Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ସାଇକେଲ ଦିବସ: ୭୫୦ ଯୁବ ସାଇକେଲ ଆରୋହୀଙ୍କ ସହ ସାଇକେଲ ଚାଳନା କରିବେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ବିଶ୍ୱ ସାଇକେଲ ଦିବସ: ୭୫୦ ଯୁବ ସାଇକେଲ ଆରୋହୀଙ୍କ ସହ ସାଇକେଲ ଚାଳନା କରିବେ କେନ୍ଦ୍ରମନ୍ତ୍ରୀ

June 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜାଦୀ କା ଅମ୍ରିତ ମହୋତ୍ସବ ଭାରତ @୭୫ ଅଧୀନରେ  ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୨, ୨୦୨୧ରେ ଆଜାଦୀ କା ଅମ୍ରିତ ମହୋତ୍ସବର ଉଦ୍‌ଘାଟନୀର ଅଭିଭାଷଣ ଦ୍ୱାରା ଉତ୍ସାହିତ ହୋଇ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ଆଜାଦୀ କା ଅମ୍ରିତ ମହୋତ୍ସବ ଅଧୀନ ଆକ୍ସନ ଆଣ୍ଡ ରିଜଲଭ (କର୍ମ ଓ ସଂକଳ୍ପ) @୭୫  ପରିକଳ୍ପନା କରିଛି।

ବିଶ୍ୱ ସାଇକେଲ ଦିବସ ଅବସରରେ ଆଜି ଯୁବ ବ୍ୟାପାର ବିଭାଗ ଏହାର ଦୁଇ ଅଗ୍ରଣୀ ଯୁବ ସଂଗଠନ ନେହେରୁ ଯୁବ କେନ୍ଦ୍ର (NYKS) ଏବଂ ଜାତୀୟ ସେବା ଯୋଜନା (NSS) ଏକା ଶହ ଚାରିଟି କାର୍ଯ୍ୟକଳାପ ହାତକୁ ନେଇଛନ୍ତି। ଯଥା ଦିଲ୍ଲୀରେ ବିଶ୍ୱ ସାଇକେଲ ଦିବସ ପାଳନ, ଦେଶର ୩୫ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ସାଇକେଲ ଶୋଭାଯାତ୍ରା, ଦେଶର ୭୫ଟି କୀର୍ତ୍ତି ରାଜି ସ୍ଥଳକୁ ଶୋଭାଯାତ୍ରା ଓ ଦେଶର ସମସ୍ତ ବ୍ଲକର ରାଲି। କେନ୍ଦ୍ର ଯୁବବ୍ୟାପାର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଆଜି ଏହି ଦେଶବ୍ୟାପୀ କାର୍ଯ୍ୟକ୍ରମ ଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଷ୍ଟାଡିୟମରୁ ଶୁଭାରମ୍ଭ କରିବେ।

ଏହି ଅବସରରେ ଭଶ୍ରୀ ଠାକୁର ୭୫୦ଜଣ ଯୁବ ସାଇକେଲ ଆରୋହୀଙ୍କ ସହ ୭.୫ କିଲୋମିଟର ସାଇକେଲ ଯାତ୍ରା କରିବେ। ପରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଦେଶର ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ ୭୫ଟି କୀର୍ତ୍ତିରାଜି ସମ୍ପନ୍ନ ସ୍ଥାନରୁ ସାଇକେଲ ଶୋଭାଯାତ୍ରା ବାହାର କରାଯିବ। ଏଥିରେ ୭୫ଜଣ ଅଂଶଗ୍ରହଣକାରୀ ନେହେରୁ ଯୁବ କେନ୍ଦ୍ର ସଂଗଠନ, ଯୁବ ସ୍ୱେଚ୍ଛାସେବୀ ଓ ଯୁବ କ୍ଲବର ସଦସ୍ୟଗଣ ଦେଶରେ ସମସ୍ତ ବ୍ଲକରୁ ସ୍ୱେଚ୍ଛାକୃତ ଭାବେ ସାଇକେଲ ଶୋଭାଯାତ୍ରା କରିବେ।

ଏହି ଅବସରରେ  ଭୁବନେଶ୍ଵର ଓ ପୁରୀଠାରେ ମଧ୍ୟ ସାଇକେଲ ରାଲି ଆୟୋଜିତ ହେବ।

ସେ ଦୃଷ୍ଟିରୁ ବିଶ୍ୱ ସାଇକେଲ ଦିବସ ଅବସରରେ ଦେଶବ୍ୟାପୀ ସାଇକେଲ ରାଲି ଅନୁଷ୍ଠିତ ହେଉଥିବାବେଳେ ଗୋଟିଏ ଦିନରେ ୧ଲକ୍ଷ ୨୯ହଜାର ଯୁବ ସାଇକେଲ ଆରୋହୀ ୯.୬୮ଲକ୍ଷ କିଲୋମିଟରରୁ ଅଧିକ ଦୂରତ୍ୱ ଅତିକ୍ରମ କରିବେ।

ଶରୀରକୁ ସୁସ୍ଥବଳ ଓ ସତେଜ ରଖିବା ସହ ପୃଥ୍ୱଳତ୍ୱ ଆଳସ୍ୟଭାବ, ମାନସିକ ଚାପ ଓ ରୋଗରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ଦୈନନ୍ଦିନ ଜୀବନରେ ସାଇକେଲ ଚାଳନା ପାଇଁ ଗୁରୁତ୍ୱ ଆରୋପ କରାଯାଉଛି। ସାଧାରଣ ନାଗରିକମାନେ ସାଇକେଲ ଚାଳନାକୁ ଆପଣାଇବା ଦ୍ୱାରା ଅଙ୍ଗାରକାମ୍ଳ ଉତ୍ସରଣ ମଧ୍ୟ ହ୍ରାସ ପାଇବ। ବିଶ୍ୱ ସାଇକେଲ ଦିବସ  ଅବସରରେ ଦିନକୁ ଅନୂନ୍ୟ ଅଧଘଣ୍ଟା ଶାରୀରିକ କାର୍ଯ୍ୟକଳାପ ନିମନ୍ତେ ସଂକଳ୍ପ ନେବାକୁ ଆହ୍ୱାନ ଦିଆଯିବ। ତାହା ହେଲା “ ଫିଟ୍‌ନେସ୍  କି ଡୋଜ, ଆଧା ଘଣ୍ଟା ରୋଜ।”

ବିଶ୍ୱ ସାଇକେଲ ଦିବସରେ ମୁଖ୍ୟ କାର୍ଯ୍ୟକଳାପ ମଧ୍ୟରେ  ସୁସ୍ଥ ସବଳ ରହିବା ଉପରେ ଜନସଚେତନତା ଓ ପତାକା ଦେଖାଇ ସାଇକେଲ ରାଲି ଅନ୍ତର୍ଭୁକ୍ତ। ଯୁବକ ଯୁବତୀମାନଙ୍କୁ ମଧ୍ୟ ସେମାନଙ୍କ ଗ୍ରାମ ଓ ଅଞ୍ଚଳରେ ଆଦାଜୀ କା ଅମ୍ରିତ ମହୋତ୍ସବ ଅବସରରେ ଏହି ପ୍ରକାର ର‌୍ୟାଲି ଆୟୋଜନ ପାଇଁ ପ୍ରୋତ୍ସାହିତ କରାଯାଇଛି। ଜନସାଧାରଣ ସାଇକେଲିଂ ଫୋର ଇଣ୍ଡିଆ ଏବଂ ୱାଲ୍‌ଡ ବାଇସାଇଲେକ ଡେ ୨୦୨୨କୁ  ଉତ୍ସାହିତ କରିବାକୁ ନିବେଦନ କରାଯାଇଛି।

ଗଣମାନ୍ୟ ବ୍ୟକ୍ତି, ଜନପ୍ରତିନିଧି, ସାମାଜିକ କର୍ମୀ, କ୍ରୀଡାବିତ୍ ଇତ୍ୟାଦିଙ୍କୁ ବିଭନ୍ନ ସ୍ତରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରୋତ୍ସାହିତ କରିବାକୁ ନିବେଦନ କରାଯାଉଛି।

କେନ୍ଦ୍ର ସରକାର ମନ୍ତ୍ରଣାଳୟ, ରାଜ୍ୟ ସରକାର ଓ ଅନ୍ୟାନ୍ୟ ସଂଗଠନ ନିଜ ଅଞ୍ଚଳରେ ସାଇକେଲ ର‌୍ୟାଲୀକୁ ସ୍ୱାଗତ କରିବାକୁ ଅନୁରୋଧ କରାଯାଉଛି। ବିଶ୍ୱ ସାଇକେଲ ଦିବସ ଅବସରରେ ଏଥିରେ ଅଧିକରୁ ଅଧିକ ସଂଶ୍ଳିଷ୍ଟ ହେବାକୁ ସମସ୍ତଙ୍କୁ ନିବେଦନ କରାଯାଉଛି।

ଆଜାଦୀ କା ଅମ୍ରିତ ମହୋତ୍ସବ ବିଶ୍ୱ ସାଇକେଲ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ଅକ୍ଟୋବର ୧୭ ପର୍ଯ୍ୟନ୍ତ ସାଉଦି ଆରବକୁ ବିମାନସେବା ସ୍ଥଗିତ

October 15, 2026

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026
Latest News

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ୟୁକ୍ରେନରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସ୍ପିଡ୍ କମାଇଲେ ଏଲନ୍ ମସ୍କ

October 15, 2026

ଇସ୍ରାଏଲରେ ପାକିସ୍ତାନୀ ପାଇଲଟଙ୍କୁ ନୋ-ଏଣ୍ଟ୍ରି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.