ଭୁବନେଶ୍ବର: ଓଡିଶାର ପାରଂପାରିକ କଳାର ଲୋକପ୍ରିୟ କରାଇବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଚାଲିଛି ପ୍ରୟାସ। ସେହିକ୍ରମରେ ଗତକାଲି ଭୁବନେଶ୍ବରର ଭଂଜକଳା ମଣ୍ଡପରେ ଆୟୋଜିତ ହୋଇଛି ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଦାସକାଠିଆ ଓ ପାଲା ଉତ୍ସବ। ଏଥିରେ ବିରଞ୍ଚିନାରାୟଣ ତ୍ରିପାଠୀ, ରବିନାରାୟଣ ବେହେରା, ପ୍ରଜ୍ଞା ରାଉତ ଓ ମିନତି ସ୍ବାଇଁ ପ୍ରମୁଖ ଦାସକାଠିଆ ଓ ପାଲା ପରିବେଷଣ କରିଥିଲେ। ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ବାରା ଆୟୋଜିତ ଏହି ଉତ୍ସବରେ ଓଡିଶାର ଆଠ ଜଣ ଲୋକ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କୁ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ସମ୍ବର୍ଦ୍ଧନା କରିଥିଲେ। ଏଥିରେ ଏକାଡେମୀ ଉପସଭାପତି ଡ. ମନ୍ନଥ ଶତପଥୀ ଏବଂ ସଚିବ ପ୍ରବୋଧ ରଥ ଯୋଗଦେଇଥିଲେ।
Author: thesamikhsya
ନୂଆଦିଲ୍ଲୀ: ସେ ଥିଲେ ସରପଞ୍ଚ। ଗାଁ ଗାଁ ବୁଲି ପଞ୍ଚାୟତ କଥା ବୁଝୁଥିଲେ, ପୁରା ପଞ୍ଚାୟତ ପରିଚାଳନା କରୁଥିଲେ। ଏବେ ସେ ରାଜ୍ୟସଭା ପରିଚାଳନା କରୁଛନ୍ତି। ଯାହା ଓଡିଶା ପାଇଁ ଆଣିଛି ଗର୍ବ ଓ ଗୌରବ। ଗତକାଲି ବିଜେଡି ସାଂସଦ ସୁଲତା ଦେଓ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ଆସନରେ ବସି ଗୃହ ପରିଚାଳନା କରିଥିଲେ। ସେତିକି ନୁହେଁ ସେ ଗତକାଲି ଜନଜାତି ସଂଶୋଧନ ବିଲକୁ ମଧ୍ୟ ପାଶ କରାଇଥିଲେ। ପ୍ରଥମ ଥର ପାଇଁ ସୁଲତା ଦେଓ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଯାଇଛନ୍ତି। କେତୋଟି ଅଧିବେସନରେ ସେ ବସିବା ପରେ ତାଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟା ଭାବେ ମନୋନିତ କରାଯାଇଥିଲା। ଏହାପରେ ପ୍ରଥମ ଥର ପାଇଁ ଗତକାଲି ତାଙ୍କୁ ଗୃହ ପରିଚାଳନା କରିବା ପାଇଁ ସୁଯୋଗ ମିଳିଥିଲା। ପୂର୍ବରୁ ସାଂସଦ ସସ୍ମିତ ପାତ୍ର ମଧ୍ୟ ଏହି ପ୍ୟାନଲର ସଦସ୍ୟ ରହି ଗୃହ ପରିଚାଳନା କରିଥିଲେ।
ଭୁବନେଶ୍ବର: ଲୋକ ସେବା ଭବନରେ ଆୟୋଜିତ ନିଯୁକ୍ତି ପର୍ବ କାର୍ୟ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୩୨୫ ପୋଷ୍ଟ ଗ୍ରାଜୁଏଟ୍ ଟ୍ରେନିଂ ଶିକ୍ଷକ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୋଗ ଦେଇଛନ୍ତି। ସେମାନେ ୨୧ ଟି ବିଷୟ ଉପରେ ଶିକ୍ଷାଦାନ କରିବେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ବିଶେଷ ଭାବରେ ନିଯୁକ୍ତ ଶିକ୍ଷକମାନଙ୍କର ଏହା ହେଉଛି ପ୍ରଥମ ବ୍ୟାଚ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶିକ୍ଷକମାନଙ୍କୁ କହିଥିଲେ ଯେ ସେମାନେ ଉଚ୍ଚ ମାଧ୍ୟମିକ ସ୍ତରରେ ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକମାନଙ୍କର ପ୍ରଥମ ବ୍ୟାଚ୍, ଏହା ଛାତ୍ରଙ୍କ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆପଣମାନଙ୍କଠାରୁ ଛାତ୍ରମାନେ ସେମାନଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିପାରିବେ। ଶିକ୍ଷକ ଭାବରେ ସେମାନେ ସେମାନଙ୍କର ଛାତ୍ର, ସେମାନଙ୍କର ସାମର୍ଥ୍ୟ ଏବଂ ଉତ୍ସାହକୁ ବୁଝିବାକୁ ଚେଷ୍ଟା କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରଣ୍ଡି, ମୁଖ୍ୟଶାସନ ସଚିବ ପି…
ସୀତାରାମ ଅଗ୍ରୱାଲ ଚିଲିକା: ଆଉ ସମ୍ଭାଳି ପାରିଲେ ନାହିଁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଦୀର୍ଘ ବର୍ଷେ ଧରି ନିଜ ନିର୍ବାଚନ ମଣ୍ଡଳୀକୁ ଦୂରେଇ ରହି ଥିଲେ। ଏବେ କୋର୍ଟ କଟକଣା ଉଠିବା ପରେ ନିଜ ଅଞ୍ଚଳର ଉନ୍ନତି ପାଇଁ ମନ ଉଚ୍ଛନ ହେଲା। ସେଥିପାଇଁ ସେ ଆଜି ପ୍ରଥମ ଥର ପାଇଁ ଚିଲିକା ସୀମାରେ ପଶିଛନ୍ତି। ଲୋକଙ୍କ ସହିତ ଅଞ୍ଚଳର ବିକାଶ କାର୍ଯ୍ୟ ଉପରେ ଆଲୋଚନା ମଧ୍ୟ କରିଛନ୍ତି। ଆଜି ଅପରାହ୍ନରେ ବିଧାୟକ ଚିଲିକା ସୀମାରେ ଥିବା କାଳୁପଡା ଷ୍ଟେସନ ନିକଟରେ ଦଳୀୟ କର୍ମିଙ୍କ ସହିତ ଆଲୋଚନା କରିଛନ୍ତି। ଖଟିରେ ବସି ସମସ୍ତଙ୍କ ସହିତ ଚା ପିଇଛନ୍ତି। ଏହାପରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିବାଡି ଗ୍ରାମ ପଞ୍ଚାୟତ କୟଥପଲ୍ଲା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ବ୍ରାହ୍ମଣୀ ଦେବୀଙ୍କୁ ଦର୍ଶନ କରିଛନ୍ତି। ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କ ଦାବୀ ଅନୁଯାୟୀ ମା ବ୍ରାହ୍ମଣୀ ଦେବୀଙ୍କ ମନ୍ଦିରର ଉନ୍ନତିକରଣ ପାଇଁ…
ନୂଆଦିଲ୍ଲୀ: ଦେଶରେ ମହିଳା ସଂରକ୍ଷଣ ବିଲକୁ ପାଶ କରାଇବା ପାଇଁ ପଦକ୍ଷେପ ନେବାକୁ ଆଜି ରାଜ୍ୟସଭାରେ ଦାବୀ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଆଜି ସ୍ବତନ୍ତ୍ର ଉପସ୍ଥାପନା ବା ସ୍ପେଶାଲ ମେନସନ ମାଧ୍ୟମରେ ଏହି ଦାବୀ କରିଛନ୍ତି। ରାଜ୍ୟସଭାରେ ହଟ୍ଟଗୋଳ ମଧ୍ୟରେ ସେ ଏହି ଦାବ କରିଛନ୍ତି। ସସ୍ମିତ କହିଛନ୍ତି ଯେ, ମୋର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଆଗରୁ ଦାବୀ କରିଆସୁଛନ୍ତି। ଏପରିକି ଆମ ଦଳ ବିଜୁ ଜନତା ଦଳ ତରଫରୁ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରାଯାଇଛି। ଏପରିକି ଆମ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶର ବିଜେଡିର ୨୨ଜଣିଆ ପ୍ରତିନିଧୀ ଦଳ ବିଭିନ୍ନ ରାଜ୍ୟ ଗସ୍ତ କରି ଏହି ବିଲକୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ। ଭାରତ ଯଦି ଏହି ବିଲକୁ ଲାଗୁ କରେ ତେବେ ବିଶ୍ବରେ ଏକ ଇତିହାସ ସୃଷ୍ଟି କରିବା ସହିତ…
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳ ପକ୍ଷରୁ କେନ୍ଦ୍ରରେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଯାହାକୁ ବାଚସ୍ପତି ଓମ୍ ବିରଲା ଗ୍ରହଣ କରିନେଇଛନ୍ତି। ଏହା ଉପରେ ଆଲୋଚନା ହେବ। ତେବେ ଅନାସ୍ଥା ପ୍ରସ୍ତାବ ଯୋଗୁଁ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପ୍ରତି କୌଣସି ବିପଦ ନାହିଁ, କିନ୍ତୁ ୧୯୯୯ର କାହାଣୀ ନିଶ୍ଚୟ ସମସ୍ତଙ୍କର ମନେଥିବ। ଗୋଟିଏ ଭୋଟ୍ ବାଜପେୟୀଙ୍କ ୧୩ ମାସର ସରକାରକୁ ଭାଙ୍ଗି ଦେଇଥିଲା। ଏହି ଅନାସ୍ଥା ପ୍ରସ୍ତାବରେ ତତ୍କାଳୀନ କଂଗ୍ରେସ ସାଂସଦ ଗିରିଧର ଗମାଙ୍ଗଙ୍କ ଭୋଟ୍କୁ ନେଇ ଆଜି ପର୍ଯ୍ୟନ୍ତ ଆଲୋଚନା ହୋଇଛି। ୧୯୫୨ମସିହାରେ ୩୦ ଜଣ ସାଂସଦଙ୍କ ସମର୍ଥନରେ ଅନାସ୍ଥା ପ୍ରସ୍ତାବ ଅଣାଯାଇପାରିବ ବୋଲି ନିୟମ ପ୍ରଣୟନ ହୋଇଥିଲା। ତେବେ ପ୍ରଥମ ଓ ଦ୍ୱିତୀୟ ଲୋକସଭାରେ ଗୋଟିଏ ବି ପ୍ରସ୍ତାବ ଆସିନଥିଲା। ତାହା ଥିଲା ୧୯୬୩ ମସିହା। ତୃତୀୟ ଲୋକସଭାରେ ଆଚାର୍ଯ୍ୟ ଜେବି କୃପାଲାନୀ ଜବାହରଲାଲ ନେହେରୁ ସରକାରଙ୍କ ବିରୋଧରେ ଅନାସ୍ଥା…
ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ଏନଏସି ଏକ ନମ୍ବର ୱାର୍ଡ ଅନ୍ତର୍ଗତ ପାଟଶାଣୀ କଲୋନୀ ଠାରେ ବାଲୁଗାଁ ଏନଏସି ନଗରପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ ଙ୍କ ଦ୍ୱାରା ନୂତନ ପାନୀୟ ଜଳ ପାଇପ ଲାଇନ ର ଶୁଭ ଉଦଘାଟନ ହୋଇଅଛି। ଏଥିରେ ବାଲୁଗାଁ ଏନଏସି ବିଜେଡି ସଭାପତି ଶ୍ରୀ ଜୟନ୍ତ ସ୍ୱାଇଁ, ଭାଇସ ଚେୟାରମ୍ୟାନ ଶ୍ରୀ ଭଗବାନ ପ୍ରଧାନ, ଏମପି ପ୍ରତିନିଧି ଶ୍ରୀ ଅକ୍ଷୟ ରଣସିଂହ, କାଉନସିଲର ଶ୍ରୀ ଅଭିମନ୍ୟୁ ସ୍ୱାଇଁ, ଶ୍ରୀ ଲଷ୍ମୀଧର ସେଠି, ଶ୍ରୀମତୀ ସୁଜାତା ପଣ୍ଡା, ମମତା ପଣ୍ଡା, ଅନିତା ସ୍ୱାଇଁ, ବିଜେଡି ର ଅନେକ ବରିଷ୍ଠ ନେତା, କର୍ମୀ, ଛାତ୍ର ଉପସ୍ଥିତ ଥିଲେ।
ଭୁବନେଶ୍ବର: ଖୁବ ଶିଘ୍ର ଚିଲିକା ନିର୍ବାଚନ ମଣ୍ଡଳିକୁ ପ୍ରବେଶ କରିବେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ତେବେ ଶୋଭାଯାତ୍ରା କରି ନୁହେଁ ବଂର କେବଳ ବିଧାୟକ ଭାବେ ସେ ନିର୍ବାଚନ ମଣ୍ଡଳିରେ ପ୍ରବେଶ କରିବେ। ଗତକାଲି ସେ ଏକ ବିରାଟ ଶୋଭାଯାତ୍ରା କରି ଚିଲିକା ପ୍ରବେଶ କରିବା ପାଇଁ ଯୋଜନା କରିଥିଲେ। ହେଲେ ବିଜେଡି ଚାପରେ ସେ ଏହି କାର୍ଯ୍ୟରୁ ନିବୃତ ରହିଲେ। ଘଟଣାକୁ ଜଣାପଡିଛି ଯେ, ବିଧାୟକଙ୍କୁ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଡାକି ଏହି ଶୋଭାଯାତ୍ରା ବନ୍ଦ କରିବା ପାଇଁ କହିଥିଲେ। ବର୍ତ୍ତମାନ ପରିସ୍ଥିତି ଭଲ ନାହିଁ, କେହି ଶୋଭାଯାତ୍ରାରେ କିଛି ଅଘଟଣ କରିଦେଲେ ତାହା ପୁଣି ଅଡୁଆ ସୃଷ୍ଟି ହେବ ବୋଲି କୁହାଯାଇଥିଲା। ଆଗକୁ ନିର୍ବାଚନ ଥିବାରୁ ବର୍ତ୍ତମାନ କିଛି ସମୟ ନିରବ ରହିବାକୁ ଦଳ ଚାହୁଛି ବୋଲି ତାଙ୍କୁ କୁହାଯାଇଛି। ଜଣେ ଶୃଙ୍ଖଳିତ ନେତା ଭାବେ ପ୍ରଶାନ୍ତ ଜଗଦ୍ଦେବ ଏହାକୁ ଗ୍ରହଣ କରି ସେ…
ଭୁବନେଶ୍ବର: ଆଜି ରାଜ୍ୟରେ ୩୨୫ ଜଣ ସ୍ନାତକୋତ୍ତର ଶିକ୍ଷକ ନୂଆ ନିଯୁକ୍ତି ପାଇବେ। ଲୋକସେବା ଭବନ ପ୍ରେକ୍ଷାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନବନିଯୁକ୍ତ ଶିକ୍ଷକଙ୍କୁ ଦିଗଦର୍ଶନ ପ୍ରଦାନ କରିବେ। ଏଥି ସହିତ ଦ୍ବାଦଶ ଶ୍ରେଣୀରେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅଧିକ ନମ୍ବର ରଖିଥିବେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ରାଜ୍ୟ ସରକାର ବିଭିନ୍ନ ସମୟରେ ଶହଶହ ବେକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଆରମ୍ଭ କରିଛନ୍ତି ନିଯୁକ୍ତି ପର୍ବ। ପୂର୍ବରୁ ଏହି ପର୍ବ ମାଧ୍ୟମରେ ବିଭିନ୍ନ ବିଭାଗରେ ଶହଶହ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।
ଭୁବନେଶ୍ୱର: ମଣିପୁରରେ ମହିଳାଙ୍କ ଉପରେ ହୋଇଥିବା ବର୍ବରୋଚିତ ନିର୍ଯାତନା ଘଟଣା ଏବେ ସମଗ୍ର ଦେଶରେ ସାମାଜିକ ଲଜ୍ଜାର କାରଣ ପାଲଟିଛି। କେବଳ ସେତିକି ନୁହେଁ ଏହି ପ୍ରସଙ୍ଗ ଏବେ ଦେଶର ରାଜନୀତିରେ ମଧ୍ୟ ଏକ ବଡ଼ ପ୍ରସଙ୍ଗ ପାଲଟିଛି। ଏହି ଘଟଣାକୁ ନେଇ ଦେଶର ସଂସଦରେ ହଙ୍ଗାମା ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ କଡ଼ା ବାର୍ତ୍ତା ଦେଇଛନ୍ତି। ଅନ୍ୟପକ୍ଷରେ ବିଜେପି ନିକଟରେ ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ସମସ୍ତ ବିରୋଧୀ ରାଜ୍ୟରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ପ୍ରସଙ୍ଗ ଉଠାଇଛି। ରାଜସ୍ଥାନରେ ଅଶୋକ ଗେହଲଟ୍ ସରକାରରେ ଜଣେ ମନ୍ତ୍ରୀ ବିଧାନସଭା ଭିତରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ନିଜ ସରକାରଙ୍କୁ ଘେରିଥିଲେ,ସେତେବେଳେ ତାଙ୍କୁ ବହିଷ୍କାର କରାଯାଇଛି। ମୋଟାମୋଟି ଭାବେ ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାର ପ୍ରସଙ୍ଗ ପୁଣି ଥରେ ଦେଶର ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛି। ଏହା ପଛରେ ମଧ୍ୟ କିଛି କାରଣ ରହିଛି। ସାମ୍ପ୍ରତିକ…
ନୂଆଦିଲ୍ଲୀ: ଓଡିଶାର ୧୬୯ଟି ଜନଜାତି ସଂପ୍ରଦାୟଙ୍କୁ ମାନ୍ୟତା ଦେବା ପାଇଁ ମଙ୍ଗଳବାର ଦିନ ରାଜ୍ୟସଭାରେ ଦାବୀ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର। ଛିତଶଗଡର ଜନଜାତି ସଂଶୋଧନ ବିଲ ପାଶକୁ ସମର୍ଥନ କରି ଡ ପାତ୍ର ଏହି ଦାବୀ କରିଛନ୍ତି। ବିଜେଡି ଏହି ବିଲକୁ ସଂପୂର୍ଣ୍ଣ ସମର୍ଥନ କରୁଛି, ହେଲେ ଦୀର୍ଘଦିନ ଧରି ଓଡିଶାର ଆଦିମ ଜନଜାତି ପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦିଅନ୍ତୁ ବୋଲି ସେ ଦାବୀ କରିଥିଲେ। ଡ. ପାତ୍ର କହିଥିଲେ ଯେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ସେ ବହୁବାର ଦାବୀ କରିଛନ୍ତି। ସେ ଏ ସଂକ୍ରାନ୍ତରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ହେଲେ ଏ ପର୍ୟ୍ୟନ୍ତ ତାହା କାର୍ୟ୍ୟକାରୀ ହୋଇପାରିଲା ନାହିଁ। ଅନ୍ୟପକ୍ଷରେ ହୋ ଏବଂ ମୁଣ୍ଡାରୀ ପରି କେତେକ ଜନଜାତି ଭାଷାକୁ ମଧ୍ୟ କେନ୍ଦ୍ର ସରକାର ମାନ୍ୟତା ପ୍ରଦାନ କରୁ ନାହିଁନ୍ତି। ଏଥି ପ୍ରତି ଜନଜାତି…
ଭୁବନେଶ୍ବର: ଆଜି ତିନିଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ରାଜଭବନରେ ରାତ୍ରୀ ଯାପନ କରିବା ପରେ ଆସନ୍ତାକାଲି ସେ କଟକ ଗସ୍ତ କରିବେ। କଟକରେ ସେ ଓଡିଶା ହାଇକୋର୍ଟର 75 ବର୍ଷ ପୁର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗଦେବେ। ଏହାପରେ ସେ କଟକ ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ଯୋଗଦେବେ। ଏଥିସହିତ ରାଷ୍ଟ୍ରପତି ଜାତୀୟ ଆଇନ ମହାବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେହିପରେ ସେ କଟକ ଚଣ୍ଡି ମନ୍ଦିର ଗସ୍ତ କରି ମାଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ତାଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ହାଇକୋର୍ଟ ନିକଟସ୍ଥ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। କେନ୍ଦ୍ରାଞ୍ଚଳ ଆରଡିସି ଏହି ଛୁଟି ଘୋଷଣା କରିଛନ୍ତି।
ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ସଂଧ୍ୟାରେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚନ୍ୟାୟଳୟର ମୁଖ୍ୟ ବିଚାରପତି ଏସ ମୁରଲିଧରନ, ମେୟର ସୁଲଚନା ଦାସ ପ୍ରମୁଖ ସ୍ବାଗତ କରିଥିଲେ। ସେଠାରେ ସେ ସିଧା ରାଜଭବନ ଆସିଥିଲେ। ରାଜଭବନରେ ସେ କଳିଙ୍ଗ ଅତିଥୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।
ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ସଂଧ୍ୟାରେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚନ୍ୟାୟଳୟର ମୁଖ୍ୟ ବିଚାରପତି ଏସ ମୁରଲିଧରନ, ମେୟର ସୁଲଚନା ଦାସ ପ୍ରମୁଖ ସ୍ବାଗତ କରିଥିଲେ। ଏହାପରେ ସେ କାରକେଡରେ ରାଜଭବନକୁ ଆସଥିଲେ। ତେବେ ବାଟରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା। ରାଷ୍ଟ୍ରପତି ରାସ୍ତାରେ ଓହ୍ଲାଇ ସୁରକ୍ଷା ବଳୟକୁ ତ୍ୟାଗ କରି ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଯାହାଫଳରେ ସାଧାରଣ ଲୋକେ ବେଶ ଖୁସି ପ୍ରକାଟ କରିଥିଲେ। ଆଜି ରାଜଭବନରେ ସେ ରାତ୍ରୀ ଯାପନ କରିବା ପରେ ଆସନ୍ତାକାଲି କଟକ ଗସ୍ତ କରିବେ। ସେଠାରେ ସେ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।
ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ସମ୍ବଲପୁର ଲୋକସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଚୟନ ନେଇ ହରଡ଼ଘଣାରେ ପଡ଼ିଯାଇଛନ୍ତି। ବିଜେପି-ବିଜେଡି-କଂଗ୍ରେସ ଆଗାମୀ ନିର୍ବାଚନରେ ଗତଥରର ପ୍ରାର୍ଥୀଙ୍କୁ ଟିକେଟ ଦେବେ କି ନୂଆ ପ୍ରାର୍ଥୀ ଦେବେ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି। କଂଗ୍ରେସରୁ ଆସି ବିଜେପିରୁ ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବା ନିତେଶ ଗଙ୍ଗଦେବ ନଳିନୀକାନ୍ତଙ୍କଠାରୁ ୯,୧୬୨ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ। ସେ ୪ଲକ୍ଷ ୭୩ ହଜାର ୭୭୦ ଖଣ୍ଡ (୪୨.୧୩%) ଭୋଟ ପାଇଥିଲେ। ଇତି ମଧ୍ୟରେ ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ନିତେଶଙ୍କୁ ଭୋଟ ପରେ ନିର୍ବାଚନ ମଣ୍ଡଳୀର ମତଦାତାମାନେ ଦେଖିବାକୁ ପାଉନାହାନ୍ତି। ନିତେଶ ଲୋକଙ୍କ ସମସ୍ୟାକୁ ଅଣଦେଖା କରି ଅଧିକାଂଶ ସମୟ ଦେବଗଡ଼ କିମ୍ବା ଦିଲ୍ଲୀରେ ବିତାଇବାକୁ ପସନ୍ଦ କରୁଛନ୍ତି। ତେଣୁ, ବିଜେପି ତାଙ୍କୁ ପୁଣିଥରେ ଏଠାରୁ ପ୍ରାର୍ଥୀ କରିବ ନାହିଁ ବୋଲି ଆଲୋଚନା…
ଭୁବନେଶ୍ବର: ଦେବଗଡର ବିଜେପି ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀ ତାଙ୍କ ବିଧାୟକ ଅନୁଦାନ ପାଣ୍ଠିରେ ବିଜେପିର ଜଣେ କର୍ମୀ ତଥା ତାଙ୍କର ଖାସ୍ ଅନୁଗତଙ୍କ ଘରର ପାଚେରି ନିର୍ମାଣ କରିବା ଘଟଣା ପଦାକୁ ଆସିବା ପରେ ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହାକୁ ନେଇ ବର୍ଷିଛି ବିଜେଡି। ବିଧାୟକଙ୍କ ଏଭଳି କଳାକାରନାମା ପାଇଁ ଦେବଗଡ଼ବାସୀ ଆଜି ଲଜ୍ଜା ଅନୁଭବ କରୁଥିବା ଦର୍ଶାଇ ବିଧାୟକ ଓ ତାଙ୍କ ଅନୁଗତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଜୁଜନତା ଦଳ ପକ୍ଷରୁ ଦାବି କରାଯାଇଛି। ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ନେତୃବୃନ୍ଦ ଏହି ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ।ସେମାନେ କହିଥିଲେ ଯେ ବିଧାୟକ ଶ୍ରୀ ପାଣିଗ୍ରାହୀ ଦେବଗଡ଼ ମହିଳା ମହାବିଦ୍ୟାଳୟର ପାଚେରୀ ନିର୍ମାଣ ନିମନ୍ତେ ତାଙ୍କ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଥିଲେ।…
ନୂଆଦିଲ୍ଲୀ: ମଣିପୁରରେ ଚାଲିଥିବା ହିଂସାକୁ ନେଇ ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ପ୍ରଧାନମନ୍ତ୍ରୀଙ୍କ ବୟାନ ଦାବି କରି ଆସୁଛନ୍ତି ବିରୋଧୀ ଦଳ। କିନ୍ତୁ ବର୍ତ୍ତମାନ ସୁଦ୍ଧା କେବଳ ଗୃହମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ସରକାରଙ୍କ ତରଫରୁ ଜବାବ ଦେଉଛନ୍ତି । ଏଥିରେ କ୍ଷୁବ୍ଧ ହୋଇ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ (INDIA)ରେ ସାମିଲ ଥିବା କିଛି ବିରୋଧୀ ଦଳ ଲୋକସଭାରେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିପାରନ୍ତି। ମଙ୍ଗଳବାର ସକାଳେ ‘ଇଣ୍ଡିଆ’ର ସହଯୋଗୀ ଦଳଗୁଡ଼ିକର ବୈଠକରେ ନୋଟିସ୍ ହସ୍ତାନ୍ତର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଚାପ ମିଳିଥିବା ସୂଚନା ଅନୁଯାୟୀ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣି ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିବେ। ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଆଜି ସଂସଦ ଭବନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ କାର୍ଯ୍ୟାଳୟ ପରିସରରେ ବିରୋଧୀ ଦଳଗୁଡ଼ିକର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।…
ନୂଆଦିଲ୍ଲୀ: ବିଗତ ବର୍ଷମାନଙ୍କରେ ୩୯ ଜଣ ଲେଖକ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ଅସନ୍ତୁଷ୍ଟ ହୋଇ ସେମାନଙ୍କ ପୁରସ୍କାର ସରକାରଙ୍କୁ ଫେରାଇ ଦେଇଛନ୍ତି । ଭବିଷ୍ୟତରେ ‘ପୁରସ୍କାର ଫେରସ୍ତ’ ଲଜ୍ଜାକୁ ରୋକିବା ପାଇଁ ସଂସଦୀୟ କମିଟି ସୁପାରିସ କରିଛି । କୌଣସି ରାଜନୈତିକ ଘଟଣାର ପ୍ରତିବାଦ କରିବା ପାଇଁ ସରକାରଙ୍କଠାରୁ ପୁରସ୍କାର ପାଉଥିବା ବ୍ୟକ୍ତ କୌଣସି ସମୟରେ ପୁରସ୍କାର ଫେରସ୍ତ କରିବେ ନାହିଁ ବୋଲି ପୁରସ୍କାର ନେବା ପୂର୍ବରୁ ସେମାନଙ୍କଠାରୁ ସମ୍ମତି ଆଣିବାକୁ ପ୍ରସ୍ତବରେ କୁହାଯାଇଛି। ସେହି ସମୟରେ କର୍ଣ୍ଣାଟକର ବିଶିଷ୍ଟ ଲେଖକ କଲବୁର୍ଗିଙ୍କ ହତ୍ୟାକୁ ବିରୋଧ କରି ପୁରସ୍କାର ଫେରାଇବାର କାରଣ ବୋଲି ଲେଖକମାନେ ସାହିତ୍ୟ ଏକାଡେମୀକୁ ଜଣାଇଥିଲେ। ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟି ସୋମବାର ସଂସଦର ଉଭୟ ଗୃହରେ ଏକ ରିପୋର୍ଟ ଉପସ୍ଥାପନ କରି କହିଛି ଯେ ପୁରସ୍କାର ଫେରସ୍ତ ସହିତ ଜଡ଼ିତ ଏଭଳି ଅନୁପଯୁକ୍ତ ଘଟଣା ଅନ୍ୟ ପୁରସ୍କାର ବିଜେତାଙ୍କ ସଫଳତାକୁ କ୍ଷୁର୍ଣ୍ଣ…
ସୀତାରାମ ଅଗ୍ରୱାଲ ଚିଲିକା: କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷ ମୁହୂର୍ତ୍ତରେ ବାତିଲ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଚିଲିକା କାର୍ଯ୍ୟକ୍ରମ। ବିଧାୟକ ଆସନ୍ତା 28 ତାରିଖରେ ଏକ ବିଶାଳ ରାଲିରେ ବାଲୁଗାଁ ଓ ବାଣପୁର ଆସିବାକୁ ପୁର୍ବରୁ ସ୍ଥିର ହୋଇଥିଲା। ହେଲେ ସେ ନିଜେ ଆଜି ଏହି କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ମିଳିଥିବା ସୂଚନା ମୁତାବକ ବିଧାୟକ ଜଗଦେବଙ୍କୁ ଆଜି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଡାକି ଉକ୍ତ କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତତସହିତ ଏକ ମାସ ପର୍ଯ୍ୟନ୍ତ ବିଧାୟକଙ୍କୁ ନିରବ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଫଳରେ ବିଧାୟକ ଜଗଦେବ ମଧ୍ୟ ଉକ୍ତ ନିର୍ଦ୍ଦେଶକୁ ମାନି ଶେଷ ମୁହୂର୍ତ୍ତରେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ନିଜ ଆଡୁ ବାତିଲ କରିଛନ୍ତି। ତେବେ ବିଜେଡି ରୁ ନିଲମ୍ବିତ ବିଧାୟକଙ୍କୁ ବିଜେଡି ସଂଗଠନ ସମ୍ପାଦକ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଚାପ ପକାଇବା ଘଟଣା ଆଲୋଚନାର…
ଭୁବନେଶ୍ବର: ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ନବନିଯୁକ୍ତ ଓଡିଶା ଶିକ୍ଷା ସେବା(ଓଇଏସ୍) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନିଯୁକ୍ତି ପାଇଥିବା ୧୬୦ ଜଣ ଓଡିଶା ଶିକ୍ଷା ସେବା ଅଧିକାରୀଙ୍କୁ ଦୁଇଟି ପର୍ଯ୍ୟାୟରେ ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ରିଜିଓନାଲ ଏକାଡେମି ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ୍ଠାରେ ଆରମ୍ଭ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ୮୦ଜଣ ନବନିଯୁକ୍ତ ଅଧିକାରୀ ପ୍ରଶିକ୍ଷଣ ନେଉଛନ୍ତି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଦ୍ୱାରା ଆୟୋଜିତ ଏହି ୧୬ ଦିନିଆ କାର୍ଯ୍ୟକ୍ରମ ସୋମବାରଠାରୁ ଆରମ୍ଭ ହୋଇ ଆସନ୍ତା ଅଗଷ୍ଟ ୮ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆସନ୍ତା ଅଗଷ୍ଟ ୧୪ରୁ ୨୯ତାରିଖ ପର୍ଯ୍ୟନ୍ତ ଚାଲିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ନବନିଯୁକ୍ତ ଅଧିକାରୀମାନଙ୍କୁ ଶିକ୍ଷାର ବିକାଶ ପାଇଁ…
ସୀତାରାମ ଅଗ୍ରୱାଲ ଚିଲିକା: ଦୀର୍ଘ ବର୍ଷେ ପରେ ଆସନ୍ତା ୨୮ ତାରିଖରେ ଚିଲିକାକୁ ଏଣ୍ଟ୍ରି କରିବେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଏଥି ପାଇଁ ଚାଲିଛି ପ୍ରସ୍ତୁତି। ବାଣପୁର ପଲଟନ ପଡିଆରେ ବିଧାୟକଙ୍କ ସ୍ୱାଗତ ସମାରୋହ ପାଇଁ ନିର୍ମାଣ ହେଉଛି ମଞ୍ଚ। ଏହି ସ୍ବାଗତ ସମ୍ବର୍ଦ୍ଧନାକୁ ନେଇ ବର୍ତ୍ତମାନ ଚିଲିକାରେ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି। ଏହାକୁ ନେଇ ବର୍ତ୍ତମାନ ଚିଲିକାର ବିଜେଡି ନେତା ଆଉ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ଚାଲିଛି ଚକାପଞ୍ଚା। କାରଣ ବିଧାୟକ ବର୍ତ୍ତମାନ ବିଜେଡିରେ ନ ଥିବାରୁ ଚିଲିକାର ବିଜେଡି କର୍ମି ଏଥିରେ ସାମିଲ ହେବେ କି ନାହିଁ ଦ୍ବନ୍ଦରେ ଅଛନ୍ତି। ହେଲେ ସେପଟେ ବିଧାୟକ ଧୂମଧାମରେ ଚିଲିକା ପ୍ରବେଶ କରିବେ ବୋଲି ଚାଲିଥିବା ପ୍ରସ୍ତୁତିରୁ ଜଣାପଡିଛି। ଚିଲିକାର ବିଜେଡି ନେତା ସାମିଲ ହେବା ନ ହେବା ନେଇ ବିଧାୟକ କିନ୍ତୁ ଦ୍ବନ୍ଦରେ ନାହାଁନ୍ତି। ସେ ବିଶାଳ ରାଲି କରି ଚିଲିକା ପ୍ରବେଶ କରି ସଂଗଠନକୁ ଆଗକୁ…

