ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ଜାରି କଲା ନୂଆ କୋଭିଡ ନିର୍ଦ୍ଦେଶାବଳୀ

Published: Oct 20, 2021, 8:56 pm IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ଆଜି ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ, ଯେଉଁ ଯାତ୍ରୀମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁମୋଦିତ ସମସ୍ତ ଡୋଜର ଟିକା ଗ୍ରହଣ କରିଛନ୍ତି, ସେହି ଯାତ୍ରୀମାନଙ୍କୁ ବିମାନବନ୍ଦରରୁ ବାହାରକୁ ଯିବା ଲାଗି ଅନୁମତି ଦିଆଯିବ। ଏବଂ ଏହିପରି ଯାତ୍ରୀମାନଙ୍କୁ ଅକ୍ଟୋବର ୨୫ ତାରିଖରୁ କ୍ଵାରେଣ୍ଟିନ୍ ଏବଂ ସ୍କ୍ରିନିଂ କରାଯିବା ଆବଶ୍ୟକ ନାହିଁ। ତଥାପି, ସେମାନଙ୍କୁ ଏକ କୋଭିଡ ନେଗେଟିଭର ଆରଟିପିସିଆର ରିପୋର୍ଟ ଦାଖଲ କରିବାକୁ ପଡିବ। ଯଦି ଟୀକାକରଣ କରିନଥିବେ, ଯାତ୍ରୀମାନଙ୍କୁ ଏପରି ପଦକ୍ଷେପ ନେବାକୁ ପଡିବ ଯେଉଁଥିରେ ପହଞ୍ଚିବା ସମୟରେ କୋଭିଡ ପରୀକ୍ଷା ପାଇଁ ନମୁନା ଦେବେ। ଯାହା ପରେ ସେମାନଙ୍କୁ ବିମାନବନ୍ଦର ଛାଡିବାକୁ ଅନୁମତି ଦିଆଯିବ ଏବଂ ସାତ ଦିନ ପାଇଁ କ୍ଵାରେଣ୍ଟିନ ରହିବାକୁ ପଡିବ।

ଗାଇଡଲାଇନ ଅନୁଯାୟୀ, ଭାରତରେ ପହଞ୍ଚିବାର ଅଷ୍ଟମ ଦିନରେ ସେମାନଙ୍କୁ ପୁନଃ ଯାଞ୍ଚ କରାଯିବ ଏବଂ ଯଦି ରିପୋର୍ଟ ନକାରାତ୍ମକ ଆସେ, ତେବେ ଆସନ୍ତା ସାତ ଦିନ ପାଇଁ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ପଡ଼ିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଆନ୍ତର୍ଜାତୀୟ ଆଗମନ ପାଇଁ ଫେବୃଆରୀ ୧୭ ତାରିଖ ୨୦୨୧ରେ ଏହି ବିଷୟରେ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ବୈଧ ହେବ।

Related posts