ପୁରୀ: ଆଜି ତିନିଠାକୁରଙ୍କ ସ୍ନାନ ଉତ୍ସବ। ବର୍ତ୍ତମାନ ସକାଳୁ ପହଣ୍ଡି ବିଜେ ହୋଇ ତିନିଠାକୁର ସ୍ନାନ ମଣ୍ଡପରେ ବିଜେ କରିଛନ୍ତି। ଏହାପରେ 108 ଗରା ପାଣିରେ ଠାକୁରଙ୍କୁ ସ୍ନାନ କରାଯିବ। ଏହାପରେ ତିନିଠାକୁର ହାତୀ ବେଶରେ ସଜ୍ଜିତ ହେବେ। ଏହି ସ୍ନାନଯାତ୍ରା ଦେଖିବା ପାଇଁ ପୁରୀରେ ହଜାରହଜାର ଭକ୍ତଙ୍କର ସମାଗମ ହୋଇଛି। ସ୍ନାନ ପରେ ତିନିଠାକରୁ ରାତିରେ ଅନସର ଘରେ ରହିବେ। ଠାକୁରଙ୍କୁ ଜ୍ବର ହେବାରୁ ତାଙ୍କୁ ବିଭିନ୍ନ ଚେରମୂଳି ଔଷଧରେ ଚିକିତ୍ସା କରାଯିବ। ଏଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କୁ ସ୍ନାନ ଯାତ୍ରା ପାଇଁ ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତିନିଜଣ କମାଡାଣ୍ଟ, ୧୨ ଅତିରିକ୍ତ ଏସପି, ୨୨ ଡିଏସପି, ୫୯ ଇନ୍ସପେକ୍ଟର, ୨୯୧ ସବ୍ ଇନ୍ସପେକ୍ଟର, ୩୩୧ କନଷ୍ଟେବଳ ସହ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
Author: thesamikhsya
ଭୁବନେଶ୍ବର: ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେଶ ବାଘେଲ ଆଜି ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ କରମଣ୍ଡଳ ଦୁର୍ଘଟଣା ସଂପର୍କରେ ଆଲୋଚନା କରିଥିଲେ। ଦୁର୍ଘଟଣା ରେ ମୃତାହତ ଲୋକଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଆହତ ଲୋକଙ୍କ ଉଦ୍ଧାର, ଚିକିତ୍ସା ଆଦି ଯେ କୌଣସି କାମ ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଏହି ସଦିଚ୍ଛା ପାଇଁ ତାଙ୍କୁ ଧନ୍ୟବାଦ୍ ଦେଇଥିଲେ।
ନୂଆଦିଲ୍ଲୀ: ଆଜି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ବାଲେଶ୍ବରର ବାହାନଗାରେ ହୋଇଥିବା ହୃଦୟବିଦାରକ ଟ୍ରେନ୍ ଦୁର୍ଘଟଣାସ୍ଥଳ ଗସ୍ତ କରିବେ। ଏହାପରେ ସେ କଟକ ହସପିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବେ। ଏ ନେଇ କେନ୍ଦ୍ର ସରକାରଙ୍କ ସୁତ୍ରରୁ ସୂଚନା ପ୍ରଦାନ କରାଯାଇଛି। ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ବାଲେଶ୍ବରର ବାହାନଗାରେ ହୋଇଥିବା ହୃଦୟବିଦାରକ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି। ଏହି ସଂଖ୍ୟା ଆହୁରି ବଢିବ ବୋଲି ଜଣାପଡିଛି। ଓଡିଶାରେ ଏପରି ହୃଦୟବିଦାରକ ଦୁର୍ଘଟଣା ନେଇ ଚାରିଆଡେ ଦୁଃଖ ପ୍ରକାଶ ଚାଲିଛି। ସେଥିପାଇଁ ଆଜି ଦିନକ ପାଇଁ ରାଜ୍ୟରେ ଶୋକ ଦିବସ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ବର: ବାଲେଶ୍ବରର ବାହାନଗାରେ ହୋଇଥିବା ହୃଦୟବିଦାରକ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି। ଏହି ସଂଖ୍ୟା ଆହୁରି ବଢିବ ବୋଲି ଜଣାପଡିଛି। ଓଡିଶାରେ ଏପରି ହୃଦୟବିଦାରକ ଦୁର୍ଘଟଣା ନେଇ ଚାରିଆଡେ ଦୁଃଖ ପ୍ରକାଶ ଚାଲିଛି। ସେଥିପାଇଁ ଆଜି ଦିନକ ପାଇଁ ରାଜ୍ୟରେ ଶୋକ ଦିବସ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଆଜି ଦିନକ ପାଇଁ ରାଜ୍ୟରେ କୌଣସି ପ୍ରକାରର ଉତ୍ସବ ବା କାର୍ଯ୍ୟକ୍ରମର ଆୟୋଜନ ହୋଇପାରିବ ନାହିଁ। ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣା ସ୍ଥଳ ତଦାରଖ କରିବା ପରେ ଏହି ଘୋଷଣା କରିଛନ୍ତି।
ଭୁବନେଶ୍ବର: ବାଲେଶ୍ବରର ବାହାନଗାରେ ହୋଇଥିବା ହୃଦୟବିଦାରକ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି। ଦୁର୍ଘଟଣାରେ ୯୦୦ରୁ ଉର୍ଦ୍ଧ୍ଵ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ରାଜସ୍ବମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି। ବାଲେଶ୍ଵର ଡାକ୍ତରଖାନାରେ ୨୦୦ରୁ ଅଧିକ ଆହତ ଚିକିତ୍ସାଧୀନ ଅଛନ୍ତି। ଅପର ପକ୍ଷରେ ଦୁର୍ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣାକୁ ଅତ୍ୟନ୍ତ ହୃଦୟବିଦାରକ ବୋଲି ମନ୍ତ୍ରୀ କହିଛନ୍ତି।
ଭୁବନେଶ୍ୱର: ଆଜି ଓଡିଶା ଗସ୍ତରେ ଆସୁଛନ୍ତି ଓଡିଶା ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ସାଂସଦ ଡ଼ ଏ ଚେଲ୍ଲା କୁମାର। ବାଲେଶ୍ୱର ବାହାନାଗା ଠାରେ ମର୍ମନ୍ଦୁତ ରେଳ ଦୁର୍ଘଟଣା ଖବର ପାଇ ଚେଲ୍ଲା କୁମାର ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଭୁବନେଶ୍ୱର ରେ ପହଞ୍ଚିବା ପରେ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବେ। ସେ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ଓ ଆହତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରଖିଛନ୍ତି।ଚେଲ୍ଲା କୁମାରଙ୍କ ସାଥୀରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏବଂ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ସାମିଲ ହେବେ।
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବରରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ସ୍ଥଳ ଗସ୍ତରେ ଯିବେ। ସେଠାରେ ରାତି ତମାମ ଚାଲିଥିବା ଉଦ୍ଧାର କାର୍ଯ୍ୟ ତଦାରଖ କରିବା ସହିତ ହସପିଟାଲରେ ଚିକିତ୍ସିତ ଆହତଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବେ। ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଏସଆରସି କଣ୍ଟ୍ରୋଲ ରୁମ ଆସି ଉଦ୍ଧାର କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। କିପରି ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରିଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜସ୍ବ ମନ୍ତ୍ରୀ ଏବଂ ସଚିବଙ୍କୁ ବାଲେଶ୍ବର ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ନୂଆଦିଲ୍ଲୀ: ବାଲେଶ୍ବରରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ଅନୁକମ୍ପାମୂଳକ ରାଶି ଘୋଷଣା କରାଯାଇଛି। ଏହି ଘୋଷଣା ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ କରିଛନ୍ତି। ଘୋଷଣା ଅନୁସାରେ ପ୍ରତ୍ୟେକ ମୃତକଙ୍କ ପରିବାର ବା ନିକଟ ସଂପର୍କୀୟଙ୍କୁ ଦଶ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ସେହିପରି ଗୁରୁତର ଆହତଙ୍କୁ ମାଗଣା ଚିକିତ୍ସା ସହିତ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ସାମାନ୍ୟ ଆହତଙ୍କୁ ପଟାଶ ହଜାର ଟଙ୍କା ପ୍ରଦାନ କରାଯିବ। ଏ ନେଇ ରେଳମନ୍ତ୍ରୀ ଟୁଇଟ କରି ଅବଗତ କରାଇଛନ୍ତି। ଏଥିସହିତ ସେ ଘଟଣାସ୍ଥଳକୁ ଯାଇ ଦୁର୍ଘଟଣା ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ କରିବେ ବୋଲି ଉଲ୍ଲେଖ କରିଛନ୍ତି।
ଭୁବନେଶ୍ବର: କରମଣ୍ଡଳ ଏକ୍ସପ୍ରେସ ମର୍ମନ୍ତୁଦ ଦୁର୍ଘଟଣାରେ 50 ଜଣରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ତେବେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡିଛି। ସେହିପରି ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାୟ 350 ଜଣ ଯାତ୍ର ଆହାତ ହୋଇଥିବାର ମଧ୍ୟ ଜଣାପଡିଛି। ଆହତମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଏନଡିଆରଏଫ୍ ଓ ଓଡ୍ରାଫ୍ ଏବଂ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଚାଲିଛି। ଏହା ସାରା ରାତି ଜାରି ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ୩ ଏନଡିଆରଏଫ୍ ଟିମ୍, ୪ ଓଡ୍ରାଫ ଟିମ୍, ୧୦୦ ଆମ୍ବୁଲାନ୍ସ ଓ ୫୦ଟି ବସ୍ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି।
ଭୁବନେଶ୍ୱର: ବାଲେଶ୍ବର ନିକଟରେ ହୋଇଥିବା ଦୁଃଖଦ ଟ୍ରେନ୍ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଆହତ ଯାତ୍ରୀଙ୍କ ଜୀବନ ରକ୍ଷା କରିବା ବର୍ତ୍ତମାନ ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ SRC କାର୍ଯ୍ୟାଳୟ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆହତ ଲୋକଙ୍କୁ ଡାକ୍ତରଖାନା ନେବା ଏବଂ ସେମାନଙ୍କ ଜୀବନ ରକ୍ଷା କରିବା ଆମର ପ୍ରଥମ ପ୍ରାଥମିକତା। ସେ ନେଇ ସମସ୍ତ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଏସଆରସି କଣ୍ଟ୍ରୋଲ ରୁମ ଆସି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ଆସନ୍ତାକାଲି ସକାଳେ ସେ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରି ଘଟଣାସ୍ଥଳରେ ମଧ୍ୟ ସମୀକ୍ଷା କରିବେ। ଉଦ୍ଧାର କାର୍ଯ୍ୟକୁ ତଦାରଖ କରିବା ଏବଂ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ରାଜସ୍ୱ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ…
ଭୁବନେଶ୍ବର: ବାଲେଶ୍ବରଠାରେ କରମମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ East Coast Railway ତରଫରୁ Help Line ଜାରି କରାଯାଇଛି। ଏହି ଫୋନ ମାଧ୍ୟମରେ ଯାତ୍ରୀଙ୍କ ପରିବାର ବର୍ଗ ଏହି ଭୟଙ୍କର ଦୁର୍ଘଟଣା ସଂପର୍କରେ ଅବଗତ ହୋଇପାରିବେ। ସେହି ନମ୍ବରଗୁଡିକ ହେଲା Hawrah Help Line- 033-26382217 Kharagpur Help Line- 89720739925 Balesore Help Line- 8249591559/ 7978418322 Shalimar Help Line- 9903370746
ରେଳ ଦୁର୍ଘଟଣା: ଆଜି ବାଲେଶ୍ବର ନିକଟସ୍ଥ ବାହାନଗା ଷ୍ଟେସନ୍ ନିକଟ ପଣପଣାଠାରେ ଦୁର୍ଘଟଣା ଗସ୍ତ ହୋଇଛି। ଏଥିରେ ଆଠଟି ବଗି ଲାଇନଚ୍ୟୁତ ହୋଇ ପୁରା ଓଲଟି ପଡିଥିବାର ଜଣାପଡିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ସୂଚନା ଆସି ନ ଥିଲେ ମଧ୍ୟ ବହୁ ଯାତ୍ରୀ ଟ୍ରେନ ତଳେ ଚାପି ହୋଇଥିବାର ଅନୁମାନ କରାଯାଇଛି। ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ୍ବରିତ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ଦୁର୍ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚିବା ପାଇଁ ରାଜସ୍ବମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପାଇବା ପରେ ରାଜସ୍ବ ମନ୍ତ୍ରୀ ଏବଂ ଏସଆରୃସି ଦୁର୍ଘଟଣା ସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି।
ଭୁବନେଶ୍ବର: ଆଜି ସୁପର ଫାଷ୍ଟ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଗସ୍ତ ହୋଇଛି। ଏହି ଟ୍ରେନଟି ସାଲିମାର ରୁ ଚେନ୍ନାଇ ଯାଉଥିବା ବେଳେ ବାଲେଶ୍ବରର ବାହାନଗା ଷ୍ଟେସନ୍ ନିକଟ ପଣପଣାଠାରେ ଦୁର୍ଘଟଣା ଗସ୍ତ ହୋଇଛି। ଏହି ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ତେବେ ଦୁର୍ଘଟଣାରୁ ଜଣପଡିଛି ଯେ, ଏହା ନିଶ୍ଚିତ ଏକ ଭୟଙ୍କର ରୂପ ନେଇଛି। ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ। ତେବେ ଟ୍ରେନ ବଗି ତଳେ ବହୁ ଯାତ୍ରୀ ଚାପି ହୋଇ ରହଥିବାର ଜଣାପଡିଛି। ସ୍ଥାନ ଲୋକମାନେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି। ତେବେ ଏ ନେଇ ରେଳ ବିଭାଗ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।
ଭୁବନେଶ୍ୱର: ଜିଲ୍ଲାସ୍ତରରେ କାର୍ଯ୍ୟରତ ଅମଲାମାନେ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ଦାବି କରି ଗତକାଲି ଗୁରୁବାର ଠାରୁ ସାମୁହିକ ଛୁଟିରେ ଯିବା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ଲୋକସେବା ଭବନ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ବିଭିନ୍ନ ଅମଲା ସଂଘର କର୍ମକର୍ତ୍ତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଅମଲାମାନେ ସଂଗଠିତ “ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ” ମାଧ୍ୟମରେ ଏକାଠି ହୋଇ ମୁଖ୍ୟ ଶାସନ ସଚିବଙ୍କୁ ସେମାନଙ୍କର ଦାବୀ ଲିଖିତ ଭାବରେ ପ୍ରଦାନ କରି ସମସ୍ୟା ସଂପର୍କରେ ଆଲୋଚନା ପୁର୍ବକ କମ୍ ଦିନ ମଧ୍ୟରେ ଏହାର ସମାଧାନ ପାଇଁ ଅନୁରୋଧ କରିଥିଲେ। ଆଲୋଚନାରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ ତରଫରୁ ଦାବୀ ସଂପର୍କରେ କୁହାଯାଇଛି ଯେ, ଜିଲ୍ଲାସ୍ତରୀୟ ଅମଲାମାନଙ୍କ ଚାକିରିରେ ପ୍ରବେଶ ଶିକ୍ଷାଗତ ଯୋଗ୍ୟତା ୨୦୧୭ ମସିହାରୁ ଯୁକ୍ତ ଦୁଇରୁ ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ ବୋଲି ଓଡ଼ିଶା ସରକାରଙ୍କ ରିଜୋଲୁସନ ନଂ ୨୭୩୬୭/୨୦୧୭ରେ…
ଭୁବନେଶ୍ୱର: ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଓଡିଶାର ମହିଳାମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ମିଶନ ଶକ୍ତି ମା’ମାନେ ରାଜ୍ୟ ପାଇଁ ହୋଇପାରିଛନ୍ତି ଏକ ବିରାଟ ସାମାଜିକ ପୁଞ୍ଜି। ଏସ୍ଏଚ୍ଜିରୁ ଉଦ୍ୟୋଗୀ ସୃଷ୍ଟି କରି ଆମ ରାଜ୍ୟର ମହିଳାମାନଙ୍କୁ ରାଜ୍ୟ ଅର୍ଥନୀତିର ପ୍ରମୁଖ ଅଂଶୀଦାର କରିବା ଆମର ଲକ୍ଷ୍ୟ। ଗତ ଦୁଇଦିନଧରି ସଚିବାଳୟ ଲୋକସେବା ଭବନ, କନ୍ଭେନସନ ହଲରେ ମିଶନ ଶକ୍ତି ବିଭାଗ ଦ୍ୱାରା ବ୍ୟାଙ୍କ୍ ଋଣ ଏବଂ ସୁଧ ଫେରସ୍ତ ସମ୍ପର୍କିତ ବ୍ଲକ୍ ପ୍ରଶିକ୍ଷକଙ୍କ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ ଉପରୋକ୍ତ ମର୍ମରେ ମତପ୍ରକାଶ କରିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍ କାର୍ତ୍ତିକେୟନ୍ କହିଲେ, ଏସ୍ଏଚ୍ଜିମାନେ ହେଉଛନ୍ତି ସ୍ୱତଃପ୍ରବୃତ୍ତ ଲିଡର। ସେମାନଙ୍କ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ ଅନ୍ତର୍ଗତ ଦାମିଆ ବରବରା ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟଗୁଡିକ ବିଡ଼ିଓ ଶୀତଲ ଅଗ୍ରୱାଲ ପରିଦର୍ଶନ କରି ତଦାରଖ କରିଥିଲେ। ତଦାରଖ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଦ୍ୟାଶା ଦାସ , କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ମଲ୍ଲିକ ଓ ଜିଆରଏସ ଅଭୟ ବସ୍ତି ଉପସ୍ଥିତ ଥିଲେ। ଶ୍ରୀମତୀ ଅଗ୍ରୱାଲ ଉକ୍ତ ପଞ୍ଚାୟତର ତାଳବୋରେଇ ଠାରେ ଥିବା ଆଶ୍ରମ ସ୍କୁଲ, ବାଙ୍କିଆପଲ୍ଲୀର ୫-ଟି ସ୍କୁଲ,ମନ୍ଦାର ଠାରେ ମନରେଗା ପୋଖରୀ,ରାମପୁର ଗ୍ରାମ ମନରେଗାରେ ଚାଲିଥିବା ନାଳ ସହ କଟୁଆଳ ଠାରେ ଥିବା ଏକ ରୋଡର କାର୍ଯ୍ୟକୁ ତଦାରଖ କରିଥିଲେ। ସେଠାରୁ ଦାମିଆ ପଞ୍ଚାୟତର ସଭାଗୃହରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ସରପଞ୍ଚ ବୀଣାପାଣି ଷଣ୍ଢ ଏବଂ ସମସ୍ତ ଅଧିକାରୀଙ୍କ ଗହଣରେ ପଞ୍ଚାୟତର ଏକ ସମୀକ୍ଷା ବୈଠକ କରିଥିଲେ। ବିଡ଼ିଓ ପଞ୍ଚାୟତରେ ଗମନାଗମନ ଏବଂ ପିଇବା ପାଣିର ଅଭାବକୁ ଗୁରୁତ୍ୱ ଦେଇ…
ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ଠାରୁ ରାଜ୍ୟ ଅମଲା ମଞ୍ଚ ଗ୍ରେଡ ପେ ବୃଦ୍ଧି ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି। ପ୍ରାୟ ୫୦ ହଜାର ଅମଲା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଯାହାଫଳରେ ସରକାରୀ ଦପ୍ତରର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଅମଲାମାନଙ୍କ ଦାବି ମୁତାବକ ୨୦୧୭ ପରେ ସରକାର ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି। ହେଲେ ସେହି ଅନୁସାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅମଲାମାନଙ୍କର ଗ୍ରେଡ ପେ ବୃଦ୍ଧି କରାଯାଇନାହିଁ। ସେମାନେ ପୂର୍ବରୁ ପାଉଥିବା ୧୯୦୦ ଗ୍ରେଡ ପେ, ଏବେ ବି ବଳବତ୍ତର ରହିଛି। ହେଲେ ସମାନ କାମକୁ ସମାନ ଦରମା ନୀତିର ଏହା ଉଲ୍ଲଂଘନ ଅଭିଯୋଗ କରି ଗ୍ରେଡ ପେ ୪୨୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଅମଲାମାନେ ଦାବି କରିଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…
ସୀତାରାମ ଅଗ୍ରୱାଲ ବାଣପୁର:୧୮୩୬ ମସିହା ଜୁନ୍ ପହିଲାରେ ପରାଧୀନ ବାଣପୁରକୁ ଫିରିଙ୍ଗି ଶାସନ ମୁକ୍ତ କରି ତିନିଦିନ ପାଇଁ ସ୍ଵାଧୀନତା ଘୋଷଣା କରି କଳାପାଣି ଦଣ୍ଡ ଭୋଗିଥିବା ବୀର ବିପ୍ଳବୀ , ଦୁର୍ଦ୍ଦଶ ପାଇକ ଶ୍ରେଷ୍ଠ ସହୀଦ କୃତ୍ତିବାସ ପଟଶାଣୀ ଙ୍କୁ ଜନ୍ମମାଟି ବାଣପୁରଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଚିଲିକା ସାହିତ୍ୟ ସମାଜର ସଭାପତି ଶିକ୍ଷାବିତ କବି ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ଵରେ ସହୀଦ କୃତିବାସ ଭବନଠାରେ ଆୟୋଜିତ ବାଣପୁର ମୁକ୍ତି ଦିବସ ସମାରୋହରେ ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବୀ ଶରତ କୁମାର ପଟ୍ଟନାୟକ, ମୁଖ୍ୟ ବକ୍ତା ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ସମ୍ମାନିତ ବକ୍ତା କବି ପୁରୁଷୋତ୍ତମ ମହାପାତ୍ର,ସମ୍ମାନିତ ଅତିଥି ସମାଜସେବୀ ଓ ଆଇନଜୀବୀ ରବୀନ୍ଦ୍ରନାଥ ମାନସିଂ ଯୋଗ ଦେଇଥିଲେ। ବୀର ପ୍ରସବିନୀ ବାଣପୁର ମାଟି ୧୮୧୭ ପ୍ରଥମ ପାଇକ ବିଦ୍ରୋହର ସୁତ୍ରଧର ଥିଲେ ବକ୍ସି ଜଗବନ୍ଧୁ। ତାଙ୍କର ଡାହାଣହାତ ଭାଟପଡ଼ାଗଡ଼ ଦଳବେହେରା ବୀର ଦୀନବନ୍ଧୁ ମହାରଥା ସାମନ୍ତରାୟ…
ଭୁବନେଶ୍ବର: ପ୍ରତି ବର୍ଷ ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରି ୧୦୮ କଳସୀ ଜଳରେ ସ୍ନାନ କରାଯାଇଥାଏ। ଏହି ପରଂପରା ଜଗନ୍ନାଥ ସଂସ୍କୃତିରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି। ସେଥିପାଇଁ ଏହି ଦିନକୁ ଦେବସ୍ନାନ ବୋଲି କୁହାଯାଇଥାଏ। ଏହି ସ୍ନାନ ପରେ ତିନିଠାକୁର ଜରରେ ପଡନ୍ତି, ତାଙ୍କର ଉପାଚାର ମଧ୍ୟ କରାଯାଇଥାଏ। ଏହାପରେ ସେ ରଥଯାତ୍ରାରେ ରଥ ଉପରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି। ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ତିନିଠାକୁର ଏହି ଦିନ କଣ ପାଇଁ ସ୍ନାନ କରିଥାନ୍ତି। ପୁରାଣ ଶାସ୍ତ୍ର ଅନୁସାରେ ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ହେଉଛି ଶ୍ରୀଜୀୟୁଙ୍କର ଜନ୍ମ ଦିନ। ଏହି ଦିନ ତିନିଠାକୁର ଦାରୁ ବ୍ରହ୍ମ ରୂପରେ ଆର୍ବିଭାବ ହୋଇଥିଲେ। ସେତେବେଳେ ମହାରାଜ ଇନ୍ଦ୍ରଦ୍ୟୁମ ଦାରୁବ୍ରହ୍ମଙ୍କୁ ସମୁଦ୍ରରୁ ପାଇବା ପରେ ତାଙ୍କୁ ପ୍ରଥମେ ସ୍ନାନ କରାଇଥିଲେ। ସେତେବେଳେ ଇନ୍ଦ୍ରଦ୍ରୁମ ଏକ କାଠର ମଞ୍ଚ ତିଆରି କରି ତାଉପରେ ଦାରୁବ୍ରହ୍ମଙ୍କୁ…
ଭୁବନେଶ୍ବର: ବିଶାଖାପାଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ‘ରୋଗୀ ସହାୟତା କେନ୍ଦ୍ର’ (Patients’ Facilitation Center) ର ଅବଧିକୁ ରାଜ୍ୟ ସରକାର ଆଉ ବର୍ଷେ ପାଇଁ ବୃଦ୍ଧି କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ମାଲକାନଗିରିରୁ ବିଶାଖାପାଟଣାକୁ ଯାଉଥିବା ଗରିବ, ଆଦିବାସୀମାନଙ୍କ ଚିକିତ୍ସା କ୍ଷେତ୍ରରେ ସୁବିଧା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ବିଶାଖାପାଟଣାରେ ରାଜ୍ୟ ସରକାର ୨୦୧୬ ମସିହାରୁ ଏକ ରୋଗୀ ସହାୟତା କେନ୍ଦ୍ର ସ୍ଥାପନ କରିଛନ୍ତି। ବିଶାଖାପାଟଣା ମାଲକାନଗିରି ଜିଲ୍ଲାର ଅତି ନିକଟରେ ଥିବାରୁ ଏବଂ ସେଠାରେ ଉଚ୍ଚ କୋଟୀର ଚିକିତ୍ସା ସୁବିଧା ମିଳୁଥିବାରୁ ଜିଲ୍ଲାରୁ ଅଧିକାଂଶ ରୋଗୀ ଚିକିତ୍ସା ପାଇଁ ସେଠାକୁ ଯାଇଥାନ୍ତି। ରୋଗୀ ସହାୟତା କେନ୍ଦ୍ରରେ ସେମାନଙ୍କୁ ବିନା ମୂଲ୍ୟରେ ରହିବା ଓ ଖାଇବାର ସୁବିଧା…
ଭୁବନେଶ୍ୱର: ଗତକାଲି ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ସହିତ ଦୁଇଟି ଭିନ୍ନଭିନ୍ନ ଦୂର୍ଘଟଣାରେ ଚାରି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ନିକଟତମ ଆତ୍ମୀୟ ମାନଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏ ସହାୟତା ପ୍ରଦାନ କରିବା ପାଇଁ ସେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କାଳବୈଶାଖୀ ଯୋଗୁ ମାଲକାନଗିରିରେ ଡଙ୍ଗା ବୁଡି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏୟାରଷ୍ଟ୍ରିପର ପାଚେରୀ ଭୁଷୁଡି ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଏତତ୍ବ୍ୟତିତ ଆହାତମାନଙ୍କୁ ବିନା ମୂଲ୍ୟରେ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗଂଜାମ ଜିଲ୍ଲାର ଛତ୍ରପୁର ବ୍ଲକରେ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ ଗାଧେଇବା ବେଳେ ଦୁଇଜଣ ଛାତ୍ରୀଙ୍କ ମୃତ୍ୟୁ ଯୋଗୁ…