Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଆଜିର ଖବର

ପୂର୍ବତଟ ରେଳପଥ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପୂର୍ବ ତଟ ରେଳପଥ ସହିତ ଏହାର ମହିଳା କଲ୍ୟାଣ ସଂଗଠନର ମିଳିତ ଆନୁକୂଲ୍ୟରେ ରେଳବାଇ ଅଡିଟୋରିୟମ ଠାରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି।

ଆନ୍ତର୍ଜାତୀୟ ମହିଳା ଦିବସ ପାଳନକୁ ସ୍ମରଣୀୟ କରିବାପାଇଁ ଆୟୋଜିତ ଆଲୋଚନାଚକ୍ର “ଆଜିର ଲିଙ୍ଗଗତ ସମାନତା ଆସନ୍ତା କାଲି ପାଇଁ ଦାୟିତ୍ୱଭାର ସମ୍ଭାଳିବା” ବିଷୟବସ୍ତୁ ସମ୍ବନ୍ଧରେ ଆଲୋଚିତ ହୋଇଥିଲା ଯେଉଁଥିରେ ବିଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କର ମତ ଉପସ୍ଥାପନ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତଟ ରେଳପଥର ପ୍ରମୁଖ ଟେଲିକମ ଓ ସାଙ୍କେତିକ ଯନ୍ତ୍ରୀ ଏସ୍ ମାଙ୍ଗା ଭି ରେଳପଥର ମହିଳା ରେଳ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଶଂସା କରିଥିଲେ, ଯେଉଁମାନେ କେବଳ ରେଳବାଇ ନୁହେଁ ଦେଶ ପାଇଁ ମଧ୍ୟ ସୁନାମଧନ୍ୟ ଆଣିପାରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଆମର ମୂଲ୍ୟବାନ ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ସିଗନାଲ୍ ଆଣ୍ଡ ଟେଲିକମ୍ ଏବଂ ରେଳ ସୁରକ୍ଷା ବଳ (ଆରପିଏଫ୍) ର ମହିଳା କର୍ମଚାରୀଙ୍କ ସମେତ ଆମର ମହିଳା ଲୋକୋ ପାଇଲଟ୍, ସହାୟକ ଲୋକୋ ପାଇଲଟ୍, ଗାର୍ଡ, ଟ୍ରାକମ୍ୟାନ୍ ମାନଙ୍କ ଅବଦାନ ମଧ୍ୟ ଅତୁଳନୀୟ। ଏହା ବ୍ୟତୀତ ରେଳପଥର ଅନ୍ୟ ସ୍ଥାନ ମାନଙ୍କରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ ମଧ୍ୟ ଏହି ରେଳବାଇକୁ ସର୍ବୋଚ୍ଚ ସ୍ତରରେ ଆଣିବା ପାଇଁ କଠିନ ପରିଶ୍ରମ କରୁଛନ୍ତି।

ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ସ୍ବେଛାସେବୀ ସଂସ୍ଥା ଅସ୍ତିତ୍ବର ଆବାହିକା ମମତା ଦାଶ ପୂର୍ବ ତଟ ରେଳବାଇର ମହିଳା କର୍ମଚାରୀ ମାନଙ୍କୁ ସମ୍ବୋଧିତ କରି କରିଛନ୍ତି ଯେ, ମହିଳାମାନେ ପ୍ରଗତିର ଗତି! ମହିଳା ସଶକ୍ତିକରଣ ରାଷ୍ଟ୍ରଗୁଡିକର ଦକ୍ଷତା ବୃଦ୍ଧି ପାଇଁ ନେତୃତ୍ୱ ନେବା ସହିତ ସଭ୍ୟତାକୁ ଅଗ୍ରଗତି କରିବାକୁ ଆଗେଇ ନେଇଥାଏ। ସେ ପ୍ରତ୍ୟେକ ମହିଳା ଏବଂ ନାରୀତ୍ୱର ଅଦମ୍ୟ ଜୀବନ ଶକ୍ତିକୁ ମଧ୍ୟ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟର ବରିଷ୍ଠ ପରାମର୍ଶଦାତା ଡ। ଅରୁନ୍ଧତୀ ସେନାପତି କହିଛନ୍ତି ଯେ କୋଭିଡ଼୧୯ ମହାମାରୀ ସମୟରେ ରେଳପଥ ମହିଳା କର୍ମଚାରୀମାନଙ୍କ ଉଲ୍ଲେଖନୀୟ ସେବା ଅତି ପ୍ରଶଂସନୀୟ ଏଥିପାଇଁ ମହିଳା ରେଳ କର୍ମଚାରୀ ଏବଂ ମହିଳାମାନଙ୍କ ଉତ୍ସର୍ଗୀକୃତ ସେବା ପ୍ରଶଂସନୀୟ।

ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ଏବଂ ସମ୍ମାନଜନକ ସେବା ସହିତ କୋଭିଡ19 ମହାମାରୀ ଲକଡାଉନ୍ ସମୟରେ କଠିନ ପରିଶ୍ରମ କରିଥିବା ୨୩ ଜଣ ମହିଳା କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ମଜାଳିଆ ଇଭେଣ୍ଟ ଏବଂ କୁଇଜ୍ ମଧ୍ୟ ଆୟୋଜିତ କରାଯାଇଥିବାବେଳେ ମହିଳା ସଶକ୍ତିକରଣ ଉପରେ ରେଳବାଇର ମହିଳା କର୍ମଚାରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

ପୂର୍ବ ତଟ ରେଳପଥର ପ୍ରମୁଖ କାର୍ମୀକ ଅଧିକାରୀ ତୁଷାର କାନ୍ତୀ ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆନ୍ତର୍ଜାତୀୟ ମହିଳା ଦିବସ ମଧ୍ୟ ରେଳପଥର ସମସ୍ତ ତିନିଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁରର ଠାରେ ମଧ୍ୟ ଆୟୋଜିତ କରାଯାଇଥିଲା।

ଆନ୍ତର୍ଜାତୀୟ ମହିଳା ଦିବସ ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ
Share. Facebook Twitter LinkedIn Email WhatsApp Copy Link

Related Posts

ବେଗୁନିଆରେ ପଞ୍ଚମ ସାଂସଦ ଚିକିତ୍ସା ଶିବିର ଅନୁଷ୍ଠିତ

May 18, 2026

ଶ୍ରୀଶ୍ରୀ ବାବା ପ୍ରତାପେଶ୍ବର ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ପୃଥ୍ୱୀରାଜ ହରିଚନ୍ଦନ

May 18, 2026

ପ୍ରଧାନମନ୍ତ୍ରୀଙ୍କ ଆଫସ୍ଲୁଇଟଡିଜକ୍ ଡ୍ୟାମ୍ ପରିଦର୍ଶନ

May 18, 2026

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ କେରଳ କ୍ୟାବିନେଟ ଘୋଷଣା

May 17, 2026
Latest News

ବେଗୁନିଆରେ ପଞ୍ଚମ ସାଂସଦ ଚିକିତ୍ସା ଶିବିର ଅନୁଷ୍ଠିତ

May 18, 2026

ଶ୍ରୀଶ୍ରୀ ବାବା ପ୍ରତାପେଶ୍ବର ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ପୃଥ୍ୱୀରାଜ ହରିଚନ୍ଦନ

May 18, 2026

ପ୍ରଧାନମନ୍ତ୍ରୀଙ୍କ ଆଫସ୍ଲୁଇଟଡିଜକ୍ ଡ୍ୟାମ୍ ପରିଦର୍ଶନ

May 18, 2026

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ କେରଳ କ୍ୟାବିନେଟ ଘୋଷଣା

May 17, 2026

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.