Author: thesamikhsya

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ସାଂଗଠନିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଛଅଟି ଜିଲ୍ଲାରେ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଏହି ଘୋଷଣା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କରିଛନ୍ତି। ଯେଉଁ ନୂଆ ନାମ ଘୋଷଣା ହେଲା ସେମାନେ ହେଲେ ବିଜେଡିର ପୂର୍ବତନ ସାଂସଦ ପ୍ରଭାସ ସିଂ ବହୁଦିନ ଧରି ସଂଗଠାନିକ କାର୍ଯ୍ୟରୁ ଦୂରେଇ ରହିଥିଲେ। ତାଙ୍କୁ ବର୍ତ୍ତମାନ ଝାରସୁଗୁଡା ଜିଲ୍ଲା ଦାୟିତ୍ବ ଦିଆଯାଇଛି। ଏହା ଶିଘ୍ର କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ଏଥିରେ ବିଭିନ୍ନ କ୍ଷେତ୍ରର ଅଧିକାରୀ, ଯଥା – ଏକ୍‌ଜିକ୍ୟୁଟିଭ ଇଂଜିନିୟର, ଓଏଏସ୍‌ ଅଧିକାରୀ, କୃଷି ବିଭାଗ ଅଧିକାରୀ, ସାମାଜିକ ଶିକ୍ଷା ଅଧିକାରୀ, ଅଡିଟର, ଜୁନିର ଇଂଜିନିୟର ପ୍ରମୁଖ ଅନ୍ତର୍ଭୁକ୍ତ। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୯୭ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ସେମାନଙ୍କର ପେନ୍‌ସନ ବନ୍ଦ କରାଯାଇଛି ।…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ପୌରାଞ୍ଚଳରେ ‘ଆମ ପୋଖରୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ସହରାଞ୍ଚଳ ଗୁଡିକରେ ଥିବା ଅବ୍ୟବହୃତ କିମ୍ବା ପୋତିହୋଇ ଯାଇଥିବା ଜଳାଶୟ ଗୁଡିକର ପୁନରୁଦ୍ଧାର କରାଯାଇ ଏହାକୁ ସ୍ୱଚ୍ଛ ଓ ନିର୍ମଳ କରାଯିବା ସହିତ ଏହାର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ କରାଯିବ। ୧୧୫ଟି ପୌରାଞ୍ଚଳର ୨୦୦୦ଟି ବୃହତ ଜଳାଶୟର ନବୀକରଣ କରାଯାଇ ଜନସାଧାରଣଙ୍କ ଅବସର ବିନୋଦନ ପାଇଁ ସ୍ୱାସ୍ଥ୍ୟପ୍ରଦ ସର୍ବସାଧାରଣ ସ୍ଥାନର ବିକାଶ କରାଯିବ। ମିଶନ ଶକ୍ତିର ମହିଳା ଓ କଲେଜରୁ ପାସ୍ କରିଥିବା ଶିକ୍ଷିତ ଯୁବକ ଯୁବତୀମାନେ ସହଭାଗିତାରେ ଏହା କରାଯିବ। ପ୍ରାକୃତିକ ଉପାୟରେ କମ୍ ଖର୍ଚ୍ଚରେ ଉନ୍ନତ ପରିବେଶ ସୃଷ୍ଟି କରାଯିବ। ଲୋକସେବା ଭବନର କନ୍‌ଭେନ୍‌ସନ୍ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମିଶନ ଶକ୍ତି ମା’ମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମା’ମାନେ ହେଉଛନ୍ତି ଟିମ ୱାର୍କର…

Read More

ଭୁବନେଶ୍ବର: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବେ ତାଙ୍କ ଚିଲିକା ନିର୍ବାଚନ ମଣ୍ଡଳୀକୁ ପ୍ରବେଶ କରିବେ। ସେଥିପାଇଁ ଆୟୋଜନ ହୋଇଛି ଏକ ବିରାଟ କାର୍ଯ୍ୟକ୍ରମ। କୋର୍ଟ କଟକଣା କରିଥିବାରୁ ସେ ଦୀର୍ଘ ମାସ ଧରି ଚିଲିକା ଯାଇପାରି ନାହାଁନ୍ତି। ଏବେ ଏହି କଟକଣା ଚଳିତ ଜୁଲାଇ ୨୪ ତାରିଖର ଶେଷ ହେଉଛି। ସେଥିପାଇଁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜୁଲାଇ ୨୮ ତାରିଖରେ ଚିଲିକା ନିର୍ବାଚନ ମଣ୍ଡଳିରେ ପ୍ରବେଶ କରିବେ। ସେଦିନ ବିଧାୟକଙ୍କୁ ପ୍ରାୟ ୫ ହଜାର ମୋଟରସାଇକଲେ ଶୋଭାଯାତ୍ରାରେ ନିଆଯିବ। ଏଥିସହିତ ପାଇକମାନଙ୍କ ଦ୍ବାରା ଏକ ବଡ ପାଇକ ଶୋଭାଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି। ଏହି ଶୋଭାଯାତ୍ରା ୨୮ ତାରିଖ ଶୁକ୍ରବାର ଦିନ ହେବ। ସେଦିନ ଏହି ଶୋଭାଯାତ୍ରା ବାଲୁଗାଁର ଐତିହାସିକ ମାମୁଁଭଣଜା ପାହାଡରୁ ଆରମ୍ଭ ହୋଇ ବାଣପୁରର ଐତିହାସିକ ପଲଟନ ପଡିଆରେ ଶେଷ ହେବ। ତେବେ ଏହି ବିରାଟ ପଟୁଆରର ଆୟୋଜନ କରିଛି ଏକ ପାଇକ ମହାସଂଘ। ସେଦିନ ସଂଘର କର୍ମକର୍ତ୍ତାମାନେ…

Read More

ଭୁବନେଶ୍ୱର/ମୁମ୍ବାଇ : ନଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ଶେଷ ହୋଇଛି। ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ଓ ସ୍ୱାମୀ ଅଦ୍ୱେସା ନନ୍ଦ ୱେଲଫେୟାର ଆସୋସିଏସନ୍ ସରସ୍ୱତୀ ପକ୍ଷରୁ ରଥଯାତ୍ରା କରାଯାଇଥିଲା। ୧୮ବର୍ଷ ହେଲା ଟ୍ରଷ୍ଟ ମାଧ୍ୟମରେ ବିଭିନ୍ନ ଓଡ଼ିଆ ସାମିଲ ହୋଇ ଟ୍ରଷ୍ଟର ସଦସ୍ୟ ଓ ସେବକମାନେ ସହଯୋଗ ଦ୍ୱାରା ଏହି ରଥଯାତ୍ରା ମହୋତ୍ସବ ହୋଇ ଆସୁଛି। ସେହିପରି ୩ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ କରାଯାଇଥିଲା। ଭକ୍ତମାନଙ୍କ ଦ୍ୱାରା କଳସ ଯାତ୍ରା କରାଯାଇଥିଲା। ଭକ୍ତଙ୍କ ଗହଣରେ ରାମ ପ୍ରସାଦ ମୁଦୁଲିଙ୍କ ଦ୍ୱାରା ଛେରା ପହଁରା କରିଥିଲେ। ପାରମ୍ପରିକ ଘଂଟ ବାଦ୍ୟରେ ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ପ୍ରାୟ ୧୦ହଜାର ଏହି ଯାତ୍ରାରେ ସାମିଲ ହୋଇଥିଲେ। ପ୍ରତିଦିନ ୧୦ଜାର ଲୋକଙ୍କ ପ୍ରସାଦ ସେବନ ଓ ସାସ୍କୃତିକ କାର‌୍ୟ୍ୟକ୍ରମ କରାଯାଇଥିଲା। ଶ୍ରୀଜିଉଙ୍କ ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ଯାତ୍ରା ନୀତି ସମାପନ ହୋଇଛି।…

Read More

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ବିଜୁ ଜନତା ଦଳ ଧିରେ ଧିରେ ତାହାର ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ବିଭିନ୍ନ ସମୟରେ ଜିଲ୍ଲା କମିଟ ତଥା ନିର୍ବାଚନ ମଣ୍ଡଳୀ କମିଟ ଗଠନ କରି ନୂଆ ନେତାଙ୍କୁ ଦାୟିତ୍ବ ଦେଉଛି। ଏହି ପରିପ୍ରେକ୍ଷୀରେ ଦଳ କଳାହାଣ୍ଡି ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଯେଉଁଥିରେ ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହଦେଓ ଜିଲ୍ଲା ସଭାପତି ଅଛନ୍ତି। ସେହିପରି ଏହି ତାଲିକାରେ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ଦିଆଯାଇଛି। ଏହି ତାଲିକାରେ ଜିଲ୍ଲାର ପାଞ୍ଚୋଟି ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ପାଞ୍ଚ ଜଣଙ୍କୁ ସଭାପତି କରାଯାଇଛି। ସେହିପରି ଏହି ଜିଲ୍ଲାପାଇଁ ସାତ ଜଣ ଉପସଭାପତି ରହିଛନ୍ତି। ଜିଲ୍ଲା ପାଇଁ ଦଳ ଆଠ ଜଣଙ୍କୁ ସାଧାରଣ ସଂପାଦକ ଏବଂ ବାର ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ଦେଇଛି। ଏହି ନୂଆ ତାଲିକା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।

Read More

ଭୁବନେଶ୍ବର: ବଡ ତୁମ୍ବି ତୋଫାନ କରାଗଲା। ମୋଦୀ ସରକାରର ନଅ ବର୍ଷ ପୁର୍ତ୍ତି ଉପଲକ୍ଷେ ସାରାଦେଶରେ ଆୟୋଜିତ ହେବ ମହାଜନସଂପର୍କ ଯାତ୍ରା। ଓଡିଶାରେ ମଧ୍ୟ ରାଜ୍ୟ ବିଜେପି ତରଫରୁ ଏହି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦିଆଗଲା। କୁହାଗଲା ଓଡିଶାରେ ମହାଜନସଂପର୍କ ଯାତ୍ରା ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ସାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସଭାପତି ଜେ ପି ନଡ୍ଡା ଯୋଗଦେବେ। ଏହି ଖବର ପ୍ରଚାରିତ ହେବା ପରେ ବିଜେପି କର୍ମିଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ବୃଦ୍ଧି ପାଇଥିଲା। ଖୋଦ ରାଜ୍ୟ ସଭାପତି ମନମୋହନ ସାମଲ ଏହି ଯାତ୍ରା ସଂପର୍କରେ ସୂଚନା ଦେଇ ରଥୀମହାରଥିମାନେ ଆସିବେ ବୋଲି କହିଥିଲେ। ହେଲେ ଦୁଃଖର କଥା ଗତ ମେ 31 ତାରିଖରୁ ଆରମ୍ଭ ହୋଇ ଜୁନ 30 ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି  ମାସିକିଆ ମହାଜନସଂପର୍କ ଯାତ୍ରାରେ ଯୋଗଦେବାକୁ ନଡ୍ଡାଙ୍କ ଛଡା ଆଉ କେହି ଆସିଲେ…

Read More

ଭୁବନେଶ୍ବର: ରାଜଧାନୀ ବାସିନ୍ଦାଙ୍କ ପାଇଁ ଏକ ଖୁସି ଖବର। ଏଣିକି ସେମାନେ ମାଗଣାରେ ପାଇପାରିବେ ୱାଇଫାଇ ସେବା। ୩୦ ଏମବିପିଏସ ସ୍ପିଡରେ ଏହି ମାଗଣା ୱାଇଫାଇ ଯୋଗାଇ ଦିଆଯିବ। ଭୁବନେଶ୍ବର ବାସିନ୍ଦା ଦିନକୁ ୫୦୦ ଏମବିପିଏସ ଦୈନିକ ଡାଉନଲୋଡ କରିପାରିବେ। ବର୍ତ୍ତମାନ ରାଜଧାନୀରେ ଏହି ମାଗଣା ୱାଇଫାଇ ସୁବିଧା ୫୦୦ଟି ସ୍ଥାନରେ ଲାଗୁ କରାଯିବ ବୋଲି ନିଷ୍ପତି ହୋଇଛି। ଏ ନେଇ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ବା ବିଏସସିଏଲ ତରଫରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଭୁବନେଶ୍ବରରେ ଖୁବ ଶିଘ୍ର ମାଗଣା ୱାଇଫାଇ ସଂଯୋଗ ପ୍ରଦାନ କରାଯିବ। ଏ ନେଇ ଭୁବନେଶ୍ବରର ବାସିନ୍ଦାଙ୍କ ଅପେକ୍ଷାର ଶେଷ ହେଲା।

Read More

ନୂଆଦିଲ୍ଲୀ: ସାଧାରଣ ଅଭିଯୋଗ, ପେନସନ, ଆଇନ ଏବଂ ନ୍ୟାୟ ଉପରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଆସନ୍ତାକାଲି ୟୁନିଫର୍ମ ସିଭିଲ କୋଡ (ୟୁସିସି) ଉପରେ ଏକ ବୈଠକ କରିବେ। ଏ ନେଇ କମିଟି ମୁଖ୍ୟ ତଥା ବିଜେପି ରାଜ୍ୟସଭା ସାଂସଦ ସୁଶୀଲ ମୋଦୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ବିଭିନ୍ନ ସଦସ୍ୟଙ୍କ ମତାମତ ନିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ୟାନେଲର ସମସ୍ତ ରାଜନୈତିକ ଦଳର ସଦସ୍ୟ ଥିଲେ ମଧ୍ୟ କମିଟି ବୈଠକରେ ରାଜନୀତିର ଉର୍ଦ୍ଧରେ ରହି ମତ ସଂଗ୍ରହ କରାଯିବ। ନାଗରିକମାନଙ୍କର ବ୍ୟକ୍ତିଗତ ନିୟମ ଗଠନ ଏବଂ କାର୍ଯ୍ୟକାରୀ କରିବାକୁ UCC ପ୍ରସ୍ତାବ ଦେଇଛି ଯାହା ସେମାନଙ୍କର ଧର୍ମ, ଲିଙ୍ଗ, ବିବାହ ଆଭିମୁଖ୍ୟ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ। ସମ୍ପ୍ରତି, ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିଗତ ନିୟମ ସେମାନଙ୍କର ଧାର୍ମିକ ଶାସ୍ତ୍ର ଦ୍ୱାରା ପରିଚାଳିତ। ଭାରତର ଆଇନ ଆୟୋଗ ଜନସାଧାରଣଙ୍କ ମତ…

Read More

ଖୋର୍ଦ୍ଧା: ଦାରୁପ୍ରାପ୍ତି ସ୍ଥାନ ଖୋର୍ଦ୍ଧା ଦଧିମାଛ ଗାଡ଼ିଆରେ ରଥଯାତ୍ରା ଉତ୍ସବ ଶେଷ ହୋଇଛି। ରଥରେ ନୀତି ପୂଜା ବିଦ୍ଧି ଅନୁଯାୟୀ ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ସମାପନ ହୋଇଛି। ଚଳିତ ବର୍ଷ ମଧ୍ୟ ଘଂଟ ବାଦ୍ୟ ଓ ସଂକୀର୍ତନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇଥିଲା। ଏହାପରେ ଭକ୍ତ ମାନସ ରଞ୍ଜନ ପଟ୍ଟନାୟକ ଛେରା ପହଁରା କରିଥିଲେ। ପାରମ୍ପରିକ ରୀତି ନୀତି ରଥରେ ପୂଜା କରାଯାଇ ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ। ଭକ୍ତମାନେ ରଥକୁ ଟାଣି ଟାଣି ନିକଟରେ ଥିବା ମାଉସୀ’ମା ମନ୍ଦିର (ମହାବୀର ମନ୍ଦିର) ନିକଟକୁ ଯାଇଥିଲା। ଏହି ଅବସରରେ ଦାରୁ କ୍ଷେତ୍ରରେ ଦାରୁ ଦେବତା ପୁସ୍ତକ ଉନ୍ମୋଚିତ ହୋଇଥିଲା।ଶ୍ରୀଜିଉଙ୍କ ସୁନାବେଶ, ଅଧରପଣା ପରମ୍ପରା ଅନୁଯାୟୀ ଶେଷ ହେବା ପରେ ନିଳାଦ୍ରୀ ବିଜେ ସମାପନ ହୋଇଛି। ୧୯୯୬ ମସିହା ଏପ୍ରିଲ ୭ ତାରିଖରେ ଶ୍ରୀକ୍ଷେତ୍ର ନିବାସୀ ବଡ ଠୁକରଙ୍କ ନବକଳେବର ହୋଇଥିଲା। ଶ୍ରୀ ଜଗନ୍ନାଥଙ୍କ ନବକଳେବର ପାଇଁ…

Read More

ମହାରାଷ୍ଟ୍ରର ମହାରାଜନୀତି: ଆଜି ମହାରାଷ୍ଟ୍ରର ରାଜନୀତି ଏକ ପ୍ରକାରର ସରଗରମ ହୋଇପଡିଛି। ହଠାତ ଏନସିପି ନେତା ଅଜିତ ପାୱାର ରାଜଭବନରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏନସିପିର କେତେକ ନେତାଙ୍କ ସହିତ ସେ ରାଜଭବନରେ ଏହି ଶପଥ ଗ୍ରହଣ କରିଛନ୍ତି। ଏହାପରେ ସେ କହିଛନ୍ତି ଯେ, ମୋ ସହିତ ପୁରା ଏନସିପି ରହିଛି। ବହୁ ବିଧାୟକ ଖୁବ ଶିଘ୍ର ମୋ ସହିତ ସାମିଲ ହେବେ ବୋଲି ଅଜିତ କହିଛନ୍ତି। ଏନସିପିର ଯେଉଁ ବିଧାୟକମାନେ ତାଙ୍କ ସହିତ ସାମିଲ ହେବେ ସେମାନଙ୍କୁ ମନ୍ତ୍ରୀ ପଦ ଦିଆଯିବ ବୋଲି ଜଣାପଡିଛି। ଏହାକୁ ନେଇ ଅଜିତ ତିନିଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

Read More

ଭୁବନେଶ୍ବର: ଦୀର୍ଘ ମାସ ଧରି ଚାଲିଥିବା ବିବାଦର ଶେଷରେ ସମାଧାନ ହୋଇଛି। ଏଣିକି ଆପାର୍ଟମେଣ୍ଟ କିଣାବିକାର ରେଜିଷ୍ଟ୍ରେସନ ହୋଇପାରିବ। ଏକ ବିବାଦୀୟ ପରିସ୍ଥିତିରେ ଗତ କିଛି ମାସ ଧରି ଲୋକେ ଆପାର୍ଟମେଣ୍ଟ କିଣୁଥିଲେ ମଧ୍ୟ ତାହା ରେଜିଷ୍ଟ୍ରେସନ ହୋଇପାରୁ ନ ଥିଲା। ଉଚ୍ଚ ନ୍ୟାୟାଳୟରେ ଏହି ମାମଲା ଚାଲିଥିବାରୁ ସମସ୍ତ ରେଜିଷ୍ଟ୍ରେସନକୁ ସ୍ଥଗିତ ରଖାଯାଇଥିଲା। ଏବେ ରାଜ୍ୟ ସରକାର ଅଧ୍ୟାଦେଶ ବଳରେ ଏହି ଆଇନର ପରିବର୍ତ୍ତନ କରି ନୂଆ ଆଇନ ଆଣିଛନ୍ତି। ଗତ ମେ’ ୨୯ ତାରିଖରେ ଏ ନେଇ କ୍ୟାବିନେଟର ଆଇନ ସଂଶୋଧନ ପାଇଁ ଅନୁମୋଦନ ଲାଭ କରିଥିଲା। ହେଲେ ତାହା ବିଧାନସଭାରେ ପାଶ ହୋଇପାରି ନ ଥିଲା। ଫଳରେ ସରକାର ଏହାକୁ ଅଧ୍ୟାଦେଶ ଆଣି ଆଇନର ସଂଶୋଧନ କରିଛନ୍ତି। ଫଳରେ ଏଣିକି ରେଜିଷ୍ଟ୍ରେସନ ଅଫିସରେ ଏହାର କିଣାବିକା କରାଯାଇପାରିବ।

Read More

ଭୁବନେଶ୍ୱର: ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା  ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶେଷସ୍ପର୍ଶ ଦିଆଯିବା ପରେ ଏହା ସର୍ବସାଧାରଣଙ୍କ ଗମନାଗମନ ନିମନ୍ତେ ଉନ୍ମୁକ୍ତ ରହିବ। ଏହାର ପୂର୍ଣ୍ଣାଙ୍ଗ ସ୍ଥିତି ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ପରଖିଛନ୍ତି। ଏଣିକି ସ୍ଥଳପଥ ଦେଇ ଧବଳେଶ୍ଵର ପୀଠରେ ପହଞ୍ଚି ପାରିବେ ଭକ୍ତ। ସୁଗମ ହେବ ଭକ୍ତଙ୍କ ଯାତ୍ରା। ଏହାଫଳରେ ଧବଳେଶ୍ଵର ପୀଠକୁ ଆଶାତୀତ ଭାବେ ଭକ୍ତ ଓ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଆଜି ସେତୁ ନିର୍ମାଣସ୍ଥଳ ପରିଦର୍ଶନ ଓ କାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି। ଧବଳେଶ୍ଵର ପୀଠର ଭୌଗୋଳିକ ଅବସ୍ଥିତି ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀର ବୈଭବକୁ ମଣ୍ଡନ କରେ। ଏହିସ୍ଥାନକୁ ସୁରକ୍ଷିତ ଯୋଗାଯୋଗ ସୁନିଶ୍ଚିତ ହୋଇଯିବା ପରେ ଏହା ପର୍ଯ୍ୟଟକମାନଙ୍କୁ ବହୁଳ ଭାବରେ ଆକୃଷ୍ଟ…

Read More

ପୁରୀ: ଆଜି ନୀଳାଦ୍ରିବିଜେରେ ଶେଷ ହୋଇଛି ଚଳିତ ବର୍ଷର ରଥଯାତ୍ରା ପର୍ବ। ତିନିଠାକୁର ନଅ ଦିନ ଧରି ଶ୍ରୀମନ୍ଦିର ବାହାରେ ଭକ୍ତଙ୍କୁ ଦର୍ଶନ ଦେଇ ଶେଷରେ ନିଜ ରତ୍ନ ସିଂହାସନକୁ ବାହୁଡିଯାଇଛନ୍ତି। ଆସନ୍ତାକାଲି ଶ୍ରୀଜିୟୁ ରତ୍ନ ସିଂହାସନରେ ଭକ୍ତଗଣଙ୍କୁ ଦର୍ଶନ ଦେବେ। ଆଜି ନିର୍ଦ୍ଧାରିତ ସମୟ ଅନୁସାରେ ଶ୍ରୀଜିୟୁଙ୍କ ପହଣ୍ଡି ବିଜେ କରାଯାଇଥିଲା। ନୀଳାଦ୍ରିବିଜେରେ ପ୍ରଭୃ ଗୋଟି ପହଣ୍ଡି ରେ ଯାଇଥାନ୍ତି। ହରିବୋଲ ହୁଳହୁଳି ଏବଂ ଘଣ୍ଟ କାହାଳୀ ମଧ୍ୟରେ ତିନିଠାକୁର ଜଣଙ୍କ ପରେ ଜଣେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଏହାପରେ ସିଂହଦ୍ବାର ବନ୍ଦ କରାଯାଇଥିଲା। ଆଜି ରାତି ତମାମ ଚାଲିବ ମହାପ୍ରଭୃଙ୍କ ବିଭିନ୍ନ ନୀତିକାନ୍ତି। ଆଜି ବିଳମ୍ବିତ ରାତିରେ ତିନିରଥରୁ ଖୋଲାଯିବ ଚାରମାଳ। ମନ୍ଦିର ଭିତରେ ତିନିଠାକୁର ବିଜେ କରିବା ପରେ ରତ୍ନସିଂହାସନ ମାଜଣା କରାଯିବ। ଏହାପରେ ସିଂହାସନକୁ ଠାକୁର ବିଜେ କରିବା ପରେ ମହାସ୍ନାନ କରାଯିବ। ଭୋର ଚାରିଟାରେ ମହାପ୍ରଭୃଙ୍କ ବଡସିଂହାର ବେଶ କରାଯିବ।

Read More

ପୁରୀ: ଆଜି ହେଉଛି ରସଗୋଲା ଦିବସ। ଏହି ଦିବସଟି ମିଠା ବ୍ୟବସାୟୀଙ୍କ ପାଇଁ ଯେତିକି ଗୁରୁତ୍ବ, ଜଗନ୍ନାଥ ପ୍ରେମୀଙ୍କ ପାଇଁ ସେତିକି ଗୁରୁତ୍ବ। କାରଣ ଆଜି  ମା ଲକ୍ଷ୍ମୀଙ୍କ ମାନଭଂଜନ ପାଇଁ ତାଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ପ୍ରଦାନ କରିବେ। ଏହି ପରଂପରା କାହିଁ କେଉଁ କାଳରୁ ଜଗନ୍ନାଥ ସଂସ୍କୃତିରେ ପ୍ରଚଳିତ ହୋଇ ଆସୁଛି। ପ୍ରତି ବର୍ଷ ପ୍ରଭୁଙ୍କ ନୀଳାଦ୍ରୀବିଜେ ବେଳେ ଏହି ପର୍ବ ପାଳିତ ହୋଇଥାଏ। ପରଂପରା ଅନୁସାରେ ପ୍ରତିବର୍ଷ ରଥଯାତ୍ରାରେ ତିନିଠାକୁର ଶ୍ରୀମନ୍ଦିର ପରିତ୍ୟାଗ କରି ଗୁଣ୍ଡିଚା ମନ୍ଦିର ଆସିଥାନ୍ତି। ଏହି ସମୟରେ ମା ଲକ୍ଷ୍ମୀଙ୍କୁ ଜଗନ୍ନାଥ ସାଥୀରେ ଆଣନ୍ତି ନାହିଁ। ଫଳରେ ମା ଲକ୍ଷ୍ମୀ ରାଗିଯାଇ ପ୍ରଭୃଙ୍କ ରଥକୁ ଭାଙ୍ଗି ଦିଅନ୍ତି। ମା ଙ୍କ ଏପରି ରାଗ ଦେଖି ପ୍ରଭୁ ମନ୍ଦିର ପ୍ରତ୍ୟାବର୍ତ୍ତନ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ରାଗକୁ ଶାନ୍ତ କରାନ୍ତି।

Read More

ପୁରୀ: ସରିଲା ତିନିଠାକରୁଙ୍କ ଲୀଳାଖେଳା। ଆଜି ହେଉଛି ନୀଳାଦ୍ରିବିଜେ, ଆଜି ତିନିଠାକୁର ବାହୁଡିବେ ରତ୍ନ ସିଂହାସନକୁ। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି। ଦୀର୍ଘ ନଅ ଦିନ ଧରି ତିନିଠାକୁର ତିନି ରଥରେ ବିଜେ କରି ଭକ୍ତଙ୍କୁ ଦେଇଥିଲେ ଦର୍ଶନ। ସେହିପରି ଆଡପ ମଣ୍ଡପରେ ଶ୍ରୀଜୀୟୁଙ୍କୁ କରି ଭକ୍ତ ହୋଇଛି ବିଭୋର। ଆଜି ରଥରେ ତିନିଠାକୁରଙ୍କ ସଂଧ୍ୟା ଆଳତି ସରିବା ପରେ ଚାରମାଳ ବନ୍ଧାଯିବ। ଏହାପରେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ର ଏବଂ ଶେଷରେ ଜଗନ୍ନାଥ ଶ୍ରୀମନ୍ଦିର ବିଜେ କରିବେ। ଏହି ସମୟରେ ତିନିଠାକୁରଙ୍କୁ ଗୋଟି ପହଣ୍ଡି ବିଜେ କରି ନିଆଯାଇଥାଏ।

Read More

ପୁରୀ: ଗତକାଲି ମହାସମାରୋହରେ ତିନି ରଥରେ ପାଳିତ ହୋଇଛି ଅଧରପଣା ନୀତି। ଏଥିରେ ତିନିରଥରେ ତିନୋଟି ଲେଖାଏଁ ମାଟି ହାଣ୍ଡିରେ ପଣାଭୋଗ ଶ୍ରୀଜିୟୁଙ୍କୁ ଲାଗି କରାଯାଇଥିଲା। ସେବକମାନେ ଠାକୁରଙ୍କ ଅଧରକୁ ଛୁଇଁବା ପରି ହାଣ୍ଡି ବା ମାଟି ତୁମ୍ବରେ ପଣା ରଖିଥିଲେ। ଏହାକୁ ରିତି ଅନୁସାରେ ଭୋଗ କରିବା ପରେ ରଥ ଉପରେ ହାଣ୍ଡି ଭଙ୍ଗାଯାଇଥିଲା। ଏହାର କାରଣ ହେଲା ସେହି ଭୋଗ ସେଠାରେ ଥିବା ଚଣ୍ଡିଚାମୁଣ୍ଡାଙ୍କୁ ପ୍ରଦାନ କରାଯାଇଥାଏ। ସାଧାରଣତଃ ଆଷାଢ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଏହି ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ। ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ। ଏହି ୯ହାଣ୍ଡି…

Read More

ନୂଆଦିଲ୍ଲୀ: କିଛି ଦିନ ବିରାମ ପରେ ଏବେ ପୁଣି ଥରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ସାଧାରଣ ନିର୍ବାଚନ ହେବାକୁ ଆଉ କିଛି ମାସ ବାକି ରହିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଦଳବଦଳ କରିବେ। ଜାତୀୟ ଗଣମାଧ୍ୟମ ଅନୁସାରେ ମୌସୁମୀ ଅଧିବେସନ ପୂର୍ବରୁ ଏହି ଅଦଳବଦଳ ହେବ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀ ମଣ୍ଡଳ ଗତ 2021 ମସିହାରେ ବଡ ଧରଣର ଅଦଳବଦଳ ହୋଇଥିଲା। ଏହାପରେ ଗତ ମାସରେ କିରଣ ରିଜୁଜୀଙ୍କୁ ଆଇନ ମନ୍ତ୍ରୀରୁ ହଟାଇ ନୂଆ ବିଭାଗ ଦେଇଥିଲେ। ଯାହା ଏକ ଛୋଟ ଅଦଳବଦଳ ବୋଲି କୁହାଯିବ। ହେଲେ ଏଥର ଯେଉଁ ଅଦଳବଦଳ ହେବ ତାହା ଏକ ବଡଧରଣର ହେବ ବୋଲି ଅନୁମାନ କରାଯାଉଛି।

Read More

ଭୁବନେଶ୍ୱର: ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହିତ କରି ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଜୀବନଜୀବିକାରେ ଉନ୍ନତି ଆଣିବା ଦିଗରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍‌, ଓଡ଼ିଶା ସହାୟକ ହୋଇପାରିବ। ଏଥି ସହିତ ସହରର ଗ୍ରାହକମାନଙ୍କର ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଆଣିବା ଦିଗରେ ଆସୋସିଏସନ୍‌ ଏକ ଅଣୁଘଟକର ଭୂମିକା ଗ୍ରହଣ କରିପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ରାଜ୍ୟରେ ମାଣ୍ଡିଆର ପ୍ରଚାର ଓ ପ୍ରସାର ଦିଗରେ ରଣନୀତି ପ୍ରସ୍ତୁତ କରିବା ଦିଗରେ ଓଡ଼ିଶା ମିଲେଟ ମିଶନ ଦ୍ୱାରା କୃଷି ଭବନଠାରେ ହୋଟେଲ୍‌ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍‌, ଓଡ଼ିଶାର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସହିତ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଲେ ଯେ ରାଜ୍ୟ ସରକାର ମିଲେଟ୍‌ର ଲୋକପି୍ରୟତା ଓ ଗ୍ରହଣୀୟତା ବୃଦ୍ଧି ନିମନ୍ତେ ଅନେକଗୁଡ଼ିଏ…

Read More

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲା ଗସ୍ତ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ପ୍ରଥମ ଦିନର ଗସ୍ତରେ ସେ ପ୍ରଥମେ ବାଲିକୁଦା ବ୍ଲକ୍‌ ଶିଆଳିରେ ପହଞ୍ଚିଛନ୍ତି। ସେଠାରେ ସେ ଶିଆଳି ବେଳାଭୂମି ସୁରକ୍ଷା ଅନୁଧ୍ୟାନ କରିଥିଲେ। ଏହାପରେ ଆୟୋଜିତ ଏକ ସଭାରେ ହଜାର ହଜାର ଲୋକ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ। ମିଶନ ଶକ୍ତି ମାଆ ଓ ସ୍ଥାନୀୟ ଲୋକ ଫୁଲ ଓ ହୁଳହୁଳି ପକାଇ ସ୍ବାଗତ କରିଥିଲେ। ମନ୍ଦିର, ମସଜିଦ୍, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଉନ୍ନତି ନେଇ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭଲ ଖବର ଦେବେ ବୋଲି 5T ସଚିବ କହିଛନ୍ତି। ଚାଷୀ ଓ ଚାଷକୁ ସରକାର ଗୁରୁତ୍ବ ଦେଉଥିବାରୁ ସେ ସମସ୍ୟାର ସମାଧାନ ହେବ ବୋଲି ଭିକେ ପାଣ୍ଡିଆନ୍‌ କହିଛନ୍ତି। ବାଲିକୁଦା ଓ ଏରସମାର ଘରେ ଘରେ ବିଶୁଦ୍ଧ ପିଇବା ପାଣି ପହଞ୍ଚିବା ପାଇଁ ୮୦୦ କୋଟି ଟଙ୍କା ବ୍ୟୟରେ ହେଉଥିବା ମେଗା ପାଇପ ଜଳ ପ୍ରକଳ୍ପ…

Read More

ବ୍ରହ୍ମପୁର: ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସକାଳର ଦକ୍ଷିଣ ଓଡ଼ିଶା ସଂସ୍କରଣ ମୁଖ୍ୟ ଡକ୍ଟର ଜଗନମୋହନ ମହାପାତ୍ରଙ୍କ ପରଲୋକ। ଆଜି ସକାଳେ ହୃଦଘାତରେ ଜଗନମୋହନ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଡକ୍ଟର ଜଗନମୋହନ ମହାପାତ୍ର ଦୀର୍ଘ ୩୦ ବର୍ଷ ଧରି ପ୍ରତ୍ୟକ୍ଷ ସାମ୍ବାଦିକତା ସହ ଜଡ଼ିତ ଥିଲେ। ୧୯୯୩ ମସିହାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରୁ ସ୍ନାତ୍ତକତୋର ପାସ୍ କରିବା ପରେ ସାମ୍ବାଦିକତାକୁ ନିଜର ପେଶା ରୂପେ ଗ୍ରହଣ କରିଥିଲ। ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ଜଣେ ଲୋକପ୍ରିୟ ସାମ୍ବାଦିକ ଭାବରେ ସୁନାମ ଅର୍ଜନ କରିଥିଲେ ଶ୍ରୀ ମହାପାତ୍ର। କଳାସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ମଧ୍ୟ ସେ ବେଶ୍ ସକ୍ରିୟ ଥିଲେ। ଏହା ବ୍ୟତିତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଭ୍ରାମ୍ୟମାଣ ଅଧ୍ୟାପକ ଭାବରେ ମଧ୍ୟ ଶିକ୍ଷାଦାନ କରୁଥିଲେ। ବ୍ରହ୍ମପୁରରେ ଆଞ୍ଚଳିକ କେବୁଲ ଟେଲିଭିଜନ ପ୍ରତିଷ୍ଠା କ୍ଷେତ୍ରରେ ସେ ଅଗ୍ରଣୀ ଭୂମିକା ନେଇଥିଲେ।…

Read More