦିର ପୂଜକମାନଙ୍କ ସହ ମନ୍ଦିରର ପୂଜା ବିଧି ସଂପର୍କରେ ପଚାରି ଆଲୋଚନା କରିଛନ୍ତି ମନ୍ତ୍ରୀ। ଏହା ସହ ମନ୍ତ୍ରୀ ଉଷା ଦେବୀ ଚଣ୍ଡିହର ଦେବଙ୍କ ନିକଟରେ ରାଜ୍ୟର ଜନ ସାଧାରଣଙ୍କ କଲ୍ୟାଣ ନିମନ୍ତେ ଆଶୀର୍ବାଦ ଭିକ୍ଷା କରିଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ମନ୍ତ୍ରୀଙ୍କ ଗସ୍ତ ଅବସରରେ ଟାଙ୍ଗୀ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଭୁବନେଶ୍ବର: ଯେଉଁମାନେ ମିଡିଆରେ କାମ କରୁଛନ୍ତି ସେମାନଙ୍କ ପାଇଁ ଆସିଛି ଏକ ବଡ ସୁଯୋଗ। ସେମାନେ ରାଜ୍ୟ ସରକାରଙ୍କ ସୂଚନା ଓ ଲେକ ସଂପର୍କ ବିଭାଗର କ୍ୟାମେରାମ୍ୟାନ ଭାବେ ନିଯୁକ୍ତି ପାଇଁ ବାହାରିଛି ନିଯୁକ୍ତି। ଏଥିରେ କ୍ୟାମେରାମ୍ୟାନ ଏବଂ ଷ୍ଟିଲ ଫଟୋଗ୍ରାଫର ପଦବୀ ରହିଛି। ଏସବୁ ପଦବୀ ପାଇଁ ଅନଲାଇନରେ ଆବେଦନ କରିବାକୁ ପଡିବ। ସେହିପରି ଇଣ୍ଡେକ୍ସର ଏବଂ ଆସିଷ୍ଟାଣ୍ଡ ଅପରେଟର ପଦବୀ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ନିଯୁକ୍ତି ଓଡିଶା ଷ୍ଟାଫ ସିଲେକ୍ସନ କମିଶନରଙ୍କ ତତ୍ବାବଧାନରେ ହେବ। ଯେଉଁମାନେ ମନୋନିତ ହେବେ ସେମାନେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗରେ କାର୍ଯ୍ୟ କରିବେ। ନିକଟରେ ଏହି ବିଭାଗରେ ଜିଲ୍ଲା ସୂଚନା ଅଧିକାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ନୂଆଦିଲ୍ଲୀ: ବର୍ତ୍ତମାନ ଭାରତର ପରବର୍ତ୍ତି ମୁଖ୍ୟ ବିଚାରପତି କିଏ ହେବ ସେ ନେଇ ଚାଲିଛି କଳ୍ପନାଜଳ୍ପନା। ଏ ନେଇ କେନ୍ଦ୍ର ସରକାର ମୁଖ୍ୟ ବିଚାରପତି ଏନ ଭି ରମନାଙ୍କଠାରୁ ପରାମର୍ଶ ମାଗିଛନ୍ତି। ସେଥିରେ କୁହାଯାଇଛି ଯେ, ଭାରତର ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକାଳ ଚଳିତ ମାସ ୨୬ ତାରିଖରେ ଶେଷ ହେଉଛି। ପରବର୍ତ୍ତି ମୁଖ୍ୟବିଚାରପତି କାହାକୁ କରାଯିବ ସେ ନେଇ ଚିଠିରେ ଉଲ୍ଲେଖ ରହିଛି। ତେବେ ଆଜି ମୁଖ୍ୟ ବିଚାରପତି ଏନ ଭି ରମନା ଏହାର ଉତ୍ତର ପ୍ରଦାନ କରିଛନ୍ତି। ସେ ଭାରତର ପରବର୍ତ୍ତି ମୁଖ୍ୟ ବିଚାରପତି କିଏ ହେବେ ସେ ନେଇ ଉତ୍ତର ରଖିଛନ୍ତି। ରମଣାଙ୍କ ମତରେ ଭାରତର ପରବର୍ତ୍ତି ମୁଖ୍ୟ ବିଚାରପତି ୟୁ ୟୁ ଲଳିତଙ୍କୁ କରାଯାଉ। କାରଣ ସେ ହିଁ ହେଉଛନ୍ତି ପରବର୍ତ୍ତି ବରିଷ୍ଠ ବିଚାରପତି। ଫଳରେ ୟୁ ୟୁ ଲଳିତ ବା ଉଦୟ ଉମେଶ ଲଳିତ ପରବର୍ତ୍ତି ମୁଖ୍ୟ ବିଚାରପତି ହୋଇପାରନ୍ତି।
ଭୁବନେଶ୍ବର: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ଆଜି ସକାଳୁ ସିବିଆଇ ଚଢାଉ କରିଛି। ତାଙ୍କର କଟକସ୍ଥିତ ବାସଭବନ ଏବଂ ଅଫିସରେ ସିବିଆଇ ରେଡ ଚାଲିଛି। ସେହିପରି ପାରାଦ୍ବୀପରେ ମଧ୍ୟ ଚାରୋଟି ସ୍ଥାନରେ ସିବିଆଇ ଚଢାଉ କରିଥିବାର ଜଣାପଡିଛି। ପାରାଦ୍ବୀପ ଅଫିସରୁ ଦୁଇ ଜଣ କର୍ମଚାରୀଙ୍କୁ ସିବିଆଇ ଅଧିକାରୀ ତାଙ୍କ ହେପାଜତକୁ ନେଇଥିବାର ସୂଚନା ମିଳିଛି। ତେବେ ଏହି ଚଢାଉର କାରଣ ସଂପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ବିଶେଷ ସୁତ୍ର ଅନୁସାରେ ପାରାଦ୍ବୀପ ବନ୍ଦରରେ କାମକୁ ନେଇ ଏହି ଚଢାଉ କରାଯାଇଛି। ଖବର ଅନୁସାରେ ମହିମା ମିଶ୍ରଙ୍କ କଂପାନୀ ପାରାଦ୍ବୀପ ବନ୍ଦରରେ କାମ କରୁଥିବା ବେଳେ ବହୁ କ୍ଷତିର ସମ୍ମୁଖୀନ ହୋଇଥିଲା। ଏଥିରେ ମହିମା ମିଶ୍ରଙ୍କ କାରସାଦି ରହିଛି ବୋଲି କୁହାଯାଉଛି। ୨୦୧୬ ମସିହା ଅକ୍ଟୋବର ମାସରେ ପାରାଦୀପ ସିୱେଜ ସିପିଂ କମ୍ପାନୀର ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ମାମଲାରେ ମହିମା ମିଶ୍ରଙ୍କୁ ବ୍ୟାଙ୍କକରୁ ଗିରଫ କରାଯାଇଥିଲା। ସେତେବେଳେ ତାଙ୍କ…
ବାଣପୁର, ( ସୀତାରାମ ଅଗ୍ରୱାଲା) : ନିୟମିତ ଜାମିନ ପାଇଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ପୁର୍ବରୁ ତାଙ୍କୁ ସୁପ୍ରିମକୋର୍ଟ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ଦେଇସାରିଥିବା ବେଳେ ବାଣପୁର କୋର୍ଟରେ ଓକିଲମାନଙ୍କ ଧର୍ମଘଟ ଚାଲିଥିବାରୁ ନିୟମିତ ଜାମିନ ପାଇପାରି ନ ଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ବିଧାୟକ ପିଆର ବଣ୍ଡ ରେ ବାଣପୁର ଜେଲରୁ ପାଇଥିଲେ ଜାମିନ। ତେବେ ବର୍ତ୍ତମାନ ଓକିଲଙ୍କ ଧର୍ମଘଟ ସ୍ଥଗିତ ହୋଇଥିବାସ୍ଥଳେ ଆଜି ମଧ୍ୟାହ୍ନରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବାଣପୁର ଜେଏମଏଫସି କୋର୍ଟରେ ହାଜର ହୋଇ ନିୟମିତ ଜାମିନ ପାଇଛନ୍ତି। ଦୁଇ ଗୋଟି ଜାମିନଦାର ଓ ୩୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକା ବଦଳରେ ଜାମିନ ପାଇଛନ୍ତି ବିଧାୟକ। ତେବେ ଉକ୍ତ ମାମଲା ଆଜି ବାଣପୁର ଜେଏମଏଫସି କୋର୍ଟରୁ ଭୁବନେଶ୍ୱର ଏଡ଼ିଜେ-୩ କୋର୍ଟକୁ ସ୍ଥାନାନ୍ତରିତ ହୋଇଥିବାର ବାଣପୁର ଜେଏମଏଫସି କୋର୍ଟ ସରକାରୀ ଓକିଲ ପ୍ରାଚୀ ପ୍ରଭା ନନ୍ଦ ସୂଚନା ଦେଇଛନ୍ତି। ଆଇନ ଶୃଙ୍ଖଳା ଦୃଷ୍ଟିରୁ…
ଭୁବନେଶ୍ବର: ଆଜି କୋଲକତା ସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଭାବେ ଦାଇତ୍ୱ ନେଲେ ଚଳଚିତ୍ର ନିର୍ଦ୍ଦେଶକ ହିଂମାଶୁ ଖଟୁଆ । ଏହା ହେଉଛି ଜାତୀୟ ଫିଲ୍ମ ଶିକ୍ଷା ଅନୁଷ୍ଠାନ। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଚଳଚିତ୍ର ସଂପର୍କିତ ଶିକ୍ଷା ଲାଭ କରିବା ପାଇଁ ଯୋଗଦେଇଥାନ୍ତି। ଦାୟିତ୍ବ ନେବା ପରେ ସେ କହିଛନ୍ତି ଯେ, ଏହି ପ୍ରତିଷ୍ଠାନ ଚଳଚିତ୍ର ସଂସ୍କୃତି ର ବିକାଶ ପାଇଁ ସମର୍ପିତ, ନିର୍ଦ୍ଦେଶକ ଭାବେ ଏହି ଧାରାକୁ ଆଗାମୀ ଦିନରେ ଆହୁରି ପ୍ରସାରିତ କରିବି ।ଚଳଚ୍ଚିତ୍ର ଜଗତରେ ନୂତନ ପ୍ରତିଭା ସୃଷ୍ଟି କରିବା ହେବ ମୋର ପ୍ରଥମ ପ୍ରାଥମିକତା ।କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ର ଆଭିମୁଖ୍ୟ କୁ ଆହୁରି ଲୋକାଭିମୁଖୀ କରିବା ପାଇଁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।
ନୂଆଦିଲ୍ଲୀ: ସେମାନେ ଦୀର୍ଘ ୫୨ ବର୍ଷ ଧରି ତ୍ରିରଙ୍ଗା ଉଡାଇ ନାହାଁନ୍ତି। ହେଲେ ଏବେ ସେମାନେ ହର ଘର ତ୍ରିରଙ୍ଗା ସ୍ଲୋଗାନ ଦେଉଛନ୍ତି। ଏପରି ଏକ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। କର୍ଣ୍ଣାଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଏହି ପତାକା ଉଡାଇବାକି ଲକ୍ଷଲକ୍ଷ ଲୋକ ବଳିଦାନ ଦେଇଛନ୍ତି। ହେଲେ ଗୋଟିଏ ସଂଗଠନ ଏହାକୁ ବିରୋଧ କରିଆସୁଛି। ସେ ପ୍ରରୋକ୍ଷରେ ଆରଏସଏସ କୁ ଟ୍ୟାର୍ଗେଟ କରି କହିଛନ୍ତି ଯେ, ନାଗପୁର କାର୍ଯ୍ୟଳୟରେ ୫୨ ବର୍ଷ ଧରି ତ୍ରିରଙ୍ଗା ଉଡିପାରିଲା ନାହିଁ। ଏ ପର୍ଯ୍ୟନ୍ତେ ସେହି ସଂଗଠନର କର୍ମି ସେମାନଙ୍କର ସାମାଜିକ ଗଣମାଧ୍ୟମରେ ତ୍ରିରଙ୍ଗାକୁ ସ୍ଥାନିତ କରି ନାହାଁନ୍ତି। ତେଣୁ ସେହିପରି ସଂଗଠନରୁ ଆସିଥିବା ନେତା ଏବେ କହୁଛନ୍ତି ହରଘର ତ୍ରିରଙ୍ଗା।
ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଜାତୀୟ ଆଣ୍ଟି-ଡୋପିଂ ବିଲ୍, ୨୦୨୨ ପାସ୍ ହୋଇଛି। ଏହି ବିଲ୍ ଲୋକସଭାରେ ୧୭ ଡିସେମ୍ବର, ୨୦୨୧ ରେ ଉପସ୍ଥାପିତ ହୋଇଥିଲା ଏବଂ ସଂସଦୀୟ ସ୍ଥାୟୀ କମିଟି ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ମିଳିଥିବା ପରାମର୍ଶ / ସୁପାରିଶ ଆଧାରରେ ପ୍ରସ୍ତାବିତ କିଛି ସରକାରୀ ସଂଶୋଧନ ସହିତ ୨୭ ଜୁଲାଇ, ୨୦୨୨ ରେ ପାରିତ ହୋଇଥିଲା। ଏହା ୨୮ ଜୁଲାଇ, ୨୦୨୨ ରେ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା। ଏହା ସହିତ ସଂସଦରେ ବିଲ୍ ପାରିତ ହୋଇଥିଲା। ବିଲ୍ ଉପରେ ହୋଇଥିବା ଆଲୋଚନାର ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି ଯେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନେ ସର୍ବସମ୍ମତି କ୍ରମେ ଏହି ବିଲକୁ ସମର୍ଥନ କରିଛନ୍ତି। ବିଲ୍ ର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଉଛି: ଆଣ୍ଟି-ଡୋପିଂରେ ଅନୁଷ୍ଠାନିକ ଦକ୍ଷତା ଗଠନ ଏବଂ ପ୍ରମୁଖ କ୍ରୀଡା ପ୍ରତିଯୋଗୀତାଣ୍ଟଗୁଡିକର ଆୟୋଜନକୁ ସକ୍ଷମ କରିବା। ସମସ୍ତ କ୍ରୀଡ଼ାବିତଙ୍କ ଅଧିକାରର ସୁରକ୍ଷା। ଆଥଲେଟମାନଙ୍କୁ ସମୟ ସୀମା ମଧ୍ୟରେ ନ୍ୟାୟ ପ୍ରଦାନ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ଏକ ଲୋମହର୍ଷଣକାରି ହତ୍ୟାକାଣ୍ଡ ଘଟିଛି । ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ହେଲେ ଗୋଡିପଡା ଗ୍ରାମ ପଞ୍ଚାୟତ ତଳମୋଟାର ରଘୁ ମହାରଣା । ରଘୁ ଛାତ ଉପରେ ଶୋଇଥିବା ବେଳେ ତାଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ ଥିବା ବେଳେ ବର୍ତ୍ତମାନ ଘଟଣା ସ୍ଥଳରେ ଖୋର୍ଦ୍ଧା ଏସଡିପିଓ ଏବଂ ଜଙ୍କିଆ ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି ।
ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ବର୍ଷା। କାରଣ ମୌସୁମୀ ବାୟୁ ତାହାର ସ୍ବାଭାବିକ ଅବସ୍ଥାକୁ ଫେରିଆସୁଛି। ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପ ରେଖା ଆଡକୁ ଆସି ସ୍ୱାଭାବିକ ଅବସ୍ଥାନ କୁ ଫେରୁଛି। ଫଳରେ ୫ ଅଗଷ୍ଟ ରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ଏଥିରେ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୬ ତାରିଖରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ମଧ୍ୟ ଦିଆଯାଇଛି। ୭ ତାରଖରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେଥିପାଇଁ ୪ ଜିଲ୍ଲାକୁ ଅତି ପ୍ରବଳ ଏବଂ ୧୨ ଜିଲ୍ଲାକୁ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି।
ନୂଆଦିଲ୍ଲୀ: ବୟନ ମନ୍ତ୍ରଣାଳୟ ହସ୍ତତନ୍ତର ବିକାଶ ତଥା ବୁଣାକାର ମାନଙ୍କର କଲ୍ୟାଣ ପାଇଁ ସାରା ଦେଶରେ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି । ଏହି ଯୋଜନା ଅଧୀନରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କରୁ ପ୍ରାପ୍ତ ହୋଇଥିବା ପ୍ରସ୍ତାବ ଉପରେ ଆଧାର କରି, ରାଜ୍ୟ ହସ୍ତତନ୍ତ ଏଜେନ୍ସି ଏବଂ ହସ୍ତତନ୍ତ ସମବାୟ ସମିତି ଗୁଡିକର ଭିତିଭୂମିର ବିକାଶ ଏବଂ ବୁଣାକାର ମାନଙ୍କର ବିକାଶ ପାଇଁ ଅନୁଦାନ ଦିଆଯାଇଥାଏ। ଏଥିରେ ନବୀକରଣ ହୋଇଥିବା ତନ୍ତ ଏବଂ ସହାୟକ ଉପକରଣ ଗୁଡିକର କ୍ରୟ ନିମନ୍ତେ, ସୌର ଆଲୋକ ୟୁନିଟ୍ ସମୂହର ନିର୍ମାଣ, ୱାର୍କସେଡ୍ ନିର୍ମାଣ, ଡିଜାଇନ୍ କ୍ଷେତ୍ରରେ ନବସୃଜନ, ଉତ୍ପାଦ ବିକାଶ ଏବଂ ବିବିଧକରଣ, ଦକ୍ଷତା ବିକାଶ ପାଇଁ , ହସ୍ତତନ୍ତ ଦ୍ରବ୍ୟର ମାର୍କେଟିଂ, ରିହାତି ମୂଲ୍ୟରେ ମୁଦ୍ରା ଋଣ ଇତ୍ୟାଦି ନିମନ୍ତେ ଯୋଗ୍ୟ ହସ୍ତତନ୍ତ ଏଜେନ୍ସି ମାନଙ୍କୁ ବିତୀୟ ସହାୟତା ପ୍ରଦାନ କରା ଯାଇଥାଏ । ଗତ ତିନି…
ନୂଆଦିଲ୍ଲୀ : ଭାରତ ସରକାର ପୁଲିସ ବଳର ଆଧୁନିକୀକରଣ ବୃହତ ଯୋଜନା ଅଧୀନରେ ୧୫ଟି ଉପଯୋଜନା ଅନୁମୋଦନ କରିଛନ୍ତି। ୨୬, ୨୭୫ କୋଟି ଟଙ୍କା କେନ୍ଦ୍ରୀୟ ବ୍ୟୟ ଅଟକଳରେ ଏହି ଉପଯୋଜନା ମାନ ପାଞ୍ଚ ବର୍ଷ ମଧ୍ୟରେ ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ତ୍ୱରାନ୍ୱିତ ହେବ। ଏହି ଉପଯୋଜନା ଅଧୀନରେ ଗୋଟିଏ ହେଲା, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପୁଲିସ ବଳର ଆଧୁନିକୀକରଣ ବାବଦ ସହାୟତା। ଯୋଜନା କାଳରେ ଏହାର ବ୍ୟୟବରାଦ ୪ ହଜାର ୮୪୬କୋଟି ଟଙ୍କା ରଖାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ପିଛା ହୋଇଥିବା ଆବଣ୍ଟନ ରାଶି ନିମ୍ନରେ ପ୍ରଦତ୍ତ ହୋଇଛି। ଏହି ସମୟ ମଧ୍ୟରେ ଓଡିଶା ୧୩.୯୧ କୋଟି ଟଙ୍କାର ସହାୟତା ପାଇବ। ପୁଲିସ ବଳର ଆଧୁନିକୀକରଣ ବୃହତ ଯୋଜନା ଅଧୀନରେ ଭାରତ ସରକାର ଅପରାଧ ବିଜ୍ଞାନ ସାମର୍ଥ୍ୟ ବୃଦ୍ଧି ପାଇଁ ମଧ୍ୟ ଆଧୁନିକ ଯୋଜନା ରଖିଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ ଅତ୍ୟାଧୁନିକ…
ନୂଆଦିଲ୍ଲୀ: ଆଖୁ ଚାଷୀଙ୍କ ହିତରେ କେନ୍ଦ୍ର ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୨-୨୩ ଚିନି ଋତୁ (ଅକ୍ଟୋବାର-ସେପ୍ଟେମ୍ବର) ପାଇଁ ଆଖୁର ଉଚିତ୍ ଏବଂ ଲାଭକାରୀ ମୂଲ୍ୟ (ଏଫଆରପି)କୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ୧୦.୨୫%ର ମୂଳ ଅସୁଲୀ ଦର ପାଇଁ ଏହି ମୂଲ୍ୟକୁ କୁଇଣ୍ଟାଲ ପ୍ରତି ୩୦୫ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ୧୦.୨୫%ରୁ ଅଧିକ ଅସୁଲୀରେ ପ୍ରତିଥର ୦.୧% ବୃଦ୍ଧି ପାଇଁ କୁଇଣ୍ଟାଲ ପ୍ରତି ୩.୦୫ ଟଙ୍କା ପ୍ରିମିୟମ ପ୍ରଦାନ କରାଯିବ। ଅସୁଲୀରେ ୦.୧ % ହ୍ରାସ ପାଇଁ କୁଇଣ୍ଟାଲ ପ୍ରତି ଏଫଆରପିରେ ୩.୦୫ ଟଙ୍କା ହ୍ରାସ କରାଯିବ। ତେବେ ଆଖୁ ଚାଷୀଙ୍କ ହିତକୁ ସୁରକ୍ଷା ଦେବାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯେଉଁ ଚିନି କଳ କ୍ଷେତ୍ରରେ ଅସୁଲି ହାର ୯.୫%ରୁ କମ…
ନୂଆଦିଲ୍ଲୀ: ଓଡ଼ିଶାର ସାତକୋଶିଆ ଗର୍ଜ (ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ) ସମେତ ଦେଶର ଆଉ ୧୦ଟି ଆର୍ଦ୍ର ଭୂମିକୁ ରାମସାର କ୍ଷେତ୍ର ମାନ୍ୟତା ମିଳିଛି। ଏହାକୁ ମିଶାଇ ଦେଶରେ ମୋଟ୍ ରାମସାର କ୍ଷେତ୍ର ସଂଖ୍ୟା ୬୪ରେ ପହଞ୍ଚିଛି। ଏବେ ଦେଶରେ ମୋଟ୍ ୧୨,୫୦,୩୬୧ ହେକ୍ଟର ଆର୍ଦ୍ରଭୂମି କ୍ଷେତ୍ରକୁ ଏହି ମାନ୍ୟତା ମିଳିଛି। ଚଳିତ ଥର ତାମିଲନାଡ଼ୁର ୬ଟି ଆର୍ଦ୍ରଭୂମିକୁ ରାମସାର ମାନ୍ୟତା ମିଳିଥିବା ବେଳେ ଓଡ଼ିଶା, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ କ୍ଷେତ୍ରକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ରାମସାର ମାନ୍ୟତା ମିଳିବା ଫଳରେ ଏସବୁ ଆର୍ଦ୍ରଭୂମିର ସଂରକ୍ଷଣ ଏବଂ ପରିଚାଳନାରେ ସହାୟତା ମିଳିପାରିବ ତଥା ସମ୍ବଳର ସୁବିନିଯୋଗ ହୋଇପାରିବ। ୧୯୭୧ ମସିହାରେ ଇରାନରେ ରାମସାର କନଭେନ୍ସନ ସ୍ବାକ୍ଷରିତ ହୋଇଥିଲା। ଏଥିରେ ଭାରତ ଅନ୍ୟତମ ଚୁକ୍ତିବଦ୍ଧ ପକ୍ଷ ରହିଛି। ଫେବୃଆରୀ ପହିଲା ୧୯୮୨ରେ ଭାରତ ଏଥିରେ ସ୍ବାକ୍ଷର କରିଥିଲା। ବର୍ତ୍ତମାନ ସୁଦ୍ଧା ଭାରତରେ ଅନ୍ତର୍ଜାତୀୟ ଗୁରୁତ୍ବ ବହନ…
ମେଷ- ଆଜିର ଦିନରେ ଆପଣ ଥକ୍କା, ଅଳସୁଆ ଏବଂ ଚିନ୍ତା ଅନୁଭବ କରିବେ। ଆଜି ଆପଣ ଉତ୍ସାହିତ ଅନୁଭବ କରିବେ ନାହିଁ। ଆପଣ କଥାରେ କଥାରେ କ୍ରୋଧିତ ହେବେ। ଯାହା ଫଳରେ ଆପଣଙ୍କର କାମ ବାଧାପ୍ରାପ୍ତ ହେବ। ଆପଣଙ୍କର ଚାକିରି, ବ୍ୟବସାୟ, ଯାଗା କିମ୍ବା ଘର ଉପରେ ସମସ୍ୟା ସୃଷ୍ଟି ହୋଇପାରେ। ବୃଷ- ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିବେ। କୈଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ଖାଇବା ଏବଂ ପିଇବାରେ ବିଶେଷ ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଧିକ। ସମ୍ଭବ ହେଲେ ସ୍ଥାନାନ୍ତରଣକୁ ଏଡାଇ ଦିଆଯାଇପାରେ। ମିଥୁନ- ଆଜିର ଦିନ ଆପଣ ମନୋରଞ୍ଜନ ଏବଂ ଉପଭୋଗରେ ବ୍ୟସ୍ତ ରହିବେ। ଆପଣ ବନ୍ଧୁ ଏବଂ ପରିବାର ସହିତ ଏକ ସୁଖମୟ ପରିବେଶରେ ଦିନ ବିତାଇବାକୁ ସମର୍ଥ ହେବେ। ଆପଣ ମଧ୍ୟ ସାମାଜିକ ଭାବରେ ସମ୍ମାନ ଏବଂ ଖ୍ୟାତି ପାଇବାକୁ…
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ଲାଲକିଲ୍ଲା ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ସାଂସଦମାନଙ୍କର ‘ହର ଘର ତିରଙ୍ଗା’ ବାଇକ ଶୋଭଯାତ୍ରାକୁ ଉପରାଷ୍ଟ୍ରପତି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ସମ୍ପୂର୍ଣ୍ଣ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ‘ହର ଘର ତିରଙ୍ଗା’ (ସବୁ ଘରେ ତ୍ରିରଙ୍ଗା ଉତ୍ତୋଳନ) ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ, ସଂସଦୀୟ ବ୍ୟାପାର ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ରାମ ମେଘୱାଲ, ବୈଦେଶିକ ବ୍ୟାପାର…
ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ଏବଂ ବୟନ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଆଜି ଭାରତ ଏକ ପ୍ରମୁଖ ମାଇଲ୍ ଖୁଂଟ ଅତିକ୍ରମ କରିଛି, ଯେଉଁଥିରେ ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍କୁ ମାନ୍ୟତା ମିଳିଛି ବୋଲି ଘୋଷଣା କରିଛନ୍ତି । ସେ କହିଥିଲେ ଯେ, ଏହି ସଂଖ୍ୟା ପରିକଳ୍ପିତ – ଶକ୍ତିର ପ୍ରମାଣ ଦେଇଥାଏ । ଏହା ଏମିତି ଏକ ପରିକଳ୍ପନା, ଯାହା ନବସୃଜନ ଏବଂ ଉଦ୍ୟମିତା ଆଧାରିତ ବିକାଶ ସମ୍ପର୍କିତ ଅଟେ ବୋଲି ସେ ଗୁରୁତ୍ୱ ଦେଇ କହିଥିଲେ । ଉଦ୍ୟୋଗ ଏବଂ ଆନ୍ତରୀଣ ବ୍ୟାପାର ସମ୍ବର୍ଦ୍ଧନ ବିଭାଗ (ଡିପିଆଇଆଇଟି) ୭୫ ହଜାରରୁ ଅଧିକ ଷ୍ଟାର୍ଟ – ଅପ୍ସକୁ ମାନ୍ୟତା ପ୍ରଦାନ କରିଛି, ଯାହା ସ୍ୱାଧୀନତାର ୭୫ ବର୍ଷ ହେବା କ୍ରମରେ ଏକ ମାଇଲ୍ ଖୁଂଟ ଅଟେ । ଭାରତ ଯେତେବେଳେ ଆଜାଦୀ / ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ…
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ଜିଲ୍ଲା ଗସ୍ତର ତୃତୀୟ ଦିନରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି । ସେ ସେଠାରେ ବିଭିନ୍ନ ପ୍ରକଳ୍ପ ସହ ଜିଲ୍ଲାର ଝିରଡ଼ାପାଲିଠାରେ ନିର୍ମାଣାଧୀନ ଭାରୀ ମୋଟର ଯାନ ଡ୍ରାଇଭିଂ ତାଲିମ କେନ୍ଦ୍ର ବୁଲି ଦେଖିଥିଲେ । ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନ ଅର୍ଥ ୫୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏନ୍ବିସିସି ଦ୍ୱାରା କରାଯାଉଥିବା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ତିନିମାସ ମଧ୍ୟରେ ଏହା ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ଅନୁମାନ କରାଯାଉଛି । ଏହା କାର୍ଯ୍ୟକ୍ଷମ ହେଲେ ଭାରୀ ମୋଟର ଯାନ ଚାଳନା ଦକ୍ଷତା ତାଲିମ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହେବ । ଶ୍ରୀ ତ୍ରିପାଠୀ ବଣାଇ ବ୍ଲକ୍ର ବଇଦପାଲିସ୍ଥିତ ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ ଯାଇ ସେଠାରେ ୫-‘ଟି’…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସମ୍ମିଳନୀ (ୟୁଏନ୍ଏଫସିସିସି)କୁ ଅବଗତ କରାଇବା ପାଇଁ ଉଦ୍ଦିଷ୍ଟ ଭାରତର ନୂଆ କାର୍ୟ୍ୟସୂଚୀ ଓ ଉପଲବ୍ଧି (ଏନ୍ଡିସି)କୁ ଅନୁମୋଦନ କରାଯାଇଛି। ଏହି ଅଦ୍ୟତନ(ଅପଡେଟେଡ୍) ଏନ୍ଡିସିରେ ପ୍ୟାରିସ୍ ଚୁକ୍ତି ଅନୁସାରେ ଜଳବାୟୁ ପରିବର୍ତ୍ତନ ରୋକିବାକୁ କି ପ୍ରକାର ସବିଶେଷ ଜାତୀୟ ପଦକ୍ଷେପ ଓ ଯୋଜନାମାନ ପ୍ରସ୍ତୁତ କରାଯାଇଛି ତାହା ସ୍ଥାନ ପାଇଛି। ଭାରତର ଏହି କାର୍ୟ୍ୟାନୁଷ୍ଠାନ ଦେଶର ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ ସହାୟକ ହେବ। ଏଥିରେ ଅଭିବୃଦ୍ଧି ଧାରାକୁ ଅବ୍ୟାହତ ରଖିବା ସହିତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଗୁରୁତ୍ୱ ପାଇଛି। ୟୁଏନ୍ଏଫ୍ସିସିସିର ସର୍ତ୍ତ ଅନୁସାରେ ନିଜର ଜରୁରୀ ଆବଶ୍ୟକତା ପୂରଣ ନୀତିରେ ଭାରତ ଜୈବିକ ଇନ୍ଧନ ବ୍ୟବହାର କରିବ; ତେବେ ଏ କ୍ଷେତ୍ରରେ ଅଙ୍ଗାରକାମ୍ଳ ନିର୍ଗମନ କିପରି କମିବ ସେ ଦିଗରେ ଧ୍ୟାନ ଦେବ। ଜାତିସଂଘ ମାର୍ଫତରେ ବିଶ୍ୱ…

