Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ହୃଦରୋଗ ବିଶେଷଜ୍ଞଙ୍କ ପ୍ରଚେଷ୍ଟା, ସଫଳ ଉପଚାର ଯୋଗୁଁ ନୂଆ ଜୀବନ ପାଇଲା ନବଜାତ ଶିଶୁ
ଆଜିର ଖବର

ସମ୍ ହୃଦରୋଗ ବିଶେଷଜ୍ଞଙ୍କ ପ୍ରଚେଷ୍ଟା, ସଫଳ ଉପଚାର ଯୋଗୁଁ ନୂଆ ଜୀବନ ପାଇଲା ନବଜାତ ଶିଶୁ

October 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତରଙ୍କର ସଫଳ ଉପଚାର ଫଳରେ ନୂଆ ଜୀବନ ପାଇଛି ୪ ଦିନର ଶିଶୁ କନ୍ୟା। ଡେକ୍ସଟ୍ରୋ ଟ୍ରାନ୍ସପୋଜିସନ୍ ଅଫ୍ ଦି ଗ୍ରେଟ୍ ଆର୍ଟେରୀଜ୍ (ଡି-ଟିଜିଏ)ଭଳି ହୃଦରୋଗ ସହିତ ଜନ୍ମ ନେଇଥିବା ଶିଶୁଟିକୁ ସୁସ୍ଥ କରିପାରିଛନ୍ତି ସମ୍ କାର୍ଡିଓଲୋଜିଷ୍ଟ। ମାତ୍ର ୨.୩ କେଜି ଓଜନ ଓ ୫୦ ରୁ କମ୍ ପ୍ରତିଶତ ଅମ୍ଳଜାନ ସ୍ତର ଥିବା ନବଜାତ ଶିଶୁ କନ୍ୟାଟି ସମ୍ ହସ୍ପିଟାଲ୍‌ର ଏର୍ମଜେନ୍ସିରେ ପହଂଚିବା ପରେ ତା’ର ଅମ୍ଳଜାନ ସ୍ତର ଲଗାତାର କମୁଥିବା ଦେଖି ତୁରନ୍ତ ନବଜାତ ଶିଶୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ବୋଲି ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ରଞ୍ଜନ ବେହେରା କହିଛନ୍ତି।

ଡି-ଟିଜିଏ ଏକ ଜନ୍ମଗତ ତ୍ରୁଟି ଯେଉଁଥିରେ ହୃତପିଣ୍ଡରୁ ରକ୍ତ ସଂଚାଳନ କରୁଥିବା ଦୁଇଟି ମୁଖ୍ୟ ଆର୍ଟେରୀ, ପଲମୋନାରୀ ଆର୍ଟେରୀ ଏବଂ ଆଓର୍ଟା ନିଜର ସ୍ଥାନ ପରିବର୍ତନ କରିଥାନ୍ତି। ଡାକ୍ତର ବେହେରା କହିଛନ୍ତି ଯେ ସେ ଏବଂ ତାଙ୍କ ଟିମ୍ ଜରୁରୀକାଳୀନ ବେଲୁନ୍ ଆଟ୍ରିଆଲ୍ ସେପ୍ଟୋଷ୍ଟୋମି (ବାସ) ସହିତ ପାଟେଂଟ ଡକ୍ଟସ୍ ଆର୍ଟେରୀଓସସ୍ (ପିଡିଏ) ଷ୍ଟେଂଟିଙ୍ଗ୍ ମଧ୍ୟ କରିଥିଲେ। ବାସ୍ ଦ୍ୱାରା ହୃତ୍‌ପିଣ୍ଡରେ ଏକ ଛିଦ୍ର ସୃଷ୍ଟି କରାଯାଇଥିଲା ଏବଂ ପିଡିଏସ୍  ଷ୍ଟେଂଟିଙ୍ଗ୍ ଦ୍ୱାରା ଦୁଇଟି ମୁଖ୍ୟ ରକ୍ତ ନଳୀ ଆଓର୍ଟା ଏବଂ ପଲମୋନାରୀ ଆର୍ଟେରୀକୁ ସଂଯୋଗ କରାଯାଇ ପାରିଥିଲା ବୋଲି ଡାକ୍ତର ବେହେରା କହିବା ସହ ଏହା ଦ୍ୱାରା ଶିଶୁର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିଲା ଏବଂ ତା’ର ଅମ୍ଳଜାନ ସ୍ତର ୪୦ ପ୍ରତିଶତରୁ ୯୫ ପ୍ରତିଶତ ବୃଦ୍ଧି ପାଇଥିଲା ବୋଲି ସେ କହିଥିଲେ। ଶିଶୁଟିକୁ ଭେଂଟିଲେଟରରେ ରଖାଯିବା ସହ ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବା ଯାଏ ୭ ଦିନ ପର୍ଯ୍ୟନ୍ତ ଏନ୍‌ଆଇସିୟୁରେ ରଖାଯାଇଥିଲା।

ଏନ୍‌ଆଇସିୟୁର ଡାକ୍ତର ଜଗଦୀଶ ସାହୁ ଏବଂ ଡାକ୍ତର ଅଭିଲିପ୍‌ସା ଆଚାର୍ଯ୍ୟ ଏବଂ ତାଙ୍କ ଡାକ୍ତରୀ ଟିମ୍ ଶିଶୁଟିକୁ ସୁସ୍ଥ କରାଇବାରେ ସମସ୍ତ ଯତ୍ନ ନେଇଥିଲେ। ଶିଶୁଟି ସୁସ୍ଥ ହେବା ପରେ ତାକୁ ଥିରୁଭାନନ୍ତପୁରମ୍ ସ୍ଥିତ ଶ୍ରୀ ଚିତ୍ରା ତିରୁନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ମେଡିକାଲ ସାଇନ୍‌ସେସ୍‌ ଆଣ୍ଡ ଟେକ୍ନୋଲୋଜିକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ ତା’ର ଆଉ ଏକ ଅସ୍ତ୍ରୋପଚାର ମଧ୍ୟ କରାଯାଇଛି। ଆମ ରାଜ୍ୟରେ ହୁଏତ ପ୍ରଥମ ଥର ପାଇଁ ଏଭଳି ନବଜାତ ଶିଶୁର ହୃତ ଚିକିତ୍ସା କରାଯାଇଥିବା ଡାକ୍ତର ବେହେରା କହିଛନ୍ତି।

ଡି-ଟିଜିଏ ରୋଗ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏହା ଏକ ଜୀବନ ହାନିକାରକ ଜନ୍ମଗତ ହୃଦ୍‌ରୋଗ ଯାହାକି ଜନ୍ମ ହେବାର କିଛି ଦିନ ମଧ୍ୟରେ ଦେଖାଦେଇଥାଏ। ଏଭଳି ପରିସ୍ଥିତିରେ ଶିଶୁଟି ହଠାତ୍ ନୀଳ ପଡିଯାଏ, ଅସୁସ୍ଥ ଅନୁଭବ କରେ ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ତା’ର ଅମ୍ଳଜାନ ସ୍ତର ୯୦ % ତଳକୁ ଖସିଯାଏ। ଏଥି ନିମନ୍ତେ ତୁରନ୍ତ ଜଣେ ହୃଦରୋଗ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା ଓ ଚିକିତ୍ସା କରିବା ଜରୁରୀ।

ଓଡ଼ିଶାରେ ଏଭଳି ନବଜାତ ଶିଶୁଙ୍କ କ୍ଷେତ୍ରରେ ହୃଦରୋଗ ସମସ୍ୟା ନେଇ ଖୁବ୍ କମ୍ ସଚେତନତା ଦେଖାଦେଇଥାଏ ଏବଂ ଅନେକ ଶିଶୁ ପରୀକ୍ଷା ନିରୀକ୍ଷା ଓ ଚିକିତ୍ସା ବିନା ମୃତ୍ୟୁବରଣ କରିଥାନ୍ତି ବୋଲି ସେ କହିଛନ୍ତି। ଶିଶୁମାନଙ୍କ କ୍ଷେତ୍ରରେ ଦେଖାଦେଉଥିବା ଏଭଳି ହୃଦରୋଗର ଚିକିତ୍ସା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଉପଲବ୍ଧ। ତେଣୁ ଏହି ସୁଯୋଗ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଂଚାଇହେବ ବୋଲି ସେ କହିଛନ୍ତି।

ନବଜାତ ଶିଶୁ ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.