ଦୁଇ ବର୍ଷ ପରେ ରାମନବମୀରେ ପ୍ରଭୃଙ୍କୁ ଦର୍ଶନ କଲେ ଭକ୍ତ

Published: Apr 10, 2022, 11:41 am IST

ଭୁବନେଶ୍ବର: କରୋନା କଟକଣା ପାଇଁ ଦୁଇ ବର୍ଷ ଧରି ରାମନବମୀରେ ପ୍ରଭୃଙ୍କ ଦର୍ଶନ କରିପାରି ନ ଥିଲେ ଭକ୍ତ। ହେଲେ ଆଜି ରାମନବମୀ ଉପଲକ୍ଷେ ସମସ୍ତ ଭକ୍ତ ପ୍ରଭୃ ଶ୍ରୀରାମଙ୍କୁ ଦର୍ଶନ କରିବାର ସୁଯୋଗ ହାସଲ କରିଛନ୍ତି। ଫଳରେ ଆଜି ଓଡିଶାର ବିଭିନ୍ନ ରାମ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।

ବିଶେଷ କରି ଭୁବନେଶ୍ବର ରାମମନ୍ଦିରରେ ଏହି ଭିଡ ପରିଲକ୍ଷିତ ହୋଇଥିଲା। ସକାଳୁ ସକାଳୁ ଭକ୍ତମାନେ ପ୍ରଭୃଙ୍କୁ ଦୀପଦାନ କରି ସ୍ବତନ୍ତ୍ର ଭୋଗ କରିଥିଲେ। ପ୍ରଭୃଙ୍କ ଜନ୍ମ ଦିନରେ ଆର୍ଶିବାଦ ଭିକ୍ଷା କରିଥିଲେ। ଏହି ପବିତ୍ର ଦିନ ଉପଲକ୍ଷେ ରାମମନ୍ଦିର କର୍ତ୍ତୁପକ୍ଷ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଭକ୍ତମାନଙ୍କୁ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ତରଫରୁ ମଧ୍ୟ ବ୍ୟବସ୍ଥା କରାଯାଇଛି।

Related posts