ଭୁବନେଶ୍ବର: ମହାନ ରାଜନେତା ତଥା ପୂର୍ବତନ ବିଧାୟକ ଓ ସାଂସଦଙ୍କୁ ବିଧାନସଭା ତରଫରୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି। ଆଜି ତାଙ୍କର ମରଶରୀରକୁ ବିଧାନସଭା ପରିସରକୁ ଅଣାଯାଇଥିଲା। ସେଠାରେ ବାଚସ୍ପତି ବିକ୍ରମ ଆରୁଖଙ୍କ ସହିତ ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅନନ୍ତ ଜେନା, ପ୍ରଫୁଲ ସାମଲ, ଶଶୀଭୂଷଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବିଧାନସଭା ପରିସରରେ ତାଙ୍କର ଭାଇ ପଞ୍ଚାନନ କାନୁନଗୋ ମଧ୍ୟ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ବାଚସ୍ପତି ଆରୁଖ ତ୍ରିଲୋଚନ କାନନୁଗୋଙ୍କ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ସେ ଜଣେ ବିଚକ୍ଷଣ ରାଜନେତା ଥିଲେ ବୋଲି ସେ କହିଥିଲେ। ଏହି ସମୟରେ ବିଧାନସଭା କର୍ମଚାରୀଗଣ ମଧ୍ୟ ତାଙ୍କୁ ଶେଷ ଦର୍ଶନ କରିଥିଲେ।
Author: thesamikhsya
ଭୁବନେଶ୍ବର: ଉତ୍ତର ପ୍ରଦେଶର କୁଖ୍ୟାତ ଅପରାଧୀ ମାଫିଆ ଅତିକ ଅହମ୍ମଦର ଲିଙ୍କ ଓଡିଶାରେ ରହିଛି। ଏ ନେଇ ଉତ୍ତର ପ୍ରଦେଶ ପୋଲିସକୁ ସୁରାକ ମିଳିଛି। ଫଳରେ ଉତ୍ତର ପ୍ରଦେଶରୁ ଏକ ଟିମ ଓଡିଶା ଆସି ବରଗଡରରେ ଖାନତଲାସ କରିଛନ୍ତି। ଏ ନେଇ ଆଜି ଓଡିଶା ଡିଜିପି ସୁନୀଲ ବଂଶଲ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଦୁଇଦିନ ତଳେ ଉତ୍ତର ପ୍ରଦେଶ ପୋଲିସର ଏକ ଟିମ ଓଡିଶା ଆସି ବରଗଡ ଯାଇଥିଲେ। ସେମାନେ ଏକ ବଡ ଘଟଣାର ତଦନ୍ତ କରୁଥିବାର କହିଥିଲେ। ହେଲେ ତାହା କଣ ସେମାନେ ଜଣାଇ ନ ଥିଲେ। ହେଲେ ଆନ୍ତଃରାଜ୍ୟ ନିୟମ ଅନୁସାରେ ଆମେ ସେମାନଙ୍କୁ ତଦନ୍ତ କରିବା ପାଇଁ ଅନୁମତି ଦେଇଥିଲୁ। ହେଲେ ସେମାନେ କଣ କଲେ ସେ ନେଇ ଆମକୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ତେବେ ବିଶେଷ ସୁତ୍ର ଅନୁସାରେ ଉତ୍ତର ପ୍ରଦେଶର ଜଣେ ଡିଏସପି ରାଙ୍କ ଅଧିକାରୀଙ୍କ ନେତୃତ୍ବରେ…
ଭୁବନେଶ୍ବର: ଆଉ ଦିନକ ପରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଉପଲକ୍ଷେ ସମସ୍ତେ ନିଜର ପ୍ରିୟଜନଙ୍କୁ ବିଭିନ୍ନ ଶୁଭେଚ୍ଛା ବାର୍ତ୍ତା ପଠାଇଥାନ୍ତି। ସେହି ପବିତ୍ର ଦିନ ଉପଲକ୍ଷେ କେତେକ ଶୁଭେଚ୍ଛା ବାର୍ତ୍ତା ଏଠାରେ ଉପସ୍ଥାପିତ କରୁଛୁ। ଆପଣମାନେ ଏହାକୁ କପି କରି ମୋବାଇଲରେ ପଠାଇପାରିବେ ବାର୍ତ୍ତା-01 ତୁମ ବ୍ୟବସାୟ ବଢୁ ଦିନକୁ ଦିନ, ପରିବାରରେ ଆସୁ ସ୍ନେହ ଓ ପ୍ରେମ, ‘ଅକ୍ଷୟ ତୃତୀୟା’ର ଶୁଭକାମନା ବାର୍ତ୍ତା-02 ତୁମ ଘରେ ବର୍ଷା, ହେଉ ଟଙ୍କା, ବାସ କରନ୍ତୁ ମା ଲକ୍ଷ୍ମୀ, ଦୂର ହେଉ ସମସ୍ତ ଦୁଃଖ, ‘ଅକ୍ଷୟ ତୃତୀୟା’ର ଶୁଭକାମନା, ବାର୍ତ୍ତା-03 ତୁମ ଘରେ ପ୍ରଭୃ ବର୍ଷା କରନ୍ତୁ ଟଙ୍କା, ତୁମ ଶତ୍ରୁଙ୍କ ମୁହଁ ହେଉ ବଙ୍କା, ‘ଅକ୍ଷୟ ତୃତୀୟା’ର ଶୁଭକାମନା, ବାର୍ତ୍ତା-04 ଆପଣଙ୍କ ଘରେ ଟଙ୍କା ବର୍ଷା ହେଉ ଲକ୍ଷ୍ମୀଙ୍କ ବାସ ହେଉ, ସଙ୍କଟର ନାସ ହେଉ, ଶାନ୍ତିର ବାସ ହେଉ, ‘ଅକ୍ଷୟ ତୃତୀୟା’ର ଶୁଭକାମନା ବାର୍ତ୍ତା-05 ଆପଣଙ୍କର ସବୁ କାମ…
ଭୁବନେଶ୍ୱର: ଓଡିଶା ସ୍କିଲ୍ କନ୍କ୍ଲେଭ୍ ୨୦୨୩ର ପ୍ରଥମ ଦିନରେ ଆଜି ଶିଳ୍ପ-ଆଧାରିତ ଦକ୍ଷତା ଓ ରାଜ୍ୟର ଯୁବପିଢିଙ୍କ ପାଇଁ ଉଦୀୟମାନ ସୁଯୋଗଗୁଡିକ ଉପରେ ବିଭିନ୍ନ ଅଧିବେଶନର ଆୟୋଜନ କରାଯାଇଥିଲା । ଓଡିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍ଡିଏ) ଦ୍ୱାରା ଆୟୋଜିତ ହେଉଥିବା ଏହି ସମ୍ମିଳନୀ ବିଭିନ୍ନ ଶିଳ୍ପ, ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ ସହଯୋଗୀ, ସେକ୍ଟର ସ୍କିଲ୍ସ କାଉନ୍ସିଲ୍, ଆନ୍ତର୍ଜାତୀୟ ସଂଗଠନ, ରାଷ୍ଟ୍ର କୈନ୍ଦ୍ରିକ ପ୍ରତିନିଧି ଓ ରାଜ୍ୟର ସ୍କିଲ୍ ଆମ୍ବାସାଡରମାନଙ୍କ ସହିତ ନିୟୋଜନ ପାଇଁ ଲକ୍ଷ୍ୟ ରଖିଛି । ଆଜିର ଉଦ୍ଘାଟନୀ ଅଧିବେଶନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିଥିଲେ ଏବଂ ଏଠାରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ (ସ୍ୱାଧୀନ) ପ୍ରୀତିରଞ୍ଜନ ଘଡାଇ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗ୍ଚିଙ୍କ ସମେତ ବିଶିଷ୍ଟ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ…
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ଓଡିଶା ଆସିବେ। ତେବେ ଏଥର ଗସ୍ତ ତାଙ୍କ ପାଇଁ ଏକ ଐତିହାସିକ ହେବ। କାରଣ ସେ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ତାଙ୍କର ଜନ୍ମମାଟି ମୟୁରଭଂଜକୁ ଯିବେ। ସେଥିପାଇଁ ଜିଲ୍ଲାବାସୀ ବେଶ ଉତ୍ସାହିତ ହୋଇଥିବାର ଜଣାପଡିଛି। ରାଷ୍ଟ୍ରପତି ମୁର୍ମୁ ଆସନ୍ତା ମେ 9 ତାରିଖରେ ଆସିବେ ବୋଲି ଜଣାପଡିଛି। ସେହିଦିନ ସେ ମୟୁରଭଂଜ ଜିଲ୍ଲାର ବାରିପଦା ଯିବେ। ସେଠାରେ ସେ ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଭଂଜ ଦେଓ ବିଶ୍ବବିଦ୍ୟାଳୟର 12 ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏ ନେଇ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ରାଷ୍ଟ୍ରପତି ଭବନରୁ ଚିଠି କରି ଅବଗତ କରାଯାଇଛି। ମୟୁରଭଂଜରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ସେ ଦୁଇଥର ଓଡିଶା ଗସ୍ତରେ ଆସିଛନ୍ତି। ହେଲେ ସେ କେବେ ତାଙ୍କ ଜନ୍ମମାଟିକୁ ଯାଇପାରି ନାହାଁନ୍ତି। ପ୍ରଥମେ ସେ ପୁରୀ ଗସ୍ତ କରି ଜଗନ୍ନାଥ ଦର୍ଶନ କରିଥିଲେ। ଏହାପରେ…
ଭୁବନେଶ୍ବର: ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବିଭିନ୍ନ ସମୟରେ ତାଙ୍କର ଭିନ୍ନ ଭିନ୍ନ ଫଟୋକୁ ନେଇ ସେ ସବୁ ବେଳେ ସମାଲୋଚନାର ଶିକାର ହୋଇଥାନ୍ତି। କେତେବେଳେ ସେ ଜଗନ୍ନାଥଙ୍କ ମୃତ୍ତିକୁ ମୁଣ୍ଡରେ ଧରି ଅଭିନୟ କରିଥାନ୍ତି, କେତେବେଳେ କେଉଁଠି ପୂଜା କରିବା ହେଉ। ସେ ସବୁବେଳେ ଏପରି କିଛି କରି ମିଡିଆରେ ରହିବା ପାଇଁ ଚେଷ୍ଠା କରିବାରେ ଲାଗିଛନ୍ତି। ହେଲେ ବେଳେ ବେଳେ ଏପରି ଚର୍ଚ୍ଚାରେ ରହିବା ଚେଷ୍ଠା ଅପଚେଷ୍ଠାରେ ପରିଣତ ହୋଇଯାଏ। ଯାହାଦ୍ବାରା ସେ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବା ସହିତ ନିନ୍ଦା ମଧ୍ୟ କରାଯାଉଥିବାର ନଜର ରହିଛି। ପୁରୀରେ ଜଗନ୍ନାଥ ମୂର୍ତ୍ତିକୁ ଧରି ସେ ଯେପରି ନାଟକବାଜୀ କଲେ ତାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ସେହିପରି ତାଙ୍କର ଆଉ ଏକ ଫଟୋକୁ ନେଇ ସେ ସମାଲୋଚନାର ଶିକାର ହୋଇଛନ୍ତି। ଏହି ଫଟୋରେ ସମ୍ବିତ ପାତ୍ର ଜଣେ ଗରିବ ଘରେ ବସି ପଖାଳ ଖାଉଥିବାର ଦେଖାଯାଇଛି।…
ଭୁବନେଶ୍ୱର: ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ପକ୍ଷରୁ ଏପ୍ରିଲ ୨୧ ତାରିଖରେ ରାଜ୍ୟସ୍ତରୀୟ ଲୋକ ସେବା ଦିବସ-୨୦୨୩ (State Level Civil Services Day-2023) ପାଳନ କରାଯିବ। ଏହି ଅବସରରେ ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନସ୍ଥିତ କନଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିବା ସହ ପ୍ରଶାସନିକ ଅଧିକାରୀଙ୍କ ସମାବେଶକୁ ସମ୍ବୋଧିତ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ଲୋକସେବା ଦିବସ ନାଗରିକମାନଙ୍କ ଉଦ୍ଦେଶ୍ୟରେ ନିଜକୁ ପୁନଃ ସମର୍ପିତ କରିବା ଏବଂ ଜନସେବା କାର୍ଯ୍ୟରେ ଶ୍ରେଷ୍ଠତା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ନବୀକରଣ କରିବାର ଏକ ଅବସର ଭାବରେ ପାଳନ କରାଯାଏ। ସ୍ୱାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୧୯୪୭ ମସିହାରେ ଦିଲ୍ଲୀର ମେଟକାଫ ହାଉସରେ ଭାରତୀୟ ପ୍ରଶାସନିକ ସେବାର ଯୁବ ପ୍ରୋବେସନରମାନଙ୍କୁ ଏହି ଦିବସରେ ସମ୍ବୋଧିତ କରିଥିଲେ ଏବଂ ସେମାନଙ୍କୁ ପ୍ରକୃତ ‘ସେବା ଭାବନା’କୁ ଗ୍ରହଣ କରିବା…
ନୂଆଦିଲ୍ଲୀ: ଜମ୍ମୁକାଶ୍ମରୀର ପୁଞ୍ଚରେ ହୋଇଥିବା ସେନା ଗାଡି ଅଗ୍ନିକାଣ୍ଡ ଘଟଣାରେ ୫ ଯବାନଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଅଗ୍ନିକାଣ୍ଡ ଆତଙ୍କି ହାମଲା ଯୋଗୁଁ ଘଟିଛି ବୋଲି ସେନାବାହିନୀ ତରଫରୁ ସ୍ପଷ୍ଟ କରାଯାଇଛି। ତେବେ ପୁଞ୍ଚରେ ସହିଦ ହୋଇଥିବା ୫ ଯବାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ। ସେ ହେଉଛନ୍ତି ଦେବାଶିଷ ବିଶ୍ୱାଳ। ଦେବାଶିଷଙ୍କ ଘର ସାକ୍ଷୀଗୋପାଳ ନିକଟ ଅଳଗୁମର ଖଣ୍ଡାୟତ ସାହିର ବୋଲି ଜଣାପଡିଛି। ଦେବାଶିଷଙ୍କ ଘରକୁ ସେନା ମୁଖ୍ୟାଳୟରୁ ଫୋନ ଆସିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଭୁବନେଶ୍ବର: ଆଜି ବିଜେପି ମଧ୍ୟ ଝାରସୁଗୁଡା ଉପନିର୍ବାଚନ ପାଇଁ ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଚାଳିଶ ଜଣିଆ ଏହି ତାଲିକାରେ ପ୍ରଥମେ ଅଛନ୍ତି ଦଳର ସଭାପତି ମନମୋହନ ସାମଲ। ଏହାପରେ ଦ୍ବିତୀୟରେ ଅଛନ୍ତି ଜୁଅଲ ଓରାମ। ତୃତୀୟକୁ ଖସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ହେଲେ ଏଥର ଝାରସୁଗୁଡା ଉପନିର୍ବାଚନ ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ଦଳ ପ୍ରଥମ ଥର ପାଇଁ ଲଢେଇ କରୁଛି। ସେଥିପାଇଁ ମନମୋହନ ବେଶ ମାପିଚୁପି ଏହି ତାଲିକା ପ୍ରସ୍ତୁତ କରିଛନ୍ତି।
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଝାରସୁଗୁଡା ଉପନିର୍ବାଚନ ପାଇଁ ତାହାର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏଥିରେ ଚାଳିଷ ଜଣ ପ୍ରଚାରକ ଅଛନ୍ତି। ତାଲିକାର ପ୍ରଥମରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିବା ବେଳେ ଦ୍ବିତୀୟରେ ଅଛନ୍ତି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ହେଲେ.. ଏହି ତାଲିକା ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ପ୍ରକାଶ କରାଯାଇଛି। ଏଥିରେ ବିଧାୟକ ସୁଶାନ୍ତ ସିଂଙ୍କ ନାମ ରହିଛି। ତାଙ୍କୁ ବିଜେଡି ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରି ନ ଥିବାରୁ ବିଭିନ୍ନ ବାଦବିବାଦ ସୃଷ୍ଟି ହୋଇଥିଲା। ହେଲେ ଷ୍ଟାର ପ୍ରଚାରକ ତାଲିକାରେ ଦଳ ତାଙ୍କୁ ସାମିଲ କରିଛି।
ଭୁବନେଶ୍ୱର: ଓଡ଼ିଶା ସ୍କିଲ୍ କନ୍କ୍ଲେଭ୍ ୨୦୨୩କୁ ଉଦ୍ଘାଟନ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଶ୍ୱ ସ୍ତରରେ ଚମକିବା ଲାଗି ବ୍ରାଣ୍ଡ୍ “ସ୍କିଲ୍ଡ ଇନ୍ ଓଡ଼ିଶା’ ପ୍ରସ୍ତୁତ ରହିଛି। ଦେଶରେ ନୂଆ ପିଢ଼ିର ପ୍ରଯୁକ୍ତି ଦକ୍ଷତା ଲାଗି କେନ୍ଦ୍ର ରାଜ୍ୟ ଭିତରେ ସହଯୋଗିତାରେ ଉନ୍ନତି ଆଣିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, “ଯୁବପିଢ଼ିମାନଙ୍କୁ କ୍ଲାଉଡ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ୍ ପ୍ରଯୁକ୍ତି, ଡାଟା ସାଇନ୍ସ ଓ ଅନ୍ୟାନ୍ୟ ଭବିଷ୍ୟତଧର୍ମୀ ଜ୍ଞାନ ଉପରେ ପ୍ରଶିକ୍ଷଣ ପ୍ରଦାନ କରିବା ଲାଗି ନୂଆ ସ୍କିମ୍ ନୂଆ ଓଡ଼ିଶା ଲାଗି ଚଳିତ ବର୍ଷ ୧୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି।’’ “ତାହାକୁ ହାସଲ କରିବା ଲାଗି ନୀତି ବିକାଶ କରିବା ଏବଂ ଦକ୍ଷତା ବିକାଶର ପ୍ରସାର କରିବା ଓ ଯେଉଁମାନେ ଦକ୍ଷତା ହାସଲ କରୁଛନ୍ତି ସେମାନଙ୍କୁ ଯେଭଳି ନିଯୁକ୍ତି ବଜାରରେ ମାନ୍ୟତା ଓ ମୂଲ୍ୟ ମିଳିବ, ତାହାକୁ…
ଭୁବନେଶ୍ୱର: ସେନାବାହିନୀରେ ଯୋଗଦେବା ନିମନ୍ତେ ନିଯୁକ୍ତି ପ୍ରକ୍ରିୟାରେ ଢାଞ୍ଚାଗତ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ପରୀକ୍ଷାର୍ଥୀମାନେ ପ୍ରଥମେ ଅନ୍ଲାଇନ୍ରେ ନିଜର ପଂଜୀକରଣ କରିବା ପରେ ବୈଧ ଥିବା ଆବେଦନଗୁଡ଼ିକୁ ବିଚାରକୁ ନିଆଯାଇ ପ୍ରଥମେ କଂପୁଟର ମାଧ୍ୟମରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ଶାରୀରିକ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ। ପରେ ଅନ୍ତିମ ପର୍ଯ୍ୟାୟରେ ଡାକ୍ତରୀ ପରୀକ୍ଷା ଅନୁଷ୍ଠିତ ହେବ। ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ମାତ୍ର ପୂର୍ବରୁ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ପ୍ରଥମେ ଆର୍ମି ରାଲି ମାଧ୍ୟମରେ ଶାରୀରିକ ପରୀକ୍ଷା ଓ ଏହା ପରେ ଲିଖିତ ପରୀକ୍ଷା ହେଉଥିଲା। ଏଥିରେ ପରୀକ୍ଷାର୍ଥୀମାନଙ୍କ ବହୁସମୟ ବ୍ୟୟ ହେଉଥିବା ଦୃଷ୍ଟିରୁ ବିଭିନ୍ନ ପ୍ରସଙ୍ଗକୁ ବିଚାରକୁ ନିଆଯାଇ ଚଳିତ ବର୍ଷରୁ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। କଟକସ୍ଥିତ ଆର୍ମି ରିକ୍ୟୁଟ୍ମେଣ୍ଟ ଅଫିସ୍ ନିର୍ଦ୍ଦେଶକ କର୍ଣ୍ଣେଲ ହର୍ବିନ୍ଦର ସିଂ ଏ ସଂପର୍କରେ ସୂଚନା…
ବାଲେଶ୍ବର: ମାଟ୍ରିକ ପରୀକ୍ଷା ଶେଷ ହେବା ପରେ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇଯାଇ ଥିଲା। ହେଲେ ଖାତା ଦେଖିବା ବେଳକୁ ଶିକ୍ଷକ ଏବଂ ପରୀକ୍ଷା ନିୟନ୍ତ୍ରକଙ୍କ ମୁଣ୍ଡ ଖରାପ ହୋଇଗଲା। କାରଣ ହେଲା ଜଣେ ଛାତ୍ରା ପରୀକ୍ଷା ଦେଇଛନ୍ତି ବୋଲି ଦସ୍ତଖତ କରିଛନ୍ତି ହେଲେ ତାଙ୍କ ଉତ୍ତର ଖାତା ମିଳୁ ନାହିଁ। ଏହି ଘଟଣା ଖାତା ଦେଖା କେନ୍ଦ୍ରର ମୁଖ୍ୟଙ୍କ ପାଖକୁ ଯିବା ପରେ ତାଙ୍କ ମୁଣ୍ଡ ମଧ୍ୟ ଖରାପ ହୋଇଗଲା। ତୁରନ୍ତ ସେହି ଛାତ୍ରୀ ପଢୁଥିବା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଖବର ଦିଆଗଲା। ସେ ସେହି ଛାତ୍ରୀଙ୍କୁ ସନ୍ଧାନ କରି ତାଙ୍କ ଘରେ ପହଞ୍ଚିଲେ। ଉତ୍ତର ଖାତା କାହିଁ ବୋଲି ପଚାରିବା ପରେ ସେ ଘରେ ରଖିଛି ବୋଲି କହିଲା। ଏହାପରେ ପ୍ରଧାନ ଶିକ୍ଷକ ସେ ଖାତାକୁ ସୁରକ୍ଷିତ ଭାବେ ଆଣି ଖାତାଦେଖା କେନ୍ଦ୍ରରେ ଜମା କଲେ। ଏହି ଘଟଣାଟି ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକର ଜାମୁଝାଡରେ ଥିବା…
ଭୁବନେଶ୍ବର: ଆଜି ରାଜ୍ୟର ତାପମାତ୍ରା ହ୍ରାସ ପାଇବ ବୋଲି ସମ୍ଭାବନା ରହିଥିଲା। ହେଲେ ଆଜି ସକାଳୁ ଯେତିକି ତାପମାତ୍ରା ରେକର୍ଡ କରାଯାଇଛି ତାହା ଆଶ୍ଚର୍ଯ୍ୟ କରିଛି। ଭୁବନେଶ୍ବର ଆଞ୍ଚଳିକ ପାଣପାଗ ବିଭାଗ ଅନୁସାରେ ଆଜି ସକାଳୁ ଦୁଇଟି ସହରର ତାପମାତ୍ରା ଅଧିକ ରହିଛି। ସେହି ଅନୁସାରେ ଆଜି ସକାଳ ୮.୩୦ ସୁଦ୍ଧା ଝାରସୁଗୁଡ଼ାରେ ରେ ୩୪ ଡ଼ିଗ୍ରୀ ଏବଂ କେନ୍ଦୁଝରରେ ୩୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସକାଳୁ ଏପରି ତାପମାତ୍ରାକୁ ଲକ୍ଷ୍ୟ କଲେ ଦିନର ତାପମାତ୍ରା ମଧ୍ୟ ସେହି ଅନୁସାରେ ବଢିବାର ସମ୍ଭାବନା ସୃଷ୍ଟି ହୋଇଛି।
ଭୁବନେଶ୍ବର: ଆସନ୍ତାକାଲି ବୁଧବାର ଦିନ ଦିନିକିଆ ଖୋର୍ଦ୍ଧା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ପାଞ୍ଚଟାରେ ନବୀନ ବିଜୁ ମହାବୀର ଜୟପୁର ଫୁଟ କେନ୍ଦ୍ରରେ ପଦାର୍ପଣ କରିବେ। ମୁଖ୍ୟମନ୍ତ୍ରୀ ଗୁରୁଜଙ୍ଗରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରକୁ ଉଦଘାଟନ କରିବେ। ରାଜସ୍ଥାନ ଜୟପୁରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ସେଠାରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ପ୍ରସ୍ତୁତ କରାଯିବ। ଏଥିସହିତ ରାଜ୍ୟ ସରକାରଙ୍କ ସହଯୋଗରେ ସେଠାରେ ଗବେଷଣା ସହ ତାଲିମ କେନ୍ଦ୍ର ମଧ୍ୟ ପରିଚାଳିତ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ପରିଦର୍ଶନ ସହିତ ଉଦଘାଟନ ମଧ୍ୟ କରିବେ। ଏହାପରେ ନବୀନ ଏକ ସଭାରେ ଯୋଗ ଦେଇ ଦିବ୍ୟାଙ୍ଗଙ୍କୁ ଶ୍ରବଣ ଯନ୍ତ୍ର, ଟ୍ରାଇସାଇକେଲ୍, ହ୍ବିଲଚେୟାର ଆଦି ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଅଶୋକ ପଣ୍ଡା, ଏହି ସଂସ୍ଥାର ମୁଖ୍ୟ ପଦ୍ମଭୂଷଣ ଡି.ଆର ମେହେଟା ମଧ୍ୟ ସାମିଲ ରହିବେ।
ଝାରସୁଗୁଡା/ଭୁବନେଶ୍ବର: ଆଜି ଏକ ବିରାଟ ଶୋଭାଯାତ୍ରାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଶୋଭାଯାତ୍ରାରେ ଦଳର ବରିଷ୍ଠ ନେତା ଓ ହଜାର ହଜାର କର୍ମି ସାମିଲ ହୋଇଥିଲେ। କହିବାକୁ ଗଲେ ବିଜେଡି ଆଜି ନାମାଙ୍କନ ଦାଖଲ ବେଳେ ପ୍ରଦର୍ଶିତ କରିଛି ଏହାର ଶକ୍ତି। ଯାହା ସେହି ଉପନିର୍ବାଚନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା। ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିବା ପାଇଁ ଖୋଦ୍ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଦଳ ବିଜ୍ଞପ୍ତି ପ୍ରକାଶ କରିଥିଲା। ତେବେ ତା ପୂର୍ବରୁ ଦୀପାଳି ସେହି ଅଞ୍ଚଳରେ ନିଜର ପ୍ରଚାର ଆରମ୍ଭ କରିଦେଇଥିଲେ। ଦୀପାଳି ମନମୋହନ ସ୍କୁଲରୁ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି। ବିଜେଡି ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ…
ଭୁବନେଶ୍ବର: ଓଡିଶା ସୂଚନା ଓ ଲୋକ ସଂପର୍କ ବିଭାଗରେ ନୂଆ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯାଇଛି। ସେ ହେଲେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସରୋଜ କୁମାର ସାମଲ। ସରୋଜ ଏହା ପୂର୍ବରୁ ଝାରସୁଗୁଡା ଜିଲ୍ଲାପାଳ ଥିଲେ। ନିକଟରେ ତାଙ୍କର ବଦଳି କରାଯାଇଥିଲା। ସେହିପରି ଏହି ଆଇଆଣ୍ଡପିଆର ନିର୍ଦ୍ଦେଶକ ଥିବା ଇନ୍ଦ୍ରମଣି ତ୍ରିପାଠୀଙ୍କୁ ମଧ୍ୟ ବଦଳି କରାଯାଇ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କୁ ବର୍ତ୍ତମାନ ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲରେ ନୂତନ ଅତିରିକ୍ତ ତହସିଲଦାର ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଆରଏସ ଅଧିକାରିଣୀ ସମୀକ୍ଷା ପାଣି l ସୁଶ୍ରୀ ପାଣି 2019 ବ୍ୟାଚ ଓଆରଏସ ଅଧିକାରିଣୀ। ସେ ଏହା ପୁର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ତେବେ ନିକଟରେ ଭୁବନେଶ୍ୱର ସ୍ଥିତ ‘ରୋଟି’ ରେ ପ୍ରଶିକ୍ଷଣ ସାରି ଆଜି ଚିଲିକା ତହସିଲରେ ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଇଛନ୍ତି ସୁଶ୍ରୀ ପାଣି। କାର୍ଯ୍ୟରେ ଯୋଗ ଦେଲା ପରେ ସମସ୍ତ ତହସିଲ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ l ତେବେ ଚିଲିକା ତହସିଲ ଅଞ୍ଚଳରେ ଜନ ଅଭିଯୋଗ ର ସମାଧାନ, 5T ଲାଗୁ କରିବା, ଡିମାରକେସନ ସମ୍ବନ୍ଧୀୟ କାର୍ଯ୍ୟକୁ ସରଳ କରିବା ଆଦି ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ସୂଚନା ଥାଉକି ଚିଲିକା ତହସିଲ ଏକ ବ୍ୟସ୍ତବହୁଳ…
ସୀତାରାମ ଅଗ୍ରୱାଲ ବାଣପୁର: ବିଗତ କିଛିଦିନ ଧରି ରାଜ୍ୟରେ ଯେଉଁଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି ତାହାର ମୁକାବିଲା କରିବାକୁ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସଭାଗୃହରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧକ୍ଷତାରେ ଏକ ଅଂଶୁଘାତ ପୂର୍ବ ସତର୍କତା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉକି ରାଜ୍ୟ ସରକାର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବିଡ଼ିଓ ଶୀତଲ ଅଗ୍ରୱାଲ ଏହି ସମ୍ପର୍କରେ ଏକ ଜରୁରୀ ବୈଠକ ଅନୁଷ୍ଠିତ କରିଥିବା ଜଣାଯାଇଛି। ଉକ୍ତ ବୈଠକରେ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା,ସ୍ୱାସ୍ଥ୍ୟ ଅଧିକାରୀ, ପିଡବ୍ଲୁଡି ବିଭାଗ, ବିଦ୍ୟୁତ ବିଭାଗ,ଜଳସେଚନ ବିଭାଗ, ଶିଶୁ କଲ୍ୟାଣ ବିଭାଗ, ଜଙ୍ଗଲ ବିଭାଗ ସହ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକମାନେ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହର ସତର୍କତା ସ୍ୱରୂପ ଶ୍ରମିକମାନେ ସକାଳ 7 ଘଟିକା ଠାରୁ 11ଘଟିକା ଏବଂ ଅପରାହ୍ନ 3 ଘଟିକା ପରେ କାର୍ଯ୍ୟ କରିବାର ନିୟମାବଳୀ ଜାରି ହୋଇଛି। ପ୍ରତ୍ୟେକ ଗ୍ରାମରେ…
ଝାରସୁଗୁଡା/ଭୁବନେଶ୍ୱର : ଆସନ୍ତା ମେ ୧୦ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମନମୋହନ ଏମଇ ସ୍କୁଲ ଗ୍ରାଉଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଉପନିର୍ବାଚନ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଶୋଭାଯାତ୍ରାରେ ପ୍ରାୟ ୧୦ହଜାରୁ ଅଧିକ ଜନତା ସାମିଲ ଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ସାଧାରଣ ଲୋକେ ଆଜି ନ୍ୟାୟ ପାଇବା ପାଇଁ ତ୍ରାହି ତ୍ରାହି ଡାକୁଥିବାବେଳେ ରାଜ୍ୟ ସରକାରଙ୍କ ବିଫଳତା ସ୍ପଷ୍ଟ ବାରୀ ହୋଇପଡୁଛି। ସାଧାରଣ ଲୋକ ନ୍ୟାୟ ପାଇଁ ଲଢ଼ୁଛନ୍ତି ଓ ଲଢ଼ିବେ ଏବଂ ନ୍ୟାୟର ବିଜୟ ହେବ। ଜଣେ ଉଚ୍ଚଶିକ୍ଷିତ, ଯୋଗ୍ୟ, ଦକ୍ଷ ଓ ଯୁବକ ଶ୍ରୀ ଟଙ୍କଧର ତ୍ରିପାଠୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଝାରସୁଗୁଡା ନିର୍ବାଚନମଣ୍ଡଳୀର ସଚେତନ ଭୋଟର ଭାଇ ଓ ଭଉଣୀମାନେ ଏଭଳି ପ୍ରତିକୁଳ ପରିସ୍ଥିତିରେ ମଧ୍ୟ ତାଙ୍କ ବିଜୟକୁ ସୁନିଶ୍ଚିତ କରାଇବେ…
ଭୁବନେଶ୍ବର: ଖୁବ ଶିଘ୍ର ରାଜ୍ୟ ସରକାର କ୍ଷୁଦ୍ର ବ୍ୟବସାୟୀଙ୍କ ସମସ୍ୟା ସମାଧାନ ପାଇଁ ଗଠନ କରିବେ ଏକ ପରିଷଦଯ ଯାହାର ନାମ ରହିଛି ଓଡିଶା ବାଣିଜ୍ୟ ପରିଷଦ ବା Odisha Trade Council. ଶିଳ୍ପ ବିଭାଗ ଅଧିନରେ ଏହି ପରିଷଦ କାର୍ଯ୍ୟ କରିବ। ଏଥିପାଇଁ ଏକ ସ୍ବତନ୍ତ୍ର ବୋର୍ଡ ଗଠନ କରାଯିବ ବୋଲି ନିଷ୍ପତି କରାଯାଇଛି। ଏହାଦ୍ବାରା ରାଜ୍ୟରେ ଥିବା ପ୍ରାୟ 25 ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହୋଇପାରିବେ। ସେମାନଙ୍କର ବିଭିନ୍ନ ସମସ୍ୟା ଏବଂ ଅସୁବିଧାକୁ ଏହି ପରିଷଦ ସମାଧାନ କରିବ। ମୁଖ୍ୟତଃ ରାଜ୍ୟ ସରକାର ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ମଧ୍ୟରେ ଏହି ପରିଷଦ ସେତୁ ପରି କାର୍ଯ୍ୟ କରିବ। ଖୁବ ଶିଘ୍ର ଏହି ପ୍ରସ୍ତାବ ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହେବ।