Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଚିଲିକା ଗସ୍ତ: ଦୁଇ ବ୍ଲକରେ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ କଲେ କ୍ଷୋଭ ପ୍ରକାଶ
ଆଜିର ଖବର

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଚିଲିକା ଗସ୍ତ: ଦୁଇ ବ୍ଲକରେ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ କଲେ କ୍ଷୋଭ ପ୍ରକାଶ

February 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଭୁବନେଶ୍ୱର ସାଂସଦ ତଥା ଦିଶା କମିଟି ଅଧ୍ୟକ୍ଷା ଅପରାଜିତା ଷଡ଼ଙ୍ଗୀ ଚିଲିକା ନିର୍ବାଚନମଣ୍ଡଳୀରେ ଦିନିକିଆ ଗସ୍ତରେ ଆସିଥିଲେ। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅନୁରୋଧ କ୍ରମେ ସେ ଏହି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହି ଗସ୍ତରେ ଶ୍ରୀମତୀ ଷଡ଼ଙ୍ଗୀ ଉଭୟ ଚିଲିକା ଏବଂ ବାଣପୁର ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିଭିନ୍ନ ଜନମଙ୍ଗଳ କାରି ଯୋଜନାର ରୂପାୟନ ଉପରେ ସମୀକ୍ଷା କରିଥିଲେ। ହେଲେ ଉଭୟ ବ୍ଲକରେ ବି.ଡି.ଓ ତଥା ବିଭାଗୀୟ ଅଧିକାରୀ ଅନୁପସ୍ଥିତି ରହିଥିବାରୁ ଏକ ପ୍ରେସ ମିଟ ଜରିଆରେ ସାଂସଦ କ୍ଷୋଭ ପ୍ରକାଶ କରିଥିଲେ।

ଜନଶୁଣାଣୀ କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କ ରାସନ କାର୍ଡ, ଗୃହ ନିର୍ମାଣ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା ଆଦି ପାଇବାରେ ଚିଲିକା ନିର୍ବାଚନ ମଣ୍ଡଳୀରେ ଘୋର ବିଭ୍ରାଟ ହୋଇଛି ବୋଲି ଜାଣିବାକୁ ପାଇଥିଲେ ସାଂସଦ। ଏଥିପାଇଁ ସେ ସିଧାସଳଖ ସ୍ଥାନୀୟ ପ୍ରଶାସନ ଓ ସରକାର ନଶ୍ଚିତ ଭାବେ ଦାୟୀ ବୋଲି ପ୍ରେସ ମିଟରେ ପରିପ୍ରକାଶ କରିଥିଲେ।

ପରବର୍ତ୍ତୀ ସମୟରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବାଣପୁର ପଲଟନ ପଡ଼ିଆଠାରେ ଖୋର୍ଦ୍ଧା ଜିଲ୍ଲା ଗଢା ଶ୍ରମିକ ସଂଗଠନର ବାର୍ଷିକ ଅଧିବେସନରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ହଜାର ହଜାର ସଂଖ୍ୟାରେ ପୁରୁଷ ଏବଂ ମହିଳା ଶ୍ରମିକମାନେ ଉପସ୍ଥିତ ଥିଲେ।

ସାଂସଦ ବାଣପୁର ସ୍ଥିତ ମା’ ଭଗବତୀ ମନ୍ଦିର ଦର୍ଶନ କରିଥିଲେ। ଏବଂ ପରିଶେଷରେ ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସ୍ବର୍ଗତ ସତ୍ୟନାରାୟଣ ସେନାପତିଙ୍କ ବାଲୁଗାଁ ବାସଭବନକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଥିଲେ।

ଉକ୍ତ ଗସ୍ତରେ ସାଂସଦଙ୍କ ସହ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ଏବଂ ଅନ୍ୟାନ୍ୟ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।

ସାଂସଦଙ୍କ ଗସ୍ତ ସମୟରେ ଜିଲ୍ଲା ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ଦ୍ୱାରା କଡ଼ା ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରାଯାଇଥିଲା।

ଅପରାଜିତା ଷଡଙ୍ଗୀ ଚିଲିକା ଗସ୍ତ ଭୁବନେଶ୍ୱର ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ସଂଶୋଧିତ ପୁସ୍ତକ ଯୋଗାଇ ଦିଆଯିବ – ମନ୍ତ୍ରୀ

June 29, 2026

ବାଣପୁରରେ ଯୁବକଙ୍କ ମୃତ୍ୟୁ ମାମଲା: ହେପାଜତ ହିଂସା ଅଭିଯୋଗକୁ ଖଣ୍ଡନ କଲା ପୋଲିସ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

June 29, 2026

Ranpur News: ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ

June 29, 2026

Banapur News:ସ୍ନାନବେଦୀରେ ଗଜାନନ ବେଶରେ ଶ୍ରୀରଙ୍କନାଥ ଦେବ: ଦର୍ଶନ କଲେ ଅଗଣିତ ଶ୍ରଦ୍ଧାଳୁ

June 29, 2026
Latest News

ସଂଶୋଧିତ ପୁସ୍ତକ ଯୋଗାଇ ଦିଆଯିବ – ମନ୍ତ୍ରୀ

June 29, 2026

ବାଣପୁରରେ ଯୁବକଙ୍କ ମୃତ୍ୟୁ ମାମଲା: ହେପାଜତ ହିଂସା ଅଭିଯୋଗକୁ ଖଣ୍ଡନ କଲା ପୋଲିସ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

June 29, 2026

Puri News: ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ଭକ୍ତ ବିଭୋର, ମଙ୍ଗଳବାରଠାରୁ ପଟ୍ଟିଦିଅଁ ଦର୍ଶନ

June 29, 2026

Ranpur News: ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ

June 29, 2026

Banapur News:ସ୍ନାନବେଦୀରେ ଗଜାନନ ବେଶରେ ଶ୍ରୀରଙ୍କନାଥ ଦେବ: ଦର୍ଶନ କଲେ ଅଗଣିତ ଶ୍ରଦ୍ଧାଳୁ

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.