Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର୍ଯ୍ୟରେ ଯୋଗ ଦେଲେ ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ: ଚିଲିକାର ସମସ୍ୟାକୁ ନେଇ ରଖିଲେ ପ୍ରତିକ୍ରିୟା
ଆଜିର ଖବର

କାର୍ଯ୍ୟରେ ଯୋଗ ଦେଲେ ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ: ଚିଲିକାର ସମସ୍ୟାକୁ ନେଇ ରଖିଲେ ପ୍ରତିକ୍ରିୟା

October 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ ବରିଷ୍ଠ ପ୍ରଶାସକ ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟରେ ଯୋଗଦେଇଛନ୍ତି। ଗତକାଲି ନୂତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟରେ ଯୋଗଦେଇଛନ୍ତି। କାର୍ଯ୍ୟର ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କ ସହ ଏକାଧିକ ବୈଠକ କରି ଜିଲ୍ଲାର ଥିବା ବିଭିନ୍ନ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ମହାପାତ୍ର।

BJP Ads

ତେବେ ଚିଲିକା ନିର୍ବାଚନମଣ୍ଡଳି ପାଇଁ ପ୍ରାଥମିକତା କଣ ରହିବ ବୋଲି ଆମ ପ୍ରତିନିଧି ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଖୁବ ଶୀଘ୍ର ଚିଲିକା ଗସ୍ତରେ ଆସିବେ ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରି ସମସ୍ତ ସମସ୍ୟାଗୁଡିକର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ବୋଲି କହିଥିଲେ। ବାଣପୁର ଓ ବାଲୁଗାଁ ଏନଏସି ରେ ଡ୍ରେନେଜ ସମସ୍ୟା, ଷ୍ଟ୍ରିଟ ଲାଇଟ ସମସ୍ୟା, ବାଣପୁର ସବ ରେଜିଷ୍ଟ୍ରର ପଦବୀ ପୂରଣ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ପୋଲିସ ଥାନାରେ ସାଧାରଣ ଜନତା ସାମ୍ନା କରୁଥିବା ବିଭିନ୍ନ ସମସ୍ୟାଗୁଡିକ ବିଷୟରେ ଆମ ପ୍ରତିନିଧିଙ୍କ ଦ୍ୱାରା ଦୃଷ୍ଟି ଆକର୍ଷଣ କରାଯିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ପୋଲିସ ଥାନାରେ ଟ୍ୱିଟର ହ୍ୟାଣ୍ଡଲ ଖୋଲିବା ପାଇଁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଥିବାର କହିଛନ୍ତି। ଏବଂ ଖୋର୍ଦ୍ଧା ଏସପିଙ୍କ ସହ ମଧ୍ୟ ଏ ବିଷୟରେ ଆଲୋଚନା କରିଥିବାର ସୂଚନା ଦେଇଛନ୍ତି।

ଆଜିକାଲି ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ବଢ଼ିବାରେ ଲାଗିଛି ଏବଂ ଗଣମାଧ୍ୟମ ଏହାର ଏକ ପ୍ରମୁଖ ଅଂଶ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ, ସମଗ୍ର ଜିଲ୍ଲାରେ ଇ-ୱାର୍କ କୁ ଗୁରୁତ୍ୱ ଦିଆଯିବ। ସମସ୍ତ ଜନସାଧାରଣ ଘରେ ବସି ସେମାନଙ୍କ ଅଭିଯୋଗ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦାଖଲ କରିବା ସହ ଫାଇଭ-ଟି ଅନ୍ତର୍ଗତ ସରକାରଙ୍କ ବିଭିନ୍ନ ଯୋଜନାର କିପରି ସିଧାସଳଖ ସେମାନେ ସୁଫଳ ପାଇପାରିବେ ତାହା ଉପରେ ଧ୍ୟାନ ଦିଆଯିବ।

ସେହିପରି ଭାବେ ଜିଲ୍ଲାପାଳ ସ୍ଵତଃପ୍ରବୃତ୍ତ ଭାବେ ନିଜ ସମ୍ପତ୍ତି ତାଲିକା ଏନଆଇସି ୱେବସାଇଟରେ ପ୍ରକାଶ କରିସାରିଛନ୍ତି ଏବଂ ଜିଲ୍ଲାର ଅନ୍ୟ ସରକାରୀ ଅଧିକାରୀମାନେ ମଧ୍ୟ ନିଜ ସମ୍ପତ୍ତି ତାଲିକା ଖୁବଶୀଘ୍ର ସାର୍ବଜନୀନ କରନ୍ତୁ ବୋଲି ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି।  ଏହାଦ୍ୱାରା ସମସ୍ତ ଅଧିକାରୀ ମାନେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିବେ।

ସେହିପରି ଭାବେ ଜିଲ୍ଲାର ଯେକୌଣସି ନାଗରିକ ସିଧାସଳଖ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ନିଜ ସମସ୍ୟା ଉପସ୍ଥାପନ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ପ୍ରଥମ ଦିନରୁ ଜିଲ୍ଲାପାଳଙ୍କ ଏପରି କାର୍ଯ୍ୟପନ୍ଥା ଦେଖି ଆଗାମୀ ଦିନରେ ଖୋର୍ଦ୍ଧା ଜିଲ୍ଲାର ଉନ୍ନତି ହେବାସହ ଦୀର୍ଘଦିନ ଧରି ଜିଲ୍ଲାରେ ଲାଗିରହିଥିବା ଏକାଧିକ ସମସ୍ୟାଗୁଡିକର ସମାଧାନ ହୋଇପାରିବ ବୋଲି ଜିଲ୍ଲାବାସି ଆଶା କରିଛନ୍ତି।

ସୂଚନା ଥାଉକି ନିକଟରେ ଖୋର୍ଦ୍ଧାର ବିଦାୟୀ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କୁ ଟିଇ ଏବଂ ଏସସିଇଆରଟିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

ଖୋର୍ଦ୍ଧା ନୂତନ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଲେ ସଂଗ୍ରାମ କେଶରୀ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ରାଷ୍ଟ୍ରିୟ ଏକତା ଦିବସ ପାଳିତ

October 31, 2025

ରାଷ୍ଟ୍ରୀୟ ଏକତା ଦିବସ ୨୦୨୫ ଅବସରରେ ‘ରନ୍‍ ଫର୍‍ ୟୁନିଟି’ର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

October 31, 2025

“ବିକଶିତ ଭାରତ” ଗଠନରେ ଆଦିବାସୀ ଯୁବ ନେତୃତ୍ୱ ହେବ ପ୍ରଗତିର ଭିତ୍ତି: ଡକ୍ଟର ମନସୁଖ ମାଣ୍ଡଭିୟ

October 31, 2025

୨୦୨୫ ବର୍ଷ ପାଇଁ ୧,୪୬୬ ଜଣଙ୍କୁ ‘କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ’

October 31, 2025
Latest News

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ରାଷ୍ଟ୍ରିୟ ଏକତା ଦିବସ ପାଳିତ

October 31, 2025

ରାଷ୍ଟ୍ରୀୟ ଏକତା ଦିବସ ୨୦୨୫ ଅବସରରେ ‘ରନ୍‍ ଫର୍‍ ୟୁନିଟି’ର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

October 31, 2025

“ବିକଶିତ ଭାରତ” ଗଠନରେ ଆଦିବାସୀ ଯୁବ ନେତୃତ୍ୱ ହେବ ପ୍ରଗତିର ଭିତ୍ତି: ଡକ୍ଟର ମନସୁଖ ମାଣ୍ଡଭିୟ

October 31, 2025

୨୦୨୫ ବର୍ଷ ପାଇଁ ୧,୪୬୬ ଜଣଙ୍କୁ ‘କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ’

October 31, 2025

Reliance Jio: ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ୧୮ ମାସ ପାଇଁ ମାଗଣାରେ ମିଳିବ ଗୁଗୁଲ୍ ଏଆଇ ପ୍ରୋ

October 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.