Author: Samikhsya Bureau

ଭୁବନେଶ୍ବର: ସୁଦୂର ସମ୍ବଲପୁରର ନିପଟ ମଫସଲରେ ବଢ଼ିଥିବା ଝିଅଟି ତାର ସ୍ୱପ୍ନକୁ ସତ କରିବାକୁ ରାଜଧାନୀ ଭୁବନେଶ୍ୱର ଆସିଛି। ଜଣକ ଘରେ ରହିବା ହାଣ୍ଡିଶାଳ ସମ୍ଭାଳିବାକୁ ପରିସ୍ଥିତି ପରିବେଶ ତାକୁ ବାଧ୍ୟ କରିଛି। କିନ୍ତୁ ସେଇ ହାଣ୍ଡିଶାଳୁ ଏକ ବିରାଟ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ହେବାକୁ ସକ୍ଷମ ହୋଇଛି। ‘ମୋ ଅଗଣାର ତୁଳସୀ ତୁ’ ସୁଟିଂ ସେଟରେ ଏମିତି କିଛି ଦୃଶ୍ୟର ସୁଟିଂ ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ଗୋଟିଏ ସମ୍ଭ୍ରାନ୍ତ ପରିବାରର ନିୟମ କାନୁନ ଆଉ ଗୋଟିଏ ଗାଉଁଲୀ ଝିଅର ସିନ୍ଦୂରର ସୁରକ୍ଷାର ଚିତ୍ର। ଜୀ ସାର୍ଥକରେ ପ୍ରସାରିତ ‘ମୋ ଅଗଣାର ତୁଳସୀ ତୁ’ର ସୁଟିଂ ଚାଲିଛି। ନିପଟ ମଫସଲ ଗାଁର ତୁଳସୀ ପରିବାରର ବୋଝ ହାଲୁକା କରିବାକୁ ଏବଂ ଭାଇର ଅପରେସନ କରିବାକୁ ଚିନ୍ତା କରିଛି। ତା ହାତ ତିଆରି କ୍ରୀମର ଦୋକାନ ଖୋଲି ଏସବୁ ଦୁଃଖ ଦୂର କରିବାକୁ ସେ ଚାହିଁଛି। କିନ୍ତୁ ଭାଗ୍ୟର ଖେଳ ଅଲଗା।…

Read More

ମୁମ୍ବାଇ: ଆଜି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପୁଣି ଥରେ ରେପୋ ରେଟ୍ ବୃଦ୍ଧି କରିଛନ୍ତି। ଆଜି ଆରବିଆଇ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ବ୍ୟାଙ୍କ ସୁଧହାର ବା ରେପୋ ରେଟ୍ ବୃଦ୍ଧି କରିଛି ବୋଲି କୁହାଯାଇଛି। ଏଥିରେ ୫୦ ବେସିସ୍ ପଏଣ୍ଟ ବଢିଛି ରେପୋ ରେଟ୍। ଯାହାଫଳରେ ରେପୋ ରେଟ୍ ଏବେ ୫.୪୦ ପ୍ରତିଶତରେ ପହଞ୍ଚିଛି। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ମୁଦ୍ରାନୀତି ସମୀକ୍ଷା ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ତିନି ମାସର ସ୍ବଳ୍ପ ଅବଧି ମଧ୍ୟରେ ଏହା ତୃତୀୟ ଥର ପାଇଁ ବୃଦ୍ଧି ପାଇଛି। ରିଜର୍ଭ ବ୍ୟାଙ୍କ ସୁଧହାର ବଢାଇବା ଅର୍ଥ ଇଏମଆଇ ଏବଂ ଋଣ ମହଙ୍ଗା ହେବ। ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ଉଦ୍ୟମ ଜାରି ରଖିଛନ୍ତି। ଏହାସତ୍ତ୍ବେ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି।…

Read More

ଭୁବନେଶ୍ବର: ରାଜ୍ୟରେ ଦେଖାଦେଇଥିବା ଝାଡାବାନ୍ତି ନେଇ ଆଜି ମୁଖ୍ୟଶାସନ ସଚିବ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ସେ ଗ୍ରାମ ଓ ୱାର୍ଡ ରୁ କମ୍ୟୁନିଟି ହେଲଥ୍ ସେଣ୍ଟର, ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ତ୍ୱରିତ ଡାଇରିଆ ସୂଚନା ପ୍ରସାରଣ ବ୍ୟବସ୍ଥା ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱ ଦେଇଛନ୍ତି। ସେହିପରି ରୋଗୀମାନଙ୍କୁ ତୁରନ୍ତ ହସ୍ପିଟାଲ୍ ସ୍ଥାନାନ୍ତର ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ପ୍ରସାରଣ ଓ ହସ୍ପିଟାଲ ସ୍ଥାନାନ୍ତର ବ୍ୟବସ୍ଥାରେ ଆଶାକର୍ମୀ/ଅଙ୍ଗନାବାଡ଼ି କର୍ମୀ/ଓ୍ୱାର୍ଡ଼- ମେମ୍ବର/ସରପଂଚ/ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ସାମିଲ କରିବା ନିମନ୍ତେ ମଧ୍ୟ ଶ୍ରୀ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପାନୀୟଜଳ ସ୍ରୋତକୁ ନିୟମିତ ବ୍ୟବଧାନରେ ବିଶୋଧନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନେ ଯେପରି ଝରଣାପାଣି ନ ପିଅନ୍ତି ତା ଉପରେ ସତର୍କ ଦୃଷ୍ଟି ରଖିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସଚେତନତା କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବାକୁ କୁହାଯାଇଛି।…

Read More

ଭୁବନେଶ୍ଵର : ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଯୁବ ସମାଜସେବୀ ମିହିର ରାୟଙ୍କୁ “ଓଡ଼ିଶା ମୋ ପରିବାର”ର ନୂତନ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ “ଓଡ଼ିଶା ମୋ ପରିବାର”ର ଆବାହକ ଅରୂପ ପଟ୍ଟନାୟକ ଶ୍ରୀ ରାୟଙ୍କୁ ଏହି ଦାୟିତ୍ଵ ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ରାୟ ପ୍ରାୟ ୨୫ ବର୍ଷ ଧରି ଟାଇମ୍ସ ଅଫ୍ ଇଣ୍ଡିଆ ଓ ଏସିଆନ ଏଜ୍‌ ଭଳି ପ୍ରମୁଖ ଇଂରାଜୀ ସମ୍ବାଦପତ୍ରର ପଶ୍ଚିମ ଓଡିଶା ପ୍ରତିନିଧି ଭାବେ କାର୍ଯ୍ୟ କରିବା ସହ ରାଉରକେଲାର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ସଂଗଠନ ସହ ସଂଯୁକ୍ତ ରହି ନିଜକୁ ସକ୍ରିୟ ଭାବେ ସମାଜସେବାରେ ନିୟୋଜିତ କରିଥିଲେ। ଏବେ “ଓଡ଼ିଶା ମୋ ପରିବାର” ଭଳି ରାଜ୍ୟର ସର୍ବବୃହତ ସ୍ୱେଚ୍ଛାସେବୀ ସଙ୍ଗଠନରେ ତାଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ଶ୍ରୀ ରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡିର…

Read More

ବ୍ରହ୍ମପୁର: ଆଜି ଜଣେ ହାଇସ୍କୁଲ ଖେଳ ଶିକ୍ଷକଙ୍କୁ ଧରିଛି ଭିଜିଲାନ୍ସ। ସେ ଛାତ୍ରଛାତ୍ରୀଙ୍କୁ ଖେଳ ଶିଖାଉ ଶିଖାଉ ପଇସା ଖେଳ ଆରମ୍ଭ କରିଦେଇଥିଲେ। ସେ ଖବର ଭିଜିଲାନ୍ସ ପାଖରେ ପହଁଞ୍ଚିବା ପରେ ଆଜି ତାଙ୍କ ବାସଭବନ ସମେତ ୧୩ଟି ସ୍ଥାନରେ ଚଢାଉ ଚାଲିଛି।ଏଥିରେ ତାଙ୍କ ବନ୍ଧୁବାନ୍ଧବ ଏବଂ ସାଙ୍ଗଙ୍କ ଘର ମଧ୍ୟ ରହିଛି। ସେ ହେଲେ ଗଂଜାମ ଜିଲ୍ଲା ଜରଦା ଥାନା ଅଧିନରେ ଥିବା ଜୟନ୍ତିପୁରର ଦିବ୍ୟସିହ୍ମା ବିଦ୍ୟାପିଠର ଖେଳ ଶିକ୍ଷକ। ତାଙ୍କ ନାମ ହେଲା ଦନାର୍ଦ୍ଧଦନ ସାହୁ। ଏହି ଚଢାଉରେ ୪ ଜଣ ଡିଏସପି ଏବଂ ୧୨ ଜଣ ଇନସ୍ପେକ୍ଟରଙ୍କ ସହିତ ଅନ୍ୟ କର୍ମଚାରୀଙ୍କ ଦ୍ବାରା ଚଢାଉ ଚାଲିଛି। ଯେଉଁସବୁ ସ୍ଥାନରେ ଚଢାଉ ଚାଲିଛି ସେଗୁଡିକ ହେଲା.. ୧-ବ୍ରହ୍ମପୁରର ଫାଷ୍ଟ ଲେନ ସ୍ଥିତ ଅନନ୍ତ ନଗରରେ ଏକ ତିନିମହଲା ଆବାସିକ କୋଠା। ୨-ସେହି ଅନନ୍ତ ନଗର, ୨ୟ ଲେନରେ ଅବସ୍ଥିତ ଏକ ଦ୍ୱି ମହଲା କୋଠା। ୩- ଜୟନ୍ତୀପୁର ଗାଁରେ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୁହେଁ ଆସନ୍ତାକାଲି ନୂଆଦିଲ୍ଲୀ ଗସ୍ତ କରିବେ। ଆଜି ସଂଧ୍ୟାରେ ସେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଅଣ୍ଡର20 ଫୁଟବଲ ଚମ୍ପିୟାନସିପ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆଜି ଭାରତ ବାଙ୍ଗାଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିବେ। ଆସନ୍ତାକାଲି ସେ ଦିଲ୍ଲୀ ଗସ୍ତରେ ଯିବେ। ସେ ସକାଳ ୧୦ଟା ୩୦ ରେ ଭୁବନେଶ୍ବର ବିମାନ ବନ୍ଦର ଛାଡିବେ। ୧୨ଟା ୩୦ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବେ। ସେହିଦିନ ନବୀନ ୪ଟା ୨୫ରେ ରାଷ୍ଟ୍ରପତି ଭବନର କଲଚରାଲ୍‌ ସେଣ୍ଟର ଯିବେ। ନୂଆଦିଲ୍ଲୀରେ ନବୀନ ୭ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେବା ସହ ଆଜାଦି  କା ଅମୃତ ମହୋତ୍ସବ  କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ  ରାଷ୍ଟ୍ରପତି  ଓ ପ୍ରଧାନମନ୍ତ୍ରୀ ଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ  ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ…

Read More

ଭୁବନେଶ୍ୱର: ଆଜି ରାଜଭବନ ଘେରିବ ରାଜ୍ୟ କଂଗ୍ରେସ। ବର୍ତ୍ତମାନ ଦେଶରେ ଯେପରି ଦରଦାମ ବୃଦ୍ଧି ହୋଇଛି, ବେକାରୀ ସମସ୍ୟା, ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ଲାଗୁ ବିରୋଧରେ ଏହି ଘେରାଉ କରିବ। ପିସିସି ସଭାପତିଙ୍କ ନେତୃତ୍ୱରେ କେନ୍ଦ୍ର ବିରୋଧରେ ଦଳ ପ୍ରତିବାଦ ସଭା କରିବା ସହ ରାଜ୍ୟପାଳଙ୍କୁ ଦାବିପତ୍ର ଦେବ। ସେହିପରି ଜିଲ୍ଲାସ୍ତରରେ ମଧ୍ୟ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ । ଏ ନେଇ ପ୍ରଦେଶ କଂଗ୍ରେସ ତରଫରୁ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି। ସେହିପରି ରାଜ୍ୟ ସରକାରଙ୍କ ବିଫଳ ନିତିକୁ ନେଇ ମଧ୍ୟ ଏହି ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି।

Read More

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଲଘୁଚାପରେ ପରିବର୍ତ୍ତନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଫଳରେ ଏହାଦ୍ବାରା ରାଜ୍ୟରେ ଝଡବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ବିଭାଗ କହିଛି ଯେ, ମୌସୁମୀ ର ସକ୍ରିୟତା ବୃଦ୍ଧି ଏବଂ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୭ ତାରିଖରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ ଝଡ-ବର୍ଷା ହେବ। ଏଥିସହିତ ଘଣ୍ଟା ପ୍ରତି ୪୫ ରୁ ୫୫ କିଲୋମିଟର ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ସେଥିପାଇଁ ୭ ରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ବାରଣ କରାଯାଇଛି। ପାଣିପାଗ ବିଭାଗ ଆହୁରି କହିଛି ଯେ, ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣରେ ମୌସୁମୀ ନିମ୍ନ ଚାପ ରେଖାରେ ଥିବା ଯୋଗୁଁ ଆଜିଠୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ଆସନ୍ତାକାଲି ୬ ତାରିଖରୁ ବର୍ଷାର ପରିମାଣ ବଢିବ। ୬ ରୁ…

Read More

ଭୁବନେଶ୍ୱର : ସକାଳ ଚାଲିବା ସମୟରେ ମୋବାଇଲ୍ ବ୍ୟବହାର କରିବା ଠିକ ନୁହେଁ। ମୋବାଇଲ୍ ଫୋନର ନିଶା ଆମକୁ ଏପରି ଭାବରେ ପ୍ରାଧାନ୍ୟ ଦେଇଛି ଯେ ଆମେ ମର୍ଣ୍ଣିଂ ୱାକ୍ ସମୟରେ ମଧ୍ୟ ଏହାକୁ ବ୍ୟବହାର କରିବାକୁ ବାରଣ କରୁନାହୁଁ, କିନ୍ତୁ ମର୍ଣ୍ଣିଂ ୱାକ୍ ସମୟରେ ଏହା କରିବା କ୍ଷତିକାରକ ହୋଇପାରେ। ଶରୀରର ସ୍ଥିତି ଖରାପ ହେବ। ସକାଳେ ଚାଲିବା ସମୟରେ, ଆମର ଧ୍ୟାନ ଅଣ୍ଟାକୁ ସିଧା କରି ଚାଲିବା ଉପରେ ରହିବା ଉଚିତ, କିନ୍ତୁ ମୋବାଇଲ୍ ବ୍ୟବହାର କରିବାବେଳେ ଆମକୁ ଅଜାଣତରେ ଟିକେ ବଙ୍କା ହେବାକୁ ପଡିବ, ଯାହା ମେରୁଦଣ୍ଡକୁ ପ୍ରଭାବିତ କରିଥାଏ ଏବଂ ଶରୀରର ସ୍ଥିତିକୁ ମଧ୍ୟ ଖରାପ କରିଥାଏ । ପିଠି ଯନ୍ତ୍ରଣା ହୋଇଥାଏ। ସକାଳ ଚାଲିବା ସମୟରେ, ଯଦି ଆମେ ବାରମ୍ବାର ମୋବାଇଲ୍ ଫୋନ୍ ନୋଟିଫିକେସନ ଦେଖୁ, ତେବେ ଆମ ଶରୀରର ସ୍ଥିତି ଖରାପ ହୋଇଯାଏ, ଯାହା ପରେ ପିଠି ଯନ୍ତ୍ରଣାରେ ପରିଣତ ହେବ, ତେଣୁ…

Read More

ବାସ୍ତୁଶାସ୍ତ୍ର: ବାସ୍ତୁ ଏପରି ଏକ ବିଜ୍ଞାନ, ଯାହାକୁ ଯୁଗ ଯୁଗ ଧରି ଭାରତରେ ବିଶ୍ୱାସ କରାଯା। ଏହା ଆପଣଙ୍କ ଜୀବନର ଉଭୟ ଶାରୀରିକ ଏବଂ ଦାର୍ଶନିକ ଦିଗକୁ ଧ୍ୟାନରେ ରଖିଥାଏ। ହିନ୍ଦୁ ଧର୍ମରେ ସ୍ଥାପତ୍ୟ ବିଜ୍ଞାନକୁ ବାସ୍ତୁ ଶାସ୍ତ୍ର ମଧ୍ୟ କୁହାଯାଏ। ବାସ୍ତୁରେ ଏକ ଘର ତିଆରି କରିବାର ଏକ କଳା ଅଛି ଯାହା ଦ୍ଵାରା ଆପଣଙ୍କର ଜୀବନ ସବୁ ଦିଗରେ ଭଲ ହୋଇପାରିବ। ତେଣୁ ବାସ୍ତୁ ଅନୁଯାୟୀ, ନକାରାତ୍ମକ ଶକ୍ତିକୁ ଘରୁ ଦୂରରେ ରଖିବା ପାଇଁ କିଛି ଜିନିଷର ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ୧- ଡଷ୍ଟବିନକୁ ଉତ୍ତର ଦିଗରେ ରଖିବା ଉଚିତ ନୁହେଁ କାରଣ ଏହା ଘରେ ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ ଏବଂ ଘରକୁ ଅସ୍ୱାସ୍ଥ୍ୟକର କରିଥାଏ। ୨- ଘରର ଝରକା ମଧ୍ୟ ଉତ୍ତର ଦିଗରେ ରହିବା ଉଚିତ୍ ନୁହେଁ। ୩- ଘରର ଶୌଚାଳୟ କେବେବି ଉତ୍ତର ଦିଗରେ ରହିବା ଉଚିତ୍ ନୁହେଁ। ଏହା…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏହି ଗସ୍ତକାଳରେ ସେ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକରେ ଯୋଗଦେବେ। ସେହିପରି ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ୫ତାରିଖ ଅପରାହ୍ନରେ ଦିଲ୍ଲୀ ଗସ୍ତରେ ଯିବେ। ୬ ତାରିଖରେ ୭୫ତମ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକ‌ରେ ଯୋଗଦେବେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯୋଗଦେବେ। ସେହିପରି ୭ତାରିଖରେ ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ନବୀନ ଯୋଗଦେବେ। ଏହି ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମାନେ ସାମିଲ ହେବେ। ଅଗଷ୍ଟ ୮ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ…

Read More

ମେଷ ରାଶିଫଳ: ବୃହସ୍ପତି ବର୍ତ୍ତମାନ ଏହି ରାଶିରେ ଅଛନ୍ତି। ଚାକିରି ଏବଂ ବ୍ୟବସାୟରେ ତୁମେ ସଫଳତା ପାଇବ। ସୂର୍ଯ୍ୟଙ୍କର ପଞ୍ଚମ ଗମନାଗମନ ବହୁତ ଫଳପ୍ରଦ ଅଟେ। ରାଜନେତାମାନେ ଉପକୃତ ହେବେ। ଟଙ୍କା କାରବାର ବିଷୟରେ ସାବଧାନ ରୁହନ୍ତୁ। ସ୍ୱାସ୍ଥ୍ୟ ଏବଂ ସୁଖରେ ଅଗ୍ରଗତି ହୋଇପାରେ। କମଳା ଏବଂ ନାଲି ରଙ୍ଗ ଶୁଭ ଅଟେ। ଆଜି ବିଷ୍ଣୁ ମନ୍ଦିରରେ ଚାରି ଥର ପ୍ରଦୀକ୍ଷଣ କରନ୍ତୁ। ଧାର୍ମିକ ପୁସ୍ତକ ଦାନ ଜାରି ରଖନ୍ତୁ। ବୃଷ ରାଶିଫଳ: ଶନି ବର୍ତ୍ତମାନ ଏହି ରାଶିର ଦ୍ୱାଦଶ ଘରେ ଅଛନ୍ତି। ଛାତ୍ରମାନେ ସଫଳତା ପାଇବେ। ଯେ କୌଣସି ନୂତନ ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟ ଆରମ୍ଭ ହେବ। ଭଗବାନ ଶିବଙ୍କୁ ନିୟମିତ ଉପାସନା କରନ୍ତୁ। ସବୁଜ ରଗଂ ଭଲ। ଏହି ରାଶିର ଷଷ୍ଠ ସୂର୍ଯ୍ୟ ଏହାର ଲାଭ ପାଇଛନ୍ତି। ଆଜି ଗାଇକୁ କଦଳୀ ଖାଇବାକୁ ଦିଅନ୍ତୁ। ମିଥୁନ ରାଶିଫଳ: ଆପଣ ଆର୍ଥିକ ସଫଳତା ପାଇବେ। ବ୍ୟାଙ୍କିଙ୍ଗ୍, ଆଇଟି ଏବଂ ଶିକ୍ଷାଦାନରେ କାର୍ଯ୍ୟ କରୁଥିବା…

Read More

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଭିଡିଓ କନଫରେନ୍ସିଂ ଜରିଆରେ ୨ ଅଗଷ୍ଟ ୨୦୨୨ରେ ଆରମ୍ଭ ହୋଇଥିବା ଦ୍ୱିତୀୟ ବ୍ରିକ୍ସ ଯୁବ ଶିବିରରେ ଅଂଶଗ୍ରହଣ କରିଥିବା ବ୍ରିକ୍ସ ରାଷ୍ଟ୍ର ସମୂହର ଯୁବ ପ୍ରତିଯୋଗୀ ଏବଂ ସରକାରୀ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସାରା ବିଶ୍ୱର ଯୁବକମାନଙ୍କ ମଧ୍ୟରେ ଏକ ଚିରସ୍ଥାୟୀ ସମ୍ପର୍କ ସ୍ଥାପନ ଉପରେ ପ୍ରାଥମିକତା ଦେଇ ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଲାଇଫଷ୍ଟାଇଲ୍‌ ଫର ଏନଭାଇରନ୍‌ମେଣ୍ଟ (ପରିବେଶ ପାଇଁ ଜୀବନଶୈଳୀ) ବା ଲାଇଫ ଅଭିଯାନ ବିଷୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ଉଲ୍ଲେଖ କରିବା ସହିତ ଏହି ଅଭିଯାନକୁ ମିଳିତ ଭାବେ ଆଗେଇ ନେବା ନିମନ୍ତେ ଯୋଗଦାନ ଦେବା ଲାଗି ଯୁବପିଢ଼ିଙ୍କୁ ଆହ୍ବାନ କରିଥିଲେ। ଏହାଦ୍ୱାରା ପରିବେଶ ସଚେତନ ଜୀବନଶୈଳୀ ପାଇଁ ଏହି ଅଭିଯାନ…

Read More

ଭୁବନେଶ୍ବର: ଆଜି ସିଙ୍ଗଲ ଓ୍ୱିଣ୍ଡୋ ବୈଠକରେ ୧୧ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡିକରେ ମୋଟ ୨ ହଜାର ୨୫୩ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ।  ଏଥିରେ ମୋଟ ୩ ହଜାର ୮୧୭ ଜଣଙ୍କୁ ପ୍ରତ୍ୟେକ୍ଷ ନିଯୁକ୍ତି ସୁଯୋଗ ମିଳିବ। ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଯେଉଁ ମୁଖ୍ୟ ପ୍ରକଳ୍ପଗୁଡିକୁ ମଞ୍ଜୁରୀ ମିଳିଛି ସେଗୁଡିକ ହେଲା 1- ସୁନ୍ଦରଗଡ଼ରେ ଇସ୍ପାତ ଓ ଫେରୋ ଆଲୟଜ ପ୍ଲାଣ୍ଟ ହେବ, ଏଥିରେ ୫୫୩.୨୫ କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବ। 2- ଖୋର୍ଦ୍ଧାରେ ଆଦାନୀ ଏଣ୍ଟରପ୍ରାଇଜ ଲିମିଟେଡ୍‌ କରିବ ଡାଟା ସେଣ୍ଟର। ଏହି ଡାଟା ସେଣ୍ଟରରେ ୫୦୦ କୋଟି ଟଙ୍କା ନିବେଶରେ ୨୦୦ ଜଣଙ୍କୁ ମିଳିବ ନିଯୁକ୍ତି। 3- କେନ୍ଦୁଝରରେ ହେବ ଲୁହାଛଡ଼ ତିଆରି କାରଖାନା। ଆର୍ଯ୍ୟ ଆଇରନ୍ ଆଣ୍ଡ ଷ୍ଟିଲ୍ କମ୍ପାନୀ ୧୭୫.୭୫କୋଟି ନିବେଶ କରିବ। କାରଖାନାରେ ମୋଟ ୬୦୦ ଜଣଙ୍କୁ ସିଧାସଳଖ ନିଯୁକ୍ତି…

Read More

ଭୁବନେଶ୍ୱର: କୌଣସି ସଫଳତା ସଂଯୋଗବଶତଃ ମିଳେ ନାହିଁ। ଆକସ୍ମିକ ଭାବରେ ଲବ୍ଧ ସାଫଲ୍ୟ କ୍ଷଣସ୍ଥାୟୀ। କଠିନ ପରିଶ୍ରମ ଓ ସାଧନା ଜରିଆରେ ମିଳିଥିବା ସଫଳତା ଦୀର୍ଘସ୍ଥାୟୀ ଓ ଫଳପ୍ରଦ ହୋଇଥାଏ ବୋଲି ଡିଏଭି ପବ୍ଲିକ୍‍ ସ୍କୁଲ୍‍, ଚନ୍ଦ୍ରଶେଖରପୁରର ୩୪ତମ ପ୍ରତିଷ୍ଠା ଦିବସ ସମାରୋହରେ ଅଭିଭାଷଣ ପ୍ରଦାନ କରି ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାଶ ମତପ୍ରକାଶ କରିଛନ୍ତି। ଏସିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ପବ୍ଲିକ୍‍ ହେଲ୍‍ଥର ଭାଇସ୍‍-ଚାନସେଲର୍‍ ପ୍ରଫେସର ଦାଶ ମହାଭାରତ ଠାରୁ ଆରମ୍ଭ କରି ସମସାମୟିକ ଘଟଣାବଳୀରୁ ଏକାଧିକ ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ କୃତସଂକଳ୍ପ ଭାବରେ ଲକ୍ଷ୍ୟହାସଲ ଦିଗରେ ଆଗେଇଯିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟକୁ ଜାତୀୟ ଚରିତ୍ରର ଦର୍ପଣ ସହ ତୁଳନା କରି ପ୍ରଫେସର ଦାଶ ଏହା ସତତ ସ୍ୱଚ୍ଛ ଓ ସମୁଜ୍ଜ୍ୱଳ ହେବା ଉଚିତ ବୋଲି କହିଥିଲେ। ବିଦ୍ୟାଳୟର ଚେୟାରମ୍ୟାନ ଶରତ ଚନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ସମାହିତ ଏହି ମନୋଜ୍ଞ ଉତ୍ସବରେ ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡ.…

Read More

ଭୁବନେଶ୍ୱର : ଆଜି ନୂଆଦିଲ୍ଲୀସ୍ଥିତ ଲୋକସଭା ସଚିବାଳୟଠାରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଲୋକସଭା ବାଚସ୍ପତି ଶ୍ରୀ ଓମ୍‌ ବିର୍ଲାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଓଡ଼ିଶା ବିଧାନସଭାର ଅଧିକାରୀ ଓ କର୍ମଚାରୀମାନଙ୍କୁ ବୈଷୟିକ ଜ୍ଞାନକୌଶଳରେ ଅଧିକ ପ୍ରଶିକ୍ଷିତ କରି ଆଗାମୀ ଦିନରେ ଓଡ଼ିଶା ବିଧାନସଭାକୁ ଦେଶର ଏକ ଆଦର୍ଶ ବିଧାନସଭାରେ ପରିଣତ କରିବା ପାଇଁ କାର୍ଯ୍ୟ ଜାରି ରହିଛି ବୋଲି ବାଚସ୍ପତି ଶ୍ରୀ ଆରୁଖ ଲୋକସଭା ବାଚସ୍ପତିଙ୍କୁ ଅବଗତ କରାଇଥିଲେ। ଲୋକସଭା ବାଚସ୍ପତି ଶ୍ରୀ ବିର୍ଲା ଓଡ଼ିଶା ବିଧାନସଭାର ବିଭିନ୍ନ କାର୍ଯ୍ୟ ଓ ପରିଚାଳନା ବାବଦରେ ଶ୍ରୀ ଆରୁଖଙ୍କୁ ପଚାରି ବୁଝିଥିଲେ। ନିକଟରେ ଶେଷ ହୋଇଥିବା ବଜେଟ ଅଧିବେଶନର ଶାନ୍ତିପୂର୍ଣ୍ଣ ଓ ସୁଚାରୁ ପରିଚାଳନା ନେଇ ଶ୍ରୀ ବିର୍ଲା ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ଏପରି କାର୍ଯ୍ୟଧାରା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ବିକାଶଧାରା…

Read More

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଆଜି ୧୬ଟି ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନରଙ୍କର ଭୁବନେଶ୍ୱରସ୍ଥିତ ମଧୁସୂଦନ ଏକାଡେମୀଠାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୩ ସହ ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ରେ କରାଯାଇଥିବା ସଂଶୋଧନ ସଂପର୍କରେ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ତ୍ରୁଟିଶୂନ୍ୟ ଭୋଟର ତାଲିକାର ପ୍ରସ୍ତୁତି ଓ ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ରେ କରାଯାଇଥିବା ସଂଶୋଧନ ସଂପର୍କରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଡେପୁଟୀ କଲେକଫର, ଆସିଷ୍ଟାଣ୍ଟ କଲେକଫର ଓ ଜିଲ୍ଲାସ୍ତରରେ ନିର୍ବାଚନ କାର୍ଯ୍ୟରେ ସଂପୃକ୍ତ ଥିବା କର୍ମକର୍ତ୍ତାମାନଙ୍କୁ ଅବଗତ କରାଇଥିଲେ। ଜିଲ୍ଲାସ୍ତରରେ ସ୍ୱତନ୍ତ୍ର କ୍ୟାମ୍ପ ଅନୁଷ୍ଠିତ କରାଯାଇ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ନୂତନ ଭୋଟରମାନଙ୍କଠାରୁ ଫର୍ମ ସଂଗ୍ରହ ଏବଂ ଏହାର ଡିଜିଟାଇଜେସନ୍‌ କରିବା, ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ରେ କରାଯାଇଥିବା ସଂଶୋଧନ, ଭୋଟର…

Read More

ଭୁବନେଶ୍ବର: ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୟୁନିୟନ ବ୍ୟାଙ୍କ ଏମଡି ତଥା ସିଇଓ ଏ. ମଣିମେଖାଲାଇ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉଭୟଙ୍କ ମଧ୍ୟରେ ଗରିବ ଓ ଅତି ଗରିବଙ୍କ ଆର୍ଥିକ ସ୍ଥିତିକୁ ନେଇ ଆଲୋଚନା ହୋଇଛି। ନବୀନ କହିଥିଲେ, ଚାଷୀ ଏବଂ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ଆର୍ଥିକ ସହାୟତା ବୃଦ୍ଧି କରିବାକୁ ୟୁନିଅନ ବ୍ୟାଙ୍କ କାର୍ଯ୍ୟ କରୁ ବୋଲି ସେ ମନିମେଖାଲାଇଙ୍କୁ ପରାମର୍ଶ ଦେଇଥିଲେ । ତେବେ ୟୁନିଅନ ବ୍ୟାଙ୍କ ସିଏଓ ଏହାକୁ ଗ୍ରହଣ କରିବା ସହ ଚାଷୀ ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପାଇଁ ବ୍ୟାଙ୍କର ଆଉଟରିଚ୍ କାର୍ଯ୍ୟକ୍ରମ ବଢାଇବେ ବୋଲି କହିଛନ୍ତି। ଏହି ଭେଟ ସମୟରେ 5T ସଚିବ ଭିକେ ପାଣ୍ଡିଆନ ଏବଂ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Read More

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ଛତ୍ରମା ଅଞ୍ଚଳରେ ଚଢ଼ାଉ କରି ଛଅ ଲକ୍ଷରୁ ଉର୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି। ଖବର ମୁତାବକ ଗଜପତି ରୁ ଭୁବନେଶ୍ୱର ଅଭିମୁଖେ ଏକ ଗଞ୍ଜେଇ ବୋଝେଇ ମିନି ଟ୍ରକ ଆସୁଥିବାର ଖବର ପାଇଥିଲା ଅବକାରୀ ବିଭାଗ। ଅବକାରୀ ଅଧିକ୍ଷକ ଯଶକେତନ ବରିହାଙ୍କ ନିର୍ଦେଶକ୍ରମେ ଅବକାରୀ ଉପଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା ଏବଂ ଜାତୀୟ ରାଜପଥରେ ଛପି ରହିଥିଲା ଏହି ଟିମ। ଶେଷରେ ଛତ୍ରମା ଗ୍ରାମ ରୋଡ଼ରେ ମିନି ଟ୍ରକକୁ ଠାବ କରି ଅଟକାଇଥିଲା ଅବକାରୀ ବିଭାଗ। ଗାଡ଼ିରୁ ୧୨୫ କେଜି ଗଞ୍ଜେଇ ଏବଂ ନକଦ ୫୬ ହଜାର ୫୦୦ ଟଙ୍କା ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ମାନେ ହେଲେ ଗଜପତି ଜିଲ୍ଲା ମୋହନା ଥାନା ବୁଡ଼ୁନି ଗ୍ରାମର ସୁଜୟ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ଦୁଇଟି ପୁସ୍ତକ ‘ଶେଷ ଚିଠି’ ଓ ‘ଭାଗବତ କଥାମୃତ’ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମହାନ୍ତିଙ୍କୁ ତାଙ୍କର ସାରସ୍ବତ କୃତି ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ଆଗାମୀ ଦିନରେ ଏହା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଶେଷ ଚିଠି ଏକ କ୍ଷୁଦ୍ର ଗଳ୍ପ ସଂକଳନ । ଏଥିରେ ଉପକୂଳ ଓଡିଶାର ଅର୍ଦ୍ଧ ଶତାଦ୍ଦୀ ତଳର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ଅବସ୍ଥାର ନିଛକ ଚିତ୍ର ପ୍ରତିଫଳିତ ହୋଇଛି। ୨୩ଟି ଗଳ୍ପର ସମାହାରରେ ପ୍ରକାଶିତ ଏହି ପୁସ୍ତକଟି ପାଠକକୁ ହଜି ଯାଇଥିବା ଏକ ସମୟର ପରିଧିକୁ ଫେରାଇ ନେବାରେ ସକ୍ଷମ ହୋଇପାରିଛି । ବିଶିଷ୍ଟ ସାହିତ୍ୟିକ ଶ୍ରୀ ରାମଚନ୍ଦ୍ର ବେହେରା ଏହି ପୁସ୍ତକର ‘ଭୂମିକା’ ଲେଖିଛନ୍ତି । ଭାଗବତ କଥାମୃତ ଏକ ଆଧ୍ୟାତ୍ମିକଧର୍ମୀ ପୁସ୍ତକ । ଏଥିରେ ଭାଗବତର ବିଭିନ୍ନ ପ୍ରସଙ୍ଗକୁ ଆଧାର…

Read More

ନୂଆଦିଲ୍ଲୀ: ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ (ଏମଓଆରଟିଏଚ) ୪ଟି ରାଜ୍ୟ ଗୁଜୁରାଟ, ରାଜସ୍ଥାନ, ଓଡିଶା ଓ କର୍ଣ୍ଣାଟକରେ ପାଇଲଟ ଭିତ୍ତିରେ ଅଣବିଧ୍ୱଂସକାରୀ ପରୀକ୍ଷଣ (ଏନଡିଟି) ଦ୍ୱାରା ଜାତୀୟ ରାଜପଥ ଗୁଣବତ୍ତା ନୀରିକ୍ଷଣ ପାଇଁ ଭ୍ରାମ୍ୟମାଣ ନୀରିକ୍ଷଣ ଯାନ (ଏମଆଇଭି) ମୁତୟନ କରାଯିବ। ବିଶ୍ୱ ଗୁଣବତ୍ତା ମାନଦଣ୍ଡ ଅନୁଯାୟୀ ଜାତୀୟ ରାଜପଥ ନିର୍ମାଣ ମନ୍ତ୍ରାଳୟର ପ୍ରତିବଦ୍ଧତାର ଏକ ଅଂଶ। ଏହି ଏମଆଇଭିଗୁଡିକର ବ୍ୟବହାର ଦ୍ୱାରା ଜାତୀୟ ରାଜପଥ ନିର୍ମାଣରେ ପ୍ରଚଳିତ ଗୁଣବତ୍ତା ନିୟନ୍ତ୍ରଣ ଓ ଗୁଣବତ୍ତା ଗ୍ରହଣ ବ୍ୟବସ୍ଥାକୁ ଆହୁରି ସକ୍ରିୟ କରିବ। ସକ୍ରିୟ ଆଭିମୁଖ୍ୟ ଦ୍ୱାରା ଗୁଣବତ୍ତାରେ ଥିବା ସମସ୍ୟାଗୁଡିକ ଚିହ୍ନଟ ହୋଇପାରିବ। ପ୍ରତ୍ୟେକ ରାଜ୍ୟରେ ଭ୍ରାମ୍ୟମାଣ ନୀରିକ୍ଷଣ ଯାନ ସାହାଯ୍ୟରେ ତିନି ମାସରେ ୨ ହଜାର କିଲୋମିଟର ଜାତୀୟ ରାଜପଥ ପ୍ରକଳ୍ପ ନୀରିକ୍ଷଣ ହେବ। ଏନଏଚଏଆଇ, ଏନଏଚଆଇଡିସିଏଲ, ରାଜ୍ୟ ପିଡବ୍ଲୁଡି ଓ ଅନ୍ୟ ଏମଓଆରଟିଏଚର ଅନ୍ୟ କାର୍ଯ୍ୟନିର୍ବାହୀ ଏଜେନ୍ସିଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପରେ ନୀରିକ୍ଷଣ କରାଯିବ…

Read More