ଗତକାଲି ଠାରୁ ଆଜି ଆଉ ୨୭ ହଜାର ୪୬୯ କମ ଆକ୍ରାନ୍ତ ଚିହ୍ନଟ, କରୋନାଜନିତ ମୃତ୍ୟୁ ୪୩୯

Published: Jan 24, 2022, 10:32 am IST

ନୂଆଦିଲ୍ଲୀ: ଗତକାଲି ଦେଶରେ ୩ ଲକ୍ଷ ୬ ହଜାର ୬୪ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୩ ଲକ୍ଷ ୩୩ ହଜାର ୪୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ଆଉ ୫୨୫ ଜଣଙ୍କ ପ୍ରାଣହାନୀ ଘଟିଛି।

ତେବେ ଏହି ସମୟ ମଧ୍ୟରେ ୨ ଲକ୍ଷ ୪୩ ହଜାର ୪୯୫ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୩ କୋଟି ୯୫ ଲକ୍ଷ ୪୩ ହଜାର ୩୨୮ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୮୯ ହଜାର ୮୪୮ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ତେବେ ଏପର୍ଯ୍ୟନ୍ତ ୩ କୋଟି ୬୮ ଲକ୍ଷ ୪ ହଜାର ୧୪୫ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୨ ଲକ୍ଷ ୪୯ ହଜାରକୁ ୩୩୫ ବୃଦ୍ଧି ପାଇଛି।

Related posts