ପୁରୀ: ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ ପୁରୀର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଆଜି ପାଣ୍ଡିଆନ ପୁରୀରେ ପହଞ୍ଚିବା ପରେ ସେ ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜୀୟୁଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କରିଥିଲେ। ସେ ସିଂହଦ୍ବାର ନିକଟରୁ ଏମାର ମଠ ଚକଡ଼ ଅଞ୍ଚଳ, କାକୁଡ଼ିଖାଇ ହୋଇ ଦକ୍ଷିଣ ଦ୍ବାରରେ ଜାରି ରହିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ପରେ ପଶ୍ଚିମ ଓ ଉତ୍ତର ଦ୍ବାରରେ ଜାରି ରହିଥିବା ପରିକ୍ରମା ପ୍ରକଳ୍ପର ଆଉଟର ରୋଡ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସହିତ ଉତ୍ତର ଦ୍ବାର ନିକଟରେ ଚାଲିଥିବା ବିଭିନ୍ନ ରାସ୍ତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ରଥଯାତ୍ରା ପୂର୍ବରୁ ବାହାର କାର୍ଯ୍ୟ ଶିଘ୍ର ଶେଷ କରିବା ପାଇଁ ପାଣ୍ଡିଆନ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସେ ଶ୍ରୀସେତୁ ନିର୍ମାଣ କାର୍ଯ୍ୟକୁ…
Author: thesamikhsya
ଭୁବନେଶ୍ବର: ପାଣିପାଗ ବିଭାଗ ତରଫରୁ ପୂର୍ବରୁ ଯେଉଁ ଅନୁମାନ କରାଯାଉଥିଲା ତାହା ସତ ହେବାକୁ ଯାଉଛି। ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣବଳୟ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଏଥିରେ କୁହାଯାଇଛି ଯେ, ଏହି ଘୂର୍ଣ୍ଣିବଳୟ ସକ୍ରିୟ ହେବା ପରେ ଆସନ୍ତା ଆଠ ତାରିଖରେ ଲଘୁଚାପ ସୃଷ୍ଟି ହେବ। ଏହି ଲଘୁଚାପ ଶକ୍ତିଶାଳୀ ହେଲେ ତାହା ଅବପାତ ରୂପ ନେବ ବୋଲି କୁହାଯାଇଛି। ସେତେବେଳେ ଏହା ବାତ୍ୟା ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହେବ। ତେବେ ଏହି ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଏପରିକି ୬୦ କିଲୋମିଟର ପର୍ଯ୍ୟନ୍ତ ପବନ ପ୍ରବାହିତ ହେବ ବୋଲି ଅନୁମାନ କରାଯାଇଛି। ତେବେ ବିଶ୍ବର ବିଭିନ୍ନ ପାଣିପାଗ ବିଭାଗ ସୁତ୍ର ଅନୁସାରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବ। ଏହି ବାତ୍ୟା ୯ ତାରିଖରେ…
ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ବବିଦ୍ୟାଳୟରେ ଭାଷଣ ଦେଉଥିବା ବେଳେ ଅଭାବନୀୟ ଘଟଣା ଘଟିଛି। ରାଷ୍ଟ୍ରପତି ଭାଷଣ ଦେବାର କିଛି ସମୟ ପରେ ପ୍ରେକ୍ଷାଳୟର ଲାଇନ ଚାଲିଯାଇଥିଲା। ଫଳରେ ରାଷ୍ଟ୍ରପତି ଭାଷଣ ନ ଦେଇ ଲାଇନକୁ ଅପେକ୍ଷା କଲେ। ହେଲେ କିଛି ସମୟ ଧରି ଲାଇନ ନ ଆସିବାରୁ ସେହି ଅନ୍ଧାରରେ ରାଷ୍ଟ୍ରପତି ଭାଷଣ ଦେବାକୁ ବାଧ୍ୟ ହୋଇଥିଲେ। ପୋଡିୟମରେ ଥିବା ଏକ ଚାର୍ଯ୍ୟ ଲାଇଟ ମାଧ୍ୟମରେ ସେ ଭାଷଣକୁ ଚାଲୁରଖିଲେ। ପ୍ରାୟ ନ ମିନିଟ ଧରି ପ୍ରେକ୍ଷାଳୟର ବିଦ୍ୟୁତ ଯୋଗାଣ ବନ୍ଦ ରହିଥିଲା। ଲାଇନ କଟିବାକୁ ନେଇ ରାଷ୍ଟ୍ରପତି ବିରକ୍ତି ଭାବ ଜଣାପଡୁଥିଲେ ମଧ୍ୟ ସେ ଏ ନେଇ କିଛି କହି ନ ଥିଲେ। ହେଲେ ସେ କହିଥିଲେ ଯେ, ‘ଆଲୁଅ ଯେତିକି ଅନ୍ଧାର ସେତିକି ଏହି ଯେ ଗହନ ବନ, ଚାଲିବି ଚାଲିବି ପଡ଼ିବିନି ଥକି’। ପରିସ୍ଥିତିକୁ ହାଲକା କରିବା ପାଇଁ ରାଷ୍ଟ୍ରପତି…
ଭୁବନେଶ୍ବର: ପାଖେଇଲାଣି ଝାରସୁଗୁଡା ଉପନିର୍ବାଚନ। ଆସନ୍ତା ୧୦ ତାରିଖରେ ହେବ ଏହି ଉପନିର୍ବାଚନ। ସେଥିପାଇଁ ୯ ତାରିଖରେ ପ୍ରଚାର ବନ୍ଦ ରହିବ। ଅର୍ଥାତ ଆଜିଠାରୁ ଆଉ ତିନିଦିନ ଧରି ପ୍ରଚାର କାର୍ଯ୍ୟ ଚାଲିବ। ହାତରେ ଆଉ ଅଳ୍ପଦିନ ଥିବାରୁ ବିଭିନ୍ନ ଦଳର ନେତାମାନେ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ବିଜେଡି, ବିଜେପି ଏବଂ କଂଗ୍ରେସର ବରିଷ୍ଠ ନେତାମାନେ ବର୍ତ୍ତମାନ ଘରକୁ ଘର ବୁଲି ସେମାନଙ୍କର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାରେ ଲାଗିଛନ୍ତି। କଂଗ୍ରେସ ତରଫରୁ ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟ ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଲାଗି ପଡିଛନ୍ତି। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ଭୋଟ ଦେବା ପାଇଁ ସେମାନେ ଭୋଟରଙ୍କୁ ଅନୁରୋଧ କରିବାରେ ଲାଗିଛନ୍ତି। ସେହିପରି ବିଜେପି ମଧ୍ୟ ପାରୁ ପର୍ଯ୍ୟନ୍ତ ପ୍ରାର୍ଥୀ ଟଙ୍କଧରଙ୍କ ସପକ୍ଷରେ ପ୍ରଚାରକୁ ଯୋରଦାର କରିଛନ୍ତି। କାରଣ ଏହି ନିର୍ବାଚନ ହେଉଛି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଇଁ ପ୍ରଥମ ଯୁଦ୍ଧ। ସେ…
ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଆଜି ହେଉଛି ଶେଷ ଦିନ। ଆଜି ସେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଗସ୍ତର ଶେଷ ପର୍ଯ୍ୟାୟରେ ସେ ଶିମିଳିପାଳ ଅଭୟାରଣ୍ୟ ଭ୍ରମଣ କରିଛନ୍ତି। ସେ ମୁଣ୍ଡରେ ଟୋପି ପିନ୍ଧି ଏକାଏକା ଅଭୟାରଣ୍ୟ ଭିତରେ ଭ୍ରମଣ କରିଛନ୍ତି। ରାଷ୍ଟ୍ରପତି ଶୁକ୍ରବାର ସକାଳୁ ନିଜ ଗ୍ରାମରୁ ବାହାରି ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା କରିଥିଲେ। ଏହାପରେ ସେ ରାଇରଂଗପୁରର ଦାଣ୍ଡବୋଷରେ ଅଲିଚିକି ଭାଷାର ଜନକ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଏହାପରେ ସେ ହେଲିକାପ୍ଟରରେ ଯଶିପୁରରେ ପହଞ୍ଚିବା ପରେ କାରକେଡରେ ଶିମିଳିପାଳ ଅଭୟାରଣ୍ୟକୁ ଯାଇଥିଲେ। ସେଠାରେ ଅଭୟାରଣ୍ୟ ତରଫରୁ ପାରଂପାରିକ ନୃତ୍ୟଗୀତରେ ସ୍ବାଗତ କରି ଭିତରକୁ ପାଛୋଟି ନିଆଯାଇଥିଲା। ରାଷ୍ଟ୍ରପତି ସେଠାରେ ପ୍ରାୟ ଦୁଇ ଘଣ୍ଟା ଭ୍ରମଣ କରିଥିଲେ। ଅଭୟାରଣ୍ୟ ବୁଲିବା ପାଇଁ ରାଷ୍ଟ୍ରପତିଙ୍କ ପାଇଁ…
କବି ରମାକାନ୍ତ ମିଶ୍ର ଅପୂର୍ବ ବାସ୍ନାର କବି ରଙ୍ଗାଜୀବ ଗଙ୍ଗାଧର ଓ ଏକଦା ଓଡ଼ିଆ ଉପନ୍ୟାସର ରାଜା କାହ୍ନୁଚରଣଙ୍କୁ କିଏ ନ ଜାଣେ ! ଆମ ଅସ୍ମିତାର ଏହି ଦୁଇ କୀର୍ତ୍ତିସ୍ତମ୍ଭଙ୍କ ଜୀବନର ଦୁଇଟି ଘଟଣା ବିଷୟରେ ଶୁଣିଥିବା କଥା ବଖାଣୁଛି। କେଉଁଠୁ ବା କେଉଁ ସୂତ୍ରରୁ ଶୁଣିଛି,ଆଜି ସ୍ପଷ୍ଟ ମନେ ପଡୁନାହିଁ। ଯଦି ଆପଣଙ୍କ ଜାଣିବାରେ ଏଥିରେ କିଛି ତଥ୍ୟଗତ ଭୁଲ୍ ଥାଏ,ସୂଚିତ କରିବେ ଓ ସୁଧାରି ଦେବେ। ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଆଦ୍ୟ କବି ଜୀବନର ସମୟ। ସେତେବେଳେ ଲୁଗା ବୁଣି ବିକ୍ରି କରିବା ଥିଲା କବିଙ୍କର ସଂସାର ଚଳାଇବାର ଏକମାତ୍ର ପନ୍ଥା। କିଛି କିଛି କବିତା ଲେଖୁଥାଆନ୍ତି। ତାଙ୍କର ଗୁଣମୁଗ୍ଧ ଶ୍ରୋତାମାନେ ତାଙ୍କୁ ବହୁ ସମୟରେ କବି ବୋଲି ସମ୍ବୋଧନ କରୁଥାଆନ୍ତି। ତାଙ୍କର ଏ ଲୋକପ୍ରିୟତା ତତ୍କାଳୀନ ସ୍ଥାନୀୟ ଜମିଦାର ସହି ପାରିଲେ ନାହିଁ। କିଛି ଅଂପାକ୍ତେୟ ଲୋକଙ୍କୁ ସେ କବିଙ୍କୁ ଅପମାନ…
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଓଡିଶା ଗସ୍ତରେ ଅଛନ୍ତି। ସେଥିପାଇଁ ସେ ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କୁ ରାଇରଂଗପୁରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଆଜି ପୂର୍ବତନ ରାଷ୍ଟ୍ରପତି ସିଂହଙ୍କ ଜନ୍ମତିଥୀ ହୋଇଥିବାରୁ ସେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ମୟୁରଭଂଜର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଜନ୍ମମାଟି ଗସ୍ତ। ସେ ଗୁରୁବାରଠାରୁ ମୟୁରଭଂଜ ଜିଲ୍ଲାରେ ଅଛନ୍ତି। ଗତକାଲି ସେ ତାଙ୍କର ନିଜ ଘରେ ରାତ୍ରିଯାପନ କରିଥିଲେ। ଆଜି ସେ ସିମିଳିପାଳ ଗସ୍ତ କରିବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ।
ଭୁବନେଶ୍ବର: ଭାରତର ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଆଜି ସେ ଭୁବନେଶ୍ବରର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା। ମୁଖ୍ୟ ବିଚାରପତି ଆସନ୍ତାକାଲି ଶନିବାର ଦିନ କଟକ ଜୁଡୁସିଆଲି ଏକାଡେମୀରେ ଆୟୋଜିତ ହେବାକୁ ଥିବା ସମ୍ମିଳନୀରେ ଯୋଗଦେବେ। ସେଠାରେ ଡିଜିଟାଇଜେସନ ପେପରଲେସ କୋର୍ଟ ସମ୍ମିଳନୀର ଆୟୋଜନ ହେବ। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ଉଚ୍ଚ ନ୍ୟାୟଳୟର ବିଚାରପତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ୱର: ଓଡିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଏବଂ ୪.୫ କୋଟି ଓଡିଆ ହେଉଛନ୍ତି ଅତ୍ୟନ୍ତ ଶାନ୍ତିପ୍ରିୟ ଲୋକ। ସେମାନେ ଉଭୟ ଅପରାଧ ଓ ଅପରାଧୀଙ୍କୁ ଘୃଣା କରନ୍ତି। ଓଡିଶାର ସଂସ୍କୃତି ଏବଂ ପରମ୍ପରାରେ ଶାନ୍ତି ଓ ସୌହାର୍ଦ୍ଦ୍ୟକୁ ଗୁରୁତ୍ୱ ଦିଆଯାଏ ଏବଂ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଘୃଣା ଚକ୍ଷୁରେ ଦେଖାଯାଇଥାଏ। ତେବେ ଓଡ଼ିଶା ବିଜେପି ରାଜନୀତିରେ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଉତ୍ସାହିତ କରୁଥିବା ବେଳେ ଓଡ଼ିଶାକୁ ଆଇନହୀନ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଝାରସୁଗୁଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ନାମରେ ହତ୍ୟା ଉଦ୍ୟମ ସମେତ ୧୨ ଟି ମାମଲା ରହିଛି। ଏହା ଏକମାତ୍ର ଉଦାହରଣ ନୁହେଁ, ଓଡିଶା ବିଜେପି ସବୁବେଳେ ଅପରାଧିକ ପୃଷ୍ଟଭୂମି ଥିବା ପ୍ରାର୍ଥୀଙ୍କୁ ହିଁ…
ଭୁବନେଶ୍ୱର: ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ, କେନ୍ଦୁଝର ନାଗରିକ ପରିଷଦ, ଭୁବନେଶ୍ୱର ଏବଂ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତି, ଭୁବନେଶ୍ୱର ତରଫରୁ ଏହି ସତ୍ୟନିଷ୍ଠ ସଂଗ୍ରାମୀଙ୍କୁ ସ୍ଥାନୀୟ ଇଏସ୍ଆଇ ହସ୍ପିଟାଲ ଅବସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାଏ, ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ, କେନ୍ଦୁଝର ଜିଲ୍ଲାର ବିଭିନ୍ନ ସାମାଜିକ-ସାଂସ୍କୃତିକ ଓ ସାହିତି୍ୟକ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭାଗୀୟ ଅଧିକାରୀମାନେ ବିପ୍ଳବୀ ଧରଣୀଧରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିପ୍ଳବୀ ଧରଣୀଧର ହେଉଛନ୍ତି ଜନଜାତି ଅସ୍ମିତା ଓ ସ୍ୱାଭିମାନର…
ଭୁବନେଶ୍ବର: ଭୁବନେଶ୍ୱରରେ ବିଶ୍ୱର ଅନ୍ୟତମ ପ୍ରମୁଖ ବୃତ୍ତିଗତ ସେବା ସଂସ୍ଥା କନ୍ସେନ୍ଟ୍ରିକ୍ସ ବିପିଓକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ରାଜ୍ୟରେ ବୃହତ୍ ପୁଞ୍ଜି ନିବେଶ ଲାଗି ଅନୁଷ୍ଠିତ ହୋଇଥିବା ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ ସମାବେଶ ସଫଳତାର ଏହା ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ। ନିକଟ ଅତୀତରେ ଆଇବିଏମ, ହାପ୍ପିଏଷ୍ଟ ମାଇଣ୍ଡସ୍ , ଡେଲଏଟ୍ର ‘କାପାବିଲିଟି ଏନ୍ହାନ୍ସମେଣ୍ଟ ସେଣ୍ଟର’ ଏବଂ ଆଜି କନ୍ସେନ୍ଟ୍ରିକ୍ସ ବିପିଓ କେନ୍ଦ୍ର ପ୍ରତିଷ୍ଠା ରାଜ୍ୟର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଭିବୃଦ୍ଧି କ୍ଷେତ୍ରରେ ଏକ ସୁବର୍ଣ୍ଣ ଯୁଗ ର ଆରମ୍ଭ କରିଛି। ଏହି ଅବସରରେ ଇଲୋଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ତଥା କ୍ରୀଡ଼ା ଓ ଯୁବ-କଲ୍ୟାଣ ଓ ଗୃହ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପରାମର୍ଶଦାତା ଶ୍ରୀ ଅନୁଭବ ପଟ୍ଟନାୟକ, 5T ସଚିବ ଶ୍ରୀ ଭି. କେ. ପାଣ୍ଡିଆନ୍, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ…
ଭୁବନେଶ୍ବର: ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ବିତୀୟ ବିବାହ ସଂପଣ୍ଣ ହୋଇଛି। ଏହା ପରେ ପୁଣି ଆଉ ଏକ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେମାନେ ହେଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ ରାୟଗଡା ଜିଲ୍ଲାପାଳ ସ୍ବାଧଦେବ ସିଂହ। ଉଭୟଙ୍କର ମଧ୍ୟ ସେହି ଦ୍ବିତୀୟ ବିବାହ। ରାୟଗଡା ଜିଲ୍ଲାପାଳ ସ୍ବୀଧୀଦେବ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ଫଳରେ ଚଞ୍ଚଳ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟାଙ୍କୁ ବିବାହ କରିଛନ୍ତି। ସ୍ବାଧୀଦେବ ବର୍ତ୍ତମାନ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେହିପରି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ପୂର୍ବରୁ ବିବାହ କରିଥିଲେ। ସେ ରେଳବାଇରେ କାର୍ଯ୍ୟ କରୁଥିବା ସୂଚୀ ସିଂଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ବହୁ ଦିନ ଧରି ଅଲଗା ରହୁଥିଲେ।…
ଭୁବନେଶ୍ବର: କେନ୍ଦୁପତ୍ର ହିତାଧିକାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି । ଦୁଇଟି ପର୍ଯ୍ୟାୟକୁ ମିଶାଇ କେନ୍ଦୁପତ୍ର ହିତାଧିକାରୀମାନେ ୧୯୪ କୋଟି ଟଙ୍କାର ସହାୟତା ପାଇବେ, ଯାହା କି ଗୋଟିଏ ଫସଲ ବର୍ଷରେ ଏକ ସର୍ବକାଳୀନ ରେକର୍ଡ। ରାଜ୍ୟ ସରକାରଙ୍କ ଏହି ଘୋଷଣା ଦ୍ବାରା ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ। ୭.୭୫ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଏବଂ ୪୦ ହଜାର ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କୁ ଏହି ସହାୟତା ମିଳିବ। ପ୍ରତ୍ୟେକ ତୋଳାଳୀଙ୍କୁ ଏକ ହଜାର ଟଙ୍କାର ଆର୍ଥିକ ସହାୟତା ସହିତ ପାଣିବୋତଲ ଓ ଚପଲ ପାଇଁ ଯଥାକ୍ରମେ ୨୦୦ ଓ ୧୬୦ ଟଙ୍କା…
ବଡକୂଳ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୂଳରେ ଥିବା ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ବୈଷ୍ଣବ ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସ୍କୁଲର ଶିକ୍ଷକ ତଥା ଛାତ୍ରାଛାତ୍ରୀଙ୍କ ମିଳିତ ସହଯୋଗରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଶ୍ରୀଯୁକ୍ତ ନାୟକଙ୍କ କୃତିତ୍ବ ସଂପର୍କରେ ଅବଗତ କରାଯାଇଥିଲା। ଶ୍ରୀଯୁକ୍ତ ନାୟକ ଏହି ସ୍କୁଲରେ ପ୍ରଥମ କ୍ରୀଡା ଶିକ୍ଷକଭାବେ ଯୋଗଦେଇ ଦୀର୍ଘ 35 ବର୍ଷ ଧରି କାର୍ଯ୍ୟ କରି ଆସିଥିଲେ। ସେ ସ୍କୁଲରେ କ୍ରୀଡାର ପ୍ରଚାର ପ୍ରସାର କରାଇବା ସହିତ ଜିଲ୍ଲା ସ୍ତରରେ ଛାତ୍ରଛାତ୍ରୀଙ୍କୁ ଖେଳାଳୀ କରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର କ୍ରୀଡା ଛାତ୍ରମାନେ ଆଜି ଜିଲ୍ଲା, ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର କ୍ରୀଡାରେ ବେଶ ସୁନାମ ଅର୍ଜନ କରିଛନ୍ତି। ସେ ସରକାରୀ ଚାକିରୀରୁ ଅବସର ନେଇଥିଲେ ମଧ୍ୟ କ୍ରୀଡା ପ୍ରସାରରେ ବ୍ୟକ୍ତିଗତ ସ୍ତରରେ ନିଜକୁ ନିୟୋଜିତ ରଖିବେ ବୋଲି ସେ ଅବସର ବେଳେ…
ଭୁବନେଶ୍ବର: ବଙ୍ଗୋପ ସାଗରରେ ଆସୁଛି ଏକ ଲଘୁଚାପ। ଏହା ପୂର୍ବରୁ ସେଠାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ତେବେ ଏହାକୁ ନେଇ ପାଣିପାଗ ଗବେଷକମାନେ ଚିନ୍ତାରେ ଅଛନ୍ତି। କାରଣ ମେ ମାସରେ ବଙ୍ଗୋପ ସାଗରରେ ଲଘୁଚାପ ହେଲେ ତାହା ବାତ୍ୟା ସମ୍ଭାବନା ଥାଏ। ସେଥିପାଇଁ ଏହି ଲଘୁଚାପ ବାତ୍ୟା ରୂପ ନେବ କି କଣ ତାହା ଆଶଙ୍କା ସୃଷ୍ଟି କରିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି। ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତି କାଳରେ ଏହା ଲଘୁଚାପ ହେବ ବୋଲି ଆଶଙ୍କା କରାଯାଇଛି।
ଭୁବନେଶ୍ବର: ବଙ୍ଗପୋସାଗରରେ ମେ ମାସ ରେ ବାତ୍ୟାର ଆସି ଥାଏ। ଗତ ତିନି ବର୍ଷ ମଧ୍ୟରେ ଓଡିଶା ମଧ୍ୟ ମେ ମାସ ବାତ୍ୟା ର ସମ୍ମୁଖିନ ହୋଇଛି। ଏ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଗ୍ରୀଷ୍ମ ଋତୁ ର ବାତ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଗ୍ରୀଷ୍ମ ଋତୁ ବାତ୍ୟାର ଗତି ଜଟିଳ। ଫନି ବାତ୍ୟା ସମ୍ପର୍କରେ ସ୍ମରଣ କରି ପ୍ରଶାସନ ସବୁବେଳେ ପ୍ରସ୍ତୁତ ରହିବାକୁ ଦୃଢ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରୀଷ୍ମ ଋତୁରେ ଯେଉଁ ବାତ୍ୟା ଆସେ, ତାର ଆକଳନ ବହୁତ ଜଟିଳ। ୨୦୧୯ରେ ଫନି ବାତ୍ୟା ମଧ୍ୟ ଏହିପରି ଅଚାନକ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା। ଆମ ପାଇଁ ସବୁ ଜୀବନ ମୂଲ୍ୟବାନ। ତେଣୁ ଆମକୁ ସବୁବେଳେ ପ୍ରସ୍ତୁତ ରହିବାକୁ ପଡିବ। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହିତ NDRF, ODRAF ଓ ଅଗ୍ନିଶମ ସେବା…
ଭୁବନେଶ୍ବର: ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୋଲିସ ଷ୍ଟେସନ ଭାବେ ଉନ୍ନୀତ କରାଯାଇଛି ଏବଂ ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ଏ ସଂପର୍କୀୟ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଏହି ପୋଲିସ ଷ୍ଟେସନରେ ସୃଷ୍ଟି ହୋଇଥିବା ୨୩ଟି ନୂତନ ପଦବୀ ମଧ୍ୟରେ ଗୋଟିଏ ଇନ୍ସପେକ୍ଟର, ୬ଟି ସବ୍ ଇନିସପେକ୍ଟର, ୩ଟି ଆସିଷ୍ଟାଣ୍ଟ ସବ୍ ଇନିସପେକ୍ଟର , ୨ଟି ହାବିଲଦାର ଏବଂ ୧୧ଟି କନେଷ୍ଟବଳ ପଦବୀ ରହିଛି । ସେହିପରି ରାଜ୍ୟ ସରକାର କେନ୍ଦୁଝର ଓ ବଡବିଲ ସହରରେ ଦୁଇଟି ଟ୍ରାଫିକ ପୋଲିସ ଷ୍ଟେସନ ମଧ୍ୟ ସୃଷ୍ଟି କରିଛନ୍ତି ଏବଂ ଏଥିପାଇଁ ୨୪ଟି ନୂତନ ପଦବୀ ମଂଜୁର କରାଯାଇଛି । ଏ ସଂପର୍କୀୟ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି।…
ଲେଖକ: ସୌମ୍ୟକାନ୍ତୀ ଘୋଷ; ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା, ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରୁପ ଗତ ଏପ୍ରିଲ ୮ ତାରିଖରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା କାର୍ୟ୍ୟକାରୀ ହେବାର ଆଠ ବର୍ଷ ପୂରଣ ହୋଇଛି । ୨୦୧୪-୧୫ ବର୍ଷରେ ଭାରତର ଆନୁଷ୍ଠାନିକ ଆର୍ଥିକ କ୍ଷେତ୍ର ଯେତେବେଳେ ଅନାଦାୟ ଋଣ ଓ କ୍ଷତିର ଜଟିଳ ସମୟ ଦେଇ ଗତି କରୁଥିଲା ସେତେବେଳେ ଏହି ମୁଦ୍ରା ଯୋଜନା ଆରମ୍ଭ ହୋଇଥିଲା। ଏହି ଋଣ ଯୋଗାଣ ବ୍ୟବସ୍ଥାରେ କ୍ଷୁଦ୍ର କ୍ଷୁଦ୍ର ଉଦ୍ୟୋଗକୁ ସରକାର ଋଣ ଯୋଗାଇବା ସହିତ ସେଗୁଡ଼ିକୁ ଅଧିକ ସୁସ୍ଥ ଓ ଉପାର୍ଜନକ୍ଷମ କରିବାରେ ସହାୟକ ହୋଇଥିଲେ। ମୁଦ୍ରା ଯୋଜନାର ଏକ ଉତ୍ତମ ପ୍ରଭାବ ମଧ୍ୟ ଦେଶର ସାମାଜିକ ଓ ସାଂସ୍କୃତିକ କ୍ଷେତ୍ର ଉପରେ ପଡ଼ିଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଭାରତ ସରକାରଙ୍କ ଏକ ଧ୍ୱଜାଧାରୀ କାର୍ୟ୍ୟକ୍ରମ ଏବଂ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହିତ କରିବାକୁ ଏହା ଉଦ୍ଦିଷ୍ଟ। କ୍ଷୁଦ୍ର ଉଦ୍ୟୋଗ, ବିଶେଷକରି ନିଜ ଉଦ୍ୟମରେ ଓ ଅର୍ଥରେ ଗଢ଼ି ଉଠିଥିବା…
Jaya Kishori Ji: ଜୟା କିଶୋରୀ ଜୀ, ଆଧ୍ୟାତ୍ମିକ ଜଗତ ତଥା ଭଜନ ଜଗତର ଜଣେ ପ୍ରତିଷ୍ଠିତ ଚେହେରା। ତାଙ୍କର ପ୍ରବଚନ ଶୁଣିବା ପାଇଁ ଭାରତ କାହିଁକି ବିଦେଶରେ ମଧ୍ୟ ଲୋକେ ପାଗଳ ପରି ହୋଇ ଯାଉଛନ୍ତି। ସେ ଦେଖିବାକୁ ଯେପରି, ତାଙ୍କ କଣ୍ଠ ସ୍ବର ମଧ୍ୟ ସେହିପରି। ଭାରତୀୟ ଶାସ୍ତ୍ର ପୁରାଣ ଜ୍ଞାନର ଭଣ୍ଡାର ହେଉଛନ୍ତି ଜୟା କିଶୋରୀ। ଟେଲିଭିଜନର ଭକ୍ତି କାର୍ଯ୍ୟକ୍ରମ ହେଉ କିମ୍ବା ୟୁଟ୍ୟୁବରେ ତାଙ୍କର ପ୍ରବଚନ କିମ୍ବା ଭକ୍ତିଗୀତ। ଅପଲୋଡ କରିବା ମାତ୍ରେ ଅଳ୍ପ ସମୟରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖୁଛନ୍ତି। ଲାଗୁଛି ସତେ ଯେପରି ତାଙ୍କ ଭିଡିଓ ଅପଲୋଡକୁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରି ରହିଥିଲେ। ତାଙ୍କର ଗୀତ ରେକର୍ଡିଂ କରିବା ପାଇଁ ବଡ ବଡ ମ୍ୟୁଜିକ କଂପାନୀ ଲମ୍ବା ଧାଡି ଲଗାଇଛନ୍ତି। ବର୍ତ୍ତମାନ ଭାରତର କୋଣେ ଅନୁକୋଣେ ଜୟା କିଶୋରୀ ଜୀଙ୍କୁ ପ୍ରବଚନ ଦେବାକୁ ନେବା ପାଇଁ ଲମ୍ବା ଧାଡି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ଗୌରବ ପର୍ଯ୍ୟଟନ ଟ୍ରେନରେ ଆରମ୍ଭ କରାଯାଇଥିବା ‘‘ଗଙ୍ଗା ପୁଷ୍କରାଲା ଯାତ୍ରା’’ ଦେଶରେ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ। ଏହି ଟ୍ରେନ ସିକନ୍ଦରାବାଦ ରେଳ ଷ୍ଟେସନରୁ ଆରମ୍ଭ ହୋଇଥିବା ବେଳେ ପୁରୀ, କାଶୀ ଏବଂ ଅଯୋଧ୍ୟା ଭଳି ଦେଶର ବିଭିନ୍ନ ଧାର୍ମିକ ସହରକୁ ଯାତ୍ରା କରିବ। ‘‘ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ‘‘କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ନିଶ୍ଚିତ ଭାବେ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ।’’ ସୂଚନାଯୋଗ୍ୟ ଯେ, ଗତ ୨୯ ତାରିଖ ଠାରୁ ଭାରତୀୟ ରେଳବାଇ ଭାରତ ଗୌରବ ପର୍ୟ୍ୟଟନ ଟ୍ରେନ ଯାତ୍ରାର ଶୁଭାରମ୍ଭ କରିଛି। ତେଲଙ୍ଗାନାର ସିକନ୍ଦରାବାଦ ରେଳ ଷ୍ଟେସନରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପୁରୀ , କାଶୀ ଦେଇ ଅଯୋଧ୍ୟାରେ ପହଞ୍ଚିବ । ଯାତ୍ରା ସମୟରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବାର ବ୍ୟବସ୍ଥା କରାଯାଇଛି। ତୀର୍ଥଯାତ୍ରୀମାନେ ଓଡ଼ିଶାରେ…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଗଠନ ଲକ୍ଷ୍ୟରେ ପ୍ରତି ରାଜ୍ୟରେ ଅନ୍ୟ ରାଜ୍ୟମାନଙ୍କର ସ୍ଥାପନା ଦିବସ ପାଳନ ପରିପ୍ରେକ୍ଷୀରେ ରାଜଭବନଠାରେ ଆଜି ମହାରାଷ୍ଟ୍ର ଓ ଗୁଜୁରାଟ ରାଜ୍ୟ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ରାଜଭବନର ଅଭିଷେକ ହଲ୍ରେ ଆୟୋଜିତ ଏକ ଭାବବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ଉପସ୍ଥିତ ଥିବା ଓଡ଼ିଶା ଗୁଜୁରାଟ ସମାଜ ଓ ମହାରାଷ୍ଟ୍ର ମଣ୍ଡଳ, ଓଡ଼ିଶାର କର୍ମକର୍ତ୍ତା ଓ ସଦସ୍ୟସଦସ୍ୟାମାନଙ୍କୁ ସ୍ଥାପନା ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ନିଜ ଉଦ୍ବୋଧନରେ ରାଜ୍ୟପାଳ ଏପରି କାର୍ଯ୍ୟକ୍ରମ ଦ୍ୱାରା ଅନ୍ୟ ରାଜ୍ୟର ସଂସ୍କୃତି, ପରମ୍ପରା ଓ ଜନଜୀବନ ସଂପର୍କରେ ଅଧିକ ଜ୍ଞାନ ଆହରଣ ଫଳରେ ରାଜ୍ୟ-ରାଜ୍ୟ ମଧ୍ୟରେ ଉତ୍ତମ ବୁଝାମଣା ଓ ସଂପର୍କ ବୃଦ୍ଧି ପାଇବ ଓ ଏହା ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବ ବୋଲି କହିଥିଲେ। ମହାରାଷ୍ଟ୍ର ଓ ଗୁଜୁରାଟର ରାଷ୍ଟ୍ରର ପ୍ରଗତି ଓ…