Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ଜିଲ୍ଲା ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ
ଆଜିର ଖବର

କଳାହାଣ୍ଡି ଜିଲ୍ଲା ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ

June 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଲାଭାର୍ଥିଙ୍କ ସହ ବାର୍ତ୍ତାଳାପ କରିବା ସହ ସଂପୃକ୍ତ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ସମୀକ୍ଷା କରିଥିଲେ। ସଭାରେ ଡ ବ୍ଲୁ ଓ ଡି ସି, ସି ଇ ଓ ଡ ଅଜିତ କୁମାର ମିଶ୍ର, ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି, ପି ଡି ଡି ଆର୍ ଡି ଏ ସୋମେଶ କୁମାର ଉପାଧ୍ୟାୟ, ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଉଦ୍ୟୋଗୀ ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ। ପ୍ରଥମେ ଜିଲ୍ଲାପାଳ ଡ ଗାଭାଲି ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଙ୍କ ସମେତ ଉପସ୍ଥିତ ହିତାଧିକାରୀ, ଉଦ୍ୟୋଗୀ,ବିଭାଗୀୟ ଅଧିକାରୀ ଙ୍କୁ ସ୍ଵାଗତ କରି ଉଦ୍ୟୋଗୀଙ୍କୁ ନିଜ ୟୁନିଟର ଉନ୍ନତି ନିମନ୍ତେ ସମସ୍ତ ପ୍ରକାର ସହଯୋଗ ପାଇଁ ବିଭାଗୀୟ ଅଧିକାରୀ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ।

ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଶ୍ରୀ ତ୍ରୀପାଠୀ କଳାହାଣ୍ଡି ଜିଲ୍ଲା କେବଳ ଧାନ ଓ କପା ଉତ୍ପାଦନ ରେ ସୀମିତ ନ ରହି କୃଷି ସମ୍ବଧୀୟ ଉଦ୍ୟୋଗକୁ ପ୍ରାଧାନ୍ୟ ଦେବା ସହ ଏହାର ସ୍ଥାପନା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ଆନ୍ତରିକ ଉଦ୍ୟମ ଓ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ତ୍ରିପାଠୀ କୁକୁଡ଼ା ଫାର୍ମ, ବଟନ୍ ଛତୁ ଉତ୍ପାଦନ ୟୁନିଟ୍, ଏଗ୍ରୋ ସର୍ଭିସ ସେଣ୍ଟର,ବିହନ ପ୍ରକ୍ରିୟାକରଣ ୟୁନିଟ, ରାଇସ ମିଲ,ଡାଲି ପ୍ରକ୍ରିୟାକରଣ ୟୁନିଟ , ଥର୍ମାଲ ଇଁସୁଲେସନ, ସୋୟା,ପାପଡ ଫ୍ୟାକ୍ଟ୍ରି, ସ୍ଵଂୟ ଚାଳିତ ବେକରୀ ୟୁନିଟ ସ୍ଥାପନ କରିଥିବା ଉଦ୍ୟୋଗୀ ମାନଙ୍କ ସହ ଆଲୋଚନା କରିଥିଲେ ଓ ସେମାନଙ୍କ ଉତ୍ପାଦନ,ନିଯୁକ୍ତି ଓ ଲାଭ ଉପରେ ବାର୍ତ୍ତାଳାପ କରିଥିଲେ।

ସେଭଳି ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କ ୩୨ ଏକର ମାଛ ଯାଆଁଳା ଉତ୍ପାଦନ ଫାର୍ମ,ସୌରଭ ଅଗ୍ରୱାଲ ଙ୍କ ସୋୟା, ପାପଡ଼ ଓ ବଡି ଫ୍ୟାକ୍ଟ୍ରି, ସନ୍ତୋଷ ସାହୁ ଙ୍କ ପ୍ରସ୍ତାବିତ ୧୨୦ କୋଟି ଖାଦ୍ୟ କଣିକା ପ୍ରସ୍ତୁତ ଇଥାନଲ ୟୁନିଟଉପରେ ସବିଶେଷ ଆଲୋଚନା କରିଥିଲେ। ସେଭଳି କୃଷକ ଉତ୍ପାଦନ ସଂଘର କର୍ମକର୍ତ୍ତା ଓ ସଭାପତି ନିଜ ନିଜର ସଂଘ, ଉତ୍ପାଦନ ଓ ଲାଭ ଉପରେ ଅଧ୍ୟକ୍ଷ ଙ୍କୁ ଜଣାଇ ଥିଲେ। ଆସନ୍ତା କାଲି ଅଧ୍ୟକ୍ଷ ଶ୍ରୀ ତ୍ରୀପାଠୀ ଜିଲ୍ଲା ର ବିଭିନ୍ନ ରୂପାନ୍ତରିତ ହାଇସ୍କୁଲ୍, କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ,ସରକାରୀ ମେଡିକାଲ କଲେଜ, ହିତାଧିକାରୀଙ୍କ ୟୁନିଟ ପରିଦର୍ଶନ କରିବାର କାର୍ଯକ୍ରମ ରହିଛି।ସଭା ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

ଅସିତ୍‌ ତ୍ରିପାଠୀ କଳାହାଣ୍ଡି ଜିଲ୍ଲା କଳାହାଣ୍ଡି ଜିଲ୍ଲାପାଳ ଦୁଇ ଦିନିଆ ଗସ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ଡିସେମ୍ବରରେ ଦୁଇଟି ପ୍ରମୁଖ ଅନ୍ତର୍ଜାତୀୟ ଶିକ୍ଷାଗତ କାର୍ଯ୍ୟକ୍ରମ ଆୟୋଜନ କରିବ ଆଇଆଇଆଇଟି ଭୁବନେଶ୍ୱର

December 10, 2025

ପୋଲାଣ୍ଡ ଗସ୍ତ ସମାପ୍ତ କଲେ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ପାଞ୍ଚଜଣିଆ ପ୍ରତିନିଧି ମଣ୍ଡଳୀ

December 10, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସାକ୍ଷାତ କଲେ କଗ୍ନିଜାଣ୍ଟର ସିଇଓ ରବି କୁମାର ଏସ୍ 

December 10, 2025

ଲଣ୍ଡନରେ ଅପମାନିତ ହେଲେ ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି: କାର ଯାଞ୍ଚ କଲା ପୋଲିସ

December 10, 2025
Latest News

ଡିସେମ୍ବରରେ ଦୁଇଟି ପ୍ରମୁଖ ଅନ୍ତର୍ଜାତୀୟ ଶିକ୍ଷାଗତ କାର୍ଯ୍ୟକ୍ରମ ଆୟୋଜନ କରିବ ଆଇଆଇଆଇଟି ଭୁବନେଶ୍ୱର

December 10, 2025

ପୋଲାଣ୍ଡ ଗସ୍ତ ସମାପ୍ତ କଲେ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ପାଞ୍ଚଜଣିଆ ପ୍ରତିନିଧି ମଣ୍ଡଳୀ

December 10, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସାକ୍ଷାତ କଲେ କଗ୍ନିଜାଣ୍ଟର ସିଇଓ ରବି କୁମାର ଏସ୍ 

December 10, 2025

ଲଣ୍ଡନରେ ଅପମାନିତ ହେଲେ ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି: କାର ଯାଞ୍ଚ କଲା ପୋଲିସ

December 10, 2025

ତୃତୀୟ ଆଇଏଏଲ୍ଏ ପରିଷଦ ଅଧିବେଶନର ଉଦଘାଟନ କଲେ ସର୍ବାନନ୍ଦ ସୋନୋୱାଲ

December 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.