Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ‘ଉତ୍ତମ ପ୍ରଶାସନ ବ୍ୟବସ୍ଥାର ପ୍ରତିଫଳନ’ ସମ୍ପର୍କିତ ଦୁଇ ଦିନିଆ ସମ୍ମିଳନୀ
ଆଜିର ଖବର

ଭୁବନେଶ୍ୱରରେ ‘ଉତ୍ତମ ପ୍ରଶାସନ ବ୍ୟବସ୍ଥାର ପ୍ରତିଫଳନ’ ସମ୍ପର୍କିତ ଦୁଇ ଦିନିଆ ସମ୍ମିଳନୀ

December 2, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଏକ ଆଞ୍ଚଳିକ ସମ୍ମିଳନୀ ଆୟୋଜିତ ହେବ। ଡିସେମ୍ବର ୩-୪ ତାରିଖ ଦୁଇ ଦିନ ଧରି ଅର୍ଦ୍ଧ-ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହେବାକୁ ଏହି ସମ୍ମିଳନୀର ବିଷୟବସ୍ତୁ ରଖାଯାଇଛି : “ଉତ୍ତମ ପ୍ରଶାସନ ବ୍ୟବସ୍ଥାର ପ୍ରତିଫଳନ”। ଏହି ସମ୍ମିଳନୀର ଉଦଯାପନୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଉଦବୋଧନ ଦେବେ।

ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଡିଏଆରପିଜି ସଚିବ ସଞ୍ଜୟ ସିଂ ମଧ୍ୟ ଉଦଘାଟନୀ ଓ ଉଦଯାପନୀ ଅଧିବେଶନରେ ଉପସ୍ଥିତ ରହିବେ। ବିଭିନ୍ନ ଅଧିବେଶନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ନୀତି ଆୟୋଗ ଭଳି ପ୍ରତିଷ୍ଠାନର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଅଧିବେଶନରେ ଯୋଗ ଦେଇ ପରସ୍ପର ମଧ୍ୟରେ ବିଚାରବିମର୍ଶ କରିବେ।

ସାଧାରଣ ପ୍ରଶାସନ କ୍ଷେତ୍ରରେ ନବୋନ୍ମେଷ ଆଣିବା, ଜୀବନ ଧାରଣ ମାନରେ ସୁଧାର ଆଣିବା ଲାଗି ଭବିଷ୍ୟତର ଜନ ସମାଧାନ ପ୍ରକ୍ରିୟାରେ ସୁଧାର, ଇ-ଗଭର୍ଣ୍ଣାନ୍ସ, ଡିଜିଟାଲ ଗଭର୍ଣ୍ଣାନ୍ସ ଆଦି କ୍ଷେତ୍ରରେ ଅଭିଜ୍ଞତା ବିନିମୟ ପାଇଁ ଜାତୀୟ ଓ ରାଜ୍ୟ ସ୍ତରୀୟ ସାଧାରଣ ପ୍ରଶାସନ ସଂଗଠନଗୁଡ଼ିକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏହି ସମ୍ମିଳନୀରେ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ମଣିପୁର, ସିକିମ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ଆଦି ୧୪ ରାଜ୍ୟର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ।

କେନ୍ଦ୍ର ସରକାର ଡ. ଜିତେନ୍ଦ୍ର ସିଂ ଦୁଇ ଦିନିଆ ସମ୍ମିଳନୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

August 14, 2026

କଟକ ଦୁଷ୍କର୍ମ ମାମଲା: ୫ ଗିରଫ, ଅନ୍ୟ ଜଣେ ଫେରାର

August 14, 2026

ଅଗଷ୍ଟ ୧୪ ତାରିଖ ଶୁକ୍ରବାରରେ ସାତଟି ରାଶିର ଭାଗ୍ୟରେ ଦେଖାଦେବ ବଡ ପରିବର୍ତ୍ତନ

August 14, 2026

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026
Latest News

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

August 14, 2026

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026

କଟକ ଦୁଷ୍କର୍ମ ମାମଲା: ୫ ଗିରଫ, ଅନ୍ୟ ଜଣେ ଫେରାର

August 14, 2026

ଅଗଷ୍ଟ ୧୪ ତାରିଖ ଶୁକ୍ରବାରରେ ସାତଟି ରାଶିର ଭାଗ୍ୟରେ ଦେଖାଦେବ ବଡ ପରିବର୍ତ୍ତନ

August 14, 2026

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.