ନୂଆଦିଲ୍ଲୀ: ଦେଶର ବିଭିନ୍ନ ବିଭାଗରେ ଥିବା ଅତି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ପ୍ରଥମ ନିଲାମ ପ୍ରକ୍ରିୟା ଆସନ୍ତାକାଲି ଅର୍ଥାତ୍ ୨୯ ନଭେମ୍ବରରେ କରାଯିବ। କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଖଣିର ନିଲାମ କାର୍ଯ୍ୟ ପ୍ରଥମ ଥର ହେବାକୁ ଯାଉଛି। ଏହି ନିଲାମ ପ୍ରକ୍ରିୟାକୁ କେନ୍ଦ୍ର ଖଣି, କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଉଦ୍ଘାଟନ କରିବେ। ଏଥିରେ ୨୦ଟି ଖଣିର ନିଲାମ କରାଯିବ। ଦେଶର ବିଭିନ୍ନ ଭାଗରେ ଅତି ଗୁରୁତ୍ୱପୂର୍ଣ୍ଣ ଖଣିଜ ଥିବା ଏହି ଖଣି ସବୁ ରହିଛି। ଇ-ଅକ୍ସନ ପ୍ରକ୍ରିୟାରେ (ଅନ୍ଲାଇନ) ଏହି ନିଲାମ କାର୍ଯ୍ୟ ଅତ୍ୟନ୍ତ ସ୍ୱଚ୍ଛତାର ସହ ସମ୍ପନ୍ନ ହେବ । ଏଭଳି ଖଣିର ନିଲାମ କେନ୍ଦ୍ର ସରକାରଙ୍କର ଏକ ଐତିହାସିକ ନିଷ୍ପତ୍ତି; କାରଣ ଏହା ଦ୍ୱାରା ଆମ ଦେଶର ଅର୍ଥନୀତି ସମୃଦ୍ଧ ହେବା ସହିତ ଜାତୀୟ ନିରାପତ୍ତା ବୃଦ୍ଧି ପାଇବ। ସର୍ବୋପରି ଭାରତର ପାରମ୍ପରିକ ପ୍ରଦୂଷଣ ବହୁଳ ଇନ୍ଧନ ଓ ଊର୍ଜା ବ୍ୟବହାର…
Author: thesamikhsya
ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳି ନଭେମ୍ବର ୧୨ରେ ପାଳନ ହେବାକୁ ଯାଉଛି । ଠିକ୍ ୭୬ ବର୍ଷ ପୂର୍ବେ ୧୯୪୭ ମସିହା ନଭେମ୍ବର ୧୨ ତାରିଖରେ ସ୍ୱାଧୀନ ଭାରତ ନିଜର ପ୍ରଥମ ଦୀପାବଳି ପାଳନ କରିଥିଲା। ତେବେ ଦେଶ, ବିଶେଷ କରି ଉତ୍ତର ଓ ପୂର୍ବାଞ୍ଚଳ ଭାରତ ବିଭାଜନର ଯନ୍ତ୍ରଣାରୁ ମୁକ୍ତି ପାଉଥିବାରୁ ଆଲୋକ ପର୍ବର କୌଣସି ଉତ୍ସବ ପାଳନ ହୋଇ ନ ଥିଲା। ବିଭାଜନ ପରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ଏବଂ ରକ୍ତପାତ ଧାର୍ମିକ ଭିତ୍ତିରେ ସମ୍ପ୍ରଦାୟ ମଧ୍ୟରେ ଗଭୀର ଘୃଣାର ମଞ୍ଜି ବୁଣିଥିଲା। କ୍ଷତ କଞ୍ଚା ଥିଲା, ଆଘାତ ସତେଜ ଥିଲା। ଦେଶ ସାମ୍ପ୍ରଦାୟିକ ଭିତ୍ତିରେ ବିଭାଜିତ ହୋଇଥିଲା ଏବଂ ଗଭୀର ଅବିଶ୍ୱାସ ଥିଲା। ଏହି ସମୟରେ ଜାତିର ପିତା ମହାତ୍ମା ଗାନ୍ଧୀ ଜାତିର ଆହତ ବିବେକକୁ ଆଧ୍ୟାତ୍ମିକ ଭାବରେ ବାନ୍ଧି ରଖିବା ପାଇଁ ନିଜର ଦୀପାବଳି ବାର୍ତ୍ତା ଦେଇଥିଲେ। ଭଗବାନ ରାମଙ୍କ ପ୍ରବଳ ଅନୁଗାମୀ ଗାନ୍ଧୀ ମହାକାବ୍ୟ…
ନୂଆଦିଲ୍ଲୀ: ଗତ କିଛିବର୍ଷ ହେବ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିକି ସୁପ୍ରିମକୋର୍ଟଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଛି। ବିଶେଷ କରି ଯେଉଁ ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସରକାର ନାହିଁ ସେଠାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଏହିସବୁ ରାଜ୍ୟରେ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦ ସାର୍ବଜନୀନ ହେବାରେ ଲାଗିଛି। ପଞ୍ଜାବ ହେଉ କି କେରଳ, ତେଲେଙ୍ଗାନା, ମହାରାଷ୍ଟ୍ର ଓ ତାମିଲନାଡୁ। ସେମାନଙ୍କ ବିବାଦର ମୂଳରେ ରହିଛି ବିଧାନସଭାରେ ପାରିତ ହୋଇଥିବା ବିଲଗୁଡ଼ିକୁ ମଞ୍ଜରୀ କରିବା କିମ୍ବା ଅଟକାଇବା। ରାଜ୍ୟପାଳଙ୍କ ଆଭିମୁଖ୍ୟ ଉପରେ ସୁପ୍ରିମକୋର୍ଟ ପ୍ରତିକ୍ରିୟା ରଖିଛନ୍ତି। ତେବେ ବିଧାନସଭାରେ ପାରିତ ହୋଇଥିବା ବିଲକୁ ନେଇ ପଞ୍ଜାବ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦ ଭିତରେ ଶୁକ୍ରବାର ସେଭଳି ଅସନ୍ତୋଷ ଦେଖିବାକୁ ମିଳିନଥିଲା। ଏହି ମାମଲାରେ ସେ ଦେଇଥିବା ମନ୍ତବ୍ୟ ଓ ଆଦେଶ ଅନ୍ୟ ରାଜ୍ୟମାନଙ୍କ ପାଇଁ…
ନୂଆଦିଲ୍ଲୀ: ବରିଷ୍ଠ କବି ତଥା ଗୀତିକାର ଜାଭେଦ ଅଖତର ଗୁରୁବାର ହିନ୍ଦୁ ସମ୍ପ୍ରଦାୟକୁ ସହିଷ୍ଣୁ ବୋଲି ପ୍ରଶଂସା କରିବା ସହ ହିନ୍ଦୁ ସଂସ୍କୃତି ଓ ପରମ୍ପରା ଯୋଗୁଁ ଭାରତରେ ଗଣତନ୍ତ୍ର ରହିଛି ବୋଲି କହିଛନ୍ତି। ସମାଜରେ ଅସହିଷ୍ଣୁତା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରି ଅଖତର କହିଛନ୍ତି ଯେ ହିନ୍ଦୁମାନେ ଉଦାର ଓ ବିଶାଳ ହୃଦୟର ଅଟନ୍ତି। ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସବୁବେଳେ ଅସହିଷ୍ଣୁ। ହିନ୍ଦୁମାନେ ସେମିତି ନୁହଁନ୍ତି। ସେମାନଙ୍କର ଏହି ମହାନ ଗୁଣ ଅଛି-ଉଦାର ଏବଂ ବୃହତ ହୃଦୟର। ଏହାକୁ ହରାନ୍ତୁ ନାହିଁ, ନଚେତ୍ ଆପଣ ଅନ୍ୟମାନଙ୍କ ଭଳି ହୋଇଯିବେ ବୋଲି ମୁମ୍ବାଇରେ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ପକ୍ଷରୁ ଆୟୋଜିତ ଦୀପୋତ୍ସବ କାର୍ଯ୍ୟକ୍ରମରେ ୭୮ ବର୍ଷୀୟ ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ ଠାକରେ ଉପସ୍ଥିତ ଥିଲେ। ଭାରତୀୟ ମୁସଲମାନଙ୍କ ପ୍ରଗତିଶୀଳ ଓ ଉଦାରବାଦୀ ସ୍ୱରଭାବେ ବିବେଚିତ ଅଖତର ଆହୁରି ମଧ୍ୟ କହିଛନ୍ତି,…
ଭୁବନେଶ୍ୱର: ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନ ଭଣ୍ଡାରର ଗଣତି, ମଣତି ଓ ମରାମତି, ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅଧିକୃତ ଅମୃତମଣୋହୀ ଜମି ଏବଂ ଚାଷୀଙ୍କ ଜମିକୁ ଫେରସ୍ତ କରିବା ସମେତ ୬ ଗୋଟି ଦାବିକୁ ନେଇ ରାଜ୍ୟ କଂଗ୍ରେସ କରିବ ତୁଳସୀ ଯାତ୍ରା। ଏ ନେଇ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମଳିନୀରେ କହିଛନ୍ତି ସଭାପତି ଶରତ ପଟ୍ଟନାୟକ। ଚଳିତ ମାସ ଶେଷସୁଦ୍ଧା “ତୁଳସୀ ଯାତ୍ରା”ରେ ଶ୍ରୀକ୍ଷେତ୍ର ଯାଇ ପ୍ରତିବାଦ ସ୍ୱରୂପ ମହାପ୍ରଭୁଙ୍କୁ ଅର୍ପଣ କରାଯିବ। ରାଜ୍ୟର ସମସ୍ତ ପୁରପଲ୍ଲୀରୁ ବ୍ଲକ ପର୍ଯ୍ୟନ୍ତ ଏବଂ ସହର ବଜାରର ସାଧାରଣ ଜନତାଙ୍କ ସହଯୋଗରେ ତୁଳସୀ ସଂଗ୍ରହ କରାଯାଇ ରାଜ୍ୟ କଂଗ୍ରେସ ପକ୍ଷରୁ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରାଯିବ ବୋଲି ସେ କହିଛନ୍ତି। ରାଜ୍ୟର ସମସ୍ତ ବ୍ଲକ ଓ ନଗରର ସାଧାରଣ ଜନତା, ଜଗନ୍ନାଥ ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁ, ଯୁବକ ଯୁବତୀ, ଛାତ୍ର ଛାତ୍ରୀ, ହବିଷ୍ୟାଳି, ଭକ୍ତ, ମଉସା ମାଉସୀ, ଭାଇ ଭଉଣୀ ଙ୍କ…
ଭୁବନେଶ୍ବର, ସାଧାରଣତଃ ହିନ୍ଦୁ ଧର୍ମରେ ମନ୍ଦିର ଯାଇ ପୂଜାପଠା କରିବାର ପରଂପରା ରହିଛି। ବିଶେଷ ଦିନମାନଙ୍କରେ ମନ୍ଦିରରେ ଭକ୍ତଙ୍କ ଭିଡ ବେଶୀ ପରିଲକ୍ଷିତ ହୋଇଥାଏ। ତେବେ ଜଣେ ଯେତେବେଳେ ମନ୍ଦିରକୁ ପ୍ରବେଶ କରେ ସେ ପ୍ରଥମେ ଘଣ୍ଟି ବଜେଇ ଥାଏ। ସବୁ ଦେବାଳୟରେ ଠାକୁରଙ୍କ ପୂର୍ବରୁ ଘଣ୍ଟି ବନ୍ଧାଯିବା ବାଧ୍ୟତା ମୂଳକ। ବିନା ଘଣ୍ଟିରେ କୌଣସି ମନ୍ଦିର ପ୍ରତିଷ୍ଠା କରାଯାଏ ନାହିଁ। ସେହିପରି ଘରେ ପୂଜାପାଠ ବେଳେ ବା ଆରତୀ ବେଳେ ଆମେ ନିଶ୍ଚିତ ଘଣ୍ଟି ବଜାଇଥାଉ। ତେବେ ପୂଜାପାଠ ପୂର୍ବରୁ ଏହି ଘଣ୍ଟି କଣ ପାଇଁ ବଜାଯାଇଥାଏ, ଏଥିରେ କଣ ରହିଛି ଧାର୍ମିକ ତଥା ବୈଜ୍ଞାନିକ କାରଣ ଆସନ୍ତୁ ଜାଣିବା। ଧାର୍ମିକ କାରଣ 1-ବିଶ୍ବାସ କରାଯାଏ ଯେ ଯେତେବେଳେ ଆମେ କୈଣସି ମନ୍ଦିରରେ ପ୍ରବେଶ କରୁ, ସେତେବେଳ ମନ୍ଦିରରେ ଉପସ୍ଥିତ ଦେବତାଙ୍କ ଅନୁମତି ନେବାକୁ କିମ୍ବା ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏକ ଘଣ୍ଟି ବଜାଯାଇଥାଏ। 2-ଏହା ମଧ୍ୟ କୁହାଯାଏ ଯେ…
ନୂଆଦିଲ୍ଲୀ: ଆମର ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ଜିନିଷ ଉଲ୍ଲେଖ କରାଯାଇଛି, ଯାହା ଆମ ଜୀବନରେ ବରଦାନ ସଦୃଶ୍ୟ ହୋଇଥାଏ। ଆମ ଜୀବନ ସୁଖ ସମୃଦ୍ଧିରେ ଭରପୂର ହୋଇଯାଏ। ଯଦି ଆପଣ ଆପଣଙ୍କ ଦିନକୁ ସଠିକ୍ ଭାବରେ ଆରମ୍ଭ କରିଛନ୍ତି, ତେବେ ଆପଣଙ୍କର ପୁରା ଦିନ ଭଲରେ ଚାଲିଥାଏ। କିନ୍ତୁ ଯଦି ଆପଣ କିଛି ଭୁଲ୍ ଜିନିଷ ଦେଖନ୍ତି ତେବେ ଦିନଟି ଖରାପ ହୋଇଯାଏ। ସକାଳେ କେଉଁ ଜିନିଷ ଦେଖିବେ, କେଉଁ ଜିନିଷ ଦେଖିବେ ନାହିଁ 1-ଜଣେ ସକାଳେ ଉଠିବା ଏବଂ ଦର୍ପଣ ଦେଖିବା ଉଚିତ୍ ନୁହେଁ। ଯଦି ଆପଣ ଏହା କରନ୍ତି ତେବେ ଦିନସାରା ଆପଣଙ୍କ ସହିତ ନକାରାତ୍ମକ କାମ ଦେଖାଦେବ। ଯାହା ଆପଣଙ୍କୁ ଦୁଃଖ ଦେବ। 2-ଆପଣଙ୍କ ଦିନ ଆପଣଙ୍କ ଦେବୀଙ୍କ ଉପରେ ଧ୍ୟାନ କରି ଆରମ୍ଭ କରନ୍ତୁ। ଯଦି ସୁବିଧା ଅଛି ତେବେ ଦେବୀ ଦର୍ଶନ କରନ୍ତୁ। ଏହା ଆପଣଙ୍କୁ ସକରାତ୍ମକ ଭାବରେ ପ୍ରଭାବିତ କରିବ। ଆହୁରି…
ସ୍ୱାସ୍ଥ୍ୟ ଟିପ୍ସ: ଭାରତରେ ବେଲପତ୍ରର ବିଶେଷ ଗୁରୁତ୍ୱ ରହିଛି। କାରଣ ତାହାକୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଏ। ଧାର୍ମିକ ଗୁରୁତ୍ୱ ବ୍ୟତୀତ ବେଲପତ୍ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ସେଗୁଡିକ କ୍ୟାଲସିୟମ୍ ଏବଂ ଫାଇବର ପରି ଭିଟାମିନ୍ ଏ, ସି, ବି-୧ ଏବଂ ବି-୬ ପରି ପୋଷକ ତତ୍ତ୍ୱରେ ଭରପୂର ଅଟେ। ଅନେକ ଲୋକ ଜାଣନ୍ତି ନାହିଁ ଯେ, ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ବେଲ ପତ୍ର ସହାୟକ ହୋଇଥାଏ। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ବ୍ୟତୀତ ଏଗୁଡିକ ହୃଦୟ ସ୍ୱାସ୍ଥ୍ୟ ଏବଂ ଯକୃତର ଉନ୍ନତି ପାଇଁ ମଧ୍ୟ କାର୍ଯ୍ୟ କରନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଏହି ପତ୍ରକୁ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି। ବେଲପତ୍ର ଦିନର ଯେକୌଣସି ସମୟରେ ଖାଇପାରିବେ। ତଥାପି, ଏହାକୁ ଖାଲି ପେଟରେ ଖାଇବା ଅଧିକ ଲାଭଦାୟକ ଅଟେ। କାରଣ ଏଥିରୁ…
ମେଷ ରାଶି- ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ। ଘର ବାହାରେ ସୁଖ ମିଳିବ। ରୋଜଗାର ଚିନ୍ତା ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଏକ ଦୃଢ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ବ୍ୟବସାୟରେ ଲାଭଦାୟକ ପରିବର୍ତ୍ତନ ଆସିବ। ବୃଷ ରାଶି-ଶତ୍ରୁମାନେ ପରାସ୍ତ ହେବେ। ଜମି ଏବଂ ନିର୍ମାଣ କାର୍ଯ୍ୟରେ କମିଶନି କାରବାର ହୋଇପାରେ। ଚାକିରି ପାଇବାର ସମ୍ଭାବନା। ବ୍ୟବସାୟ ଭଲ କରିବ। ନୂତନ କାର୍ଯ୍ୟକଳାପ ଲାଭଦାୟକ ହେବ। ବ୍ୟବସାୟରେ ନୂତନ ଯୋଜନା ଆରମ୍ଭ ହେବ। ଶକ୍ତିର ନିଷ୍କ୍ରିୟତା ହେତୁ ମନ ଅସନ୍ତୁଷ୍ଟ ରହିବ। ମିଥୁନ ରାଶି-ପରିବାର ଚିନ୍ତିତ ହେବେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଆଇନଗତ ପ୍ରତିବନ୍ଧକ ହଟିଯିବ। ବ୍ୟବସାୟ ଭଲ କରିବ। ଆପଣ ଦାନ କରି ମାନସିକ ସୁଖ ଅର୍ଜନ କରିବେ। ବ୍ୟବସାୟ ଅବସ୍ଥା ଆଶାବାଦୀ ରହିବ। ପରିବାର, ମାଙ୍ଗଳିକ କାର୍ଯ୍ୟ ଯୋଜନା କରାଯିବ। ଆପଣ ଋଣ ନେବା ଠାରୁ…
ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସ ଠାରେ ୧୫୦ ଜଣ ‘ମିଲେଟ୍ ମା’ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପୁଷ୍ଟିଶସ୍ୟ ମାଣ୍ଡିଆର ପ୍ରୋତ୍ସାହନ ପାଇଁ କୃତଜ୍ଞତା ଜଣାଇଥିଲେ। ଏହି ମହିଳାମାନେ ସମସ୍ତେ ମିଶନ ଶକ୍ତିର ସଦସ୍ୟ ଅଛନ୍ତି ଏବଂ ଭୁବନେଶ୍ବରରେ ଚାଲିଥିବା ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ସେମାନେ ଯୋଗ ଦେଇଥିଲେ । ମାଣ୍ଡିଆ ଚାଷ ଠାରୁ ଆରମ୍ଭ କରି ଲୋକଙ୍କ ପ୍ଲେଟ୍ରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପହଞ୍ଚାଇବା ପର୍ଯ୍ୟନ୍ତ (Farm to Plate) ମାଣ୍ଡିଆ ଫୁଡ୍ ଚେନ୍ର ( Millet Food Chain) ବିଭିନ୍ନ ସ୍ତରରେ ଏହି ମା ମାନେ ଯୋଡି ହୋଇ କାମ କରୁଛନ୍ତି। ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ, ସରକାରଙ୍କ ପକ୍ଷରୁ ଚାଷୀଙ୍କ ମାଣ୍ଡିଆ ସଂଗ୍ରହ, ମିଲେଟ୍ ଶକ୍ତି ଜରିଆରେ ମାଣ୍ଡିଆରୁ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଚାଷୀ ଓ ମହିଳା ମାନେ ସମସ୍ତେ ଉପକୃତ ହେଉଛନ୍ତି ଓ ସେମାନଙ୍କ ରୋଜଗାର ବଢିଛି ବୋଲି…
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଶୁକ୍ରବାର ଲୋକସଭା ନୈତିକତା କମିଟିକୁ କଡ଼ା ସମାଲୋଚନା କରିବା ସହ ଏହାକୁ କଙ୍ଗାରୁ କୋର୍ଟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ନୈତିକତା କମିଟି ପ୍ରଥମେ ତାଙ୍କୁ ବହିଷ୍କାର କରିବା ପରେ କେନ୍ଦ୍ରକୁ ସିବିଆଇକୁ ପ୍ରମାଣ ଖୋଜିବାକୁ କହିବାକୁ କୁହନ୍ତୁ। ସଂସଦୀୟ ଇତିହାସରେ ପ୍ରଥମ ବ୍ୟକ୍ତିଭାବେ ସ୍ଥାନ ପାଇଥିବାରୁ ଗର୍ବ ଅନୁଭବ କରୁଛି ଯେ ନୈତିକତା କମିଟି ତାଙ୍କୁ ଅନୈତିକଭାବେ ବହିଷ୍କାର କରିଛି, ଯାହାର ଆଦେଶରେ ବହିଷ୍କାର ଅନ୍ତର୍ଭୁକ୍ତ ନାହିଁ। ପ୍ରଥମ ଥର ପାଇଁ ସିବିଆଇକୁ ପ୍ରମାଣ ଖୋଜିବାକୁ ସରକାର କୁହନ୍ତୁ। କଙ୍ଗାରୁ କୋର୍ଟ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମାଙ୍କଡ଼ଙ୍କ ଭଳି ବ୍ୟବହାର କରୁଥିଲା ବୋଲି ମାଇକ୍ରୋବ୍ଲଗିଂ ସାଇଟରେ ମହୁଆ ଲେଖିଛନ୍ତି। ଏହା ପୂର୍ବରୁ ନୈତିକତା ପ୍ୟାନେଲ ସୁପାରିସ ପରେ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ମହୁଆ ମୋଇତ୍ରା କହିଛନ୍ତି ଯେ ବହିଷ୍କାର ଧମକ ତାଙ୍କ ପାଇଁ ସମ୍ମାନର ବ୍ୟାଜ୍ ଏବଂ ନୈତିକତା ପ୍ୟାନେଲର…
ଭୁବନେଶ୍ବର: ଦୁଇ ଦିନ ଧରି ଗଂଜାମ ଜିଲ୍ଲାର ବ୍ରହ୍ମପୁର ନିକଟ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଆୟୁବେଦ ପ୍ରବର୍ତକ ଭଗବାନ ଧନ୍ଵନ୍ତରୀ ଙ୍କ ଜୟନ୍ତୀ ଓ ଅଷ୍ଟମ ଜାତୀୟ ଆୟୁର୍ବେଦ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଗତ କାଲି ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ସବୁ ଦିନ ସମସ୍ତ ଙ୍କ ପାଇଁ ଆୟୁର୍ବେଦ ଶୀର୍ଷକ ଏକ ପଥପ୍ରାନ୍ତ ନାଟକ ବ୍ରହ୍ମ ପୁର ଆସିକା କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ପାର୍ଶ୍ଵରେ ପ୍ରଦର୍ଶନ କରିଥିଲେ।ଆଜି ସକାଳୁ ଆୟୁର୍ବେଦ ସଚେତନତା ସୃଷ୍ଟି କରିବା ପାଇଁ ଏକ ବାଇକ ରାଲି ଓ ସଚେତନତା ଶୋଭାଯାତ୍ରା ସମସ୍ତ ଛାତ୍ର ଛାତ୍ରୀ ଙ୍କ ପକ୍ଷ ରୁ ହୋଇଥିଲା। ବାଇକ ରାଲି ବ୍ରହ୍ମ ପୁର ପର୍ଯ୍ୟନ୍ତ ଯାଇଥିବା ବେଳେ, ସଚେତନତା ରାଲି ସମଗ୍ର ଆଙ୍କୁଶପୁର ପରିକ୍ରମା କରିଥିଲା।ସ୍ଥାନୀୟ ଜନସାଧାରଣ ଆୟୁର୍ବେଦ ସମ୍ପର୍କରେ ଏହି ସମସ୍ତ…
ନୂଆଦିଲ୍ଲୀ: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାମ୍ ଶୁକ୍ରବାର ତାଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି କରି କହିଛନ୍ତି ଯେ ଦଳର କିଛି ନେତା ଭଗବାନ ଶ୍ରୀରାମଙ୍କୁ ଘୃଣା କରନ୍ତି। ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିବା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାମ୍ କହିଛନ୍ତି, ଭଗବାନ ଶ୍ରୀରାମଙ୍କୁ ଘୃଣା କରୁଥିବା ବ୍ୟକ୍ତି ହିନ୍ଦୁ ହୋଇପାରିବେ ନାହିଁ। ଶ୍ରୀରାମ ମନ୍ଦିର ନିର୍ମାଣକୁ ରୋକିବା ପ୍ରୟାସ ବିଷୟରେ ସମଗ୍ର ବିଶ୍ୱ ଜାଣିଛି। କିଏ ଶ୍ରୀରାମଙ୍କୁ ଘୃଣା କରେ ଓ କିଏ ଦେବତାଙ୍କୁ ସମର୍ପିତ, ମୁଁ ଏହାକୁ ଏକ ରହସ୍ୟ ବୋଲି ଭାବୁନାହିଁ। କଂଗ୍ରେସ ସଦସ୍ୟ ହେବାର ଅର୍ଥ ନୁହେଁ ଯେ ସତ କୁହାଯାଏ ନାହିଁ। ମୁଁ ଅନୁଭବ କରିଛି ଯେ କିଛି କଂଗ୍ରେସ ନେତା ଅଛନ୍ତି ଯେଉଁମାନେ ଉଭୟ ରାମ ଏବଂ ରାମ ମନ୍ଦିରକୁ ପସନ୍ଦ କରନ୍ତି ନାହିଁ। କୃଷ୍ଣମଙ୍କ ମନ୍ତବ୍ୟର ଏକ ଭିଡିଓ କ୍ଲିପ୍ ସେୟାର କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…
ନୂଆଦିଲ୍ଲୀ: ନଭେମ୍ବର ୯ରେ ବିହାର ବିଧାନସଭାରେ ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୨୩ ପାରିତ ହୋଇଥିଛି । ଏଥିରେ ଜାତିଗତ ସଂରକ୍ଷଣର ପରିସରକୁ ୬୫%କୁ ବୃଦ୍ଧି କରାଯାଇଛି । ଅର୍ଥନୈତିକ ଦୁର୍ବଳ ବର୍ଗ ଅର୍ଥାତ୍ ଇଡବ୍ଲ୍ୟୁଏସର ୧୦% କୋଟାକୁ ଅନ୍ତର୍ଭୁକ୍ତ କରାଗଲେ ବିହାରରେ ସମୁଦାୟ ସଂରକ୍ଷଣ ୭୫% ରହିବ । ଏହା ସଂରକ୍ଷଣ ପାଇଁ ସର୍ବାଧିକ ସୀମା ଅର୍ଥାତ୍ ୫୦% ଠାରୁ ବହୁତ ଅଧିକ ଅଟେ । ୧୯୯୨ମସିହାରେ ସୁପ୍ରିମକୋର୍ଟର ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଇନ୍ଦିରା ସାହାଣୀ ବନାମ ଭାରତ ସରକାର ମାମଲାରେ ଐତିହାସିକ ରାୟ ଦେଇ ୫୦% ସୀମା ଧାର୍ଯ୍ୟ କରିଥିଲେ । ଏହି ସୀମା ଯୋଗୁଁ ମହାରାଷ୍ଟ୍ର, ଆନ୍ଧ୍ର, ଛତିଶଗଡ଼, ଓଡ଼ିଶା ଓ ରାଜସ୍ଥାନର ନିଷ୍ପତ୍ତିକୁ ବଦଳାଇ ଦିଆଯାଇଛି । ଏଭଳି ସ୍ଥିତିରେ ବିହାରରେ ୭୫% ସଂରକ୍ଷଣ ଦେବାର ପ୍ରକ୍ରିୟା ସଫଳ ହେବ କି ? ଆସନ୍ତୁ ଜାଣିବା ସଂରକ୍ଷଣରେ ସର୍ବାଧିକ ୫୦% ସୀମା କେଉଁଠୁ ଆସିଲା ପ୍ରଥମେ…
ଭୁବନେଶ୍ବର: ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ, ଏକ ମାସ ସମୟସୀମା ମଧ୍ୟରେ ମାତ୍ର ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଛି ଏହି କାର୍ଯ୍ୟକ୍ରମ। ରେକର୍ଡ ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଥିବାରୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। କେନ୍ଦୁଝରରୁ ଆରମ୍ଭ ହୋଇ ଉତ୍ସାହ ଆନନ୍ଦର ସହ ବାଣର ଶବ୍ଦ ଓ ଆଲୋକର ଫୁଆର ମଧ୍ୟରେ ଯାଜପୁରରେ ଉଦ୍ଯାପନ ହୋଇଛି ଏହି କାର୍ଯ୍ୟକ୍ରମ। ଏକ ମାସ ମଧ୍ୟରେ ସମାପନ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୬.୫୦ ଲକ୍ଷ ଲୋକ ଭାଗ ନେଇଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ଜନସାଧାରଣ, ଲୋକ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଲେ 5T ଓ ‘ନବୀନ ଓଡିଶା’ ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ। ଏହା ସହିତ ନୂଆ ଓଡିଶା ସଶକ୍ତ…
ଭୁବନେଶ୍ବର: ପ୍ରତ୍ୟେକ ଶିଶୁ ନିକଟରେ କିଛି ନା କିଛି କ୍ରୀଡା ପ୍ରତିଭା ଲୁଚି ରହିଛି। ଏହି କ୍ରୀଡା ପ୍ରତିଭାର ବିକାଶ ନିମନ୍ତେ ମହିଳା ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଆୟୋଜନ କରିଥିଲେ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ, ‘ଉତ୍ସାହ’। କଳିଙ୍ଗ ଷ୍ଟାଡିୟମରେ ତ୍ରିଦିବସୀୟ ଏହି ଶିଶୁ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଦିବସରେ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ରୀଡା ପ୍ରତିଯୋଗିତା, ‘ଉତ୍ସାହ’ରେ ଭାଗ ନେଇଥିବା ଶିଶୁମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନେ ଭବିଷ୍ୟତରେ ରାଜ୍ୟ ପାଇଁ ଅଧିକ ସୁନାମ ଓ ଗୌରବ ଆଣିଦେବେ ବୋଲି ଆଶା ପୋଷଣ କରିଛନ୍ତି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସୁପ୍ରତିଷ୍ଠିତ ଅଲମ୍ପିୟାନ ଭାରୋତ୍ତୋଳୟନକାରୀ ଶ୍ରୀ କେ. ରବିକୁମାର କ୍ରୀଡା କ୍ଷେତ୍ରରେ ସାଫଲ୍ୟ ଆଣିବାକୁ ହେଲେ ଶିଶୁମାନେ ଛୋଟବେଳୁ ନିରନ୍ତର ପ୍ରୟାସ…
ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ମିଡିଆ ମାଧ୍ୟମରେ ଅଭିଯାନ ଆରମ୍ଭ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାପନ ଶାଖା କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) କୁ ସକ୍ଷମ ଏବଂ ସଶକ୍ତ କରିବା ନିମନ୍ତେ ଏକ “ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩” କୁ ଅନୁମୋଦନ କରିଛି। ବିକଶିତ ଗଣମାଧ୍ୟମ ପରିଦୃଶ୍ୟ ଏବଂ ଗଣମାଧ୍ୟମ ବ୍ୟବହାରର ବର୍ଦ୍ଧିତ ଡିଜିଟାଲକରଣ ପ୍ରତିକ୍ରିୟାରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ନୀତି ବିଷୟରେ ସୂଚନାର ପ୍ରସାରଣ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ସିବିସିର ମିଶନରେ ଏହି ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ଡିଜିଟାଲ ମାଧ୍ୟମରେ ବହୁ ସଂଖ୍ୟକ ଜନତାଙ୍କୁ ଟେକ୍ନୋଲୋଜି ସକ୍ଷମ ମେସେଜିଂ ବିକଳ୍ପ ସହିତ ନାଗରିକ କେନ୍ଦ୍ରିତ ବାର୍ତ୍ତାକୁ ଲକ୍ଷ୍ୟଭିତ୍ତିକ ଉପାୟରେ ଓ ପ୍ରଭାବଶାଳୀ ଭାବରେ ପ୍ରସାରଣ କରିବାରେ ଏହି ନୀତି ସହାୟକ ହେବ, ଯାହାଫଳରେ ଭୌତିକ ଅଭିଯାନରେ ଖର୍ଚ୍ଚର ପରିମାଣ କମ୍ ହୋଇ ପାରିବ। ସାମ୍ପ୍ରତିକ ବର୍ଷ…
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘‘ସୁସ୍ଥ ଓଡିଶା – ସୁଖୀ ଓଡିଶା’’ ଆହ୍ଵାନ ସାକାର ଦିଗରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ( ବିଏସ୍କେୱାଇ )ଦୃତ ଅଗ୍ରଗତି କରିଛି। ଉଭୟ ଜନସାଧାରଣ ଏବଂ ଘରୋଇ ହସ୍ପିଟାଲ୍ମାନେ ଅଧିକରୁ ଅଧିକ ସଂଖ୍ୟାରେ ଏଥିରେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଯୋଜନାରେ ସାମିଲ ହୋଇଥିବା ଘରୋଇ ସୁପରସ୍ପେସାଲିଟି ବିଶ୍ଵସ୍ତରୀୟ ହସ୍ପିଟାଲ୍ ସଂଖ୍ୟା ୭୬୫କୁ ବୃଦ୍ଧି ପାଇଛି। ଇତି ମଧ୍ୟରେସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ବାସ୍ଥ୍ୟସେବା ପ୍ରତିଶୃତି ସମିତି ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ଗୁଣାତ୍ମକ ସ୍ବାସ୍ଥ୍ୟସେବା ନିଶ୍ଚିନ୍ତ କରାଇବା ଦିଗରେ ସମିତିର ବିଭିନ୍ନ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରି ରାଜ୍ୟ ସରକାରଙ୍କ ସହ ସହଭାଗିତାରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ୍ମାନଙ୍କରେ ଉପଲବ୍ଧ ରୋଗୀ-କେନ୍ଦ୍ରିକ ସେବା ଯୋଗାଣ ଉପରେ ନିୟମିତ ନଜର ରଖିବା ସହ ଚିକିତ୍ସା ବାବଦରେ ସେମାନେ ଅନ୍ଲାଇନରେ ଦାଖଲ…
ଭୁବନେଶ୍ୱର: ମାଣ୍ଡିଆ ତଥା ଅନ୍ୟାନ୍ୟ ପୁଷ୍ଟିଶସ୍ୟକୁ ନେଇ ଦେଶର ବିଭିନ୍ନ ରାଜ୍ୟର ଲୋକକଥା ଓ ଲୋକସଂସ୍କୃତି ଉପଦାନ ସମ୍ବଳିତ ଗୀତନାଚରେ ଝୁମିଥିଲେ ଦର୍ଶକ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଗୋଟିଏ ଅଣ-ବୈଷିୟିକ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା କୃଷକମାନେ ପରିବେଷଣ କରିଥିଲେ ସୁମଧୁର ସଂଗୀତ। ସବୁବେଳେ ଏପରି ଲୋକସଂଗୀତ ପୁଷ୍ଟିଶସ୍ୟ ଚାଷ ସହତ ସୁରକ୍ଷା ଦିଗରେ ସହାୟକ ହୋଇଆସିଛି। ଆଜିର କାର୍ଯ୍ୟକ୍ରମରେ ମାଣ୍ଡିଆ ଦିବସ ଅବସରରେ ମେଘାଳୟ, କର୍ଣ୍ଣାଟକ, ଗୁଜୁରାଟ ଓ ଓଡ଼ିଶାର କୃଷକ ଦଳ ସମବେତ ହୋଇ ପୁଷ୍ଟିଶସ୍ୟ ସଂଗୀତ ପରିବେଷଣ କରିଥିଲେ। କଣ୍ଠରେ ଥିଲା ପୁଷ୍ଟିଶସ୍ୟର ଜୟଗାନ, ପରିଚ୍ଛଦ ଥିଲା ପାରମ୍ପରିକ। ବିଭାଗୀୟ ସହକାରୀ ନିର୍ଦ୍ଦେଶକ ପ୍ରିୟଙ୍କା ପି୍ରୟଦର୍ଶିନୀ ସ୍ୱାଗତ ଭାଷଣ ଦେଇଥିବାବେଳେ କାର୍ଯ୍ୟକ୍ରମର ସଂଚାଳକ ଅନୁଷ୍ଠାନ ‘ରିଭିଟାଲାଇଜିଂ ରେନ୍ଫେଡ୍ ଏରିଆ (ଆର୍ଆର୍ଏ)’ର ଜାତୀୟ ନିର୍ଦ୍ଦେଶକ ଡ. ସବ୍ୟସାଚୀ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଗୀତିକାର ଓ ସମାଜକର୍ମୀ…
ଭୁବନେଶ୍ବର: ଆଉ ଦିନକ ପରେ ହେବ ଦୀପାବଳି। ଏହିଦିନ ସମସ୍ତେ ବାଣ ଫୁଟାଇ ଏହି ଉତ୍ସବକୁ ପାଳନ କରିଥାନ୍ତି। ହେଲେ ଏହି ଆଲୋକର ଉତ୍ସବରେ ଅନେକ ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁ ଓଡିଶା ଅଗ୍ନିସେବା ତରଫରୁ ବାଣ ଦୋକାନୀଙ୍କ ପାଇଁ ଜାରୀ କରାଯାଇଛି ନିୟମ। ସେଗୁଡିକ ହେଲା ଅସ୍ଥାୟୀ ବାଣ ଦୋକାନ:- ବିକ୍ରି ପାଇଁ ଉଦ୍ଦିଷ୍ଟ ବାଣ ଗୁଡ଼ିକୁ ଉପଯୁକ୍ତ ଓ ସୁରକ୍ଷିତ ଭାବରେ ରଖାଯିବା ଏବଂ ପ୍ରଦର୍ଶନ କରିବା ଆବଶ୍ୟକ । ଅନଧିକୃତ ବ୍ୟକ୍ତିମାନେ ସେଠାକୁ ପ୍ରବେଶ କରିପାରିବେ ନାହିଁ । ଏହାର ଚତୁଃପାର୍ଶ୍ୱରେ ପଲିଥିନ୍ ଏବଂ ଦହନଶୀଳ ପଦାର୍ଥର ବ୍ୟବହାରକୁ ନିଷିଦ୍ଧ କରାଯିବ ଉଚିତ୍ । ବାଣ ବିକ୍ରୟ ପାଇଁ ବ୍ୟବହୃତ ଅସ୍ଥାୟୀ ଦୋକାନ ଗୁଡିକ ପରସ୍ପରଠାରୁ ଅତି କମ୍ ରେ ୧୦ ଫୁଟ୍ ଏବଂ କୌଣସି ସୁରକ୍ଷିତ କାର୍ଯ୍ୟସ୍ଥଳ ଠାରୁ ଅତିକମ୍ ରେ ୧୫୦ଫୁଟ୍ ଦୂରତାରେ ରହିବ ।ଦୋକାନ ଗୁଡ଼ିକ ସାମ୍ନାସାମ୍ନି ହୋଇ ରହିବେ…
ଭୁବନେଶ୍ବର: ନବୀନ ନିବାସରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟପାଳ ଭାବେ ସେ ନବୀନ ନିବାସ ଯିବାକୁ ନେଇ କଂଗ୍ରେସ ସମାଲୋଚନା କରିଛି। ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟପାଳ ତାଙ୍କର ପ୍ରୋଟକଲ ଭାଙ୍ଗିଛନ୍ତି। ସେ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ। ସେଠାରୁ ଫେରିବା ପରେ ସିଧା ନବୀନ ନିବାସ ଯିବା ତାଙ୍କର ପ୍ରୋଟକଲ ବାହାରେ। କାରଣ ସେ ରାଜ୍ୟପାଳ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ସେ ତାଙ୍ ବାସଭବନକୁ ବା ରାଜଭବନକୁ ଡାକିପାରିଥାଆନ୍ତେ। ହେଲେ ତାହା ନ କରି ସେ ନିଜେ କିପରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଗଲେ ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।