ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୫୫୧ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: May 27, 2021, 8:01 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୫୫୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୪୩୫, ସୁନ୍ଦରଗଡରୁ ୮୧୯, କଟକରୁ ୭୦୯, ସମ୍ବଲପୁରରୁ ୬୯୬, ଯାଜପୁରରୁ ୬୯୫, କଳାହାଣ୍ଡିରୁ ୫୯୫, ଅନୁଗୁଳରୁ ୫୮୮, ମୟୂରଭଞ୍ଜରୁ ୪୯୫, ନବରଙ୍ଗପୁରରୁ ୪୦୫, ଗଞ୍ଜାମରୁ ୩୬୮, ପୁରୀରୁ ୩୫୪, ଭଦ୍ରକରୁ ୩୪୯, କୋରାପୁଟରୁ ୩୨୧, ବରଗଡ ୩୧୮, ଜଗତସିଂହପୁରରୁ ୩୦୬, ବଲାଙ୍ଗୀରିରୁ ୨୮୮, କେନ୍ଦୁଝରରୁ ୨୭୩, ବାଲେଶ୍ବରରୁ ୨୬୯, ନୟାଗଡରୁ ୨୬୩, ଝାରସୁଗୁଡାରୁ ୨୬୨, ସୋନପୁରରୁ ୨୪୮, ରାୟଗଡାରୁ ୨୨୭, ବୌଦ୍ଧରୁ ୨୧୨, କେନ୍ଦ୍ରାପଡାରୁ ୨୦୨, ନୂଆପଡାରୁ ୧୩୬, ଦେବଗଡରୁ ୧୨୧, ମାଲକାନଗିରିରୁ ୧୦୭, ଢେଙ୍କାନାଳରୁ ୯୧, ଗଜପତିରୁ ୮୬, କନ୍ଧମାଳରୁ ୬୭ ଏବଂ ଷ୍ଟେଟ ପୁଲରୁ ୨୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬ ଲକ୍ଷ ୩୫ ହଜାର ୧୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୨ ହଜାର ୭୩୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୨୩ ହଜାର ୬୨୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୬ ହଜାର ୪୪୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୬୧୮ କୁ ବୃଦ୍ଧି ହୋଇଛି।

Related posts