ଭାରତରେ ନୂତନ କୋଭିଡ ମାମଲାରେ ୪.୩% ହ୍ରାସ, ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୭୦୬ ଚିହ୍ନଟ

Published: May 30, 2022, 10:18 am IST

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୪.୩ ପ୍ରତିଶତ ହ୍ରାସ ସହିତ ୨ ହଜାର ୭୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେତେବେଳେ କି ଏହି ସମୟ ମଧ୍ୟରେ କରୋନା ଭାଇରସ୍ ଯୋଗୁଁ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଦେଶରେ କରୋନା ଭାଇରସରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୬୧୧ କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ହେଉଛି ୧୭ ହଜାର ୬୯୮ରେ ପହଞ୍ଚିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୩୧ ଲକ୍ଷ ୫୫ ହଜାର ୭୪୯ ଲୋକ କରୋନା ଜୀବାଣୁ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରୁ ୪ କୋଟି ୨୬ ଲକ୍ଷ ୧୩ ହଜାର ୪୪୦ ଲୋକ କରୋନା ଜୀବାଣୁକୁ ପରାସ୍ତ କରିଛନ୍ତି।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୨୮ ହଜାର ୮୨୩ ଟିକା ପ୍ରୟୋଗ କରାଯାଇଛି। ତଥ୍ୟ ଅନୁଯାୟୀ, ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ସମୁଦାୟ ୧୯୩ କୋଟି ୩୧ ଲକ୍ଷ ୫୭ ହଜାର ୩୫୨ ଡୋଜ ଟିକା ଦିଆଯାଉଛି।

Related posts