ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଭେଟିଥିଲେ। ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ, ଦୁଇ ନେତାଙ୍କ ମଧ୍ୟରେ ବେଶ କିଛି ସମୟ ଧରି ଆଲୋଚନା କରିଥିଲେ। ତେବେ କଣ ଆଲୋଚନା ହେଲା ସେ ବିଷୟରେ ଅଧିକ ସୂଚନା ପ୍ରଦାନ କରାଯାଇ ନାହିଁ। ରବିବାର ରାଷ୍ଟ୍ରପତିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ ରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରେ ହୋଇଥିବା ସାକ୍ଷାତର ଏକ ଫଟୋ ମଧ୍ୟ ସେୟାର କରାଯାଇଛି। ଯେଉଁଥିରେ ଉଭୟ ଆଲୋଚନା କରୁଥିବାର ଦେଖାଯାଇଛି। ରାଷ୍ଟ୍ରପତିଙ୍କ ସରକାରୀ ଏକ୍ସ ହ୍ୟାଣ୍ଡେଲରୁ ଫଟୋ ପୋଷ୍ଟ କରି ଲେଖାଯାଇଛି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି।” ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରେ ଏହି ସାକ୍ଷାତ ଏପରି ସମୟରେ ହେଉଛି ଯେତେବେଳେ ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ପ୍ରକ୍ରିୟା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ନିର୍ବାଚନ…
Author: Samikhsya Bureau
ଭୁବନେଶ୍ବର: ଆଜି ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି ବଳଙ୍ଗା ପିଡିତାଙ୍କ ମୃତ ଦେହ। କଡା ସୁରକ୍ଷା ମଧ୍ୟରେ ତାଙ୍କର ମୃତ ଦେହ ବିମାନ ବନ୍ଦରରୁ ବଳଙ୍ଗା ନିଆଯାଇଛି। ବିମାନ ବନ୍ଦରରେ ତାଙ୍କର ଶେଷ ଦର୍ଶନ କରିଛନ୍ତି ବିଭିନ୍ନ ଦଳର ନେତା। ଉପମୁଖ୍ୟମନ୍ତ୍ରୀ ତଥା ନିମାପଡାର ବିଧାୟିକା ପ୍ରଭାତୀ ପରିଡା ମଧ୍ୟ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଏହାପରେ ତାଙ୍କ ମରଶରୀରକୁ ତାଙ୍କ ଗ୍ରାମକୁ ନିଆଯାଇଛି।
ଭୁବନେଶ୍ବର: ଆଜି ରାତିରେ ଆସିବ ବଳଙ୍ଗା ପିଡିତାଙ୍କ ମୃତ ଦେହ। ନୂଆଦିଲ୍ଲୀ ଏମସରେ ତାଙ୍କର ଶବ ବ୍ୟବଛେଦ ପରେ ରାତି ବିମାନରେ ମୃତଦେହ ଅଣାଯାଉଛି। ଏହି ବିମାନ ଭୁବନେଶ୍ବରରେ ରାତି 11 ଟା 30 ପହଁଚିବ। ସେଥିପାଇଁ ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୃତଦେହ ଅଣାଯିବା ରାସ୍ତାରେ ପୋଲିସ ଜଗି ରହିଛନ୍ତି। କୌଣସି ରାଜନୈତିକ ଦଳ ଯେପରି ବିରୋଧ ନ କରିବେ ସେ ନେଇ ପୋଲିସ ତରଫରୁ ସୁରକ୍ଷା କରାଯାଇଛି। ଭୁବନେଶ୍ବର ବିମାନ ବନ୍ଦରରୁ ମୃତ ଦେହ ତାଙ୍କ ବଳଙ୍ଗା ନିକଟସ୍ଥ ତାଙ୍କ ଗ୍ରାମ ବାୟାବରକୁ ନିଆଯିବ। ସେଠାରେ ଶବ ଦାହ କରାଯିବ। ତେବେ ରାତିରେ ଶବ ସତ୍କାର କରାଯିବ କି ନାହିଁ ସେ ନେଇ ବିବାଦ ସୃଷ୍ଟି ହୋଇଛି। ଏଥିସହିତ ସେହି ଗ୍ରାମରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।
ଦିଲ୍ଲୀ / ଭୁବନେଶ୍ୱର: ଓଡ଼ିଶାର ପୁରୀ ଜିଲ୍ଲା ବଳଙ୍ଗାରେ ଜଣେ ୧୫ ବର୍ଷୀୟା ନାବାଳିକାକୁ ତିନି ଜଣ ଦୁବୃର୍ତ୍ତ ଅପହରଣ କରି ଜୀବନ୍ତ ପୋଡ଼ିଦେଲେ । ପୁରୀରୁ ଭୁବନେଶ୍ୱର ଏମ୍ସ ଓ ପରେ ଦିଲ୍ଲୀ ଏମ୍ସ ଅଣା ଯାଇଥିଲା ତା ଜୀବନ ବଞ୍ଚାଇବା ପାଇଁ। କିନ୍ତୁ ଗତକାଲି ରାତିରେ ଦିଲ୍ଲୀ ଏମ୍ସରେ ପୀଡିତା ନାବାଳିକା ଶେଷ ନିଶ୍ବାସ ତ୍ୟାଗ କରିଛି । ଜୁଲାଇ ୧୯ ତାରିଖ ଘଟଣା ଦିନରୁ ଆଜି ଯାଏ ଆମେ ପଚାରି ଆସୁଛୁ ସେ ତିନି ଅଭିଯୁକ୍ତ ଗଲେ କୁଆଡେ। ନୂଆଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟ ଇନ୍ଦିରା ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବା । ଶ୍ରୀମତୀ ଲାମ୍ବ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆମେ ଦାବି କରି ଆସୁଥିବା ବେଳେ କୁହାଯାଉଛି କି ନାବାଳିକାକୁ ପୋଡ଼ିବାରେ କାହାର ହାତ ନାହିଁ, କେହି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ଦରବାର ହଲଠାରେ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ସୁରକ୍ଷା, ପର୍ଯ୍ୟଟନ, ଗ୍ରାମ୍ୟ ଉନ୍ନୟନ, ସଡ଼କ, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ମହିଳା ସଶକ୍ତିକରଣ, କୃଷି ସମେତ ଶିଳ୍ପ ସମ୍ବନ୍ଧରେ ବିଶଦ ଭାବେ ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କେନ୍ଦୁଝର ଜିଲ୍ଲାରେ ଏହି ସବୁ କାର୍ଯ୍ୟର ଉପଯୁକ୍ତ କାର୍ଯ୍ୟନ୍ୱୟନ ଯୋଗୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ପ୍ରକଳ୍ପ ଗୁଡ଼ିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜିର ବୈଠକରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ତଥା ଗମନାଗମନ ଉପରେ ଗୁରୁତ୍ଵ ଦେଇ ସମ୍ପୃକ୍ତ ପ୍ରକଳ୍ପଗୁଡିକର ପୁଙ୍ଖାନୁପୁଙ୍ଖ ସମୀକ୍ଷ। କରିଥିଲେ। ରାଇସୁଆଁ ଏୟାର୍ ଷ୍ଟ୍ରିପ୍, କେଉଁଝର ବାଇପାସ୍, ଆଇକନିକ୍ ବ୍ରିଜ୍, ରେଲୱେ ଷ୍ଟେସନ୍ ରାସ୍ତା, ନୁଦୁରପଡ଼ାରୁ କାଳିଆହତା ରାସ୍ତା, ପିଠାଗୋଳା ରାସ୍ତା (ହରିଚନ୍ଦନପୁରରୁ ତେଲକୋଇ),…
The Samikhsya Desk: ଆଜି ଭିଜିଲାନ୍ସ ଜଣେ ଏମଭିଆଇଙ୍କ ଘରେ ଚଢାଉ କରିଛି। ଆଉ ଖୋଳିଛି ତାଙ୍କର ଅମାପ ସଂପତ୍ତିର ତାଲିକା। ସେ ହେଉଛନ୍ତି ବୌଦ୍ଧର ଏମଭିଆଇ ଶ୍ରୀ ଗୋଲାପ ଚନ୍ଦ୍ର ହଂସଦା। ଆୟତ୍ତଠାରୁ ଅଧିକ ସମ୍ପତ୍ତି ଠାବ କରାଯାଇଥିବା ଅଭିଯୋଗରେ, ଓଡିଶା ଭିଜିଲାନ୍ସ ଦ୍ୱାରା ବାରିପଦା, ବୌଦ୍ଧ ଏବଂ ଭୁବନେଶ୍ୱରର 6ଟି ସ୍ଥାନରେ ଏକକାଳୀନ ଘର ତଲାସ କରାଯାଉଛି। ଏଥିରେ ୪ ଜଣ ଡିଏସ୍ପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସର୍ଚ୍ଚ କରୁଛନ୍ତି। ଏପର୍ଯ୍ୟନ୍ତ ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ଗୋଟିଏ ବହୁତଳ କୋଠା, ୪୪ଟି ପ୍ଲଟ୍, ପ୍ରାୟ ୨୫୦ ଗ୍ରାମ ସୁନା, ୨.୩୮ ଲକ୍ଷ ଟଙ୍କାରୁ ଅଧିକ ନଗଦ, ୧.୦୮ କୋଟି ଟଙ୍କା ଜମା, ଝିଅର ଡାକ୍ତରୀ ଶିକ୍ଷା ପାଇଁ ଖର୍ଚ୍ଚ ହୋଇଥିବା ୪୦ ଲକ୍ଷ ଟଙ୍କା ଇତ୍ୟାଦି ଥିବାର ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଚଢାଉ ଜାରୀ ରହିଥିବାରୁ ସଂପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ।
ଭୁବନେଶ୍ୱର :- ପନ୍ଦର ଦିନଧରି ଜୀବନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ୧୯ ଜୁଲାଇ ଶନିବାର ସକାଳେ ଘଟଣା ଘଟିଥିଲା ଏବଂ ସେଇ ଶନିବାର ୨ ଅଗଷ୍ଟ ଜୀବନ ଚାଲିଗଲା। ଏତେ ବଡ଼ ଘଟଣା ଘଟିଥିଲେ ବି ସରକାର, ପୋଲିସ ପ୍ରଶାସନ କେବଳ ଶୋକ ବାର୍ତ୍ତା ଦେଇ ନିଜର ଦାୟିତ୍ଵ ସାରିଦେଲେ। ଚାରିଥର ବୟାନ ଦେଇଥିବା ପୀଡ଼ିତା ଜଣଙ୍କ ମାନସିକ ସ୍ତରରେ ସକ୍ଷମ ଥିଲେ। ଧୀରେ ଧୀରେ ସୁସ୍ଥ ହେଇ ଆସୁଥିବା ବେଳେ ହଠାତ୍ ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ରାଜ୍ୟବାସୀଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ସମ୍ପୂର୍ଣ୍ଣ ଭାବେ ସରକାରୀ ବ୍ୟବସ୍ଥାଗତ ହତ୍ୟା ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୋନାଲି ସାହୁ, ମଧୁସ୍ମିତା ଆଚାର୍ଯ୍ୟ, ଡ଼ ମନିଶା ଦାସ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ଏବଂ ପ୍ରଣତି ମିଶ୍ର ଅଭିଯୋଗ କରିଥିଲେ। ମୁଖପାତ୍ର ଶ୍ରୀମତୀ ସାହୁ…
ନୂଆଦିଲ୍ଲୀ: ମାଛ ଉତ୍ପାଦନରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। କୋଲକାତାରେ ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ। ସେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ର ପ୍ରତିନିଧିମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ମାଛ ଉତ୍ପାଦନ ବୃଦ୍ଧି ଏବଂ ଏହି କ୍ଷେତ୍ରର ପ୍ରତିବନ୍ଧକଗୁଡ଼ିକୁ ସମାଧାନ କରିବା ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, କିଶାନ କ୍ରେଡିଟ୍ କାର୍ଡ ଏବଂ ଅନ୍ୟାନ୍ୟ ବିଭିନ୍ନ ଯୋଜନା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ମନ୍ତ୍ରୀ କହିଛନ୍ତି ଯେ ଗ୍ରାମାଞ୍ଚଳ ସମେତ ପଶ୍ଚିମବଙ୍ଗରେ ଅନେକ ପୋଖରୀ ଅଛି, ଯାହା ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି କରିବାରେ ଯୋଗଦାନ ଦେଇପାରିବ। ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ ଭାରତରେ ୨୦୧୩-୧୪ ତୁଳନାରେ ୨୦୨୪-୨୫ରେ ମାଛ ଉତ୍ପାଦନ ୧୦୩% ବୃଦ୍ଧି ପାଇଛି। ରାଜ୍ୟମନ୍ତ୍ରୀ ଜର୍ଜ କୁରିଆନ୍ ମଧ୍ୟ ଉପସ୍ଥିତ…
ଭୁବନେଶ୍ବର: ଆଜି ବିଶ୍ବଭୂଷଣ ହରିଚନ୍ଦନଙ୍କ ଜନ୍ମଦିନ। ଆଜି ସେ ୯୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଦୀର୍ଘ ବର୍ଷର ଓଡିଶା ରାଜନୀତିରେ ତାଙ୍କର ଅଭିଜ୍ଞତା। ଓଡିଶା ରାଜନୀତିର ଭୀଷ୍ମ ପିତାମହ କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜ୍ୟରେ ଜଣେ ଟାଣୁଆମନ୍ତ୍ରୀ ସହିତ ଦୁଇଟି ରାଜ୍ୟର ରାଜ୍ୟପାଳ ହେବା କିଛି କମ କଥା ନୁହେଁ। ଜଣେ ପାଇକ ନେତା ଭାବେ ମଧ୍ୟ ତାଙ୍କର ରହିଛି ସୁଖ୍ୟାତି। ସେ ପାଇକ ସଂଗ୍ରାମ ଉପରେ କରିଛନ୍ତି ଗବେଷଣା ଆଉ ପ୍ରକାଶ କରିଛନ୍ତି ପୁସ୍ତକ। ସେହିପରି ଜଣେ ପ୍ରଗାଢ ରାଜନୈତିକ ବ୍ୟକ୍ତିତ୍ବଙ୍କ ଜନ୍ମ ଦିନରେ ବିଭିନ୍ନ ସ୍ଥାନରେ କରାଯାଇଛି ପୂଜାଅର୍ଚ୍ଚନା। ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ବିଶ୍ବଭୂଷଣଙ୍କ ପ୍ରଶଂସକମାନେ ଦୀପ ଜାଳି ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି। ଏକାମ୍ର ଭୁବନେଶ୍ବରର ବିଧାୟକ ବାବୁ ସିଂଙ୍କ ନେତୃତ୍ବରେ ବହୁ ସମର୍ଥକ ମନ୍ଦିରରେ ଉପସ୍ଥିତ ରହି ପୂଜା ମଧ୍ୟ କରିଛନ୍ତି। ସେହିପରି ତାଙ୍କର ଜନ୍ମ ଦିନରେ ବହୁ ବିଶିଷ୍ଠ ବ୍ୟକ୍ତିଗଣ ତାଙ୍କୁ…
ଭୁବନେଶ୍ବର: ଆଜି ୯୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଆନ୍ଧ୍ର ପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ବିଶ୍ବଭୂଷଣ । ଓଡିଶା ରାଜନୈତିକ ଇତିହାସରେ ସେ ହେଉଛନ୍ତି ଜଣେ ବେଶ୍ ପରିଚିତ ବ୍ୟକ୍ତିତ୍ବ। ଭାରତୀୟ ଜନସଂଘରୁ ରାଜନୈତିକ ଜୀବନ ଆରମ୍ଭ କରି ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ ରାଜ୍ୟପାଳ ହେବା କିଛି ସହଜ କଥା ନୁହେଁ। ବିଶ୍ବଭୂଷଣଙ୍କ ରାଜନୈତିକ ଜୀବନ ବେଶ ଲମ୍ବା। ସେ ପ୍ରଥମେ ୧୯୭୧ ମସିହାରେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ।୧୯୭୭ ମସିହାରେ ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ୧୯୭୫ ମସିହାରେ ସେ ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ମିସା ଆଇନରେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ସେ ୧୯୮୦ରୁ ୧୯୮୮…
The Samikhsya Desk: ଖୋର୍ଦ୍ଧା ଏସପି ସାଗରିକା ନାଥଙ୍କ ପାଇଁ ଏକ ଖୁସି ଖବର। ତାଙ୍କୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏକ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି। ଏ ନେଇ କେନ୍ଦ୍ର ରାଜ୍ୟ ପୋଲିସ ଡିଜିଙ୍କୁ ଚିଠି କରି ଜଣାଇ ଦେଇଛନ୍ତି। ତାଙ୍କୁ ଖୁବ ଶିଘ୍ର ତାଙ୍କ ଦାୟିତ୍ବରୁ ମୁକ୍ତ କର ବୋଲି ସେଥିରେ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ, ଓଡିଶା କ୍ୟାଡରର ଆଇପିଏସ ସାଗରିକା ନାଥଙ୍କୁ କେନ୍ଦ୍ର ସରକାର ଜାତୀୟ ତଦନ୍ତ ଏଜେନ୍ସି ବା NIA ର ଏସପି ଭାବେ ନିଯୁକ୍ତି ଘୋଷଣା କରିଛନ୍ତି। ସେଥିପାଇଁ ତାଙ୍କୁ ତୁରନ୍ତ ତାଙ୍କୁ ଦାୟିତ୍ବ ମୁକ୍ତ କରି କେନ୍ଦ୍ରକୁ ପଠାଇବା ପାଇଁ ଉଲ୍ଲେଖ କରାଯାଇଛି। ସାଗରିକା ନାଥ ଖୋର୍ଦ୍ଧା ଏସପି ଭାବେ ଗତ ବର୍ଷ ଅକ୍ଟୋବର ମାସରେ ଯୋଗ ଦେଇଛନ୍ତି। ତା ପୂର୍ବରୁ ସେ ବାଲେଶ୍ବର ଜିଲ୍ଲା ଏସପି ଭାବେ କାର୍ଯ୍ୟ କରୁଥିଲେ। ସେ ଜଣେ ଲେଡି ସିଂଘମ ଭାବେ…
ଭୁବନେଶ୍ବର: ଆଜି ପ୍ରଖ୍ୟାତ ଅଭିନେତା ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ କନକ ମହାପାତ୍ରଙ୍କ ପରଲୋକ ଘଟିଛି। ଏହି ଖବର ଜଣାପଡିବା ପରେ ତାଙ୍କ ଖାରବେଳ ନଗର ବାସଭବନରେ ବହୁ ବ୍ୟକ୍ତି ଶେଷ ଦର୍ଶନ କରିବାକୁ ଯାଇଥିଲେ। ଏଥିରେ ବହୁ ଚଳଚିତ୍ର ଅଭିନେତା ଓ ନେତା ସାମିଲ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସିଦ୍ଧାନ୍ତଙ୍କ ମାଆଙ୍କୁ ଶେଷ ଦର୍ଶନ କରିଛନ୍ତି। ଏଥିସହିତ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ସିଦ୍ଧାନ୍ତଙ୍କ ମାଆଙ୍କ ପରଲୋକ ଖବର ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଲେକିଛନ୍ତି ଯେ, ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃବିୟୋଗ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ । ଶ୍ରୀ ମହାପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ଓ ଶୋକାକୁଳ ପରିବାରବର୍ଗଙ୍କୁ…
The Samikhsya Desk: ଏଣିକି କୌଣସି ସ୍କୁଲ ପରିସରରେ ରାଜନୈତିକ ଦଳର ଚିହ୍ନ ଲାଗିପାରିବ ନାହିଁ। ଏପରିକି କୌଣସି ପୋଷ୍ଟର ବ୍ୟାନର ମଧ୍ୟ ପରିସର ଭିତରେ ଲାଗିପାରିବ ନାହିଁ। ଏହିପରି ଏକ ବିଡ ନିଷ୍ପତି ଗ୍ରହଣ କରିଛନ୍ତି ଆନ୍ଧ୍ର ପ୍ରଦେଶ ସରକାର। ସେଠାରେ ସରକାର ସ୍କୁଲ ପରିସରରେ ରାଜନୈତିକ ପ୍ରତୀକ କିମ୍ବା ସାମଗ୍ରୀ ପ୍ରଦର୍ଶନକୁ ନିଷେଧ କରିଛନ୍ତି। ସ୍କୁଲ ଶିକ୍ଷା ନିର୍ଦ୍ଦେଶକ ବିଜୟ ରାମା ରାଜୁ ଏକ ନିର୍ଦ୍ଦେଶରେ କହିଛନ୍ତି ଯେ, ସ୍କୁଲ ପରିସରରେ ରାଜନୈତିକ ଦଳ କିମ୍ବା ସଂଗଠନ ସହିତ ଜଡିତ ପତାକା, ଶାଲ, ବ୍ୟାନର କିମ୍ବା ପୋଷ୍ଟର ସମେତ ଯେ କୌଣସି ରାଜନୈତିକ ଚିହ୍ନ କିମ୍ବା ସାମଗ୍ରୀ ପ୍ରଦର୍ଶନକୁ କଡ଼ାକଡ଼ି ନିଷେଧ କରାଯାଇଛି। ଏହା ସହିତ, ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଅଭିଭାବକ କିମ୍ବା ସ୍କୁଲ ପରିଚାଳନା କମିଟିର ସଦସ୍ୟମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀକୁ କୌଣସି ପରିସ୍ଥିତିରେ ସ୍କୁଲ ପରିସରରେ ପ୍ରବେଶ କରିବାକୁ ଅନୁମତି…
ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, ପାରମ୍ପରିକ କୋଲହାପୁରୀ ଚପଲର ଭୌଗୋଳିକ ସଙ୍କେତ ବା GI ଟ୍ୟାଗ୍ ଦୁଇଟି ସରକାରୀ ସଂସ୍ଥାକୁ ମିଳିଛି। ଏହା ମହାରାଷ୍ଟ୍ରର ସନ୍ଥ ରୋହିଦାସ ଚମଡା ଶିଳ୍ପ ଏବଂ ଚର୍ମକର ବିକାଶ ନିଗମ ଲିମିଟେଡ୍ (LIDCOM) ଏବଂ କର୍ଣ୍ଣାଟକର ଡକ୍ଟର ବାବୁ ଜଗଜୀବନ ରାମ ଚମଡା ଶିଳ୍ପ ବିକାଶ ନିଗମ ଲିମିଟେଡ୍ (LIDKAR) ର ବୋଲି ଆନୁଷ୍ଠାନିକ ଭାବରେ ନିଶ୍ଚିତ କରାଯାଇଛି। ଇଟାଲୀୟ ଫ୍ୟାଶନ୍ ବ୍ରାଣ୍ଡ ପ୍ରାଡା ଏହାର 2025 ବସନ୍ତ/ଗ୍ରୀଷ୍ମ ସଂଗ୍ରହରେ କୋଲହାପୁରୀ ଚପଲ ସଦୃଶ ଚମଡା ସାଣ୍ଡେଲ ପ୍ରଦର୍ଶିତ କରିବା ପରେ ବିବାଦ ସୃଷ୍ଟି ହୋଇଥିଲା। ସେହି କଂପାନୀ ଏହି ଚପଲ ତାହାର ବୋଲି ପ୍ରଚାର କରିଥିଲା। ପରବର୍ତ୍ତୀ ସମୟରେ, ବମ୍ବେ ହାଇକୋର୍ଟରେ ଏ ନେଇ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା, ଯାହାକୁ ପରେ ଖାରଜ ହୋଇଯାଇଥିଲା। କୋର୍ଟ କହିଛନ୍ତି ଯେ କେବଳ ପଞ୍ଜିକୃତ GI ଧାରକମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାର ଅଧିକାର…
ନୂଆଦିଲ୍ଲୀ: IFFCO ର ଅଧ୍ୟକ୍ଷ ଶ୍ରୀ ଦିଳୀପ ସଂଘାନୀ ଏହିଥିରେ ଘୋଷଣା କରିଛନ୍ତି ଯେ ଶ୍ରୀ କେ.ଜେ. ପଟେଲ IFFCO ର ନୂତନ ବ୍ୟବସ୍ଥାପକ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଶ୍ରୀ ପଟେଲ, ଯିଏ ପୂର୍ବରୁ IFFCO ରେ ଡିରେକ୍ଟର (ଟେକ୍ନିକାଲ୍) ପଦରେ ଥିଲେ, ସେ ଉର୍ବରକ ଶିଳ୍ପରେ 32 ବର୍ଷର ଅଧିକ ଅନୁଭବ ନେଇ ଆସିଛନ୍ତି। ସେ ସୌରାଷ୍ଟ୍ର ବିଶ୍ୱବିଦ୍ୟାଳୟରୁ ମେକାନିକାଲ୍ ଇଞ୍ଜିନିୟରିଂ କରିଛନ୍ତି ଏବଂ ନାଇଟ୍ରୋଜେନସ୍ ଏବଂ ଫସଫେଟିକ୍ ଉର୍ବରକ କାରଖାନାର ରକ୍ଷାବେକ୍ଷଣ ଓ ଚାଳନାରେ ଗଭୀର ଅନୁଭବ ରଖନ୍ତି। ସେ IFFCO ର ପାରାଦୀପ ବିଭାଗ, ଯାହା ଭାରତର ସବୁଠାରୁ ବଡ଼ କମ୍ପ୍ଲେକ୍ସ ଉର୍ବରକ କାରଖାନା, ତାହାର ଅଧ୍ୟକ୍ଷତା କରୁଥିଲେ। ଘୋଷଣା କରି IFFCO ଅଧ୍ୟକ୍ଷ ଶ୍ରୀ ସଂଘାନୀ କହିଲେ: “ଶ୍ରୀ କେ.ଜେ. ପଟେଲ ଙ୍କର ଉତ୍କୃଷ୍ଟ ଶିଳ୍ପ ଜ୍ଞାନ ଓ ରଣନୈତିକ ଦୃଷ୍ଟିକୋଣ IFFCO ର ଲକ୍ଷ୍ୟ ସହ ସମନ୍ୱୟ ରଖେ। ମୋର ବିଶ୍ୱାସ ଅଛି…
ଭୁବନେଶ୍ବର: ବିଶିଷ୍ଟ ସାମ୍ବାଦିକ, ଲେଖକ, ଗବେଷକ ଓ ବହୁ ପ୍ରାମାଣିକ ଚଳଚିତ୍ରର ରଚନା, ନିର୍ଦେଶନା ଓ ପ୍ରଯୋଜନା କରିଥିବା ବହୁବିଧ ପ୍ରତିଭାର ଏକନିଷ୍ଠ ବ୍ୟକ୍ତିତ୍ୱ ଜିତେନ୍ଦ୍ର ପଟ୍ଟନାୟକଙ୍କୁ 2025 ବର୍ଷ ପାଇଁ ସମ୍ମାନଜନକ ଗନ୍ଧର୍ବ କଳା ସମ୍ମାନ ପ୍ରଦାନ କରାଯାଇଛି। କଳାକାର ଦିବସ ଉପଲକ୍ଷେ “ଓଡ଼ିଆ କଳାକାରଙ୍କ ସ୍ୱର” ବା ଓକେଏସ ସଂସ୍ଥା ପକ୍ଷରୁ ବିଶିଷ୍ଟ ସିନେ ନିର୍ଦେଶକ (ହାକିମ ବାବୁ) ପ୍ରଣବ ଦାସ, ବିଶିଷ୍ଟ ସମାଜସେବୀ ତଥା ଟିମ ଆଡ଼ଭାଟାଜିଙ୍ଗର ମୁଖ୍ୟ ନିଶିକାନ୍ତ ମିଶ୍ର, ଯାତ୍ରା ସମ୍ରାଟ ଦୈତାରୀ ପଣ୍ଡା, ଓକେଏସ ସଭାପତି ଶ୍ରୀଧର ମାର୍ଥା ଏବଂ ସମ୍ପାଦକ ମୃତ୍ୟୁଞ୍ଜୟ ପଣ୍ଡା ପ୍ରମୁଖ ଜିତେନ୍ଦ୍ରଙ୍କୁ ଉପଢୌକନ, ମାନପତ୍ର ଦେଇ ସମ୍ମାନୀତି କରିଛନ୍ତି। ଜିତେନ୍ଦ୍ର କେବଳ ସଫଳ ସାମ୍ବାଦିକ ଭାବେ ସୁନାମ ଅର୍ଜି ନାହାନ୍ତି, ବର୍ତ୍ତମାନ ସୁଦ୍ଧା ସେ ପାଞ୍ଚ ଶହରୁ ଅଧିକ ପ୍ରାମାଣିକ ଚଳଚିତ୍ର କରି ଚର୍ଚ୍ଚିତ ହୋଇଛନ୍ତି। ଏଥିରୁ ଦୁଇଟି ଡକ୍ୟୁ ଫିଲ୍ମ ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ ହୋଇଛି।…
ଭୁବନେଶ୍ବର: ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ବର୍ଷରେ ପ୍ରଦାର୍ପଣ କରିବାକୁ ଯାଉଛନ୍ତି। ଦେଶପ୍ରତି, ବିଶେଷକରି ଓଡିଶା ପ୍ରତି, ପ୍ରଧାନମନ୍ତ୍ରୀଙ୍କ ଅନେକ ଅବଦାନ ରହିଛି। ଗତ ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଓଡିଶା ଆସି ଆମର ମା ମାନଙ୍କ ସମ୍ମାନରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ। ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା, ଓଡିଶାବାସୀଙ୍କ ପ୍ରତି ସଦିଚ୍ଛାର ସମ୍ମାନ ଜଣାଇ ଏକ୍ ପେଡ୍ ମା କେ ନାମ୍ ଅଭିଯାନରେ ସେପ୍ଟେମ୍ବର ୧୭ ତାରିଖରେ ଓଡିଶାରେ ଗୋଟିଏ ଦିନରେ ଲାଗିବ ୭୫ ଲକ୍ଷ ଗଛ। ଏହା ହେବ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡିଶାବାସୀଙ୍କ ଉପହାର। ଆଜି ଲୋକସେବା ଭବନରେ ଏକ୍ ପେଡ୍ ମା କେ ନାମ୍ ଅଭିଯାନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ ଯେ, ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ୍ ପେଡ…
ମୁମ୍ବାଇ: ରିଲାଏନ୍ସ ରିଟେଲ ର ସୌନ୍ଦର୍ଯ୍ୟ ପ୍ଲାଟଫର୍ମ ଟିରା ଆୟୁର୍ବେଦ ବ୍ରାଣ୍ଡ ‘ପୁରାବେଦା’ ଶୁଭାରମ୍ଭ କରିଛି। ଆୟୁର୍ବେଦ ବ୍ରାଣ୍ଡ ପୁରାବେଦା ଚାରୋଟି ସ୍ୱତନ୍ତ୍ର ରେଞ୍ଜ ସହିତ ଶୁଭାରମ୍ଭ କରିଛି। କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ଯେ ପୁରାବେଦା ପ୍ରାଚୀନ ପରମ୍ପରା ଏବଂ ଆଧୁନିକ ବିଜ୍ଞାନର ଏକ ଉତ୍ତମ ମିଶ୍ରଣ। ଏବଂ ଏହି ଶୁଭାରମ୍ଭ ଟିରାର ସୌନ୍ଦର୍ଯ୍ୟ ଉତ୍ପାଦଗୁଡ଼ିକୁ ସଚେତନ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବାର ଲକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରମାଣିତ ହେବ। ଟିରାର ସହ-ପ୍ରତିଷ୍ଠାତା ଏବଂ ସିଇଓ ଭକ୍ତି ମୋଦି ଏହି ଶୁଭାରମ୍ଭ ଅବସରରେ କହିଛନ୍ତି, “ଆମେ ପୁରାବେଦା ଶୁଭାରମ୍ଭ କରି ଅତ୍ୟନ୍ତ ଆନନ୍ଦିତ, ଯାହା ଏକ ବ୍ରାଣ୍ଡ ଭାବରେ ଭାରତର ଐତିହ୍ୟ ଏବଂ ନବସୃଜନର ଶକ୍ତିଶାଳୀ ସମନ୍ୱୟର ଏକ ପ୍ରତୀକ। ଟିରାରେ, ଆମର ଲକ୍ଷ୍ୟ ହେଉଛି ଏପରି ବ୍ରାଣ୍ଡଗୁଡ଼ିକୁ ଆଗକୁ ଆଣି ସୌନ୍ଦର୍ଯ୍ୟକୁ ଏକ ନୂତନ ପରିଭାଷା ଦେବା। ପୁରାବେଦା ସହିତ, ଆମେ ଗ୍ରାହକମାନଙ୍କୁ ଚିନ୍ତାଶୀଳ ଭାବରେ ଡିଜାଇନ୍ କରାଯାଇଥିବା…
ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଲୋକସଭା ଭବନରେ ସଂଧ୍ୟା 5ଟାରେ ଏହି ବୈଠକ ବସିବ ବୋଲି ନିଷ୍ପତି ହୋଇଛି। ଏଥିରେ 6ଟି ବିଭାଗର 7ଟି ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ଉପରେ ଆଲୋଚନା ହେବ। ସେଥିମଧ୍ୟରେ ରାଜ୍ୟର ରାଜସ୍ବ ନୀତିରେ କେତେକ ସଂଶୋଧନ ସହ ଶିକ୍ଷା, ସ୍ବାସ୍ଥ୍ୟ ଭଳି ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ରହିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମୋହନ ସରକାର ଆସିବା ପରେ ବର୍ତ୍ତମାନ 22 ଟି କ୍ୟାବିନେଟ ବୈଠକ ହୋଇସାରିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୦ ତମ କିସ୍ତି ଅଗଷ୍ଟ ୨ ତାରିଖ ଶନିବାର ଦିନ ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ, ଗତକାଲି ନୂଆଦିଲ୍ଲୀରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏହି କାର୍ଯ୍ୟକ୍ରମର ଲାଭ ସର୍ବାଧିକ ସଂଖ୍ୟକ ଚାଷୀଙ୍କ ପାଖରେ ପହଞ୍ଚିବା ନିଶ୍ଚିତ କରିବା ପାଇଁ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ପିଏମ କିସାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକ ଚାଷୀଙ୍କୁ ୨ହଜାର ଟଙ୍କା ଲେଖାଏଁ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ବାରାଣସୀରେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ବୈଠକରେ, ଶ୍ରୀ ଚୌହାନ ଜାତୀୟ, ରାଜ୍ୟ, ଜିଲ୍ଲା ଏବଂ ଗ୍ରାମ ସ୍ତରରେ ଚାଷୀମାନଙ୍କୁ କାର୍ଯ୍ୟକ୍ରମ ସହିତ ଯୋଡ଼ିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ଏକ ଦେଶବ୍ୟାପୀ ଅଭିଯାନ ଭାବରେ ଆୟୋଜନ କରିବାକୁ ଆହ୍ୱାନ କରିଥିଲେ। ସେ…
The Samikhsya Desk: ଭାରତ ଉପରେ କଠୋର ମନୋଭାବ ପୋଷଣ କରିଛି ଆମେରିକା। ଆମେରିକା ଭାରତ ସହିତ ସଂପର୍କକୁ ଭୁଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶ ଉପରେ ୨୫ ପ୍ରତିଶତ ବାଣିଜ୍ୟିକ ଶୁଳ୍କ ଲାଗୁ କରିଛନ୍ତି। ଏହି ନୂଆ ଶୁଳ୍କ ୧ ଅଗଷ୍ଟରୁ ଭାରତ ଉପରେ ଲାଗୁ ହେବ। ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ଏକ ବିବୃତ୍ତିକୁ ଭାରତ ଗୁରୁତ୍ୱ ଦେଇଛି। ଏକ ବିବୃତ୍ତିରେ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଆଜି କହିଛି ଯେ ସରକାର ଜାତୀୟ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବେ। ଆମେରିକା ସହିତ ସର୍ବଶେଷ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ସମେତ ଅନ୍ୟାନ୍ୟ ବାଣିଜ୍ୟ ଚୁକ୍ତିନାମା ହୋଇଛି। ମନ୍ତ୍ରଣାଳୟ କହିଛି ଯେ ଭାରତ ଏବଂ ଆମେରିକା ଗତ କିଛି ମାସ ଧରି ଏକ ନିରପେକ୍ଷ, ସନ୍ତୁଳିତ ଏବଂ ପାରସ୍ପରିକ…

