ଆଜି ରାଜ୍ୟରେ ଆଉ ୧୦୮ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

Published: Mar 8, 2022, 10:14 am IST

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୨୦ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୬  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୪

ବାଲେଶ୍ଵର ଜିଲ୍ଲାରୁ- ୪

ବରଗଡ ଜିଲ୍ଲାରୁ- ୧

ଭଦ୍ରକ ଜିଲ୍ଲାରୁ- ୧

ବଲାଙ୍ଗୀରି ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ- ୨

ଦେବଗଡ ଜିଲ୍ଲାରୁ- ୨

ଢେଙ୍କାନାଳ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୧୪

ଗଞ୍ଜାମ ଜିଲ୍ଲାରୁ- ୧୫

ଜଗତସିଂହପୁର ଜିଲ୍ଲାରୁ- ୧

ଯାଜପୁର ଜିଲ୍ଲାରୁ- ୮

ଝାରସୁଗୁଡା ଜିଲ୍ଲାରୁ- ୧୧

କଳାହାଣ୍ଡି ଜିଲ୍ଲାରୁ- ୨

କେନ୍ଦ୍ରପଡା ଜିଲ୍ଲାରୁ- ୭

ଖୋର୍ଦ୍ଧା ଜିଲ୍ଲାରୁ- ୬

କୋରାପୁଟ ଜିଲ୍ଲାରୁ- ୫

ମୟୂରଭଞ୍ଜ ଜିଲ୍ଲାରୁ- ୬

ସମ୍ବଲପୁର ଜିଲ୍ଲାରୁ- ୫

ସୁନ୍ଦରଗଡ ଜିଲ୍ଲାରୁ- ୮

ଷ୍ଟେଟ ପୁଲରୁ- ୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୬ ହଜାର ୧୧୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୫ ହଜାର ୭୬୭ ଏବଂ ବର୍ତ୍ତମାନ ୧ ହଜାର ୧୯୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts