Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିଲରମାନଙ୍କ ମନମାନି: ମଣ୍ଡିରୁ କିଣୁନାହାନ୍ତି ଧାନ, ବାଣପୁର ତହସିଲ ଘେରାଉ କଲେ ଉତ୍ତ୍ୟକ୍ତ ଚାଷୀ
ଆଜିର ଖବର

ମିଲରମାନଙ୍କ ମନମାନି: ମଣ୍ଡିରୁ କିଣୁନାହାନ୍ତି ଧାନ, ବାଣପୁର ତହସିଲ ଘେରାଉ କଲେ ଉତ୍ତ୍ୟକ୍ତ ଚାଷୀ

January 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ସମଗ୍ର ରାଜ୍ୟରେ ଧାନ ମଣ୍ଡି ଖୋଲିବା ଏବଂ ଧାନ ବିକ୍ରିକୁ ନେଇ ଦେଖାଯାଉଛି ଚାଷୀ ଉତ୍ତେଜନା। ତେବେ ଏଥିରୁ ବାଦ ପଡିନି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଞ୍ଚଳ। ଗତ ୧୩ ତାରିଖରେ ବାଣପୁର ବ୍ଲକ ଏବଂ ଏନଏସି ର ସମସ୍ତ ୧୩ ଗୋଟି ସେବା ସମବାୟ ସମିତିର ଶତାଧିକ ଚାଷୀ ମାନେ ବାଣପୁର ତହସିଲଦାରଙ୍କୁ ଭେଟି ଯଥାଶୀଘ୍ର କିପରି ସମସ୍ତ ସୋସାଇଟିରେ ଧାନ ମଣ୍ଡି ଖୋଲିବ ଏବଂ ଉଚିତ ମୂଲ୍ୟରେ ଧାନ ବିକ୍ରି ହେବ ସେ ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ତେବେ ଗତକାଲି ବାଣପୁର ଏନଏସି ବଡ଼ହନ୍ତୁଆଡ଼ ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଥିବାବେଳେ ଏହାକୁ ତହସିଲଦାର ଉଦଘାଟନ କରିଥିଲେ। କିନ୍ତୁ ମିଲରମାନେ ଆସି ଧାନ ନିରୀକ୍ଷଣ କରି ମାନ ଉତ୍କୃଷ୍ଟ ନଥିବା କହି ଧାନ ନକିଣି ଫେରିଯାଇଥିଲେ। ଏହାପରେ ନିୟନ୍ତ୍ରିତ ବଜାର କମିଟିର ଅଧିକାରୀ ଉକ୍ତ ସ୍ଥାନକୁ ଆସି ଧାନର ମାନ ନିରୀକ୍ଷଣ କରିଥିଲେ ସୁଦ୍ଧା ମିଲର ମାନେ ଚାଷୀଙ୍କଠାରୁ ଧାନ କିଣୁନାହାନ୍ତି। ଯାହାଦ୍ୱାରା ଦୀର୍ଘ ଦୁଇ ଦିନ ହେଲା ଚାଷୀମାନେ ଶୀତ କାକରରେ ପଡ଼ି ନିଜ ଅମଳ ଧାନକୁ ଜଗି ରହିଛନ୍ତି।

ତେବେ ଆଜି ଏହାର ପ୍ରତିବାଦରେ ଏବଂ ସ୍ଥାୟୀ ସମାଧାନ ଦାବିରେ ୧୩ ଗୋଟି ସୋସାଇଟିର ଶତାଧିକ ଚାଷୀ ବାଣପୁର ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଯଥାଶୀଘ୍ର ଉକ୍ତ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନ କରିଥିଲେ। ଏବଂ ତହସିଲଦାରଙ୍କୁ ଦୁଇ ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ଏହାର କିଛି ସୁଫଳ ନମିଳେ ତେବେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାଙ୍କୁ ଓଲ୍ହାଇବାକୁ ପଛାଇବେ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି।

କିନ୍ତୁ ଏ ନେଇ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କୁ ପଚାରିବାରୁ ସେ ଉକ୍ତ ସମସ୍ୟା ଖୋର୍ଦ୍ଧା ଉପଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ଏବଂ ଏବାବଦରେ ଆଜି ମିଲରମାନଙ୍କ ସହ ଏକ ବୈଠକ ଜାରିରହିଥିବାର ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି। ତେବେ ଖୁବଶୀଘ୍ର ଉକ୍ତ ସମସ୍ୟାର ସମାଧାନ ହେବ ବୋଲି ତହସିଲଦାର କହିଛନ୍ତି।

ଧାନ ବିକ୍ରି ଧାନ ମଣ୍ଡି ବଡହନ୍ତୁଆଡ ବାଣପୁର ସମବାୟ ସମିତି ସେବା ସମବାୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗଳାରେ ବିଜେପିର ବିଜୟ ବିଷୟରେ LSG ମାଲିକଙ୍କ ବଡ ବୟାନ: ଭାଇରାଲ ହେଲା ପୋଷ୍ଟ

May 5, 2026

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026

ମାତ୍ର ଗୋଟିଏ ଭୋଟ ବି ଭାଗ୍ୟ ବଦଳାଇ ଦିଏ

May 5, 2026

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ

May 5, 2026
Latest News

ଇରାନର ଡ୍ରୋନ୍ ଆକ୍ରମଣରେ ତିନି ଭାରତୀୟ ଆହତ: ଭାରତର ଚେତାବନୀ, ନିନ୍ଦା କଲେ ପ୍ରଧାନମନ୍ତ୍ରୀ

May 5, 2026

ବଙ୍ଗଳାରେ ବିଜେପିର ବିଜୟ ବିଷୟରେ LSG ମାଲିକଙ୍କ ବଡ ବୟାନ: ଭାଇରାଲ ହେଲା ପୋଷ୍ଟ

May 5, 2026

ବଙ୍ଗଳାରେ କିପରି ଭୁଶୁଡ଼ି ପଡ଼ିଲା ମମତା ବାନାର୍ଜୀଙ୍କ ଦୁର୍ଗ?: ଜାଣନ୍ତୁ ଏହି ପାଞ୍ଚଟି ପ୍ରମୁଖ କାରଣ

May 5, 2026

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026

ମାତ୍ର ଗୋଟିଏ ଭୋଟ ବି ଭାଗ୍ୟ ବଦଳାଇ ଦିଏ

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.