ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୬୩୯ ଉର୍ଦ୍ଧ୍ଵ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Feb 16, 2022, 8:06 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୬୩୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୧, ସୁନ୍ଦରଗଡ଼ ଜିଲ୍ଲାରୁ ୧୪୦ ଜଣ, କଟକରୁ ୧୨୧, ରାୟଗଡ଼ାରୁ ୮୪, ବଲାଙ୍ଗୀରିରୁ ୮୨, କୋରାପୁଟରୁ ୭୯, ଯାଜପୁରରୁ ୬୪, ଦେବଗଡରୁ ୫୫, ପୁରୀରୁ ୫୪, ଅନୁଗୁଳରୁ ୫୩, ବାଲେଶ୍ବରରୁ ୪୯, ଜଗତସିଂହପୁରରୁ ୪୯, ଗଜପତିରୁ ୪୫, କଳାହାଣ୍ଡିରୁ ୪୦, ମୟୂରଭଞ୍ଜରୁ ୪୦, ନୟାଗଡରୁ ୩୭, ବୌଦ୍ଧରୁ ୩୧, କେନ୍ଦ୍ରାପଡାରୁ ୨୯, ଢେଙ୍କାନାଳରୁ ୨୩, ନବରଙ୍ଗପୁରରୁ ୨୩, କନ୍ଧମାଳରୁ ୨୨, ନୂଆପଡାରୁ ୨୨, ଗଞ୍ଜାମରୁ ୨୧, କେନ୍ଦୁଝରରୁ ୨୧, ସମ୍ବଲପୁରରୁ ୨୧, ବରଗଡରୁ ୧୭, ଭଦ୍ରକରୁ ୧୭, ମାଲକାନଗିରିରୁ ୬, ଝାରସୁଗୁଡାରୁ ୨ ଓ ଷ୍ଟେଟପୁଲରୁ ୪୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୨ ଲକ୍ଷ ୬୩ ହଜାର ୧୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୮୯୮ ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ୭ ହଜାର ୭୯୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts