କରୋନା ଅପଡେଟ୍: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨,୨୮୮ ଆକ୍ରାନ୍ତ ଚିହ୍ନଟ

Published: May 10, 2022, 11:31 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨, ୨୮୮ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ତେବେ ଗତକାଲି ତୁଳନାରେ ଏହା ୨୮.୬ ପ୍ରତିଶତ କମ୍ ଅଟେ। ସକ୍ରିୟ ମାମଲା ୨୦ ହଜାରରୁ କମ୍ ହୋଇଛି। ବର୍ତ୍ତମାନ କରୋନା ର ସକ୍ରିୟ ମାମଲା ୧୯ ହଜାର ୬୩୭ ଅଟେ। ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ କରୋନାଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୪ ୧୦୩ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩,୯୦,୯୧୨ କରୋନା ଟୀକାକରଣ ହୋଇଛି। ଏହା ସହିତ ମୋଟ ଟୀକାକରଣ ଏପର୍ଯ୍ୟନ୍ତ ୧,୯୦,୫୦,୮୬,୭୦୬ ରେ ପହଞ୍ଚିଛି।

Related posts