Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ: ”ସ୍ଵର୍ଣ୍ଣ ହୋମିଓ ହଲ୍” ପକ୍ଷରୁ ଅଭିନବ ପ୍ରୟାସ, ଫୋନ ମାଧ୍ୟମରେ ମାଗଣାରେ ପରାମର୍ଶ ନେବେ ରୋଗୀ
ଆଜିର ଖବର

ବାଲୁଗାଁ: ”ସ୍ଵର୍ଣ୍ଣ ହୋମିଓ ହଲ୍” ପକ୍ଷରୁ ଅଭିନବ ପ୍ରୟାସ, ଫୋନ ମାଧ୍ୟମରେ ମାଗଣାରେ ପରାମର୍ଶ ନେବେ ରୋଗୀ

February 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ସମସ୍ତଙ୍କର ଆନ୍ତରିକ ସହଯୋଗ ଏବଂ ଅତୁଟ ବିଶ୍ୱାସକୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗାନ୍ଧୀଛକ ସ୍ଥିତ ”ସ୍ଵର୍ଣ୍ଣ ହୋମିଓ ହଲ୍” ଆଜି ତାର ପ୍ରଥମ ସ୍ଵନକ୍ଷତ୍ର ପୂର୍ଣ୍ଣ କରିଛି। ଗତ ଏକ ବର୍ଷ ମଧ୍ୟରେ ସ୍ଵର୍ଣ୍ଣ ହୋମିଓ ହଲ୍ ଅନେକ ରୋଗୀଙ୍କୁ ସଫଳତାର ସହ ସେବା ପ୍ରଦାନ କରିବା ସହ ୭୫ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ଏବଂ ଶାରୀରିକ ବିକଳାଙ୍ଗ ରୋଗୀଙ୍କୁ ମାଗଣାରେ ପରାମର୍ଶ ତଥା ଔଷଧ ପ୍ରଦାନ କରିଚାଲିଛି।

ଆଜି ପ୍ରଥମ ସ୍ଵନକ୍ଷତ୍ର ଅବସରରେ ସ୍ଵର୍ଣ୍ଣ ହୋମିଓ ହଲ୍ ରୋଗୀଙ୍କୁ କିପରି ଭାବରେ ଶୀଘ୍ର, ସହଜ ଏବଂ କମ୍ ଖର୍ଚ୍ଚରେ ଆରୋଗ୍ୟ କରିବାର ଉଦ୍ଦେଶ୍ୟ ନେଇ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛି। ଏଣିକି କେହି ଅସୁସ୍ଥ ଅନୁଭବ କଲେ ତତକ୍ଷଣାତ ଘରେ ରହି ନିଜ ଫୋନ ମାଧ୍ୟମରେ ସ୍ଵର୍ଣ୍ଣ ହୋମିଓ ହଲ୍ ର ଅଭିଜ୍ଞ ହୋମିଓପାଥି ଡାକ୍ତର ମାନଙ୍କ ଠାରୁ ମାଗଣାରେ ପରାମର୍ଶ ନେଇପାରିବେ। ଏଥି ସହିତ ପ୍ରତ୍ୟେକ ପୀଡିତ କିପରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଶୀଘ୍ର ଏବଂ କମ୍ ଖର୍ଚ୍ଚରେ ପାଇପାରିବେ, ସେଥିପାଇଁ ସ୍ଵର୍ଣ୍ଣ ହୋମିଓ ହଲ୍ ପ୍ରାୟସ କରିବ।

ତେବେ “ସ୍ଵର୍ଣ୍ଣ ହୋମିଓ ହଲ୍” ପକ୍ଷରୁ ରୋଗୀଙ୍କୁ ଏଭଳି ସେବା ଯୋଗାଇଦେବା ପାଇଁ ଏକ ଯୋଗାଯୋଗ ନମ୍ବର ଜାରି କରାଯାଇଛି। ମାଗଣାରେ ଚିକିତ୍ସା ସମ୍ବଦ୍ଧୀୟ ପରାମର୍ଶ ପାଇବା ପାଇଁ ୭୩୨୮୦୫୪୪୩୩ ନମ୍ବରରେ ଯୋଗାଯୋଗ କରିବାକୁ “ସ୍ଵର୍ଣ୍ଣ ହୋମିଓ ହଲ୍” ପକ୍ଷରୁ କୁହାଯାଇଛି।

ଏଥି ପାଇଁ ଅନେକ ଅଭିଜ୍ଞ ହୋମିଓ ବିଶେଷଜ୍ଞ ଯଥା:- ଡାକ୍ତର ପ୍ରେମଲତା ଦେବୀ (ସ୍ତ୍ରୀ ଏବଂ ଶିଶୁ ରୋଗ ବିଶେଷଜ୍ଞ), ଡାକ୍ତର ସି. ଧର ବି.ଏଚ.ଏମ.ଏସ (ଉତ୍କଳ) ଏମଡ଼ି (ହୋମିଓ) ଆଗ୍ରା, ଲେକଚର ଓଏମସିଏଚ ଏବଂ ଆର (ଶ୍ଵାସ ଏବଂ ବାତ ରୋଗ ବିଶେଷଜ୍ଞ), ଡାକ୍ତର ଜ୍ୟୋତି ପ୍ରକାଶ ପରିଡା ଡ଼ି.ଏଚ.ଏମ.ଏସ (ଉତ୍କଳ) (ପାରାଲିସିସ୍ ବିଶେଷଜ୍ଞ), ଡାକ୍ତର ଶୁଭଶ୍ରୀ ରାୟସିଂ, ଏଫ.ଏମ.ଇ.ଏଚ (ଏଫ.ବି.ଇ.ଏଚ) (ଗଳା, ନାସା ଏବଂ କର୍ଣ୍ଣ ବିଶେଷଜ୍ଞ), ଡାକ୍ତର ମିନାକ୍ଷୀ ବଳିୟାରସିଂହ, ବି.ଏଚ.ଏମ.ଏସ (ଉତ୍କଳ) (ସ୍ତ୍ରୀ ଏବଂ ଚର୍ମ ରୋଗ ବିଶେଷଜ୍ଞ)ଙ୍କ ପରି ଅନେକ ଅଭିଜ୍ଞ ଡାକ୍ତର ନିସ୍ୱାର୍ଥପର ଭାବରେ ତାଙ୍କର ସହଯୋଗ ଓ ସେବା ପ୍ରଦାନ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି।

ଅଭିନବ ପ୍ରୟାସ ବାଲୁଗାଁ ସ୍ଵର୍ଣ୍ଣ ହୋମିଓ ହଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀ ଆୟ ଓ ଟିକେଟ୍ ବୁକିଂରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ଅଭିବୃଦ୍ଧି

October 15, 2026

ସୋଆକୁ ବଡ଼ ଗୌରବ: ଷ୍ଟାନଫୋର୍ଡ ତାଲିକାରେ ସୋଆର ୩୮ ଗବେଷକ

October 15, 2026

କାରରୁ ଗଂଜେଇ ଜବତ: ୨ ଗିରଫ

October 15, 2026

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨,୯୧,୬୬୬ ନୂଆ ଘର

October 15, 2026
Latest News

ଯାତ୍ରୀ ଆୟ ଓ ଟିକେଟ୍ ବୁକିଂରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ଅଭିବୃଦ୍ଧି

October 15, 2026

SIR ବିବାଦ ମଧ୍ୟରେ ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି: ୧୭ ଟି ରାଜ୍ୟ ପାଇଁ ନେଲେ ଏହି ପଦକ୍ଷେପ

October 15, 2026

ସୋଆକୁ ବଡ଼ ଗୌରବ: ଷ୍ଟାନଫୋର୍ଡ ତାଲିକାରେ ସୋଆର ୩୮ ଗବେଷକ

October 15, 2026

କାରରୁ ଗଂଜେଇ ଜବତ: ୨ ଗିରଫ

October 15, 2026

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨,୯୧,୬୬୬ ନୂଆ ଘର

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.