ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୦୪ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Oct 13, 2021, 8:17 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୬୪, କଟକରୁ ୬୨, ମୟୂରଭଞ୍ଜରୁ ୨୨, ପୁରୀରୁ ୧୯, ଜଗତସିଂହପୁରରୁ ୧୮, ସମ୍ବଲପୁରରୁ ୧୨, ବାଲେଶ୍ବରରୁ ୯, କେନ୍ଦ୍ରାପଡାରୁ ୯, ଅନୁଗୁଳରୁ ୬, ନୟାଗଡରୁ ୫, ଗଞ୍ଜାମରୁ ୪, କେନ୍ଦୁଝରରୁ ୪, କଳାହାଣ୍ଡିରୁ ୩, ରାୟଗଡାରୁ ୩, ଦେବଗଡରୁ ୨, ଗଜପତିରୁ ୨, କୋରାପୁଟରୁ ୨, ବରଗଡରୁ ୧, ଭଦ୍ରକରୁ ୧, ସୁନ୍ଦରଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୦ ହଜାର ୧୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୨୮୮ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୭୯୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୬୭ କୁ ବୃଦ୍ଧି ହୋଇଛି।

Related posts