ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟଭାର ଗ୍ରହଣ କରିବାର ବର୍ଷେ ପୁରିଲା। ଗତବର୍ଷ ଜୁଲାଇ ୨୫ ତାରିଖରେ ସେ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ମୟୁରଭଂଜ ପରି ଏକ ଆଦିବାସୀ ବହୁଳ ଜିଲ୍ଲାରୁ ଜଣେ ମହିଳା ରାଜ୍ୟପାଳ ହେବା ଏବଂ ପରବର୍ତ୍ତି ସମୟରେ ଦେଶର ସର୍ବୋଚ୍ଚ ଆସନରେ ବସିବା କିଛି ସାମାନ୍ୟ କଥା ନୁହେଁ। ସେ ଜଣେ ସାଧାରଣ ମହିଳା ଭାବେ ଏହି ପଦରେ ଅଧିଷ୍ଠିତ ହେବା ନେଇ ସେତେବେଳେ ଦେଶବିଦେଶର ନେତାମାନେ ବେଶ ପ୍ରଶଂସା କରିଥିଲେ। ଆଉ ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ। ସେତେବେଳର ସେହି ପ୍ରଶଂସା ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କ ପାଖକୁ ଛୁଟି ଆସୁଛି। କେବଳ ଭାରତ କାହିଁକି ସେ ଯେ କୌଣସି ରାଷ୍ଟ୍ର ଗସ୍ତରେ ଯାଉଛନ୍ତି ସେଠାରେ ତାଙ୍କୁ ଦିଆଯାଉଛି ବିପୁଳ ସମ୍ବର୍ଦ୍ଧନା। ତାଙ୍କୁ ଦେଖିବା ପାଇଁ ଲୋକ ଗହଳି ହିଁ ତାଙ୍କର କାର୍ଯ୍ୟ ଦକ୍ଷତାକୁ ପ୍ରମାଣିତ କରିଦେଇଛି। ଏହି…
Author: thesamikhsya
ଭୁବନେଶ୍ବର: ଗତ କାଲିର ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ପଶ୍ଚିମକେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ଅଞ୍ଚଳରେ ଏକ ସୁଦୃଶଃ ଲଘୁଚାପ କ୍ଷେତ୍ର ରେ ପରିଣତ ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମକେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ମଧ୍ୟରେ ଗତକାଲି ସନ୍ଧ୍ୟା ୫ଟା୩୦ ସମୟରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ଆଜି ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ଉତ୍ତର-ଆନ୍ଧ୍ରପ୍ରଦେଶ ଦକ୍ଷିଣ ଓଡିଶା ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଭୁବନେଶ୍ବର: ଆମେରିକା ଗସ୍ତର ଅଛନ୍ତି ଓଡିଶାର ଏକ ବଡ ପ୍ରତିନିଧି ଦଳ। ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଏହି ଦଳ ଆମେରିକା ଗସ୍ତ କରିଛନ୍ତି। ଆଜି ଏହି ପ୍ରତିନିଧୀ ଦଳ ସିଲିକନ ଭ୍ୟାଲିରେ ଏକ ଜଗନ୍ନାଥ ମନ୍ଦିର ପାଇଁ ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାୟ ଦୁଇ ଏକର ପରିମିତ ସ୍ଥାନରେ ଏହା ପ୍ରତିଷ୍ଠା କରାଯିବ। ସେହି ସ୍ଥାନରେ ଏହି ପ୍ରତିନିଧୀ ଦଳ ବୃକ୍ଷ ରୋପଣ କରିଥିଲେ। ଏଥିରେ ମନ୍ତ୍ରୀଙ୍କ ସହିତ 5ଟି ସଚିବ ଭେ କେ ପାଣ୍ଡିଆନ, ଉନ୍ନୟନ କମିଶନର ଅନୁ ଗର୍ଗ, ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, ସାଂସଦ ସୁଜିତ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର ଭିନିଲକ୍ରିଷ୍ଣା, ଆଇଟି ବିଭାଗର ସ୍ବତନ୍ତ୍ର ସଚିବ ମାନସ ପଣ୍ଡା ଏବଂ ଆବାସିକ କମିଶନର ରବି କୁମାର ଅଛନ୍ତି। ଏହି ମନ୍ଦିର ବିଦେଶରେ ଓଡିଶା ସଂସ୍କୃତି ସହିତ ଭାବ ବିନମୟ କରିବାରେ ସାହାଯ୍ୟ କରିବ ବୋଲି ଭି କେ ପାଣ୍ଡିଆନ…
ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ହରିପୁର ଛକ ପେଟ୍ରୋଲ ପମ୍ପ ନିକଟରେ ଆଜି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ସ୍କୁଟି ଚାଳକ ପ୍ରାଣ ହରାଇଥିବାର ଜଣାପଡ଼ିଛି। ମୃତକ ଜଣକ ସୋରଣ ଗ୍ରାମ ହରିଜନ ସାହିର ପହଲା ନାୟକଙ୍କ ପୁତ୍ର କାହ୍ନା ନାୟକ(୨୫ ) ବୋଲି ଜଣାପଡିଛି। ନାଚୁଣୀ ପୋଲିସ ସୂଚନା ମୁତାବକ କାନ୍ହା ଆଜି ରାତିରେ ବାଲୁଗାଁ ରୁ ନିଜ ଗ୍ରାମ ସୋରଣ ଏକ ସ୍କୁଟି ଯୋଗେ ଫେରୁଥିବା ବେଳେ ନାଚୁଣୀ ହରିପୁର ଛକ ପେଟ୍ରୋଲ ପମ୍ପ ନିକଟରେ କୌଣସି ଏକ ଭାରୀ ଯାନକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ରୁ ପଡିବା ସହ ତାଙ୍କ ମସ୍ତିଷ୍କ ରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ପୋଲିସ ଓ ସ୍ଥାନୀୟ ଜନସାଧାରଣ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ…
ବାଲୁଗାଁ : ଶେଷରେ ବହୁ ଦାବୀ ପରେ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବପ୍ନାରାଣୀ ପାଢୀଙ୍କର ବଦଳି ହୋଇଛି। ସେ ତୁରନ୍ତ ତାଙ୍କର ନିକଟସ୍ଥ ଅଧିକାରୀଙ୍କୁ କାର୍ଯ୍ୟଭାର ଦେଇ ସେଠାରୁ ରିଲିଭ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତି ପୋଷ୍ଟିଂ ନ ହେବା ପର୍ଯ୍ୟନ୍ତ ସେ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟ କରିବେ ବୋଲି କୁହାଯାଇଛି। ସଂପୃକ୍ତ ଅଧିକାରୀଙ୍କ କାର୍ଯ୍ୟରେ ବାଲୁଗାଁ ଏନଏସି ଅଧ୍ୟକ୍ଷା ଏବଂ କାଉନସିଲରମାନେ ଅସନ୍ତୁଷ୍ଠ ଥିଲେ। ତାଙ୍କୁ ତୁରନ୍ତ ବଦଳି କରିବା ପାଇଁ ସବୁ କାଉନସିଲର ଏବଂ ଅଧ୍ୟକ୍ଷା ଧାରଣରେ ବସିଥିଲେ। ବାଲୁଗାଁ ଏନଏସି ଉନ୍ନୟନ କାର୍ଯ୍ୟରେ ସେ ସହଯୋଗ କରୁ ନ ଥିବାର ଅଭିଯୋଗ କରାଯାଇଥିଲା। ନଗର ଉନ୍ନୟନ ବିଭାଗ ଏହି ଅଭିଯୋଗ ପାଇବା ପରେ ତାଙ୍କୁ ତୁରନ୍ତ ସେଠାରୁ ହଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସେଠାକୁ ନୂଆ ଅଧିକାରୀ ଆସିବା ପର୍ଯ୍ୟନ୍ତ ଉପଜିଲ୍ଲାପାଳ ଦାୟିତ୍ବରେ ରହିବେ ବୋଲି ଜଣାପଡିଛି।
ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ରାଜ୍ୟର ୮୫ ଜଣ ବରିଷ୍ଠ ଓ ଦକ୍ଷ ପ୍ରଶାସନିକ ଅଧିକାରୀମାନଙ୍କୁ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ଭାବେ ଆଜି ଗୋପବନ୍ଧୁ ପ୍ରଶାସନିକ ପ୍ରତିଷ୍ଠାନଠାରେ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଦୁଇଦିନିଆ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓ ନିଷ୍ଠାର ସହ ତାଲିମ ଗ୍ରହଣ କଲେ ନିର୍ବାଚନ ପରିଚାଳନା କାର୍ଯ୍ୟ ସୁଗମ ଓ ସରଳ ହୋଇପାରିବ ବୋଲି ଉପସ୍ଥିତ ଥିବା ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନରଙ୍କ ଉଦ୍ଦେଶ୍ୟରେ ତାଙ୍କ ସଂକ୍ଷିପ୍ତ ଅଭିଭାଷଣରେ କହିଥିଲେ। ପ୍ରକାଶଥାଉ କି ଏହି ଅଧିକାରୀମାନେ ଅନ୍ଲାଇନ୍ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟ ତାଲିମ ଓ ଦିଲ୍ଲୀ ଯାଇ ସେଠାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ତାଲିମ ଗ୍ରହଣ କରିଛନ୍ତି। ଏଠାରୁ ତୃତୀୟ ପର୍ଯ୍ୟାୟ ତାଲିମ ଗ୍ରହଣ ପରେ ସେମାନେ…
ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ପୂର୍ବତନ ସହ ସରକାର୍ଯ୍ୟବାହ ମଦନ ଦାସ ଦେବୀଙ୍କ ୮୧ ବର୍ଷ ବୟସରଙ୍କ ପରଲୋକ ହୋଇଛି। ଅସୁସ୍ଥତା କାରଣରୁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ସ୍ୱର୍ଗତଃ ମଦନ ଜୀଙ୍କ ବାଙ୍ଗାଲୋରଠାରେ ନିଧନ ଘଟିଛି। ସ୍ୱର୍ଗତଃ ମଦନଜୀ ତାଙ୍କ ଜୀବଦଶାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ବାବେ ଏକ ସଶକ୍ତ ଛାତ୍ର ଓ ଶିକ୍ଷକ ସଂଗଠନ ଗଢି ତୋଳିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ। ପରବର୍ତୀ ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ପ୍ରଚାରକ ଭାବେ କାର୍ଯ୍ୟାରମ୍ଭ କରି ସହ ସରକାର୍ଯ୍ୟବାହ ଦାୟୀତ୍ୱକୁ ସୁଚାରୁ ରୂପେ ନିର୍ବାହ କରିଥିଲେ। ତାଙ୍କ ଆଦର୍ଶ ଓ ମାର୍ଗଦର୍ଶନରେ ଅନେକ ଛାତ୍ର ଓ ଯୁବକ ରାଷ୍ଟ୍ର ସେବା ପାଇଁ ପ୍ରେରଣା ପାଇଥିଲେ। ସ୍ୱର୍ଗତଃ ମଦନଜୀଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ ଅନେକ ନେତୃବୃନ୍ଦ ଗଭୀର…
ଭୁବନେଶ୍ବର: ଆଜି ନିଆଳିର ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି ଓଟିଡିସିର ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି। ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର ରୂପେ ପରିଚିତ ନିଆଳି ମାଧବ ମନ୍ଦିରର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଏହି ପ୍ରାଚୀନ ମନ୍ଦିରକୁ ସେ ବୁଲି ଦେଖିଛନ୍ତି। ପୁରୀ ଶ୍ରୀମନ୍ଦିର ରୀତିନୀତି ସହ ଏହି ମାଧବାନନ୍ଦଜୀଉ ମନ୍ଦିରର ଭୂମିକା ଜଡ଼ିତ ଥିବାରୁ ଏହି ପୁରାତନ ମନ୍ଦିରଟିର ସଂରକ୍ଷଣ, ରକ୍ଷଣାବେକ୍ଷଣ ତଥା ସୌନ୍ଦର୍ଯ୍ୟକରଣର ଆବଶ୍ୟକତା ରହିଛି। ଅଧ୍ୟକ୍ଷ ଡଃ ମହାନ୍ତି ଉକ୍ତ ମନ୍ଦିର ପରିଦର୍ଶନ କରିବା ସହ ଏହାର ଭିତ୍ତିଭୂମିର ବିକାଶ ପାଇଁ ମନ୍ଦିରର ପୂଜକ, ସେବକ ଗୋଷ୍ଠୀ, ସ୍ଥାନୀୟ ବାସିନ୍ଦା ଏବଂ ସରକାରୀ ଅଧିକାରୀଙ୍କ ସହିତ ସବିଶେଷ ଆଲୋଚନା କରି ସେମାନଙ୍କ ମତାମତ ସଂଗ୍ରହ କରିଥିଲେ। ଏହି ମନ୍ଦିରର ସାମଗ୍ରିକ ଉନ୍ନତି ଦ୍ୱାରା ଉକ୍ତ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ରର ଉପଯୁକ୍ତ ବିକାଶ ହେବା ସହ ସ୍ଥାନୀୟ ଅର୍ଥନୀତିକୁ ସମୃଦ୍ଧ କରିବା ବୋଲି ମତ ପ୍ରକାଶ ପାଇଥିଲା।…
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା କ୍ୟାଡର ୨୦୨୧ ବ୍ୟାଚ୍ର ୬ ଜଣ ଆଇଏଏସ୍ ଅଧିକାରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଦର୍ଶନରେ ଆସି ବିଭାଗ ସମ୍ବନ୍ଧୀୟ କାର୍ଯ୍ୟଶୈଳୀ ଉପରେ ବିସ୍ତୃତ ତାଲିମ ନେଇଛନ୍ତି। ଏହି ଉପଲକ୍ଷେ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ସମସ୍ତ ଆଇଏଏସ୍ ପ୍ରଶିକ୍ଷାର୍ଥିଙ୍କୁ ସ୍ୱାଗତ କରିବା ସହ କହିଲେ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ହେଉଛି ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ବିଭାଗର କାର୍ଯ୍ୟଧାରା ଜାଣିବା ଦ୍ୱାରା ସେମାନେ ରାଜ୍ୟ ପ୍ରଶାସନକୁ ବିସ୍ତୃତ ଭାବେ ବୁଝିବାରେ ସହାୟକ ହେବା ସହ ପ୍ରଶାସନକୁ ଲୋକାଭିମୁଖୀ କରିବାରେ ତତ୍ପର ହେବେ। ନିଜ ନିଜ କ୍ୟାଡର ଏବଂ ସେବାରେ ଯୋଗଦେବା ପୂର୍ବରୁ କଠିନ ପରିସ୍ଥିତିରେ ଫଳପ୍ରଦ ଭାବେ କାର୍ଯ୍ୟ କରିବା ଏବଂ ସେଥି ପାଇଁ ପ୍ରସ୍ତୁତ ରହିବା ହିଁ ଏହି କାର୍ଯ୍ୟକ୍ରମର ଅଂଶବିଶେଷ…
ଭୁବନେଶ୍ୱର: ଲୋକସଭା ନିର୍ବାଚନରେ ଓଡ଼ିଶାରୁ ଅଧିକରୁ ଅଧିକ ଆସନରେ ଜିତିବା ପାଇଁ ବିଜେପି ପକ୍ଷରୁ ରଣନୀତି ଆରମ୍ଭ ହୋଇଯାଇଛି। ଗତ ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ହାରିଥିବା ୧୩ଟି ଆସନରେ କାହିଁକି ହାରିଲା ଓ ଏବେ କ’ଣ ସ୍ଥିତି ଅଛି ସେ ନେଇ ସମୀକ୍ଷା ହୋଇଛି। ଇତି ମଧ୍ୟରେ ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଦଳୀୟ ନେତାଙ୍କୁ ଗତ ନିର୍ବାଚନରେ ହାରିଥିବା ୧୩ଟି ଲୋକସଭା ଆସନ ଜିତିବା ପାଇଁ ରଣନୀତି ପ୍ରସ୍ତୁତ କରି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏବେ ବିଜେପିର ସାଂସଦ ଥିବା ୮ଟି ଆସନ ସହିତ ଅଧିକରୁ ଅଧିକ ଆସନରେ ଜିତିବା ପାଇଁ ବଂଶଲ ପର୍ଯ୍ୟବେକ୍ଷକ, ପ୍ରଭାରୀ, ସଂଯୋଜକ, ବିସ୍ତାରକମାନଙ୍କୁ ସତର୍କ କରାଇଛନ୍ତି। କେନ୍ଦ୍ରରେ ମୋଦୀ ସରକାରର ୯ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନେଇ ଗଠନ ହୋଇଥିବା କମିଟିର ସଂଯୋଜକ ସାଂସଦ ପ୍ରତାପ ଷଡ଼ଙ୍ଗୀ, ହାରିଥିବା ୧୩ଟି ଲୋକସଭା ଆସନ ନବରଙ୍ଗପୁର, ବ୍ରହ୍ମପୁର,…
ଭୁବନେଶ୍ବର: ଆଜି ଭୁବନେଶ୍ବରର ଭିଏସଏସ ନଗରରେ ଥିବା ହନୁମାନ ବସ୍ତିର ଏକ ଘରେ ନିଆଁ ଲାଗିଯାଇଛି। ଫଳରେ ତିନି ବଖରାରେ ଥିବା ବିଭିନ୍ନ ଜିନିଷ ପୋଡି ଛାରଖାର ହୋଇଯାଇଛି। ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିବା ଜଣାପଡିଛି। ତେବେ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନ ଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ହନୁମାନ ବସ୍ତିରେ ଥିବା ନିରୁପମା ଦାସଙ୍କ ଘରୁ ଧୂଆଁ ବାହାରୁଥିବାର ଲକ୍ଷ୍ୟ କରାଯାଇଥିଲା। ତତକ୍ଷଣାତ ସମସ୍ତେ ଘରୁ ବାହାରି ଜିନିଷପତ୍ର ବାହାରକୁ ବାହର କରିବା ପାଇଁ ଚେଷ୍ଠା କରିଥିଲେ। ହେଲେ କେତେକ ଜିନିଷ ରହିଯିବା ଦ୍ବାରା ସେଥିରେ ନିଆଁ ଲାଗିଯାଇଛି। ତେବେ ଏହି ଦୁର୍ଘଟଣ ସର୍ଟସର୍କିଟ ଯୋଗୁଁ ହୋଇଛି ବୋଲି ଅନୁମାନ କରାଯାଇଛି। ତେବେ ନିଆଁକୁ ଠିକ ସମୟରେ ଆୟତ କରାଯାଇଥିବାରୁ ଏକ ବଡ ଦୁର୍ଘଟଣାରୁ ରକ୍ଷା ମିଳିଛି।
Twitter Renamed: ଆଜି ଟୁଇଟର ମାଲିକ ଏଲନ ମସ୍କ ତାଙ୍କର କଂପାନୀ ଟୁଇଟର ଲୋଗୋ ଏବଂ ନାମ ମଧ୍ୟ ପରିବର୍ତ୍ତନ କରିଦେଇଛନ୍ତି। ବର୍ତ୍ତମାନ ଟୁଇଟର.କମ ମାରିଲେ ଆସି ଏକ୍ସ.କମ। ଅର୍ଥାତ ଟୁଇଟର ନାମ ପରିବର୍ତ୍ତନ ହୋଇ ରଖାଯାଇଛି X । ପୂର୍ବରୁ ଏ ନେଇ ଏଲନ ମସ୍କ ନିଜ ଟୁଇଟର ଜରିଆରେ ସୂଚନା ପ୍ରଦାନ କରିଥିଲେ। ଏଣିଟିକି ବିଶ୍ବସାରା ପ୍ରସାରିତ ହୋଇଥିବା ଟୁଇଟର ନାମଟି ଲୋପ ପାଇବାକୁ ବସିଛି। ଆଉ ତା ପରିବର୍ତ୍ତେ ଆସିଲା ଏକ୍ସ। ଏହି ନୂତନ ଲୋଗୋଟି କଳା ରଂଗର ଇଂରାଜୀ ଅକ୍ଷର ଏକ୍ସ କରାଯାଇଛି। ସେହିପରି ପୂର୍ବରୁ ଟୁଇଟର. କମ ନାମ ପରିବର୍ତ୍ତନ କରାଯାଇ X.COM ରଖାଯାଇଛି। ତେବେ ପୁରୁଣା ଟୁଇଟର ମାରିଲେ ତାହା X.COM କୁ ଅଟୋମେଟିକ ଚାଲିଯାଉଛି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଜି ସୁପ୍ରିମ କୋର୍ଟ କଟକଣା ଶେଷ ହୋଇଛି। ଜଗଦ୍ଦେବଙ୍କୁ ଏକ ବର୍ଷ ପାଇଁ ନିଜ ନିର୍ବାଚନ ମଣ୍ଡଳି ପ୍ରବେଶ ଉପରେ ରୋକ ଲଗାଯାଇଥିଲା। ସେହି କଟକଣା ଆଜି ଶେଷ ହେଲା। ଏହି ପରିପ୍ରେକ୍ଷୀରେ ବିଧାୟକଙ୍କ ସମର୍ଥକମାନେ ଚିଲିକାରେ ପାଳନ କରିଛନ୍ତି ମୁକ୍ତି ଦିବସ। ବିଧାୟକଙ୍କ ପ୍ରତିନିଧି ଜୟନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବାଣପୁର ବାଇପାସ ସ୍ଥିତ ବିଜେଡି କାର୍ଯ୍ୟାଳୟ ପରିସରରେ ଏହି ମୁକ୍ତି ଦିବସ ପାଳନ ହୋଇଥିଲା। ଏଥିରେ ଏକାଧିକ ନିର୍ବାଚିତ ବିଜେଡି ଜନ ପ୍ରତନିଧିମାନେ ଉପସ୍ଥିତ ଥିଲେ। ଆସନ୍ତା 28 ତାରିଖରେ ବିଧାୟକ ନିଜ ନିର୍ବାଚନ ମଣ୍ଡଳି ଚିଲିକା ଆସିବେ ଏବଂ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ବିଧାୟକ ବାଲୁଗାଁରୁ ବାଣପୁର ମା’ ଭଗବତୀ ମନ୍ଦିର ଦର୍ଶନ କରି ପଲଟନ ପଡିଆ ଯିବେ ଏବଂ ସେଠାରେ ତାଙ୍କୁ ବିଭିନ୍ନ ପାଇକ ସଂଗଠନ ଏବଂ ସମର୍ଥକଙ୍କ ପକ୍ଷରୁ…
ଭୁବନେଶ୍ବର: ଓଡିଶା ସାହିତ୍ୟ ଏକାଡେମୀ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛି। ଖୁବ ଶିଘ୍ର ସର୍ବକାଳୀନ ଓ ଉଚ୍ଚକୋଟୀର ଏକ ଶହଟି ଓଡିଆ ଗଳ୍ପର ବିଦେଶୀ ଭାଷାକୁ ଅନୁବାଦ କରାଯିବ। ଓଡିଆରେ ଥିବା ଲୋକପ୍ରିୟ ଗଳ୍ପର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛି। ସେଥିପାଇଁ ଓଡିଶାର ଅନୁବାଦ ସଂସ୍ଥାଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ଓଡିଆ ଭାଷାରେ ଥିବା ଲୋକପ୍ରିୟ ଗଳ୍ପର ଇଂରାଜୀ ଭାଷାକୁ ଅନୁବାଦିତ ହେବ। ଏହି ଇଂରାଜୀକୁ ଆଧାରକରି ସ୍ପାଇନସ, ଫ୍ରେନଜ, ଜାପାନୀଜ୍ ଏବଂ ଜର୍ମାନୀ ଭାଷାକୁ ଅନୁବାଦ କରାଯିବ। ଏହାଦ୍ବାର ବିଦେଶ ମାଟିରେ ଓଡିଆ ଗଳ୍ପର ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ଭୁବନେଶ୍ବର: ଆସନ୍ତାକାଲି ମଙ୍ଗଳବାରରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଏହି ତିନିଦିନିଆ ଓଡ଼ିଶା ଗସ୍ତ ସମୟରେ ସ୍ଥିରୀକୃତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଜୁଲାଇ ୨୫ ତାରିଖ ଦିନ ରାଜଭବନ ଠାରେ ରାଷ୍ଟ୍ରପତି ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ(ପିଭିଟିଜି) ପ୍ରତିନିଧିଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେ କଟକସ୍ଥିତ ଏସସିବି ମେଡିକ।ଲ କଲେଜର ଷ୍ଟୁଡେଣ୍ଟସ୍ ୟୁନିଅନ୍ ବାର୍ଷିକ ଉତ୍ସବରେ ଯୋଗଦେବେ। ଏ ନେଇ ର।ଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ କଲେଜ କର୍ତ୍ତୃପକ୍ଷଙ୍କ ଚିଠି କରାଯାଇଛି। ସେହିପରି କଟକରେ ରାଷ୍ଟ୍ରପତି ଓଡ଼ିଶା ହ।ଇକୋର୍ଟର ୭୫ ତମ ବାର୍ଷିକ ଉତ୍ସବରେ ମଧ୍ୟ ଯୋଗ ଦେବେ। ସେ ସେହି ଦିନ କଟକସ୍ଥିତ ଜ।ତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାରୋହରେ ମଧ୍ୟ ଯୋଗଦେବେ। ଜୁଲାଇ ୨୭ ତାରିଖରେ ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦାନ କରି ସେ…
ପୁରୀ: ଆଜି ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର ଖୋଲାଯାଇଛି। ଫଳରେ ଆଜି ସକାଳୁ ପୁରୀ ବାସିନ୍ଦା ଏହି ଦ୍ବାର ଦେଇ ଶ୍ରୀଜିୟୁଙ୍କୁ ଦର୍ଶନ କରୁଛନ୍ତି। ବହୁଦିନ ଧରି ପୁରୀ ବାସିନ୍ଦା ଏ ନେଇ ଦାବୀ କରିଆସୁଥିଲେ। ହେଲେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ହେଲେ ଗତକାଲି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଧାରଣା ଦେବା ପାଇଁ ଘୋଷଣା କରିବା ପରେ ପୁରୀ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ବର୍ତ୍ତମାନ ପୁରୀ ବାସିନ୍ଦା ସେମାନଙ୍କର ପରିଚୟ ପତ୍ର ଦେଖାଏ ସେହି ଦ୍ବାର ଦେଇ ମନ୍ଦିର ପ୍ରବେଶ କରିପାରିବେ। ପରିଚୟ ପତ୍ର ନ ଆଣିଲେ ସେମାନଙ୍କୁ ଭିତରକୁ ଛଡାଯିବ ନାହିଁ ବୋଲି ନିଷ୍ପତି କରାଯାଇଛି।
ଭୁବନେଶ୍ୱର: ନବୀନ ପଟ୍ଟନାୟକ ଦେଶରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବା ରେକର୍ଡକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି। ଏ ନେଇ ଆଜି ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଏହି ରେକର୍ଡକୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପ୍ରତିଶୃତି ପାଳନ ନ କରିବାରେ ମଧ୍ୟ ରେକର୍ଡ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ବାସହୀନଙ୍କୁ ପଟ୍ଟା ଓ ଘର ଦେବା, ଶିଳ୍ପାୟନ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ ତାହାକୁ ପାଳନ ନକରିବାର ସର୍ବଶ୍ରେଷ୍ଠ ରେକର୍ଡ ଅଛି । ମୋଦି ସରକାର ଘରେ ଘରେ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରିବା ପରେ ମଧ୍ୟ ପାଣି ଦେବା ପାଇଁ ଆପଣଙ୍କ ସରକାର ଆଜି ଅକ୍ଷମ। ତେବେ ଏହାର କଡା ଜବାବ ଦେଇଛନ୍ତି ବିଜେଡି ନେତା ଲେନିନ ମହାନ୍ତି।…
ଭୁବନେଶ୍ବର: ଓଡିଶାର ବିଭିନ୍ନ ଜିଲ୍ଲା ଗସ୍ତ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆମେରିକା ଗସ୍ତ କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ। ସେ ଏକ ସାତ ଜଣିଆ ଟିମ ସହିତ ଏହି ଗସ୍ତ କରିଛନ୍ତି। ଓଡିଶାର ଲୋକଙ୍କ ସହିତ ସିଧା ଅଭିଯୋଗ ଗ୍ରହଣ କରିବା ପରେ ବିଦେଶରେ ଥିବା ଓଡିଆଙ୍କ ସହିତ ରାଜ୍ୟର ଉନ୍ନତି ସଂପର୍କରେ ଆଲୋଚନା କରିବା ପାଇଁ ଏହି ଗସ୍ତ କରିଛନ୍ତି। ଏହି ଦଳରେ ପାଣ୍ଡିଆନଙ୍କ ସହିତ ଅଛନ୍ତି ସାଂସଦ ସୁଜିତ କୁମାର, ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ଆଇଟି ସଚିବ ମନୋଜ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର ଭିନିଲକ୍ରିଷ୍ଣା, ଆଇଟି ବିଭାଗର ସ୍ବତନ୍ତ୍ର ସଚିବ ମାନସ କୁମାର ପଣ୍ଡା ଅଛନ୍ତି। ଏହି ଟିମ ଆମେରିକାର କାଲିଫର୍ଣ୍ଣିଆରେ ଥିବା ସିଲକନ ଭ୍ୟାଲିର କଂପାନୀମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଆମେରିକାରେ ଗୁଗୁଲ, ଆପଲ, ମେଟା ବା ଫେସବୁକ ପ୍ରଭୃତି…
ଭୁବନେଶ୍ୱର: କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ୪ ଜଣ ବରିଷ୍ଠ ପୂର୍ବତନ ପ୍ରଶାସନିକ ଅଧିକାରୀ ଦଳରେ ଯୋଗଦେଇଛନ୍ତି। ସେମାନେ ହେଲେ ଏମ୍ଏସ୍ଏମ୍ଇ ର ପୂର୍ବତନ ସଚିବ ପଞ୍ଚାନନ ଦାସ, ଷ୍ଟିଲ୍ ଓ ମାଇନ୍ସର ସ୍ୱତନ୍ତ୍ର ସଚିବ, ବିଶ୍ୱନାଥ ଆଚାର୍ଯ୍ୟ, ଅବସରପ୍ରାପ୍ତ ବି.ଡ଼ି.ଏ. ସଚିବ ଏବଂ ରାଜ୍ୟ ଘରୋଇ ବିଭାଗ (ପ୍ରୋଟକଲ) ସ୍ୱତନ୍ତ୍ର ସଚିବ ରବୀନ୍ଦ୍ର ନାଥ ମିଶ୍ର, ଅବସର ପ୍ରାପ୍ତ ଓ.ଏ.ଏସ୍., ଶ୍ରୀ ଉଦ୍ଧବ କର କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଉପଲକ୍ଷେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କଂଗ୍ରେସ ପ୍ରଭାରୀ ଡଃ ଏ. ଚେଲ୍ଲା କୁମାର ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଏମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି କଂଗ୍ରେସ ଦଳରେ ଆନୁଷ୍ଠାନକ ଭାବେ ସାମିଲ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ…
ପୁରୀ: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବଡ ଘୋଷଣା। ଆସନ୍ତାକାଲି ସେ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଆଗରେ ଧାରଣାରେ ବସିବେ। ଏ ନେଇ ସୁଦର୍ଶନ ଟୁଇଟ କରି ଘୋଷଣା କରିଛନ୍ତି। ଏହି ଟୁଇଟକୁ ସେ ପୁରୀ ଅଫିସିଆଲଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ଯଦି ତାଙ୍କ କଥା ନ ଶୁଣାଯାଏ ତେବେ ସେ ଏହି ଧାରଣା ଦେବେ। ତେବେ ଘଟଣାଟି ହେଲା ଯେ, ଶ୍ରୀମନ୍ଦିର ପ୍ରଶାସନ କୋରନା ସମୟରୁ ମନ୍ଦିରର ଚାରି ଦ୍ବାରରୁ କେବଳ ସିଂହଦ୍ବାର ଖୋଲା ରଖି ଅନ୍ୟ ତିନି ଦୁଆର ବନ୍ଦ କରିଦେଇଛନ୍ତି। ଫଳରେ ଭକ୍ତ ତଥା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଶ୍ରୀଜିୟୁଙ୍କୁ ଦର୍ଶନ କରିବାରେ ବଡ ଅସୁବିଧା ହେଉଛି। ଫଳରେ ଶ୍ରୀମନ୍ଦିର ପ୍ରଶାସନ ଖୁବ ଶିଘ୍ର ଅନ୍ତତଃ ପକ୍ଷେ ପଶ୍ଚିମ ଦ୍ବାର ଖୋଲନ୍ତୁ ବୋଲି ସେ ଦାବୀ କରିଛନ୍ତି। ଅନ୍ୟ ଦ୍ବାର ପରେ ନିଷ୍ପତି ନେଇ ଖୋଲିବାକୁ ସେ ପରାମର୍ଶ ଦେଇଛନ୍ତି। ଯଦି ପ୍ରଶାସନ ଏହାକୁ କାର୍ଯ୍ୟକାରୀ…
ଭୁବନେଶ୍ବର: ରାଜଧାନୀର ବଡ ବ୍ୟବସାୟିକ ପେଣ୍ଠ ହେଉଛି ମାର୍କେଟ ବିଲିଡିଂ। ଯେଉଁଠାକୁ କେବଳ ରାଜଧାନୀ ବାସିନ୍ଧା ନୁହେଁ, ଖୋର୍ଦ୍ଧା ପୁରୀର ଗ୍ରାହକମାନେ ମଧ୍ୟ ଏହି ସ୍ଥାନକୁ କାରବାର କରିବାକୁ ଆସିଥାନ୍ତି। ହେଲେ ଦୁଃଖର କଥା ମାର୍କେଟ ବିଲିଡିଂ ସ୍ଥାୟୀ ବ୍ୟବସାୟୀ ସଂଘ, ବିଏମସି ଏବଂ ଉଠା ଦୋକାନୀଙ୍କ ମଧ୍ୟରେ ବିବାଦ ପାଇଁ ବର୍ତ୍ତମାନ ଏହି ବ୍ୟବସାୟିକ ପେଣ୍ଠ ବନ୍ଦ ରହିଛି। ୧୭ ତାରିଖରୁ ଆଜି ପର୍ଯ୍ୟନ୍ତ ଏହି ମାର୍କେଟ ବିଲିଡିଂ ବନ୍ଦ ରହିଛି। ବର୍ତ୍ତମାନ କେହି ଶୁଣିବାକୁ ରାଜି ନ ଥିବାରୁ ଏହି ବିବାଦ ବଢିବାରେ ଲାଗିଛି। ମାର୍କେଟ ବିଲିଡିଂ ସ୍ଥାୟୀ ବ୍ୟବସାୟୀ ସଂଘର ଦାବୀ ବିଏମସି ତୁରନ୍ତ ଏହା ଭିତରେ ଥିବା ଉଠା ଦୋକାନୀଙ୍କୁ ହଠାନ୍ତୁ। ହେଲେ ଆଇନ କଟକଣା ନେଇ ବିଏମସି ଏମାନଙ୍କୁ ହଠାଇ ପାରୁ ନାହିଁ। ସେପଟେ ଉଠା ବ୍ୟବସାୟୀ ସଂଘ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛି। ସେମାନେ ମଧ୍ୟ ଦାବୀ କଲେଣି ଯେ, ଆମକୁ ସେଠାରେ ଥଇଥାନ…

