କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୯ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

Published: Dec 9, 2021, 11:56 am IST

ଦିଲ୍ଲୀ: ଆଜି ଦେଶରୁ ୯ ହଜାର ୪୧୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୧୫୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୬ ଲକ୍ଷ ୬୫ ହଜାର ୨୪୧ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୩ ହଜାର ୯୫୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୦ ଲକ୍ଷ ୯୭ ହଜାର ୩୮୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯୭ ହଜାର ୭୪୨ ଆକ୍ଟିଭ୍‌ କେସ୍ ରହିଛି।

Related posts