ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣା: ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକ ରଖିଲା ପୋଲିସ

Published: Oct 20, 2021, 5:40 pm IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାରେ ବାଲ୍ମୀକି ସମାଜର ଜଣେ ଯୁବକଙ୍କ ମୃତ୍ୟୁ ପରେ ଏକ ବଡ଼ ଧରଣର ଅଶାନ୍ତି ଦେଖାଦେଇଛି। ଯୁବକଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଗ୍ରା ଏକ୍ସପ୍ରେସ ୱେରେ ଅଟକ ରଖାଯାଇଛି। ଅଭିଯୋଗ ହୋଇଛି ଯେ ଅରୁଣ କୁମାର ନାମକ ଜଣେ ଝାଡୁଦାରଙ୍କୁ ପୋଲିସ ହେପାଜତରେ ମାଡ ମାରିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ବାଲ୍ମୀକି ସମାଜର ଅରୁଣ କୁମାରଙ୍କୁ ଚୋରି ଅଭିଯୋଗରେ ପୋଲିସ ଗିରଫ କରିଥିଲା। ଆସନ୍ତା ବର୍ଷ ୟୁପିରେ ନିର୍ବାଚନ ହେବ କିନ୍ତୁ ଚଳିତ ମାସ ଆରମ୍ଭରୁ ୟୁପିର ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି।

ଆଗ୍ରା ଯିବା ବନ୍ଦ ହେବାପରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ପୋଲିସର ପରିସ୍ଥିତି ଏପରି ହୋଇଛି ଯେ ସେମାନେ କିଛି କହିପାରିବେ ନାହିଁ। ତାଙ୍କ ଅଧିକାରୀମାନେ ଏହା ମଧ୍ୟ ଜାଣନ୍ତି ଯେ, ଏହା ଭୁଲ ଏବଂ ଏହା ପଛରେ କୌଣସି ଆଇନ ଶୃଙ୍ଖଳା ନାହିଁ। ପ୍ରତ୍ୟେକ ସ୍ଥାନରେ ୧୪୪ ଧାରା ଲାଗିଥିବା କୁହାଯାଉଛି।

ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଟ୍ୱିଟରରେ ଲେଖିଛନ୍ତି ଯେ, ଅରୁଣ ବାଲ୍ମୀକିଙ୍କ ମୃତ୍ୟୁ ପୋଲିସ ହେପାଜତରେ ହୋଇଛି। ତାଙ୍କ ପରିବାର ନ୍ୟାୟ ଚାହୁଁଛନ୍ତି। ମୁଁ ପରିବାର ସହିତ ମିଶିବାକୁ ଚାହୁଁଛି। କେଉଁ କାରଣରୁ ଉତ୍ତରପ୍ରଦେଶ ସରକାରର ଭୟ କରୁଛନ୍ତି? ମୋତେ କାହିଁକି ଅଟକାଯାଉଛି? “

Related posts