Author: Samikhsya Bureau

ଭୁବନେଶ୍ବର: ଝାଡଖଣ୍ଡ ନିର୍ବାଚନ ପ୍ରଚାରରେ ନିଜକୁ ସାମିଲ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ଆଜି ଦିନିକିଆ ଗସ୍ତରେ ଯାଇ ସେଠାରେ ଷଢେଇକଳା ଖରସୁଆଁ ଏବଂ ପଶ୍ଚିମ ସିହଂଭୂମିରେ ପ୍ରଚାର କରିଛନ୍ତି। ସେହି ଅଞ୍ଚଳରେ ବହୁ ଓଡିଆ ତଥା ଆଦିବାସୀ ରହିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଭାବ ପଡିବ ବୋଲି ରାଜ୍ୟ ବିଜେପି ଆଶା କରିଛି। ଏହି ପ୍ରଚାର ବେଳେ ସେ ଓଡିଶାର ପୂର୍ବ ସରକାର କିପରି ଖଣି ଦୁର୍ନିତିରେ ଲିପ୍ତ ରହିଥିଲା ତାହା ଭାଷଣ ମାଧ୍ୟମରେ କହିଥିଲେ। ଏଥିସହିତ ସେଠାରେ ବର୍ତ୍ତମାନ ଡବଲ ଇଂଜିନ ସରକାର ଚାଲିବା ପରେ କିପରି ସୁଫଳ ମିଳିଛି ସେ ସଂପର୍କରେ ଲୋକଙ୍କୁ କହିଥିଲେ। ଏଥିସହିତ ଝାଡଖଣ୍ଡରେ ମଧ୍ୟ ଡବଲ ଇଂଜିନ ସରକାର ଚାଲିବା ବୋଲି ସେ ଦୃଢତାର ସହିତ କହିଛନ୍ତି। ମୁକ୍ୟମନ୍ତ୍ରୀ ବିବାଦୀୟ ନେତା ଚମ୍ପେଇ ସୋରେନଙ୍କ ପାଇଁ ମଧ୍ୟ ପ୍ରଚାର କରିଛନ୍ତି। ସୋରେନ ଷଢେଇକଳା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ସେଠାରେ…

Read More

ପୁରୀ: ଆସନ୍ତାକାଲିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ପଞ୍ଚୁକ ବ୍ରତ। ଚଳିତ ବର୍ଷ ପଞ୍ଚୁକ ୪ ଦିନ ପଡୁଥିବାରୁ ଶ୍ରୀକ୍ଷେତ୍ରରେ ଭକ୍ତ ଙ୍କ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ରହିବ।  ତେବେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କେତେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନପାଇଁ ବ୍ୟାରିକେଡ଼ର  ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଆଜି ଶ୍ରୀମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କୁ ରାଧାଦାମୋଦର ବେଶ ଓ ହରିହର ବେଶରେ ଦର୍ଶନ କରି ସୌଭାଗ୍ୟ ପ୍ରାପ୍ତି ଲାଭ କରିଛନ୍ତି। ତେବେ ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ର ରେ ଆଜିଠୁ ଭକ୍ତଙ୍କ ପ୍ରବଳ ଗହଳି ଦେଖାଯାଇଥିବା ବେଳେ ଚଳିତ ବର୍ଷ ପଞ୍ଚୁକ ଚାରି ଦିନ ପଡୁଅଛି। ପଞ୍ଚୁକ ତିଥିରେ ଏକ ଦିବସ କ୍ଷୟ ପଡୁଥିବାରୁ ଚଳିତ ବର୍ଷ ଲଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ । ପଞ୍ଚକର ପ୍ରଥମ ଦିବସ ଆସନ୍ତାକାଲି ବଡ଼ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ…

Read More

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କନଭେନସନ୍ ସେଣ୍ଟର୍ ଠାରେ ଆୟୋଜିତ  ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ- ୨୦୨୪ର ଦ୍ୱିତୀୟ ତଥା ଉଦଯାପନୀ ଦିବସର ଏକ ସମ୍ପାନରେ ଆଜି  ‘ପୁଷ୍ଟିଶସ୍ୟ ସେବା କେନ୍ଦ୍ରର ସ୍ଥାୟିତ୍ଵ ପାଇଁ  ଦୀର୍ଘମିଆଦି ଆଭିମୁଖ୍ୟ’ ଶୀର୍ଷକ ଆଲୋଚନା କରାଯାଇଥିଲା। ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ, ପରିଚାଳନା ନିର୍ଦ୍ଦେଶକ, ଆପିକଲଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି  ସମ୍ପାନରେ ଅଂଶଗ୍ରହଣକାରୀମାନେ ପୁଷ୍ଟିଶସ୍ୟ ସେବା କେନ୍ଦ୍ର ଗୁଡିକୁ ସ୍ଥାୟୀରୂପେ କାର୍ଯ୍ୟଶୀଳ କରାଯିବା ପାଇଁ ଆବଶ୍ୟକୀୟ ଦୀର୍ଘମିଆଦୀ ପଦକ୍ଷେପଗୁଡିକ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସମ୍ପାନର ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ ପୁଷ୍ଟିଶସ୍ୟ ସେବା କେନ୍ଦ୍ର ଗୁଡିକର କାର୍ଯ୍ୟକାରିତା ଓ ତାହା ଦ୍ୱାରା ଏଫପିଓ ମାନଙ୍କ ପାଇଁ ସୁଯୋଗ ସୃଷ୍ଟି ବିଷୟରେ ଆଲୋଚନା କରିଥିଲେ। ବିଶେଷଜ୍ଞ ବକ୍ତା ଶ୍ରୀ ଭାବେଶ କୁମାର ନାୟକ, ପରିଚାଳନା ନିର୍ଦ୍ଦେଶକ, ଓଏସ୍ଏସସି ପ୍ରାଥମିକ ବିହନ ପ୍ରକ୍ରିୟାକରଣର ସୁଯୋଗ ଓ ଆହ୍ୱାନଗୁଡିକ ବିଷୟରେ ଆଲୋଚନା କରିଥିଲେ। ସେହିଭଳି…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡଖଣ୍ଡ ଗସ୍ତରେ ଯିବେ। ସେଠାରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବେ। ଏଥିପାଇଁ ଝାଡଖଣ୍ଡ ବିଜେପି ତରଫରୁ ପ୍ରସ୍ତୁତି କରାଯାଇଛି। ପୂର୍ବରୁ ସେଠାରେ ଓଡିଶାର ମନ୍ତ୍ରୀଗଣ ଡେରାପକାଇ ପ୍ରଚାର କରିବାରେ ଲାଗିଛନ୍ତି। ସୂଚନା ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମାରାଥନ୍ ସଭା ଓ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ସେ ଷଢ଼େଇକଳା ଖରସୁଆଁ ଓ ସିଂହଭୂମିରେ ସଭା କରିବେ ବୋଲି ଜଣାପଡିଛି।

Read More

ନୂଆଦିଲ୍ଲୀ: ଆଜି ଭାରତର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସଂଜୀବ ଖାନ୍ନା। ରାଷ୍ଟ୍ରପତି ଭବନରେ ତାଙ୍କୁ ଶପଥ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜଷ୍ଟିସ ଖାନ୍ନା ଭାରତର 51 ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ। ଶନିବାର ଦିନ ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଅବସର ଗ୍ରହଣ କରିଛନ୍ତି। ତାଙ୍କ ପରେ ଜଷ୍ଟିସ ସଂଜୀବ ଖାନ୍ନା ପରବର୍ତ୍ତି ମୁଖ୍ୟ ବିଚାରପତି ହେବେ ବୋଲି ଘୋଷଣା କରାଯାଇଛି। ଜଷ୍ଟିସ ଖାନ୍ନା ବହୁ ବିବାଦୀୟ ମାମଲାରେ ରାୟ ପ୍ରକାଶ କରିବା କିମ୍ବା ସେହି ବେଞ୍ଚରେ ରହି ମତ ରଖିବା କାର୍ଯ୍ୟ କରିଛନ୍ତି।

Read More

ଭୁବନେଶ୍ବର: ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ଶେଷ ସୋମବାର। ଏହି ଦିନ ଦେବଦେବ ମହାଦେବଙ୍କୁ ଦର୍ଶନ କରାଯାଇଥାଏ। କାରଣ କାର୍ତ୍ତିକ ମାସର ସବୁ ସୋମବାର ହେଉଛି ସବୁଠାରୁ ବଡ। ସେଥିପାଇଁ ଏହି ମାସର ପ୍ରତିଟି ସୋମବାରରେ ଭକ୍ତମାନେ ଶିବ ଦର୍ଶନ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପ୍ରତିଷ୍ଠିତ ଧବଳେଶ୍ବର ପିଠରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଭକ୍ତମାନେ ଭୋରରୁ ବାବାଙ୍କୁ ଦର୍ଶନ କରିବା ପାଇଁ ଧାଡିରେ ଛିଡା ହୋଇଛନ୍ତି। ଆଜି ଧବଳେଶ୍ବରରେ ଭୋର ପ୍ରାୟ ୩ଟା ବେଳେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ଧବଳେଶ୍ୱରଙ୍କୁ ସ୍ନାନ କରାଯାଇଥିଲା। ଏହାପରେ ମଇଲମ, ମଙ୍ଗଳ ଆଳତି ଆଦି ସମସ୍ତ ରୀତିନୀତି କରାଯାଇଥିଲା।

Read More

କଟକ: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ୧୧ତମ ସମାବର୍ତ୍ତନ ଉତ୍ସବ ଆଜି ମହାସମାରୋହରେ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ମାନବବାଦୀ, ଆଧ୍ୟାତ୍ମିକ ଗୁରୁ ତଥା ବିଶ୍ୱବିଦ୍ୟାଳୟର ଆଜୀବନ ସଭାପତି ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସଦୟ ଉପସ୍ଥିତି ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଭବ୍ୟତାକୁ ଦ୍ୱିଗୁଣିତ କରିଥିଲା। ଉକ୍ତ ସମାରୋହରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ତଥା ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଏବଂ ଆମେରିକୀୟ ନିବେଶକ ତଥା ଡ୍ରାପର ଆସୋସିଏଟ୍ସ ଏବଂ ଡ୍ରାପର ଭେଞ୍ଚର ନେଟୱର୍କର ପ୍ରତିଷ୍ଠାତା, ଡଃ. ଟିମ୍ ଡ୍ରାପର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ, ସେମାନଙ୍କ ଉପସ୍ଥିତି ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଭବ୍ୟତାକୁ ବହୁଗୁଣିତ କରିଥିଲା । ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ପରିକଳ୍ପିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ୨୦୧୨ ମସିହାରେ ଏହାର ପ୍ରତିଷ୍ଠା ପରଠାରୁ ପାଶ୍ଚାତ୍ୟର ଅଗ୍ରଣୀ ଉଦ୍ଭାବନ…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକାଥରେ ୮୯ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପ୍ରମୋସନ ସହିତ ବଦଳି କରିଛନ୍ତି। ଏହି ବରିଷ୍ଠ ଅଧିକାରୀମାନଙ୍କୁ ଅତିରିକ୍ତ ଏସପି ପଦବୀକୁ ପ୍ରମୋସନ କରାଯାଇଛି। ସେମାନେ ହେଲେ ଏଥିସହିତ ୧୧ ଜଣଙ୍କୁ ମଧ୍ୟ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି। ଗୃହ ବିଭାଗ ତରଫରୁ ଏହି ବିଜ୍ଞପ୍ତି ପ୍ରକାଶିତ କରାଯାଇଛି।

Read More

ନୂଆଦିଲ୍ଲୀ: ଆସନ୍ତାକାଲି ସୋମବାର ଦିନ ଭାରତର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସଂଜୀବ ଖାନ୍ନା। ରାଷ୍ଟ୍ରପତି ଭବନରେ ତାଙ୍କୁ ଶପଥ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜଷ୍ଟିସ ଖାନ୍ନା ଭାରତର 51 ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ। ଶନିବାର ଦିନ ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଅବସର ଗ୍ରହଣ କରିଛନ୍ତି। ତାଙ୍କ ପରେ ଜଷ୍ଟିସ ସଂଜୀବ ଖାନ୍ନା ପରବର୍ତ୍ତି ମୁଖ୍ୟ ବିଚାରପତି ହେବେ ବୋଲି ଘୋଷଣା କରାଯାଇଛି। ଜଷ୍ଟିସ ଖାନ୍ନା ବହୁ ବିବାଦୀୟ ମାମଲାରେ ରାୟ ପ୍ରକାଶ କରିବା କିମ୍ବା ସେହି ବେଞ୍ଚରେ ରହି ମତ ରଖିବା କାର୍ଯ୍ୟ କରିଛନ୍ତି।

Read More

ଭୁବନେଶ୍ବର: ପ୍ରଥମ ଥର ଓଡ଼ିଶା ଆୟୋଜିତ କରିବାକୁ ଯାଉଛି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’। ନଭେମ୍ବର ୧୨ ରୁ ୧୫ ତାରିଖ ଯାଏଁ ଏହି ଜାତୀୟସ୍ତରୀୟ ଉତ୍ସବ ହେବାକୁ ଥିବା ବେଳେ ନ୍ୟାସନାଲ୍ ଏଜୁକେସନ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ (NESTS) ସହାୟତାରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛି। ଏଥିସହ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରାଳୟ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ୍, ରାଜ୍ୟମନ୍ତ୍ରୀ ଶ୍ରୀ ଦୁର୍ଗାଦାସ ଉଇକେ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦଘାଟନୀ ସମାରୋହରେ ସାମିଲ ହେବେ । ତେବେ, ୨୨ ଟି ରାଜ୍ୟରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ…

Read More

ଭୁବନେଶ୍ବର: ପ୍ରତିଭା ରାୟ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ୨୦୨୪ ମସିହା ପାଇଁ ଚତୁର୍ଥ ‘ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର’ ଘୋଷିତ ହୋଇଛି। ଚଳିତ ବର୍ଷର ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଙ୍କର ତୃତୀୟ ଉପନ୍ୟାସ ‘ଇତର’ ନିମନ୍ତେ ଶୁଭ୍ରାଂଶୁ ଏହି ପୁରସ୍କାର ପାଇବେ। ଡିସେମ୍ବର ୧୬ ତାରିଖରେ ଭୁବନେଶ୍ବର ଜୟଦେବ ଭବନ ପରିସରରେ ହେବାକୁ ଥିବା ପୁରସ୍କାର ପ୍ରଦାନ ଉତ୍ସବରେ ଶ୍ରୀ ପଣ୍ଡାଙ୍କୁ ମାନପତ୍ର ଓ ସ୍ମାରକୀ ସହ ୫୧ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପ୍ରତିଭା ରାୟ ଟ୍ରଷ୍ଟର ଉପସଭାପତି ଡ. ଆଦ୍ୟାଶା ଦାସ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି। ଆଦ୍ୟା ପ୍ରକାଶନୀର ପ୍ରତିଷ୍ଠାତା ତଥା ବିଶିଷ୍ଟ ମୁଖ୍ୟଯନ୍ତ୍ରୀ ଅକ୍ଷୟ ଚନ୍ଦ୍ର ରାୟଙ୍କ ପୁଣ୍ୟ ସ୍ମୃତିରେ ପଚାଶ ବର୍ଷରୁ କମ୍ ବୟସର ଲେଖକଙ୍କୁ ୨୦୨୧ ମସିହାଠାରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ଚଳିତ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟର ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ’କୁ ଉଦ୍‌ଘାଟନ କରି ରାଜ୍ୟରେ ମିଲେଟ ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ସହ ଓଡ଼ିଶାକୁ ଭାରତର ମିଲେଟ ହବ୍ ରେ ପରିଣତ କରାଯିବ । ଏଥିପାଇଁ ଚଳିତ ବର୍ଷ ବଜେଟରେ ୬୪୯ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ବୋଲି ସେ କହିଥିଲେ। ଏହା ସହିତ ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ମୁଖ୍ୟମନ୍ତ୍ରୀ ମା’ମାନଙ୍କୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ ଯେ, ବିସ୍ମୃତ ଖାଦ୍ୟଶସ୍ୟର ପୁନରୁଦ୍ଧାର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ମିଳିତ ଜାତିସଂଘର ପ୍ରତିନିଧି, କୃଷି ବିଜ୍ଞାନୀ, ଗବେଷକ, ବିଶେଷଜ୍ଞ, ବୁଦ୍ଧିଜୀବୀ, ବିଭିନ୍ନ ଜିଲ୍ଲାର କୃଷକ ଓ ଅଗ୍ରଣୀ ମହିଳା ଚାଷୀମାନେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ…

Read More

ଭୁବନେଶ୍ବର: ବିଭିନ୍ନ ସ୍ଥାନରୁ ହାଇଟେକ ବସ ସେବା ଯୋଗାଉଥିବା ଓଡିଶା ରାଜ୍ୟ ପରିବହନ ନିଗମ ନୂଆ ନୂଆ ରୁଟ ଯୋଡିବାରେ ଲାଗିଛି। ରାଜ୍ୟ ଓ ରାଜ୍ୟ ବାହାରକୁ ଯାତ୍ରୀମାନଙ୍କୁ ସୁଲଭ ଦରରେ ହାଇଟେକ ସୁବିଧା ଯାତ୍ରାର ବ୍ୟବସ୍ଥା କରିବାରେ ଲାଗିଛି। ସେହି ଅନୁସାରେ ଏକ ଚାହିଦା ଥିବା ରୁଟ ହେଉଛି ବାରିପଦାରୁ ଭୁବନେଶ୍ବର। ତେବେ ଏହି ବସ କେତେବେଳେ ବାହାରୁଛି ଏବଂ କେଉଁଠି କେତେବେଳେ ରହଣି ଅଛି ତାହା ଜାଣିବା ନିହାତି ଆବଶ୍ୟକ। ବାରିପଦାରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ଓଏସ୍ଆରଟିସିର ସୁପର୍ ପ୍ରିମିୟମ୍ ଭଲଭୋ ବସରେ ଯେଉଁମାନେ ଯାତ୍ରା କରିବେ ସେମାନେ ଓଏସ୍ଆରଟିସି ୱେବସାଇଟ୍, ମୋବାଇଲ ଆପ୍ , କିମ୍ୱା ଟିକେଟ୍ କାଉଣ୍ଟରରେ ଟିକେଟ ବୁକ କରିପାରିବ।

Read More

ଭୁବନେଶ୍ୱର: ଓଡିଶାରେ ଅବସ୍ଥାପିତ ଏକ ଟେକ୍ ଷ୍ଟାର୍ଟଅପ୍ ବନ ଭି ଏରୋ ପକ୍ଷରୁ ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି କ୍ୟାମ୍ପସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତର ପ୍ରଥମ ଫୁଲି ଅଟୋନୋମସ ଲଜିଷ୍ଟିକ୍ସ ଡ୍ରୋନ୍ ଏୟାର ଓର୍‌କାର ଔପଚାରିକ ଶୁଭାରମ୍ଭ କରାଯାଇଛି। ଟେସଲା ଏବଂ ହଟମେଲ୍ ଭଳି କମ୍ପାନୀରେ ନିଜର ପ୍ରାରମ୍ଭିକ ପୁଞ୍ଜିନିବେଶ ପାଇଁ ଜଣାଶୁଣା ପ୍ରଖ୍ୟାତ ଉଦ୍ୟୋଗପତି ଟିମ୍ ଡ୍ରେପରଙ୍କ ସମେତ ଇନଫ୍ଲାକ୍ସନ ପଏଂଟ ଭେଂଚର୍ସ, ହେଡଷ୍ଟାର୍ଟ, ବିୟୋଣ୍ଡ ଭେଂଚର୍ସ, ଇଣ୍ଡସ ବ୍ରିଜ୍ ଭେଂଚର୍ସ, ଆଇଆଇଟି ମଣ୍ଡି କ୍ୟାଟାଲିଷ୍ଟ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିଳ୍ପ ଭେଟେରାନମାନଙ୍କ ଉପସ୍ଥିତି ଦ୍ୱାରା ଭାରତର ଡ୍ରୋନ୍ ଏବଂ ଲଜିଷ୍ଟିକ୍ ଟେକ୍ନୋଲୋଜିରେ ଏହି ମାଇଲଖୁଂଟର ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି। ଡ୍ରେପର୍‌ଙ୍କ ସମର୍ଥନ ବନ୍ ଭି ଏରୋରେ ଆନ୍ତର୍ଜାତୀୟ ଆଗ୍ରହକୁ ଆଲୋକପାତ କରିଛି, ଯାହା ଓଡିଶାକୁ ଅତ୍ୟାଧୁନିକ ବୈଷୟିକ ଉଦ୍ଭାବନ ପାଇଁ ଏକ ଉଦୀୟମାନ କେନ୍ଦ୍ର ଭାବେ ଅବସ୍ଥାପିତ କରିଛି। ଏସମ୍ପର୍କରେ ବନ୍ ଭି…

Read More

ଭୁବନେଶ୍ୱର: ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋମାତାଙ୍କ ଅବଦାନ ଅତୁଳନୀୟ। ଆମ ସନାତନ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଗୋସେବା କଲେ କୋଟି ଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଦେଶରେ ଗୋହତ୍ୟାକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ସବୁ ମହଲରେ କାର୍ଯ୍ୟ ହେବା ଆବଶ୍ୟକ ବୋଲି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରକାଶ କରିଛନ୍ତି। ଆଜି ପବିତ୍ର କାର୍ତ୍ତିକର ଗୋପାଷ୍ଟମୀ ତିଥିରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ସରକାରୀ ବାସଭବନରେ ଦୁଇ ଗୋମାତାଙ୍କ ଭବ୍ୟ ପୂଜାର୍ଚ୍ଚନା କରିଛନ୍ତି। ଆନ୍ଧ୍ରପ୍ରଦେଶର ପୁଙ୍ଗାନୁରରୁ ଆସିଥିବା ଦୁଇ ଗୋମାତାଙ୍କ ନାମକରଣ କରାଯାଇଛି- ସୁରଭି ଓ କ୍ରୀଷ୍ଣା। ସେମାନଙ୍କ ପୂଜନ ଓ ସେବା କରିବା ସହିତ ଗୃହପ୍ରବେଶକୁ ସ୍ୱାଗତ କରି ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହାକୁ ଏକ ସ୍ୱଭାଗ୍ୟ ଭାବରେ ଅଭିହିତ କରିଛନ୍ତି। ମନ୍ତ୍ରୀ ଶ୍ରୀ ମଲ୍ଲିକ ବାଲେଶ୍ୱର ଜିଲ୍ଲା ସୋରସ୍ଥିତ ଗୋଶାଳାର ଶତବାର୍ଷିକ ମହୋତ୍ସବରେ ଯୋଗଦେଇଥିଲେ। ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବର ସତ୍ୟନଗର ମଶାଣୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଅଭିଯୋଗ ପରେ ପୋଲିସ ଏହି ଶ୍ମଶାନରୁ ଜଣେ ମହିଳାଙ୍କ ଦରପୋଡା ଶବକୁ ଜବତ କରିଛି। ସେ ହେଉଛନ୍ତି ବ୍ରହ୍ମଗିରିର ପୂର୍ବତନ ବିଧାୟକ ସ୍ବର୍ଗତ ଅଜୟ ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନ। ସେ କ୍ୟାପିଟାଲ ହାଇସ୍କୁଲରେ ଶିକ୍ଷୟତ୍ରୀ ଥିଲେ। ସୂଚନା ଅନୁସାରେ ଅଶ୍ରୁକଣାଙ୍କ ହଠାତ ଦେହ ଖରାପ ହେବାରୁ ତାଙ୍କ ବୋହୂ ଏକ ହସପିଟାଲରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କର ଆଜି ଦେହାନ୍ତ ହୋଇଯାଇଥିଲା। ମୃତ୍ୟୁ ପରେ ତାଙ୍କର ପୋଷ୍ଟମର୍ଟମ କରାଯାଇ ନ ଥିଲା। ଏପରି କି ତାଙ୍କର ବୋହୂ ପରିବାର ବର୍ଗକୁ ନ ଜଣାଇ ସତ୍ୟନଗର ମଶାଣିରେ ତାଙ୍କର ଦାହ କରୁଥିଲେ। ହେଲେ ପରିବାର ବର୍ଗ ଖବର ପାଇ ପୋଲିସକୁ ଅବଗତ କରାଇବା ପରେ ଦରପୋଡା ଶବ ଜବତ କରାଯାଇଥିଲା।

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଯେଉଁ ଅଦଳବଦଳ ହୋଇଛି ତାହା ହେଲା 1- ଦେଓରଂଜନ କୁମାର ସିଂ- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନ ସହିତ ସେ ଓଡିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ରହିବେ। 2- ବିଶାଳ କୁମାର ଦେବ- ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସହିତ ତାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ 3- ସଞ୍ଜୟ କୁମାର ସିଂ- ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସଂପର୍କ ବିଭାଗ ସହିତ ତାଙ୍କୁ ଅତିରିକ୍ତ ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦାୟିତ୍ବ 4- ଭାସ୍କର ଜ୍ୟୋତି ଶର୍ମା- କ୍ରୀଡା ଓ ଯୁବ ବ୍ୟାପାର ସହିତ ତାଙ୍କୁ ଓପିଟିସିଏଲ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ 5- ଗିରିଶ ଏସ ଏନ- କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ…

Read More

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ବୈଠକରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପତ୍ତଯୋଶୀ,ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, , ଉପ ଜିଲ୍ଲାପାଳ ଧର୍ମଗଡ ଧିମନ ଚକମା,ଲୋକସଭା ସାଂସଦ କଳାହାଣ୍ଡିଙ୍କ ପ୍ରତିନିଧି ପ୍ରମୁଖ  ଉପସ୍ଥିତ ଥିଲେ। ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ରେ ପର୍ଯ୍ୟାପ୍ତ ସୁବିଧା ,ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ି କୁ ଜବତ କରିବା ।ଗତ ଖରିଫ ରେ ମଣ୍ଡି ରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରି ,ଚାଷୀମାନେ କଟଣି ଛଟଣୀର ଶିକାର ନହେବା ପାଇଁ ବିଶେଷ ଧ୍ୟାନ ଦେବାକୁ କହିଥିଲେ। ସଭାରେ ଗନି…

Read More

ଭୁବନେଶ୍ବର: ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପଠାଯିବ। ସେ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଟଙ୍କା ଆସନ୍ତା ୨୪ ତାରିଖରେ ପ୍ରଦାନ କରାଯିବ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ଲଣ୍ଡନ ଗସ୍ତ ଶେଷ କରି ଆଜି ଭୁବନେଶ୍ବରରେ ପହଞ୍ଚ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଏହି ତୃତୀୟ ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସେଠାକେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ବିଭିନ୍ନ କାରଣରୁ ୨ ଲକ୍ଷ ୬୭ ହଜାର ଆବେଦନ ଖାରଜ ହୋଇ ଯାଇସାରି ଥିବା ବେଳେ ବ୍ଲକ ସ୍ତରରେ ଖାରଜ ତାଲିକା ପ୍ରସ୍ତୁତ ହୋଇଛି। ଏହା ମଧ୍ୟରେ ବ୍ୟାଙ୍କ, ଆଧାର କାର୍ଡରେ ଥିବା ତ୍ରୁଟି ସଂଶୋଧନ କରି ନେଲେ…

Read More

ଲେଖକ:- ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ ଆଜି ଶ୍ରୀ ରତନ ଟାଟାଙ୍କର ଦେହାନ୍ତ ହେବାର ଏକ ମାସ ହୋଇଯାଇଛି। ଗତ ମାସର ଏହି ଦିନ, ଯେତେବେଳେ ମୁଁ ତାଙ୍କର ପରଲୋକ ଖବର ପାଇଥିଲି, ମୁଁ ଏସିଆନ ସମ୍ମିଳନୀକୁ ଯିବାକୁ ପ୍ରସ୍ତୁତ ହେଉଥିଲି। ଆମଠାରୁ ଦୂରେଇ ଯାଉଥିବା ରତନ ଟାଟା ଜୀଙ୍କର ପରଲୋକର ଯନ୍ତ୍ରଣା ଏବେ ବି ମୋର ମନରେ ରହିଛି। ଏହି ଯନ୍ତ୍ରଣା ଭୁଲିଯିବା ସହଜ ନୁହେଁ। ରତନ ଟାଟା ଜୀ ରୂପରେ ଭାରତ ନିଜର ଜଣେ ମହାନ ପୁଅକୁ ହରାଇଛି। ଏକ ଅମୂଲ୍ୟ ରତ୍ନକୁ ହରାଇଛି। ଆଜି ମଧ୍ୟ ସହରଠାରୁ ଆରମ୍ଭ କରି ଗ୍ରାମ ପର୍ଯ୍ୟନ୍ତ ଲୋକମାନେ ତାଙ୍କ ଅନୁପସ୍ଥିତିକୁ ଗଭୀର ଭାବରେ ଅନୁଭବ କରୁଛନ୍ତି। ଆମେ ସମସ୍ତେ ଏହି ଦୁଃଖକୁ ମର୍ମେ ମର୍ମେ ଅନୁଭବ କରୁଛୁ। ସେ ଜଣେ ଶିଳ୍ପପତି ହୁଅନ୍ତୁ, ଉଦ୍ୟୋଗୀ ହୁଅନ୍ତୁ କିମ୍ବା ବୃତ୍ତିଗତ ହୁଅନ୍ତୁ, ତାଙ୍କ ଦେହାନ୍ତରେ ସମସ୍ତେ ଦୁଃଖିତ। ପରିବେଶ ସୁରକ୍ଷା ସହିତ ଜଡିତ…

Read More

ମେଷ : ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଦୂରରୁ ସୁସମାଚାର ଗ୍ରହଣ କରାଯିବ। ଅତିଥିମାନେ ଘରେ ପହଞ୍ଚିବେ । ରିସ୍କ ନେବାକୁ ସାହସ କର। ବ୍ୟବସାୟରେ ଲାଭ ହେବ। ବିନିଯୋଗ ଭଲ ହେବ। ସ୍ୱାସ୍ଥ୍ୟ ଏବଂ ଶିଶୁ ପକ୍ଷରୁ ଅଧ୍ୟୟନ ସମ୍ବନ୍ଧୀୟ ଚିନ୍ତା ରହିବ। ଦୁଷ୍ଟ ଲୋକମାନଙ୍କଠାରୁ ଦୂରରେ ରୁହ। କ୍ଷତି ସମ୍ଭବ। ଭାଇମାନେ ସମର୍ଥନ ପାଇବେ। ବୃଷ : ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ଖୁସିରେ ବିତାଇବେ। ଶାରୀରିକ ଯନ୍ତ୍ରଣା ସମ୍ଭବ, ସାବଧାନ ରୁହ। ବିନିଯୋଗ ଭଲ ହେବ। ତୀର୍ଥଯାତ୍ରା ଯୋଜନା କରାଯାଇପାରେ। ଏକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀ ଶ୍ରେଣୀ ସଫଳତା ହାସଲ କରିବେ। ତୁମର ପ୍ରିୟ ଖାଦ୍ୟ ଉପଭୋଗ କର। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ମିଥୁନ : ଧନ ଏକ ଦ୍ରୁତ ଗତିରେ ଆସିବ। କଥାବାର୍ତ୍ତା ଭାଷାରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ବ୍ୟବସାୟରେ…

Read More